ବାଲେଶ୍ୱର

ଦେବକୁଣ୍ଡ: ଫି ଆଦାୟ ସତ୍ତ୍ୱେ ନାହିଁ ସୁବିଧା

  ଦେବକୁଣ୍ଡ: ଫି ଆଦାୟ ସତ୍ତ୍ୱେ ନାହିଁ ସୁବିଧା
ଉଦଳା, ୨୭।୧୨(ଡି.ଏନ.ଏ.) - ସରି ଆସୁଛି ପୁରୁଣା ବର୍ଷ। ନୂତନ ବର୍ଷକୁ ସ୍ବାଗତ ଜଣାଇବା ପାଇଁ ବିଭିନ୍ନ ପର୍ଯ୍ୟଟନସ୍ଥଳୀ ଏବଂ ପିକନିକ୍‌ ସ୍ପଟ୍‌ରେ ପର୍ଯ୍ୟଟକଙ୍କ ଭିଡ ଜମୁଛି। ଏପରିସ୍ଥଳେ ମୟୂରଭଞ୍ଜ ଜିଲା କପ୍ତିପଦା ଉପଖଣ୍ଡ ଉଦଳା ବ୍ଲକ ଅଧୀନରେ ଥିବା ଏକ ପ୍ରମୁଖ ପିକନିକ୍‌ ସ୍ପଟ୍‌ ଦେବକୁଣ୍ଡରେ ଜମୁଛି ବହୁ ପର୍ଯ୍ୟଟକଙ୍କ ଭିଡ । ପିକ୍‌ନିକ୍‌ ପାଇଁ ଦେବକୁଣ୍ଡ ଆସୁଥିବା ପର୍ଯ୍ୟଟକ ୨ ଗୋଟି ସ୍ଥାନର ମଜା ଉଠାଉଛନ୍ତି । ହେଲେ ସେମାନଙ୍କ ସୁବିଧା ନିମନ୍ତେ ପ୍ରଶାସନ ତରଫରୁ ସେଭଳି କିଛି ପଦକ୍ଷେପ ନିଆ ନ ଯାଉଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି । ଗୋଟିଏପଟେ ଦେବକୁଣ୍ଡର ପ୍ରବେଶ ଦ୍ୱାର ବୁଢାମରାଠାରେ ଇକୋ ଟୁରିଜିମ୍‌ ଦ୍ୱାରା ପ୍ରସ୍ତୁତ ପିକ୍‌ନିକ୍‌ ସ୍ଥଳୀ ସାଙ୍ଗକୁ ସୁସଜ୍ଜିତ ଫୁଲର ଗାର୍ଡେନ ଏବଂ ବିଭିନ୍ନ କିସମର ଦୋଳିର ଆକର୍ଷଣ ଯୁବତୀଯୁବକଙ୍କୁ ବେଶ୍‌ ଆକୃଷ୍ଟ କରୁଛି । ଅନ୍ୟପଟେ ଶିମିଳିପାଳ ଅଭୟାରଣ୍ୟର ସବୁଜିମା ଭିତରେ ଅବସ୍ଥିତ ଦେବକୁଣ୍ଡର ପ୍ରକୃତିକୁ ସେମାନେ ବେଶ୍‌ ଉପଭୋଗ କରୁଛନ୍ତି । ତା ସାଙ୍ଗକୁ ସେମାନେ ପାହାଡ ଉପରେ ବିରାଜମାନ ଦେବୀ ଅମ୍ବିକାଙ୍କ ଦର୍ଶନ କରି ପାରୁଛନ୍ତି। ରାଜ୍ୟର ବିଭିନ୍ନ ପ୍ରାନ୍ତରେ ଥିବା ବିଭିନ୍ନ ସରକାରୀ, ବେସରକାରୀ ଶିକ୍ଷାନୁଷ୍ଠାନ ସହିତ ପଡୋଶୀ ରାଜ୍ୟ ଝାଡଖଣ୍ଡ ଏବଂ ପଶ୍ଚିମବଙ୍ଗର ପର୍ଯ୍ୟଟକଙ୍କ ଉପସ୍ଥିତି ବେଶ୍‌ ପରିଲକ୍ଷିତ ହେଉଛି। ଏହି ପିକ୍‌ନିକ୍‌ ଋତୁରେ ଦୈନନ୍ଦିନ ଶହ ଶହ ବସ୍‌ ସାଙ୍ଗକୁ ଚାରି ଚକିଆ ଯାନ ପିକନିକ୍‌ ସ୍ଥଳୀରେ ଛିଡା ହେଉଛି। ହେଲେ ଦୂରଦୂରାନ୍ତରୁ ଏଠାକୁ ଆସୁଥିବା ପର୍ଯ୍ୟଟକଙ୍କ ସୁରକ୍ଷା ତଥା ସୁବିଧା ପାଇଁ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନାହିଁ। ପିକ୍‌ନିକ୍‌ ସ୍ଥଳରେ ବେଆଇନ ନିଶା କାରବାର ବୃଦ୍ଧି, ତାଛଡା ଫରେଷ୍ଟ ଗେଟ୍‌ରେ ଦେବକୁଣ୍ଡସ୍ଥଳକୁ ଯାଉଥିବା ଯାନବାହନ ଗୁଡିକୁ ନିୟନ୍ତ୍ରଣରେ ଅନିୟମିତତା, ପର୍ଯ୍ୟଟକଙ୍କ ସୁରକ୍ଷା ନିମନ୍ତେ ଆବଶ୍ୟକ ପୋଲିସ୍‌ ଅଭାବ ରହିବା ହେଉଛି ମୁଖ୍ୟ ପ୍ରସଙ୍ଗ ବୋଲି ବୁଧବାର ଭୁବନେଶ୍ୱରରୁ ଦେବକୁଣ୍ଡ ବୁଲିବାକୁ ଆସିଥିବା ଏଲିନା ଦାଶ, ଅରୁପାନନ୍ଦ ଦାଶ କହିଛନ୍ତି । ପିକ୍‌ନିକ୍‌ ସ୍ଥଳୀ ଏବଂ ଶିମିଳିପାଳ ଅଭୟାରଣ୍ୟ ଭିତର ଦେଇ ୪ କି.ମି. ରାସ୍ତାରେ ପୋଲିସ୍‌ ଏବଂ ଜଙ୍ଗଲ ବିଭାଗ କର୍ମଚାରୀ ଉପସ୍ଥିତ ନ ରହି ତନଖି ଫାଟକରେ ପାର୍କିଂ ଫି ଆଦାୟ କରୁଛନ୍ତି । ବନବିଭାଗ, ପୋଲିସ୍‌ ଏବଂ ସାଧାରଣ ପ୍ରଶାସନ ପକ୍ଷରୁ ସମନ୍ବୟର ଅଭାବ ଯୋଗୁଁ ବିଭିନ୍ନ ସମୟରେ ପିକ୍‌ନିକ୍‌ ସ୍ପଟ୍‌ ଏବଂ ଦେବକୁଣ୍ଡରେ ପର୍ଯ୍ୟଟକ ନାହିଁ ନ ଥିବା ଅସୁବିଧା ଭୋଗ କରୁଥିବା ଅଭିଯୋଗ ହେଉଛି । ଜାନୁୟାରୀ ଶେଷ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ଭିଡ ଲାଗି ରହିବ ବୋଲି ପୂର୍ବାନୁମାନ ହେଉଥିବା ବେଳେ ପ୍ରଶାସନ ତରଫରୁ ସେମାନଙ୍କର ସୁବିଧା ନିମନ୍ତେ ଜରୁରୀ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ ବୋଲି ସାଧାରଣରେ ଦାବି ହୋଇଛି । ଦେବକୁଣ୍ଡ ନିକଟରେ କୁଣ୍ଡାବାଇ ଫାଣ୍ଡି ଥିବା ବେଳେ ସେଠାରେ ୨ କନଷ୍ଟେବଳ ଓ ଜଣେ ଫାଣ୍ଡି ଅଧିକାରୀ ରହୁଛନ୍ତି। ହେଲେ ସେମାନେ ବିଶୃଙ୍ଖଳା ନିୟନ୍ତ୍ରଣ କରିବା ସମ୍ଭବପର ହୋଇପାରୁନି। ତେଣୁ ଅଧିକ ପୋଲିସ ମୁତୟନ ସହ ପାଟ୍ର୍ରୋଲିଂ ପାଇଁ ଦାବି ହେଉଛି। ତନଖି ଫାଟକରୁ ଦେବକୁଣ୍ଡକୁ ମାଟିରାସ୍ତା ଲମ୍ବିଥିବା ବେଳେ ଏକ ସମୟରେ ଏକାଧିକ ଗାଡି ଯାଉଥିବାରୁ ଲୋକେ ବହୁ ହଇରାଣ ହେଉଛନ୍ତି। ହେଲେ ସେମାନଙ୍କୁ ନିୟନ୍ତ୍ରଣ କରିବା ପାଇଁ ବାଟକରେ କୌଣସି ଜଙ୍ଗଲ ବିଭାଗ କର୍ମଚାରୀ କିମ୍ବା ପୋଲିସଙ୍କୁ ଦେଖିବାକୁ ମିଳୁନି। ତେଣୁ ଏହି ସବୁ ସମସ୍ୟାରେ ସୁଧାର ଆଣିବାକୁ ଦାବି ହେଉଛି।
All Right Reserved By

ବାଲେଶ୍ୱର

ପୂଜା ପାଇଁ ପୋଲିସ ପକ୍ଷରୁ ସ୍ବତନ୍ତ୍ର ଟ୍ରାଫିକ୍‌ ବ୍ୟବସ୍ଥା: ୨୦ ପ୍ଲାଟୁନ ଫୋର୍ସଙ୍କ ଫ୍ଲାଗ୍‌ମାର୍ଚ୍ଚ

ପୂଜା ପାଇଁ ପୋଲିସ ପକ୍ଷରୁ ସ୍ବତନ୍ତ୍ର ଟ୍ରାଫିକ୍‌ ବ୍ୟବସ୍ଥା: ୨୦ ପ୍ଲାଟୁନ ଫୋର୍ସଙ୍କ ଫ୍ଲାଗ୍‌ମାର୍ଚ୍ଚ

ବାଲେଶ୍ୱର ଅଫିସ,୧୫।୧୦-ବାଲେଶ୍ୱର ସହର ଦୁର୍ଗା ପୂଜା ପାଇଁ ଚଳଚଞ୍ଚଳ ହୋଇପଡିଛି। ଚଳିତବର୍ଷ ସହରରେ ୭୦ ମେଢ଼ରେ ଦୁର୍ଗତୀନାଶିନୀ ମା’ ଦୁର୍ଗା ପୂଜା ପାଉଛନ୍ତି।

କାନ୍ଥ ପଡ଼ି ବୃଦ୍ଧ ମୃତ

କାନ୍ଥ ପଡ଼ି ବୃଦ୍ଧ ମୃତ

ବାଲେଶ୍ୱର ଅଫିସ, ୧୫।୧୦-ରବିବାର ବିଳମ୍ବିତ ରାତିରେ ବାଲେଶ୍ୱର ଜିଲା ସଦର ବ୍ଲକ ଅନ୍ତର୍ଗତ ପାଖରାବାଡ଼ ଗାଁର ଗୋକୁଳି ବେହେରା (୬୦) ନାମକ ବୃଦ୍ଧଙ୍କ କାନ୍ଥ ପଡ଼ି ମୃତ୍ୟୁ ଘଟିଛି। 

ଯୁବକଙ୍କ ମାଡ଼ରେ ବୃଦ୍ଧାଙ୍କ ଜୀବନ ଗଲା

ଯୁବକଙ୍କ ମାଡ଼ରେ ବୃଦ୍ଧାଙ୍କ ଜୀବନ ଗଲା

ତିହିଡ଼ି, ୧୫ା୧୦(ଡି.ଏନ.ଏ.)-ଭଦ୍ରକ ଜିଲା ତିହିଡି ଥାନା ଗୋବିନ୍ଦପୁର ପଞ୍ଚାୟତ ଅଧୀନ ତଳହଂସପାଟ ଗ୍ରାମର ଜଣେ ଯୁବକଙ୍କ ମାଡ଼ରେ ସେହି ଗ୍ରାମର ଲକ୍ଷ୍ମୀ ନାୟକ (୭୫) ନାମ୍ନୀ ଜଣେ ବୃଦ୍ଧାଙ୍କର ଜୀବନ ଯିବା ଘଟଣା ସେଠାରେ ଆଲୋଡ଼ନ ସୃଷ୍ଟି କରିଛି।

ମାଛ ହାଟ ଆବର୍ଜନାରେ ପୋତି ହେଉଛି ନାଳ: ଲୋକେ ଅଣନିଃଶ୍ୱାସୀ

ମାଛ ହାଟ ଆବର୍ଜନାରେ ପୋତି ହେଉଛି ନାଳ: ଲୋକେ ଅଣନିଃଶ୍ୱାସୀ

ଔପଦା,୧୫।୧୦(ଡି.ଏନ.ଏ.)-ବାଲେଶ୍ୱର ଜିଲା ଔପଦା ବ୍ଲକ ସଦର ବଜାର ତଳି ମାଛ ହାଟର ଆବର୍ଜନା ଏବେ ସ୍ଥାନୀୟ ଲୋକଙ୍କ ଚିନ୍ତାର କାରଣ ହୋଇଛି। ମାଛ ବ୍ୟବସାୟୀଙ୍କ  ପ୍ଲାଷ୍ଟିକ ବର୍ଜ୍ୟବସ୍ତୁରେ ମୁଖ୍ୟ ନାଳ ପୋତି ହୋଇପଡ଼ିଛି। 

ନଦୀରେ ବୁଡ଼ି ଜୀବନ ଗଲା

ନଦୀରେ ବୁଡ଼ି ଜୀବନ ଗଲା

ପଦ୍ମପୁର,୧୫।୧୦(ଡି.ଏନ.ଏ.)-ଭଦ୍ରକ ଜିଲା ସଦର ବ୍ଲକ ଅଧୀନ ସାହାଡ଼ା ପଞ୍ଚାୟତ ସମିଅଁା ଗ୍ରାମର ପୂର୍ଣ୍ଣଚନ୍ଦ୍ର ବେହେରା(୫୦) ରବିବାର ରାତିରେ ନଦୀରେ ବୁଡ଼ି ପ୍ରାଣ ହରାଇଛନ୍ତି। 

ଶହୀଦ ସ୍ମୃତିଭବନ ଆଜି ଶ୍ରୀହୀନ

ଶହୀଦ ସ୍ମୃତିଭବନ ଆଜି ଶ୍ରୀହୀନ

ଭଦ୍ରକ ଅଫିସ,୧୫।୧୦-ସାହିତ୍ୟ ସଂସ୍କୃତି ସମ୍ପନ୍ନ ଭଦ୍ରକ ସହରରେ ଗଢ଼ିଉଠିଥିବା  ଶହୀଦ ସ୍ମୃତିଭବନ ଆଜି ଶ୍ରୀହୀନ ହୋଇପଡ଼ିଛି। ସ୍ବାଧୀନତା ଆନ୍ଦୋଳନ ବେଳେ ଭଦ୍ରକର ସଂଗ୍ରାମ ଭୂମିରେ ଶହୀଦ ହୋଇଥିବା  ସଂଗ୍ରାମୀଙ୍କ ସମେତ ବିଭିନ୍ନ ମହାପୁରୁଷମାନଙ୍କ ଫଟୋ ଏହି ସ୍ମୃତି ଭବନରେ ପୂର୍ବରୁ ଲଗାଯାଇ ସେମାନଙ୍କ ନାମ ଉଲ୍ଲେଖ କରାଯାଇଥିଲା। ଏଥିଲାଗି ଏହାର ନାମ ଶହୀଦ ଭବନ ବା ଶହୀଦ ସ୍ମୃତି ଭବନ ରଖାଯାଇଥିଲା।  କେହି କେହି ଏହାକୁ ଟାଉନ ହଲ୍‌ କହନ୍ତି। ଏବେ ସେଠି ଜଣେ ହେଲେ ଶହୀଦଙ୍କ ଫଟୋ ଦେଖିବାକୁ ମିଳୁ ନାହିଁ। ଶହୀଦ ଭବନରୁ ହଜିଛି ସବୁ ସ୍ମୃତି।

କାଳିପଦା-ଡଗରା ରାସ୍ତା ମରଣଯନ୍ତା

କାଳିପଦା-ଡଗରା ରାସ୍ତା ମରଣଯନ୍ତା

ବାଲିଆପାଳ, ୧୫।୧୦(ଡି.ଏନ.ଏ.)-ବାଲିଆପାଳ-ଡଗରା ପୂର୍ତ୍ତବିଭାଗ ରାସ୍ତା ମରାମତି ଅଭାବରୁ ମରଣଯନ୍ତା ପାଲଟିଛି। ଏହି ରାସ୍ତା ଉପରେ ଦକ୍ଷିଣ ବାଲିଆପାଳର ୧୪ଟି ପଞ୍ଚାୟତ ଲୋକମାନେ ଯା’ଆସ କରନ୍ତି  ।  ପର୍ଯ୍ୟଟନ କେନ୍ଦ୍ର ଡଗରାକୁ ଯିବା ପାଇଁ ଏହା ଏକମାତ୍ର ରାସ୍ତା ।ଏହାଛଡା ଚଉମୁଖ ଓ କାଳିପଦାରୁ ଦୈନନ୍ଦିନ ବସ୍‌ ଯିବା ଆସିବା କରେ। 

‘ସାମାଜିକ ପରିବର୍ତ୍ତନ ଲାଗି ନାରୀଶକ୍ତିର ଜାଗରଣ ଲୋଡା’

‘ସାମାଜିକ ପରିବର୍ତ୍ତନ ଲାଗି ନାରୀଶକ୍ତିର ଜାଗରଣ ଲୋଡା’

ବାଲେଶ୍ୱର ଅଫିସ, ୧୫।୧୦-ଓଡ଼ିଆ ଭାଷାର ସୁରକ୍ଷା ଦିଗରେ ବାଲେଶ୍ୱର ମାଟିର ଅବଦାନ ଅତୁଳନୀୟ। ଏହି ସାରସ୍ବତ ପରମ୍ପରାକୁ ବଜାୟ ରଖି ଉଭୟ ସାହିତ୍ୟ ଓ ସଂସ୍କୃତିର ବିକାଶ ପାଇଁ ଉଦ୍ୟମ ହେବା ଆବଶ୍ୟକ ବୋଲି ବାଲେଶ୍ୱର ସହରସ୍ଥିତ ‘ଆତିଥ୍ୟ’ ଭବନରେ ‘ଯୁଗଶ୍ରୀ ଯୁଗନାରୀ’ ପକ୍ଷରୁ ସାରସ୍ବତ ସମାରୋହ ଓ ବନ୍ଧୁମିଳନ ଉତ୍ସବରେ ମତବ୍ୟକ୍ତ କରାଯାଇଛି। ବାଲେଶ୍ୱର ପୂର୍ବାଞ୍ଚଳ ଡ଼ିଆଇଜି ଅମିତେନ୍ଦ୍ର ନାଥ ସିହ୍ନା ଏହି ଉତ୍ସବରେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ସେ ମାସିକ ମହିଳା ପତ୍ରିକା ‘ଯୁଗଶ୍ରୀ ଯୁଗନାରୀ’ର ଶାରଦୀୟ ବିଶେଷାଙ୍କକୁ ଲୋକାର୍ପଣ କରି ନାରୀଶକ୍ତିର ଜାଗରଣ ଦ୍ୱାରା ସାମାଜିକ ପରିବର୍ତ୍ତନ ଆସିବ ବୋଲି କହିଥିଲେ। 

‘ଧୂଲ୍‌ କେ ଫୁଲ୍‌’ ପକ୍ଷରୁ ପ୍ରତିଭା ଅନ୍ବେଷଣ

‘ଧୂଲ୍‌ କେ ଫୁଲ୍‌’ ପକ୍ଷରୁ ପ୍ରତିଭା ଅନ୍ବେଷଣ

ବାଲେଶ୍ୱର ଅଫିସ, ୧୫।୧୦-ବାଲେଶ୍ୱର ସହରର ବସ୍ତି ବସ୍ତିରେ ବୁଲି ପ୍ରତିଭା ଅନ୍ବେଷଣ କାର୍ଯ୍ୟକ୍ରମ ‘ଧୂଲ୍‌ କେ ଫୁଲ୍‌’ର ନଗରସ୍ତରୀୟ ଅଡ଼ିଶନ୍‌ ରବିବାର ଏଡ଼ିଏମ୍‌ ଛକ ସ୍ଥିତ ଜୁନିୟର ରେଡ଼କ୍ରସ୍‌ ଭବନରେ ଅନୁଷ୍ଠିତ ହୋଇଯାଇଛି। ବସ୍ତି ଅଞ୍ଚଳର ବିଭିନ୍ନ ପ୍ରତିଭାଧାରୀ କୁନି କୁନି ପିଲାଙ୍କୁ ଉତ୍ସାହିତ କରିବା ପାଇଁ ସେଠାରେ ବାଲେଶ୍ୱର ପୂର୍ବାଞ୍ଚଳ ଡ଼ିଆଇଜି ଅମିତେନ୍ଦ୍ର ନାଥ ସିହ୍ନା, ସଦର ତହସିଲଦାର ଅନୁଜା ତାରିଣୀ ମିଶ୍ର, ବାଲେଶ୍ୱର ଆଲୋୟେଜ୍‌ର ଉପଦେଷ୍ଟା ସଂଗ୍ରାମ ମହାନ୍ତି, ଆନନ୍ଦମାର୍ଗ ପ୍ରଚାରକ ସଂଘର ରାଜ୍ୟ ସଂଯୋଜକ ଭାସ୍କର ଜେନା ପହଞ୍ଚିଥିଲେ।

ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ମହିଳା ମୃତ

ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ମହିଳା ମୃତ

ବଡ଼ସାହି, ୧୫।୧୦(ସ୍ବ.ପ୍ର.): ମୟୂରଭଞ୍ଜ ଜିଲା ବଡ଼ସାହି ଥାନା ଅଧୀନ ଖାନୁଆ ଗ୍ରାମ ବାଥୁଡ଼ିସାହିର ଜଣେ ମହିଳା ସୋମବାର ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ତାଙ୍କର ମୃତ୍ୟୁ ଘଟିଛି। ସେ ହେଲେ ସାବିତ୍ରୀ ନାଏକ(୪୫)। 

ବିଦ୍ୟୁତ୍‌  ତାର ସଂସ୍ପର୍ଶରେ ହାଇଓ୍ବା ଚାର୍ଜ, ଡ୍ରାଇଭରଙ୍କ ଜୀବନ ଗଲା

ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ହାଇଓ୍ବା ଚାର୍ଜ, ଡ୍ରାଇଭରଙ୍କ ଜୀବନ ଗଲା

ବଡ଼ବିଲ,୧୫।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ରୁଗୁଡ଼ି ଥାନା ଅନ୍ତର୍ଗତ ଆର୍‌ପି ସାଓ ଖଣି ନିକଟରେ ରବିବାର ବିଳମ୍ବିତ ରାତିରେ  ଦୁର୍ଘଟଣା    ଘଟିଛି। 

ବିଷ ପିଇଲେ ଗର୍ଭବତୀ ନାବାଳିକା

ବିଷ ପିଇଲେ ଗର୍ଭବତୀ ନାବାଳିକା

ବାସୁଦେବପୁର, ୧୫।୧୦(ଡି.ଏନ.ଏ.): ଭଦ୍ରକ ଜିଲା ବାସୁଦେବପୁର ଥାନା ଅଞ୍ଚଳରେ ଘଟିଛି ଏକ ଅଭାବନୀୟ ଘଟଣା। ବିବାହର ପ୍ରତିଶୃତି ଦେଇ ଜଣେ ଯୁବକ ନାବାଳିକାଙ୍କୁ ଗର୍ଭବତୀ କରି ପରେ ପ୍ରତାରଣା କରିଥିଲେ।