ଜୀବନଚର୍ଯ୍ୟା |

ଜାଣିହେବ ଅତ୍ୟଧିକ ନିଶାସେବନ

ଜାଣିହେବ ଅତ୍ୟଧିକ ନିଶାସେବନ

ନୂଆଦିଲ୍ଲୀ:ଭାରତୀୟ ବୈଜ୍ଞାନିକମାନେ ଏଭଳି ଏକ କାଗଜ ଆଧାରିତ ସେନ୍‌ସର ବା ସମ୍ବେଦୀ ପ୍ରସ୍ତୁତ କରିବାରେ ସମର୍ଥ ହୋଇଛନ୍ତି, ଯାହା ଅତି ସହଜରେ ଅତ୍ୟଧିକ ନିଶା ସେବନକୁ ଠାବ କରିପାରିବ। ବିଶେଷକରି ଯୌନ ନିର୍ଯାତନା, ଚୋରି, ଲୁଟ୍‌ପାଟ କିମ୍ବା ଆମୋଦ ପାଇବା ଲାଗି ବ୍ୟବହାର ହେଉଥିବା ମାତ୍ରାଧିକ ନିଶା ଗ୍ରହଣ ଉପରେ ନଜର ଦେଇପାରିବ। ଏହି ଉପକରଣ ଅପରାଧ ଘଟଣାର ତୁରନ୍ତ ସମାଧାନ କରିବା ଦିଗରେ ସହାୟକ ହେବ ବୋଲି ଆଶା କରାଯାଉଛି।
‘ଆନାଲିଟିକା କିମିକା ଆକ୍ଟା ଜର୍ନାଲ’ ପତ୍ରିକାରେ ପ୍ରକାଶିତ ରିପୋର୍ଟ ମୁତାବକ ମାନସିକ ରୋଗ, ଚିନ୍ତାରୁ ମୁକ୍ତି ଲାଗି ‘ଡିଆଜ୍‌ପାମ୍‌’ ନାମକ ଏକ ଔଷଧ ବିଶେଷ ଭାବେ ବ୍ୟବହୃତ ହୋଇଥାଏ। କିନ୍ତୁ ଏହାକୁ ହତ୍ୟା ଏବଂ ଆତ୍ମହତ୍ୟା ବେଳେ ଲୋକେ ଏହାର ଦୁର୍ବ୍ୟବହାର କରୁଥିବା ଦେଖିବାକୁ ମିଳିଥାଏ। କିଛି ଲୋକ ମଜା ନେବା ପାଇଁ ଏହାର ସେବନ କରୁଥିବା ବେଳେ ଆଉ କେତେକ ଯୌନ ନିର୍ଯାତନା ଏବଂ ନାନାଦି ଅପରାଧ ଘଟାଇବା ଲାଗି ଏହାର ଅପବ୍ୟବହାର କରୁଛନ୍ତି। ତେବେ ଜଟିଳ ଟେକ୍ନୋଲୋଜି ଯୋଗୁ ଏହି ଔଷଧର ବିପଦ ସମ୍ପର୍କରେ ବିଶ୍ଳେଷଣ କରିବା ଅତ୍ୟନ୍ତ ଜଟିଳ ଏବଂ ଖର୍ଚ୍ଚସାପେକ୍ଷ। ଏଣୁ ଏହାର ବିଶ୍ଳେଷଣ କରିବା ଲାଗି ଗବେଷକମାନେ ଏକ କାଗଜ ଆଧାରିତ ସେନ୍‌ସର୍‌ ପଦ୍ଧତିର ଉଦ୍ଭାବନ କରିଥିଲେ। ଏହି ସେନ୍‌ସରକୁ କାର୍ଯ୍ୟରେ ବିନିଯୋଗ କରାଗଲେ ତାହା ବିଶେଷଜ୍ଞଙ୍କୁ ଲାବୋରେଟୋରିରେ ଅତ୍ୟଧିକ ନିଶାସେବନ ଜନିତ ମୃତ୍ୟୁର କାରଣ ବିଷୟରେ ନିର୍ଭୁଲ ତଥ୍ୟ ପ୍ରଦାନ କରିବ ବୋଲି ନୋଏଡାର ଏମିଟି ବିଶ୍ୱବିଦ୍ୟାଳୟର ସହଯୋଗୀ ପ୍ରାଧ୍ୟାପକ ଜାଗୃତି ନାରଙ୍ଗ ସୂଚନା ଦେଇଛନ୍ତି। ଉକ୍ତ ପେପର୍‌ ବେସ୍‌ଡ ସେନ୍‌ସର ଗବେଷଣାରେ ନୂଆଦିଲ୍ଲୀର ଜାମିଆ ମିଲିଆ ଇସ୍‌ଲାମିଆ ଏବଂ ହରିୟାଣାର ରୋହତକ୍‌ସ୍ଥିତ ମହର୍ଷି ଦୟାନନ୍ଦ ବିଶ୍ୱବିଦ୍ୟାଳୟର ଗବେଷକମାନେ ମଧ୍ୟ ସାମିଲ ଥିଲେ। ଏହି କାଗଜ ଆଧାରିତ ସମ୍ବେଦୀ ପ୍ରସ୍ତୁତ କରିବା ଲାଗି ସେମାନେ କାଗଜ ଉପରେ ସିଲିକା ଆବରଣ ପ୍ରସ୍ତୁତ କରି ସୁନାର ନାନୋ ରଡ୍‌ ଖଞ୍ଜିଥିଲେ। ଏହାର କାର୍ଯ୍ୟଦକ୍ଷତା ପ୍ରମାଣିତ କରିବା ଲାଗି ସେମାନେ ନିଶାଯୁକ୍ତ ପରିସ୍ରା ନମୁନାରେ ପରୀକ୍ଷଣ କରିଥିଲେ। ଉକ୍ତ ପେପର୍‌ ଚିପ୍‌ଟି ବୈଦ୍ୟୁତିକ ସଙ୍କେତ ପ୍ରଦାନ କରୁଥିବା ଏକ ଉପକରଣ ସହ ସଂଯୋଗ କରିଥିଲେ। ଏହି ସଙ୍କେତ ମାଧ୍ୟମରେ ନିଶା ସେବନର ମାତ୍ରା ସ୍ପଷ୍ଟ ହୋଇପାରିବ ବୋଲି ନାରଙ୍ଗ ସୂଚନା ଦେଇଛନ୍ତି। ଏହାପୂର୍ବରୁ ନିଶା ସେବନ ସମ୍ପର୍କରେ ଜାଣିବା ଲାଗି ଗ୍ୟାସ୍‌ କ୍ରେମାଟୋଗ୍ରାଫି-ମାସ୍‌ ସ୍ପେକ୍ଟ୍ରୋଫୋଟୋପିଟର୍‌ ପଦ୍ଧତି ବ୍ୟବହାର କରାଯାଉଥିଲା। କିନ୍ତୁ ଏହା ଖର୍ଚ୍ଚ ସାପେକ୍ଷ ଏକ ଜଟିଳ ପଦ୍ଧତି। ଏଣୁ ଏହି ନୂଆ ପେପର୍‌ ଆଧାରିତ ସମ୍ବେଦୀ ପୂର୍ବର ସମସ୍ତ ପଦ୍ଧତିର ବିକଳ୍ପ ଭାବେ ବ୍ୟବହୃତ ହେବ। କାରଣ ଏହା ଗ୍ୟାସ୍‌ କ୍ରେମାଟୋଗ୍ରାଫି-ମାସ୍‌ ସ୍ପେକ୍ଟ୍ରୋଫୋଟୋପିଟର୍‌ ପଦ୍ଧତି ଭଳି ଅଧିକ ଖର୍ଚ୍ଚସାପେକ୍ଷ ନୁହେଁ। ଅତି ସ୍ବଳ୍ପ ଅର୍ଥରେ ଏହାକୁ କାର୍ଯ୍ୟରେ ଲଗାଯାଇ ପାରିବ। ବର୍ତ୍ତମାନ ପରସ୍ଥିତିରେ ଗବେଷକଙ୍କୁ ଏବଂ ଅନୁସନ୍ଧାନାକରୀ ଦଳ ପାଇଁ ଏହା ବିଶେଷ ଭାବେ ଉପଯୋଗୀ ହେବ ବୋଲି ନାରଙ୍ଗ ପ୍ରକାଶ କରିଛନ୍ତି। ଫରେନ୍‌ସିକ୍‌ ଲାବୋରେଟୋରି ଲାଗି ଏହା ବିଶେଷ ଭାବେ ସହାୟକ ହେବ ବୋଲି ଗବେଷକମାନେ ଆଶାପ୍ରକାଶ କରିଛନ୍ତି।

All Right Reserved By

ଜୀବନଚର୍ଯ୍ୟା |

ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରେ କଳଦୀ

ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରେ କଳଦୀ

ବ୍ୟସ୍ତବହୁଳ ଜୀବନଶୈଳୀ ଦିନକୁ ଦିନ ଆମ ପାଇଁ ଅନେକ ରୋଗର କାରଣ ପାଲଟିଛି। ସେଥିମଧ୍ୟରୁ ଗୋଟିଏ ହେଉଛି ହାଇ ବ୍ଲଡପ୍ରେସର ବା ଉଚ୍ଚ ରକ୍ତଚାପ। ଆମେରିକାର ୟୁନିଭରସିଟି ଅଫ୍‌ ମିନେସୋଟାର ଗବେଷଣା ଅନୁଯାୟୀ, ନିୟମିତ କଦଳୀ ଖାଇଲେ ଉଚ୍ଚ ରକ୍ତଚାପରୁ ମୁକ୍ତି ମିଳିଥାଏ ବୋଲି ଜଣାପଡିଛି।

କ୍ୟାନସର ଠାରୁ ଦୂରେଇ ରହିବା ପାଇଁ...

କ୍ୟାନସର ଠାରୁ ଦୂରେଇ ରହିବା ପାଇଁ...

ପିଆଜରେ ରହିଛି ସଲଫର, ଏମିନୋ ଏସିଡ ଓ ଭିଟାମିନ୍ସ। ବିଶେଷ କରି କଞ୍ଚା ପିଆଜ ଖାଇଲେ ଏହା ଉପକାର ଅନେକ। - ନିୟମିତ ଖାଦ୍ୟରେ କଞ୍ଚା ପିଆଜ ଖାଇଲେ ଏଥିରେ ଥିବା ସଲ୍‌ଫର କ୍ୟାନସର ଭଳି ମାରାତ୍ମକ ରୋଗଠାରୁ ଆମକୁ ଦୂରେଇ ରଖିଥାଏ। କାରଣ ଶରୀରରେ ଥିବା କ୍ୟାନସର ଜୀବାଣୁକୁ ସଲଫର ବଢିବାକୁ ଦେଇ ନ ଥାଏ।

ଜଙ୍କଫୁଡ୍‌ ଅଭ୍ୟାସ ଲାଗି ଫେସବୁକ୍‌ ବି ଦାୟୀ

ଜଙ୍କଫୁଡ୍‌ ଅଭ୍ୟାସ ଲାଗି ଫେସବୁକ୍‌ ବି ଦାୟୀ

ଛୋଟପିଲା, କିଶୋରୀ, କିଶୋରଙ୍କ ପିଜ୍ଜା, ବର୍ଗର ଭଳି ଜଙ୍କଫୁଡ୍‌କୁ ବେଶ୍‌ ପସନ୍ଦ କରିଥାନ୍ତି। ସେମାନଙ୍କର ଏହି ଅଭ୍ୟାସ ଲାଗି ଫେସବୁକ୍‌ ଦାୟୀ ବୋଲି ଗବେଷକ ସୂଚିତ କରିଛନ୍ତି। ଏକ ଗବେଷଣା ଅନୁସାରେ, କିଶୋରୀ, କିଶୋରଙ୍କ ଜଙ୍କଫୁଡ୍‌ ପ୍ରେମ ପାଇଁ ସବୁଠୁ ବେଶି ସୋସିଆଲ ମିଡିଆ ୱେବସାଇଟ୍‌ ଦାୟୀ।

ସକାଳୁ ପିଅନ୍ତୁ ତେଜପତ୍ର ପାଣି

ସକାଳୁ ପିଅନ୍ତୁ ତେଜପତ୍ର ପାଣି

ସକାଳୁ ତେଜପତ୍ର ପାଣି ପିଇଲେ ଅନେକ ଉପକାର ମିଳିଥାଏ। ନିତ୍ୟକର୍ମ ପରେ ରାତିରୁ ପାଣିରେ ଭିଜା ଯାଇଥିବା ତେଜପତ୍ର ପାଣି ନିୟମିତ ପିଇଲେ ପେଟରେ ଥିବା ଚର୍ବି କମିବାକୁ ଆରମ୍ଭ କରିଥାଏ।

ରଙ୍ଗ କହିବ ଆପଣ କେତେ ରୋମାଣ୍ଟିକ

ରଙ୍ଗ କହିବ ଆପଣ କେତେ ରୋମାଣ୍ଟିକ

ଚାଲି ଚଳନ, ବେଶ ପୋଷାକରୁ ଜଣଙ୍କର ବ୍ୟକ୍ତିତ୍ୱ ବିଷୟରେ ଜଣାପଡିଥାଏ। ଆହୁରି ମଧ୍ୟ ଏହି ରଙ୍ଗରୁ ଜାଣିହୁଏ କିଏ କେତେ ରୋମାଣ୍ଟିକ୍‌।

ହରମୋନ୍‌ ସ୍ତରକୁ ସନ୍ତୁଳନ ରଖିବେ କିପରି...

ହରମୋନ୍‌ ସ୍ତରକୁ ସନ୍ତୁଳନ ରଖିବେ କିପରି...

ଶରୀର ସୁସ୍ଥ ରହିବାକୁ ହେଲେ ହରମୋନ୍‌ ସ୍ତର ସନ୍ତୁଳିତ ଅବସ୍ଥାରେ ରହିବା ଜରୁରୀ। କାରଣ ହରମୋନ୍‌ ସ୍ତରରେ ପରିବର୍ତ୍ତନ ହେଲେ ଏହାର ନକାରାତ୍ମକ ପ୍ରଭାବ ଶରୀର ଉପରେ ପଡିଥାଏ।

ମେଦ କମାଇବ ମେଥି ପାଣି

ମେଦ କମାଇବ ମେଥି ପାଣି

ମେଥି ଶରୀର ପାଇଁ ବେଶ୍‌ ଲାଭଦାୟକ। ଏହାର ସେବନରେ ଅନେକ ରୋଗ ଦୂରେଇ ଯାଇଥାଏ। ବିଶେଷ କରି ମେଥିର ପାଣି ପିଇଲେ ମେଦବୃଦ୍ଧି ହୋଇ ନ ଥାଏ। ଏଥିରେ ରହିଛି ଭରପୂର ମାତ୍ରାରେ ଆଣ୍ଟିଅକ୍ସିଡାଣ୍ଟ ଓ ଆଣ୍ଟି ଇନ୍‌ଫ୍ଲାମେଣ୍ଟୋରୀ ଗୁଣ। ଏହା ଶରୀରର ଭିତର ଅଂଶକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ।

ଆଜ୍‌ମାରୁ ମୁକ୍ତି ଦିଏ ଭିଟାମିନ୍‌-ଡ଼ି’

ଆଜ୍‌ମାରୁ ମୁକ୍ତି ଦିଏ ଭିଟାମିନ୍‌-ଡ଼ି’

ଭିଟାମିନ୍‌-ଡି’ ଅନେକ ରୋଗର ଚିକିତ୍ସାରେ ପ୍ରଭାବଶାଳୀ ସାବ୍ୟସ୍ତ ହୋଇଥାଏ। ଇସ୍ରାଏଲ୍‌ର ଗବେଷକମାନେ ଜାଣିପାରିଛନ୍ତି ଯେ, ଭିଟାମିନ୍‌-ଡି’ ଆଜ୍‌ମା ରୋଗୀଙ୍କ ଲାଗି ମହୋଷଧୀ ଭଳି କାର୍ଯ୍ୟ କରିଥାଏ।

ପ୍ରତି ୧୦ ବର୍ଷରେ ମସ୍ତିଷ୍କରେ ଆସିଥାଏ ପରିବର୍ତ୍ତନ

ପ୍ରତି ୧୦ ବର୍ଷରେ ମସ୍ତିଷ୍କରେ ଆସିଥାଏ ପରିବର୍ତ୍ତନ

ମସ୍ତିଷ୍କର ସେରିବ୍ରମ୍‌ରେ ଥିବା କୁଣ୍ଡଳାକୃତି ବୌଦ୍ଧିକସ୍ତରରେ ପ୍ରତି ୧୦ ବର୍ଷରେ ପରିବର୍ତ୍ତନ ଆସିଥାଏ ବୋଲି ଗବେଷକ ପ୍ରକାଶ କରିଛନ୍ତି। ଏହି ଧାରା ଗୁଣସୂତ୍ରରେ ଥିବା କାରକ ବାହକ ଜିନ୍‌ ଦ୍ୱାରା ପିଢ଼ି ପରେ ପିଢ଼ି ସ୍ଥାନାନ୍ତରିତ ହୋଇଥାଏ।

ତ୍ୱଚା ବି ବାରିପାରେ ଗନ୍ଧ

ତ୍ୱଚା ବି ବାରିପାରେ ଗନ୍ଧ

ଗନ୍ଧ ବାରିବାର କ୍ଷମତା ତ୍ୱଚାର ରହିଛି। ତ୍ୱଚା କୋଷିକାରେ ବିଭିନ୍ନ ଗନ୍ଧ ବାରିବାର ତତ୍ତ୍ୱ ଥିବା ଗବେଷଣାରୁ ଜଣାପଡ଼ିଛି। ଯଦି ଏହି ଅଭିଗ୍ରାହକ ତତ୍ତ୍ୱ୍ବ ବା ଓଲଫ୍ୟାକ୍ଟ୍ରୀ ରିସେପ୍ଟର୍‌ ଗୁଡ଼ିକୁ ସକ୍ରିୟ କରାଯାଏ, ତେବେ କୋଷିକାଗୁଡ଼ିକର ବିଭାଜନ ଶୀଘ୍ର ହୁଏ।

ସକାଳେ କାହିଁକି ପିଇବେ ଆଖୁରସ

ସକାଳେ କାହିଁକି ପିଇବେ ଆଖୁରସ

ସକାଳୁ ଆଖୁରସ ପିଇଲେ ମିଳେ ଅନେକ ଉପକାର। ଆଖୁରସରେ ଶରୀରକୁ ସୁସ୍ଥ ରଖିବା ଭଳି ଭିଟାମିନ୍‌,କ୍ୟାଲସିୟମ୍‌, ଫସଫରସ୍‌, ଗ୍ଲୁକୋଜ୍‌ ଆଦି ତତ୍ତ୍ୱ ଭରି ରହିଛି। ଆଖୁସରରେ ଅଦାରସ, ଲେମ୍ବୁରସ ଏବଂ ବିଟ୍‌ ଲୁଣ ମିଶାଇ ପିଇଲେ ଏହା ପାଚନ ପ୍ରକ୍ରିୟାକୁ ଅଧିକ ସକ୍ରିୟ କରିଥାଏ।

ପ୍ରସାଧାନ ସାମଗ୍ରୀ ବ୍ୟବହାର ବେଳେ ରୁହନ୍ତୁ ସତର୍କ...

ପ୍ରସାଧାନ ସାମଗ୍ରୀ ବ୍ୟବହାର ବେଳେ ରୁହନ୍ତୁ ସତର୍କ...

ଆଜିକାଲି ବିନା କସମେଟିକ୍ସରେ ବାହାରକୁ ବାହାରିବା ଲାଗି ପ୍ରାୟ ପସନ୍ଦ କରୁନାହାଁନ୍ତି। କିନ୍ତୁ କସମେଟିକ୍ସ ଯେ ଚେହେରା ଉପରେ ଖରାପ ପ୍ରଭାବ ପକାଇଥାଏ ଏକଥା ଅନେକକୁ ମାଲୁମ ନ ଥାଏ।

Model This Week

ପ୍ରଭାତ