ସମ୍ପାଦକୀୟ |

ଆଶା-ଆଶଙ୍କାର ନୂଆବର୍ଷ

 ଆଶା-ଆଶଙ୍କାର ନୂଆବର୍ଷ
ବିଚିତ୍ର ବିଶ୍ୱାଳ ପ୍ରତ୍ୟେକ ନୂଆ ଜିନିଷ ଆସିବା ବେଳେ ତା’ ସହିତ କିଛି ଆଶା ଓ ଆଶଙ୍କା ଯୋଡ଼ି ହୋଇଥାଏ। ସେମିତି ନୂଆବର୍ଷ ୨୦୧୮। ଏହାକୁ ଜାକଜମକରେ ପାଳନ କରିବା ପାଇଁ ପ୍ରସ୍ତୁତି ଚାଲୁଥିବା ସମୟରେ ନୂଆବର୍ଷରେ ଜନସାଧାରଣଙ୍କ ପାଇଁ ଥିବା ଆଶା ଓ ଆଶଙ୍କା ଉପରେ ଟିକେ ଆଖି ପକେଇ ନେବା ଉଚିତ ମନେହୁଏ। ମୋଦି ସରକାର ଦ୍ୱାରା ସମ୍ପ୍ରତି ଯେଉଁ ଦ୍ରବ୍ୟ ଓ ସେବା କର (ଜିଏସ୍‌ଟି) ଲାଗୁ କରାଯାଇଛି, ତାହାର ଅସଲ ପ୍ରଭାବ ୨୦୧୮ ବର୍ଷରେ ହଁି ପଡ଼ିବାକୁ ଯାଉଛି। ୨୦୧୮ର ବଜେଟ୍‌ ପରେ ଜିଏସଟିର ଅସଲ ପ୍ରଭାବ ଖାଉଟିମାନଙ୍କ ଉପରେ ପଡ଼ିବ ବୋଲି ଅର୍ଥନୀତିଜ୍ଞମାନେ ଆକଳନ କରିଛନ୍ତି। ଜିଏସ୍‌ଟିର ପ୍ରଭାବ ଯୋଗୁ ହଠାତ୍‌ ଅନେକ ନିତ୍ୟ ବ୍ୟବହାର୍ଯ୍ୟ ବସ୍ତୁର ଦର ଆକାଶଛୁଆଁ ହୋଇପାରେ। ସମ୍ପ୍ରତି ଯେପରି ଖାଦ୍ୟସାମଗ୍ରୀର ଦରଦାମ୍‌ ବଢ଼ିବାରେ ଲାଗୁଛି, ନୂଆବର୍ଷଠାରୁ ଏହା ଆହୁରି ଅଧିକ ବଢ଼ିଯିବି। ବିଶେଷକରି ଡାଲି, ପିଆଜ, ଖାଇବା ତେଲ, ଅଟା, ଆଳୁ, ଅଣ୍ଡା ଆଦି ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟଗୁଡ଼ିକର ଚଢ଼ା ଦରର ବୋଝ ଖାଉଟିମାନେ ୨୦୧୮ରେ ଉଠେଇବେ। ବେପାରୀଙ୍କ ଚକ୍ରବୂ୍ୟହ ଆଗରେ ସରକାର ଯେପରି ଅସହାୟ, ଏହି ସନ୍ଦେହ ଶତ ପ୍ରତିଶତ ସତ ବୋଲି ଜଣାଯାଉଛି। ମୋଦି ସରକାରଙ୍କ ତିନିବର୍ଷରୁ ଊର୍ଦ୍ଧ୍ୱ ଶାସନକାଳରେ ଚାଷୀମାନଙ୍କ ପ୍ରତି ଥିବା ମନୋଭାବରୁ ଏହା ସ୍ପଷ୍ଟ ବୁଝି ହେଉଛି ଯେ, ଆମ ଦେଶର ୬୦ କୋଟି ଚାଷୀଙ୍କ ପାଇଁ ନୂଆବର୍ଷରେ ଖୁସି ହେବା ଭଳି କିଛି ନାହଁି। ଯଦିଚ ବର୍ଦ୍ଧିତ ଚାଷୀ ଆତ୍ମହତ୍ୟା ଘଟଣାକୁ ନେଇ ସାରା ଦେଶରେ ଆଲୋଡ଼ନ ସୃଷ୍ଟି ହୋଇଛି, ହେଲେ ଚାଷୀମାନଙ୍କ ଉପତ୍ାଦନକୁ ଉଚିତ ମୂଲ୍ୟ ମିଳିବା ଦିଗରେ ୨୦୧୮ରେ କିଛି ବି ଅଧିକ ହେବାର ନାହଁି। ଚାଷୀମାନେ ପୂର୍ବ ପରି ଦୁର୍ଦ୍ଦିନରେ କାଳ କାଟିବାକୁ ପ୍ରସ୍ତୁତ ହୋଇ ରହିଥାନ୍ତୁ। ୨୦୧୮ରେ ବି ଚାଷୀମାନେ କେବଳ ଦୁଇଗୁଣ ଆୟର ପ୍ରତିଶ୍ରୁତିରେ ହଁି ଖୁସି ହେବେ। କାରଣ ଯେତେବେଳେ ରାଜ୍ୟ ସରକାରମାନେ ଚାଷୀର ଧାନ କିଣିବା ଉପରେ ବୋନସ୍‌ ଦେବା ପାଇଁ ଇଚ୍ଛା ପ୍ରକାଶ କରୁଛନ୍ତି, ସେତେବେଳେ ମୋଦି ସରକାର ସେହି ସବୁ ରାଜ୍ୟରୁ ଧାନ ନ ଉଠାଇବା ପାଇଁ ଧମକ ଦେଉଛନ୍ତି। ଏତଦ୍‌ବ୍ୟତୀତ ଓଡ଼ିଶା ସରକାରଙ୍କ ତରଫରୁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବଢ଼ାଇବା ପାଇଁ କେନ୍ଦ୍ର ସରକାରଙ୍କୁ ଯେଉଁ ପ୍ରସ୍ତାବ ଦିଆଯାଇଥିଲା ତାକୁ ମୋଦି ସରକାର କାନକୁ ନେଉନାହାନ୍ତି। ସମ୍ପ୍ରତି ଜଳବାୟୁ ପରିବର୍ତ୍ତନ ଯୋଗୁ ଯେପରିଭାବେ ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟ ଦେଖାଯାଉଛି, ୨୦୧୮ରେ ବି ଚାଷୀମାନଙ୍କ ଉପରୁ ଏହି ବିପଦ କମିବାର ନାହଁି। ଚାଷୀମାନଙ୍କୁ କ୍ଷତିପୂରଣ ଦେବାରେ ସରକାରଙ୍କ ଅତ୍ୟନ୍ତ କାର୍ପଣ୍ୟ ନୀତି ୨୦୧୮କୁ ବି ପରିବର୍ଦ୍ଧିତ ହେବାକୁ ଯାଉଛି। ଶିକ୍ଷାଖର୍ଚ୍ଚର ଭାର ଉଠେଇବାରେ ଲୋକମାନେ ନୂଆବର୍ଷରେ ସନ୍ତୁଳି ହେବାଟା ନିଶ୍ଚିତ। କାରଣ ପ୍ରତିବର୍ଷ ଧୀରେ ଧୀରେ ସରକାର ଶିକ୍ଷାକ୍ଷେତ୍ରରୁ ନିଜକୁ ଓହରେଇ ନେଉଛନ୍ତି। ସରକାରୀ ସ୍କୁଲ୍‌ଗୁଡ଼ିକର ଅବସ୍ଥା ନ କହିବା ଭଲ। ଘରୋଇ ଶିକ୍ଷାନୁଷ୍ଠାନମାନଙ୍କୁ ଫାଇଦା ଦେବା ପାଇଁ ସରକାର ଜାଣି ଜାଣି ଶିକ୍ଷାକ୍ଷେତ୍ରରେ ବିଶେଷକରି ପ୍ରାଥମିକ ଶିକ୍ଷା ଉପରେ ଆଉ ଅଧିକ ଧ୍ୟାନ ଦେଉନାହାନ୍ତି। ଶିକ୍ଷାକ୍ଷେତ୍ରରେ ସରକାର ଯେପରିଭାବେ ଖର୍ଚ୍ଚକାଟ କରୁଛନ୍ତି, ସରକାରୀ ଶିକ୍ଷାନୁଷ୍ଠାନଗୁଡ଼ିକ ଖୁବ୍‌ କମ୍‌ ଦିନରେ ନିଜର ସ୍ଥିତି ହରେଇବା ଅବସ୍ଥାକୁ ଆସିଯିବେ। ସୁତରାଂ ସାରା ଦେଶକୁ ଘରୋଇ ଶିକ୍ଷାନୁଷ୍ଠାନମାନେ ନିୟନ୍ତ୍ରଣ କରିବେ। ନିଜ ରୋଜଗାରର ଅଧାରୁ ଅଧିକ ଶିକ୍ଷାକ୍ଷେତ୍ରରେ ଖର୍ଚ୍ଚ କରିବା ପାଇଁ ଲୋକେ ନୂଆବର୍ଷରେ ସାହସ ବାନ୍ଧି ଥାଆନ୍ତୁ। ବର୍ତ୍ତମାନ ପରିସ୍ଥିତିରେ ପ୍ରତିଦିନ ସ୍ବାସ୍ଥ୍ୟସେବା ମହଙ୍ଗା ହେବାରେ ଲାଗିଛି। ସରକାରୀ ଡାକ୍ତରଖାନାଗୁଡ଼ିକ ଉପରେ ଲୋକମାନଙ୍କର ଆଉ ଆସ୍ଥା ନାହଁି। ସରକାର ବି ସରକାରୀ ଡାକ୍ତରଖାନାକୁ ଅବହେଳା କରି ଘରୋଇ ସ୍ବାସ୍ଥ୍ୟ ବେପାରକୁ ଅଧିକ ପ୍ରେତ୍ସାହନ ଦେଉଛନ୍ତି। ଏବେ ଆମ ଦେଶରେ ୪୦ ନିୟୁତ ଶିଶୁଙ୍କର ବୟସ ଅନୁସାରେ ଉଚ୍ଚତା କମ୍‌ । ଏକ ଅପପୁଷ୍ଟିସମ୍ପନ୍ନ ଦେଶଭାବେ ସମ୍ପ୍ରତି ଭାରତ ଯେପରି ନିନ୍ଦିତ ୨୦୧୮ରେ ବି ସେ କଳଙ୍କରୁ ମୁକ୍ତି ପାଇବା ଭଳି ଦେଖାଯାଉ ନାହଁି। କାରଣ ସାମାଜିକ କ୍ଷେତ୍ରରେ ଖର୍ଚ୍ଚ ମୋଦି ସରକାରଙ୍କ ପ୍ରାଥମିକତାରେ ନାହଁି। କେନ୍ଦ୍ର ସରକାର ଯେପରି ଭାବେ ଶିଳ୍ପାୟନ ପଛରେ ଧାଇଁ ଅମ୍ବାନୀ, ଅଦାନୀ ଭଳି କମ୍ପାନୀମାନଙ୍କୁ ଦେଶର ପ୍ରାକୃତିକ ସମ୍ପଦସବୁକୁ ଟେକିଦେବା ପାଇଁ ନିଜର ସଂକଳ୍ପବଦ୍ଧତା ଦେଖାଉଛନ୍ତି, ସେପରି ଅବସ୍ଥାରେ ଆଦିବାସୀ ଓ ବନବାସୀମାନଙ୍କ ଉପରେ ବିସ୍ଥାପନର ବିପଦ ନୂଆବର୍ଷରେ ଅଧିକ ଘନେଇ ଆସିବ। ଏତଦ୍‌ବ୍ୟତୀତ ସମ୍ପ୍ରତି ଆମ ଦେଶରେ ଯେପରିଭାବେ ପ୍ରଗତିଶୀଳ ସାହିତି୍ୟକଙ୍କୁ ଦିନ ଦ୍ୱିପହରେ ହତ୍ୟା କରାଯାଉଛି ଓ ଦଳିତମାନଙ୍କ ଉପରେ ନିର୍ଯାତନା ବଢ଼ୁଛି, ନୂଆବର୍ଷରେ ଏଥିରେ କିଛି ପରିବର୍ତ୍ତନ ଆଭାସ ନାହଁି। କାରଣ ସରକାରରେ ଥିବା ଅନେକ ନେତା ଓ ମନ୍ତ୍ରୀ ସଂଖ୍ୟାଲଘୁ ଗୋଷ୍ଠୀ ଓ ଦଳିତଙ୍କ ବିରୋଧରେ ଯେପରି ବୟାନବାଜି କରୁଛନ୍ତି, ଏଥିରେ ଅପରାଧୀମାନଙ୍କ ମନୋବଳ ବଢ଼ୁଛି। ତେଣୁ ୨୦୧୮ ଆମ ଦେଶର ସାମାଜିକ ସ୍ଥିରତା ଉପରେ ବି ଏକ ବିରାଟ ସଂକଟ ନେଇ ଆସୁଛି। ସର୍ବୋପରି ୨୦୧୯ରେ ନିର୍ବାଚନ ଥିବାରୁ ୨୦୧୮ରେ ଜନସାଧାରଣ ଅନେକ ରାଜନୈତିକ ପ୍ରତିଶ୍ରୁତି ପାଇବେ। ଅନେକ ପ୍ରତିଶ୍ରୁତି କେବଳ ନିର୍ବାଚନକୁ ଆଖିଆଗରେ ରଖି ଦିଆଯିବ କିନ୍ତୁ ବାସ୍ତବ ପରିଣାମ କ’ଣ ହେବ ତାହା ଆମେ ସମସ୍ତେ ଜାଣିଛେ। ଇମେଲ: bichitrabiswal@gmail.com
All Right Reserved By

ସମ୍ପାଦକୀୟ |

ସମ୍ପାଦକୀୟ/ମୁକ୍ତ କରନାହିଁ

ସମ୍ପାଦକୀୟ/ମୁକ୍ତ କରନାହିଁ

ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟା ମାମଲାରେ ବନ୍ଦୀ ଥିବା ସମସ୍ତ ୭ ଦୋଷୀଙ୍କୁ ମୁକ୍ତ କରିବା ଲାଗି ନିକଟରେ ତାମିଲନାଡୁ ସରକାର ରାଜ୍ୟପାଳ ବନଓ୍ବାରିଲାଲ ପୁରୋହିତଙ୍କୁ ସୁପାରିସ କରିଥିଲେ। ମୁଖ୍ୟମନ୍ତ୍ରୀ ଏଡାପାଡି କେ ପାଲାନିସାମୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍‌ ସମ୍ବିଧାନର ଧାରା ୧୬୧ ଅନୁଯାୟୀ ଏ ସଂକ୍ରାନ୍ତ ଏକ ସଂକଳ୍ପକୁ ଗୃହୀତ କରିଥିଲା। ଏଥିରେ ...

ଅତୁଲ୍ୟ ଭାରତର ଅନନ୍ୟ ନିର୍ମାତା

ଅତୁଲ୍ୟ ଭାରତର ଅନନ୍ୟ ନିର୍ମାତା

ସମ୍ପନ୍ନା ପାତ୍ର

ବର୍ଷତମାମ ଆମ୍ଭେମାନେ ଜାତୀୟ ହେଉ ବା ଆଞ୍ଚଳିକ ସ୍ତରରେ କିଛି ନା କିଛି ଉତ୍ସବ ପାଳନ କରିଥାଉ ଆମ ମହାନ୍‌ ପୂର୍ବସୂରୀମାନଙ୍କ ସମ୍ମାନାର୍ଥେ। ସେମାନଙ୍କ ବଳିଦାନକୁ ମନେପକାଇଥାଉ, ସେମାନଙ୍କ ନିଃସ୍ବାର୍ଥ ତ୍ୟାଗକୁ ବାସ୍ତବ ଜୀବନରେ ଆପଣେଇବାକୁ ସଙ୍କଳ୍ପ କରିଥାଉ। ସେମାନେ ଆମର ଚିର ବନ୍ଦନୀୟ, ଚିର ନମସ୍ୟ। ପ୍ରତ୍ୟେକ ଭାରତୀୟ ସର୍ବଦା ସେମାନଙ୍କଠାରେ ନତମସ୍ତକ। ସ୍ବାଧୀନତା ...

ପୋଷାକ ଓ ପୌରୁଷ

ପୋଷାକ ଓ ପୌରୁଷ


ଡ. ରମେଶ ଚନ୍ଦ୍ର ପରିଡ଼ା

ସୁପ୍ରସିଦ୍ଧ ବିଜ୍ଞାନ ଲେଖକ ରବିନସ୍‌ କୁକ୍‌ଙ୍କ ବିଚାରରେ ‘ପ୍ରତ୍ୟେକ ଜୀବର ସ୍ବତଃସ୍ଫୂର୍ତ୍ତ ପ୍ରବୃତ୍ତି ହେଲା ନିଜ ପ୍ରତିରୂପ ବା ସନ୍ତାନ ସୃଷ୍ଟି। କ୍ଷୁଦ୍ରାତିକ୍ଷୁଦ୍ର ଜୀବାଣୁଠାରୁ ଆରମ୍ଭ କରି ବିଶାଳକାୟ ତିମି ଏବଂ ମେଧାବୀ ମଣିଷ ପର୍ଯ୍ୟନ୍ତ ସମସ୍ତଙ୍କଠାରେ ଏହା ବିଦ୍ୟମାନ। ନିମ୍ନଶ୍ରେଣୀର ଜୀବମାନେ ତାହା ସମାହିତ କରିଥାନ୍ତି ଅଲିଙ୍ଗୀ ଜନନ ମାଧ୍ୟମରେ ଏବଂ ଉନ୍ନତ ତଥା ଜଟିଳ ଗଛଲତା ଓ ପ୍ରାଣୀମାନଙ୍କ କ୍ଷେତ୍ରରେ ...

ଏଇ ଭାରତରେ

ଏଇ ଭାରତରେ

ସମୟର ପ୍ରବହମାନ ଧାରା ସହିତ ସବୁକିଛିର ପରିବର୍ତ୍ତନ ଘଟେ। ଯେଉଁ ଅଞ୍ଚଳରେ ଏକଦା ହିନ୍ଦୁ ଓ ମୁସଲମାନ ସମ୍ପ୍ରଦାୟ ମଧ୍ୟରେ ଘୃଣା ଓ ବିଦ୍ୱେଷ ଭାବ ସୃଷ୍ଟି ହୋଇଥିଲା ସେଠାରେ ଉଭୟ ସମ୍ପ୍ରଦାୟ ଏବେ ଭାଇଚାରା ସୃଷ୍ଟି କରିଛନ୍ତି। ...

ସମ୍ପାଦକୀୟ/ ରୋଗୀ ବନ୍ଧକ

ସମ୍ପାଦକୀୟ/ ରୋଗୀ ବନ୍ଧକ

କୌଣସି ଆର୍ଥିକ ସଂସ୍ଥାରୁ ଋଣ ଆଣିବାକୁ ହେଲେ ବ୍ୟକ୍ତିବିଶେଷଙ୍କୁ ମଟ୍‌ଗେଜ୍‌ ବା ବନ୍ଧକ ରଖିବାକୁ ପଡ଼େ। ଋଣ କରିଥିବା ବ୍ୟକ୍ତି ଯଦି ଭବିଷ୍ୟତରେ ତାହାକୁ ଶୁଝିବାକୁ ଅକ୍ଷମ ହୁଅନ୍ତି, ତେବେ ବନ୍ଧକ ଥିବା ଜିନିଷ ନିଲାମ କରାଯାଇ ଅର୍ଥ ଅସୁଲ କରାଯାଏ। ରୋଗୀଙ୍କୁ ବନ୍ଧକ ରଖାଯିବା ବିଷୟ ଶୁଣିବାକୁ ଅଡ଼ୁଆ ଲାଗୁଥିଲେ ମଧ୍ୟ ଏହା ବର୍ତ୍ତମାନ ଡାକ୍ତରଖାନା ବିଶେଷକରି ଘରୋଇ ହସ୍ପିଟାଲଗୁଡ଼ିକରେ ପ୍ରାୟତଃ ଦେଖିବାକୁ ମିଳୁଛି। ହସ୍ପିଟାଲ ଯାଉଥିବା ଦେଶର ଅଧିକାଂଶ ଲୋକ ଏଭଳି ପରିସ୍ଥିତିର ସାମ୍ନା କରୁଥିବେ। ରୋଗୀଙ୍କ ମୃତ୍ୟୁ ଘଟିଲେ...

ଘରୋଇ ହିଂସାର କରାଳ ରୂପ

ଘରୋଇ ହିଂସାର କରାଳ ରୂପ

ବୈକୁଣ୍ଠନାଥ ମିଶ୍ର

ହିଂସା ଏକ ନକାରାତ୍ମକ ଶବ୍ଦ, ଯାହା ପରପୀଡ଼ନ, ପରର କ୍ଷତି ସାଧନ, ଏପରି କି ଧ୍ୱଂସ ଓ ମୃତ୍ୟୁଲୀଳା ସଂଯୋଜନାକୁ ବୁଝାଏ। ଯେତେବେଳେ ଏହା ଆତ୍ମୀୟସ୍ବଜନ ବା ରକ୍ତ ସମ୍ପର୍କୀୟ ପ୍ରତି କରାଯାଏ, ତାହାକୁ ପାରିବାରିକ ବା ଘରୋଇ ହିଂସା କୁହାଯାଏ। ନିଜ ପୁତ୍ର ବା କନ୍ୟା ପରିବାରର ସମ୍ମାନକୁ ଭ୍ରୂକ୍ଷେପ ନ କରି ଏପରି କିଛି କରିବସନ୍ତି, ଯାହା ପରିବାର ସଦସ୍ୟଙ୍କ ମନରେ ସେମାନଙ୍କ ପ୍ରତି ଘୃଣା...

 ଆଦର୍ଶ, ଦେଶ ଓ ଦେଶାତ୍ମବୋଧ

ଆଦର୍ଶ, ଦେଶ ଓ ଦେଶାତ୍ମବୋଧ


ନୃସିଂହ ପ୍ରସାଦ ତ୍ରିପାଠୀ

ଗୋଟିଏ ଦେଶର ସର୍ବାଙ୍ଗୀଣ ଉନ୍ନତି ପାଇଁ ତା’ର ନାଗରିକଙ୍କର ଦେଶ ପ୍ରତି ପ୍ରତିବଦ୍ଧତା ଜରୁରୀ। ଏହାର ଲୋକପ୍ରିୟ ନାମ ହେଉଛି ଦେଶାତ୍ମବୋଧ। ଗଣତନ୍ତ୍ର ଶାସନ ପଦ୍ଧତିରେ ଯେଉଁ ରାଜନୈତିକ ଦଳ କ୍ଷମତାକୁ ଆସନ୍ତି, ସେମାନେ ସବୁବେଳେ ଜାହିର କରିବାକୁ ଚାହାନ୍ତି ଯେ, ସେମାନଙ୍କର ଦେଶଭକ୍ତି ଅତି ଉଚ୍ଚ ଧରଣର ଏବଂ ସେମାନେ ହିଁ ଦେଶକୁ ପ୍ରଗତି ପଥରେ ଚଳାଇନେବେ। ସ୍ବାଧୀନତା ପ୍ରାପ୍ତିର ସତୁରି ବର୍ଷରୁ ବେଶି ହେଲାଣି। କୋଠାବାଡ଼ି, ରାସ୍ତାଘାଟ, ଶିଳ୍ପ ଓ କୃଷିରେ କିଛି ପ୍ରଗତି ହୋଇଛି ନିଶ୍ଚୟ, କିନ୍ତୁ...

ଏଇ ଭାରତରେ

ଏଇ ଭାରତରେ

ପେଟ୍ରୋଲକୁ ତରଳ ସୁନା କହିବାର ଯଥାର୍ଥତା ବର୍ତ୍ତମାନ ଉପଲବ୍‌ଧି କରିହେଉଛି। କାରଣ ଏହାର ଲିଟର ପ୍ରତି ଦର ୧୦୦ଟଙ୍କା ଛୁଇଁବାକୁ ଆଉ ବେଶି ଦିନ ବାକି ନାହିଁ। ଭାରତର କେତେକ ରାଜ୍ୟରେ ପେଟ୍ରୋଲ ଲିଟର ପିଛା ୮୫ ଟଙ୍କା ଛୁଇଁଛି। ଏହା ବାସ୍ତବରେ ମୋଟରଗାଡି ଚାଳକଙ୍କୁ ଖୁବ୍‌ ବାଧୁଛି। ଏହାର ମହାର୍ଘ ମୂଲ୍ୟ ଦୃଷ୍ଟିରୁ କେତେକେ ଏହାକୁ ନବଦମ୍ପତିଙ୍କୁ ଉପହାର ଦେବାକୁ ଉଚିତ ମଣୁଛନ୍ତି। ତାମିଲନାଡୁ...

ଅତିବଡ଼ ଜଗନ୍ନାଥ ଦାସ

ଅତିବଡ଼ ଜଗନ୍ନାଥ ଦାସ

ଆଗେ ଆମ ଓଡ଼ିଶାର ଗାଁ ଗାଁରେ ଥିଲା ଭାଗବତ ଟୁଙ୍ଗୀ। ପୂଜା ପାଉଥିବା ଏଇ ତାଳପତ୍ର ପୋଥିଙ୍କୁ ଲୋକେ ଭକ୍ତିରେ କହୁଥିଲେ ଭାଗବତ ଗାଦି। ପ୍ରତିଦିନ ସା ସମୟରେ ବ୍ରାହ୍ମଣ ପଣ୍ଡିତ ଭାଗବତ ପାଠ କରନ୍ତି।

କୁମ୍ଭକର୍ଣ୍ଣଙ୍କୁ କୋଟି ପ୍ରଣାମ

କୁମ୍ଭକର୍ଣ୍ଣଙ୍କୁ କୋଟି ପ୍ରଣାମ

ସବୁଠୁ ବଡ ଅଳସୁଆ କିଏ? ଯିଏ ପେଟେ ଖାଇ ନିଧୁର୍ର୍ମ ଶୋଇବା ବ୍ୟତୀତ କିଛି କାମ କରେନାହିଁ। 

ଓଡ଼ିଆଙ୍କୁ ଚାପୁଡ଼ା

ଓଡ଼ିଆଙ୍କୁ ଚାପୁଡ଼ା

ଭାରତୀୟ ହକି ଦଳରେ ଓଡ଼ିଆ ଖେଳାଳିଙ୍କ ଅବଦାନ ସ୍ମରଣୀୟ ରହିଆସିଛି। ଦିଲୀପ ତୀର୍କି, ଲାଜରୁସ ବାର୍ଲା, ଇଗ୍ନେଶ ତୀର୍କି,  ପ୍ରବୋଧ ତୀର୍କିଙ୍କ ଭଳି ଓଡ଼ିଆ ଖେଳାଳିଙ୍କ ଉତ୍ତମ ପ୍ରଦର୍ଶନ ଦେଶକୁ ବହୁ ଅନ୍ତର୍ଜାତୀୟ ସ୍ତରୀୟ ଖେଳରେ ବିଜୟ ଆଣିଦେଇଛି। 

ନାଗରିକ ଅଧିକାରର ବିଜୟ

ନାଗରିକ ଅଧିକାରର ବିଜୟ

ଆକାର ପଟେଲ

ଭାରତୀୟ ନାଗରିକମାନଙ୍କ ଅଧିକାର ପାଇଁ ସବୁବେଳେ ସ୍ପଷ୍ଟ ବିଜୟ ମିଳି ନ ଥାଏ, ଯାହା ନିକଟରେ ମିଳିଛି ଧାରା ୩୭୭ର ଉଚ୍ଛେଦ ମାଧ୍ୟମରେ। ପୁଣି ତା’ର ଅଳ୍ପଦିନ ପରେ ଆଉ ଏକ ଆନନ୍ଦର ବିଷୟ ଯେ, ଉତ୍ତରପ୍ରଦେଶ ଶାହରନ୍‌ପୁର ଜିଲାର ଦଳିତ ନେତା ଚନ୍ଦ୍ରଶେଖର ଆଜାଦଙ୍କୁ ଜେଲରୁ ମୁକ୍ତି ମିଳିଛି। ଆଜାଦ ନିଜ ଜାତି ଓ ସଂସ୍କୃତିର ପରିଚୟ ଦେବାକୁ ଯାଇ ନିଜକୁ ଚମାର ବୋଲି କହିଥାନ୍ତି। ଆମ ...