ବ୍ରହ୍ମପୁର

ଅବକାରୀ ବିଭାଗ ଚଢ଼ାଉ: ଗଞ୍ଜେଇ, ମଦ ଜବତ

ଅବକାରୀ ବିଭାଗ ଚଢ଼ାଉ: ଗଞ୍ଜେଇ, ମଦ ଜବତ

ଛତ୍ରପୁର,୨୭।୧୨(ଡି.ଏନ.ଏ.)- ଛତ୍ରପୁର ଅବକାରୀ ବିଭାଗ ପକ୍ଷରୁ ବୁଧବାର ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ବିପୁଳ ପରିମାଣର ଗଞ୍ଜେଇ, ଦେଶୀ ମଦ ଓ ରନ୍ଧା ମଦ ଜବତ କରାଯାଇଛି। ସ୍ଥାନୀୟ ବଡ ଷ୍ଟେଶନ ନିକଟରୁ ଗଞ୍ଜେଇ ଜବତ କରାଯିବା ସହ ୨ଜଣଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତମାନେ ହେଲେ କୋଦଳା ଥାନା ବେରୁଆଁବାଡି ଗାଁର ଶଙ୍କର ପ୍ରସାଦ ପାଢୀ ଓ କୋଦଳା ଏନଏସି କୁମୁଟି ସାହିର ସୂର୍ଯ୍ୟ ନାରାୟଣ ମହାରଣା। ସେମାନଙ୍କଠାରୁ ୯ କିଗ୍ରା ଗଞ୍ଜେଇ ଏବଂ ଏକ ବାଇକ (ନଂ. ଓଆର୩୩-୯୮୬୩) ଜବତ କରାଯାଇଛି।ଚଢାଉରେ ଅବକାରୀ ଇନ୍ସପେକ୍ଟର ପ୍ରଶାନ୍ତ କୁମାର କହଁର, ଏସଆଇ ବଳରାମ ସାହୁ, ଏଏସଆଇ ବିଜୟ ବେହେରା, କନଷ୍ଟେବଳ ଜଗନ୍ନାଥ ମହାପାତ୍ର, ସନ୍ତୋଷ କୁମାର ପ୍ରଧାନ, କାମାନା କୁମାର ବେହେରା ସାମିଲ ଥିଲେ। ସେହିପରି ରମ୍ଭା ଥାନା ବାଗଲପୁର ଗାଁରୁ ଚୋରାରେ ବିକ୍ରି କରୁଥିବା ଦେଶୀମଦ ମାମଲାରେ ତ୍ରିନାଥ ଦାସ, ସନ୍ତୋଷ ଦାସ, ପଣ୍ଡିତ ଦାସ, ଗୋପୀନାଥ ଦାସଙ୍କୁ ଗିରଫ କରାଯାଇଛି ।ସେମାନଙ୍କଠାରୁ ୫୦ ଲିଟର ଦେଶୀ ମଦ ଜବତ କରାଯାଇଛି। ଏଥିସହ ଆସିକା ରେଞ୍ଜରୁ ଗତ ୧୫ ତାରିଖରୁ ଏ ପର୍ଯ୍ୟନ୍ତ ୧୨ ଜଣଙ୍କୁ ଗିରଫ କରାଯାଇ ୩୭୦୦ ଲିଟର ପୋଚ ମଦ ଜବତ କରାଯାଇଛି । ଆସିକା, ଭଞ୍ଜନଗର ଓ ସୋରଡା ଅଞ୍ଚଳରୁ ଏସବୁ ଜବତ କରାଯାଇଥିଲା। ଏହି ଚଢାଉରେ ଇନ୍ସପେକ୍ଟର ଗଙ୍ଗା ପାଇକରାୟ, ଏସଆଇ ଅଭିରାମ ପଟ୍ଟନାୟକ, କନଷ୍ଟେବଳ ରବୀନ୍ଦ୍ର ନାଥ ବିଶ୍ୱାଳ, ଏସ୍‌ ପ୍ରସନ୍ନ ରେଡ୍ଡୀ ଓ ଅଜିତ କୁମାର ସ୍ବାଇଁ ସାମିଲ ଥିଲେ ।

All Right Reserved By

Model This Week

ନିକିତା

ବ୍ରହ୍ମପୁର

ସଡ଼କ ସୁରକ୍ଷା ସପ୍ତାହ ପାଳନ

ସଡ଼କ ସୁରକ୍ଷା ସପ୍ତାହ ପାଳନ

ଭଞ୍ଜନଗର, ୨୪।୪(ଡି.ଏନ୍‌.ଏ.): କ୍ଷତ୍ରିୟବରପୁର ଆଞ୍ଚଳିକ ବିଜ୍ଞାନ ମହାବିଦ୍ୟାଳୟ ଯୁବ ରେଡକ୍ରସ ପକ୍ଷରୁ ମଙ୍ଗଳବାର ସଡ଼କ ସୁରକ୍ଷା ସପ୍ତାହ ପାଳିତ ହୋଇଯାଇଛି।

ଅସ୍ଥାୟୀ ପୀଠରେ ଦୁଇ ଭଉଣୀ

ଅସ୍ଥାୟୀ ପୀଠରେ ଦୁଇ ଭଉଣୀ

ବ୍ରହ୍ମପୁର ଅଫିସ,୨୪ା୪ ସ୍ଥାନୀୟ ଶିଳ୍ପାଞ୍ଚଳ ଆଙ୍କୋଲିର ପ୍ରସିଦ୍ଧ କନକ ଦୁର୍ଗା ମାତାଙ୍କ ଦ୍ୱିବାର୍ଷିକ ଯାତ୍ରା ସୋମବାରରୁ ଆରମ୍ଭ ହୋଇଛି। ଏହା ୧୨ ଦିନ ଚାଲିବ ଏବଂ ଆସନ୍ତା ମେ ୪ ତାରିଖ ରାତିରେ ଉଦ୍‌ଯାପନ ହେବାର କାର୍ଯ୍ୟକ୍ରମ ରହିଛି। ଯାତ୍ରା ପରିଚାଳନା କମିଟି ସଭାପତି ରଜନୀକାନ୍ତ ମଣ୍ଡଳ ଏହି ସୂଚନା ଦେଇଛନ୍ତି। ସୋମବାର ସନ୍ଧ୍ୟାରେ ଆଙ୍କୋଲିବାସୀ ଏକ ଶୋଭାଯାତ୍ରାରେ କନକଦୁର୍ଗାଙ୍କ ନିଜସ୍ବ ମନ୍ଦିରକୁ ଯାଇଥିଲେ। ଗାଁ ଦାଣ୍ଡକୁ ବିଜେ କରିବା ପାଇଁ ଆନୁଷ୍ଠାନିକ ଭାବେ ନିମନ୍ତ୍ରଣ କରାଯାଇଥିଲା। ମନ୍ଦିରରେ ମା’ଙ୍କୁ ଆବାହନ ପାଇଁ ରୀତିନୀତି ପ୍ରକାରେ ପୂଜାର୍ଚ୍ଚନା ସହ ହୋମଯଜ୍ଞ କରାଯାଇଥିଲା। ଦୁଇ ଭଉଣୀଙ୍କ ବିଗ୍ରହ ମସ୍ତକରେ ସ୍ଥାପିତ ଫୁଲମାଳ ଆପେ ଖସିବା ପରେ ଅସ୍ଥାୟୀ ପୀଠକୁ ବିଜେ କରିବାର ସଂକେତ ମିଳିଥିଲା। ରାତିରେ ବାଦ୍ୟବାଜଣା, ଶଙ୍ଖ ମହୁରୀ ନାଦ, ନାଚଗୀତ ମଧ୍ୟରେ ଏବଂ ଅସଂଖ୍ୟ ମହିଳା ଓ ପୁରୁଷଙ୍କ ଶୋଭାଯାତ୍ରାରେ କନକଦୁର୍ଗାଙ୍କୁ ଅଣାଯାଇଥିଲା। ଅସ୍ଥାୟୀ ପୀଠରେ ପୁଣି ପୂଜାର୍ଚ୍ଚନା ସହ ସ୍ଥାପନ କରାଯାଇଥିଲା।

ସରକାରୀ ଆୟୁର୍ବେଦ କଲେଜ ଅବହେଳିତ

ବ୍ରହ୍ମପୁର ଅଫିିସ,୨୪ା୪ଦକ୍ଷିଣ ଓଡ଼ିଶାର ଏକମାତ୍ର ବ୍ରହ୍ମପୁର ମହାନଗର ନିକଟ ଆଙ୍କୁଶପୁରସ୍ଥ କବିରାଜ ଅନନ୍ତ ତ୍ରିପାଠୀ ଶର୍ମା ସରକାରୀ ଆୟୁର୍ବେଦ କଲେଜ ଅବହେଳିତ ହୋଇ ରହିଛି। ଏହାର ଭିତ୍ତିଭୂମି ବିକାଶ କରାଯାଉ ନ ଥିବା ବେଳେ ଦୀର୍ଘବର୍ଷରୁ ଅନେକ ଅଧ୍ୟାପକ ଓ କର୍ମଚାରୀ ପଦବୀ ଖାଲି ପଡ଼ିଛି। ସାମାଜିକ ଅନୁଷ୍ଠାନ ମାନବ ଅଧିକାର ସୁରକ୍ଷା ମଞ୍ଚ ଏହି ଅଭିଯୋଗ କରିଛି। ତୁରନ୍ତ ସମସ୍ୟା ସମାଧାନ ଲାଗି ଦାବି କରାଯାଇଛି। ନଚେତ ଏହାକୁ ପ୍ରସଙ୍ଗ କରି ମଞ୍ଚ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବ ବୋଲି ଚେତାବନୀ ଦିଆଯାଇଛି। ବ୍ରହ୍ମପୁରରେ ସୋମବାର ଅନୁଷ୍ଠିତ ଗଞ୍ଜାମ ଜିଲାପାଳଙ୍କ ଅଭିଯୋଗ ଶୁଣାଣି ବେଳେ ଦାବି ସମ୍ବଳିତ ସ୍ମାରକପତ୍ର ପ୍ରଦାନ କରାଯାଇଛି।

ଟ୍ରାଫିକ୍‌ ନିୟମ ମାନିଲେ ଦୁର୍ଘଟଣା କମିବ

ଟ୍ରାଫିକ୍‌ ନିୟମ ମାନିଲେ ଦୁର୍ଘଟଣା କମିବ

ଛତ୍ରପୁର,୨୪।୪(ଡି.ଏନ.ଏ.)ଗଞ୍ଜାମ ଜିଲାରେ ଦିନକୁ ଦିନ ଦୁର୍ଘଟଣା ବଢୁଛି। ଏଥିସହ ଦୁର୍ଘଟଣା ଜନିତ ମୃତ୍ୟୁସଂଖ୍ୟା ମଧ୍ୟ ବଢିବାରେ ଲାଗିଛି। ଗଞ୍ଜାମ ଜିଲା ସଡକ ସୁରକ୍ଷା କମିଟି ବୈଠକରେ ଏନେଇ ଚିନ୍ତା ପ୍ରକଟ କରାଯାଉଛି। ଏହାକୁ ସୁଧାରିବାକୁ ପଦକ୍ଷେପ ନିଆଯାଉଛି। ମାତ୍ର ସ୍ଥିତିରେ ସେମିତି କିଛି ଫରକ ଆସୁନି। ଟ୍ରାଫିକ ନିୟମ ନ ମାନିବା, ସିଟ୍‌ ବେଲ୍‌ଟ ଓ ହେଲମେଟ ନ ପିନ୍ଧିବାରୁ ଏପରି ଦୁର୍ଘଟଣା ଘଟିବାରେ ଲାଗିଛି। ଏଥିରେ ସଚେତନତା ଆଣିବାକୁ ଗଞ୍ଜାମ ଜିଲା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ଅଭିନବ ଉପାୟ ଅବଲମ୍ବନ ଆରମ୍ଭ ହୋଇଛି। ସୋମବାରଠାରୁ ସୁରକ୍ଷିତ ସଡକ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହା ୭ ଦିନ ଧରି ଜିଲାର ବିଭିନ୍ନ ସ୍ଥାନରେ ଆୟୋଜନ ହେବ। ଛତ୍ରପୁରରେ ରାହଗିରି ଭଳି ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

  ଚାରୁ ଓ କାରୁକଳା କଲେଜ: ଅପପ୍ରଚାରକୁ ବିରୋଧ କଲେ ପୁରାତନ ଛାତ୍ରୀଛାତ୍ର

ଚାରୁ ଓ କାରୁକଳା କଲେଜ: ଅପପ୍ରଚାରକୁ ବିରୋଧ କଲେ ପୁରାତନ ଛାତ୍ରୀଛାତ୍ର

ଖଲ୍ଲିକୋଟ,୨୩।୪ (ଡି.ଏନ୍‌.ଏ.)ଖଲ୍ଲିକୋଟସ୍ଥିତ ସରକାରୀ ଚାରୁ ଓ କାରୁକଳା ମହାବିଦ୍ୟାଳୟରେ ଜୁନିୟର ଛାତୀଛାତ୍ରଙ୍କୁ ର଼୍ୟାଙ୍ଗି କରାଯାଉଥିବା, ବିଭିନ୍ନ ବିଭାଗର ଦାମୀ ଉପକରଣ ଚୋରିଯିବା ଆଦି ଅପପ୍ରଚାର କରାଯାଉଛି। ବରିଷ୍ଠ ଓ କନିଷ୍ଠ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଫାଟ ସୃଷ୍ଟି କରିବାକୁ ଏପରି କରାଯାଉଛି। ଏଥିରେ ପୋଲିସ ପ୍ରଶାସନର ସହଯୋଗ ନ ଲୋଡ଼ି ସିଧାସଳଖ ସଂସ୍କୃତି ବିଭାଗ ନିକଟରେ ମିଥ୍ୟା ଅଭିଯୋଗ କରାଯାଉଛି। ଏହାଦ୍ୱାରା କଲେଜର ଗୌରବ କ୍ଷୁର୍ଣ୍ଣ ହେଉଛି। ଚଳିତବର୍ଷ ନିଯୁକ୍ତି ପାଇଥିବା କେତେଜଣ ଅଧ୍ୟାପକ ନିଜର ସ୍ବାର୍ଥ ହାସଲ ପାଇଁ ଛାତ୍ରୀଛାତ୍ରଙ୍କୁ ପ୍ରଲୋଭିତ ଓ ଭୟଭୀତ କରି ରିତିମତ ଏପରି ଅପ୍ରୀତିକର ଘଟଣା ଘଟେଇ ଆସୁଛନ୍ତି ବୋଲି ପୁରାତନ ଛାତ୍ରୀଛାତ୍ରଙ୍କ ପକ୍ଷରୁ କୁହାଯାଇଛି।

 ନୀଳକଣ୍ଠେଶ୍ୱର ମନ୍ଦିର ପରିଚାଳନାକୁ ନେଇ  ବିବାଦ

ନୀଳକଣ୍ଠେଶ୍ୱର ମନ୍ଦିର ପରିଚାଳନାକୁ ନେଇ ବିବାଦ

ପାତ୍ରପୁର,୨୩।୪ (ଡି.ଏନ୍‌.ଏ.) ପାତ୍ରପୁର ବ୍ଲକ ବାଦପୁର ପଞ୍ଚାୟତ ଜିଲୁଣ୍ଡା ଭୈରବୀ ଚାଞ୍ଚଡ଼ା ପାହାଡ଼ ଉପରେ ଥିବା ନୀଳକଣ୍ଠେଶ୍ୱର ମନ୍ଦିରର ମାଲିକାନା ଓ ପରିଚାଳନା କମିଟିକୁ ନେଇ ବିବାଦ ଘନଉଛି ା ଜରଡ଼ା ଗଡ଼ର ରାଜା ଦୀପକ ଚନ୍ଦ୍ର ଦେଓ ଉକ୍ତ ମନ୍ଦିରକୁ ନିଜ ପିତୃପୁରୁଷ ନିର୍ମାଣ କରିଛନ୍ତି ବୋଲି ଦାବି କରିବା ସହ ମନ୍ଦିର ପରିଚାଳନା କମିଟି ଗଠନକୁ ବେଆଇନ ଦର୍ଶାଇଛନ୍ତି। ଏ ନେଇ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।

ବିବାହ ପୂର୍ବ ଦିନ ଯୁବକଙ୍କ ମୃତ୍ୟୁ

ହିଞ୍ଜିଳିକାଟୁ୨୩ ।୪(ଡି.ଏନ୍‌.ଏ) ହିଞ୍ଜିଳିକାଟୁ ବ୍ଲକ ତଥା ପୁରୁଷୋତ୍ତମପୁର ଥାନା ପୁଟିଆପଦର ଗ୍ରାମରେ ସୋମବାର ଏକ ଦୁତ୍ଖଦ ଘଟଣା ଘଟିଛି। ମଙ୍ଗଳବାର ବିବାହ ହେବାକୁ ଥିବା ଜଣେ ଯୁବକଙ୍କର ସୋମବାର ମୃତ୍ୟୁ ଘଟିଛି। ସେ ହେଲେ ବଡ଼ସାହି ମିଟିକ ପରିଡ଼ାଙ୍କ ସାନ ପୁଅ ଶଙ୍କର। ମଙ୍ଗଳବାର ବାହାଘର ଥିବାରୁ ବନ୍ଧୁବାନ୍ଧବ ଘରକୁ ଆସିଯାଇଥିଲେ। ସୋମବାର ସକାଳ ପ୍ରାୟ ୮ଟାରେ ଶଙ୍କର ଗ୍ରାମର ଏକ ବଗିଚାରୁ କଦଳୀ କାନ୍ଦି କିଣି ଘରକୁ ଫେରୁଥିଲେ। ଘରଠାରୁ କିଛି ଦୂରରେ କଦଳୀ କାନ୍ଦି ଧରିଥିବା ଅବସ୍ଥାରେ ସେ ହଠାତ ତଳେ ପଡ଼ିଯାଇଥିଲେ ।

ନୀଳକଣ୍ଠେଶ୍ୱର ମନ୍ଦିର ପରିଚାଳନାକୁ ନେଇ ଥମୁନି ବିବାଦ

ପାତ୍ରପୁର,୨୩ ।୪ (ଡି.ଏନ୍‌.ଏ.) ପାତ୍ରପୁର ବ୍ଲକ ବାଦପୁର ପଞ୍ଚାୟତ ଜିଲୁଣ୍ଡା ଭୈରବୀ ଚାଞ୍ଚଡ଼ା ପାହାଡ଼ ଉପରେ ଥିବା ନୀଳକଣ୍ଠେଶ୍ୱର ମନ୍ଦିରର ମାଲିକାନା ଓ ପରିଚାଳନା କମିଟିକୁ ନେଇ ବିବାଦ ଘନଉଛି । ଜରଡ଼ା ଗଡ଼ର ରାଜା ଦୀପକ ଚନ୍ଦ୍ର ଦେଓ ଉକ୍ତ ମନ୍ଦିରକୁ ନିଜ ପିତୃପୁରୁଷ ନିର୍ମାଣ କରିଛନ୍ତି ବୋଲି ଦାବି କରିବା ସହ ମନ୍ଦିର ପରିଚାଳନା କମିଟି ଗଠନକୁ ବେଆଇନ ଦର୍ଶାଇଛନ୍ତି।

ପୂର୍ବତଟ ରେଳ ଶ୍ରମିକ କଂଗ୍ରେସ କର୍ମଚାରୀଙ୍କ ଧାରଣା

ପୂର୍ବତଟ ରେଳ ଶ୍ରମିକ କଂଗ୍ରେସ କର୍ମଚାରୀଙ୍କ ଧାରଣା

ବ୍ରହ୍ମପୁର ଅଫିସ,୨୩।୪-ପୂର୍ବତଟ ରେଳପଥ ଶ୍ରମିକ କଂଗ୍ରେସ ବ୍ରହ୍ମପୁର ଶାଖା ପକ୍ଷରୁ ୧୮ ଦଫା ଦାବି ନେଇ ବ୍ରହ୍ମପୁର ରେଳଷ୍ଟେଶନ ମୁଖ୍ୟଫାଟକ ନିକଟରେ ଧାରଣା ଦିଆଯାଇଥିଲା। ଦାବିଗୁଡିକ ମଧ୍ୟରେ ୨୦୦୪ରୁ ରେଳ କର୍ମଚାରୀଙ୍କ କ୍ଷେତ୍ରରେ ଲାଗୁ କରାଯାଇଥିବା ଜାତୀୟ ପେନସନ ବ୍ୟବସ୍ଥାକୁ ଉଠାଇ ପୁରାତନ ପେନସନ ବ୍ୟବସ୍ଥା ଲାଗୁ କରାଯିବା, ରେଳ ବିଭାଗରେ ଘରୋଇକରଣ ଓ ଆଉଟସୋର୍ସିଂ ବନ୍ଦ କରିବା, ରେଳ ବିଭାଗରେ ଖାଲିଥିବା ପଦବୀ ପୂରଣ କରିବା, ଗ୍ରେଡ-୨ ଓ ଗ୍ରେଡ-୧ ଟେକ୍ନିସିଆନ ପଦବୀକୁ ମିଶ୍ରଣ କରିବା, ଷଷ୍ଠ ସେଣ୍ଟ୍ରାଲ ପେ କମିଶନରେ ଲାଗୁ ହୋଇଥିବା ଗ୍ରେଡ ପେ ବୃଦ୍ଧି କରିବା, ଗ୍ରୁପ-ସି କର୍ମଚାରୀଙ୍କୁ ପଦୋନ୍ନତି ପ୍ରଦାନ କରି ଗ୍ରୁପ-ବି ପଦବୀରେ ଅବସ୍ଥାପିତ କରିବା ପ୍ରଭୃତି ରହିଛି।

ଭାଜପାର ଦାବିପତ୍ର

ବାଲିଗୁଡା,୨୩।୪(ଡି.ଏନ୍‌.ଏ.)- କନ୍ଧମାଳ ଜିଲା ବାଲିଗୁଡା ଭାଜପା ପକ୍ଷରୁ ସୋମବାର ହକ୍‌ର ଲଢେଇ ପାଇଁ ଲଟ୍‌କା ଜାରୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ବାଲିଗୁଡ଼ା ପୂର୍ତ୍ତ ବିଭାଗ ଛକଠାରେ ଭାଜପା କର୍ମୀମାନେ ଏକାଠି ହୋଇ ଏକ ଶୋଭାଯାତ୍ରାରେ ଏନଏସି କାର୍ଯ୍ୟାଳୟକୁ ଯାଇଥିଲେ। ସେଠାରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ପ୍ର୍ରଦାନ କରାଯାଇଛି।

 ସ୍ବତନ୍ତ୍ର ଟିକାକରଣ କାର୍ଯ୍ୟକ୍ରମ ଶୁଭାରମ୍ଭ

ସ୍ବତନ୍ତ୍ର ଟିକାକରଣ କାର୍ଯ୍ୟକ୍ରମ ଶୁଭାରମ୍ଭ

ଚିକିଟି,୨୩।୪(ଡି.ଏନ.ଏ)-ଚିକିଟି ବ୍ଲକ ଅନ୍ତର୍ଗତ କତୁରୁ ଗ୍ରାମରେ ସୋମବାର ଜିଲାସ୍ତରୀୟ ଟିକାକରଣ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡ. ସଦାନନ୍ଦ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶୁଭାରମ୍ଭ କରିଥିଲେ। ସେ କହିଥିଲେ, ଜନ୍ମରୁ ୨ ବର୍ଷ ବୟସ ପର୍ଯ୍ୟନ୍ତ ଯେଉଁ ଶିଶୁମାନେ ଟିକା ନେଇପାରି ନାହାନ୍ତି ସେମାନଙ୍କୁ ଏହି ଜିଲାସ୍ତରୀୟ ସ୍ବତନ୍ତ୍ର ଟିକାକରଣ କାର୍ଯ୍ୟକ୍ରମରେ ଟିକା ଦିଆଯିବ। ଟିକାକରଣରୁ ବଞ୍ଚତ୍ତ ହୋଇଥିବା ଚିକିଟି ବ୍ଲକର କତୁରୁ ପଞ୍ଚାୟତର ୭ ଶିଶୁଙ୍କୁ ଏହି କାର୍ଯ୍ୟକ୍ରମରେ ଟିକା ଦିଆଯାଇଥିଲା।

ଟଙ୍କା, ସୁନା ଲୁଟିଲେ ଦୁର୍ବୃତ୍ତ

ଧରାକୋଟ,୨୩।୪(ଡି.ଏନ୍‌.ଏ.)- ଧରାକେଟ ଥାନା ଦଶମଇଲି ଛକରେ ଥିବା କାହ୍ନୁ ଚରଣ ପଣ୍ଡାଙ୍କ ଘରୁ ରବିବାର ରାତିରେ ଦୁର୍ବୃର୍ତ୍ତମାନେ ଟଙ୍କା ଓ ସୁନା ଗହଣା ଲୁଟି ନେଇଛନ୍ତି। କାହ୍ନୁଙ୍କ ଦୋକାନର ପଛ କବାଟ ତାଡ଼ି ଦୁର୍ବୃତ୍ତ ଭିତରେ ପଶି ୬୭ ହଜାର ଟଙ୍କା, ସୁନାଚେନ, ମୁଦି, ହାର, ଲକେଟ ଓ ପାଉଁଜି ଆଦି ୫ ଲକ୍ଷ ଟଙ୍କା ମୂଲ୍ୟର ଜିନିଷ ଲୁଟ କରିଥିବା ବେଳେ ଘର ଆଲମିରାରୁ ମଧ୍ୟ ସୁନା ଲୁଟ କରିଛନ୍ତି। ଏ ନେଇ ଧରାକୋଟ ଥାନାରେ ଅଭିଯୋଗ ହୋଇଛି।