ବ୍ରହ୍ମପୁର

ମୃତ ବାର୍‌ହା ଜବତ, ଶିକାରୀ ଗିରଫ

ମୃତ ବାର୍‌ହା ଜବତ, ଶିକାରୀ ଗିରଫ

ବୁଗୁଡ଼ା,୨୭।୧୨(ଡି.ଏନ.ଏ.)- ବୁଗୁଡ଼ା ବନାଞ୍ଚଳ ଅନ୍ତର୍ଗତ ଡ଼ାକରାବାଡ଼ିଠାରୁ କାନଶୁକା କ୍ଷେତ ମଝିରେ ବୁଧବାର ସକାଳେ ବିଦ୍ୟୁତ୍‌ ଫାଶରେ ମୃତ୍ୟୁବରଣ କରିଥିବା ବାର୍‌ହାକୁ ବନ ବିଭାଗ ଉଦ୍ଧାର କରିଛି। ଏଥିରେ ସମ୍ପୃକ୍ତ ଶିକାରୀଙ୍କୁ ମଧ୍ୟ ଗିରଫ କରାଯାଇଛି। ସେ ହେଲେ ଡ଼ାକରାବାଡ଼ି ଗ୍ରାମର କବିରାଜ ନାୟକ। ଘଟଣାସ୍ଥଳରୁ ବନ ବିଭାଗ ୪୦୦ ମିଟର ବିଦ୍ୟୁତ ତାର, ଗୋଟିଏ ସାଇକେଲ, ୨୫ଟି କାଠି, ୨୫ଟି ବୋତଲ ମଧ୍ୟ ଜବତ କରିଛି। ଏନେଇ ବନ ବିଭାଗ କେସ ନଂ ୪୦୨/୧୭-୧୮ରେ ଏକ ମାମଲା ରୁଜୁ କରି କବିରାଜଙ୍କୁ କୋର୍ଟଚାଲାଣ କରାଯାଇଛି।
ଶୁକ୍ରବାର ବିଦ୍ୟୁତ୍‌ ଫାଶରେ ଗୋଟିଏ ଦନ୍ତାହାତୀର ମୃତ୍ୟୁ ହୋଇଥିଲା। ଏଥିରେ ତିନିଜଣ ଶିକାରୀ ଗିରଫ ହୋଇଥିବା ବେଳେ ବୁଧବାର ସକାଳେ ମଧ୍ୟ ବିଦ୍ୟୁତ ଫାଶରେ ଗୋଟିଏ ବାରହାର ମୃତ୍ୟୁ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ବିଦ୍ୟୁତ ଫାଶରେ ବନ୍ୟଜନ୍ତୁ ଶିକାର ରୋକିବା ପାଇଁ ବନ ବିଭାଗ ସକ୍ରିୟ ହେବାକୁ ସାଧାରଣରେ ଦାବି ହେଉଛି।
ପ୍ରକାଶ, ଡ଼ାକରାବାଡ଼ିର କବିରାଜ ବନ୍ୟଜନ୍ତୁ ଶିକାର ଉଦ୍ଦେଶ୍ୟରେ ମଙ୍ଗଳବାର ରାତ୍ର ପ୍ରାୟ ୮ଟାରେ ୧୧ କେଭି ତାର ବିଛାଇଥିଲେ। କୌଣସି ସୂତ୍ରରୁ ଖବର ପାଇ ବନାଞ୍ଚଳ ଅଧିକାରୀ ପ୍ରଶାନ୍ତ କୁମାର ସାହୁ, ବନପାଳ ସୁଶାନ୍ତ କୁମାର ବିଷୋୟୀ, ବନରକ୍ଷୀ ରିଙ୍କୁ ସେଠୀ, ରତନ ମଳିକ ଓ ଶିବରାମ ପାତ୍ର ସେହି ରାତିରେ ଘଟଣାସ୍ଥଳକୁ ଯାଇ ଆଖପାଖରେ ଲୁଚି ରହିଥିଲେ। ବୁଧବାର ସକାଳେ କବିରାଜ ଆସି ହୁକ୍‌ ଓହ୍ଲାଇବା ସମୟରେ ବନ କର୍ମଚାରୀମାନେ ତାଙ୍କୁ ଗିରଫ କରିଥିଲେ। ବୁଗୁଡ଼ା ପ୍ରାଣୀ ସମ୍ପଦ ଚିକିତ୍ସକ ଲକ୍ଷ୍ମୀଧର ବେହେରା ବ୍ୟବଚ୍ଛେଦ କରିବା ପରେ ମୃତ ଶରୀରକୁ ବନାଞ୍ଚଳ ପରିସରରେ ପୋତି ଦିଆଯାଇଥିଲା। ଏହି ଅବସରରେ ଏସିଏଫ ବିଭୂତି ଭୂଷଣ ବେହେରା କାର୍ଯ୍ୟାଳୟରେ ପହଞ୍ଚତ୍ ଅନୁଧ୍ୟାନ କରିବା ପରେ ଗିରଫ କବିରାଜଙ୍କୁ କୋର୍ଟଚାଲାଣ କରାଯାଇଥିଲା।

All Right Reserved By

ବ୍ରହ୍ମପୁର

ବିଶ୍ରାମାଗାର ପାଲଟିଥିଲା ଅସାମାଜିକ ଆଡ୍ଡାସ୍ଥଳ: ଖବର ପ୍ରକାଶିତ ହେବା ପରେ ତତ୍ପରତା

ବିଶ୍ରାମାଗାର ପାଲଟିଥିଲା ଅସାମାଜିକ ଆଡ୍ଡାସ୍ଥଳ: ଖବର ପ୍ରକାଶିତ ହେବା ପରେ ତତ୍ପରତା

ଦାରିଙ୍ଗବାଡ଼ି/ବ୍ରାହ୍ମଣୀଗାଁ,୧୯।୭(ଡି.ଏନ୍‌.ଏ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଳକ ବ୍ରାହ୍ମଣୀଗାଁରେ ଦିନକୁ ଦିନ ଟ୍ରାଫିକ ସମସ୍ୟା ବୃଦ୍ଧି ପାଇବା ସହ ଯାତ୍ରୀ ବିଶ୍ରମାଗାରଟି ଅସୁରକ୍ଷିତ ଭାବରେ ରହିଥିଲା। ଅଳିଆ ଆବର୍ଜନା ସହ ଖାଲି ମଦ ବୋତଲ, ଅଁଇଠା ଖଲିପତ୍ର ସବୁ ପଡ଼ି ପୁର୍ତ୍ତିମୟ ପରିସ୍ଥିତି ସୃଷ୍ଟି କରିଥିଲା। ଫଳରେ ର୍ଦୁଗନ୍ଧରେ ଯାତ୍ରୀ ହନ୍ତସନ୍ତ ହେଉଥିଲେ । ଏନେଇ ୧୭ ତାରିଖ ଦିନ ଦୈନିକ ଧରିତ୍ରୀରେ ଖବର ପ୍ରକାଶିତ ହେବା ପରେ ସ୍ଥାନୀୟ ସରପଞ୍ଚ ରମେଶ ମାଝୀ ଘଟଣାର ସତ୍ୟାସତ୍ୟ ଜାଣି ପଦକ୍ଷେପ ନେଇଛନ୍ତି ।

ଦାରିଙ୍ଗବାଡ଼ିରେ ଶିକ୍ଷା ବ୍ୟବସ୍ଥା ବାଟବଣା: ମଧ୍ୟାହ୍ନ ଭୋଜନ ପାଇଁ ଛାତ୍ର ବୋହିଲେ ଅଣ୍ଡା

ଦାରିଙ୍ଗବାଡ଼ିରେ ଶିକ୍ଷା ବ୍ୟବସ୍ଥା ବାଟବଣା: ମଧ୍ୟାହ୍ନ ଭୋଜନ ପାଇଁ ଛାତ୍ର ବୋହିଲେ ଅଣ୍ଡା

ଦାରିଙ୍ଗବାଡ଼ି,୧୯।୭(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଳକ ଅଞ୍ଚଳରେ ଶିକ୍ଷା ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ପ୍ରଶାସନ ପକ୍ଷରୁ ବିଭିନ୍ନ ଯୋଜନା ପ୍ରସ୍ତୁତ କରି କାର୍ଯ୍ୟକ୍ରମ କରାଯାଉଛି । ସେହିପରି ‘ସମସ୍ତେ ପଢ଼ିବେ ସମସ୍ତେ ଗଢ଼ିବେ ଶ୍ରେଷ୍ଠ ହେବେ’ ଏହି ନାରା ସରକାରଙ୍କ ପକ୍ଷରୁ ଦିଆଯାଇଛି । କିନ୍ତୁ ଉକ୍ତ ବ୍ଳକ ଅଞ୍ଚଳରେ ଶିକ୍ଷା ବ୍ୟବସ୍ଥାରେ ସୁଧାର ଆସିନାହିଁ । ବ୍ଲକର ବ୍ରାହ୍ମଣୀଗାଁ ବଜାର ମଧ୍ୟରେ ବିଦ୍ୟାଳୟ ୟୁନିଫର୍ମରେ ଦୁଇଜଣ ଛାତ୍ର ଅଣ୍ଡା ବୋହି ନେଉଥିବା ଦୃଶ୍ୟ ଦେଖିବାକୁ ମିଳିଛି।

କର୍ପୋରେଟରଙ୍କ ଇସ୍ତଫା ଦାବି

କର୍ପୋରେଟରଙ୍କ ଇସ୍ତଫା ଦାବି

ବ୍ରହ୍ମପୁର ଅଫିସ,୧୯ା୭-ବ୍ର୍ରହ୍ମପୁର ମହାନଗର ନିଗମ(ବିଏମ୍‌ସି) ୩ ନଂ. ୱାର୍ଡ ଧୋବାବନ୍ଧ ହୁଡା ରାଜୀବ ଆବାସ ଯୋଜନ (ଆର୍‌ଏୱାଇ) ତାଲିକାରୁ ହିତାଧିକାରୀଙ୍କ ନାମ ବାଦ୍‌ ଦିଆଯିବା ଘଟଣାରେ ସ୍ଥାନୀୟ କର୍ପୋରେଟରଙ୍କ ସମ୍ପୃକ୍ତି ରହିଥିବା କିଛି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି।

୨ ମାଛ ମାର୍କେଟରେ ଏଫ୍‌ଏସ୍‌ଓଙ୍କ ଯାଞ୍ଚ

୨ ମାଛ ମାର୍କେଟରେ ଏଫ୍‌ଏସ୍‌ଓଙ୍କ ଯାଞ୍ଚ

ବ୍ରହ୍ମପୁର ଅଫିସ,୧୯ା୭-ମାଛକୁ ସତେଜ ରଖିବା ପାଇଁ ଫର୍ମାଲିନ ନାମକ ବିଷାକ୍ତ ପଦାର୍ଥ ମିଶାଯାଉଛି। ଯାହା ଫଳରେ ମାଛ ବିଷାକ୍ତ ହେଉଥିବା ନେଇ ଅଭିଯୋଗ ପରେ ଜିଲା ଖାଦ୍ୟ ବିଭାଗ ପକ୍ଷରୁ ବ୍ରହ୍ମପୁରରେ ବିଭିନ୍ନ ମାଛ ମାର୍କେଟରେ ଯାଞ୍ଚ ହୋଇଛି।

ଏଣିକି ରବିବାର ସ୍କୁଲରେ ପାଠପଢ଼ା

ଏଣିକି ରବିବାର ସ୍କୁଲରେ ପାଠପଢ଼ା

ବ୍ରହ୍ମପୁର ଅଫିସ୍‌,୧୯ା୭- ଏଣିକି ରବିବାରଗୁଡ଼ିକରେ ମଧ୍ୟ ଖୋଲା ରହିବ ସ୍କୁଲ। ଶିକ୍ଷୟିତ୍ରୀ ଶିକ୍ଷକମାନେ ପାଠ ପଢ଼ାଇବେ। କ୍ରମାଗତ ଭାବେ ସରକାରୀ ସ୍କୁଲଗୁଡ଼ିକରେ ମାଟ୍ରିକ ପରୀକ୍ଷାଫଳ ଖରାପ ହେଉଥିବା ଯୋଗୁ ଏହାର ମୁକାବିଲା ପାଇଁ ଏଭଳି ପଦକ୍ଷେପ ନେଇଛି ଗଞ୍ଜାମ ଜିଲା ଶିକ୍ଷା ବିଭାଗ।

ନକଲି ପେଟ୍ରୋଲ,ଡିଜେଲ କାରଖାନାରେ ଚଢାଉ

ନକଲି ପେଟ୍ରୋଲ,ଡିଜେଲ କାରଖାନାରେ ଚଢାଉ

ପାଟପୁର,୧୯ା୭(ଡି.ଏନ.ଏ.)-ଗଞ୍ଜାମ ଜିଲା ପାଟପୁର ଥାନା ସାନଖେମୁଣ୍ଡି ତହସିଲ ଭାଲିଆଝୋଳି ଛକରେ ଚାଲିଥିବା ଏକ କିରୋସିନ ଓ ରାସାୟନିକ ପାଉଡର ମିଶ୍ରିତ ନକଲି ଡିଜେଲ ଓ ପେଟ୍ରୋଲ କାରଖାନା ଉପରେ ଜିଲା ପ୍ରଶାସନ ପକ୍ଷରୁ ବୁଧବାର ଚଢାଉ କରାଯାଇଛି।

ଗୁଟ୍‌ଖା ବ୍ୟବସାୟୀଙ୍କୁ ମାଡ଼ ମାରି ଲୁଟ୍‌ ମାମଲାର ପର୍ଦ୍ଦାଫାଶ

ଗୁଟ୍‌ଖା ବ୍ୟବସାୟୀଙ୍କୁ ମାଡ଼ ମାରି ଲୁଟ୍‌ ମାମଲାର ପର୍ଦ୍ଦାଫାଶ

ଦିଗପହଣ୍ଡି,୧୯ା୭(ଡି.ଏନ.ଏ.)- ଦିଗପହଣ୍ଡି ଥାନା ମହୁଡ଼ା ଫାର୍ମାସି କଲେଜ ନିକଟରୁ ଗୁଟଖା ବ୍ୟବସାୟୀଙ୍କୁ ମାଡ଼ମାରି ୩ ଲକ୍ଷ ୫୦ ହଜାର ଟଙ୍କା ମୂଲ୍ୟର ଖଇନି ପ୍ୟାକେଟ ଲୁଟ୍‌ ମାମଲାରେ ସମ୍ପୃକ୍ତ ୪ ଲୁଟେରାଙ୍କୁ ବୁଧବାର ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି।

କୁକୁଡାଖଣ୍ଡି ବିଡିଓଙ୍କ ବଦଳି ବାତିଲ ଦାବି, ଜିଲାପାଳଙ୍କୁ ଭେଟିଲେ ପଞ୍ଚାୟତ ପ୍ରତିନିଧି

କୁକୁଡାଖଣ୍ଡି ବିଡିଓଙ୍କ ବଦଳି ବାତିଲ ଦାବି, ଜିଲାପାଳଙ୍କୁ ଭେଟିଲେ ପଞ୍ଚାୟତ ପ୍ରତିନିଧି

ଛତ୍ରପୁର,୧୯।୭(ଡି.ଏନ.ଏ.)- ଗଞ୍ଜାମ ଜିଲା କୁକୁଡାଖଣ୍ଡି ବିଡିଓ ଶମ୍ଭୁନାଥ ନନ୍ଦିଙ୍କର ପୋଲସରା ବିଡିଓ ଭାବେ ବଦଳି ହୋଇଛି। ମଙ୍ଗଳବାର ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରିନ୍ସିପାଲ ସେକ୍ରେଟାରୀଙ୍କ ଚିଠି (ନଂ.୧୩୩୨୦)ରୁ ଏହା ଜଣାପଡିଛି।

ବଢ଼ୁଛି ଋଷିକୁଲ୍ୟା ଜଳସ୍ତର, ହାତବାନ୍ଧି ବସିଛନ୍ତି ମତ୍ସ୍ୟଜୀବୀ

ବଢ଼ୁଛି ଋଷିକୁଲ୍ୟା ଜଳସ୍ତର, ହାତବାନ୍ଧି ବସିଛନ୍ତି ମତ୍ସ୍ୟଜୀବୀ

ଗଞ୍ଜାମ,୧୮।୭(ଡି.ଏନ.ଏ.)- ଦୁଇଦିନ ଧରି ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ଗଞ୍ଜାମ ସହରକୁ ଲାଗିଥିବା ଋଷିକୁଲ୍ୟା ନଦୀର ଜଳସ୍ତର ବୃଦ୍ଧି ପାଉଛି। ଅନ୍ୟପଟେ ଆସନ୍ତା ୨୦ରେ ଆଉ ଏକ ଲଘୁଚାପ ଆସୁଥିବା ପାଣିପାଗ ବିଭାଗ ପକ୍ଷରୁ ଆଗୁଆ ସୂଚନା ପରେ ଋଷିକୁଲ୍ୟା ନଦୀତଟବର୍ତ୍ତୀ ଅଞ୍ଚଳ ପୁରୁଣାବନ୍ଧ, ପୋଡ଼ମପେଟା, ନିଉପୋଡ଼ମପେଟା ଏବଂ ଋଷିକୁଲ୍ୟା ବ୍ରିଜ ନିକଟବର୍ତ୍ତୀ ଦାମୋଦରପୁର ଗ୍ରାମବାସୀ ଆତଙ୍କିତ ହୋଇ ପଡିଛନ୍ତି।

ସମବାୟ ଆପଣଙ୍କ ଦ୍ୱାରରେ

ସମବାୟ ଆପଣଙ୍କ ଦ୍ୱାରରେ

ପାଟପୁର,୧୮।୭(ଡି.ଏନ.ଏ.)- ଆସିକା ସମବାୟ କେନ୍ଦ୍ରୀୟ ବ୍ୟାଙ୍କ ଲିମିଟେଡ ପାଟପୁର ଶାଖା ଅନ୍ତର୍ଗତ ମୌଳାଭଣଞ୍ଜା ପ୍ରାଥମିକ ସେବା ସମବାୟ ସମିତି ପରିସରରେ ଚାଷୀ ସଚେତନତା କାର୍ଯ୍ୟକ୍ରମ ସମବାୟ ଆପଣଙ୍କ ଦ୍ୱାରରେ ଅନୁଷ୍ଠିତ ହୋଇଯାଇଛି।

ଗୋଲାମୁଣ୍ଡୁଳା ବନ୍ଧ ନିଲାମ ବାତିଲ ପାଇଁ ଜିଲାପାଳଙ୍କୁ ଅଭିଯୋଗ

ବୁଗୁଡ଼ା,୧୮।୭(ଡି.ଏନ.ଏ.)- ବୁଗୁଡ଼ା ଏନ୍‌ଏସି ଗୋଲାମୁଣ୍ଡୁଳା ବନ୍ଧକୁ ମାଛ ଚାଷ ପାଇଁ କରାଯିବାକୁ ଥିବା ନିଲାମ ବାତିଲ ପାଇଁ ଗ୍ରାମବାସୀମାନେ ଲିଖିତ ଭାବେ ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଏଥିସହିତ ଭଞ୍ଜନଗର ଉପଜିଲାପାଳ, ପୋଲସରା ବିଧାୟକ, ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ମଧ୍ୟ ଲିଖିତ ଭାବେ ଜଣାଇଛନ୍ତି।

ହେରା ପଞ୍ଚମୀରେ ବାମନ, ନୃସିଂହ ଅବତାର

ହେରା ପଞ୍ଚମୀରେ ବାମନ, ନୃସିଂହ ଅବତାର

ଶେରଗଡ,୧୮।୭,(ଡି.ଏନ୍‌.ଏ.)- ଘୋଷଯାତ୍ରାରେ ଯାଇ ଚତୁର୍ଦ୍ଦାମୂର୍ତ୍ତି ଏବେ ଆଡପ ମଣ୍ଡପରେ ବିଜେ କରିଛନ୍ତି। ବୁଧବାର ବିଳମ୍ବିତ ରାତିରେ ହେରାପଞ୍ଚମୀ ନୀତି ପାଳିତ ହେବ। ଏହି ଅବସରରେ ବୁଧବାର ଠାକୁରଙ୍କୁ ବାମନ ଓ ନୃସିଂହ ବେଶରେ ସଜାଯାଇଛି। ଜନ୍ମ ବେଦୀରେ ଠାକୁରଙ୍କ ଏହି ବେଶ ଦେଖିବାକୁ ବେଶ୍‌ ଭିଡ ପରିଲକ୍ଷିତ ହୋଇଥିଲା। ଭିଡକୁ ନିୟନ୍ତ୍ରଣ କରିବା ପାଇଁ ରଥଯାତ୍ରା କମିଟି ଓ ପୋଲିସ ପକ୍ଷରୁ ସ୍ବେଛାସେବୀ, ବ୍ୟାରିକେଡ ବ୍ୟବସ୍ଥା କରାଯାଇଛି।

Model This Week

ରୂପେଶ