ବାଲେଶ୍ୱର

ଅଡୁଆ ତୁଟିଲା, ଖୋଲିବ ପଞ୍ଚୁପଡ଼ା ସେତୁ

ଅଡୁଆ ତୁଟିଲା, ଖୋଲିବ ପଞ୍ଚୁପଡ଼ା ସେତୁ

ରୂପ୍‌ସା,୨୭।୧୨(ଡି.ଏନ.ଏ.)- ବାଲେଶ୍ୱର ସଦର ବ୍ଲକ ଅନ୍ତର୍ଗତ ସୋଲପଟା ନିକଟସ୍ଥ ପଞ୍ଚୁପଡ଼ା ନଦୀ ଉପରେ ନିର୍ମାଣଧୀନ ସେତୁ ଶୀଘ୍ର ପୂର୍ଣ୍ଣାଙ୍ଗ ହେବ ବୋଲି ସୂଚନା ମିଳିଛି। ଏହି ସେତୁର ପଞ୍ଚୁପଡ଼ା ଗାଁ ପଟ ଆପ୍ରୋଚ ରୋଡ଼ ନିର୍ମାଣ ନେଇ ଲାଗି ରହିଥିବା ବିବାଦର ସମାଧାନ ହେବାରୁ ଶୀଘ୍ର ସେତୁ କାର୍ଯ୍ୟକ୍ଷମ ହେବା ନେଇ ଆଶା ସଞ୍ଚାର ହୋଇଛି। ସେତୁ ସୁରକ୍ଷା କମିଟି ତତ୍ତ୍ୱାବଧାନରେ ବୁଧବାରଠାରୁ ଉକ୍ତ ଆପ୍ରୋଚ ରୋଡ୍‌ରେ ବାଲି ଓ ମାଟି ପକାଯିବା କାର୍ଯ୍ୟ ଆରମ୍ଭ ହୋଇଛି। ସୁରକ୍ଷା କମିଟିର ସଭାପତି ପ୍ରଫୁଲ ଜେନା, ସମ୍ପାଦକ ସଞ୍ଜୀବ କୁମାର ମଣ୍ଡଳ, ଉପସଭାପତି ଭୂଦେବ ସାହୁଙ୍କ ନେତୃତ୍ୱରେ ସଦର, ବସ୍ତା ଓ ବାଲିଆପାଳ ବ୍ଲକର ବିଭିନ୍ନ ପଞ୍ଚାୟତର ୨ହଜାରରୁ ଊର୍ଦ୍ଧ୍ୱ ଜନସାଧାରଣ ନିର୍ମାଣ କାର୍ଯ୍ୟ ଆରମ୍ଭ ବେଳେ ଉପସ୍ଥିତ ଥିଲେ। ଏହି ସେତୁ ଦେଇ ଯାତାୟତ ଆରମ୍ଭ ହେଲେ ବାଲେଶ୍ୱର ହଳଦୀପଦାରୁ ସିଧାସଳଖ ଜାମଶୂଳୀ, ଲଙ୍ଗଳେଶ୍ୱର, ବାଲିଆପାଳ, ଜଳେଶ୍ୱର, ଭୋଗରାଇ, ପଶ୍ଚିମବଙ୍ଗଙ୍କୁ ସଂଯୋଗ ହୋଇପାରିବ। ଫଳରେ ଅଞ୍ଚଳବାସୀଙ୍କ ଦୀର୍ଘ ୨୫ବର୍ଷର ଦାବି ସାକାର ହୋଇ ପାରିବ।
ପଞ୍ଚୁପଡ଼ା ନଦୀରେ ସେତୁ ନିର୍ମାଣ ନେଇ ଆରମ୍ଭରୁ ଅଡୁଆ ସ୍ଥିତି ସୃଷ୍ଟି ହୋଇଥିଲା। ନଦୀର ଗଭୀରତା ଦୃଷ୍ଟିରୁ କୌଣସି ଠିକାଦାର ନିର୍ମାଣ କାର୍ଯ୍ୟ କରିବାକୁ ଆଗ୍ରହ ପ୍ରକାଶ କରି ନ ଥିଲେ। ଶେଷରେ ଟର୍ଣ୍ଣ-କି ପଦ୍ଧତିରେ ସେତୁ ନିର୍ମାଣ ଲାଗି ସରକାର ନିର୍ଦ୍ଦେଶ ଦେଇଥିଲେ। ଏହାପରେ ହରିୟାଣାର ସିଂଲା କନଷ୍ଟ୍ରକ୍‌ସନ ସଂସ୍ଥା ୨୦ କୋଟି ୯୭ଲକ୍ଷ ଟଙ୍କାରେ ସେତୁ ନିର୍ମାଣ ଲାଗି ଚୁକ୍ତି ସ୍ବାକ୍ଷର କରିଥିଲା। ୨୦୧୩ ଫେବୃୟାରୀ ୧୩ତାରିଖରେ କାର୍ଯ୍ୟ ଶେଷ ହେବ ବୋଲି ପ୍ରଥମେ ଧାର୍ଯ୍ୟ ହୋଇଥିଲା। କିନ୍ତୁ ବିଭିନ୍ନ ବୈଷୟିକ କାରଣରୁ କାମ ବିଳମ୍ବିତ ହେବାରୁ ୨୦୧୭ ଡିସେମ୍ବର ୩୧ ତାରିଖ ଯାଏ ଧାର୍ଯ୍ୟ ସମୟ ସୀମା ବୃଦ୍ଧି କରାଯାଇଥିଲା। ଏହାମଧ୍ୟରେ ସେତୁ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇସାରିଥିବା ଉକ୍ତ ସଂସ୍ଥା ସୂଚନା ଦେଇଛି । ସେତୁର ସୋଲପଟା ପଟୁ ଆପ୍ରୋଚ ରୋଡ଼ ନିର୍ମାଣ କରାଯାଇ ସରିଛି। କିନ୍ତୁ ପଞ୍ଚୁପଡ଼ା ପଟୁ ରାସ୍ତାରେ ଜଣେ ବ୍ୟକ୍ତି ତାଙ୍କ ନିଜସ୍ବ ଜମି ଥିବା ଦର୍ଶାଇ କୋର୍ଟରେ ଆଶ୍ରୟ ନେବାରୁ ବିବାଦ ସୃଷ୍ଟି ହୋଇ ନିର୍ମାଣ କାର୍ଯ୍ୟ ହୋଇପାରୁ ନ ଥିଲା। କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ପ୍ରଶାସନିକ ସ୍ତରରେ ଏହି ସମସ୍ୟାର ସମାଧାନ କରାଯବା ପରେ ଆପ୍ରୋଚ ରୋଡ୍‌ ନିର୍ମାଣ ଆରମ୍ଭ ହୋଇଛି। ସେତୁ ସୁରକ୍ଷା କମିଟି ଏନେଇ ସନ୍ତୋଷ ବ୍ୟକ୍ତ କରି ଗମନା ଗମନ ସୁବିଧା ହେଲେ ଏଅଞ୍ଚଳର ଅର୍ଥନୈତିକ ବିକାଶ ଘଟିବ ବୋଲି ଆଶା ବ୍ୟକ୍ତ କରିଛି। ବିଧାୟକ ଜୀବନ ପ୍ରଦୀପ ଦାଶ କହିଛନ୍ତି, ଆପ୍ରୋଚ ରୋଡ଼ ଲାଗି ଯେଉଁ ବ୍ୟକ୍ତିଙ୍କ ନିଜସ୍ବ ଜାଗା ଯାଉଛି, ତାଙ୍କୁ ରାଜ୍ୟ ସରକାରଙ୍କ ତରଫରୁ ଆବଶ୍ୟକ କ୍ଷତିପୂରଣ ଦିଆଯିବ। ଖୁତ୍ବ୍‌ଶୀଘ୍ର ପ୍ରକଳ୍ପର ନିର୍ମାଣ ଶେଷ କରିବାକୁ ସମ୍ପୃକ୍ତ କନ୍‌ଷ୍ଟ୍ରକସନ୍‌ ସଂସ୍ଥାକୁ ନିର୍ଦ୍ଦେଶ ଦିଆଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରକଳ୍ପକୁ ଉଦ୍‌ଘାଟନ କରିବେ ବୋଲି ସେ କହିଛନ୍ତି।

All Right Reserved By

Model This Week

ନିକିତା

ବାଲେଶ୍ୱର

ବଳାତ୍କାର, ହତ୍ୟା ଉଦ୍ୟମ ଅଭିଯୋଗ: ବାପ, ପୁଅ ଗିରଫ

ଭଦ୍ରକ ଅଫିସ,୨୨।୪-ଭଦ୍ରକ ଟାଉନ ଥାନା ପୋଲିସ ଜଣେ ନାବାଳିକାଙ୍କୁ ବଳାତ୍କାର ଓ ହତ୍ୟା ଉଦ୍ୟମ ଅଭିଯୋଗରେ ବାପ, ପୁଅଙ୍କୁ ଗିରଫ କରିଛି।

୨ଲକ୍ଷ ଟଙ୍କାର ଚୋରାକାଠ ଜବତ

ଭଦ୍ରକ ଅଫିସ,୨୨।୪-ଭଦ୍ରକ ବନ ବିଭାଗ ପକ୍ଷରୁ ଶନିବାର ସନ୍ଧ୍ୟାରେ ଚୋରା ଶାଳ କାଠ ବୋଝେଇ ବୋଲେରୋ ଆରଡ଼ି ଛକରୁ ଜବତ କରାଯାଇଥିଲା।

ଆନନ୍ଦପୁର ଶାସ୍ତ୍ରୀୟ ଓଡିଶୀ ସଙ୍ଗୀତ ମହାବିଦ୍ୟାଳୟ ବାର୍ଷିକଉତ୍ସବ

ଆନନ୍ଦପୁର ଶାସ୍ତ୍ରୀୟ ଓଡିଶୀ ସଙ୍ଗୀତ ମହାବିଦ୍ୟାଳୟ ବାର୍ଷିକଉତ୍ସବ

ଘସିପୁରା,୨୨।୪(ଡି.ଏନ୍‌.ଏ.)-ଆନନ୍ଦପୁର ଶାସ୍ତ୍ରୀୟ ଓଡିଶୀ ସଂଗୀତ ମହାବିଦ୍ୟାଳୟର ଅଷ୍ଟାଦଶତମ ବାର୍ଷିକ ଉତ୍ସବ ସ୍ଥାନୀୟ ବଡଦାଣ୍ଡ ଠାରେ ଦୁଇ ଦିନ ଧରି ଅନୁଷ୍ଠିତ ହୋଇଯାଇଛି।

ମହେଶ୍ୱରଙ୍କୁ ଆନନ୍ଦପୁରରେ ଭବ୍ୟ ସମ୍ବର୍ଦ୍ଧନା

ମହେଶ୍ୱରଙ୍କୁ ଆନନ୍ଦପୁରରେ ଭବ୍ୟ ସମ୍ବର୍ଦ୍ଧନା

ଘସିପୁରା,୨୨।୪(ଡି.ଏନ୍‌.ଏ.)-ଭାଜପା କୃଷକମୋର୍ଚ୍ଚା ରାଷ୍ଟ୍ରୀୟ ଉପସଭାପତି ମହେଶ୍ୱର ସାହୁଙ୍କୁ ଆନନ୍ଦପୁର ଭାଜପା ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇ

ଶନିଶ୍ଚର ପୂଜା: ମାନସୀକଧାରୀଙ୍କର ଜଳଲାଗି

ଶନିଶ୍ଚର ପୂଜା: ମାନସୀକଧାରୀଙ୍କର ଜଳଲାଗି

ଘସିପୁରା,୨୨।୪(ଡି.ଏନ୍‌.ଏ.)-ଘସିପୁରା ବ୍ଲକ ବେଲସୁନ୍ଦରୀ ଗ୍ରାମରେ ଶନିଶ୍ଚର ପୂଜା ବହୁ ଆଡମ୍ବରରେ ପାଳିତ ହୋଇଯାଇଛି। ଶନିଶ୍ଚର କ୍ଲବ ଓ ଗ୍ରାମବାସୀଙ୍କ ମିଳିତ ଆନୁକୂଲ୍ୟରେ ଏହି ପୂଜା ଅନୁଷ୍ଠିତ ହୋଇଥିଲା।

ଧାରଣାରେ ବସିବେ ରାତ୍ରଜଗୁଆଳ-ପିଅନ

ଘସିପୁରା,୨୨।୪(ଡି.ଏନ୍‌.ଏ.): ନିଖିଳ ଓଡିଶା ଆଇ.ସି.ଡି.ଏସ୍‌. ରାତ୍ର ଜଗୁଆଳ-ପିଅନ ମହାସଂଘର ଚାକିରୀ ଓ ଦରମା ସର୍ତ୍ତାବଳୀକୁ ଆଧାର କରି ଆସନ୍ତା ୨୩ ତାରିଖ ସୋମବାର ଠାରୁ ଧାରଣାରେ ବସିବାକୁ ନିଷ୍ପତି ଗ୍ରାହଣ କରାଯାଇଛି।

ପ୍ରଶିକ୍ଷଣ ଶିବର ପାଇଁ ଅସହ୍ୟ ତାତି ବାଧକ ସାଜିଛି

ଘସିପୁରା,୨୨।୪(ଡି.ଏନ୍‌.ଏ.): ବର୍ଷର ଏପ୍ରିଲ୍‌ ଓ ମଇ ମାସରେ ଅସହ୍ୟ ତାତି ଅନୁଭୂତ ହୋଇଥାଏ। ତାତି କାରଣରୁ ଅଧିକାଂଶ ସମୟରେ ଲୋକମାନେ ଅଂଶୁଘାତର ଶିକାର ମଧ୍ୟ ହୋଇଥାନ୍ତି।

ଭାଜପା ଯୁବମୋର୍ଚ୍ଚ ପକ୍ଷରୁ ବିକ୍ଷୋଭ

ଭାଜପା ଯୁବମୋର୍ଚ୍ଚ ପକ୍ଷରୁ ବିକ୍ଷୋଭ

ଭଦ୍ରକ ଅଫିସ,୨୨।୪: ଭାଜପା ଯୁବମୋର୍ଚ୍ଚା ପକ୍ଷରୁ ରବିବାର ଏସ୍‌ପିଙ୍କ କାର୍ଯ୍ୟାଳୟ ସମ୍ମୁଖଷର ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ରାଜ୍ୟରେ ଶିଶୁ ବଳାତ୍କାର ଓ ଯୌନ ଉତ୍ପିଡନ ବଢି ଚାଲିଥିବା ବେଳେ ବିଜେଡି ସରକାର ନିଦା ବିଷ୍ଣୁ ପାଲଟି ଯାଇଥିବା ଭାଜପା ଯୁବମୋର୍ଚ୍ଚା ପକ୍ଷରୁ ସମାଲୋଚନା କରାଯାଇଥିଲା।

ନାବାଳିକାଙ୍କୁ ଅସଦଆଚରଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

ଭୋଗରାଇ,୨୨।୪(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ଭୋଗରାଇ ଥାନା ଅଧିନ ଭୋଗରାଇ ଗ୍ରାମର ୨ନାବାଳିକାଙ୍କୁ ଉକ୍ତ ଗ୍ରାମର ସିରାଜୁଲ(୪୦) ନାମକ ଜଣେ ଯୁବକ ଅସଦଆଚରଣ କରିବା ଅଭିଯୋଗ ହୋଇଥିଲା।

ପୋଖରୀରେ ଗାଧୋଇବା ବେଳେ ଗୋଡ ଖସି ଛାତ୍ରୀ ମୃତ

ପୋଖରୀରେ ଗାଧୋଇବା ବେଳେ ଗୋଡ ଖସି ଛାତ୍ରୀ ମୃତ

ନୀଳଗିରି,୨୨।୪ (ଡି.ଏନ.ଏ.): ବାଲେଶ୍ୱର ଜିଲା ନୀଳଗିରି ଥାନା ଭୂଉଁରିଆବାଡ ପଞ୍ଚାୟତ ଅଧୀନ ଜଡିବାଲି ଗାଁର ଜଣେ କଲେଜ ଛାତ୍ରୀଙ୍କର ପାଣିରେ ବୁଡିବାରୁ ମୃତ୍ୟୁ ଘଟିଛି। ମୃତକ ହେଲେ ଲିସା ଜେନା (୧୮)।

ଜଳଙ୍ଗ ଗ୍ରାମରେ ଅଗ୍ନିକାଣ୍ଡ, ଜଳିଗଲା ୩ ବଖରା

ଜଳଙ୍ଗ ଗ୍ରାମରେ ଅଗ୍ନିକାଣ୍ଡ, ଜଳିଗଲା ୩ ବଖରା

ଖଇରା,୨୨।୪(ଡି.ଏନ୍‌.ଏ): ବାଲେଶ୍ୱର ଜିଲା ଖଇରା ବ୍ଲକ ମାଣିତ୍ରୀ ଗ୍ରାମ ପଞ୍ଚାୟତ ଅଧୀନ ଜଳଙ୍ଗ ଗ୍ରାମରେ ରବିବାର ଅଗ୍ନିକାଣ୍ଡ ଘଟିଛି। ଏଥିରେ ଗ୍ରାମର ଭୁରୁଡି ବେହେରାଙ୍କର ୩ ବଖରା ବାସଗୃହ ପୋଡ଼ି ଯାଇଛି। ଖବରପାଇ ଖଇରା ଦମକଳ କେନ୍ଦ୍ରର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

ଭାଲୁ ଆକ୍ରମଣରେ ଜଣେ ଗୁରୁତର

ଭାଲୁ ଆକ୍ରମଣରେ ଜଣେ ଗୁରୁତର

କେନ୍ଦୁଝର,୨୨।୪(ସ୍ବ.ପ୍ର.): କେନ୍ଦୁଝର ଜିଲା ସଦର ବ୍ଲକ ଅନ୍ତର୍ଗତ କନ୍ଦରକଳା ଗ୍ରାମରେ ଭାଲୁ ଆକ୍ରମଣରେ ଅରୁଣ ମୁଣ୍ଡା ନାମକ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ରବିବାର ସକାଳେ ଭାଲୁଟି ନିକଟସ୍ଥ ଜଙ୍ଗଲରୁ ଗାଁ ମଧ୍ୟକୁ ପଶି ଆସିଥିବା ବେଳେ ଅରୁଣଙ୍କ ସହ ମୁହାଁମୁହିଁ ହୋଇଯାଇଥିଲା।