ବାଲେଶ୍ୱର

ଶେୟ ନେବାକୁ ବିଜେଡ଼ି-ଭାଜପା ଟଣାଓଟରା

ଶେୟ ନେବାକୁ ବିଜେଡ଼ି-ଭାଜପା ଟଣାଓଟରା

ବାଲେଶ୍ୱର ଅଫିସ,୨୭।୧୨- ବାଲେଶ୍ୱର ସଦର ବ୍ଲକ ଅନ୍ତର୍ଗତ ସୋଲପଟା ନିକଟସ୍ଥ ପଞ୍ଚୁପଡ଼ା ନଦୀ ଉପରେ ନିର୍ମାଣଧୀନ ସେତକୁ ବିବାଦ ସୃଷ୍ଟି ହେବାରୁ ପଞ୍ଚୁପଡ଼ା ଗାଁ ପଟ ପାର୍ଶ୍ୱବର୍ତ୍ତୀ ରାସ୍ତା ନିର୍ମାଣ ହୋଇପାରୁ ନ ଥିଲା। ତେବେ ସେତୁ ସୁରକ୍ଷା କମିଟି ତତ୍ତ୍ୱାବଧାନରେ ବୁଧବାର ଠାରୁ ଉକ୍ତ ରାସ୍ତାରେ ବାଲି ଓ ମାଟି ପକାଯିବା କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଏହାକୁ ନେଇ ରାଜନୀତି ଆରମ୍ଭ ହୋଇଛି । ପୋଲ ନିର୍ମାଣର ଶ୍ରେୟ ସରକାରୀ ଦଳ ଦାବି କରୁଥିବା ବେଳେ ଦୀର୍ଘଦିନ ଧରି କାର୍ଯ୍ୟ ଅସମ୍ପୂର୍ଣ୍ଣ ରହିବା ନେଇ ଭାଜପା ସରକାରୀ ଦଳର ଦକ୍ଷତା ଉପରେ ପ୍ରଶ୍ନ ଉଠାଇଛି । ବୁଧବାର ମଧ୍ୟାହ୍ନରେ ସ୍ଥାନୀୟ ଏକ କଲ୍ୟାଣମଣ୍ଡପରେ ଭାଜପା ପକ୍ଷରୁ ଆୟୋଜିତ ଖବରଦାତା ସମ୍ମିଳନୀରେ ଏ ନେଇ କୁହାଯାଇଛି ଯେ, ଜମିମାଲିକଙ୍କ ଅସନ୍ତୋଷ ଯୋଗୁ ରାସ୍ତା କାମ ହୋଇ ପାରୁ ନ ଥିଲା। ଭାଜପା କର୍ମକର୍ତ୍ତାମାନେଏହାର ସମାଧାନ କରି ଗ୍ରାମବାସୀଙ୍କ ସହାୟତାରେ ଅସମ୍ପୂର୍ଣ୍ଣ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବା ପାଇଁ ଉଦ୍ୟମ କରିଛନ୍ତି। ଏପରିସ୍ଥଳେ ବିଜେଡି ଶ୍ରେୟ ଦାବି କରିବା ବିଡମ୍ବନା । ଏହି ଖବରଦାତା ସମ୍ମିଳନୀରେ ଜିଲାସଭାପତି ମଦନମୋହନ ଦତ୍ତ , ରାଜ୍ୟ ଉପସଭାପତି ତଥା ଜିଲା ପ୍ରଭାରୀ ସମୀର ମହାନ୍ତି, ଭାଜପା ପଞ୍ଚୁପଡ଼ା ମଣ୍ଡଳର ପ୍ରଭାରୀ ଲୋକନାଥ ଭୂୟାଁ, ମିଡ଼ିଆ ପ୍ରମୁଖ ଗୌରାଙ୍ଗ ଦାସ ଉପସ୍ଥିତ ଥିଲେ। ଅନ୍ୟପକ୍ଷେ ବାଲେଶ୍ୱର ବିଧାୟକ ଜୀବନ ପ୍ରଦୀପ ଦାଶଙ୍କ ପ୍ରଚେଷ୍ଟାରେ ପଞ୍ଚୁପଡ଼ା ସେତୁ କାର୍ଯ୍ୟ ଶୀଘ୍ର ସରିବ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦ୍‌ଘାଟନ କରିବେ ବୋଲି ବିଜୁ ଜନତା ଦଳ ବାଲେଶ୍ୱର ବିଧାନସଭା ନିର୍ବାଚନ ମଣ୍ଡଳୀ ମିଡ଼ିଆ ସଂଯୋଜକ ଧିରେନ ନାୟକ ବୁଧବାର ଏକ ପ୍ରେସ୍‌ ବିବୃତିରେ ଜଣାଇଛନ୍ତି।

All Right Reserved By

Model This Week

ନିକିତା

ବାଲେଶ୍ୱର

ଜନ୍ମ ଦିନରେ ବୃକ୍ଷରୋପଣ

ଜନ୍ମ ଦିନରେ ବୃକ୍ଷରୋପଣ

ଘସିପୁରା,୨୪।୪(ଡି.ଏନ୍‌.ଏ.)-କେନ୍ଦୁଝର ଜିଲା ଘସିପୁରା ବ୍ଲକ ଅଳତୀ ଅଞ୍ଚଳର ଘନଶ୍ୟାମ ସାହୁ ନିଜ ନାତି ସୌଭାଗ୍ୟ ସାହୁଙ୍କ ଜନ୍ମ ଦିନ ଅବସରରେ ବୃକ୍ଷରୋପଣ କରିଛନ୍ତି।

ଗୁଳୁଗୁଳିକୁ ବିଜୁଳି କାଟ

ରାଇସୁଆଁ,୨୪।୪(ଡି.ଏନ.ଏ.)-କେନ୍ଦୁଝର ଜିଲା ସଦର ବ୍ଲକ ଅନ୍ତର୍ଗତ ରାଇସୁଆଁ, ପଦ୍ମପୁର, ବାଉରୀପଦ, ମହାଦେଇଯୋଡା, ପର୍ଜନପୁର, ଗୋବର୍ଦ୍ଧନ ଆଦି ଅଞ୍ଚଳରେ ଅସହ୍ୟ ଗୁଳୁଗୁଳି ହେବାରେ ଲାଗିଛି ।

 କୁଆପଥର ମାଡ଼ରେ ବହୁ ଫସଲ ନଷ୍ଟ

କୁଆପଥର ମାଡ଼ରେ ବହୁ ଫସଲ ନଷ୍ଟ

ରାଇସୁଆଁ,୨୪।୪(ଡି.ଏନ.ଏ.)-କେନ୍ଦୁଝର ଜିଲା ସଦର ଅଞ୍ଚଳରେ କୁଆପଥର ଏବଂ କାଳ ବୈଶାଖୀ ଯୋଗୁଁ ବହୁ ଫସଲ ନଷ୍ଟ ହୋଇଥିବା ସୂଚନା ମିଳିଛି।

ଏନ୍‌ଏସି କାର୍ଯ୍ୟାଳୟ ସମ୍ମୁଖରେ ଭାଜପାର ଲଟକା ଜାରି

ଧାମନଗର,୨୪।୪(ଡି.ଏନ.ଏ.)- ଭଦ୍ରକ ଜିଲା ଧାମନଗର ଏନଏସି କାର୍ଯ୍ୟାଳୟ ସମ୍ମୁଖରେ ଭାଜପାର ଲଟକା ଜାରୀ ଆନ୍ଦୋଳନ କରାଯାଇଛି ।

ମଧୁବାବୁ ଜୟନ୍ତୀ ପ୍ରସ୍ତୁତି ବୈଠକ

ବାଲେଶ୍ୱର ଅଫିସ,୨୪।୪- ଉତ୍କଳଗୌରବ ମଧୁସୂଦନ ଦାସଙ୍କ ୧୭୧ତମ ଜୟନ୍ତୀ ଉତ୍ସବ ଆସନ୍ତା ୨୮ ତାରିଖରେ ମହାସମାରୋହରେ ପାଳନ ପାଇଁ ପ୍ରସ୍ତୁତି ବୈଠକ ସ୍ଥାନୀୟ ହୋଟେଲ ପରିସରରେ ଅନୁଷ୍ଠିତ ହୋଇଯାଇଛି। ବିଶିଷ୍ଟ ଶିକ୍ଷାବିତ୍‌ ଡ. ପ୍ରହ୍ଲାଦ ମହାନ୍ତି ଏହି ବୈଠକରେ ଅଧ୍ୟକ୍ଷତା କରିଥିଲେ।

ପାଣି ପାଇଁ ରାସ୍ତାରୋକୋ

ବାରିପଦା ଅଫିସ,୨୪।୪: ବାରିପଦା ସହର ୧୨ ନମ୍ବର ଓ୍ବାର୍ଡ ଅନ୍ତର୍ଗତ ଷ୍ଟେଶନ ବଜାର ଅଞ୍ଚଳରେ ପାନୀୟଜଳ ସମସ୍ୟା ନେଇ ସ୍ଥାନୀୟ ବାସିନ୍ଦା ସହରର ମୁଖ୍ୟରାସ୍ତାକୁ ମଙ୍ଗଳବାର ପୂର୍ବାହ୍ନ ୧୦ଟାରୁ ଅବରୋଧ କରିଛନ୍ତି।

ହାତୀ ଆକ୍ରମଣରେ ଯୁବକ ମୃତ

ହାତୀ ଆକ୍ରମଣରେ ଯୁବକ ମୃତ

ବାରିପଦା ଅଫିସ,୨୪।୪: ବାରିପଦା ବନଖଣ୍ଡ ଅଧୀନ ପିଠାବଟା ରେଞ୍ଜ ଅନ୍ତର୍ଗତ ମଞ୍ଚାବନ୍ଧାଠାରେ ମଙ୍ଗଳବାର ଭୋର ସମୟରେ ଏକ ଦନ୍ତା ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ପୁରୁଷୋତ୍ତମପୁର ଗ୍ରାମର ବିଶୁ ଦେହୁରୀ।

୭୩୫ ପରିବାରକୁ ରେଳ ବିଭାଗର ନୋଟିସ୍‌: ଥଇଥାନ ପରେ ଉଚ୍ଛେଦ ଦାବି କଲେ ପୌରାଧ୍ୟକ୍ଷ

୭୩୫ ପରିବାରକୁ ରେଳ ବିଭାଗର ନୋଟିସ୍‌: ଥଇଥାନ ପରେ ଉଚ୍ଛେଦ ଦାବି କଲେ ପୌରାଧ୍ୟକ୍ଷ

ବାଲେଶ୍ୱର ଅଫିସ,୨୪।୪: ବାଲେଶ୍ୱର ରେଳଷ୍ଟେଶନକୁ ଅତ୍ୟାଧୁନିକ ଏବଂ ସମ୍ପ୍ରସାରଣ କରିବା ପାଇଁ ଦୀର୍ଘଦିନରୁ ବାଲେଶ୍ୱରର ବିଭିନ୍ନ ଗଣ ସଙ୍ଗଠନ ପକ୍ଷରୁ ଦାବି ହୋଇ ଆସୁଥିବାବେଳେ ରେଳ ବିଭାଗ ଏହାର କାର୍ଯ୍ୟ ଆରମ୍ଭ କରିଛି।

ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ

ଧାମନଗର,୨୪।୪(ଡି.ଏନ୍‌.ଏ.): ଭଦ୍ରକ ଜିଲା ଧାମନଗର ଥାନା ଅଧୀନ କୋରକଦା ଗ୍ରାମର କାଶିନାଥ ପରିଡା(୪୨)ଙ୍କ ମୃତଦେହ ମୁସ୍ତାଫାପୁର ପଞ୍ଚାୟତ ଗୌଡବିଶି ନୁଆପଡା ନିକଟ ଏକ ପରିତ୍ୟକ୍ତ ସ୍ଥାନରୁ ଉଦ୍ଧାର ହୋଇଛି।

ଦୂରହେବ ନୀଳଗିରିବାସୀଙ୍କ ବିଦ୍ୟୁତ୍‌ ସମସ୍ୟା

ଦୂରହେବ ନୀଳଗିରିବାସୀଙ୍କ ବିଦ୍ୟୁତ୍‌ ସମସ୍ୟା

ସଜନାଗଡ଼, ୨୪।୪(ଡି.ଏନ୍‌.ଏ.): ବହୁ ଦିନ ଧରି ବାଲେଶ୍ୱର ଜିଲା ନୀଳଗିରିବାସୀଙ୍କ ବିଦ୍ୟୁତ୍‌ ସମସ୍ୟା ଲାଗି ରହିଥିଲା। ଏ ନେଇ ବିଧାୟକ ସୁକାନ୍ତ କୁମାର ନାୟକ ପ୍ରଶାସନିକ ସ୍ତରରେ ବହୁବାର ଦାବି ଉଠାଇବା ପରେ ରାଜ୍ୟ ସରକାର ଏକ ସ୍ବତନ୍ତ୍ର ୩୩ କେଭି ଲାଇନ ପାଇଁ ଅର୍ଥ ମଞ୍ଜୁର କରିଥିଲେ।

ରାସ୍ତାପାର୍ଶ୍ୱରେ ଗଡୁଛି ମଣିଷ ଖପୁରି: ତନ୍ତ୍ର ସନ୍ଦେହ

ରାସ୍ତାପାର୍ଶ୍ୱରେ ଗଡୁଛି ମଣିଷ ଖପୁରି: ତନ୍ତ୍ର ସନ୍ଦେହ

ନୀଳଗିରି,୨୪।୪ (ଡି.ଏନ୍‌.ଏ.): ବାଲେଶ୍ବର ଜିଲା ନୀଳଗିରି ଏନ୍‌ଏସିର ୧୧ ନମ୍ବର ଓ୍ବାର୍ଡ ଷ୍ଟେସନସାହି ରାସ୍ତାପାର୍ଶ୍ୱରେ ମଣିଷ ଖପୁରି, ହାଡ ଏକଖଣ୍ଡ, ପୂଜା ସାମଗ୍ରୀ ଓ ମଦ ବୋତଲ ପଡ଼ିଥିବା ମଙ୍ଗଳବାର ପୂର୍ବାହ୍ନରେ ସ୍ଥାନୀୟ ଲୋକ ଦେଖିଥିଲେ।

ସଡ଼କ ସୁରକ୍ଷା ସଚେତନତା ପାଇଁ ବାଇକ୍‌ ଶୋଭାଯାତ୍ରା

ସଡ଼କ ସୁରକ୍ଷା ସଚେତନତା ପାଇଁ ବାଇକ୍‌ ଶୋଭାଯାତ୍ରା

ଭଦ୍ରକ ଅଫିସ,୨୪।୪: ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ପାଳନ ଅବସରରେ ପରିବହନ ବିଭାଗ ଓ ସଞ୍ଜୀବ ହିରୋ ମିଳିତ ସହଯୋଗରେ ମଙ୍ଗଳବାର ଭଦ୍ରକ ସହରରେ ଏକ ବାଇକ୍‌ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏସ୍‌ପିଙ୍କ କାର୍ଯ୍ୟାଳୟରୁ ଆରମ୍ଭ ହୋଇଥିବା ଏହି ଶୋଭାଯାତ୍ରାକୁ ଅତିରିକ୍ତ ଏସ୍‌ପି କୈଳାସଚନ୍ଦ୍ର ପରିଡ଼ା ପତାକା ଦେଖାଇ ଉଦ୍‌ଘାଟନ କରିଥିଲେ।