ବ୍ରହ୍ମପୁର

ଅଙ୍ଗାରଗାଁ ପଞ୍ଚାୟତବାସୀଙ୍କ ରାସ୍ତାରୋକୋ

ଅଙ୍ଗାରଗାଁ ପଞ୍ଚାୟତବାସୀଙ୍କ ରାସ୍ତାରୋକୋ
ବେଗୁନିଆପଡ଼ା,୨୭।୧୨(ଡି.ଏନ.ଏ.)-ବେଗୁନିଆପଡ଼ା ବ୍ଲକ ଅଙ୍ଗାରଗାଁ ପଞ୍ଚାୟତବାସୀ ବିଭିନ୍ନ ଦାବି ନେଇ ବୁଧବାର ସକାଳ ୬ଟାରୁ ରାସ୍ତାରୋକୋ କରିଥିଲେ। ସୁମଣ୍ଡଳଠାରୁ ସାଳିଆ ଡ୍ୟାମ ପର୍ଯ୍ୟନ୍ତ ପିଡବ୍ଲ୍ୟୁଡି ରାସ୍ତାର ସମ୍ପ୍ରସାରଣ କାର୍ଯ୍ୟ ଚାଲିଛି। ଅଙ୍ଗାରଗାଁ ଦେଇ ଯାଇଥିବା ରାସ୍ତାର ଉଭୟ ପାର୍ଶ୍ୱରୁ ଜବରଦଖଲ ଉଚ୍ଛେଦ କରାଯାଉ ନାହିଁ। ଫଳରେ ରାସ୍ତା ନିର୍ମାଣ କାର୍ଯ୍ୟର ଅଗ୍ରଗତି ହୋଇପାରୁନି। ଏଥିଯୋଗୁ ଜଳଯୋଗାଣ ପାଇପ ଗୁଡ଼ିକ ମଧ୍ୟ ସ୍ଥାନାନ୍ତର କରାଯାଇପାରୁନାହିଁ। ଏପରିକି ପଞ୍ଚାୟତଠାରୁ ପିଡବ୍ଲୁଡି ରାସ୍ତା ସଂଯୋଗ ହୋଇପାରୁନାହିଁ। ଏ ନେଇ ସରପଞ୍ଚ ସରୋଜ କୁମାର ସାହୁ ଓ ବ୍ଲକ ଉପାଧ୍ୟକ୍ଷ ଭ୍ରମର ଭୂୟାଁଙ୍କ ନେତୃତ୍ୱରେ ପ୍ରଶାସନକୁ ବାରମ୍ବାର ଅବଗତ କରାଯାଇଥିଲା। ତଥାପି କୌଣସି ପଦକ୍ଷେପ ନିଆ ନ ଯିବାରୁ ଧାରଣା ଦିଆଯିବ ବୋଲି ପ୍ରଶାସନକୁ ଜଣାଇ ଦିଆଯାଇଥିଲା। ବୁଧବାର ଧାରଣାସ୍ଥଳରେ କୋଦଳା ତହସିଲଦାର ରବି ନାରାୟଣ ସାହୁ, କୋଦଳା ଆଇଆଇସି ଅନିଲ କୁମାର ମହାନ୍ତି, ବେଗୁନିଆପଡ଼ା ଫାଣ୍ଡି ଅଧିକାରୀ ପ୍ରଦୀପ୍ତ କୁମାର ଦାସ, ଗ୍ରାମ୍ୟ ଜଳ ଯୋଗାଣ ସହାୟକ ଯନ୍ତ୍ରୀ ପ୍ରଦୀପ୍ତ କୁମାର ତ୍ରିପାଠୀ, କନିଷ୍ଠ ଯନ୍ତ୍ରୀ କମଳ ଲୋଚନ ନାୟକ ସେଠାରେ ପହଞ୍ଚତ୍ଥିଲେ। ଜବରଦଖଲକାରୀଙ୍କ ମଧ୍ୟରୁ କେତେଜଣ ହାଇକୋର୍ଟରୁ ସ୍ଥଗିତାଦେଶ ଆଣିଥିବାରୁ ଉଚ୍ଛେଦ ହୋଇପାରୁନାହିଁ। ସମ୍ଭବତଃ ଜାନୁୟାରୀ ପ୍ରଥମ ସପ୍ତାହରେ ସ୍ଥଗିତାଦେଶ ଉଠିବା ପରେ ଏକ ସପ୍ତାହ ମଧ୍ୟରେ ଜବରଦଖଲ ଉଚ୍ଛେଦ କରାଯିବ। ପାଇପ ଲାଇନ ସ୍ଥାନାନ୍ତର ପାଇଁ ଟେଣ୍ଡର ମଧ୍ୟ ସରିଯାଇଛି। ଉଚ୍ଛେଦ ପରେ ପାଇପ ସ୍ଥାନାନ୍ତର କରାଯିବ ବୋଲି ପ୍ରତିଶ୍ରୁତି ମିଳିବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା।
All Right Reserved By

ବ୍ରହ୍ମପୁର

 ହତ୍ୟାକାରୀଙ୍କୁ ଗିରଫ ଦାବିରେ ପାବୁରିଆ ବନ୍ଦ ଡାକରା

ହତ୍ୟାକାରୀଙ୍କୁ ଗିରଫ ଦାବିରେ ପାବୁରିଆ ବନ୍ଦ ଡାକରା

ରାଇକିଆ,୧୨।୧୨(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଟିକାବାଲି ବ୍ଲକର ପାବୁରିଆଠାରେ ହତ୍ୟାକାରୀଙ୍କୁ ଗିରଫ ଦାବିରେ ବୁଧବାର ରାସ୍ତାରୋକୋ ଏବଂ ବନ୍ଦ ଡାକରା ଦିଆଯାଇଛି। 

ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ ହେଲେ ଏଏସ୍‌ଆଇ

ବ୍ରହ୍ମପୁର ଅଫିସ୍‌,୧୨ା୧୨: ଉପଯୁକ୍ତ ସାକ୍ଷ୍ୟ ପ୍ରମାଣ ଅଭାବରୁ ବ୍ରହ୍ମପୁର ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍‌ ଇଶାନ କୁମାର ଦାସ ଜଣେ ପୋଲିସ ଅଧିକାରୀଙ୍କୁ ନିର୍ଦ୍ଦୋଷରେ ଖଲାସ କରିବା ପାଇଁ ଚୂଡାନ୍ତ ରାୟ ପ୍ରକାଶ କରିଥିବା ଜଣାପଡିଛି। 

ଛାତ୍ର ଝାଡୁ ମାରିବାରୁ ପ୍ରଧାନ ଶିକ୍ଷକଙ୍କୁ ଆକ୍ରମଣ

କବିସୂର୍ଯ୍ୟନଗର,୧୨ା୧୨-କବିସୂର୍ଯ୍ୟନଗର ଗଙ୍ଗାଧର ପ୍ରାଥମିକ ବିଦ୍ୟାଳୟ ପରିଷ୍କାର ପରିଚ୍ଛନ୍ନ ପାଇଁ ଏନଏସିରେ ଶ୍ରେଷ୍ଠ ସ୍କୁଲ ରୂପେ ପୂର୍ବରୁ ପୁରସ୍କୃତ ହୋଇଛି। ମଙ୍ଗଳବାର ପ୍ରଧାନ ଶିକ୍ଷକ ୨ ଛାତ୍ରଙ୍କୁ ସ୍କୁଲ ପରିସର ଝାଡ଼ୁ କରିବାକୁ କହି ହଟହଟା ହୋଇଛନ୍ତି। 

ବିଜେଡି ନେତାଙ୍କୁ ହତ୍ୟା ଧମକ, ୨ ଅଟକ

ଦିଗପହଣ୍ଡି,୧୨ା୧୨(ଡି.ଏନ.ଏ.): ଦିଗପହଣ୍ଡି ବ୍ଲକ ବମକେଇ ପଞ୍ଚାୟତର ପୂର୍ବତନ ସରପଞ୍ଚ ତଥା ବିଜେଡି ନେତା ଭଗବାନ ବାଡ଼ତ୍ୟାଙ୍କୁ ଅପହରଣ ଓ ହତ୍ୟା ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି। ଭଗବାନଙ୍କ ଏତଲାକ୍ରମେ ଆଇଆଇସି ଦେବାଶିଷ ମହାନ୍ତି ନଂ.୨୨୦/୧୮ରେ ମାମଲା ରୁଜୁ କରି ତଦନ୍ତ ଚଳାଇଛନ୍ତି । 

୪୨୪ ଚାଳକଙ୍କ ଲାଇସେନ୍ସ ରଦ୍ଦ

୪୨୪ ଚାଳକଙ୍କ ଲାଇସେନ୍ସ ରଦ୍ଦ

ଦାରିଙ୍ଗବାଡ଼ି,୧୨ା୧୨(ଡି.ଏନ.ଏ.)-କନ୍ଧମାଳ ଜିଲାରେ ଦୁର୍ଘଟଣା ରୋକିବାକୁ ଜିଲା ପ୍ରଶାସନ ପଦକ୍ଷେପ ନେଇଛି। ଦାରିଙ୍ଗବାଡ଼ି ସମେତ ବିଭିନ୍ନ ଅଞ୍ଚଳରେ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ଗାଡ଼ିମୋଟର ଯାଞ୍ଚ,  ବ୍ରେଥ୍‌ ଆନାଲାଇଜର ମାଧ୍ୟମରେ ପରୀକ୍ଷା କରି ନିଶାସକ୍ତ ଚାଳକଙ୍କଠାରୁ ଜରିମାନା ଆଦାୟ କରାଯିବା ସହ ୪୨୪ ଜଣଙ୍କ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ କରାଯାଇଛି।  

ନାବାଳକଙ୍କ ଗଳିତ ମୃତଦେହ ଉଦ୍ଧାର: ହତ୍ୟା ଅଭିଯୋଗ ଆଣିଲେ ପରିବାରବର୍ଗ

ନାବାଳକଙ୍କ ଗଳିତ ମୃତଦେହ ଉଦ୍ଧାର: ହତ୍ୟା ଅଭିଯୋଗ ଆଣିଲେ ପରିବାରବର୍ଗ

ଛତ୍ରପୁର,୧୨ା୧୨(ଡି.ଏନ.ଏ.) -ଛତ୍ରପୁର ଥାନା ଭିକାରୀପଲ୍ଲୀ ପଞ୍ଚାୟତ ବ୍ରାହ୍ମଣିଆପଲ୍ଲୀ ଓ ନରସିଂହପୁର ଗାଁ ମଧ୍ୟବର୍ତ୍ତୀ ସ୍ଥାନରେ ଥିବା କିଆବୁଦା ମୂଳରୁ ଜଣେ ନାବାଳକଙ୍କ ଗଳିତ ମୃତଦେହ ଉଦ୍ଧାର କରାଯାଇଛି। 

ଗଞ୍ଜାମ ଜିଲା କଂଗ୍ରେସ ପାଳିଲା ବିଜୟ ଉତ୍ସବ

ବ୍ରହ୍ମପୁର ଅଫିସ,୧୨ା୧୨-ଗଞ୍ଜାମ ଜିଲା କଂଗ୍ରେସ ପକ୍ଷରୁ ମଙ୍ଗଳବାର ବିଜୟ ଉତ୍ସବ ବ୍ରହ୍ମପୁରରେ ପାଳନ କରାଯାଇଥିଲା। ଛତିଶଗଡ଼, ରାଜସ୍ଥାନ ଓ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ କଂଗ୍ରେସକୁ ବହୁମତ ମିଳିଥିବାରୁ ଦଳୀୟ ନେତା ଓ କର୍ମୀ ଉଲ୍ଲସିତ ହୋଇ ବାପୁଜୀ ଆଶ୍ରମ ଛକରେ ବାଣ ଫୁଟାଇବା ସହିତ ମିଠା ବାଣ୍ଟିଥିଲେ। 

୧୨ଶହ ଗଛ ପାଇଲା ନୂଆ ଜୀବନ

୧୨ଶହ ଗଛ ପାଇଲା ନୂଆ ଜୀବନ

ବ୍ରହ୍ମପୁର ଅଫିସ,୧୨ା୧୨-ଲୁହା କଣ୍ଟା ଏବଂ ବିଜ୍ଞାପନ ଫଳକ ଲାଗିବା ଯୋଗୁ କ୍ଷତାକ୍ତ ହୋଇଥିବା ଗଛଗୁଡ଼ିକୁ ନୂଆ ଜୀବନ ଦେବାପାଇଁ ସେପ୍ଟେମ୍ବର ୨୩ ତାରିଖରୁ ଆରମ୍ଭ ହୋଇଛି ‘ମୁଁ ବି ବଞ୍ଚିବାକୁ ଚାହେଁ’ ଅଭିଯାନ।

ବନ କର୍ମଚାରୀଙ୍କ କଳାବ୍ୟାଜ୍‌ ପରିଧାନ

ବନ କର୍ମଚାରୀଙ୍କ କଳାବ୍ୟାଜ୍‌ ପରିଧାନ

ବ୍ରହ୍ମପୁର ଅଫିସ,୧୨ା୧୨-ବିଭିନ୍ନ ଦାବି ନେଇ ଓଡ଼ିଶା ଅଣଗେଜେଟେଡ୍‌ ବନ ସେବା ସଂଘ ତରଫରୁ କଳାବ୍ୟାଜ୍‌ ପରିଧାନ ଆନ୍ଦୋଳନ ଆରମ୍ଭ ହୋଇଛି। ଏହାର ପ୍ରଭାବରେ ବ୍ରହ୍ମପୁର ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟରେ ଅଣଗେଜେଟେଡ୍‌ ବନ କର୍ମଚାରୀମାନେ କଳାବ୍ୟାଜ୍‌ ପରିଧାନ କରିଥିଲେ ।

ଅମଳ ଧାନ ପୋଲିସ ଜିମା ଦେଲେ ତହସିଲଦାର

ଶେରଗଡ,୧୧।୧୨(ଡି.ଏନ.ଏ.)- ଶେରଗଡ ବ୍ଲକ କରଡାକଣା ପଞ୍ଚାୟତ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଗର୍ବଗଣ୍ଡା ଗ୍ରାମରେ ଏକ ବିବାଦମାନ ଜାଗାରୁ ଧାନକଟା ନେଇ ଉପୁଜିଥିବା ସମସ୍ୟାର ସମାଧାନ କରିଛନ୍ତି ତହସିଲଦାର ଡ.ଦୟାସିନ୍ଧୁ ପରିଡା।

୧୪ ଫୁଟର ଅହିରାଜ ଉଦ୍ଧାର

୧୪ ଫୁଟର ଅହିରାଜ ଉଦ୍ଧାର

ଭଞ୍ଜନଗର,୧୧।୧୨(ଡି.ଏନ.ଏ.)-ଭଞ୍ଜନଗର ନବନିର୍ମିତ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ନିକଟରୁ ମଙ୍ଗଳବାର ଏକ ୧୪ଫୁଟର ଅହିରାଜ ଉଦ୍ଧାର କରାଯାଇଛି। ଅବସରପ୍ରାପ୍ତ ରେଞ୍ଜର ଅନୁପମ ବାନାର୍ଜି, ବନ ବିଭାଗ କର୍ମଚାରୀ ସଞ୍ଜୟ ସ୍ବାଇଁ, କେଦାର ନାୟକ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚତ୍ ସାପଟିକୁ ଉଦ୍ଧାର କରି ବିଞ୍ଜିଗିରି ଜଳାଶୟ ନିକଟରେ ନେଇ ଛାଡି ଦେଇଛନ୍ତି।

ପଥରକ୍ୱାରୀ ବନ୍ଦ ପାଇଁ ଦାବିପତ୍ର

ପଥରକ୍ୱାରୀ ବନ୍ଦ ପାଇଁ ଦାବିପତ୍ର

ଶେରଗଡ,୧୧।୧୨(ଡି.ଏନ.ଏ.)- ଶେରଗଡ ବ୍ଲକ ଧନନ୍ତର ପଞ୍ଚାୟତର କନ୍ଧନୂଆଗଡ ଗ୍ରାମରେ ପଥରକ୍ୱାରୀ ବନ୍ଦ ପାଇଁ ୫୦ରୁ ଅଧିକ ଗ୍ରାମବାସୀ ମଙ୍ଗଳବାର ଜିଲାପାଳ ବିଜୟ ଅମୃତ କୁଲାଙ୍ଗେଙ୍କୁ ଛତ୍ରପୁରରେ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି। ତୁରନ୍ତ ଏହାକୁ ବନ୍ଦ କରିବାକୁ ଗ୍ରାମବାସୀ ଜିଲାପାଳଙ୍କୁ ଅନୁରୋଧ କରିଥିଲେ। ଜିଲାପାଳ ଶେରଗଡ ତହସିଲଦାରଙ୍କୁ ଏହି ଦାବିପତ୍ର ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଗ୍ରାମବାସୀ ଅପରାହ୍ନରେ ଶେରଗଡ ତହସିଲରେ ତହସିଲଦାର ଦୟାସିନ୍ଧୁ ପରିଡାଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଥିଲେ। ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ତହସିଲଦାର ପରିଡଶ ପ୍ରତିଶ୍ରୁତି ଦେଇଥିଲେ। ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ଗ୍ରାମକୁ ଲାଗି ଥିବା ପାକିଡି ପାହଡ ପାଦଦେଶରେ ଏକ ପଥରକ୍ୱାରୀ ଚାଲିଛି। ଫଳରେ ଗ୍ରାମର ଏକର ଏକର ଜମିର ଫସଲ ନଷ୍ଠ ହେଉଛି। ବାରୁଦ ଲଗାଇ ପଥର ଫଟା ଯାଉଥିବାରୁ ଅଞ୍ଚଳବାସୀ ଆତଙ୍କିତ ଅବସ୍ଥାରେ ରହୁଛନ୍ତି।