Dharitri News
ଖେଳ |

ଓଡ଼ିଶାକୁ ଫେଡେରେଶନ କପ୍‌ ଯୋଗ୍ୟତା

ଓଡ଼ିଶାକୁ ଫେଡେରେଶନ କପ୍‌ ଯୋଗ୍ୟତା ଭୁବନେଶ୍ୱର, ୨୭।୧୨ (କ୍ରୀଡ଼ା ପ୍ରତିନିଧି) ଓଡ଼ିଶାର ଉଭୟ ମହିଳା ଓ ପୁରୁଷ ଥ୍ରୋ-ବଲ୍‌ ଦଳ ଫେଡେରେଶନ୍‌ କପ୍‌ ଯୋଗ୍ୟତା ହାସଲ କରି ଇତିହାସ ରଚିଛି। ଆନ୍ଧ୍ରପ୍ରଦେଶର ବିଜୟଓ୍ବାଡାଠାରେ ଅନୁଷ୍ଠିତ ୪୦ତମ ସିନିୟର ଥ୍ରୋ-ବଲ୍‌ ଚାମ୍ପିୟନଶିପ୍‌ରେ ବ୍ରୋଞ୍ଜ ପଦକ ହାସଲ କରି ଓଡ଼ିଶା ମହିଳା ଦଳ ଏହି ଗୌରବ ହାସଲ କରିଛି। ସେମିଫାଇନାଲରେ ତାମିଲନାଡ଼ୁଠାରୁ ୧-୨ରେ ହାରିବାପରେ ପ୍ଲେ-ଅଫ୍‌ରେ ୫ ବର୍ଷର ଫାଇନାଲିଷ୍ଟ ମଧ୍ୟପ୍ରଦେଶକୁ ୨-୧ ସେଟ୍‌ରେ ପରାସ୍ତ କରି ଦୀର୍ଘ ୧୭ ବର୍ଷ ପରେ ଦଳ ବ୍ରୋଞ୍ଜ ପଦକ ହାସଲ କରିଥିଲା। ସେହିପରି ଶ୍ରେଷ୍ଠ ୮ ଦଳ ଭିତ୍ତିରେ କ୍ୱାର୍ଟର ଫାଇନାଲରେ ହାରିଥିବା ପୁରୁଷ ଦଳ ମଧ୍ୟ ଫେଡେରେଶନ କପ୍‌ ଯୋଗ୍ୟତା ପାଇଛି। ପ୍ରତିଯୋଗିତାରେ ଦେଶର ବିଭିନ୍ନ ରାଜ୍ୟରୁ ୨୨ ମହିଳା ଓ ୨୪ ପୁରୁଷ ଦଳ ଅଂଶଗ୍ରହଣ କରିଥିଲେ। ଓଡ଼ିଶା ଦଳର ଏହି ପ୍ରଦର୍ଶନ ପାଇଁ କୋଚ୍‌ କୈଲାସଚନ୍ଦ୍ର ବାରିକ ଏବଂ ଶ୍ରେଷ୍ଠ ମହିଳା ଖେଳାଳି ଶୁଭଦର୍ଶିନୀ ଜେନା ଏବଂ ଦଳର ଅନ୍ୟ ସମସ୍ତ ସଦସ୍ୟଙ୍କୁ ଓଡ଼ିଶା ଥ୍ରୋ-ବଲ୍‌ ଆସୋସିଏଶନ ପ୍ରତିଷ୍ଠାତା କୃଷ୍ଣଚନ୍ଦ୍ର ଦାସ, ସମ୍ପାଦକ ଜିତେନ୍ଦ୍ରନାଥ ଦାସ ଓ ସହ ସମ୍ପାଦକ ଯଶୋବନ୍ତ ପରମଗୁରୁ ଅଭିନନ୍ଦନ ଜଣାଇଛନ୍ତି।

ଖେଳ |

ଚତୁଃରାଷ୍ଟ୍ରୀୟ ହକି ସିରିଜ୍‌ ବେଲଜିୟମଠୁ ହାରିଲା ଭାରତ

ଚତୁଃରାଷ୍ଟ୍ରୀୟ ହକି ସିରିଜ୍‌ ବେଲଜିୟମଠୁ ହାରିଲା ଭାରତ

ଟୌରାଙ୍ଗ (ନ୍ୟୁଜିଲାଣ୍ଡ), ୧୮।୧(ପି.ଟି.)- ଏଠାରେ ଚାଲିଥିବା ଚତୁଃରାଷ୍ଟ୍ରୀୟ ଆମନ୍ତ୍ରଣୀୟ ହକି ସିରିଜ୍‌ର ୨ୟ ମ୍ୟାଚ୍‌ରେ ଭାରତୀୟ ଦଳକୁ ପରାଜୟର ସାମ୍ନା କରିବାକୁ ପଡ଼ିଛି। ବୃହତ୍‌ ବିଜୟରୁ ଅଭିଯାନ ଆରମ୍ଭ କରିଥିବା ଭାରତକୁ ୨ୟ ମ୍ୟାଚ୍‌ରେ ୨-୦ ଗୋଲ୍‌ରେ ବେଲଜିୟମ ପରାସ୍ତ କରିଛି।

ବ୍ରିସ୍‌ବେନ ଦିନିକିଆରୁ ହାଜେଲଉଡ୍‌ ବାଦ୍‌

ବ୍ରିସ୍‌ବେନ ଦିନିକିଆରୁ ହାଜେଲଉଡ୍‌ ବାଦ୍‌

ସିଡ୍‌ନୀ, ୧୮।୧-ଅଷ୍ଟ୍ରେଲିଆ ଦଳ ଦ୍ରୁତ ବୋଲର ଜୋଶ ହାଜେଲଉଡ୍‌ ଭ୍ରମଣକାରୀ ଇଂଲଣ୍ଡ ବିପକ୍ଷ ୨ୟ ଦିନିକିଆରୁ ବାଦ୍‌ ପଡ଼ିଛନ୍ତି। ଅସୁସ୍ଥତା କାରଣରୁ ବ୍ରିସ୍‌ବେନ ଦିନିକିଆରେ ସେ ଖେଳିବେ ନାହିଁ। ଏ ନେଇ ଅଷ୍ଟ୍ରେଲିଆ ଦଳୀୟ ମ୍ୟାନେଜମେଣ୍ଟ ପକ୍ଷରୁ କୁହାଯାଇଛି। ତାଙ୍କ ବଦଳରେ ଝେ ରିଚାର୍ଡସନଙ୍କୁ ପଦାର୍ପଣ କରିବାର ସୁଯୋଗ ମିଳିପାରେ।

ଅଷ୍ଟ୍ରେଲିଆନ୍‌ ଓପନ୍‌: ୩ୟ ରାଉଣ୍ଡରେ ଶାରାପୋଭା-କର୍ବର

ଅଷ୍ଟ୍ରେଲିଆନ୍‌ ଓପନ୍‌: ୩ୟ ରାଉଣ୍ଡରେ ଶାରାପୋଭା-କର୍ବର

ମେଲବୋର୍ନ, ୧୮।୧- ଚଳିତ ସିଜନ୍‌ର ପ୍ରଥମ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଅଷ୍ଟ୍ରେଲିଆନ୍‌ ଓପନ୍‌ର ମହିଳା ସିଙ୍ଗଲ୍ସ ବର୍ଗରେ ମାରିଆ ଶାରାପୋଭା ଓ ଆଞ୍ଜେଲିକ କର୍ବର ୩ୟ ରାଉଣ୍ଡ ମୁକାବିଲାରେ ପରସ୍ପରକୁ ଭେଟିବେ। ଗୁରୁବାର ଖେଳାଯାଇଥିବା ୨ୟ ରାଉଣ୍ଡ ମୁକାବିଲାକୁ ପୂର୍ବତନ ଚାମ୍ପିୟନ୍‌ ଶାରାପୋଭା ସିଧାସଳଖ ସେଟ୍‌ରେ ଜିତି ନିଜର ଅଭିଯାନ ଜାରି ରଖିଛନ୍ତି।

ପେସ, ବୋପନ୍ନାଙ୍କ ବିଜୟୀ ଅଭିଯାନ

ପେସ, ବୋପନ୍ନାଙ୍କ ବିଜୟୀ ଅଭିଯାନ

ମେଲବୋର୍ନ, ୧୮।୧- ଭେଟେରାନ ଟେନିସ୍‌ ଖେଳାଳି ଲିଆଣ୍ଡର ପେସ୍‌ ଓ ରୋହନ ବୋପନ୍ନା ଚଳିତ ଅଷ୍ଟ୍ରେଲିଆନ୍‌ ଓପନ୍‌ର ପୁରୁଷ ଡବଲ୍ସ ବର୍ଗରେ ନିଜ ଯୋଡ଼ିଦାରଙ୍କ ସହ ବିଜୟ ଅଭିଯାନ ଆରମ୍ଭ କରିଛନ୍ତି।

ଦୃଷ୍ଟିହୀନ କ୍ରିକେଟ୍‌ ବିଶ୍ୱକପ୍‌: ଭାରତ- ପାକିସ୍ତାନ ଫାଇନାଲ

ଦୃଷ୍ଟିହୀନ କ୍ରିକେଟ୍‌ ବିଶ୍ୱକପ୍‌: ଭାରତ- ପାକିସ୍ତାନ ଫାଇନାଲ

ଅଜମାନ,୧୮ା୧(ପି.ଟି.)- ୟୁନାଇଟେଡ ଆରବ ଏମିରେଟ୍ସ (ୟୁଏଇ)ରେ ଚାଲିଥିବା ଦୃଷ୍ଟିହୀନ କ୍ରିକେଟ ବିଶ୍ୱକପ୍‌ର ପଞ୍ଚମ ସଂସ୍କରଣରେ ଭାରତ ଦମ୍‌ଦାର ପ୍ରଦର୍ଶନ କରି ଫାଇନାଲରେ ପ୍ରବେଶ କରିଛି।

ଅଷ୍ଟ୍ରେଲିଆନ୍‌ ଓପନ୍‌: ତୃତୀୟ ରାଉଣ୍ଡରେ ନାଡାଲ, ଓଜ୍‌ନିଆକି

ଅଷ୍ଟ୍ରେଲିଆନ୍‌ ଓପନ୍‌: ତୃତୀୟ ରାଉଣ୍ଡରେ ନାଡାଲ, ଓଜ୍‌ନିଆକି

ମେଲବୋର୍ନ,୧୭ା୧(ଏ.ଏଫ୍‌.ପି.)- ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଅଷ୍ଟ୍ରେଲିଆନ ଓପନ୍‌ ତୃତୀୟ ଦିନରେ ପହଞ୍ଚିଛି। ସିଡେଡ ଖେଳାଳିମାନେ ଅଗ୍ରଗତି କରିଛନ୍ତି।

ସୁପର୍‌ ଓଭରରେ ଓଡ଼ିଶାକୁ ଜିତାଇଲେ ପ୍ରିୟଙ୍କା

କଟକ ଅଫିସ,୧୭ା୧- ରୋମାଞ୍ଚକ ମ୍ୟାଚ୍‌ରେ ବିଜୟୀ ହୋଇ ଓଡ଼ିଶା ସିନିୟର ମହିଳା ଟି୨୦ ଟୁର୍ନାମେଣ୍ଟର ନକ୍‌ଆଉଟ୍‌ ରାଉଣ୍ଡକୁ ପ୍ରବେଶ କରିଛି। ପ୍ରଥମଥର ପାଇଁ ଓଡ଼ିଶା ଉକ୍ତ ପ୍ରତିଯୋଗିତାରେ ଗ୍ରୁପ୍‌ ଚାମ୍ପିୟନ ମଧ୍ୟ ହୋଇଛି।

ଟିମ୍‌ ଇଣ୍ଡିଆ ସିରିଜ ବିଜୟରେ ବ୍ରେକ୍‌: ଦକ୍ଷିଣ ଆଫ୍ରିକା ୧୩୫ ରନରେ ବିଜୟୀ

ଟିମ୍‌ ଇଣ୍ଡିଆ ସିରିଜ ବିଜୟରେ ବ୍ରେକ୍‌: ଦକ୍ଷିଣ ଆଫ୍ରିକା ୧୩୫ ରନରେ ବିଜୟୀ

ସେଞ୍ଚୁରିଅନ, ୧୭।୧(ପି.ଟି.)- ବ୍ୟାଟିଂ ବିଫଳତା ଦକ୍ଷିଣ ଆଫ୍ରିକା ଗସ୍ତରେ ଟିମ୍‌ ଇଣ୍ଡିଆ ପାଇଁ ମହଙ୍ଗା ପଡ଼ିଛି। କ୍ରମାଗତ ଟେଷ୍ଟ ହାରିବା ସହ ସିରିଜ ହାତଛଡ଼ା ହୋଇଛି। ସୁପର ସ୍ପୋର୍ଟ ପାର୍କରେ ଅନୁଷ୍ଠିତ ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ନିକଟରୁ ବିରାଟ କୋହଲିଙ୍କ ଦଳ ୧୩୫ ରନରେ ପରାଜିତ ହୋଇଛି।

ଚତୁଃରାଷ୍ଟ୍ରୀୟ ହକି ସିରିଜ୍‌: ବୃହତ୍‌ ବିଜୟରୁ ଭାରତର ଅଭିଯାନ

ଚତୁଃରାଷ୍ଟ୍ରୀୟ ହକି ସିରିଜ୍‌: ବୃହତ୍‌ ବିଜୟରୁ ଭାରତର ଅଭିଯାନ

ଟୌରଙ୍ଗ, ୧୭।୧- ଏଠାରେ ଚାଲିଥିବା ଚତୁଃରାଷ୍ଟ୍ରୀୟ ଇନଭାଇଟେଶନାଲ ହକି ସିରିଜ୍‌ରେ ଭାରତୀୟ ଦଳ ବୃହତ୍‌ ବିଜୟରୁ ଅଭିଯାନ ଆରମ୍ଭ କରିଛି। ବୁଧବାର ଖେଳାଯାଇଥିବା ମୁକାବିଲାରେ ଭାରତୀୟ ଦଳ ୬-୦ ଗୋଲ୍‌ରେ ଜାପାନକୁ ହରାଇ ଦେଇଛି। ବିଜୟୀ ଦଳ ପାଇଁ ପଦାର୍ପଣକାରୀ ବିବେକ ସାଗର ଓ ଦିଲପ୍ରୀତ ସିଂ ୨ଟି ଲେଖାଏ ଗୋଲ କରିଛନ୍ତି। ଏମାନଙ୍କ ବ୍ୟତୀତ ରୂପିନ୍ଦର ପାଲ ସିଂ ଓ ହରମନପ୍ରୀତ ସିଂ ପ୍ରତ୍ୟେକେ ଗୋଟିଏ ଗୋଲ ଦେଇଛନ୍ତି।

ଭାରତୀୟ ୧୯ ବର୍ଷରୁ କମ୍‌ ଦଳରେ ଠାକରେ

ଭାରତୀୟ ୧୯ ବର୍ଷରୁ କମ୍‌ ଦଳରେ ଠାକରେ

ନୂଆଦିଲ୍ଲୀ, ୧୭।୧- ନ୍ୟୁଜିଲାଣ୍ଡଠାରେ ଚାଲିଥିବା ଆଇସିସି ୧୯ ବର୍ଷରୁ କମ୍‌ କ୍ରିକେଟ୍‌ ବିଶ୍ୱକପ୍‌ ଇଭେଣ୍ଟରେ ଅଂଶଗ୍ରହଣ କରିଥିବା ଭାରତୀୟ ଦଳରେ ବୁଧବାର ବିଦର୍ଭ ପେସର ଆଦିତ୍ୟ ଠାକରେଙ୍କୁ ସାମିଲ କରାଯାଇଛି। ଆହତ ସମସ୍ୟା ଦେଇ ଗତି କରୁଥିବା ଇଶାନ ପୋରେଲଙ୍କ ବଦଳ ଖେଳାଳି ଭାବେ ଆଦିତ୍ୟଙ୍କୁ ଡାକରା ଦିଆଯାଇଛି।

ଫୁଟ୍‌ବଲ୍‌ରୁ ରୋନାଲ୍ଡିନୋଙ୍କ ସନ୍ନ୍ୟାସ

ଫୁଟ୍‌ବଲ୍‌ରୁ ରୋନାଲ୍ଡିନୋଙ୍କ ସନ୍ନ୍ୟାସ

ବ୍ରାସିଲା, ୧୭।୧- ବିଶ୍ୱକପ୍‌ ବିଜୟୀ ବ୍ରାଜିଲ ଦଳର ସଦସ୍ୟ ରୋନାଲ୍ଡିନୋ ଫୁଟ୍‌ବଲ ଖେଳାଳି ଭାବେ ମଙ୍ଗଳବାର ସନ୍ନ୍ୟାସ ଘୋଷଣା କରିଛନ୍ତି। ପେସାଦାର ଫଟ୍‌ବଲରୁ ଦୀର୍ଘ ୨ ବର୍ଷ କାଳ ଦୂରେଇ ରହିବା ପରେ ସେ ଏହି ନିଷ୍ପତ୍ତି ନେଇଛନ୍ତି। ୩୭ ବର୍ଷୀୟ ଷ୍ଟାର ଖେଳାଳି ପ୍ୟାରିସ ସେଣ୍ଟ ଜର୍ମାନ (ପିଏସ୍‌ଜ) ଓ ବ୍ରାଜିଲ ପକ୍ଷରୁ ଖେଳିଥିଲେ।

ଅଷ୍ଟ୍ରେଲିଆନ୍‌ ଓପନ୍‌: ୩ୟ ରାଉଣ୍ଡରେ ନାଡାଲ

ଅଷ୍ଟ୍ରେଲିଆନ୍‌ ଓପନ୍‌: ୩ୟ ରାଉଣ୍ଡରେ ନାଡାଲ

ମେଲବୋର୍ନ, ୧୭।୧- ପୁରୁଷ ସିଙ୍ଗଲ୍ସ ବର୍ଗର ଶୀର୍ଷ ର଼୍ୟାଙ୍କଧାରୀ ଟେନିସ୍‌ ଖେଳାଳି ରାଫାଲ ନାଡାଲ ଏଠାରେ ଚାଲିଥିବା ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଅଷ୍ଟ୍ରେଲିଆନ୍‌ ଓପନ୍‌ର ୩ୟ ରାଉଣ୍ଡକୁ ଉନ୍ନୀତ ହୋଇଛନ୍ତି। ବୁଧବାର ଖେଳାଯାଇଥିବା ୨ୟ ରାଉଣ୍ଡ ମୁକାବିଲାରେ ସେ ସିଧାସଳଖ ସେଟ୍‌ରେ ଲିଓନାର୍ଡୋ ମେୟରଙ୍କୁ ହରାଇଛନ୍ତି।