Dharitri News
ବ୍ରହ୍ମପୁର

ଯୁବକଙ୍କୁ ହତ୍ୟା ଅଭିଯୋଗ

 ଯୁବକଙ୍କୁ ହତ୍ୟା ଅଭିଯୋଗ ଫିରିଙ୍ଗିଆ,୨୭।୧୨(ଡି.ଏନ.ଏ.)- କନ୍ଧମାଳ ଜିଲା ଗୋଚ୍ଛାପଡା ଥାନା ପୋଲିସ ଜଣେ ଯୁବକଙ୍କ ଗଳିତ ମୃତଦେହକୁ ଝୁଲନ୍ତା ଅବସ୍ଥାରେ କଟ୍ରିଙ୍ଗିଆ କାମପଦର ଜଙ୍ଗଲରୁ ଉଦ୍ଧାର କରିଛି । ମୃତକ ହେଲେ ଗୋଚ୍ଛାପଡା ଥାନା ଅଞ୍ଚଳର ସନ୍ତୋଷ କୁମାର ଖେଟି ଓରଫ ହାଡ଼ି । ତାଙ୍କୁ କେହି ହତ୍ୟା କରିଥିବା ପାରିପାର୍ଶ୍ୱିକ ପରିସ୍ଥିତି ଓ ପୋଲିସର ପ୍ରାଥମିକ ତଦନ୍ତରୁ ଜଣାଯାଇଛି । ମୃତଦେହକୁ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ମେଡିକାଲ ପଠାଯାଇଛି। ସୂଚନା ଅନୁଯାୟୀ, ସନ୍ତୋଷ ଗତ ୧୨ ତାରିଖରୁ କଟ୍ରିଙ୍ଗିଆରୁ ନିଖୋଜ ଥିଲେ । ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କ ପତ୍ତା ପାଇ ନ ଥିଲେ। ପୋଲିସ କାମପଦର ଜଙ୍ଗଲରୁ ସନ୍ତୋଷଙ୍କ ମୃତଦେହକୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରିଥିଲା । ସନ୍ତୋଷଙ୍କ ମା’ ମିନତୀଙ୍କ ଲିଖିତ ଅଭିଯୋଗ ଅନୁସାରେ ଗୋଚ୍ଛାପଡ଼ା ଥାନାରେ ନଂ.୯୧/୧୭ରେ ଏକ ହତ୍ୟା ମାମଲା ରୁଜୁ ହୋଇଛି ।

ବ୍ରହ୍ମପୁର

ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଜୟନ୍ତୀ ପାଳିତ

ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଜୟନ୍ତୀ ପାଳିତ

ବ୍ରହ୍ମପୁର ଅଫିସ, ୨୩।୧: ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ବ୍ରହ୍ମପୁର ମହାନଗର ତରଫରୁ ପେଟ୍ରୋଲ ପମ୍ପ ଛକ ନିକଟରେ ମଙ୍ଗଳବାର ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଛି।

୪୦୭ ଦୁର୍ଘଟଣାଗ୍ରସ୍ତ, ୫ ଆହତ

୪୦୭ ଦୁର୍ଘଟଣାଗ୍ରସ୍ତ, ୫ ଆହତ

କ. ନୂଆଗାଁ, ୨୨।୧- କନ୍ଧମାଳ ଜିଲା କ. ନୂଆ ଗାଁ ବ୍ଲକ ଅନ୍ତର୍ଗତ ଟିପିଡିଙ୍ଗିଆଠାରେ ସୋମବାର ୪୦୭ ଟ୍ରକ ଦୁର୍ଘଟଣାରେ ୫ ଜଣ ଆହତ ହୋଇଛନ୍ତି। ପ୍ରକାଶ ଯେ ବାଲିଗୁଡାଠାରୁ ରାଇକିଆକୁ ହାଟ କରିବା ପାଇଁ ଟ୍ରକ (ନଂ. ଓଆରଏଫ-୩୧୨୧)ରେ ୭ ଜଣ ବ୍ୟବସାୟୀ ଯାଉଥିଲେ।

କବିସୂର୍ଯ୍ୟ ଜୟନ୍ତୀ: ଭୁଲିଗଲା ପ୍ରଶାସନ, ପାଳିଲେ ବୁଦ୍ଧିଜୀବୀ

କବିସୂର୍ଯ୍ୟ ଜୟନ୍ତୀ: ଭୁଲିଗଲା ପ୍ରଶାସନ, ପାଳିଲେ ବୁଦ୍ଧିଜୀବୀ

ଦିଗପହଣ୍ଡି,୨୨।୧(ଡି.ଏନ.ଏ.)- ପବିତ୍ର ବସନ୍ତ ପଞ୍ଚମୀ ତିଥିରେ ବଡ଼ଖେମୁଣ୍ଡି ମାଟିରେ ଜନ୍ମ ଗ୍ରହଣ କରିଥିବା କବିସୂର୍ଯ୍ୟ ବଳଦେବ ରଥଙ୍କୁ ଦିଗପହଣ୍ଡି ଏନଏସି ପ୍ରଶାସନ ସମ୍ପୂର୍ଣ୍ଣ ଭୁଲି ଯାଇଥିବା ଦେଖିବାକୁ ମିଳିଛି। କବିସୂର୍ଯ୍ୟଙ୍କ ସାହିତ୍ୟ କଳା କୃତି ପାଇଁ ଦିଗପହଣ୍ଡି ବିଶ୍ୱ ଦରବାରେ ସ୍ବତନ୍ତ୍ର ପରିଚୟ ହାସଲ କରିଥିବା ବେଳେ ପ୍ରଶାସନ ପକ୍ଷରୁ ସ୍ମୃତିଚାରଣ ତ ଦୂରର କଥା ବଜାର ଛକଠାରେ ଥିବା ତାଙ୍କ ପ୍ରତିମୂର୍ତ୍ତିରେ ଫୁଲମାଳଟିଏ ମଧ୍ୟ ନ ପଡ଼ିବା ଦିଗପହଣ୍ଡିର ସାହିତି୍ୟକ ଓ ବୁଦ୍ଧିଜୀବୀଙ୍କୁ ବ୍ୟଥିତ କରିଛି। କବିସୂର୍ଯ୍ୟ ପ୍ରାଥମିକ ବିଦ୍ୟାଳୟରେ ବୁଦ୍ଧିଜୀବୀମାନଙ୍କ ପକ୍ଷରୁ ଆୟୋଜିତ ସ୍ମୃତି ସଭାରେ ଘଟଣା ନେଇ ଗଭୀର କ୍ଷୋଭ ପ୍ରକାଶ କରାଯାଇଛି।

୪୫୩ ଭୂତ ବିଦ୍ୟୁତ୍‌ ଉପଭୋକ୍ତା ଚିହ୍ନଟ

୪୫୩ ଭୂତ ବିଦ୍ୟୁତ୍‌ ଉପଭୋକ୍ତା ଚିହ୍ନଟ

ବେଗୁନିଆପଡ଼ା,୨୨।୧(ଡି.ଏନ.ଏ.)- କୋଦଳା ବିଦ୍ୟୁତ ଉପଖଣ୍ଡ ଅଞ୍ଚଳର ବିଭିନ୍ନ ଗ୍ରାମରୁ ବିଦ୍ୟୁତ ବିଭାଗ ଉପଭୋକ୍ତାଙ୍କଠାରୁ ବିଲ ଆଦାୟ ସମୟରେ ଅନେକ ଭୂତ ଉପଭୋକ୍ତା ଚିହ୍ନଟ ହୋଇଛନ୍ତି। ଏନେଇ ସୋମବାର ଏସ୍‌ଡିଓ ସୁକାନ୍ତ କୁମାର ଜେଠୀ ବେଗୁନିଆପଡ଼ା ସାଉଥ୍‌କୋ କାର୍ଯ୍ୟାଳୟରେ ଆୟୋଜିତ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି। ଏହି ଅଞ୍ଚଳର ମୋଟ ୨୯୧୩୦ ଉପଭୋକ୍ତା ଥିବା ବେଳେ ୨୬୮୩୬ ଜଣଙ୍କଠାରୁ ପ୍ରତ୍ୟେକ ମାସର ବିଲ ଆଦାୟ କରାଯାଉଛି।

୭ ଖେଳାଳିଙ୍କ ବାଙ୍ଗାଲୋର ଗସ୍ତ

୭ ଖେଳାଳିଙ୍କ ବାଙ୍ଗାଲୋର ଗସ୍ତ

ବ୍ରହ୍ମପୁର ଅଫିସ,୨୨।୧- ଆଇଏବିଏଫ ନୂଆଦିଲ୍ଲୀ ଦ୍ୱାରା ବାଙ୍ଗାଲାରରେ ଆୟୋଜିତ ହେବାକୁ ଥିବା ୬୦ତମ ସିନିୟର ଜାତୀୟ ମୁଷ୍ଟିଯୋଦ୍ଧା ପ୍ରତିଯୋଗିତା ପାଇଁ ବକ୍ସିଂ ଓଡିଶା ପକ୍ଷରୁ ୭ଜଣ ଖେଳାଳି ସୋମବାର ବାଙ୍ଗାଲୋର ଯାତ୍ରା କରିଛନ୍ତି। ସେମାନଙ୍କ ମଧ୍ୟରେ ଗଞ୍ଜାମରୁ ତନୁଜ ନାୟକ(୪୯କେଜି), ଗଣେଶ କୁମାର ଗୌଡ(୫୨କେଜି), ସନ୍ତୋଷ କୁମାର ବେହେରା(୬୦ କେଜି), ପୁରୀର ରାଜୁ ନାୟକ(୫୬କେଜି), ଭୁବନେଶ୍ୱରର ଆଲୋକ କୁମାର ମଲ୍ଲିକ(୬୪କେଜି) ସତ୍ୟଜିତ ବାହୁବଳେନ୍ଦ୍ର(୬୯କେଜି) ଏବଂ କଟକର ଧନଞ୍ଜୟ ବେଉରା ରହିଛନ୍ତି।

ଉପେନ୍ଦ୍ର ଭଞ୍ଜଙ୍କ ଉପରେ ଅଧିକ ଗବେଷଣା ଆବଶ୍ୟକ

ଉପେନ୍ଦ୍ର ଭଞ୍ଜଙ୍କ ଉପରେ ଅଧିକ ଗବେଷଣା ଆବଶ୍ୟକ

ଭଞ୍ଜନଗର,୨୨।୧(ଡି.ଏନ.ଏ.)-କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଜୟନ୍ତୀ ସୋମବାର ବିଭିନ୍ନ ସ୍ଥାନରେ ପାଳିତ ହୋଇଛି। ଉପେନ୍ଦ୍ର ଭଞ୍ଜଙ୍କ ଜନ୍ମମାଟି ଭଞ୍ଜନଗର ନିକଟସ୍ଥ କୁଲାଡ଼ ଗ୍ରାମରେ। ଭଞ୍ଜନଗର ଏନଏସି ଓ ଭଞ୍ଜ ସାହିତ୍ୟ ପରିଷଦ ପକ୍ଷରୁ ଷ୍ଟେଟ ବ୍ୟାଙ୍କ ଛକରେ ଭଞ୍ଜ ଜୟନ୍ତୀ ସମାରୋହ ସୋମବାର ଉଦ୍‌ଘାଟିତ ହୋଇଛି । ଦୁଇଦିନ ଧରି ଚାଲିବାକୁ ଏହି କାର୍ଯ୍ୟକ୍ରମକୁ ଭଞ୍ଜନଗର ବ୍ଲକ ଉପାଧ୍ୟକ୍ଷ ଜିତେନ୍ଦ୍ର କେଶରୀ ଆରୁଖ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରିଥିଲେ।

ରୋହିତ ହତ୍ୟା ମାମଲା, ୩ ଗିରଫ

ରୋହିତ ହତ୍ୟା ମାମଲା, ୩ ଗିରଫ

ପାଟପୁର,୨୨।୧(ଡି.ଏନ.ଏ.)- ପାଟପୁର ଥାନା ପି.ରାମଚନ୍ଦ୍ରପୁର ଗ୍ରାମରେ ୨ ତାରିଖ ରାତିରେ ହୋଇଥିବା ହତ୍ୟା ଘଟଣାରେ ପୋଲିସ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ପି.ରାମଚନ୍ଦ୍ରପୁରର ମୁଖ୍ୟ ଅଭିଯୁକ୍ତ ଚିତ୍ରସେନ ପ୍ରଧାନ, ବିଜୟ ପ୍ରଧାନ ଓ ସୁବୁଦ୍ଧି ପ୍ରଧାନ। ପ୍ରକାଶ ଯେ, ଗ୍ରାମର ରୋହିତ ବିଷୋୟୀ ଜଣେ ସମ୍ପର୍କୀୟଙ୍କ ଶୁଦ୍ଧକ୍ରିୟା ଭୋଜି ସାରି ଘରକୁ ଫେରୁଥିବାବେଳେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଅଭିଯୁକ୍ତମାନେ ତାଙ୍କୁ ନିକଟସ୍ଥ ରାଇସ୍‌ ମିଲ୍‌କୁ ନେଇ ହତ୍ୟା କରିଥିଲେ। ଏନେଇ ମୃତ ରୋହିତଙ୍କ ଭାଇ ସୁରେନ୍ଦ୍ର ଥାନାରେ ଏତଲା ଦେବା ପରେ ପୋଲିସ କେସ ନଂ. ୨/୧୮ରେ ଏକ ମାମଲା ରୁଜୁ କରି ତଦନ୍ତ ଚଲାଇ ସୋମବାର ଗିରଫ କରି କୋର୍ଟ ଚାଲାଣ କରିଥିବା ଆଇଆଇସି ରମେଶ କୁମାର ପ୍ରଧାନ ଜଣାଇଛନ୍ତି।

ଲୁଣ ଉତ୍ପାଦନକୁ ଦିଆଯାଉନି ଗୁରୁତ୍ୱ

ଲୁଣ ଉତ୍ପାଦନକୁ ଦିଆଯାଉନି ଗୁରୁତ୍ୱ

ଗଞ୍ଜାମ,୨୨।୧(ଡି.ଏନ.ଏ.)- ଲୁଣ ଉତ୍ପାଦନକୁ ଗୁରୁତ୍ୱ ଦିଆଯାଉନି। ତେଣୁ ସ୍ଥାନୀୟ ହୁମ୍ମା ଓ ଗଞ୍ଜାମ ଅଞ୍ଚଳର ଚାଷୀମାନେ ଲୁଣ ଚାଷରୁ ମୁହଁ ଫେରାଇବାକୁ ବାଧ୍ୟ ହେଉଛନ୍ତି। ଅର୍ଦ୍ଧାଧିକ ଲୁଣଚାଷ ଜମି ଏବେ ପଡ଼ିଆ ପଡିଛି। ଏହି ଜମିରେ ଏବେ ଗୋରୁ ଚରୁଛନ୍ତି। ଗଞ୍ଜାମ ବ୍ଲକର ହୁମ୍ମା ସମେତ ଲକ୍ଷ୍ମୀପୁର, ଝାଡକୁଦା, ମୟୁରପଦା, ନୀଳାଦ୍ରିପୁର, ଖଟୁଆକୁଦା, କଣ୍ଟିଆଗଡ଼, ବିଞ୍ଚଣାପଲ୍ଲି, ପୁଇଁତୋଳା ଏବଂ ସୂର୍ଯ୍ୟ ନାରାୟଣପୁର ଗ୍ରାମର ଲୋକମାନେ ଅନ୍ୟାନ୍ୟ ଚାଷ ସହ ଲୁଣ ଚାଷ କରିଥାନ୍ତି। ସରକାରଙ୍କ ପକ୍ଷରୁ ଏନେଇ କୌଣସି ପ୍ରୋତ୍ସାହନ ମିଳୁନଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଅନ୍ୟପଟେ ଉନ୍ନତ ପଦ୍ଧତିରେ ଧାନ, ପନିପରିବା ଚାଷ ହେଉଥିବା ବେଳେ ଲୁଣ ପାଇଁ କୌଣସି ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯାଉନଥିବା ସ୍ଥାନୀୟ ଲୁଣ ଚାଷୀ ଅଭିଯୋଗ କରିଛନ୍ତି।

ସ୍ତ୍ରୀଙ୍କୁ ତଣ୍ଟିଚିପି ହତ୍ୟା ଅଭିଯୋଗ, ସ୍ବାମୀ ଅଟକ

ସ୍ତ୍ରୀଙ୍କୁ ତଣ୍ଟିଚିପି ହତ୍ୟା ଅଭିଯୋଗ, ସ୍ବାମୀ ଅଟକ

ପୋଲସରା,୨୨।୧(ଡି.ଏନ.ଏ.)-ପୋଲସରା ଥାନା ଅନ୍ତର୍ଗତ ମଧୁସୂଦନପୁର ଗ୍ରାମରେ ରବିବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କୁ ସ୍ବାମୀ ତଣ୍ଟିଚିପି ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତା ମହିଳା ହେଲେ କାମୁନୀ ପୋଲେଇ। ଏ ନେଇ କାମୁନୀଙ୍କ ଭାଇ ନାରାୟଣ ଜେନା ଥାନାରେ ଏତଲା ଦେଇଥିଲେ। ଏହାକୁ ଭିତ୍ତିକରି ସୋମବାର ପୋଲସରା ଥାନାରେ ନଂ. ୭/୧୮ରେ ମାମଲା ରୁଜୁ ହୋଇଛି। ମୃତଦେହକୁ ପୋଲିସ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ମେଡିକାଲକୁ ପଠାଇବା ସହ ଅଭିଯୁକ୍ତ ସ୍ବାମୀଙ୍କୁ ଅଟକ ରଖିଛି। ଘଟଣାର ତଦନ୍ତ ଚାଲିଛି ବୋଲି ତଦନ୍ତ ଅଧିକାରୀ ଏସଆଇ ମମତା ସାମନ୍ତରା ସୂଚନା ଦେଇଛନ୍ତି ।

କୃଷକ ସମ୍ପର୍କ ମେଳା

ବାଲିଗୁଡ଼ା,୨୨।୧ (ଡି.ଏନ୍‌.ଏ.)- ଜିଲା କୃଷି ଅଧିକାରୀଙ୍କ ପୌରହିତରେ ତୁମୁଡ଼ିବନ୍ଧ ବ୍ଲକ ସିର୍ଲାଠାରେ କୃଷକସମ୍ପର୍କ ମେଳା ଅନୁଷ୍ଠିତ ହୋଇଯାଇଛି ା ଏଥିରେ ଉପ ପ୍ରକଳ୍ପ ନିର୍ଦ୍ଦେଶକ ଫୁଲବାଣି ହେମନ୍ତ ଦାସ, ଜିଲା କୃଷି ଅଧିକାରୀ ବାଲିଗୁଡ଼ା କାମେଶ୍ୱର ମଳିକ, ସିର୍ଲା ସରପଞ୍ଚ ଓ ସମିତିସଭ୍ୟ, କୁର୍ତମଗଡ଼ ସରପଞ୍ଚ ପ୍ରମୁଖ ମଞ୍ଚସୀନ ଥିଲେ ଞ। କାର୍ଯ୍ୟକ୍ରମରେ କୃଷି ଏବଂ କୃଷକ ସମ୍ବନ୍ଧିତ ସରକାରଙ୍କ ବିଭିନ୍ନ ଯୋଜନା ଉପରେ ଆଲୋକପାତ କରାଯିବା ସହ କୃଷକମାନଙ୍କୁ ସଚେତନ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ସହକାରୀ କୃଷି ଅଧିକାରୀ ବେଲଘର ସଞ୍ଜୟ କୁମାର ବାରିକ ଓ ଜ୍ୟୋତି ରଞ୍ଜନ ମିଶ୍ର ପରିଚାଳନା କରିଥିଲେ। ଏହି କୃଷକ ସମ୍ପର୍କ ମେଳାରେ ୩୦୦ରୁ ଉର୍ଦ୍ଧ୍ୱ ମହିଳା ଓ ପୁରୁଷ ଚାଷୀ ଯୋଗଦେଇଥିଲେ।

ଟ୍ରେନରୁ ଲୁଟ୍‌ ଉଦ୍ୟମ ବିଫଳ: ୫ ଗିରଫ

ଟ୍ରେନରୁ ଲୁଟ୍‌ ଉଦ୍ୟମ ବିଫଳ: ୫ ଗିରଫ

ବ୍ରହ୍ମପୁର ଅଫିସ,୨୧।୧-ଖୋର୍ଦ୍ଧା ରେଳ ଡିଭିଜିନ ଅନ୍ତର୍ଗତ ଜଟଣୀଠାରୁ ଏକ ଟ୍ରେନରେ ଲୁଟ୍‌ ଯୋଜନା କରୁଥିବା ୫ ଯୁବକଙ୍କୁ ଖୋର୍ଦ୍ଧା ଜିଆରପି ପୋଲିସ ଗିରଫ କରିଛି। ସେମାନେ ହେଲେ ନୂଆଦିଲ୍ଲୀ ସୁଲତାନପୁରୀ ଅଞ୍ଚଳର ସୁନୀଲ କୁମାର, ହରିୟାଣାର ଭନାବୀ ବେହେରା, ପଶ୍ଚିମ ନୂଆଦିଲ୍ଲୀର ବିଜେନ୍ଦ୍ର କୁମାର, ରାଜେଶ କୁମାର ଓ ସୁଲତାନପୁରୀର ରବୀନ୍ଦ୍ର। ସେମାନଙ୍କ ନିକଟରୁ ଭୁବନେଶ୍ୱରରୁ ବ୍ରହ୍ମପୁର ଯାଉଥିବା ରେଳ ଟିକେଟ୍‌, ଖଣ୍ଡା, ଛୁରି, ଲଙ୍କାଗୁଣ୍ଡ ପ୍ୟାକେଟ୍‌ ଓ ନଗଦ ଟଙ୍କା ୨୦ ହଜାର ୭୦୦ ଟଙ୍କା ଜବତ କରାଯାଇଛି।

ବ୍ରହ୍ମପୁରରେ ଓପନ୍‌ ଡଗ୍‌ ଶୋ’

ବ୍ରହ୍ମପୁରରେ ଓପନ୍‌ ଡଗ୍‌ ଶୋ’

ବ୍ରହ୍ମପୁର ଅଫିସ,୨୧।୧-ଗଞ୍ଜାମ କେନାଇନ୍‌ ସଂଘ ତରଫରୁ ଖଲ୍ଲିକୋଟ କଲେଜ ଷ୍ଟାଡିୟମ୍‌ଠାରେ ରବିବାର ପ୍ରଥମ ଥର ପାଇଁ ଅଲ୍‌ ବ୍ରିଡ଼୍‌ ଓପନ୍‌ ଡଗ୍‌ ଶୋ’ ଅନୁଷ୍ଠିତ ହୋଇଥିଲା। ଏଥିରେ ବ୍ରହ୍ମପୁର, ସମ୍ବଲପୁର, କଟକ, ଭୁବନେଶ୍ୱର ଏବଂ ଇଚ୍ଛାପୁରରୁ ୨୫ପ୍ରଜାତିର କୁକୁର ଭାଗନେଇଥିଲେ।