ବାଲେଶ୍ୱର

ଷୋଡ଼ଶ ଶତାବ୍ଦୀର ବରାହୀ ମୂର୍ତ୍ତି ଚୋରି

ଷୋଡ଼ଶ ଶତାବ୍ଦୀର ବରାହୀ ମୂର୍ତ୍ତି ଚୋରି
ନୀଳଗିରି,୨୭।୧୨(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ଥାନା ଅଧୀନ ଅଯୋଧ୍ୟା ଗାଁର ପ୍ରସିଦ୍ଧ ଠାକୁରାଣୀ ମା’ ମାରିଚିଙ୍କ ମନ୍ଦିରରୁ ମଙ୍ଗଳବାର ରାତିରେ କେହି ଦୁର୍ବୃତ୍ତ ତାଲା ଭାଙ୍ଗି ମା’ ବରାହୀ ଦେବୀଙ୍କ ପ୍ରାଚୀନ ମୂର୍ତ୍ତିକୁ ଚୋରିକରି ନେଇଛନ୍ତି। ବିଗ୍ରହର ଉଚ୍ଚତା ପ୍ରାୟ ୩ ଫୁଟ ହେବ । ୧୫୪୦ରେ ନୀଳଗିରି ଗଡଜାତର ତତ୍‌କାଳୀନ ରାଜା ସର୍ଦ୍ଧାର ମାନଧାତା ଏହି ଦେବୀଙ୍କୁ ପ୍ରତିଷ୍ଠା କରିଥିଲେ । ମୁଗୁନି ପଥରରେ ନିର୍ମିତ ମା’ ବରାହୀଙ୍କ ମୂର୍ତ୍ତିର ମୂଲ୍ୟ କୋଟିଏ ଟଙ୍କାରୁ ଊର୍ଦ୍ଧ୍ୱ ହେବ। ବୁଧବାର ସକାଳେ ପୂଜକ ମନ୍ଦିରରୁ ତାଲା ଭଙ୍ଗା ଯାଇଥିବା ଦେଖି ଗ୍ରାମବାସୀଙ୍କୁ ଡାକିଥିଲେ। ଗ୍ରାମବାସୀ ଆସି ମା’ ବରାହୀଙ୍କ ମୂର୍ତ୍ତି ଚୋରି ହୋଇଥିବା ଦେଖିଥିଲେ। ଏହା ପରେ ଥାନାରେ ଅଭିଯୋଗ କରାଯାଇଥିଲା। ଥାନା ଅଧିକାରୀ ରମେଶ ଚନ୍ଦ୍ର ସିଂ ବାଲେଶ୍ୱର ସାଇଣି୍ଟଫିକ ଓ ସନ୍ଧାନୀ କୁକୁର ଟିମ ସହ ଘଟଣାସ୍ଥଳରେ ପହଁଞ୍ଚି ତଦନ୍ତ କରିଥିଲେ ମଧ୍ୟ ମୂର୍ତ୍ତି କିମ୍ବା ଚୋରଙ୍କ ସମ୍ପର୍କରେ କୌଣସି ସୁରାକ ମିଳି ନାହିଁ। ଏ ନେଇ ପୋଲିସ ଏକ ମାମଲା (ନଂ. ୩୦୨/୧୭) ରୁଜୁ କରି ତଦନ୍ତ ଜାରି ରଖିଥିବା କହିଛି। ଆରାଧ୍ୟା ଦେବୀ ମା’ ବରାହୀଙ୍କ ପ୍ରାଚୀନ ମୂର୍ତ୍ତି ଚୋରି ହେବା ଘଟଣା ନେଇ ଅଞ୍ଚଳବାଦସୀ ଉଦ୍‌ବେଗ ପ୍ରକାଶ କରିଛନ୍ତି। ପୂଜକ ସର୍ବେଶ୍ୱେର ପଣ୍ଡା ଥାନାରେ ଦେଇଥିବା ଏତଲାରେ ଦର୍ଶାଇଛନ୍ତି ଯେ, ସେ ମଙ୍ଗଳବାର ସନ୍ଧ୍ୟାରେ ମନ୍ଦିରର ବିଜେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ସହିତ ପାର୍ଶ୍ୱ ଦେବୀଙ୍କ ନିକଟରେ ଆଳତୀ କରିଥିଲେ। ପରେ ସେ ମନ୍ଦିରରେ ତାଲାପକାଇ ଘରକୁ ଚାଲି ଯାଇଥିଲେ। ପ୍ରତ୍ୟୁଷରେ ଆସି ମନ୍ଦିରରେ ତାଲା ଭଙ୍ଗା ଯାଇଥିବା ଦେଖିଥିଲେ। ମନ୍ଦିରରେ ମା’ମାରିଚି, ମଞ୍ଜିିସା, ଅବଲୋକିତେଶ୍ୱରଙ୍କ ସମେତ ଅନ୍ୟ ପାର୍ଶ୍ୱ ଦେବୀ ଥିବା ବେଳେ ବରାହୀ ଦେବୀଙ୍କ ମୂର୍ତ୍ତି ନ ଥିଲା । ଏକ ସଂଗଠିତ ର଼୍ୟାକେଟ ଦ୍ୱାରା ମନ୍ଦିରରୁ ଏହି ପ୍ରାଚୀନ ମୂର୍ତ୍ତି ଚୋରି ହୋଇଥିବା ସ୍ଥାନୀୟ ଲୋକେ ସନ୍ଦେହ ପ୍ରକାଶ କରି ଏହାର ସିବିଆଇ ତଦନ୍ତ ଦାବି କରିଛନ୍ତି। ସ୍ଥାନୀୟ ଗଡଜାତର ବଂଶାନୁକ୍ରମିକ ରାଜା ଜୟନ୍ତ ଚନ୍ଦ୍ର ମର୍ଦ୍ଦରାଜ ହରିଚନ୍ଦନ ମଧ୍ୟ ଅନୁରୂପ ଦାବି କରିଛନ୍ତି । ମୂର୍ତ୍ତି ଚୋରି ଯୋଗୁ ମନ୍ଦିରରେ ପୂଜାର୍ଚ୍ଚନା ବାଧାପ୍ରାପ୍ତ ହୋଇଥିବା ଗ୍ରାମବାସୀ କହିଛନ୍ତି।
All Right Reserved By

ବାଲେଶ୍ୱର

ଆସୁଛନ୍ତି ମା’: ଝୁମ୍ପୁରା ଚଳଚଞ୍ଚଳ

ଆସୁଛନ୍ତି ମା’: ଝୁମ୍ପୁରା ଚଳଚଞ୍ଚଳ

ଝୁମ୍ପୁରା, ୧୬।୧୦(ଡି.ଏନ.ଏ.): ଆସୁଛନ୍ତି  ମା’। ଏ ନେଇ ଝୁମ୍ପୁରା ଅଞ୍ଚଳ ଚଳଚଞ୍ଚଳ ହୋଇପଡ଼ିଛି। ମଙ୍ଗଳବାର ମା’ଙ୍କର ମହାସପ୍ତମୀ ସହ ପଣାପୂଜା ହେବ। ସେଠାରେ ଆଖୁ ବଳିର ପରମ୍ପରା ନିଆରା। ମା’ଙ୍କର ପୂଜା ଝୁମ୍ପୁରା ବଜାରରେ ଅନୁଷ୍ଠିତ ହୋଇ ଆସୁଛି। 

ବୈତରଣୀ ସେତୁ ଦୁର୍ବଳ: ବିପଦ ମୁହଁରେ ଜୀବନ

ବୈତରଣୀ ସେତୁ ଦୁର୍ବଳ: ବିପଦ ମୁହଁରେ ଜୀବନ

ଆନନ୍ଦପୁର,୧୬।୧୦(ସ୍ବ.ପ୍ର.): ଆନନ୍ଦପୁରର ବୈତରଣୀ ସେତୁ ୪ ମାସ ହେଲା ବିପଦସଙ୍କୁଳ ଅବସ୍ଥାରେ ରହିଛି। ସେତୁର ଗୋଟିଏ ପାର୍ଶ୍ୱର ପିଲାରରୁ ବ୍ୟରିଂ ଖସିବା ପରେ  ଗୋଟିଏ ସ୍ପାନ୍‌ ଦବି ଯାଇଛି। ଘଟଣା ସମ୍ପର୍କରେ ବିଭାଗୀୟ ଉଚ୍ଚ ପଦାଧିକାରୀ  ସେତୁର ସ୍ଥିତି ଅନୁଧ୍ୟାନ କରିଥିବା ବେଳେ ସେତୁ ପ୍ରତି ବିପଦ ରହିଥିବା ଅନୁଭବ କରିଥିଲେ। 

ନକଲି ଜର୍ଦ୍ଦା କାରଖାନା ଠାବ

ନକଲି ଜର୍ଦ୍ଦା କାରଖାନା ଠାବ

ଭଦ୍ରକ ଅଫିସ, ୧୬।୧୦- ଭଦ୍ରକ ଟାଉନ ପୋଲିସ ସହରର ବଙ୍କସାହିରେ ଚଢ଼ାଉ କରି ନକଲି ଜର୍ଦ୍ଦା କାରଖାନା ଠାବ କରିଛି। ଏହି କାରଖାନାରୁ ଲକ୍ଷାଧିକ ଟଙ୍କାର ନକଲି ଜର୍ଦ୍ଦା ପ୍ରସ୍ତୁତ ସାମଗ୍ରୀ ଜବତ କରାଯାଇଛି। 

ବଧୂହତ୍ୟା ମାମଲା: ଶ୍ୱଶୁର ଗିରଫ

ପଦ୍ମପୁର,୧୬।୧୦(ଡି.ଏନ.ଏ.)-ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ନାୟକାଣିଡିହୀ ଥାନା ପୋଲିସ ବଧୂହତ୍ୟା ମାମଲାରେ ଶ୍ୱଶୁର ବାଲିମୁଣ୍ଡା ଗ୍ରାମର ହରିପଦ ମଣ୍ଡଳଙ୍କୁ ଗିରଫ କରିଛି। 

ରିଲିଫ ଅର୍ଥ ହଡ଼ପ ଅଭିଯୋଗ: କାର୍ଯ୍ୟାନୁଷ୍ଠାନ ନ ହେଲେ ଆନ୍ଦୋଳନ

ରିଲିଫ ଅର୍ଥ ହଡ଼ପ ଅଭିଯୋଗ: କାର୍ଯ୍ୟାନୁଷ୍ଠାନ ନ ହେଲେ ଆନ୍ଦୋଳନ

ଭଦ୍ରକ ଅଫିସ,୧୬।୧୦-ଭଦ୍ରକ ଜିଲା ସଦର ବ୍ଲକ ଅଧୀନ ଦୈସିଂ ପଞ୍ଚାୟତର ୪ ନମ୍ବର ୱାର୍ଡର କୁସୁନନଗର ଓ ତେଲିସାହିର ହିତାଧିକାରୀଙ୍କ ଆକାଉଣ୍ଟକୁ ଆସିଥିବା ରିଲିଫ ଟଙ୍କାକୁ ଗଁାର କେତେକ ନେତା ହଡ଼ପ କରିନେଇଥିବା ସୋମବାର ହିତାଧିକାରୀମାନେ ଜିଲାପାଳଙ୍କୁ ଭେଟି ଅଭିଯୋଗ କରିଛନ୍ତି। 

‘ପଟ୍ଟା ନାହିଁ ତ ଭୋଟ ନାହିଁ ’

‘ପଟ୍ଟା ନାହିଁ ତ ଭୋଟ ନାହିଁ ’

ବାରିପଦା ଅଫିସ,୧୬।୧୦- ଆସନ୍ତା ୨୧ ତାରିଖରେ ବାରିପଦାସ୍ଥିତ ଛଉପଡ଼ିଆଠାରେ ହେବାକୁ ଥିବା  ଦୁର୍ନୀତି ଭ୍ରଷ୍ଟାଚାର ବିରୋଧି ମହାସମାବେଶକୁ ସଫଳ କରିବା ପାଇଁ ବାରିପଦା ପୌରାଞ୍ଚଳ ପଟ୍ଟା ବିହୀନ ବାସିନ୍ଦା ସଂଘ ପକ୍ଷରୁ ପାଲବଣିଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। 

ମା’ ଅମ୍ବିକା ମନ୍ଦିର: ନବ ରାତ୍ରରେ ଜମୁଛି ଭିଡ

ମା’ ଅମ୍ବିକା ମନ୍ଦିର: ନବ ରାତ୍ରରେ ଜମୁଛି ଭିଡ

ବାରିପଦା ଅଫିସ,୧୬।୧୦- ବାରିପଦା ରାଧାମୋହନ ମନ୍ଦିର ନିକଟରେ ଅବସ୍ଥିତ ଇଷ୍ଟାଦେବୀ ମା’ ଅମ୍ବିକାଙ୍କ ମନ୍ଦିରରେ  ନବରାତ୍ର ସମୟରେ   ଦେବୀ  ଦୁର୍ଗା ୯ ବେଶରେ ପୂଜା ପାଇଥାନ୍ତି। 

କୁନ୍ତଳା କଲ୍ୟାଣୀ ସାହିତ୍ୟ ସଂସଦର ଶାରଦୀୟ ଆସର

କୁନ୍ତଳା କଲ୍ୟାଣୀ ସାହିତ୍ୟ ସଂସଦର ଶାରଦୀୟ ଆସର

ଖଇରା, ୧୬।୧୦(ଡି.ଏନ.ଏ.)-କୁନ୍ତଳା କଲ୍ୟାଣି ସାହିତ୍ୟ ସଂସଦ ଆନୁକୂଲ୍ୟରେ ଶାରଦୀୟ କବିତା ଆସର ରବିବାର ଖଇରା ବ୍ଲକ ଅଧୀନ ଗଣ୍ଡିବେଡସ୍ଥିତ ଜଗନ୍ନାଥ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି ା

ପୂଜା ପାଇଁ ପୋଲିସ ପକ୍ଷରୁ ସ୍ବତନ୍ତ୍ର ଟ୍ରାଫିକ୍‌ ବ୍ୟବସ୍ଥା: ୨୦ ପ୍ଲାଟୁନ ଫୋର୍ସଙ୍କ ଫ୍ଲାଗ୍‌ମାର୍ଚ୍ଚ

ପୂଜା ପାଇଁ ପୋଲିସ ପକ୍ଷରୁ ସ୍ବତନ୍ତ୍ର ଟ୍ରାଫିକ୍‌ ବ୍ୟବସ୍ଥା: ୨୦ ପ୍ଲାଟୁନ ଫୋର୍ସଙ୍କ ଫ୍ଲାଗ୍‌ମାର୍ଚ୍ଚ

ବାଲେଶ୍ୱର ଅଫିସ,୧୫।୧୦-ବାଲେଶ୍ୱର ସହର ଦୁର୍ଗା ପୂଜା ପାଇଁ ଚଳଚଞ୍ଚଳ ହୋଇପଡିଛି। ଚଳିତବର୍ଷ ସହରରେ ୭୦ ମେଢ଼ରେ ଦୁର୍ଗତୀନାଶିନୀ ମା’ ଦୁର୍ଗା ପୂଜା ପାଉଛନ୍ତି।

କାନ୍ଥ ପଡ଼ି ବୃଦ୍ଧ ମୃତ

କାନ୍ଥ ପଡ଼ି ବୃଦ୍ଧ ମୃତ

ବାଲେଶ୍ୱର ଅଫିସ, ୧୫।୧୦-ରବିବାର ବିଳମ୍ବିତ ରାତିରେ ବାଲେଶ୍ୱର ଜିଲା ସଦର ବ୍ଲକ ଅନ୍ତର୍ଗତ ପାଖରାବାଡ଼ ଗାଁର ଗୋକୁଳି ବେହେରା (୬୦) ନାମକ ବୃଦ୍ଧଙ୍କ କାନ୍ଥ ପଡ଼ି ମୃତ୍ୟୁ ଘଟିଛି। 

ଯୁବକଙ୍କ ମାଡ଼ରେ ବୃଦ୍ଧାଙ୍କ ଜୀବନ ଗଲା

ଯୁବକଙ୍କ ମାଡ଼ରେ ବୃଦ୍ଧାଙ୍କ ଜୀବନ ଗଲା

ତିହିଡ଼ି, ୧୫ା୧୦(ଡି.ଏନ.ଏ.)-ଭଦ୍ରକ ଜିଲା ତିହିଡି ଥାନା ଗୋବିନ୍ଦପୁର ପଞ୍ଚାୟତ ଅଧୀନ ତଳହଂସପାଟ ଗ୍ରାମର ଜଣେ ଯୁବକଙ୍କ ମାଡ଼ରେ ସେହି ଗ୍ରାମର ଲକ୍ଷ୍ମୀ ନାୟକ (୭୫) ନାମ୍ନୀ ଜଣେ ବୃଦ୍ଧାଙ୍କର ଜୀବନ ଯିବା ଘଟଣା ସେଠାରେ ଆଲୋଡ଼ନ ସୃଷ୍ଟି କରିଛି।

ମାଛ ହାଟ ଆବର୍ଜନାରେ ପୋତି ହେଉଛି ନାଳ: ଲୋକେ ଅଣନିଃଶ୍ୱାସୀ

ମାଛ ହାଟ ଆବର୍ଜନାରେ ପୋତି ହେଉଛି ନାଳ: ଲୋକେ ଅଣନିଃଶ୍ୱାସୀ

ଔପଦା,୧୫।୧୦(ଡି.ଏନ.ଏ.)-ବାଲେଶ୍ୱର ଜିଲା ଔପଦା ବ୍ଲକ ସଦର ବଜାର ତଳି ମାଛ ହାଟର ଆବର୍ଜନା ଏବେ ସ୍ଥାନୀୟ ଲୋକଙ୍କ ଚିନ୍ତାର କାରଣ ହୋଇଛି। ମାଛ ବ୍ୟବସାୟୀଙ୍କ  ପ୍ଲାଷ୍ଟିକ ବର୍ଜ୍ୟବସ୍ତୁରେ ମୁଖ୍ୟ ନାଳ ପୋତି ହୋଇପଡ଼ିଛି।