ବାଲେଶ୍ୱର

ବେନ୍ତାଳ ପଞ୍ଚାୟତରେ ଉନ୍ନୟନ କାର୍ଯ୍ୟ ଠପ୍‌, ପ୍ରତିକାର ଦାବିରେ ବିଡିଓଙ୍କୁ ଦାବିପତ୍ର

ବେନ୍ତାଳ ପଞ୍ଚାୟତରେ ଉନ୍ନୟନ କାର୍ଯ୍ୟ ଠପ୍‌, ପ୍ରତିକାର ଦାବିରେ ବିଡିଓଙ୍କୁ ଦାବିପତ୍ର

ଭଦ୍ରକ ଅଫିସ,୨୭।୧୨- ଭଦ୍ରକ ବ୍ଲକ ବେନ୍ତାଳ ପଞ୍ଚାୟତରେ ସରକାରୀ ଯୋଜନା ଠିକ୍‌ ଭାବେ କାର୍ଯ୍ୟ କରୁନାହିଁ । ସ୍ଥାନୀୟ ନେତୃମଣ୍ଡଳୀ ପଞ୍ଚାୟତ ସ୍ତରରେ ହେବାକୁ ଥିବା ଉନ୍ନୟନ ମୂଳକ କାର୍ଯ୍ୟକୁ ଆଖି ବୁଜି ଦେଇଛନ୍ତି । ବ୍ଳକ ପ୍ରଶାସନ ଶାସକ ଦଳର ନେତାଙ୍କ କଥାରେ ପରିଚାଳିତ ହୋଇ ଜନସାଧାରଣଙ୍କ ସ୍ବାର୍ଥକୁ ଅଣଦେଖା କରୁଛନ୍ତି । ଯେଉଁ କାରଣରୁ ବେନ୍ତାଳ ପଞ୍ଚାୟତରେ ବହୁ ଉନ୍ନୟନ ମୂଳକ କାର୍ଯ୍ୟ ଠପ୍‌ ହୋଇଯାଇଛି। ପଞ୍ଚାୟତର ରାସ୍ତାଘାଟ, ସ୍ବଚ୍ଛ ଭାରତ ଅଧିନରେ ପାଇଖାନା, ରାସ୍ତାର ଆଲୋକୀକରଣ ଆଦି ଯୋଜନା କାର୍ଯ୍ୟକାରୀ ହୋଇ ପାରୁନାହିଁ । ଏଭଳି ଅଭିଯୋଗ ଆଣି ଏହାର ପ୍ରତିକାର ସକାଲେ ବୁଧବାର ବେନ୍ତାଳ ପଞ୍ଚାୟତ ଭାଜପା ପକ୍ଷରୁ ପଞ୍ଚାୟତ ସଭାପତି ସୁରେନ୍ଦ୍ର ନାଥ ଦାସ ଏବଂ ଜିଲା ଯୁବମୋର୍ଚ୍ଚା ସମ୍ପାଦକ ଶାନ୍ତନୁ କୁମାର ପଣ୍ଡାଙ୍କ ନେତୃତ୍ୱରେ ସପନ ଦାସ, ୨ନଂ ୱାର୍ଡସଭ୍ୟ ଭାଗିରଥି ଜେନା, ୬ନଂ ୱାର୍ଡସଭ୍ୟ ସୁନାକର ଗାହାଣ, ବିଭୁତି ଭୂଷଣ ପାଣିଗ୍ରାହୀ, ଲକ୍ଷ୍ମୀଧର ଥଟେଇ, ଅଭୟ ଜେନା, ହେମନ୍ତ ପ୍ରଧାନ, ମଧୁସୂଦନ ଜେନା, ମାୟାଧର ଜେନା ପ୍ରମୁଖ ଭଦ୍ରକ ବିଡିଓଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ଆଗାମୀ ୧୫ ଦିନ ମଧ୍ୟରେ ଦାବିପ୍ରତି ପଦକ୍ଷେପ ନିଆ ନ ଗଲେ ଦଳ ପକ୍ଷରୁ ଗଣତାନ୍ତ୍ରିକ ପଦ୍ଧତିରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି।

All Right Reserved By

ବାଲେଶ୍ୱର

ଦୁଗ୍ଧ ଢାଳି ଚାଷୀଙ୍କ ପ୍ରତିବାଦ

ଦୁଗ୍ଧ ଢାଳି ଚାଷୀଙ୍କ ପ୍ରତିବାଦ

ଭଦ୍ରକ ଅଫିସ,୧୭।୭- ଚାଷୀଙ୍କଠାରୁ ଦୁଗ୍ଧ ସଂଗ୍ରହ କରା ନ ଯିବା ପ୍ରତିବାଦରେ ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଜଗନ୍ନାଥପ୍ରସାଦ ପଞ୍ଚାୟତର ୪୦ରୁ ଉର୍ଦ୍ଧ୍ୱ ଚାଷୀ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସେମାନେ ସ୍ଥାନୀୟ ଗଙ୍ଗାମାତା ଦୁଗ୍ଧ ସୋସାଇଟି ଆଗରେ ଦୁଗ୍ଧ ଢାଳି ବିଭିନ୍ନ ନାରା ଦେଇ ଚାଷୀଙ୍କଠାରୁ କ୍ଷୀର ନ କିଣିବାକୁ ବାମୁଲ କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଥିବାରୁ ଏହାକୁ ନିନ୍ଦା କରି ଥିଲେ। ଗୋପାଳନ କରୁଥିବା ଚାଷୀ ଏଠାରେ କ୍ଷୀର ବିକି ନ ପାରି କ୍ଷତି ସହୁଛନ୍ତି। ସେମାନେ ପ୍ରତିବାଦ ଓ ବିରୋଧ କରିବା ସତ୍ତ୍ୱେ କୌଣସି ପ୍ରତିକାର ହେଉ ନ ଥିବା ଅଭିଯୋଗ କରିଛନ୍ତି।

ପୁରୁଣା ଫେରାର ଅଭିଯୁକ୍ତ ଗିରଫ

ଭଦ୍ରକ ଅଫିସ,୧୭।୭- ଭଦ୍ରକ ଜିଲା ବାସୁଦେବପୁର ବ୍ଲକର ନାୟକାଣିଡିହି ଥାନା ପୋଲିସ ଦୁଇ ପୁରୁଣା ଫେରାର ଅଭିଯୁକ୍ତଙ୍କୁ ସୋମବାର ବିଳମ୍ବିତ ରାତିରେ ଗିରଫ କରିଛି। ୨୦୧୧ର ଏକ ମାମଲାରେ ଗୋବିନ୍ଦପୁର ଅଞ୍ଚଳର ହରେକୃଷ୍ଣ ଓରଫ ଶଙ୍କର୍ଷଣ କର(୬୮) ଓ ୨୦୧୪ର ଏକ ମାମଲାରେ ତମ୍ବାଖଣ୍ଡି ଅଞ୍ଚଳର ସପନ କୁମାର ମାହୁନ୍ତ(୨୩) ଅଭିଯୁକ୍ତ ଥାଇ ଫେରାର ଥିଲେ।

ହେଲମେଟ ଯାଞ୍ଚ, ଜରିମାନା ଆଦାୟ

ଭଦ୍ରକ ଅଫିସ,୧୭।୭-ଭଦ୍ରକ ଜିଲା ନାୟକାଣିଡିହି ପୋଲିସ ପକ୍ଷରୁ ସଡକ ସଚେତନତା ପାଇଁ ବିରସ ଛକଠାରେ ସୋମବାର ସନ୍ଧ୍ୟାରେ ଦୁଇଚକିଆ ଯାନ ଯାଞ୍ଚ କରାଯାଇଥିଲା।

ସ୍ବଳ୍ପ ବୃଷ୍ଟିପାତ, କୃଷିକାର୍ଯ୍ୟ ବାଧାପ୍ରାପ୍ତ

ଚମ୍ପୁଆ/ଯୋଡ଼ା/ଝୁମ୍ପୁରା,୧୭।୭(ଡି.ଏନ.ଏ.): ସ୍ବଳ୍ପ ବୃଷ୍ଟିପାତ ଯୋଗୁଁ ଚମ୍ପୁଆ କୃଷି ଜିଲାରେ ଚାଷ ପ୍ରଭାବିତ ହେବ ବୋଲି ଆଶଙ୍କା ସୃଷ୍ଟି ହୋଇଛି। ଖରିଫ ଋତୁରେ କମ୍‌ ବୃଷ୍ଟିପାତ ଯୋଗୁଁ ପ୍ରଭାବ ସିଧା ସଳଖ ଚାଷୀକୁଳ ଉପରେ ପଡ଼ିଛି। ଆବଶ୍ୟକ ପରିମାଣ ବର୍ଷା ଅଭାବରୁ କୃଷିକାର୍ଯ୍ୟ ବାଧାପ୍ରାପ୍ତ ହୋଇଛି।

ଜିପିଏସ୍‌ ମେଶିନ ଅଚଳ

ଯୋଡ଼ା,୧୭।୭(ଡି.ଏନ୍‌.ଏ.): ଯୋଡା ଖଣି ମଣ୍ଡଳରେ ଥିବା ପ୍ରାୟ ୧୦ ହଜାରରୁ ଅଧିକ ଟ୍ରକ୍‌ ଓ ଡମ୍ପର ଜିପିଏସ୍‌ ମେଶିନ ଅଚଳ କରାଣରୁ ଖଣିଜ ବୋଝେଇ ନ କରି କରି ଠିଆ ହୋଇଛି। ଗତ ଶୁକ୍ରବାରଠାରୁ ଜିପିଏସ୍‌ ମେଶିନ ଆଇଥ୍ରି ଏମ୍‌ଏସ୍‌ ଇଣ୍ଟିଗ୍ରେଟେଡ ମାଇନ୍ସ ମିନେରାଲ୍ସ ମ୍ୟାନେଜମେଣ୍ଟ ସିଷ୍ଟମ ସହ ଟ୍ୟାଗ ହେଉ ନାହିଁ। ବିଭିନ୍ନ ଖଣିରେ ଖଣିଜ ବୋଝେଇ ନ କରି ଟ୍ରକ୍‌ ଓ ଡମ୍ପର ଅଟକି ରହିଛି। ଟ୍ରକ୍‌ର ଡ୍ରାଇଭର ଓ ହେଲ୍‌ପର ନ ଖାଇ ନ ପିଇ ଖଣି ଓ ରାସ୍ତାରେ ପଡି ରହିଛନ୍ତି।

ବର୍ଷାରେ ଭାଙ୍ଗିଲା ଘର : ପଲିଥିନ ତଳେ ପରିବାର

ବର୍ଷାରେ ଭାଙ୍ଗିଲା ଘର : ପଲିଥିନ ତଳେ ପରିବାର

ବାଲିଆପାଳ,୧୭।୭(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକ ଅନ୍ତର୍ଗତ ମଧୁପୁରା ଗ୍ରାମପଞ୍ଚାୟତର ପଞ୍ଚରୁଖି ଗ୍ରାମର ପଞ୍ଚାନନ ଜେନାଙ୍କର ମାଟି ଘରଟି ରବିବାର ପ୍ରବଳ ବର୍ଷାରେ ଭାଙ୍ଗିଯାଇଛି ।

ପରିବେଶ ସଚେତନତା କାର୍ଯ୍ୟକ୍ରମ

ସୋର, ୧୭।୭(ଡି.ଏନ.ଏ.)-ସୋର ମ୍ୟୁନିସିପାଲିଟି ଅଧୀନ ମୋବାରକପୁରସ୍ଥିତ ମାଉସୀ ମା’ ମନ୍ଦିର ନିକଟରେ ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ଆନୁକୂଲ୍ୟରେ ଏକ ପରିବେଶ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।

ଟ୍ରେନରେ କଟି ବୃଦ୍ଧଙ୍କ ମୃତ୍ୟୁ

ସୋର, ୧୭।୭(ଡି.ଏନ.ଏ.)- ବାଲେଶ୍ୱର ଜିଲା ସୋର ଷ୍ଟେଶନର ୨ନମ୍ବର ପ୍ଲାଟଫର୍ମରେ ସୋମବାର ଅପରାହ୍ନ ୫ଟାବେଳେ ଇଷ୍ଟକୋଷ୍ଟ ଏକ୍ସପ୍ରେସ ଟ୍ରେନରେ ଓହ୍ଲାଇ ପ୍ଲାଟଫର୍ମ ପାର ହେଉଥିବା ବେଳେ କୃଷ୍ଣଚନ୍ଦ୍ର ମହାରଣା (୬୫) ନାମକ ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଛି ।

ଜିଲାସ୍ତରୀୟ ସଂଘ ଅଧିବେଶନ

ସୋର, ୧୭।୭(ଡି.ଏନ.ଏ.)- ସୋର ମ୍ୟୁନିସିପାଲଟି ଅଧୀନ ବ୍ଲକ ଠାରେ ଥିବା ଶ୍ରୀ ନିଗମାନନ୍ଦ ସରସ୍ବତୀ ଦେବଙ୍କ ଶାଖା ଆଶ୍ରମ ପରିସରରେ ୩୨ତମ ବାଲେଶ୍ୱର-ଭଦ୍ରକ ଜିଲାସ୍ତରୀୟ ସଂଘ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି ।

ପାଟପାଣି ଘାଟିରେ ଗାଡ଼ି ଦୁର୍ଘଟଣା

ରାଇସୁଆଁ,୧୭।୭(ଡି.ଏନ.ଏ.): କେନ୍ଦୁଝର ସହରଠାରୁ ଦୁର୍ଗମ ବାଂଶପାଳକୁ ଯାତାୟାତ କରୁଥିବା ବିଜୁଗାଁ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି।

ରାସ୍ତା ନିର୍ମାଣ ଲାଗି ଦାବିପତ୍ର

ବଡବିଲ, ୧୭।୭(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡବିଲ ସହରକୁ ପ୍ରଦୂଷଣ ମୁକ୍ତ ସହ ଦୁର୍ଘଟଣା ରୋକିବାକୁ ଅବିଳମ୍ବେ ପ୍ରସ୍ତାବିତ ବାଇପାସ ରିଂ ରୋଡ୍‌ ନିର୍ମାଣ ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ସ୍ଥାନୀୟ ସିଭିଲ ସୋସାଇଟି ପକ୍ଷରୁ ସୋମବାର କେନ୍ଦୁଝର ଜିଲାପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି।

ଛେଳି ଚାଷ କରି ରୋଜଗାରକ୍ଷମ

ଛେଳି ଚାଷ କରି ରୋଜଗାରକ୍ଷମ

କେନ୍ଦୁଝର, ୧୭।୭(ସ୍ବ.ପ୍ର.): ବଣପାହାଡ଼ ଘେରା ବାଂଶପାଳ ବ୍ଲକ ଅଞ୍ଚଳରେ ରହୁଥିବା ଆଦିମ ମଣିଷ କୁହାଯାଉଥିବା ଜୁଆଙ୍ଗ ଜନଜାତିଙ୍କ ବିକାଶ ହୋଇପାନି। ତଥାପି ସେମାନେ ଛେଳି ଚାଷ କରି ରୋଜଗାରକ୍ଷମ ହୋଇଛନ୍ତି। ଜୁଆଙ୍ଗମାନେ ଛେଳି ଚାଷ କରି ନିଜର ଅର୍ଥନୈତିକ ଅବସ୍ଥାକୁ ସୁଧାରିବାକୁ ଉଦ୍ୟମ ଚଳାଇଆସୁଛନ୍ତି। ବଣଜଙ୍ଗଲରେ ଛେଳିଙ୍କ ପାଇଁ ପର୍ଯ୍ୟାପ୍ତ ଖାଦ୍ୟ ରହିଛି। ଅନ୍ୟପକ୍ଷରେ ଦେଶୀ ଛେଳିର ଚାହିଦା ସହରାଞ୍ଚଳରେ ଅଧିକ ରହିଛି।

Model This Week

ରୂପେଶ