ବାଲେଶ୍ୱର

କୁଳିଅଣା ଲ୍ୟାମ୍ପ୍ସରେ ଖୋଲିଲା ଧାନମଣ୍ଡି

 କୁଳିଅଣା ଲ୍ୟାମ୍ପ୍ସରେ ଖୋଲିଲା ଧାନମଣ୍ଡି

କୁଳିଅଣା,୨୭।୧୨(ଡି.ଏନ୍‌.ଏ.)- କୁଳିଅଣା ଲ୍ୟାମ୍ପ୍ସରେ ବୁଧବାର ଧାନମଣ୍ଡି ଉଦ୍‌ଘାଟିତ ହୋଇଛି। ମୁଖ୍ୟଅତିଥି ଭାବେ ଏ.ଆର.ସି.ଏସ୍‌ ସିମା ମୁର୍ମୁ ଯୋଗଦେଇ ମଣ୍ଡିକୁ ଉଦ୍‌ଘାଟନ କରିଥିଲେ। କୁଳିଅଣା ସମବାୟ ସମିତି ଏମ୍‌.ଡି ଆନନ୍ଦ ଶଙ୍କର ଦେ, ବାରିପଦା ନିୟନ୍ତ୍ରିତ ବଜାର କମିଟି (ଆର୍‌.ଏମ୍‌.ସି)ର ସନ୍ଦିପ୍‌ କୁମାର ବେହେରା, ଗୋପିନାଥ ନାଏକ, ଭିଏଡବ୍ଲୁ ବନିତା ନାଏକ, ସମିତିର ସଭାପତି ଶରତ ଚନ୍ଦ୍ର ନାଏକ, ବି.ଏମ୍‌ ପ୍ରଶାନ୍ତ ନାଏକ, ମନୋରଞ୍ଜନ ଖମାରୀ ପ୍ରମୁଖ ଉପସ୍ଥିତ ଥିଲେ। କ୍ରୟ କମିଟି ସଦସ୍ୟ ସୁଧାଂଶୁ କୁମାର ପାଣିଗ୍ରାହୀ, ରାଜକିଶୋର ନାଏକ, ମୃତ୍ୟୁଞ୍ଜୟ ପାଣିଗ୍ରାହୀ, ପ୍ରମୁଖ ଉପସ୍ଥିତିରେ ଅନ୍‌ଲାଇନ୍‌ କରିଥିବା ୮ ଶହ ୫୨ ଜଣ ଚାଷୀଙ୍କ ମଧ୍ୟରୁ ବୁଧବାର ମୋଟ ୭ ଜଣ ଚାଷୀଙ୍କଠାରୁ ୨୦୧ କୁଇଣ୍ଟାଲ ଧାନ କିଣାଯାଇଛି। କୁଳିଅଣା ଲ୍ୟାମ୍ପ୍ସରେ ସପ୍ତାହକୁ ଦୁଇଦିନ ମଧ୍ୟରୁ ବୁଧବାର କୁଳିଅଣାଠାରେ ଓ କୁଚେଇଠାରେ ଶୁକ୍ରବାର ମଣ୍ଡି ଖୋଲିବା ପାଇଁ ଧାର୍ଯ୍ୟ କରାଯାଇଛି। ଧାନକ୍ରୟର ମୂଲ୍ୟ ଚାଷୀଙ୍କ ଜମାଖାତାକୁ ଅନ୍‌ଲାଇନ୍‌ ମାଧ୍ୟମରେ ସିଧାସଳଖ ପଇଠ କରିବାର ବ୍ୟବସ୍ଥା ହୋଇଛି।

All Right Reserved By

Model This Week

Model This Week

ବାଲେଶ୍ୱର

ଦୋକାନ ଘର ଭୁଶୁଡିବା ଘଟଣା ନିରପେକ୍ଷ ତଦନ୍ତ ଦାବି କଲା ଭାଜପା

ଭଦ୍ରକ ଅଫିସ/ଆରଡ଼ି, ୨୪।୪- ପ୍ରାଚୀନ ଶୈବ ପୀଠ ଆରଡି ଧାମରେ ନାଲ୍‌କୋ ପକ୍ଷରୁ ପ୍ରଦତ୍ତ ୨୫ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ମାର୍କେଟ କମ୍ପ୍ଲେକ୍ସ ଗୃହ ଭୁଶୁଡିବା ଘଟଣାର ନିରପେକ୍ଷ ତଦନ୍ତ କରାଯାଉ ବୋଲି ଭାଜପା ପକ୍ଷରୁ ଦାବି କରାଯାଇଛି। ମଙ୍ଗଳବାର ଦଳୀୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ଖବରଦାତା ସମ୍ମିଳନୀରେ ଦଳୀୟ କର୍ମୀ ବଦ୍ରି ଧଳ ଦୋକାନ ଗୃହ ନିର୍ମାଣରେ ଅନିୟମିତତା ଓ ନିମ୍ନମାନର କାମ ହୋଇଥିବା ଅଭିଯୋଗ କରିଥିଲେ।

ଯୌତୁକ ନିର୍ଯାତନା ନେଇ ଥାନାରେ ମାମଲା

ଭଣ୍ଡାରିପୋଖରୀ,୨୪।୪(ଡି.ଏନ.ଏ.)- ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ପାଟୁଳୀ ଗ୍ରାମରେ ଜଣେ ମହିଳାଙ୍କୁ ଯୌତୁକ ନିର୍ଯାତନା ଦିଆଯିବା ସାଙ୍ଗକୁ ବିଷ ପିଆଇ ମାରିଦେବାକୁ ଉଦ୍ୟମ କରାଯାଇଥିବାନେଇ ମହିଳାଙ୍କ ବାପା ରମେଶ ଚନ୍ଦ୍ର ଦାସ ଭଣ୍ଡାରିପୋଖରୀ ଥାନାରେ ଅଭିଯୋଗ କରିଛନ୍ତି ।

ପିଲା କଳିରୁ ଗଣ୍ଡଗୋଳ, ଜଣେ ଗିରଫ

ଭଣ୍ଡାରିପୋଖରୀ,୨୪।୪(ଡି.ଏନ.ଏ.)- ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ଅଧୀନ ଚାଙ୍ଗୁଆ ଗ୍ରାମରେ ସୋମବାର ଅପରାହ୍ନରେ ସାଇକେଲ ଧକ୍କାକୁ ନେଇ ଦୁଇ ପିଲା କଳି କରିବା ଘଟଣାକୁ କେନ୍ଦ୍ର କରି ଗଣ୍ଡଗୋଳ ଘଟିଛି।

ସ୍କୁଟି ଧକ୍କାରେ ଚାଷୀ ମୃତ

ଭଣ୍ଡାରିପୋଖରୀ,୨୪।୪(ଡି.ଏନ.ଏ.)- ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ରାମଚନ୍ଦ୍ରପୁର ଗ୍ରାମର ମହେନ୍ଦ୍ର ରାଉତ ୨୧ ତାରିଖ ବିଲରୁ ଘରକୁ ଫେରୁଥିବା ବେଳେ ରାସ୍ତାରେ ପଛପଟୁ ଏକ ସ୍କୁଟି ଧକ୍କା ଦେଇଥିଲା

ପିକ୍‌ଅପ୍‌ ସହ ୫୦ ବସ୍ତା କୋଇଲା ଜବତ

ତିହିଡ଼ି, ୨୪।୪(ଡି.ଏନ.ଏ.)- ଭଦ୍ରକ ଜିଲା ତିହିଡ଼ି ଥାନା ଅଧୀନ ଗଦି ବଜାର ନିକଟରୁ ପୋଲିସ ସୋମବାର ଅପରାହ୍ନରେ ଏକ ପିକ୍‌ଅପ୍‌ରେ ଚୋରା ଚାଲାଣ ହେଉଥିବା ୫୦ ବସ୍ତା କୋଇଲା ଜବତ କରିଛି।

ବଡ଼ଗାଲୋରେ ଶ୍ରୀଜଗନ୍ନାଥ ସପ୍ତାହ

ତିହିଡ଼ି,୨୪।୪(ଡି.ଏନ.ଏ.)- ଭଦ୍ରକ ଜିଲା ତିହିଡ଼ି ବ୍ଲକ ଫତେପୁର ପଞ୍ଚାୟତ ଅଧୀନ ବଡ଼ଗାଲୋ ଗ୍ରାମରେ ଚାଲିଥିବା ସାର୍ବଜନୀନ ଶ୍ରୀଜଗନ୍ନାଥ ସପ୍ତାହ ମଙ୍ଗଳବାର ଉଦ୍‌ଯାପିତ ହୋଇଯାଇଛି।

କରଣ ସମାଜ ବୈଠକ

କେନ୍ଦୁଝର, ୨୪।୪(ସ୍ବ.ପ୍ର.)-ଆଗାମୀ ସାଧାରଣ ସଭା ନିମନ୍ତେ କେନ୍ଦୁଝର କରଣ ସମାଜ ପକ୍ଷରୁ ଏକ ବୈଠକ ସଂଘର ସଭାପତି ତ୍ରିଲୋଚନ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।

ଅଘୋଷିତ ବିଦ୍ୟୁତ କାଟ ବିରୋଧରେ ଦାବିପତ୍ର

ଅଘୋଷିତ ବିଦ୍ୟୁତ କାଟ ବିରୋଧରେ ଦାବିପତ୍ର

ବାରିପଦା ଅଫିସ,୨୪।୪- ମୟୂରଭଞ୍ଜ ଜିଲା ସମେତ ବାରିପଦା ସହରରେ ବର୍ତ୍ତମାନ ବିଦ୍ୟୁତ୍‌ ସମସ୍ୟା ଦେଖାଦେଉଛି। ଅଘୋଷିତ ଭାବେ ଘନ ଘନ ବିଦ୍ୟୁତ୍‌ କାଟ କରାଯାଉଛି। ଫଳରେ ଅଞ୍ଚଳବାସୀ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି।

ସଚ୍ଚିଦାନନ୍ଦଙ୍କ ଜୟନ୍ତୀ ସମାରୋହ

ଭଦ୍ରକ ଅଫିସ, ୨୪।୪- ସୋମବାର ଭଦ୍ରକର ବିଶିଷ୍ଟ ଆଇନଜୀବୀ ତଥା ବାର ଆସୋସିଏଶନର ପୂର୍ବତନ ସଭାପତି ସ୍ବର୍ଗତ ସଚ୍ଚିଦାନନ୍ଦ ମହାନ୍ତିଙ୍କ ୭୫ତମ ଜୟନ୍ତୀ ଅବସରରେ ଜିଲା ସ୍ମୃତି କମିଟି ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି ।

ସଡକ ସୁରକ୍ଷା ପାଇଁ ବାଇକ ରାଲି

ସଡକ ସୁରକ୍ଷା ପାଇଁ ବାଇକ ରାଲି

ଭଦ୍ରକ ଅଫିସ,୨୪।୪- ଜାତୀୟ ସଡକ ସୁରକ୍ଷା ସପ୍ତାହ ପାଳନ ଅବସରରେ ପରିବହନ ବିଭାଗ ଓ ସଞ୍ଜୀବ ହିରୋ ମିଳିତ ସହଯୋଗରେ ମଙ୍ଗଳବାର ବାଇକ ରାଲି ଅନୁଷ୍ଠିତ ହୋଇଯାଇଛି।

ଯୌତୁକଜନିତ ବଧୂ ହତ୍ୟା ଅଭିଯୋଗ

ଯୌତୁକଜନିତ ବଧୂ ହତ୍ୟା ଅଭିଯୋଗ

ଜଳେଶ୍ୱର, ୨୪। ୪ (ଡି.ଏନ.ଏ)-ଜଳେଶ୍ୱର ଥାନା ଆରୁହା ପଞ୍ଚାୟତ ଅନ୍ତର୍ଗତ ନିମପୁର ଗ୍ରାମର ଅନୀଲ ସିଂଙ୍କ ସ୍ତ୍ରୀ ଗୀତାରାଣୀଙ୍କୁ ଯୌତୁକ ପାଇଁ ହତ୍ୟା କରାଯାଇଥିବା ସୋମବାର ଗୀତାରାଣୀଙ୍କ ବାପା ବିଜୟାନନ୍ଦ ପରିଡ଼ା ଜଳେଶ୍ୱର ଥାନାରେ ଅଭିଯୋଗ କରିଛନ୍ତି। ଏହି ହତ୍ୟାକାଣ୍ଡରେ ତାଙ୍କ ଶାଶୁ, ଶ୍ୱଶୁର ଓ ସ୍ବାମୀ ସମ୍ପୃକ୍ତ ଥିବା ଏତଲାରେ ଦର୍ଶାଯାଇଛି। ଅଭିଯୋଗକୁ ଭିତ୍ତି କରି ପୋଲିସ ଏକ ଯୌତୁକଜନିତ ବଧୂହତ୍ୟା ମାମଲା (ନଂ.୧୧୩/୨୦୧୮) ରୁଜୁ କରିଛି। ସ୍ବାମୀ, ଶାଶୁ ଓ ଶ୍ୱଶୁରଙ୍କୁ ପୋଲିସ ଅଟକ ରଖି ପଚରାଉଚୁରା କରୁଛି।

ସାଇ ମନ୍ଦିର ପ୍ରତିଷ୍ଠା

ଖଇରା, ୨୪।୪(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ଦେଉଳି ଛକସ୍ଥିତ ଏସ୍‌ଆର୍‌ ଗ୍ରୁପ୍‌ କ୍ୟାମ୍ପସ ପରିସରରେ ରବିବାର ସିରିଡ଼ି ସାଇ ମନ୍ଦିର ପ୍ରତିଷ୍ଠା ଉସତ୍ବ ଆଧ୍ୟାମତ୍କ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏସ୍‌ଆର୍‌ ଟ୍ରଷ୍ଟର ଅଧ୍ୟକ୍ଷ ଇଂ ରାଜେଶ ମହାକୁଡ଼ଙ୍କ ପୌରୋହିତ୍ୟରେ ୧୦୮ କଳସ ଅଣାଯାଇଥିଲା। ରବିନାରାୟଣ ଶତ୍‌ପଥି, ମୁକ୍ତିକାନ୍ତ ପାଢ଼ୀଙ୍କ ସମେତ ମୋଟ ୫ଜଣ ପଣ୍ଡିତଙ୍କ ଦ୍ୱାରା ସାଇନାଥ, ଗଣେଶ ଓ ହନୁମାନଙ୍କ ବିଗ୍ରହ ପ୍ରତିଷ୍ଠା ଓ ଯଜ୍ଞାଦି କର୍ମ ଅନୁଷ୍ଠିତ ହୋଇଥିଲା।