Dharitri News
ବାଲେଶ୍ୱର

ରାସ୍ତା ମରାମତି ନ ହେଲେ ଆନ୍ଦୋଳନ

ରାସ୍ତା ମରାମତି  ନ ହେଲେ ଆନ୍ଦୋଳନ ବାରିପଦା ଅଫିସ,୨୭।୧୨- ମୟୂରଭଞ୍ଜ ଜିଲା କୁଳିଅଣା ବ୍ଲକ ଅଧୀନ ଦରଖୋଳି ଛକ ଠାରୁ ବାଇଗଣବାଡିଆ ହାଟ ପର୍ଯ୍ୟନ୍ତ ରାସ୍ତାର ମରାମତି ତୁରନ୍ତ କରାଯିବା ନେଇ ବୁଧବାର ଆରଡି ଇଞ୍ଜିନିୟରଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଦାବିପତ୍ର ପ୍ରଦାନର ୭ଦିନ ମଧ୍ୟରେ ରାସ୍ତା ମରାମତି ନ ହେଲେ ଆସନ୍ତା ୮ତାରିଖରେ ସେମାନେ ଜାତୀୟ ରାଜପଥକୁ ଅବରୋଧ କରିବେ ବୋଲି ମଧ୍ୟ ଦାବିପତ୍ରରେ ଉଲ୍ଲେଖ ଅଛି। ତେବେ ପୂର୍ବତନ ଛାତ୍ର କଂଗ୍ରେସ ସଭାପତି ବିକାଶ ମହାଭୋଇଙ୍କ ନେତୃତ୍ୱରେ ଅଞ୍ଚଳ ବାସିନ୍ଦା ନରେନ ବେହେରା, ଶିବ ବେହେରା, ଜ୍ଞାନଦେବ ବେହେରା, ଦୁଃଖିରାମ ବେହେରା,ସୁଶାନ୍ତ ବେହେରା, ମାନସରଞ୍ଜନ ଚୌଧୁରୀ ପ୍ରମୁଖ ଏହି ଦାବିପତ୍ର ପ୍ରଦାନ କରିଛନ୍ତି। ସେମାନଙ୍କ ଦାବି ମୁତାବକ କୁଳିଅଣା ବ୍ଲକ ଅଧୀନରେ ଥିବା ବାଉଁଶକଣ୍ଟିଆ, ପଳାଶବଣୀ, ସରଡିହା, ଧମୁଣ୍ଡା,ଧନୁକଡିହା,ଶାନ୍ତିଶୋଳ ଗ୍ରାମଦେଇ ଦରଖୋଳି ଛକ ଠାରୁ ବାଇଗଣବାଡିଆ ହାଟ ପର୍ଯ୍ୟନ୍ତ ରାସ୍ତା ଯାଇଛି। ମାତ୍ର ମରାମତି ଅଭାବରୁ ବର୍ତ୍ତମାନ ଏହି ରାସ୍ତା ଶୋଚନୀୟ ହୋଇପଡିଛି। ଏହି ରାସ୍ତାରେ ଯିବା ଆଦୌ ସମ୍ଭବପର ହେଉନାହିଁ। ଏପରିକି ଏହି ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡ଼ିଥିବାରୁ କୌଣସି ଆମ୍ବୁଲାନ୍ସ କିମ୍ବା ଦମକଳ ଗାଡି ଯାଇପାରେ ନାହିଁ। ଫଳରେ ଏହି ଗାଁରୁ ରୋଗୀଙ୍କୁ ଡାକ୍ତରଖାନା ନେବା କଷ୍ଟକର ହୋଇପଡ଼ୁଛି। ତେବେ ଏହି ରାସ୍ତାର ମରାମତି ନେଇ ଗ୍ରାମବାସୀ ପୂର୍ବରୁ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ଜଣାଇଥିଲେ ସୁଦ୍ଧା କୌଣସି ସୁଫଳ ମିଳିନାହିଁ। ଏପରିକି ଗତ ୧୧ତାରିଖରେ ଏସମ୍ପର୍କରେ ଜିଲାପାଳଙ୍କୁ ମଧ୍ୟ ଗ୍ରାମବାସୀ ଲିଖିତ ଦାବି ପ୍ରଦାନ କରିଛନ୍ତି। ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ଏଣୁ ବାଧ୍ୟ ହୋଇ ଆରଡି ଇଞ୍ଜିନିୟରଙ୍କୁ ପ୍ରଦାନ କରିଥିବା ଦାବି ଅନୁସାରେ ଯଦି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରାଯାଏ ତେବେ ରାଜପଥ ଅବରୋଧ କରାଯିବ ବୋଲି କହିଛନ୍ତି।

ବାଲେଶ୍ୱର

ଚୋରା ମଦ କାରବାର ବନ୍ଦ କର, ନଚେତ ଆନ୍ଦୋଳନ

ଚୋରା ମଦ କାରବାର ବନ୍ଦ କର, ନଚେତ ଆନ୍ଦୋଳନ

ଔପଦା,୧୮।୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ଔପଦା ବ୍ଲକ ବଡ଼ପୋଖରୀ ପଞ୍ଚାୟତର ବିଭିନ୍ନ ସ୍ଥାନରେ ଚୋରା ଓ ନକଲି ମଦ କାରବାର ଅବାଧରେ ଚାଲିଛି। ଏହାକୁ ବନ୍ଦ କରିବା ପାଇଁ ୧୦ରୁ ଊର୍ଦ୍ଧ୍ୱ ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନେ ଏକାଠି ହୋଇଛନ୍ତି।

ବାସି ଖାଦ୍ୟ ଖାଇ ୧୨ ଶିଶୁ ଗୁରୁତର

ବାସି ଖାଦ୍ୟ ଖାଇ ୧୨ ଶିଶୁ ଗୁରୁତର

ବାଲେଶ୍ୱର ଅଫିସ,୧୮।୧-ବାଲେଶ୍ୱର ସହଦେବଖୁଣ୍ଟା ଥାନା ବାଲିଆ ଅଞ୍ଚଳ ଗୁଡ଼ିପଦା ବସ୍ତିର ଲୋକମାନେ ଭୋଜିରେ ବଳିଥିବା ବାସି ଖାଦ୍ୟ ଖାଇ ୧୨ ଶିଶୁ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ପାଇଁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ଟ୍ରେନ୍‌ରେ କଟି ଯୁବକ ମୃତ

ରୂପ୍‌ସା,୧୮।୧(ଡି.ଏନ.ଏ.)-ଦକ୍ଷିଣପୂର୍ବ ରେଳପଥର ଖଡ଼ଗପୁର ଡ଼ିଭିଜନ୍‌ ଅନ୍ତର୍ଗତ ବାଲେଶ୍ୱର ଓ ହଳଦୀପଦା ରେଳଷ୍ଟେଶନ ମଝିରେ ଗୁରୁବାର ଜିଆର୍‌ପି ଥାନା ପୋଲିସ ରେଳଧାରଣାରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି।

 ମାଣତ୍ରୀ ଶିବରାତ୍ରି ମେଳା ପ୍ରସ୍ତୁତି ବୈଠକ

ମାଣତ୍ରୀ ଶିବରାତ୍ରି ମେଳା ପ୍ରସ୍ତୁତି ବୈଠକ

ବଡ଼ସାହି,୧୭। ୧(ସ୍ବ.ପ୍ର.)- ଉତ୍ତର ଓଡିଶାର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ମାଣତ୍ରୀସ୍ଥିତ ବାବା କଖାରୁଆ ବୈଦ୍ୟନାଥ ମନ୍ଦିରରେ ଫେବୃୟାରୀ ୧୪ତାରିଖରେ ଶିବରାତ୍ରି ଅନୁଷ୍ଠିତ ହେବ । ଏ ନେଇ ନାଟ୍ୟ ମନ୍ଦିରରେ ମୟୂରଭଞ୍ଜର ଅତିରିକ୍ତ ଜିଲାପାଳ ଗଙ୍ଗାଧର ନାୟକଙ୍କ ସଭାପତିତ୍ୱରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ମେଳା ପଡିଆର ନିଲାମ ଦୁଇଟି ଧାର୍ଯ୍ୟ ଦିବସରେ ହୋଇପାରି ନ ଥିବାରୁ ଆସନ୍ତା ୨୦ତାରିଖରେ ପୁନର୍ବାର ନିଲାମ ତାରିଖ ଧାର୍ଯ୍ୟ କରାଯାଇଛି ।

 ୫ ମାସ ଶିଶୁପୁତ୍ରର ପତ୍ତା ମିଳୁନି

୫ ମାସ ଶିଶୁପୁତ୍ରର ପତ୍ତା ମିଳୁନି

ବାରିପଦା ଅଫିସ,୧୮।୧-ମୟୂରଭଞ୍ଜ ଜିଲା ରାଇରଙ୍ଗପୁର ସହର ଧରମଗଳିରେ ଜଣେ ମହିଳାଙ୍କୁ ବଳାତ୍କାର ପରେ ନିଅଁ।ରେ ପୋଡ଼ି ହତ୍ୟା କରାଯିବା ଘଟଣା ସାଧାରଣରେ ଆଲୋଡନ ସୃଷ୍ଟି କରିଛି। ରାଇରଙ୍ଗପୁର ଥାନା ପୋଲିସ ଏହି ଘଟଣାରେ ମହିଳାଙ୍କ ଶ୍ୱଶୁର ରାମଗୋପାଳ ଖେମକାଙ୍କୁ ଗତ ଶନିବାର ଗିରଫ କରିଥିବା ବେଳେ ତାଙ୍କ ସ୍ବାମୀ ଅବିନାଶ ଖେମକା ବୁଧବାର ଥାନାରେ ଆତ୍ମସମର୍ପଣ କରିଛନ୍ତି। ମୃତା ମହିଳାଙ୍କ ୫ ମାସର ଶିଶୁପୁତ୍ର ଏବେ କେଉଁଠି ତାହାର ପତ୍ତା ମିଳୁନାହିଁ, ଯାହାକି ଘଟଣାକୁ ଅଧିକ ଗମ୍ଭୀର କରିଛି।

ଟ୍ରକ- ଟ୍ୟାଙ୍କର ଧକ୍କା : ୨ ଡ୍ରାଇଭର ଗୁରୁତର

ବାଙ୍ଗିରିପୋଷି,୧୮।୧(ଡି.ଏନ.ଏ.)- ବାଙ୍ଗିରିପୋଷି ମା’ ଦୁଆରଶୁଣୀ ଘାଟିରେ ଗୁରୁବାର ରାତିରେ ଏକ ଟ୍ରକ ଓ ଟ୍ୟାଙ୍କର ମଧ୍ୟରେ ମୁହାଁ ମୁହିଁ ଧକ୍କା ହୋଇଛି। ଏଥିରେ ଉଭୟ ଗାଡି ଡ୍ରାଇଭର ଗୁରୁତର ହୋଇଛନ୍ତି ।

ଡୁଙ୍ଗୁରା ଦର୍ଶନ ପ୍ରସାଦ ହାଇସ୍କୁଲର ସାମ୍ବତ୍ସରିକ ଉତ୍ସବ

ଡୁଙ୍ଗୁରା ଦର୍ଶନ ପ୍ରସାଦ ହାଇସ୍କୁଲର ସାମ୍ବତ୍ସରିକ ଉତ୍ସବ

ଖଇରା, ୧୮।୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ଡୁଙ୍ଗୁରା ଦର୍ଶନ ପ୍ରସାଦ ହାଇସ୍କୁଲର ସାମ୍ବତ୍ସରିକ ଉତ୍ସବ ଅବସରରେ ବୁଧବାର ସଭା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ସଡକ ସୁରକ୍ଷା ସପ୍ତାହ ପାଳିଲେ ଛାତ୍ରୀଛାତ୍ର

ନୀଳଗିରି, ୧୮।୧(ଡି.ଏନ.ଏ.)-ଜାତୀୟ ସଡକ ସୁରକ୍ଷା ଉଦ୍‌ଯାପନୀ ଦିବସ ଅବସରରେ ବାଲେଶ୍ୱର ଜିଲା ନୀଳଗିରି କଲେଜର ଯୁବ ରେଡକ୍ରସ ଓ ଜାତୀୟ ସେବା ଯୋଜନା ଆନୁକୂଲ୍ୟରେ ଛାତ୍ରୀଛାତ୍ରଙ୍କ ନେଇ ସଚେତନତା ଶୋଭାଯାତ୍ରା ଗୁରୁବାର ଅନୁଷ୍ଠିତ ହୋଇଯାଇଛି ।

ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ

ନୀଳଗିରି, ୧୮।୧(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ନୀଳଗିରି ଥାନା ଅଧୀନ କେନ୍ଦୁଖୁଣ୍ଟା ଗାଁର ଜନୈକ କଲେଜ ଛାତ୍ରଙ୍କ ଗୁରୁବାର ମୃତ୍ୟୁ ଘଟିଛି। ସେ ହେଲେ ତାପସ ଦେହୁରୀ(୨୧)। ତାପସ ମିତ୍ରପୁରସ୍ଥିତ ସୂର୍ଣ୍ଣଚୂଡ଼ କଲେଜର ଯୁକ୍ତ ୩ କଳାର ଦ୍ୱିତୀୟ ବର୍ଷର ଛାତ୍ର।

ମଝି ରାସ୍ତାରେ ଜଳିଲା କାର

ମଝି ରାସ୍ତାରେ ଜଳିଲା କାର

ବାଲେଶ୍ୱର ଅଫିସ,୧୮।୧: ଭୁବନେଶ୍ୱରରୁ ବାଲେଶ୍ୱର ଆସୁଥିବା ଏକ କାର ରାସ୍ତା ମଝିରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ଇଣ୍ଡଷ୍ଟ୍ରିଆଲ ଛକଠାରେ ଗୁରୁବାର ମଧ୍ୟାହ୍ନରେ ଜଳିଯାଇଛି। ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି।

ଯୋଗଦେଲେ ନୂଆ ଜିଲାପାଳ

ଯୋଗଦେଲେ ନୂଆ ଜିଲାପାଳ

ବାଲେଶ୍ୱର ଅଫିସ,୧୮।୧: ବାଲେଶ୍ୱର ନୂତନ ଜିଲାପାଳ ଭାବେ ରମେଶ କୁମାର ରାଉତ ଗୁରୁବାର ପୂର୍ବାହ୍ନ ୧୧ଟାରେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ପ୍ରଥମେ ସେ ରେମୁଣାସ୍ଥିତ ଗୋପୀନାଥ ମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ।

କେନ୍ଦୁଝର ବନଖଣ୍ଡରେ ୩୩୮୩ ପକ୍ଷୀ  ଚିହ୍ନଟ

କେନ୍ଦୁଝର ବନଖଣ୍ଡରେ ୩୩୮୩ ପକ୍ଷୀ ଚିହ୍ନଟ

କେନ୍ଦୁଝର,୧୭।୧(ସ୍ବ.ପ୍ର.)-କେନ୍ଦୁଝର ବନଖଣ୍ଡର ୫ ବନାଞ୍ଚଳରେ ସମୁଦାୟ ୨୭ ଜାତିର ୩୩୮୩ଟି ଦେଶୀ ଓ ବିଦେଶୀ ପକ୍ଷୀ ରହିଛନ୍ତି। ଏ ନେଇ ବନ ବିଭାଗ ପକ୍ଷରୁ ପକ୍ଷୀ ଗଣନା କରି ଚିହ୍ନଟ କରାଯାଇଛି।