Dharitri News
ବାଲେଶ୍ୱର

‘ଧର୍ମୀୟ ଚେତନା ମନରେ ଶାନ୍ତି ଆଣେ’

‘ଧର୍ମୀୟ ଚେତନା ମନରେ ଶାନ୍ତି ଆଣେ’ ଭୋଗରାଇ,୨୭।୧୨(ଡି.ଏନ.ଏ.)- ଧର୍ମ ହିଁ ବିଜ୍ଞାନ। ପ୍ରତ୍ୟେକ ମଣିଷ ଧର୍ମ ଭାବାପନ୍ନ ହୋଇ ନିଜକୁ ସମର୍ପିତ କରିପାରିଲେ ମନକୁ ଶାନ୍ତି ମିଳେ ଓ ଶକ୍ତି ଲାଭ ହୁଏ ବୋଲି ନିଗମାନନ୍ଦଙ୍କ ସାର୍ବଭୌମ ଭକ୍ତ ସମ୍ମିଳନୀରେ ବ୍ରହ୍ମଚାରୀମାନେ ତାତ୍ତ୍ୱିକ ଅଭିଭାଷଣ ଦେଇ ମତବ୍ୟକ୍ତ କରିଛନ୍ତି। ଆସାମ ବଙ୍ଗୀୟ ସାରସ୍ବତ ମଠର ମହନ୍ତ ମହାରାଜ ତଥା ସ୍ବାମୀ ନିଗମାନନ୍ଦ ସରସ୍ବତୀ ଦେବଙ୍କ ପଟ୍ଟଶିଷ୍ୟ ଜ୍ଞାନାନନ୍ଦ ସରସ୍ବତୀଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ସମ୍ମିଳନୀରେ ଧର୍ମୀୟ ଚେତନା ଓ ସାମ୍ୟ ଭାବନା ଉପରେ ବକ୍ତାମାନେ ଆଲୋକପାତ କରିଥିଲେ। ‘ଜୟଗୁରୁ’ ‘ଜୟମା’ଙ୍କ ଅନ୍ତରଙ୍ଗ ସଭାର ପ୍ରଥମ ଅଧିବେଶନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ଶ୍ରୀମତ୍‌ ସ୍ବାମୀ ବିମଳାନନ୍ଦ ସରସ୍ବତୀ ସୂଚନା ଦେଇଥିଲେ। ଏହି ଅନ୍ତରଙ୍ଗ ସଭାରେ ଶ୍ରୀମତ୍‌ ସ୍ବାମୀ ଜ୍ଞାନେନ୍ଦ୍ର ସରସ୍ବତୀ, ଶ୍ରୀମତ୍‌ ସ୍ବାମୀ ସତ୍ୟବ୍ରତାନନ୍ଦ ସରସ୍ବତୀ, ଶ୍ରୀମତ୍‌ ସ୍ବାମୀ ବିଜୟଚୈତନ୍ୟ ବ୍ରହ୍ମଚାରୀ ପ୍ରମୁଖ ଠାକୁର ନିଗମାନନ୍ଦ ପରମହଂସ ଦେବଙ୍କ ପ୍ରବର୍ତ୍ତିତ ଧାର୍ମିକ ଗୁଣବତ୍ତା ସମ୍ପର୍କରେ ଆଲୋକପାତ କରିଥିଲେ। ପ୍ରତ୍ୟୁଷରେ ପ୍ରଭାତୀ କୀର୍ତ୍ତନ, ଠାକୁରଙ୍କ ମଙ୍ଗଳ ଆରତି, ‘ଜୟଗୁରୁ’ ‘ଜୟମା’ ନାମଜପ କରି ଭକ୍ତମାନେ ସମ୍ମିଳନୀ କ୍ଷେତ୍ର ପରିକ୍ରମା କରିଥିଲେ। ମଧ୍ୟାହ୍ନରେ କିଶଳୟ ସଭା ଅନୁଷ୍ଠିତ ହୋଇଥିଲା। ଏହି ସଭାକୁ ପରିଚାଳନା କରିଥିଲେ ଶାଶ୍ୱତୀ ସ୍ବରୂପା ବ୍ରହ୍ମଚାରିଣୀ। ସନ୍ଧ୍ୟାରେ ଆରତି ପରେ ଭୁବନେଶ୍ୱର ବଂଶୀବିଳାସ ସଂସ୍ଥା ପକ୍ଷରୁ ‘ବସନ୍ତରାସ’ ପରିବେଷଣ କରାଯାଇଥିଲା। ଏହି ସାର୍ବଭୌମ ସମ୍ମିଳନୀରେ ୨୫ହଜାରରୁ ଉର୍ଦ୍ଧ୍ୱ ଭକ୍ତ ସାମିଲ ହୋଇଛନ୍ତି। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଅଢ଼େଇ ପ୍ଲାଟୁନ୍‌ ପୋଲିସ ଫୋର୍ସ, ୪ ଇନ୍ସପେକ୍ଟର, ୪୫ ହୋମଗାର୍ଡ଼, ୩୦ କନଷ୍ଟେବଳ, ୧୩ଜଣ ଅଫିସର ଯୋଗଦେଇଛନ୍ତି ବୋଲି ଏସ୍‌ଡ଼ିପିଓ ରାମଚନ୍ଦ୍ର ଗୌଡ଼ ପ୍ରକାଶ କରିଛନ୍ତି।

ବାଲେଶ୍ୱର

ଅନଶନରେ ବସିଲେ ମା’, ଝିଅ

ଅନଶନରେ ବସିଲେ ମା’, ଝିଅ

କେନ୍ଦୁଝର,୧୭।୧(ସ୍ବ.ପ୍ର.): କେନ୍ଦୁଝର ଜିଲା ନଦୀବନ୍ଧ ଥାନା ଅଧୀନ କଳିଗାଁର ଏକ ପରିବାରର ଜଣେ ଅସହାୟ ମହିଳା ଶାନ୍ତିଲତା ସେଠୀ ତାଙ୍କ ଝିଅ ସହ ବୁଧବାର ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଅନଶନରେ ବସିଛନ୍ତି।

ଦୁର୍ଘଟଣାରେ ଭାଲୁ ମୃତ

ଦୁର୍ଘଟଣାରେ ଭାଲୁ ମୃତ

କେନ୍ଦୁଝର,୧୭।୧(ସ୍ବ.ପ୍ର.): କେନ୍ଦୁଝର ସଦର ରେଞ୍ଜ ଅନ୍ତର୍ଗତ ନେକଡାଘର ନିକଟ ଏନ୍‌ଏଚ୍‌ ୨୦ରେ ଦୁର୍ଘଟଣାରେ ଏକ ଅଣ୍ଡିରା ଭାଲୁର ମୃତ୍ୟୁ ଘଟିଛି। ଭାଲୁଟିର ବୟସ ୧୫ବର୍ଷ ଏବଂ ଓଜନ ୭୦ କିଗ୍ରା ହେବ। ରାସ୍ତାପାରି ହେବାବେଳେ ଦୁର୍ଘଟଣା ଘଟିଥିବା କୁହାଯାଉଛି।

ରବି ଫସଲ ବନ୍ଦ ଆଶଙ୍କା

ଝୁମ୍ପୁରା, ୧୬।୧(ଡି.ଏନ୍‌.ଏ.)-ଜଳସେଚନ ବିଭାଗ କର୍ତ୍ତୃପକ୍ଷଙ୍କ ଖାମଖିଆଲି କାରଣରୁ ଚଳିତ ବର୍ଷ ରବି ଫଲଲ ବନ୍ଦ ଆଶଙ୍କା ଦେଖା ଦେଇଛି। ଫଳରେ ଚାଷୀକୁଳ ଚିନ୍ତାରେ ରହିଛନ୍ତି। କେନାଲ ମରାମତି ଆଳରେ ବିଭାଗ ପକ୍ଷରୁ ଚଳିତ ବର୍ଷ ରବି ଫସଲ ନିମନ୍ତେ କେନାଲରେ ପାଣି ଛଡ଼ା ଯିବ ନାହିଁ ବୋଲି ନୋଟିସ ଜାରି ହୋଇଛି।

ନିଆଁ ଲାଗିଲେ ନାହିଁ ବଞ୍ଚିବାର ବାଟ

କେନ୍ଦୁଝର, ୧୬।୧(ସ୍ବ.ପ୍ର.)-କେନ୍ଦୁଝର ସହରରେ ବିଭିନ୍ନ ସପିଂମଲ୍‌, ମାର୍କେଟ କମ୍ପ୍ଲେକ୍ସ, ହୋଟେଲ, ଲଜ୍‌, କଲ୍ୟାଣମଣ୍ଡପ, ନର୍ସିଂହୋମ, କେତକ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ସିନେମା ହଲ୍‌, ବେସରକାରୀ କଲେଜ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନ ଥାଇ ଚାଲୁଥିବା ଅଭିଯୋଗ ହେଉଛି।

କଳାକାରଙ୍କ ସାଂସ୍କୃତିକ ଶୋଭାଯାତ୍ରା

କଳାକାରଙ୍କ ସାଂସ୍କୃତିକ ଶୋଭାଯାତ୍ରା

ଭଦ୍ରକ ଅଫିସ,୧୬। ୧-ଭଦ୍ରକ ସହରାଞ୍ଚଳରେ କଳାକାରଙ୍କୁ ନେଇ ନଗରକଳା ସଂସ୍କୃତି ସଂଘ ଗଠିତ ହୋଇଛି। ମଙ୍ଗଳବାର ଶହୀଦସ୍ମୃତିଭବନ ପରିସରରେ ଏହି ସଂଘର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।

ତ୍ରୁଟିପୂର୍ଣ୍ଣ ମାପ ଓଜନ ମେଶିନ ବଦଳାଇବା ପାଇଁ ନିର୍ଦ୍ଦେଶ

ଭଦ୍ରକ ଅଫିସ,୧୬ା୧- ଭଦ୍ରକ ବ୍ଳକ ଅନ୍ତର୍ଗତ କୋରକୋରା ସେବାସମବାୟ ସମିତିରେ ଡିଜିଟାଲ ୱେଟ ମେଶିନ ମାଧ୍ୟମରେ ଚାଷୀଙ୍କୁ ଠକେଇ କରାଯାଉଥିବା ନେଇ ଅଭିଯୋଗ ହୋଇଥିଲା।

ସେବା ସମବାୟ ସମିତିରେ ତାଲା ପକାଇଲେ ଚାଷୀ

ସେବା ସମବାୟ ସମିତିରେ ତାଲା ପକାଇଲେ ଚାଷୀ

ବାହାନଗା,୧୬।୧(ଡି.ଏନ.ଏ.)-ବିଭିନ୍ନ ଦାବି ନେଇ ମଙ୍ଗଳବାର ବାହାନଗା ବ୍ଳକ ଆଳଦା ସେବା ସମବାୟ ସମିତିରେ ଚାଷୀମାନେ ତାଲା ପକାଇ ଧାରଣାରେ ବସିଥିଲେ। ଏସିଏସଓ (ଅତିରିକ୍ତ ସିଭିଲି୍‌ ସପ୍ଲାୟର)ମଣି ଚରଣ ପାତ୍ର ଙ୍କ ପ୍ରତିଶ୍ରୁତି ପରେ ଚାଷୀମାନେ ଧାରଣା ହଟିବା ସହ ତାଲା ଖୋଲିଥିଲେ।

ନିଅଁ।ରେ ପୋଡ଼ି ସ୍ତ୍ରୀ ଅର୍ଦ୍ଧଦଗ୍ଧ, ସ୍ବାମୀ ଗୁରୁତର

ସଜନାଗଡ଼,୧୬।୧(ଡି.ଏନ.ଏ.)-ନୀଳଗିରି ଥାନା ଅଯୋଧ୍ୟା ଗ୍ରାମର ରିଣ୍ଟୁ ମୁଖି (୨୨) ଓ ତାଙ୍କ ସ୍ତ୍ରୀ ତପସ୍ବିନୀ ମଙ୍ଗଳବାର ନିଅଁ।ରେ ପୋଡି ଗୁରୁତର ହୋଇଛନ୍ତି।

୩ ବର୍ଷ ହେଲା ପାଦରେ ଶିକୁଳି

୩ ବର୍ଷ ହେଲା ପାଦରେ ଶିକୁଳି

ଖଇରା, ୧୪। ୧(ଉତ୍କଳ ବନ୍ଧୁ ପଣ୍ଡା)-ବାଲେଶ୍ୱର ଜିଲା ଖଇରା ବ୍ଲକ ନହଙ୍ଗ ପଞ୍ଚାୟତ ରୁସ୍ତମପୁର ଗାଁରେ ରୁହନ୍ତି ପୂର୍ଣ୍ଣଚନ୍ଦ୍ରଙ୍କ ପରିବାର। ପରିବାର କହିଲେ ସ୍ତ୍ରୀ, ୨ ପୁଅ, ଗୋଟିଏ ଝିଅକୁ ବୁଝାଏ।

ଭୀମକୁଣ୍ଡ ମହୋତ୍ସବ ଉଦ୍‌ଯାପିତ

ଭୀମକୁଣ୍ଡ ମହୋତ୍ସବ ଉଦ୍‌ଯାପିତ

ଠାକୁରମୁଣ୍ଡା,୧୬। ୧(ଡି.ଏନ.ଏ.)- ଠାକୁରମୁଣ୍ଡା ବ୍ଲକର ପର୍ଯ୍ୟଟନୀସ୍ଥଳୀ ଭୀମକୁଣ୍ଡଠାରେ ମକର ସଂକ୍ରାନ୍ତିଠାରୁ ଆରମ୍ଭ ହୋଇ ୩ଦିନ ଧରି ଚାଲିଥିବା ଭୀମକୁଣ୍ଡ ମହୋତ୍ସବ ମଙ୍ଗଳବାର ଉଦ୍‌ଯାପିତ ହୋଇଛି ।

ପୋଡି ହୋଇ ମହିଳା ଗୁରୁତର

ବାରିପଦା ଅଫିସ,୧୬।୧- ବାରିପଦା ବାଘଡାରୋଡ ଅଞ୍ଚଳର ଜଣେ ମହିଳା ମଙ୍ଗଳବାର ନିଅଁାରେ ପୋଡି ହୋଇ ଗୁରୁତର ହୋଇଛନ୍ତି। ଗୁରୁତର ମହିଳାଜଣଙ୍କ ହେଉଛନ୍ତି କୁନ୍ଦଲତା ମିଶ୍ର ।

ତୀର ମାଡରେ ମହିଳା ଗୁରୁତର

ବାରିପଦା ଅଫିସ,୧୬।୧- ମୟୂରଭଞ୍ଜ ଜିଲା ଜାମଦା ଥାନା ଅଞ୍ଚଳରେ ମଙ୍ଗଳବାର ଅପରାହ୍ନରେ ତୀରମାଡରେ ଜଣେ ମହିଳା ଗୁରୁତର ହୋଇଛନ୍ତି। ଆହତ ମହିଳାଜଣଙ୍କ ହେଉଛନ୍ତି ମାଳତୀ କଳା(୫୦)। ତାଙ୍କୁ ରାଇରଙ୍ଗପୁର ମେଡିକାଲରେ ଭର୍ତ୍ତି କରାଯାଇଛି।