ବ୍ରହ୍ମପୁର

ଗୋପାଳପୁର ବେଳାଭୂମି ମହୋତ୍ସବର ଚତୁର୍ଥ ସନ୍ଧ୍ୟା

ଗୋପାଳପୁର ବେଳାଭୂମି ମହୋତ୍ସବର ଚତୁର୍ଥ ସନ୍ଧ୍ୟା
ବ୍ରହ୍ମପୁର ଅଫିସ, ୨୭।୧୨- ଗୋପାଳପୁର ବେଳାଭୂମି ମହୋତ୍ସବର ବୁଧବାର ଚତୁର୍ଥ ସନ୍ଧ୍ୟାରେ ଷ୍ଟେଜ୍‌କୁ ରକିଂ କରିଥିଲେ ନେହା କକ୍କର। ବଲିବୁଡ୍‌ର ଏହି ପ୍ରସିଦ୍ଧ କଣ୍ଠଶିଳ୍ପୀଙ୍କୁ ଦେଖିବା ଏବଂ ତାଙ୍କ ଗୀତ ଶୁଣିବା ପାଇଁ ଦେଖାଦେଇଥିଲା ପ୍ରବଳ ଭିଡ଼। ଷ୍ଟେଜ୍‌କୁ ନେହା ପ୍ରବେଶ କରିବା କ୍ଷଣି ଦର୍ଶକଙ୍କ ପ୍ରଚୁର କରତାଳି ଶୁଣିବାକୁ ମିଳିଥିଲା। ଆଖି ଆଗରେ ଏତେ ସଂଖ୍ୟକ ଦର୍ଶକଙ୍କୁ ଦେଖି ଉତ୍ସାହିତ ହୋଇଯାଇଥିଲେ ନେହା। ଗୋଟିଏ ପରେ ଗୋଟିଏ ଆଇଟମ୍‌ ଗୀତ ଗାଇ ଦର୍ଶକଙ୍କ ମଧ୍ୟରେ ଭରିଦେଇଥିଲେ ଉତ୍ସାହ। ‘ଦି ସଉକିନ୍‌ସ’ ଚଳିଚ୍ଚିତ୍ରର ମୋନାଲି ଟେରାନ୍ସ ଗୀତ ସହ ସେ ଆରମ୍ଭ କରିଥିଲେ ତାଙ୍କ ସଂଗୀତ ପରିବେଷଣ। ଏହା ପରେ ‘ଏୟାର୍‌ ଲିଫ୍‌ଟ’ର ସୋଚ୍‌ ନା ସକେ, ‘ବାଦ୍‌ସାହୋ’ର ମେରେ ରସ୍‌କେ କମର୍‌, ‘ୱଜାହା ତୁମ୍‌ ହୋ’ର ମାହି ୱେ ଆଦି ଗୀତ ପରିବେଷଣ କରିଥିଲେ। କିନ୍ତୁ ସବୁଠୁ ଅଧିକ କରତାଳି ସାଉଁଟିଥିଲା ନେହାଙ୍କ କଣ୍ଠରେ ‘ମିଲେ ହୋ ତୁମ୍‌ ହମ୍‌ କୋ’। ଏହି ଗୀତ ନେହାଙ୍କୁ ପ୍ରସିଦ୍ଧି ଦେଇଥିଲା। ଆଉ ଏହି ଗୀତକୁ ଶୁଣିବା ପାଇଁ ଦର୍ଶକଙ୍କ ମଧ୍ୟରେ ଦେଖିବାକୁ ମିଳିଥିଲା ପ୍ରବଳ ଆଗ୍ରହ। ପରେ ପରେ ତୁ ଚିଜ୍‌ ବଡ଼ି ହେ ମସ୍ତମସ୍ତ, କୁଣ୍ଡି ମତ୍‌ ଖଡ଼କାଓ ରାଜା, ଲଡ଼କୀ ବିଉଟିଫୁଲ୍‌ ଆଦି ଅନେକ ଗୀତ ପରିବେଷଣ କରିଥିଲେ ନେହା। କେବଳ ହିନ୍ଦୀ ନୁହେଁ, ନେହାଙ୍କ କଣ୍ଠରୁ ମଧ୍ୟ ଶୁଣିବାକୁ ମିଳିଥିଲା ପଞ୍ଜାବୀ ଗୀତ। କହିବାକୁ ଗଲେ ତାଙ୍କ ପାଇଁ ବେଳାଭୂମି ପାଲଟିଥିଲା ଜନସମୁଦ୍ର। ଲକ୍ଷାଧିକ ଲୋକଙ୍କ ସମାଗମ ହୋଇଥିଲା। ଏପରିକି ଭିଡ଼କୁ ନିୟନ୍ତ୍ରଣ କରିବାକୁ ପୋଲିସକୁ ଲାଠି ଚାର୍ଜ କରିବାକୁ ପଡ଼ିଥିଲା। ଚତୁର୍ଥ ସନ୍ଧ୍ୟାରେ ସ୍ଥାନୀୟ କଳାକାରଙ୍କ ପ୍ରଦର୍ଶନ ମଧ୍ୟ ବେଶ୍‌ ପ୍ରଶଂସନୀୟ ହୋଇପାରିଥିଲା। ଦିଗପହଣ୍ଡିର ବିଚିତ୍ର ବର୍ଣ୍ଣାଳୀ ନାଟ୍ୟ ସଂସଦ ତରଫରୁ ଘୁଡ଼ୁକି ନୃତ୍ୟ, ବ୍ରହ୍ମପୁର ମହାବୀର କରାଟେ ତରଫରୁ କରାଟେ, ଭାଟକୁମରଡ଼ାର ପ୍ରାଣବନ୍ଧୁ ଅନୁଷ୍ଠାନ ତରଫରୁ ଭାରତନାଟ୍ୟମ୍‌, ନରେନ୍ଦ୍ରପୁରର କଳାକାରଙ୍କ ତରଫରୁ ରଣପା ନୃତ୍ୟ, ଡାଇନାମିକ୍‌ ଡ୍ୟାନ୍ସ ଏକାଡ଼େମୀ, ୱ ଡ୍ୟାନ୍ସ ଗ୍ରୁପ୍‌ ଏବଂ ରକ୍‌ ଷ୍ଟାର୍‌ ଡ୍ୟାନ୍ସ ଗ୍ରୁପ୍‌ ତରଫରୁ ଆଧୁନିକ ନୃତ୍ୟ, ବ୍ରହ୍ମପୁର ଓଡ଼ିଶୀ ନୃତ୍ୟାୟନ ତରଫରୁ ଓଡ଼ିଶୀ ନୃତ୍ୟ ଏବଂ ସୁନ୍ଦରଗଡ଼ର କଳାକାରମାନେ ସମ୍ବଲପୁରୀ ନୃତ୍ୟ ପରିବେଷଣ କରିଥିଲେ। ଅତିଥି ଭାବେ ଦକ୍ଷିଣାଞ୍ଚଳ ଆଇଜି ଘନଶ୍ୟାମ ଉପାଧ୍ୟାୟ, ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ, ଟାଟା ଷ୍ଟିଲ୍‌ର ଅଶ୍ୱିନୀ କୁମାର ମହାପାତ୍ର, ଜିଲାପାଳ ପ୍ରେମଚନ୍ଦ୍ର ଚୌଧୁରୀ, ବିଏମ୍‌ସି କମିଶନର୍‌ ନିଖିଳ ପୱନ କଲ୍ୟାଣ, ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ବିଜୟ ଅମୃତା କୁଲାଙ୍ଗେ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର କୁଳପତି ରାଜେନ୍ଦ୍ର ପ୍ରସାଦ ଦାସ, ଅତିରିକ୍ତ ଜିଲାପାଳ ବିଜୟ କୁମାର ଦାସ, କବୀନ୍ଦ୍ର କୁମାର ସାହୁ, ଛତ୍ରପୁର ଉପଜିଲାପାଳ ସୁଧାକର ଶବର, ବ୍ରହ୍ମପୁର ଉପଜିଲାପାଳ ଇଂ. ସିଦ୍ଧାର୍ଥ ଶଙ୍କର ସ୍ବାଇଁ ପ୍ରମୁଖ ଯୋଗଦେଇଥିଲେ।
All Right Reserved By

ବ୍ରହ୍ମପୁର

ଜାତୀୟସ୍ତର ବିଚ ଭଲିବଲ୍‌ ପ୍ରତିଯୋଗିତାରେ ଭ୍ରମରବାଡ଼ିର ଜନଜାତି  ଛାତ୍ର

ଜାତୀୟସ୍ତର ବିଚ ଭଲିବଲ୍‌ ପ୍ରତିଯୋଗିତାରେ ଭ୍ରମରବାଡ଼ିର ଜନଜାତି ଛାତ୍ର

ଦାରିଙ୍ଗବାଡ଼ି,୨୬।୯(ଡି.ଏନ୍‌.ଏ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ମାହାଡ଼ାଗାଣ୍ଡା ଗ୍ରାମର ଜଣେ ଦଶମ ଶ୍ରେଣୀର ଜନଜାତି ଛାତ୍ର ଜାତୀୟସ୍ତରୀୟ ବିଚ ଭଲିବଲ୍‌ ପ୍ରତିଯୋଗିତାରେ ଅଂଶଗ୍ରହଣ ପାଇଁ ମନୋନୀତ ହୋଇଛନ୍ତି । 

ବ୍ଲକ ସ୍ତରୀୟ ଖୁସି ତାଲିମ ଶିବିର

ବ୍ଲକ ସ୍ତରୀୟ ଖୁସି ତାଲିମ ଶିବିର

ଶେରଗଡ଼,୨୬।୯(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଶେରଗଡ଼ ବ୍ଲକ ଅନ୍ତର୍ଗତ ନାଥେଶ୍ୱର ଉଚ୍ଚ ବିଦ୍ୟାଳୟ ଧନନ୍ତରଠାରେ ବୁଧବାର ବ୍ଲକସ୍ତରୀୟ ଖୁସି ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହାକୁ ବିଦ୍ୟାଳୟର ପ୍ରଧାନଶିକ୍ଷକ ନବୀନ ଚନ୍ଦ୍ର ପାଢ଼ୀ ଦୀପ ପ୍ରଜ୍ୱଳନ କରି ଶୁଭାରମ୍ଭ କରିଥିଲେ। 

କୃମିନାଶକ ଔଷଧ ସେବନର ଶୁଭାରମ୍ଭ

କୃମିନାଶକ ଔଷଧ ସେବନର ଶୁଭାରମ୍ଭ

ଶେରଗଡ଼,୨୬।୯(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଶେରଗଡ଼ସ୍ଥିତ ସ୍ବାମୀ ବିବେକାନନ୍ଦ ବିଦ୍ୟା ମନ୍ଦିରରେ ବୁଧବାର ଶେରଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ କୃମିନାଶକ ଔଷଧ ସେବନର ଶୁଭାରମ୍ଭ କରାଯାଇଛି। 

୪ ଛାତ୍ରଙ୍କୁ ମାଡ଼ ଘଟଣା: ସ୍କୁଲ ଫାଟକରେ ତାଲା ପକାଇ ବିକ୍ଷୋଭ

୪ ଛାତ୍ରଙ୍କୁ ମାଡ଼ ଘଟଣା: ସ୍କୁଲ ଫାଟକରେ ତାଲା ପକାଇ ବିକ୍ଷୋଭ

ବ୍ରହ୍ମପୁର ଅଫିସ,୨୬।୯: ଗଞ୍ଜାମ ଜିଲା ବ୍ରହ୍ମପୁର ଖଲ୍ଲିକୋଟ କନିଷ୍ଠ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୪ଛାତ୍ରଙ୍କୁ ମାଡ଼ ମାରିବା ଘଟଣାକୁ ନେଇ ବୁଧବାର ଉତ୍ତେଜନା ଦେଖା ଦେଇଛି। ମାଡ଼ ଖାଇଥିବା ଛାତ୍ରମାନେ ସ୍କୁଲ ଫାଟକରେ ତାଲା ପକାଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। 

ପୋଲିସ ଏବଂ ବିଡିଓଙ୍କୁ ଦୁର୍ବ୍ୟବହାର ଘଟଣା: ଜଣେ ଗିରଫ

ପୋଲିସ ଏବଂ ବିଡିଓଙ୍କୁ ଦୁର୍ବ୍ୟବହାର ଘଟଣା: ଜଣେ ଗିରଫ

ଦାରିଙ୍ଗବାଡ଼ି/ବ୍ରାହ୍ମଣୀଗାଁ,୨୬।୯(ଡି.ଏନ୍‌.ଏ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି  ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ପୋଲିସ ଓ ବିଡିଓଙ୍କୁ ଦୁର୍ବ୍ୟବହାର କରିବା ଏବଂ ରାସ୍ତାରେ ଟାୟାର ଜାଳି ବିକ୍ଷୋଭ ପ୍ରଦର୍ଶନ କରିବା ଘଟଣାରେ ବ୍ରାହ୍ମଣୀଗାଁ ପୋଲିସ ଜଣକୁ ମଙ୍ଗଳବାର ବିଳମ୍ବିତ ରାତିରେ ଗିରଫ କରିଛି।

ଆସିକାସ୍ଥିତ ବାଲଜି ସୁତାକଳ ପୁନରୁଦ୍ଧାର ଦାବି

ଆସିକାସ୍ଥିତ ବାଲଜି ସୁତାକଳ ପୁନରୁଦ୍ଧାର ଦାବି

ବ୍ରହ୍ମପୁର ଅଫିସ,୨୬।୯: ଗଞ୍ଜାମ ଜିଲା ଆସିକାସ୍ଥିତ ବାଲଜି ସୁତାକଳ ୨୦୧୩ ଫାଇଲିନ ବାତ୍ୟାରେ ଭାଙ୍ଗି ଯାଇଥିଲା। ଏହାର ପୁନରୁଦ୍ଧାର ନେଇ ବହୁବାର ଦାବି ହୋଇଥିଲେ ମଧ୍ୟ ଏଥିପ୍ରତି ରାଜ୍ୟ ସରକାର ଅବହେଳା କରିଛନ୍ତି। 

ପରୀକ୍ଷା ଫଳରେ ତ୍ରୁଟି ନେଇ ବିକ୍ଷୋଭ

ପରୀକ୍ଷା ଫଳରେ ତ୍ରୁଟି ନେଇ ବିକ୍ଷୋଭ

ବ୍ରହ୍ମପୁର ଅଫିସ,୨୬।୯: ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟର ଛାତ୍ରୀଛାତ୍ରମାନେ ତୃତୀୟ ସେମିଷ୍ଟର ପରୀକ୍ଷାର ଉତ୍ତର ଖାତା ଦେଖାରେ ତ୍ରୁଟି ହୋଇଥିବା ଅଭିଯୋଗ ହୋଇଥିଲା। 

୨୮ରେ ଗଞ୍ଜାମର ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ

୨୮ରେ ଗଞ୍ଜାମର ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ

ବ୍ରହ୍ମପୁର ଅଫିସ,୨୬।୯: ଭାରତୀୟ ଖୁଚୁରା ବ୍ୟବସାୟରେ ବିଦେଶୀ ପୁଞ୍ଜି ବିନିଯୋଗକୁ ଦେଶର ବ୍ୟବସାୟୀମାନେ ବିରୋଧ କରୁଛନ୍ତି। କନ୍‌ଫିଡେରେଶନ ଅଫ୍‌ ଅଲ୍‌ ଇଣ୍ଡିଆ ଟ୍ରେଡର୍ସ(ସିଏଆଇଟି) ଆହ୍ବାନରେ ଆସନ୍ତା ୨୮ତାରିଖରେ ସାରା ଦେଶରେ ବ୍ୟବସାୟୀକ ପ୍ରତିଷ୍ଠାନଗୁଡିକ ବନ୍ଦ ରହିବ। 

ମୁଁ ହିରୋ ମୁଁ ଓଡ଼ିଶା ରଥକୁ ଭଞ୍ଜନଗରରେ ସ୍ବାଗତ

ମୁଁ ହିରୋ ମୁଁ ଓଡ଼ିଶା ରଥକୁ ଭଞ୍ଜନଗରରେ ସ୍ବାଗତ

ଭଞ୍ଜନଗର,୨୬।୯(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଭଞ୍ଜନଗରରେ ବୁଧବାର ରାଜ୍ୟ ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ‘ମୁଁ ହିରୋ ମୁଁ ଓଡ଼ିଶା’ ରଥକୁ ସ୍ବାଗତ କରାଯାଇଛି। ଜଗନ୍ନାଥ ପ୍ରସାଦରୁ ରଥ ବାହାରି ସ୍ଥାନୀୟ ଆର୍‌ଏମ୍‌ସି କାର୍ଯ୍ୟାଳୟରେ ପହଞ୍ଚିବା ପରେ ବ୍ଲକ ଉପାଧ୍ୟକ୍ଷ ଜିତେନ୍ଦ୍ର କେଶରୀ ଆରୁଖ ପତାକା ହଲାଇ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ। 

ଜବରଦଖଲ ଉଚ୍ଛେଦକୁ  ନେଇ ଉତ୍ତେଜନା

ଜବରଦଖଲ ଉଚ୍ଛେଦକୁ ନେଇ ଉତ୍ତେଜନା

ଭଞ୍ଜନଗର,୨୬।୯(ଡି.ଏନ.ଏ.)- ଭଞ୍ଜନଗର ସହରର ବିଭିନ୍ନ  ଅଞ୍ଚଳରେ ମଙ୍ଗଳବାର ଜବରଦଖଲ ଉଚ୍ଛେଦ ହୋଇଛି। ଜବରଦଖଲ ଉଚ୍ଛେଦ  ବେଳେ କେତେକ ସ୍ଥାନରେ ଉତ୍ତେଜନା ପ୍ରକାଶ ପାଇଥିଲା। ନାହାତୋଟାସାହିର ଲୋକେ ସାହି ଭିତରେ ରାସ୍ତା ଅବରୋଧ କରିଥିଲେ। ଫଳରେ ଭଞ୍ଜନଗର-ଗାମୁଣ୍ଡି ରାସ୍ତା ବନ୍ଦ ରହିଥିଲା। ଗାମୁଣ୍ଡି ଯାଉଥିବା ଲୋକେ ଅନ୍ୟ ରାସ୍ତାରେ ଯାତୟାତ କରିଥିଲେ। ପୋଲିସ ଓ ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଚେଷ୍ଟା ଚଳାଇଛନ୍ତି।   ରାସ୍ତା ପ୍ରଶସ୍ତୀକରଣ ପାଇଁ ମଙ୍ଗଳବାର ବେଲଗୁଣ୍ଠା ରୋଡ଼, ନାହାତୋଟାସାହି ଆଦି ଅଞ୍ଚଳରେ ଜବରଦଖଲ ଉଚ୍ଛେଦ ହୋଇଥିଲା। ନାହାତୋଟାସାହିର ଏ.ଭୀମା ରାଓଙ୍କ ସମେତ  ଅନ୍ୟ କେତେଜଣଙ୍କୁ ନୋଟିସ  ନ ଦେଇ ଜବରଦଖଲ ଉଚ୍ଛେଦ କରାଯାଇଥିବା ଅଭିଯୋଗ ହୋଇଛି।

ଜାତୀୟ ରାଜପଥ ଟ୍ରକ୍‌ ପାର୍କିଂ ଉପରେ କଟକଣା

ଜାତୀୟ ରାଜପଥ ଟ୍ରକ୍‌ ପାର୍କିଂ ଉପରେ କଟକଣା

ଛତ୍ରପୁର,୨୬ା୯(ଡି.ଏନ.ଏ)- ରାସ୍ତାର ଯେ କୌଣସି ସ୍ଥାନରେ ଭାରିଯାନ ବିଶେଷକରି ମାଲବାହୀ ଟ୍ରକ ପାର୍କିଂ  ଯୋଗୁ ଅନେକ ସମୟରେ ଦୁର୍ଘଟଣା ଘଟୁଛି। ୧୬ ନଂ. ଜାତୀୟ ରାଜପଥରେ ଏହି ସମସ୍ୟା ଅଧିକ ଥିବାରୁ ଏହା ଉପରେ କଟକଣା ଲଗାଯିବ। ମଙ୍ଗଳବାର ଛତ୍ରପୁରସ୍ଥିତ ଜିଲାପାଳଙ୍କ ସମ୍ମିଳନୀ ଗୃହରେ ଜିଲା ସଡକ ସୁରକ୍ଷା କମିଟି ବୈଠକରେ ଅଧ୍ୟକ୍ଷତା କରି ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ଜି. ଶ୍ରୀନିବାସ ଏହି ନିର୍ଦ୍ଦେଶ ଦେଇଛନ୍ତି। ୧୫ ଦିନ ମଧ୍ୟରେ ପଦକ୍ଷେପ ନେଇ ତ୍ୱରାନ୍ବିତ କରିବାକୁ କୁହାଯାଇଛି। ଜାତୀୟ ରାଜପଥରେ ସାଇନେଜ୍‌ ବ୍ୟବସ୍ଥା ହେବ। ଦୁର୍ଘଟଣା ପ୍ରବଣ ସ୍ଥାନଗୁଡିକରେ ସଚେତନତା ଫଳକ ଲାଗିବ। ବସ ଛାତରେ ଯାତ୍ରୀ ପରିବହନ କରାଗଲେ ଏହାର ମାଲିକ ଦାୟୀ ରହିବେ। ଏଥିପାଇଁ ବିଭିନ୍ନ କଲେଜରେ ସଚେତନତା କାର୍ଯ୍ୟକ୍ରମ କରିବାକୁ କୁହାଯାଇଛି। ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ କିପରି ହସ୍ପିଟାଲ ନିଆଯିବ ତା’ର ବିଜ୍ଞାନ ସମ୍ମତ ବ୍ୟବସ୍ଥା ବିଷୟରେ ବିଦ୍ୟାଳୟଗୁଡିକରେ ଛାତ୍ରୀଛାତ୍ରଙ୍କୁ ଅବଗତ କରାଯିବ।

ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ, ସ୍ବାସ୍ଥ୍ୟକେନ୍ଦ୍ରରୁ ମୃତଦେହ ଜବତ

ଦିଗପହଣ୍ଡି,୨୬ା୯(ଡି.ଏନ.ଏ.)- ଦିଗପହଣ୍ଡି ବ୍ଲକ ନିମଖଣ୍ଡିପେଣ୍ଠ ଗ୍ରାମର ଜଣେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ସେ ହେଲେ ଡି. ହରିକୃଷ୍ଣ ପାତ୍ରଙ୍କ ସ୍ତ୍ରୀ ଡି. ଲକ୍ଷ୍ମୀ ପାତ୍ର (୨୬)।  ପନାଡ଼ ଗ୍ରାମର ବିଜୟ ପାତ୍ରଙ୍କ କନ୍ୟା ଲକ୍ଷ୍ମୀ ୭ ବର୍ଷ ପୂର୍ବେ ହରିକୃଷ୍ଣଙ୍କୁ ବିବାହ କରିଥିଲେ। ତାଙ୍କ ସ୍ବାମୀ ମୁମ୍ବାଇରେ କାମ କରୁଥିବା ବେଳେ ଲକ୍ଷ୍ମୀ ଘରେ ଏକା ରହୁଥିଲେ। ତାଙ୍କର ୬ ବର୍ଷର ଏକ କନ୍ୟା ସନ୍ତାନ ଓ ୫ ମାସର ପୁଅ ଅଛନ୍ତି। ମଙ୍ଗଳବାର ପୂର୍ବାହ୍ନ ପ୍ରାୟ ୧୧ଟାରେ ବିଜୟ ଜାଳେଣି କାଠ ନେଇ ଲକ୍ଷ୍ମୀଙ୍କ ଘରେ ପହଞ୍ଚତ୍ଥିଲେ। ଲକ୍ଷ୍ମୀ ଘର ଚଟାଣରେ ପଡ଼ି ଛଟପଟ ହେଉଥିବା ଦେଖିଥିଲେ। ଚେତାଶୂନ୍ୟ ଅବସ୍ଥାରେ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ତାଙ୍କର ମୃତ୍ୟୁ ହୋଇଛି। ଏନେଇ ନଂ. ୭/୧୮ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତ ଦେହ ଜବତ ସହ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ପଠାଯାଇଛି। ସମ୍ପର୍କୀୟଙ୍କ ସହାୟତାରେ ଏକ ଅଟୋ ଯୋଗେ ତାଙ୍କୁ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ ବୋଲି ପୋଲିିସ କହିିଛି।