ବାଣିଜ୍ୟ |

ଏଫ୍‌ବିବିରେ ସୁପର ୬୦% ସେଲ୍‌

ଏଫ୍‌ବିବିରେ ସୁପର ୬୦% ସେଲ୍‌

ଭୁବନେଶ୍ୱର,୨୭-୧୨
ଫ୍ୟୁଚର ଗ୍ରୁପର ଫ୍ୟାଶନ ଡେଷ୍ଟିନେଶନ ଏଫ୍‌ବିବି ପକ୍ଷରୁ ସୁପର ୬୦% ସେଲ୍‌ ସମ୍ପର୍କରେ ଘୋଷଣା କରାଯାଇଛି। ନୂଆ ବର୍ଷ ଉପଲକ୍ଷେ ଗ୍ରାହକଙ୍କୁ ସର୍ବୋତ୍ତମ ରିହାତି ପ୍ରଦାନ ଲାଗି ଶୋ’ରୁମ ପକ୍ଷରୁ ଏହିଭଳି ଏକ ପଦକ୍ଷେପ ନିଆଯାଇଛି। ଏହା ଦ୍ୱାରା ଗ୍ରାହକମାନେ କ୍ରୟ ଉପରେ ୬୦% ପର୍ଯ୍ୟନ୍ତ ରିହାତି ପାଇପାରିବେ। ଏହି ଅବସରରେ ମହିଳା, ପୁରୁଷ ଏବଂ ଶିଶୁଙ୍କ ଅତ୍ୟାଧୁନିକ ଫ୍ୟାଶନ ତଥା ପୋଷାକ ଉପରେ ଆକର୍ଷକ ରିହାତି ମିଳିବ। ଏହି ସୁପର ୬୦ ଅଫର ଡିସେମ୍ବର ୨୬ ଠାରୁ ଜାନୁୟାରୀ ୧୦ ଯାଏ ଉପଲବ୍ଧ ହେବ। ଏହି ଅବସରରେ ଗ୍ରାହକଙ୍କ ଲାଗି ପାର୍ଟି ପୋଷାକ, ମହିଳାଙ୍କ ଲାଗି ପୋଷାକ, ସ୍କର୍ଟ, ଫ୍ୟାନ୍ସି ଟପ୍ସ ଏଲିଗାଣ୍ଟ ଏଥେନିକ୍‌ ଟପ୍ସ, ଶାର୍ଟ, କୁର୍ତ୍ତା, ସିଗାରେଟ ଟ୍ରାଉଜର, କୁର୍ତ୍ତି ଭଳି ବିଭିନ୍ନ ବର୍ଗରେ ଫ୍ୟାଶନ ଲାଭ କରିବାକୁ ସକ୍ଷମ ହେବେ। ଏହା ମଧ୍ୟରେ ଷ୍ଟାଇଲିସ ତଥା ରେଗୁଲାର, ସ୍ଲିମଫିଟ୍‌ ଶାର୍ଟ, ଟ୍ରାଉଜର, କାଜୁଆଲ ଶାର୍ଟ, ଟିଶାର୍ଟ, ଡେନିମ୍‌, କୁର୍ତ୍ତା ଭଳି କଲେକ୍ସନ ପାଇପାରିବେ। ଏହା ସହ ଶିଶୁଙ୍କ ଲାଗି ସ୍ବତନ୍ତ୍ର ପୋଷାକ ମଧ୍ୟ ଉପଲବ୍ଧ ରହିଛି। ସେହିଭଳି ବିସ୍ତୃତ ବର୍ଗର ଫୁଟ୍‌ଓ୍ବେର ଯଥା- ଫର୍ମାଲ, କାଜୁଆଲ ତଥା ଫିଟନେସ ଓ୍ବେର ଉପରେ ୬୦% ପର୍ଯ୍ୟନ୍ତ ରିହାତି ମିଳିବ। ନୂଆ ବର୍ଷ ଉପଲକ୍ଷେ ଆମେ ଗ୍ରାହକଙ୍କୁ ସର୍ବୋତ୍ତମ ଅଫର ପ୍ରଦାନ ଦିଗରେ କାର୍ଯ୍ୟ କରୁଛୁ ବୋଲି ଏଫବିବି ସିଓଓ ରାଜେଶ ସେଠ୍‌ ପ୍ରକାଶ କରିଛନ୍ତି। ସୁପର ୬୦% ସେଲ୍‌ ଏଫବିବିର ସମସ୍ତ ଷ୍ଟାଣ୍ଡାଲୋନ ଷ୍ଟୋର, ବିଗ୍‌ ବଜାରରେ ଥିବା ଏଫବିବି ଆଉଟଲେଟଗୁଡିକରେ ପାଳନ କରାଯାଉଛି।

All Right Reserved By

ବାଣିଜ୍ୟ |

ପଓ୍ବନହଂସରୁ ବିକ୍ରି ହେବ ଅଂଶଧନ: ବିଡିଂ ହାସଲ କଲେ ସରକାର

ପଓ୍ବନହଂସରୁ ବିକ୍ରି ହେବ ଅଂଶଧନ: ବିଡିଂ ହାସଲ କଲେ ସରକାର

ନୂଆଦିଲ୍ଲୀ,୨୦-୬: ରାଷ୍ଟ୍ରାୟତ୍ତ ହେଲିକପ୍ଟର ସେବା ପ୍ରଦାନକାରୀ କମ୍ପାନୀ ପଓ୍ବନ ହଂସରୁ ଅଂଶଧନ ବିକ୍ରି ହେବ। ଏଥି ଲାଗି ସରକାର ପ୍ରକ୍ରିୟା ଜାରି କରିଥିଲେ। ଅଂଶଧନ ବିକ୍ରି ଲାଗି ଏବେ ସରକାରଙ୍କୁ ବିଡିଂ ମିଳିଥିବା ଜଣାଯାଇଛି। ବେସାମରିକ ବିମାନ ଚଳାଚଳ ସଚିବ ଆର୍‌.ଏନ୍‌ ଚୌବେ ଏ ନେଇ ବୁଧବାର ସୂଚନା ଦେଇଛନ୍ତି।

ପି.ଏସ୍‌. ଜୟକୁମାର ହୋଇପାରନ୍ତି ଆକ୍ସିସ୍‌ ବ୍ୟାଙ୍କ ସିଇଓ

ପି.ଏସ୍‌. ଜୟକୁମାର ହୋଇପାରନ୍ତି ଆକ୍ସିସ୍‌ ବ୍ୟାଙ୍କ ସିଇଓ

ନୂଆଦିଲ୍ଲୀ, ୨୦-୬:ଆକ୍ସିସ୍‌ ବ୍ୟାଙ୍କର ପରବର୍ତ୍ତୀ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ(ସିଇଓ) ହୋଇପାରନ୍ତି ବ୍ୟାଙ୍କ ଅଫ୍‌ ବରୋଦା(ବିଓବି)ର ବର୍ତ୍ତମାନ ସିଇଓ ପି.ଏସ୍‌. ଜୟକୁମାର। ବର୍ତ୍ତମାନ ଶିଖା ଶର୍ମା ଆକ୍ସିସ୍‌ ବ୍ୟାଙ୍କର ସିଇଓ ଥିବା ବେଳେ ୨୦୧୮ ଡିସେମ୍ବରରେ ସେ ଏହି ପଦରୁ ନିଜ ଆଡୁ ଓହରି ଯାଉଛନ୍ତି। ଫଳରେ ଏହି ପଦ ପାଇଁ ଉପଯୁକ୍ତ ପ୍ରାର୍ଥି ଚୟନ କରିବା ସକାଶେ ଆକ୍ସିସ୍‌ ବ୍ୟାଙ୍କ ଗ୍ଲୋବାଲ୍‌ ଏକ୍‌ଜିକ୍ୟୁଟିଭ୍‌ ସର୍ଚ୍ଚ ଫାର୍ମ ଇଜେଡ୍‌କୁ ନିୟୋଜିତ କରିଥିଲା। ବର୍ତ୍ତମାନ ଏହି ସଂସ୍ଥା ଜୟକୁମାରଙ୍କୁ ବିକଳ୍ପ ଦର୍ଶାଉଛି। ଏଭଳି ଖବର ମଙ୍ଗଳବାର ଏକ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି। ଏହା ହେଲେ ବର୍ତ୍ତମାନ ଏନ୍‌ପିଏ ସମସ୍ୟା ପାଇଁ ଅଡୁଆରେ ପଡିଥିବା ଶିଖାଙ୍କ ବଦଳରେ ଜୟକୁମାର ଆକ୍ସିସ୍‌ ବ୍ୟାଙ୍କର ମଙ୍ଗ ସମ୍ଭାଳି ପାରନ୍ତି।

ଆର୍‌ବିଆଇକୁ ଅଧିକ କ୍ଷମତା ଦିଆଯିବ: ଅର୍ଥମନ୍ତ୍ରୀ

ଆର୍‌ବିଆଇକୁ ଅଧିକ କ୍ଷମତା ଦିଆଯିବ: ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ, ୨୦-୬:ବେଆଇନ୍‌ ଅର୍ଥ କାରବାର, ଜାଲିଆତି ଏବଂ ଋଣ ଠକେଇ ଭଳି ସମସ୍ୟା ସମାଧାନ ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ)କୁ ଅଧିକ କ୍ଷମତା ପ୍ରଦାନ କରାଯିବ। ଏଭଳି ସମସ୍ୟା ସମାଧାନ ପାଇଁ ଆର୍‌ବିଆଇକୁ ଅଧିକ କ୍ଷମତା ଦିଆଯିବା ଦରକାର ବୋଲି ନିକଟରେ ଗଭର୍ନର ଉର୍ଜିତ ପଟେଲ ପାର୍ଲାମେଣ୍ଟାରି ଷ୍ଟାଣ୍ଡିଙ୍ଗ୍‌ କମିଟି ଆଗରେ କହିବା ପରେ ଅର୍ଥମନ୍ତ୍ରୀ ପୀୟୂଷ ଗୋୟଲ ଏଭଳି କହିଛନ୍ତି। ସେ କହିଛନ୍ତି, ଆର୍‌ବିଆଇ ହାତରେ କ୍ଷମତାର ଅଭାବ ନାହିଁ। ଏହା ବାଦ୍‌ ଅଧିକ କ୍ଷମାତ ଦରକାର ହେଲେ ସରକାର ସେଥିପାଇଁ ଉନ୍ମୁକ୍ତ ଅଛନ୍ତି। ସୂଚନାଯୋଗ୍ୟ ପାର୍ଲାମେଣ୍ଟାରି ଷ୍ଟାଣ୍ଡିଂ କମିଟିର ବିଭିନ୍ନ ପ୍ରଶ୍ନରେ ଉର୍ଜିତ ନିକଟରେ କହିଥିଲେ ଯେ, ବ୍ୟାଙ୍କର ନିର୍ଦ୍ଦେଶକ, ଅଧ୍ୟକ୍ଷ, ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(ସିଇଓ)ଙ୍କ ପଦ ଛଡାଇ ନେବା କ୍ଷମତା ଆର୍‌ବିଆଇ ହାତରେ ନାହିଁ। ଏପରିକି ରାଷ୍ଟ୍ରାୟତ୍ତ ବ୍ୟାଙ୍କ ବୋର୍ଡର ସାଧାରଣ ନିର୍ଦ୍ଦେଶକଙ୍କ ଉପରେ କଟକଣା ଲଗାଇବା କ୍ଷମତା ମଧ୍ୟ ନାହିଁ।

ଜନସାଧାରଣଙ୍କ ଜମା:ରାଷ୍ଟ୍ରାୟତ୍ତ ବ୍ୟାଙ୍କରେ ଶତ ପ୍ରତିଶତ ସୁରକ୍ଷିତ

ଜନସାଧାରଣଙ୍କ ଜମା:ରାଷ୍ଟ୍ରାୟତ୍ତ ବ୍ୟାଙ୍କରେ ଶତ ପ୍ରତିଶତ ସୁରକ୍ଷିତ

ନୂଆଦିଲ୍ଲୀ, ୨୦-୬(ପି.ଟି.):ରାଷ୍ଟ୍ରାୟତ୍ତ ବ୍ୟାଙ୍କରେ ଜନସାଧାରଣଙ୍କ କଷ୍ଟ ଉପାର୍ଜିତ ଅର୍ଥ ଶତ ପ୍ରତିଶତ ସୁରକ୍ଷିତ ରହିଛି। ନିକଟରେ ପଞ୍ଜାବ ନ୍ୟାଶ୍‌ନାଲ୍‌ ବ୍ୟାଙ୍କ(ପିଏନ୍‌ବି)ରେ ୧୩ ହଜାର କୋଟି ଟଙ୍କାରୁ ଅଧିକ ମୂଲ୍ୟର ଠକେଇ ଧରାପଡିଥିଲେ ମଧ୍ୟ ସରକାର ରାଷ୍ଟ୍ରାୟତ୍ତ ବ୍ୟାଙ୍କ ସପକ୍ଷରେ ଏଭଳି କହିଛନ୍ତି। ମଙ୍ଗଳବାର ଏଠାରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକର ଏକ ସାମୂହକ ବୈଠକରେ ଯୋଗ ଦେଇ କେନ୍ଦ୍ର ଅର୍ଥମନ୍ତ୍ରୀ ପୀୟୂଷ ଗୋୟଲ ଏଭଳି କହିଛନ୍ତି।

ଓଡିଶାରେ ଲଜିଷ୍ଟିକ୍‌ କ୍ଷେତ୍ରର ବିକାଶ ଜରୁରୀ ଦ୍ୱିତୀୟ ବାର୍ଷିକ ସ୍ମାର୍ଟ ଲଜିଷ୍ଟିକ୍‌ ସମିଟ୍‌-୨୦୧୮

ଓଡିଶାରେ ଲଜିଷ୍ଟିକ୍‌ କ୍ଷେତ୍ରର ବିକାଶ ଜରୁରୀ ଦ୍ୱିତୀୟ ବାର୍ଷିକ ସ୍ମାର୍ଟ ଲଜିଷ୍ଟିକ୍‌ ସମିଟ୍‌-୨୦୧୮

ଭୁବନେଶ୍ୱର, ୨୦-୬:ଓଡ଼ିଶାରେ ଖଣି ତଥା ଶିଳ୍ପଠାରୁ ଆରମ୍ଭ କରି ଆମଦାନୀ ଓ ରପ୍ତାନି କ୍ଷେତ୍ରରେ ବ୍ୟାପକ ସୁଯୋଗ ରହିଛି। ଏଠାରେ ବ୍ୟବସାୟ ବୃଦ୍ଧି ପାଇଁ ଏବେ ବନ୍ଦର ଏବଂ ଲଜିଷ୍ଟିକ୍‌ ସେକ୍ଟରର ବିକାଶ ଉପରେ ଅଧିକ ଧ୍ୟାନ ଦେବା ଉଚିତ। ମଙ୍ଗଳବାର ଏଠାରେ ‘ମାରିଟାଇମ୍‌ ଗେଟ୍‌ଓ୍ବେ ପବ୍ଲିକେଶନ’ ପକ୍ଷରୁ ଆୟୋଜିତ ଦ୍ୱିତୀୟ ବାର୍ଷିକ ସ୍ମାର୍ଟ ଲଜିଷ୍ଟିକ୍‌ ସମିଟ୍‌ ୨୦୧୮ ଅବସରରେ ଏହି ମତ ପ୍ରକାଶ ପାଇଛି।

ଜେଫ୍‌ ବେଜୋସ୍‌ ସବୁଠାରୁ ଧନୀ

ଜେଫ୍‌ ବେଜୋସ୍‌ ସବୁଠାରୁ ଧନୀ

ସାନ୍‌ ଫ୍ରାନ୍‌ସିସ୍‌କୋ,୨୦-୬:ଫୋର୍ବସ ପତ୍ରିକା ପକ୍ଷରୁ ସୋମବାର ବିଶ୍ୱର ବିଲିୟନେୟାର୍‌ମାନଙ୍କ ତାଲିକା ପ୍ରକାଶ ପାଇଛି। ୧୪୧.୯ ବିଲିୟନ୍‌ ଡଲାର ସମ୍ପତ୍ତି ସହ ଏଥିରେ ଆମାଜନ୍‌ ପ୍ରତିଷ୍ଠାତା ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଜେଫ୍‌ ବେଜୋସ୍‌ ପ୍ରଥମ ସ୍ଥାନରେ ରହିଛନ୍ତି। ଜୁନ୍‌ ୧ରୁ ବେଜୋସ୍‌ଙ୍କ ସମ୍ପତ୍ତିରେ ୫ ବିଲିୟନ୍‌ ଡଲାର ବୃଦ୍ଧି ଘଟିଛି। ମାଇକ୍ରୋସଫ୍ଟ ପ୍ରତିଷ୍ଠାତା ବିଲ୍‌ ଗେଟ୍‌ସ ୯୨.୯ ବିଲିୟନ୍‌ ଡଲାର ସମ୍ପତ୍ତି ସହ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ବିଶ୍ୱର ସବୁଠାରୁ ସଫଳ ନିବେଶକ ଓ୍ବାରେନ୍‌ ବଫେ ୮୨.୨ ବିଲିୟନ ଡଲାର ସମ୍ପତ୍ତି ସହ ତାଲିକାରେ ତୃତୀୟ ସ୍ଥାନରେ ରହିଛନ୍ତି।

ଏଫ୍‌୨ଏଫ୍‌, ଜେ୪କେ ଶୋ’ରୁମ୍‌ ଉଦ୍‌ଘାଟିତ

ଏଫ୍‌୨ଏଫ୍‌, ଜେ୪କେ ଶୋ’ରୁମ୍‌ ଉଦ୍‌ଘାଟିତ

ଅନୁଗୋଳ ଅଫିସ୍‌,୨୦-୬:ଏକସଙ୍ଗେ ଫ୍ୟାଶନ୍‌ ଏବଂ ଫିଟ୍‌ନେସ୍‌କୁ ଗୁରୁତ୍ୱ ଦେଉଥିବା ଗ୍ରାହକଙ୍କୁ ଦୃଷ୍ଟିରେ ରଖି ମାର୍ଦା ଗ୍ରୁପ୍‌ ପକ୍ଷରୁ ଅନୁଗୋଳରେ ଏଫ୍‌୨ଏଫ୍‌(ଫିଟ୍‌ନେସ୍‌ ୨ ଫ୍ୟାଶନ୍‌) ଏବଂ ଜେ୪କେ(ଜଷ୍ଟ୍‌ ଫର୍‌ କିଡ୍‌ସ) ଶୋ’ରୁମ୍‌ ଗୋଟିଏ ଛାତ ତଳେ ଖୋଲିଛି। ଏଠାରେ ଅନ୍ତର୍ଜାତୀୟ ବ୍ରାଣ୍ଡ୍‌ର ବ୍ୟାପକ ଲାଇଫ୍‌ଷ୍ଟାଇଲ୍‌ ଏବଂ ସ୍ପୋର୍ଟସଓ୍ବେର୍‌ ଉପଲବ୍ଧ ଅଛି। ଏଫ୍‌୨ଏଫ୍‌ ଷ୍ଟୋରରେ ବିଶାଳ ଲାଇଫ୍‌ଷ୍ଟାଇଲ୍‌ ଏବଂ ସ୍ପୋର୍ଟସ କଲେକ୍ସନ୍‌ ଉପଲବ୍ଧ ଥିବାବେଳେ ଜେ୪କେ(ଜଷ୍ଟ୍‌ ଫର୍‌ କିଡ୍‌ସ) ଷ୍ଟୋରରେ ଅନ୍ତର୍ଜାତୀୟ ବ୍ରାଣ୍ଡର କିଡ୍‌ସ ଓ୍ବେର୍‌ ରହିଛି। କେବଳ ଅନ୍ତର୍ଜାତୀୟ ବ୍ରାଣ୍ଡ୍‌ ପୋଷାକ ନୁହେଁ ପିଲାଙ୍କ ଖେଳ ସାମଗ୍ରୀ ମଧ୍ୟ ଏଠାରେ ଉପଲବ୍ଧ। ଫଳରେ ଗୋଟିଏ ଛାତ ତଳେ ଉଭୟ ପ୍ରାପ୍ତ ବୟସ୍କ ତଥା ଛୋଟ ପିଲାମାନେ ସେମାନଙ୍କ ମନ ପସନ୍ଦ ବ୍ରାଣ୍ଡର ଉତ୍ପାଦ ପାଇପାରିବେ।

ସାସମଙ୍ଗ୍‌ ଗାଲାକ୍ସି ଏସ୍‌୯+ର ସନ୍‌ରାଇଜ୍‌ ଗୋଲ୍‌ଡ ଏଡିସନ୍‌

ସାସମଙ୍ଗ୍‌ ଗାଲାକ୍ସି ଏସ୍‌୯+ର ସନ୍‌ରାଇଜ୍‌ ଗୋଲ୍‌ଡ ଏଡିସନ୍‌

ଭୁବନେଶ୍ୱର,୨୦-୬:ସାମସଙ୍ଗର ବିକ୍ରିବହୂଳ ସ୍ମାର୍ଟଫୋନ୍‌ ଗାଲାକ୍ସି ଏସ୍‌୯+ର ସନ୍‌ରାଇଜ୍‌ ଗୋଲ୍‌ଡ ଏଡିସନ୍‌ର ଉନ୍ମୋଚନ କରାଯାଇଛି। ୧୨୮ ଜିବି ମେମୋରି ଭାରିଆଣ୍ଟ୍‌ରେ ଉପଲବ୍ଧ ଏହି ସ୍ମାର୍ଟଫୋନ୍‌ ହେଉଛି ସାମସଙ୍ଗ୍‌ର ପ୍ରଥମ ଫୋନ୍‌ ଯାହାକୁ ସାଟିନ୍‌ ଗ୍ଲସ୍‌ ଫିନିସ୍‌ ପ୍ରଦାନ କରାଯାଇଛି।

ଆବ୍ରାହମ୍‌ ସଟ୍‌ ଅଡିର ଅନ୍ତରୀଣ ସିଇଓ

ଆବ୍ରାହମ୍‌ ସଟ୍‌ ଅଡିର ଅନ୍ତରୀଣ ସିଇଓ

ଫ୍ରାଙ୍କଫର୍ଟ,୨୦-୬(ପି.ଟି.):ଜର୍ମାନୀଭିତ୍ତିକ ଲକ୍‌ଜ୍ୟୁରୀ କାର ନିର୍ମାତା ଅଡି ଏହାର ନୂଆ ଅନ୍ତରୀଣ ମୁଖ୍ୟଙ୍କ ନାମ ଘୋଷଣା କରିଛି। ଅଡି ଏଜିର ସୁପର୍‌ଭାଇଜରୀ ବୋର୍ଡ ଆବ୍ରାହମ୍‌ ସଟ୍‌ଙ୍କୁ କମ୍ପାନୀର ଅନ୍ତରୀଣ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(ସିଇଓ) ଘୋଷଣା କରିଛି। ଅସ୍ଥାୟୀ କାଳ ପାଇଁ ତାଙ୍କୁ ଏହି ଦାୟିତ୍ୱ ଦିଆଯାଇଛି। ରୁପର୍ଟ ଷ୍ଟାଡ୍‌ଲର ଏକ ଡିଜେଲ୍‌ ସ୍କାମ୍‌କୁ ନେଇ ଗିରଫ ହେବା ପରେ ଆବ୍ରାହମ୍‌ଙ୍କୁ ତୁରନ୍ତ ଭିତ୍ତିରେ ତାଙ୍କ ସ୍ଥାନରେ ଅବସ୍ଥାପିତ କରାଯାଇଛି। ନେଦର୍‌ଲାଣ୍ଡ୍‌ରେ ଜନ୍ମିତ ଆବ୍ରାହମ୍‌ ୨୦୧୭ ସେପ୍ଟେମ୍ବରରୁ ଅଡିର ସେଲ୍‌ସ ଏବଂ ମାର୍କେଟିଂ ବିଭାଗ ମୁଖ୍ୟ ଭାବେ କାର୍ଯ୍ୟ କରି ଆସୁଛନ୍ତି।

ଚନ୍ଦା କୋଚ୍ଚରଙ୍କ ଉତ୍‌ଥାନ ପତନ :ଟ୍ରେନିରୁ ପଦ୍ମଭୂଷଣ,ଏବେ ବାଧ୍ୟତାମୂଳକ ଛୁଟି

ଚନ୍ଦା କୋଚ୍ଚରଙ୍କ ଉତ୍‌ଥାନ ପତନ :ଟ୍ରେନିରୁ ପଦ୍ମଭୂଷଣ,ଏବେ ବାଧ୍ୟତାମୂଳକ ଛୁଟି

ନୂଆଦିଲ୍ଲୀ,୨୦-୬:ଦେଶର ବ୍ୟାଙ୍କିଙ୍ଗ୍‌ ଶିଳ୍ପ କ୍ଷେତ୍ରରେ ଏକ ପ୍ରଭାବଶାଳୀ ନାଁ ହେଉଛି ଚନ୍ଦା କୋଚ୍ଚର। ଆଇସିଆଇସିଆଇ ବ୍ୟାଙ୍କରେ ଜଣେ ଟ୍ରେନି ଭାବେ ଯୋଗ ଦେଇଥିବା ଚନ୍ଦା ୨୫ ବର୍ଷ ପରେ ବ୍ୟାଙ୍କର ଶୀର୍ଷ ପଦରେ ଅବସ୍ଥାପିତ ହେବେ ତାହା ହୁଏତ କିଏ କେବେ କଳ୍ପନା କରି ନ ଥିଲେ। କିନ୍ତୁ ନିଜର ପାରଦର୍ଶିତା ଏବଂ ଦକ୍ଷତା ବଳରେ ସେ ଦେଶର ଏକ ପ୍ରତିଷ୍ଠିତ ବ୍ୟାଙ୍କର ଏମ୍‌ଡି ତଥା ସିଇଓ ଭାବେ ଅବସ୍ଥାପିତ ହୋଇପାରିଲେ।

ଏୟାର୍‌ ଇଣ୍ଡିଆ ଘରୋଇକରଣ ପ୍ରକ୍ରିୟା ସ୍ଥଗିତ

ଏୟାର୍‌ ଇଣ୍ଡିଆ ଘରୋଇକରଣ ପ୍ରକ୍ରିୟା ସ୍ଥଗିତ

ନୂଆଦିଲ୍ଲୀ,୨୦-୬(ପି.ଟି.):ବର୍ତ୍ତମାନ ପାଇଁ ରାଷ୍ଟ୍ରାୟତ୍ତ ବିମାନ କମ୍ପାନୀ ଏୟାର୍‌ ଇଣ୍ଡିଆର ଘରୋଇକରଣ ହେବ ନାହିଁ। ଏହି ଯୋଜନାକୁ ସାମୟିକ ସମୟ ଲାଗି ସ୍ଥଗିତ ରଖାଯାଇଛି। ନିର୍ବାଚନୀ ବର୍ଷ ଥିବାରୁ କ୍ଷତିରେ ଚାଲୁଥିବା

ଆଇଆଇଟି ବମ୍ବେର ସି-ଟକ୍‌ କାର୍ଯ୍ୟକ୍ରମରେ ଏ.ବି ସିଂ

ଆଇଆଇଟି ବମ୍ବେର ସି-ଟକ୍‌ କାର୍ଯ୍ୟକ୍ରମରେ ଏ.ବି ସିଂ

ଭୁବନେଶ୍ୱର,୨୦-୬: ଆକାଶ ଇନଷ୍ଟିଚ୍ୟୁଟ ଭୁବନେଶ୍ୱର ଶାଖା ତଥା ଆଦ୍ୟାନ୍ତ ଯୁକ୍ତ ଦୁଇ କଲେଜର ଅଧ୍ୟକ୍ଷ ଡ. ଏ.ବି. ସିଂ ଆଇଆଇଟି ବମ୍ବେଠାରେ ଅନୁଷ୍ଠିତ ସି-ଟକ୍‌ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଦୃଢ ଇଚ୍ଛାଶକ୍ତି ବଳରେ ହିଁ ସମାଜରେ ପରିବର୍ତ୍ତନ କରାଯାଇ ପାରିବ ବୋଲି କାର୍ଯ୍ୟକ୍ରମ ଅବସରରେ ସିଂ ଏହା କହିଥିଲେ।

Model This Week

ପ୍ରଭାତ