ରାୟଗଡା

ଜିଆଇଇଟି ଛାତ୍ରଙ୍କ ଆତ୍ମହତ୍ୟା

ଜିଆଇଇଟି ଛାତ୍ରଙ୍କ ଆତ୍ମହତ୍ୟା

ଗୁଣପୁର, ୨୭।୧୨(ଡି.ଏନ.ଏ.)-
ରାୟଗଡା ଜିଲା ଗୁଣପୁର ଜିଆଇଇଟି ଜୈନିକ ଛାତ୍ର ବୁଧବାର ବେକରେ ରଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି । ମୃତକ ଜଣଙ୍କ ପଡୋଶୀ ରାଜ୍ୟ ବିହାର ବିଜିପୁର ଥାନା ଅଞ୍ଚଳର ନିରୋଜ ମିଶ୍ର (୨୨) । ନିରୋଜ ଗୁଣପୁର ଜିଆଇଇଟି ସିଭିଲ୍‌ ଇଞ୍ଜିନିୟରିଂ ୪ର୍ଥ ବର୍ଷର ଛାତ୍ର ଥିଲେ । ପ୍ରକାଶ ଯେ, ନିରୋଜ ତୁଳସି ନଗରଠାରେ ସାଙ୍ଗମାନଙ୍କ ସହ ରହୁଥିଲେ। ବୁଧବାର ଘରେ କେହି ନ ଥିବାର ସୁଯୋଗ ନେଇ ନିରଜ ଆତ୍ମହତ୍ୟା କରିଛନ୍ତି ବୋଳଇ ତାଙ୍କ ସାଙ୍ଗ ସୂଚନା ଦେଇଛନ୍ତି । ସାଙ୍ଗମାନେ ନିରୋଜଙ୍କୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ନିରୋଜଙ୍କ ପରିବାର ଲୋକେ ଗୁଣପୁର ପହଁଞ୍ଚିବା ପରେ ମୃତଦେହ ବ୍ୟବଚ୍ଛେଦ କରାଯିବ ବୋଲି ଗୁଣପୁର ଏସ୍‌ଆଇ ଧୀରେନ ପଟ୍ଟନାୟକ ସୂଚନା ଦେଇଛନ୍ତି ।

All Right Reserved By

Model This Week

Model This Week

ରାୟଗଡା

ବିଶ୍ୱ ମ୍ୟାଲେରିଆ ଦିବସ ପାଳିତ

ବିଶ୍ୱ ମ୍ୟାଲେରିଆ ଦିବସ ପାଳିତ

ଉମରକୋଟ,୨୫।୪(ଡ଼ି.ଏନ.ଏ)-ନବରଙ୍ଗପୁର ଜିଲା ଉମରକୋଟ ପଞ୍ଚାୟତ ପୁଜାରିଗୁଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ବୁଧବାର ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଥିବା ସଭାଗୃହରେ ବିଶ୍ୱ ମ୍ୟାଲେରିଆ ଦିବସ ପାଳିତ ହୋଇଯାଇଛି । ଏଥିରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ତରଣି ସୁନା ମୁଖ୍ୟଅତିଥି ଭାବେ ଯୋଗ ଦେଇ ଏହାକୁ ଉଦ୍‌ଘାଟନ କରିଥିଲେ।

କଂଗ୍ରେସର କର୍ମୀ ସମ୍ମିଳନୀ: ୫୦ରୁ ଊର୍ଦ୍ଧ୍ୱ ବିଜେଡ଼ି ଛାଡ଼ିଲେ

କଂଗ୍ରେସର କର୍ମୀ ସମ୍ମିଳନୀ: ୫୦ରୁ ଊର୍ଦ୍ଧ୍ୱ ବିଜେଡ଼ି ଛାଡ଼ିଲେ

ସେମିଳିଗୁଡ଼ା,୨୫।୪(ସ୍ବ.ପ୍ର)- କୋରାପୁଟ ଜିଲା ସେମିଳିଗୁଡ଼ାରେ ବୁଧବାର କଂଗ୍ରେସର ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। କଂଗ୍ରେସ କର୍ମୀମାନେ ଦାମନଯୋଡ଼ି ଛକ ନିକଟରୁ ଏକ ମୋଟରସାଇକେଲ ରାଲି ଯୋଗେ ବାହାରି ସେମିଳିଗୁଡ଼ା ସହର ପରିକ୍ରମା କରିଥିଲେ।

 ପିଡିଏସ ଚାଉଳ, କିରୋସିନ ପାଇବାରୁ ବଞ୍ଚିତ ୧୦ ଗ୍ରାମବାସୀ,  ଜିଲାପାଳଙ୍କ ଦ୍ୱାରସ୍ଥ

ପିଡିଏସ ଚାଉଳ, କିରୋସିନ ପାଇବାରୁ ବଞ୍ଚିତ ୧୦ ଗ୍ରାମବାସୀ, ଜିଲାପାଳଙ୍କ ଦ୍ୱାରସ୍ଥ

କୋରାପୁଟ,୨୫ । ୪(ସ୍ବ.ପ୍ର)- ଦୁଇ ମାସ ହେଲା ପିଡିଏସ ଚାଉଳ ଓ କିରୋସିନ ପାଇବାରୁ ବଞ୍ଚିତ ହୋଇଛନ୍ତି ଦଶମନ୍ତପୁର ବ୍ଲକର ୧୦ ଟି ଗ୍ରାମବାସୀ । ସେମାନେ ବୁଧବାର ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ।

ଛାତ୍ରୀ ଶିଖିଲେ ଆତ୍ମ ସୁରକ୍ଷା କୌଶଳ

ଛାତ୍ରୀ ଶିଖିଲେ ଆତ୍ମ ସୁରକ୍ଷା କୌଶଳ

ଧୋଡ଼୍ରା,୨୫।୪(ଡ଼ି.ଏନ.ଏ)-ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଧୋଡ଼୍ରା ଅଲେଖ ମହିମା ମହାବିଦ୍ୟାଳୟରେ ଆତ୍ମରକ୍ଷା ସୁରକ୍ଷା ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଧ୍ୟକ୍ଷ ବିବେକାନନ୍ଦ ବାରିକ ସଭାପତିତ୍ୱ କରିଥିଲେ । ଆତ୍ମ ସୁରକ୍ଷା ତାଲିମ ଦାୟିତ୍ୱରେ ଥିବା ଓଡ଼ିଆ ଅଧ୍ୟାପିକା ନର୍ମଦା ଭତ୍ରା ଏବଂ ଇଂରାଜୀ ଅଧ୍ୟାପିକା ଏମ. ମଧୁଛନ୍ଦା ଶିବିର ପରିଚାଳନା କରିଥିଲେ ।

ବିଶ୍ୱ ମ୍ୟାଲେରିଆ ଦିବସ: ସଚେତନତା ରୋକିଛି ମ୍ୟାଲେରିଆ

ବିଶ୍ୱ ମ୍ୟାଲେରିଆ ଦିବସ: ସଚେତନତା ରୋକିଛି ମ୍ୟାଲେରିଆ

ରାୟଗଡା ଅଫିସ୍‌, ୨୫।୪- ୨୦୦୮ରୁ ଜିଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ରାୟଗଡାରେ ଜିଲାସ୍ତରୀୟ ବିଶ୍ୱ ମ୍ୟାଲେରିଆ ଦିବସ ପାଳିତ ହୋଇ ଆସୁଛି । ରାୟଗଡା ଜିଲା ମ୍ୟାଲେରିଆ ପାଇଁ ଚର୍ଚ୍ଚାର ପରିଧିରେ ରହି ଆସିଥିଲା । ବର୍ତ୍ତମାନ ମ୍ୟାଲେରିଆ ନିରାକରଣ ହୋଇପାରିଛି । ଫଳରେ ମ୍ୟାଲେରିଆ ରୋଗୀଙ୍କ ସଂଖ୍ୟା ହ୍ରାସ ପାଇଛି । ଏନେଇ ଜିଲା ପ୍ରଶାସନ ପକ୍ଷରୁ ‘ଆମ ସଙ୍କଳ୍ପ’, ‘ଦମନ’ କାର୍ଯ୍ୟକ୍ରମ କରାଯାଇ ମଶାରୀ ବଣ୍ଟନ, ମଶାରୀ ବ୍ୟବହାର ପାଇଁ ଆଶା ଓ ଅଙ୍ଗନୱାଡ଼ି କର୍ମୀ ଦ୍ୱାରା ଘଣ୍ଟି ବଜାଇବା, ସ୍କୁଲ କଲେଜ ଛାତ୍ରୀଛାତ୍ରମାନଙ୍କୁ ସଚେତନ କରାଯାଇଥିଲା । ଜିଲାର ପ୍ରାୟ ୫୮୦ଟି ଦୁର୍ଗମ ଅଞ୍ଚଳରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏକ ସ୍ବତନ୍ତ୍ର କ୍ୟାମ୍ପ କରାଯାଇ ରୋଗୀଙ୍କ ରକ୍ତ ନମୁନା ପରୀକ୍ଷା କରିବା ସହିତ ଆବଶ୍ୟକ ଔଷଧ ଓ ଚିକିତ୍ସା କରାଯିବାରୁ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇଛି ।

ମାଥିଲିରେ ଉତ୍କଟ ହେଉଛି ପାନୀୟ ଜଳ ସମସ୍ୟା

ମାଥିଲିରେ ଉତ୍କଟ ହେଉଛି ପାନୀୟ ଜଳ ସମସ୍ୟା

ମାଥିଲି, ୨୫।୪ (ଡି.ଏନ୍‌.ଏ.): ଗ୍ରୀଷ୍ମର ପ୍ରକୋପରେ ଲୋକଙ୍କୁ ବୁନ୍ଦାଏ ପାଣି ମିଳିବା କଷ୍ଟକର ହୋଇପଡିଲାଣି । ଏପରି ପରିସ୍ଥିତିରେ ପଦକ୍ଷେପ ନେଉନାହିଁ ଜିଲା ପ୍ରଶାସନ । ଏହାର ଫାଇଦା ନେଉଛି ରାସ୍ତା ନିର୍ମାଣକାରୀ ସଂସ୍ଥା । ମାଲକାନଗିରି ଜିଲା ମାଥିଲି ବ୍ଲକର ଜନ ପ୍ରତିନିଧିମାନେ ଏପରି ଅଭିଯୋଗ ଆଣିଛନ୍ତି । ଗଣମାଧ୍ୟମ ସମ୍ମୁଖରେ ଜିଲା ପ୍ରଶାସନର ଅପାରଗତା ଯୋଗୁ ସାଧାରଣ ଲୋକେ ପାଣି ପାଇଁ ସମସ୍ୟା ଭୋଗୁଥିବା ଅଭିଯୋଗ ହୋଇଛି । ମାଥିଲି ଜୋନ-୩ର ଜିଲା ପରିଷଦ ସଭ୍ୟ ବାଲରାଜୁ କପେ ଓ ମାଥିଲି ସରପଞ୍ଚ ଗୌରୀ ବଟେ ଏହି ଅଭିଯୋଗ କରିଛନ୍ତି ।

୨ ମାସ ହେଲା ଅସହାୟ ଅବସ୍ଥାରେ ଅଗ୍ନି ବିପନ୍ନ ପରିବାର

୨ ମାସ ହେଲା ଅସହାୟ ଅବସ୍ଥାରେ ଅଗ୍ନି ବିପନ୍ନ ପରିବାର

କୁନ୍ଦୁରା,୨୫।୪(ଡି.ଏନ୍‌.ଏ.): ପୁଅକୁ ବିବାହ କରିବା ନେଇ ବାଜା ବାଜଣାରେ କମ୍ପି ଉଠୁଥିଲା କୋରାପୁଟ ଜିଲା କୁନ୍ଦୁରା ବ୍ଲକ ଡଙ୍ଗରପାଉଁଶୀ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଭେଜାହାଣ୍ଡ ଗ୍ରାମର ରାମଚନ୍ଦ୍ର ତାତିଙ୍କ ଘର। ସେଦିନ ଥିଲା ୧୫ ଫେବୃୟାରୀ। କିଛି ସମୟ ପାଇଁ ସ୍ତବ୍ଧ ହୋଇଯାଇଥିଲା ଭେଜାହାଣ୍ଡି ସ୍ଥିତ ରାମଚନ୍ଦ୍ର ତାତି ଏବଂ ସାନଭାଇ ଗୁପ୍ତ ତାତିଙ୍କ ପରିବାର। ରାମଚନ୍ଦ୍ରଙ୍କ ପୁଅ ମଙ୍ଗରାଜ ତାତିଙ୍କ ବିବାହ ନେଇ ଗାଁ ପୂରାପୂରି ଚଳଚଞ୍ଚଳ ହୋଇଉଠିଥିବା ବେଳେ ବିଦ୍ୟୁତ ସର୍ଟସର୍କିଟ ହୋଇ ଦୁଇଭାଇଙ୍କ ଗୋଟିଏ ପାଖରେ ଥିବା ଚାଳଘର ସମ୍ପୂର୍ଣ୍ଣ ଭାବେ ଧ୍ୱଂସ ହୋଇଗଲ। ରାମଚନ୍ଦ୍ର ଏବଂ ଗୁପ୍ତ ଦୀର୍ଘ ୧୦ ବର୍ଷ ହେବ ଅର୍ଦ୍ଧପାଗଳ ଅବସ୍ଥାରେ ଜୀବନ ଅତିବାହିତ କରୁଥିଲେ। ରାମଚନ୍ଦ୍ରଙ୍କ ପୁଅଝିଅ ୩ ଏବଂ ନାତି ଥିବାବେଳେ ଗୁପ୍ତଙ୍କର ୩ ପୁଅଝିଅ ରହିଛନ୍ତି।

ନାଗାବଳୀ ନଦୀରେ ବୁଡି ଜଣେ ପର୍ଯ୍ୟଟକ ମୃତ

ନାଗାବଳୀ ନଦୀରେ ବୁଡି ଜଣେ ପର୍ଯ୍ୟଟକ ମୃତ

ରାୟଗଡା ଅଫିସ୍‌, ୨୪।୪- ରାୟଗଡା ସହରରେ ଥିବା ପର୍ଯ୍ୟଟନସ୍ଥଳି ଝୁଲାବ୍ରିଜ୍‌ ତଳେ ପ୍ରବାହିତ ହେଉଥିବା ନାଗାବଳୀ ନଦୀରେ ବୁଡ଼ି ଜଣେ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଛି ।

ଚଳନ୍ତା ଟ୍ରେନରୁ ୨ ନାବାଳକଙ୍କୁ ଠେଲିଦେଲେ ମଦ୍ୟପ

ଚଳନ୍ତା ଟ୍ରେନରୁ ୨ ନାବାଳକଙ୍କୁ ଠେଲିଦେଲେ ମଦ୍ୟପ

ରାୟଗଡ଼ା ଅଫିସ, ୨୪।୪- ରାୟଗଡା-କୋରାପୁଟ ଇଣ୍ଟରସିଟି ଚଳନ୍ତା ଟ୍ରେନରୁ ଜଣେ ମଦ୍ୟପ ୨ଜଣ ବାଳକଙ୍କୁ ଠେଲିଦେବାରୁ ସେମାନେ ଗୁରୁତର ଆହତ ହୋଇଛନ୍ତି। ଆହତମାନେ ହେଲେ ରାୟଗଡ଼ା ଜିଲା କାଶୀପୁର ବ୍ଲକ ରେଙ୍ଗା ପଞ୍ଚାୟତ ଡାବାଡିଗୁଡା ଗ୍ରାମର ସନ୍ତୋଷ ନାୟକ ଓ ଲଛମନ ନାୟକ।

ସ୍ବତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣକାରୀ ସଂସ୍ଥାକୁ ଶିଶୁକନ୍ୟା ହସ୍ତାନ୍ତର

ପାରଳାଖେମୁଣ୍ଡି, ୨୪। ୪(ସ୍ବ.ପ୍ର.)- ଗଜପତି ଜିଲା ଶିଶୁ କଲ୍ୟାଣ ସମିତି ପକ୍ଷରୁ ଜଣେ ଶିଶୁକନ୍ୟାକୁ ପାରଳାଖେମୁଣ୍ଡିସ୍ଥିତ ସ୍ବତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣକାରୀ ସଂସ୍ଥା(ସା)କୁ ହସ୍ତାନ୍ତର କରାଯାଇଛି। ଏହି ଶିିଶୁଟି ମାତ୍ର ୧ମାସର ବୋଲି ଜଣାପଡ଼ିଛି। ସୂଚନା ଅନୁଯାୟୀ, ଗୁମ୍ମା ବ୍ଲକ ପାର୍ସମ୍ବା ପଞ୍ଚାାୟତ ଅନ୍ତର୍ଗତ ତରଙ୍ଗଡା ଗ୍ରାମର ଜଣେ ମହିଳା ଏକମାସ ତଳେ ଶିଶୁକନ୍ୟା ଜନ୍ମ ଦେଇଥିଲେ। ମାତ୍ର ସେ ଏହି ଶିଶୁର ଭରଣପୋଷଣ କରିବାକୁ ଅସମର୍ଥ ଥିବାରୁ ପ୍ରଭା ଚାଇଲ୍ଡ ଲାଇନ୍‌ ଓ ସ୍ଥାନୀୟ ଆଶାକର୍ମୀଙ୍କ ସହାୟତାରେ ତାକୁ ଶିଶୁ କଲ୍ୟାଣ ସମିତିକୁ ହସ୍ତାନ୍ତର କରିଥିଲେ।

ସଡ଼କ ସୁରକ୍ଷା ସଂକ୍ରାନ୍ତ ସଚେତନତା

ସଡ଼କ ସୁରକ୍ଷା ସଂକ୍ରାନ୍ତ ସଚେତନତା

କାଶୀନଗର, ୨୪।୪(ଡି.ଏନ.ଏ)- ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ପାଳନ ଅବସରରେ ମଙ୍ଗଳବାର ଗଜପତି ଜିଲା କାଶୀନଗର ସହରରେ ସଚେତନତା ରଥ ବୁଲିଥିବା ବେଳେ ଛାତ୍ରୀଛାତ୍ରମାନେ ଶୋଭାଯାତ୍ରାରେ ସହର ପରିକ୍ରମା କରି ପ୍ଲାକାର୍ଡ ଓ ସ୍ଲୋଗାନ ମାଧ୍ୟମରେ ସଚେତନତା ସୃଷ୍ଟି କରିଥିଲେ। କାଶୀନଗର ଥାନାଠାରୁ ଏହି ରଥ ଓ ଶୋଭାଯାତ୍ରା ବାହାରିଥିଲା। ଦ୍ରୁତଗତିରେ ଓ ନିଶା ସେବନ କରି ଗାଡ଼ି ନଚଳାଇବା, ହେଲମେଟ ପିନ୍ଧିବା, ଟ୍ରାଫିକ ନିୟମ ମାନିବା ଲାଗି ଜନସାଧାରଣଙ୍କୁ ସଚେତନ କରାଯାଇଥିଲା।

ବନପ୍ରଭା ସାହିତ୍ୟ ସଂସଦର ବାର୍ଷିକ ଉତ୍ସବ

ବନପ୍ରଭା ସାହିତ୍ୟ ସଂସଦର ବାର୍ଷିକ ଉତ୍ସବ

ସୁନାବେଡ଼ା,୨୪।୪(ଡି.ଏନ୍‌.ଏ.): ସୁନାବେଡ଼ା-୨ ସ୍ଥିତ ବନପ୍ରଭା ସାହିତ୍ୟ ସଂସଦର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଛି। ସ୍ଥାନୀୟ ଜଗନ୍ନାଥ ମନ୍ଦିରର ଅନ୍ନପୂର୍ଣ୍ଣା ମଣ୍ଡପରେ ହୋଇଥିବା ଏହି ସଭାରେ ପୁସ୍ତକ ଉନ୍ମୋଚନ, ସମ୍ବର୍ଦ୍ଧନା ପର୍ବ ଓ କବିତା ପାଠ ଭଳି ବିଭିନ୍ନ କାର୍ଯ୍ୟକ୍ରମ ହୋଇଥିଲା। ଏହି ଅବସରରେ ବନପ୍ରଭାର ମୁଖପତ୍ର ରିମ୍‌ଝିମ୍‌ ବର୍ଷା, ଡ. ସରଳା ବେହେରାଙ୍କ ଗଳ୍ପ ତରଙ୍ଗ, ନାଟ୍ୟଶ୍ରୀ ସୁଦାବ ବିଶୋୟୀଙ୍କ ଅନୁବାଦ ପୁସ୍ତକ ରାଗ ଭୈରବ ଉନ୍ମୋଚନ କରାଯାଇଥିଲା। ସେହିପରି ସମ୍ବର୍ଦ୍ଧନା ପର୍ବରେ ଡ. ପ୍ରଦୀପ କୁମାର ମିଶ୍ର, ବିଜୟ କୁମାର ପ୍ରଧାନ, କୁଳମଣି ଦାସଙ୍କୁ ସମ୍ମାନିତ କରାଯାଇଥିଲା।