ବାଣିଜ୍ୟ |

ବଜାରରେ ଡେଲର ନୂଆ ଇନସ୍ପିରନ୍‌ ସିରିଜ ନୋଟବୁକ୍‌

ବଜାରରେ ଡେଲର ନୂଆ ଇନସ୍ପିରନ୍‌ ସିରିଜ ନୋଟବୁକ୍‌
ଭୁବନେଶ୍ୱର,୨୭-୧୨ ପ୍ରମୁଖ ପିସି ଉତ୍ପାଦନକାରୀ କମ୍ପାନୀ ଡେଲ୍‌ ବଜାରକୁ ନୂଆ ଇନସ୍ପିରନ ସିରିଜ୍‌ର ନୋଟବୁକ୍‌ ଛାଡିଛି। ନୋଟବୁକ୍‌ଗୁଡିକ ଅତ୍ୟନ୍ତ ପତଳା ହୋଇଥିବା ବେଳେ ଏହା ମଧ୍ୟରେ ୧୩ ୭୦୦୦ ଟୁ ଇନ୍‌ ଓ୍ବାନ (୭୩୭୩), ଇନସ୍ପିରନ୍‌ ୧୫ ୭୦୦୦ (୭୫୭୦), ଇନସ୍ପିରନ୍‌ ୧୩ ୫୦୦୦(୫୩୭୦) ଭଳି ମଡେଲ ରହିଛି। ମଡେଲଗୁଡିକୁ ପତଳା ତଥା ହାଲକା କରି ନିର୍ମାଣ କରାଯାଇଛି। ଏହା ଉଚ୍ଚ କ୍ଷମତା,ଗୁଣବତ୍ତା ତଥା ମନୋରଞ୍ଜନ ପ୍ରଦାନ କରିବାକୁ ସକ୍ଷମ ହେବ ବୋଲି କମ୍ପାନୀ ପକ୍ଷରୁ ସୂଚନା ରହିଛି। ଏହାର ଅତ୍ୟାଧୁନିକ ଟେକ୍ନୋଲୋଜି, ଡିଜାଇନ ଗ୍ରାହକଙ୍କ ଦୈନଦିନ ଜୀବନର ପିସି ଆବଶ୍ୟକତାକୁ ବିଶେଷ ଭାବେ ପୂରଣ କରିବାକୁ ସକ୍ଷମ ହେବ। ଏହାର ଆକର୍ଷକ ଡିସ୍‌ପ୍ଲେ, ସର୍ବୋତ୍ତମ ଭିଜୁଆଲ ଅଭିଜ୍ଞତା, ଅତ୍ୟାଧୁନିକ ପ୍ରୋସେସର, ଗ୍ରାଫିକ୍ସ, ପୋର୍ଟେବିଲିଟି ଗ୍ରାହକଙ୍କୁ ବିଶେଷ ଭାବେ ସୁବିଧା ପ୍ରଦାନ କରିବାକୁ ସକ୍ଷମ ହେବ। ମଡେଲଗୁଡିକରେ ୮ମ ପିଢିର ଇଣ୍ଟେଲକୋର ପ୍ରୋସେସର ରହିଛି। ଗ୍ରାହକଙ୍କ ଚାହିଦାକୁ ଧ୍ୟାନରେ ରଖି ଆମେ ଅତ୍ୟାଧୁନିକ ଡିଜାଇନ ତଥା କ୍ଷମତାବିଶିଷ୍ଟ ପିପି ପ୍ରଦାନ ଦିଗରେ କାର୍ଯ୍ୟ କରୁଛୁ ବୋଲି ଡେଲ ଇଣ୍ଡିଆର ଗ୍ରାହକ ତଥା କ୍ଷୁଦ୍ର ବାଣିଜ୍ୟ ଉତ୍ପାଦ ମାର୍କେଟିଂ ନିର୍ଦ୍ଦେଶକ ଆଲେନ ଜଏ ଜୋସ୍‌ ସୂଚନା ଦେଇଛନ୍ତି।
All Right Reserved By

ବାଣିଜ୍ୟ |

ଖୁବ୍‌ ଶୀଘ୍ର ନିଯୁକ୍ତ ହେବେ ମୁଖ୍ୟ ଅର୍ଥନୈତିକ ଉପଦେଷ୍ଟା

ନୂଆଦିଲ୍ଲୀ, ୧୯।୧୦: କେନ୍ଦ୍ର ସରକାର ଆସନ୍ତା ୨ ମାସ  ମଧ୍ୟରେ ଦେଶର ମୁଖ୍ୟ ଅର୍ଥନୈତିକ ଉପଦେଷ୍ଟା ନିଯୁକ୍ତି କରିବେ। ଅର୍ଥ ମନ୍ତ୍ରଣାଳୟ ଦ୍ୱାରା ଗଠିତ ଚୟନ କମିଟି ଖୁବ୍‌ ଶୀଘ୍ର ଉପଯୁକ୍ତ ପ୍ରାର୍ଥୀଙ୍କର  ଏକ ଚୂଡ଼ାନ୍ତ ତାଲିକା  ପ୍ରସ୍ତତ କରିବେ।

ଏୟାର ଇଣ୍ଡିଆକୁ ୧ ହଜାର କୋଟି ସହାୟତା

ଏୟାର ଇଣ୍ଡିଆକୁ ୧ ହଜାର କୋଟି ସହାୟତା

ନୂଆଦିଲ୍ଲୀ,୧୮।୧୦: ଆର୍ଥିକ ସଙ୍କଟ ସାମ୍ନା କରୁଥିବା ରାଷ୍ଟ୍ରାୟତ୍ତ ବିମାନ କମ୍ପାନୀ ଏୟାର ଇଣ୍ଡିଆକୁ କେନ୍ଦ୍ର ସରକାର ୧ ହଜାର କୋଟି ଟଙ୍କାର ସହାୟତା ପ୍ରଦାନ କରିଛନ୍ତି। ଜାତୀୟ ସ୍ବଳ୍ପ ସଞ୍ଚୟ ପାଣ୍ଠିରୁ ଏହି ଅର୍ଥ ଦିଆଯାଇଛି। ଅପରପକ୍ଷେ ଏହି ବିମାନ କମ୍ପାନୀ ସୋଭରନ୍‌ ଗ୍ୟାରେଣ୍ଟି ବଦଳରେ ଆସନ୍ତା ସପ୍ତାହରେ ଆହୁରୀ ୫ଶହ କୋଟି ଟଙ୍କା ବଜାରରୁ ଉଠାଇବାକୁ ଯାଉଛି। 

୬୦ହଜାର ଭାରତୀୟଙ୍କୁ ମିଳିଛି ଗ୍ରୀନ କାର୍ଡ

୬୦ହଜାର ଭାରତୀୟଙ୍କୁ ମିଳିଛି ଗ୍ରୀନ କାର୍ଡ

ଓ୍ବାଶିଂଟନ,୧୮।୧୦: ଆମେରିକାରେ ସ୍ଥାୟୀ ବସବାସ କରିବା ଲାଗି ପ୍ରାୟ ୬ ଲକ୍ଷ ଭାରତୀୟ ଗ୍ରୀନ କାର୍ଡ ଆବେଦନ କରିଛନ୍ତି। ସେମାନଙ୍କ ମଧ୍ୟରୁ ଗତବର୍ଷ ୬୦ହଜାର ଲୋକଙ୍କୁ ଏହି କାର୍ଡ ପ୍ରଦାନ କରାଯାଇଥିବା ସରକାରୀ ରିପୋର୍ଟରେ ପ୍ରକାଶ ପାଇଛି।

ଭୋଡାଫୋନ ସଖି ଉନ୍ମୋଚିତ

ଭୋଡାଫୋନ ସଖି ଉନ୍ମୋଚିତ

ଭୁବନେଶ୍ୱର,୧୮-୧୦: ଭୋଡାଫୋନ ଆଇଡିଆ ଲିମିଟେଡ ପକ୍ଷରୁ ମହିଳା ମାନଙ୍କ ଲାଗି ମୋବାଇଲ ଭିତ୍ତିକ ସ୍ବତନ୍ତ୍ର ସୁରକ୍ଷା ସେବା  ଭୋଡାଫୋନ ସଖି ଉନ୍ମୋଚିତ ହୋଇଛି। ଏଥିରେ ଜରୁରୀ କାଳୀନ ଆଲର୍ଟ, ଜରୁରୀ କାଳୀନ ବାଲାନ୍ସ, ପ୍ରାଇଭେଟ ନମ୍ବର ରିଚାର୍ଜ ଭଳି ସୁବିଧା ରହିଛି।

୩୨ ନୂଆ ରେଫ୍ରିଜରେଟର ଆଣିଲା ଗୋଦରେଜ୍‌

୩୨ ନୂଆ ରେଫ୍ରିଜରେଟର ଆଣିଲା ଗୋଦରେଜ୍‌

ଭୁବନେଶ୍ୱର,୧୮-୧୦: ପାର୍ବଣକୁ ଧ୍ୟାନରେ ରଖି ଗୋଦରେଜ୍‌ ଆପ୍ଲାଏନ୍ସ ପକ୍ଷରୁ ୩୨ ନୂଆ ରେଫ୍ରିଜରେଟର ବଜାରକୁ ଆସିଛି। ପ୍ରିମିୟମ ଏନ୍‌ଏକ୍ସଡବ୍ଲ୍ୟୁ ସବ୍‌ବ୍ରାଣ୍ଡ ଅଧିନରେ ନୂଆ ଏନ୍‌ଏକ୍ସଡବ୍ଲ୍ୟୁ ଗ୍ଲାସ ଡୋର ରେଫ୍ରିଜରେଟର ବଜାରକୁ ଆସିଛି।

ଦିବ୍ୟାଙ୍ଗଙ୍କ ଲାଗି ସହାୟତାର ହାତ ବଢାଇଲା ଏସ୍‌ବିଆଇ ଲାଇଫ୍‌ ଇନସ୍ୟୁରାନ୍ସ

ଦିବ୍ୟାଙ୍ଗଙ୍କ ଲାଗି ସହାୟତାର ହାତ ବଢାଇଲା ଏସ୍‌ବିଆଇ ଲାଇଫ୍‌ ଇନସ୍ୟୁରାନ୍ସ

ଭୁବନେଶ୍ୱର,୧୮-୧୦: ଏସ୍‌ବିଆଇ ଲାଇଫ୍‌ ଇନସ୍ୟୁରାନ୍ସ ପକ୍ଷରୁ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ହେଲଥ ସାଇନ୍ସକୁ ଏକ ଭ୍ରାମ୍ୟମାଣ ମେଡିକାଲ ୟୁନିଟ ଦାନ କରାଯାଇଛି। ଭିନ୍ନକ୍ଷମଙ୍କ ଚିହ୍ନଟ କରିବା ତଥା ଚିକିତ୍ସା କରିବା ଦିଗରେ ଏହା ବିଶେଷ ଭାବେ ସହାୟକ ହେବ। 

ୟୁନିୟନ ବ୍ୟାଙ୍କ ପକ୍ଷରୁ ହିନ୍ଦୀ ମାସ

ୟୁନିୟନ ବ୍ୟାଙ୍କ ପକ୍ଷରୁ ହିନ୍ଦୀ ମାସ

ଭୁବନେଶ୍ୱର,୧୮-୧୦: ୟୁନିୟନ ବ୍ୟାଙ୍କ ଅଫ୍‌ ଇଣ୍ଡିଆ କ୍ଷେତ୍ରୀୟ କାର୍ଯ୍ୟାଳୟ ପକ୍ଷରୁ ହିନ୍ଦୀ ମାସ ଉଦଯାପନ ହୋଇଯାଇଛି। ଏହି ଅବସରରେ ରାଜଭାଷା ଉତ୍ସବ-୨୦୧୮ର ପୁରସ୍କାର ବିତରଣ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଭୁବନେଶ୍ୱରର   ଅଡିଟୋରିୟମଠାରେ ଅନୁଷ୍ଠିତ ହୋଇଯାଇଛି।

ସୋନିର ନୂଆ ହେଡ୍‌ ଫୋନ୍‌

ସୋନିର ନୂଆ ହେଡ୍‌ ଫୋନ୍‌

ଭୁବନେଶ୍ୱର,୧୮-୧୦: ସୋନି ପକ୍ଷରୁ ପରବର୍ତ୍ତୀ ପୀଢିର ନଏଜ କ୍ୟାନସେଲେଶନ ଡବ୍ଲ୍ୟୁଏଚ୍‌-୧୦୦୦ ଏକ୍ସଏମ୍‌୩ ହେଡଫୋନର ବଜାର ପ୍ରବେଶ ହୋଇଛି।

ଟର୍ମସର ନୂଆ ଉତ୍ପାଦ ବଜାରରେ

ଟର୍ମସର ନୂଆ ଉତ୍ପାଦ ବଜାରରେ

କଟକ,୧୮-୧୦: ପ୍ରମୁଖ ଇଣ୍ଟେଲିଜେଣ୍ଟ ଆପାରେଲ୍‌ ବ୍ରାଣ୍ଡ ଟର୍ମସର ନୂଆ ଉତ୍ପାଦ କଟକରେ ସିଡିଏ-୯ ସ୍ଥିତ ମିରର୍‌ ମଲ୍ଟି ବ୍ରାଣ୍ଡ ଷ୍ଟୋରରେ ବଜାର ପ୍ରବେଶ ହୋଇଛି। ନୂଆ ପ୍ରଡକ୍ଟକୁ କମ୍ପାନୀର ବାଣିଜ୍ୟ ମୁଖ୍ୟ ଅମିତ ମଲହୋତ୍ରା, ନିର୍ଦ୍ଦେଶକ ରୋହିତ ଗୁପ୍ତା ଉପସ୍ଥିତ ରହି ବଜାର ପ୍ରବେଶ କରାଇଥିଲେ। 

ଏସ୍‌ବିଆଇ ୟୋନୋର ସପିଂ ଫେଷ୍ଟିଭାଲ୍‌

ଏସ୍‌ବିଆଇ ୟୋନୋର ସପିଂ ଫେଷ୍ଟିଭାଲ୍‌

ନୂଆଦିଲ୍ଲୀ,୧୮-୧୦: ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଏସ୍‌ବିଆଇ) ୟୋନୋ ପକ୍ଷରୁ ସପିଙ୍ଗ ଫେଷ୍ଟିଭାଲ ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏହା ଚଳିତ ମାସ ୨୧ ତାରିଖ ଯାଏ ଚାଲିବ। ଏହାକୁ କାର୍ଯ୍ୟକାରି କରାଇବା ସହ ବ୍ୟାଙ୍କ ପ୍ରାୟ ୮୫ରୁ ଅଧିକ ଇ-ବ୍ୟବସାୟିକ ସଂସ୍ଥା ସହ ଜଡିତ ହୋଇଛି। 

ସିଣ୍ଡିକେଟ୍‌ ବ୍ୟାଙ୍କ ପକ୍ଷରୁ ସ୍ବଚ୍ଛ ଭାରତ ଅଭିଯାନ

ସିଣ୍ଡିକେଟ୍‌ ବ୍ୟାଙ୍କ ପକ୍ଷରୁ ସ୍ବଚ୍ଛ ଭାରତ ଅଭିଯାନ

ଭୁବନେଶ୍ୱର,୧୮-୧୦: ସିଣ୍ଡିକେଟ୍‌ ବ୍ୟାଙ୍କର ୯୩ତମ ପ୍ରତିଷ୍ଠା ଦିବସ ଅବସରରେ ଭୁବନେଶ୍ୱର କ୍ଷେତ୍ରୀୟ କାର୍ଯ୍ୟାଳୟ ପକ୍ଷରୁ ସ୍ବଚ୍ଛ ଭାରତ ଅଭିଯାନ ଅନୁଷ୍ଠିତ ହୋଇଯାଇଛି। 

ଏମ୍‌ଆଇ ଆଣିଲା ନୂଆ ସ୍ମାର୍ଟ ଟିଭି

ଏମ୍‌ଆଇ ଆଣିଲା ନୂଆ ସ୍ମାର୍ଟ ଟିଭି

ଭୁବନେଶ୍ୱର,୧୮-୧୦: ପ୍ରମୁଖ କମ୍ପାନୀ ଏମ୍‌ଆଇ ପକ୍ଷରୁ ନୂଆ ସ୍ମାର୍ଟ ଟିଭି ଓଡିଶା ବଜାରରେ ପ୍ରବେଶ କରିଛି। କମ୍ପାନୀର ରାଜ୍ୟ ମୁଖ୍ୟ ଅମିତ କୁମାର ପଣ୍ଡା, ବିତରକ ଜୟ ସଦାନି ପଟିଆ ସ୍ଥିତ ଗୁପ୍ତା ଡିଷ୍ଟ୍ରିବ୍ୟୁଟର ଶୋ’ରୁମରେ ଏହି ପ୍ରଡକ୍ଟଗୁଡିକୁ ଉନ୍ମୋଚନ କରିଥିଲେ।