ସମ୍ପାଦକୀୟ |

କିଛି ସତ୍ୟ ନ ଜାଣିଲେ ଭଲ

କିଛି ସତ୍ୟ ନ ଜାଣିଲେ ଭଲ
ଶ୍ୟାମସୁନ୍ଦର ଅଗ୍ରୱାଲା ଆମେ ପିଲାଟିଦିନୁ ଇତିହାସରେ କଳିଙ୍ଗ ଯୁଦ୍ଧ କଥା ପଢ଼ି ଆସିଛୁ। ଆମେ ଏ ପର୍ଯ୍ୟନ୍ତ ମନେରଖିଛୁ ଯେ ଧଉଳି ପାହାଡ଼ ନିକଟବର୍ତ୍ତୀ ଦୟାନଦୀରେ ଲକ୍ଷାଧିକ ସୈନିକଙ୍କ ମୃତଦେହ ଦେଖି ସମ୍ରାଟ୍‌ ଅଶୋକଙ୍କର ହୃଦୟ ପରିବର୍ତ୍ତନ ହୋଇଥିଲା ଓ ସେ ବୌଦ୍ଧଧର୍ମ ଗ୍ରହଣ କରି ଚଣ୍ଡାଶୋକରୁ ଧର୍ମାଶୋକ ହୋଇଗଲେ। ବର୍ତ୍ତମାନ କିନ୍ତୁ ଆମକୁ କୁହାଯାଉଛି ଯେ ଏହା ଏକ କଳ୍ପନାପ୍ରସୂତ କଥା। ସତ୍ୟ ନୁହେଁ। ଓଡି଼ଶାର ଅନ୍ୟତମ ବରପୁତ୍ର ଜୟୀ ରାଜଗୁରୁଙ୍କୁ ଆମେ ଜଣେ ସ୍ବାଧୀନତା ସଂଗ୍ରାମୀ ଭାବେ ଜାଣିଆସିଛୁ। ବର୍ତ୍ତମାନ କୁହାଯାଉଛି ଏହା ସତ୍ୟ ନୁହେଁ। ଧର୍ମପଦ ଓ କାଳିଜାଈ କାହାଣୀ ସତ୍ୟ ନୁହେଁ। ବାଜି ରାଉତ ସତ୍ୟ ନୁହେଁ। ରାଣୀ ପଦ୍ମିନୀଙ୍କ ସୌନ୍ଦର୍ଯ୍ୟରେ ବିମୋହିତ ହୋଇ ଆଲ୍ଲାଉଦ୍ଦିନ ଖିଲିଜିଙ୍କ ଚିତ୍ତୋରଗଡ଼ ଆକ୍ରମଣ କପୋଳକଳ୍ପିତ ଏକ କାବ୍ୟ ମାତ୍ର। ଇତିହାସର କଳିଙ୍ଗ ଯୁଦ୍ଧ ହେଉ, ଜୟୀ ରାଜଗୁରୁ ହେଉ କିମ୍ବା ରାଣୀ ପଦ୍ମାବତୀ ହେଉ, ଏ ସବୁ କଥା ଓ କାହାଣୀ ଆମର ଏପରି ଅସ୍ଥିମଜାଗତ ହୋଇଯାଇଛି ଯେ ଏହା ସତ୍ୟ କି ମିଥ୍ୟା ନିର୍ଣ୍ଣୟ କରିବାର ଅବକାଶ ଆମ ମନକୁ କେବେ ଜୁଟି ନାହିଁ। ଏ କଥା ସତ ଯେ ଇତିହାସ ଶହ ଶହ ବର୍ଷ ପରେ କିମ୍ବଦନ୍ତୀ ହୋଇଯାଏ ଓ ସେଥିରେ କାଳକ୍ରମେ କବି ଓ କଥାକାରଙ୍କ ସ୍ବପ୍ନବିଳାସ ଓ ଲେଖନୀର ଚାତୁର୍ଯ୍ୟ ଯୋଡି଼ ହୋଇଯାଏ। କିନ୍ତୁ କାହାଣୀ ଯାହା ହେଉନା କାହିଁକି ଯେପର୍ଯ୍ୟନ୍ତ ଅଯୋଧ୍ୟା ଅଛି, ସେତୁବନ୍ଧ ଅଛି ଓ ଶ୍ରୀଲଙ୍କା ଅଛି ସେ ପର୍ଯ୍ୟନ୍ତ ସୂର୍ଯ୍ୟବଂଶୀ ରାଜା ରାମନ୍ଦ୍ରଙ୍କ ଅସ୍ତିତ୍ୱକୁ ଅସ୍ବୀକାର କରାଯାଇ ନ ପାରେ। ଯେ ପର୍ଯ୍ୟନ୍ତ ମଥୁରା ଅଛି, ବୃନ୍ଦାବନ ଅଛି ଓ ଯମୁନା ନଦୀ ପ୍ରବାହିତ ହେଉଛି ସେ ପର୍ଯ୍ୟନ୍ତ ରାଧା ଓ କୃଷ୍ଣଙ୍କ ଉପସ୍ଥିତିକୁ କଳ୍ପନାପ୍ରସୂତ କୁହାଯାଇ ନ ପାରେ। ତଥାପି କାହିଁକି ଏମାନଙ୍କ ସତ୍ୟ ଅନୁସନ୍ଧାନ ନିମନ୍ତେ ଏତେ ତୁଚ୍ଛା ଗବେଷଣା? ଥରେ ଜଣେ ଦାର୍ଶନିକ କହିଥିଲେ ଯେ, ସଂସାରରେ ଶୃଙ୍ଖଳାର ସହିତ ବଞ୍ଚିରହିବାକୁ ହେଲେ ଆମର ସତ୍ୟ ଅପେକ୍ଷା ବିଶ୍ୱାସର ଯଥେଷ୍ଟ ଆବଶ୍ୟକତା ରହିଛି। ଦୁଃଖର କଥା ଆଜି ଯେଉଁ ବିଶ୍ୱାସ ଉପରେ ହଜାର ହଜାର ବର୍ଷ ଧରି ଆମ ସମାଜ ତିଷ୍ଠିରହିଛି ତାକୁ ସତ୍ୟାନୁସନ୍ଧାନର ଦ୍ୱାହିଦେଇ ବାରମ୍ବାର କୁଠାରାଘାତ କରାଯାଉଛି। କ’ଣ ପାଇଁ ଅତୀତର ଏତେ ତର୍ଜମା ଓ ଅନୁସନ୍ଧାନ? ବର୍ତ୍ତମାନର ଜଟିଳ ସମସ୍ୟାଗୁଡି଼କର ସମାଧାନ ଉପରେ ତର୍କବିତର୍କ ନ କରି କ’ଣ ପାଇଁ ଅତୀତର ସତ୍ୟ ଉଦ୍ଭାବନ ନିମନ୍ତେ ଏତେ ଆଗ୍ରହ? ସତ୍ୟ ଯେ ସର୍ବଦା ହିତକାରୀ ଏହା ମଧ୍ୟ ସ୍ବୀକାର୍ଯ୍ୟ ନୁହେଁ। ଏଠି ଏକ ରୋକ କାହାଣୀ ମନେପଡ଼େ। ମୁଲ୍ଲା ନସିରୁଦ୍ଦିନ ବୃଦ୍ଧ ରାଜାଙ୍କର ପ୍ରିୟତମା ସାନରାଣୀଙ୍କ ରଙ୍ଗମହଲ ଦାୟିତ୍ୱରେ ଥିଲେ। ଦିନକର କଥା। ମହାରାଜା ସାନରାଣୀଙ୍କ ରଙ୍ଗମହଲରେ ପ୍ରବେଶ କରିବା ସମୟରେ ଦେଖିଲେ ଜଣେ ବ୍ୟକ୍ତି ବଗିଚା ବାହାର ପାେରି ଡେଇଁ ପଳାୟନ କରୁଛି। ରାଜାଙ୍କ ଅଙ୍ଗରକ୍ଷୀ ତାକୁ ଧରିବାକୁ େଷ୍ଟା କରି ବିଫଳ ହେଲେ। ରାଜା ମୁଲ୍ଲାଙ୍କୁ କିଏ ସେ ବ୍ୟକ୍ତି ଓ କାହିଁକି ସେ ଏପରି ଦ୍ରୁତଗତିରେ ପଳାୟନ କଲା ବୋଲି ପାରିବାରୁ ମୁଲ୍ଲା ନିଜର ଅଜ୍ଞତା ପ୍ରକାଶ କଲେ। ରାଜାଙ୍କ ସନ୍ଦେହ ଦୃଢ଼ୀଭୂତ ହେଲା। ନିଜର ସୁରକ୍ଷା ନେଇ ରାଜା ଚିନ୍ତିତ ହୋଇପଡିଲେ। ମୁଲ୍ଲା କିନ୍ତୁ ବାରମ୍ବାର ନିଜର ଅଜ୍ଞତା ପ୍ରକାଶ କରୁଥିଲେ। ଶେଷରେ କ୍ରୋଧାନ୍ବିତ ହୋଇ ରାଜା ମୁଲ୍ଲାଙ୍କୁ ନିଜ କର୍ତ୍ତବ୍ୟରେ ଅବହେଳା ନିମନ୍ତେ ମୃତ୍ୟୁଦଣ୍ଡ ଘୋଷଣା କଲେ। ମୁଲ୍ଲା ତଥାପି ନୀରବ ରହିଲେ। ଫାଶୀଦଣ୍ଡ ପୂର୍ବରୁ ଜୀବନର ଅନ୍ତିମ ମୁହୂର୍ତ୍ତରେ ରାଜା ପୁନଶ୍ଚ ମୁଲ୍ଲାଙ୍କୁ ଶେଷ ସୁଯୋଗ ଦେଲେ। ଏଥର ମୁଲ୍ଲା ରାଜାଙ୍କୁ କହିଲେ, ”ମହାରାଜ, ସତ୍ୟ ସବୁବେଳେ ହିତକାରୀ ନୁହେଁ। ଆପଣ ଜଣେ ପ୍ରଜାମଙ୍ଗଳକାରୀ ରାଜା। ଆପଣଙ୍କ ଜୀବନ ଆମ ରାଜ୍ୟ ପାଇଁ ଅତ୍ୟନ୍ତ ମୂଲ୍ୟବାନ। ତେଣୁ ମୋର ଅନୁରୋଧ, ସତ ଜାଣିବାକୁ ଚେଷ୍ଟା କରନ୍ତୁ ନାହିଁ।“ ଯାହା ହେବାର ହୋଇଯାଉ ପଛେ ସତ ଜାଣିବାକୁ ରାଜା ଜିଦ୍‌ କରିବାରୁ ମୁଲ୍ଲା ବାଧ୍ୟହୋଇ କହିଲେ, ”ରାଜନ୍‌! ସେ ଯୁବକ ଜଣକ ସାନରାଣୀଙ୍କ ପ୍ରେମିକ। ପ୍ରତ୍ୟହ ସନ୍ଧ୍ୟାବେଳେ ସେ ତାଙ୍କ ସହ ମିଳିତ ହେବାକୁ ଆସେ।...“ ମୁଲ୍ଲାଙ୍କ କଥା ନ ସରୁଣୁ ରାଜା ହୃଦ୍‌ଘାତ୍‌ରେ ପ୍ରାଣତ୍ୟାଗ କଲେ। ତେଣୁ କିଛି ସତ୍ୟ ନ ଜାଣିଲେ ଭଲ। ମୋ- ୯୪୩୭୦୬୭୫୬୭
All Right Reserved By

ସମ୍ପାଦକୀୟ |

ବିଶ୍ୱାସ ତୁଟିଲା

ବିଶ୍ୱାସ ତୁଟିଲା

ତଥାଗତ ସତପଥୀ

ଫ୍ରାନ୍ସରୁ ରାଫାଲ ଯୁଦ୍ଧ ବିମାନ କିଣାଯିବା ନେଇ ହୋଇଥିବା ଚୁକ୍ତିରେ କୌଣସି ଅନିୟମିତତା ହୋଇ ନାହିଁ ବୋଲି ସୁପ୍ରିମକୋର୍ଟ ଡିସେମ୍ବର ୧୪ରେ ରାୟ ଦେବା ପରେ ରାଜନୈତିକ କାଦୁଅ ଫିଙ୍ଗାଫୋପଡ଼ା ଆରମ୍ଭ ହୋଇଯାଇଛି। 

ଦୁଇଗୁଣା ଚାଷୀ ଆୟ ଓ କୃଷିବିବିଧତା

ଦୁଇଗୁଣା ଚାଷୀ ଆୟ ଓ କୃଷିବିବିଧତା

ଚିନ୍ମୟ ରଞ୍ଜନ କୁମାର

କୃଷି ଓ କୃଷକ ବିଭିନ୍ନ କାରଣ ପାଇଁ ଏବେ ଚାପଗ୍ରସ୍ତ। କୃଷି ମୁଖ୍ୟତଃ ବର୍ଦ୍ଧିତ ଜନସଂଖ୍ୟା, ସହରୀକରଣ, ସରକାରୀ ଅର୍ଥ ବିନିଯୋଗର ହ୍ରାସ, ନୀତି ନିର୍ଦ୍ଧାରଣ ଓ ପ୍ରଣୟନରେ ଅସମାନତା ଏବଂ ପ୍ରାକୃତିକ ସମ୍ପଦର ସ୍ଖଳନ ଭଳି ସମସ୍ୟା ଦ୍ୱାରା ପୀଡ଼ିତ।

ଆଦିବାସୀ ଇଲାକାରେ ଅତିଥି ଚର୍ଚ୍ଚା

ଆଦିବାସୀ ଇଲାକାରେ ଅତିଥି ଚର୍ଚ୍ଚା

ଇଂ. ହାଡ଼ିବନ୍ଧୁ ଖଣ୍ଡୁଆଳ

୧୯୭୨ ମସିହାର ଏକ ଘଟଣା। ମୁଁ ରାଉରକେଲାକୁ ବଦଳି ହୋଇ, ସେଠାରେ ଥିବା ଓଡ଼ିଶା-ମିଲିଟାରୀ ପୋଲିସ (ଓଏମ୍‌ପି)ର ତ୍ରିତାଲା ଫ୍ଲାଟ୍‌ର ଉପର ମହଲାର ଏକ ବାସଗୃହରେ ରହୁଥାଏ। 

ଏଇ ଭାରତରେ

ଏଇ ଭାରତରେ

ଆମ ଦେଶରେ ବିଭିନ୍ନ ଧର୍ମର ଲୋକ ବାସକରନ୍ତି। ବିଭିନ୍ନ ଧର୍ମବିଶ୍ୱାସୀ ଲୋକଙ୍କ ପ୍ରଥା ଓ ପରମ୍ପରା ମଧ୍ୟ ଭିନ୍ନ ଭିନ୍ନ। ସେଥିପାଇଁ ଆମ ଦେଶରେ ମନ୍ଦିର, ମସ୍‌ଜିଦ୍‌, ଗିର୍ଜା ଓ ଗୁରୁଦ୍ୱାର ଭଳି ବିଭିନ୍ନ ଉପାସନା ପୀଠ ଦେଖିବାକୁ ମିଳେ। ବିଭିନ୍ନ ଧର୍ମୀୟ ପୀଠରେ ଭିନ୍ନ ଭିନ୍ନ ପରମ୍ପରା ମଧ୍ୟ ଦୃଷ୍ଟିଗୋଚର ହୁଏ। ତାମିଲନାଡୁରେ ଏପରି ଏକ ମନ୍ଦିର ରହିଛି ଯେଉଁଠାରେ ଭକ୍ତ ଦେହରେ ଲଙ୍କାଗୁଣ୍ଡ ବୋଳିହୋଇ ନିଆଁରେ ଚାଲିଲେ ମନସ୍କାମନା ପୂରଣ ହୁଏ ବୋଲି ବିଶ୍ୱାସ ରହିଛି।

ହାଇକମାଣ୍ଡ

ହାଇକମାଣ୍ଡ

ଆକାର ପଟେଲ

ଯେତେବେଳେ ମୋତେ ୧୮ ବର୍ଷ ହେଲା ଓ ଭୋଟ ଦେବାର ଅଧିକାର ପ୍ରାପ୍ତ ହେଲି, ସେତେବେଳେ ସୁରତରୁ ପାର୍ଲାମେଣ୍ଟ ସଦସ୍ୟ ଥିଲେ ଭାଜପାର କାଶୀରାମ ରାଣା।  ମୋତେ ୪୦ ବର୍ଷ ବୟସ ହେବା ପର୍ଯ୍ୟନ୍ତ ସେ ସୁରତର ଏମ୍‌ପି ଥିଲେ। ତୃଣମୂଳସ୍ତରରୁ ସେ ଜଣେ ଲୋକପ୍ରିୟ ନେତା ଥିଲେ, ଛଅଥର ଜିତିଥିଲେ ଏବଂ କେବେ ବି ହାରି ନ ଥିଲେ। ଅଟଳ ବିହାରୀ ବାଜପେୟୀଙ୍କ କ୍ୟାବିନେଟ୍‌ରେ ସେ ଜଣେ ମନ୍ତ୍ରୀ ମଧ୍ୟ ଥିଲେ। ବିନା କାରଣରେ ୨୦୦୮ରେ ତାଙ୍କୁ ଟିକେଟ୍‌ରୁ ବଞ୍ଚିତ କରାଗଲା ଏବଂ ତା’ର କିଛିବର୍ଷ ପରେ ତାଙ୍କର ମୃତ୍ୟୁ ଘଟିଲା। ତାଙ୍କ ବିଷୟରେ ଏଠାରେ ଉଲ୍ଲେଖ କରିବାର କାରଣ ଟିକିଏ ପରେ କହିବି। ..

ମଣିଷରୁ ଅମଣିଷ

ମଣିଷରୁ ଅମଣିଷ

ଚିତ୍ର ଚରିତ୍ର/ ନିରଞ୍ଜନ ପାଢ଼ୀ

ନିଜର ସକଳ ସୃଷ୍ଟି ମଧ୍ୟରେ କେବଳ ମଣିଷ ଭିତରେ ଦିବ୍ୟ ଚେତନା ସଞ୍ଚାର କରି ସେ ଦିନ ସ୍ରଷ୍ଟା ବେଶ୍‌ ସନ୍ତୋଷ ପ୍ରକାଶ କରିଥିଲେ। ସେ ଦିନରୁ ଏ ଯାଏ ସମଗ୍ର ପ୍ରାଣିଜଗତ ମଧ୍ୟରେ ମଣିଷ ନିଜ ବୌଦ୍ଧିକ ବିକାଶ ତଥା ଚେତନାର ପରିପକ୍ୱ ପରିସ୍ଫୁଟନ ପାଇଁ ଶ୍ରେଷ୍ଠଜୀବ ଭାବେ ପରିଗଣିତ ହୋଇଆସୁଛି। ନିଜ ବୋଧଶକ୍ତି ମାଧ୍ୟମରେ ଅତୀତର ମଧୁର ସ୍ମୃତି ରୋମନ୍ଥନ କରି ରୋମାଞ୍ଚିତ ହେଉଛି ତ ଭବିଷ୍ୟତର ଅନାଗତ ଆଶଙ୍କାରେ ବି ଆତଙ୍କିତ ହେଉଛି। ଅଶ୍ରୁଳ ଅତୀତକୁ ମନେପକାଇ ନୀରବରେ ବାହୁନୁଛି ତ ଭବିଷ୍ୟତର ସୁନେଲି ସ୍ବପ୍ନ ଦେଖି ମୁଗ୍ଧବିଭୋର ଅନୁଭବରେ ଜଡସଡ ହେଉଛି। ପୁଣି କେତେବେଳେ ଦାନବ ସାଜି ଅନ୍ୟ ତୁଣ୍ଡରୁ ...

 ସାମ୍ବାଦିକରୁ ସାହିତି୍ୟକ

ସାମ୍ବାଦିକରୁ ସାହିତି୍ୟକ

ବ୍ୟକ୍ତିତ୍ୱ/ଜିତେନ୍ଦ୍ର

ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଲାଗି ଭାରତୀୟ ଜ୍ଞାନପୀଠ ପକ୍ଷରୁ ପ୍ରତିବର୍ଷ ଜ୍ଞାନପୀଠ ପୁରସ୍କାର ପ୍ରଦାନ କରାଯାଇଆସୁଛି। ୧୯୬୧ ମସିହାଠାରୁ ଏହି ସମ୍ମାନ ପ୍ରଦାନ କରାଯାଇଆସୁଛି। ଚଳିତଥର ଇଂଲିଶ୍‌ ଭାଷାରେ ପ୍ରଥମ ଥର ପାଇଁ ଅମିତାଭ ଘୋଷଙ୍କ ନାମ ଘୋଷଣା ହେବା ପରେ ତାଙ୍କ ବ୍ୟକ୍ତିତ୍ୱ ଓ ସାହିତ୍ୟକୃତି ଚର୍ଚ୍ଚାକୁ ଆସିଛି। ..

ଏଇ ଭାରତରେ

ଏଇ ଭାରତରେ


ଆମ ଦେଶର ଅନେକ ଲୋକ ପ୍ରକୃତିକୁ ଦେବତା ଭାବି ପୂଜା କରିଥାଆନ୍ତି। ଲୋକଙ୍କ ଧର୍ମୀୟ ଭାବନା ଏତେ ଦୃଢ଼ ଯେ, ଏଠାରେ ପଥରକୁ ପୂଜା କଲେ ବି ସେ ଦେବତା ପାଲଟି ଯାଆନ୍ତି।  ତେବେ ମନୋବାଞ୍ଛା କେତେଦୂର ପୂରଣ ହୁଏ କେବଳ ସମ୍ପୃକ୍ତ ବ୍ୟକ୍ତି ହିଁ କହିପାରେ। ଗୋବରରେ ପ୍ରଭୁ ଗଣେଶଙ୍କ ପୂଜା କଲେ ମନସ୍କାମନା ପୂରଣ ହୋଇଥାଏ ବୋଲି ଶାସ୍ତ୍ରରେ ଉଲ୍ଲେଖ ଅଛି। ଗୋବରରେ..

ଆର୍‌ବିଆଇ ଅଡ଼ୁଆ

ଆର୍‌ବିଆଇ ଅଡ଼ୁଆ

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌

ନିକଟରେ ପାଞ୍ଚଟି ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନରେ ମାଡ଼ ଖାଇଯାଇଥିବା ମୋଦି ସରକାର ଉର୍ଜିତ ପଟେଲ ଯୁଗର ଅବସାନ ଘଟାଇବାକୁ ଉଚିତ ମଣିଛନ୍ତି। ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ଗଭର୍ନର ପଦରୁ ଉର୍ଜିତ ଇସ୍ତଫା ଦେବାର ଦିନଟିଏ ନ ପୂରୁଣୁ ସରକାର ପୂର୍ବତନ ଅର୍ଥ ସଚିବ ଶକ୍ତିକାନ୍ତ ଦାସଙ୍କୁ ଆର୍‌ବିଆଇର ନୂତନ ମୁଖ୍ୟ ଭାବେ ନିଯୁକ୍ତି ଦେଇଛନ୍ତି। ହଠାତ୍‌ ପଟେଲଙ୍କ ଇସ୍ତଫା ସରକାରଙ୍କୁ ଅଡ଼ୁଆରେ ପକାଇ ଦେଇଥିଲା, ଯଦିଚ କିଛିଦିନ ହେଲା ଆର୍‌ବିଆଇ ସହିତ ନର୍ଥ ବ୍ଲକ୍‌ର ମତପାର୍ଥକ୍ୟ ଓ ମୁହାଁମୁହିଁ ପରିସ୍ଥିତି ବିଷୟରେ ସମସ୍ତେ ଜାଣନ୍ତି। ପଟେଲ ତାଙ୍କ ଇସ୍ତଫା ବିଷୟରେ ସର୍ବସାଧାରଣରେ ଘୋଷଣା କରିବାର ଅବ୍ୟବହିତ ପୂର୍ବରୁ ହିଁ ସରକାର ଏ ବିଷୟରେ ଜାଣିଲେ। ଏଥିସହ ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦରୁ ବିଶିଷ୍ଟ ଅର୍ଥନୀତିଜ୍ଞ ସୁରଜିତ୍‌ ଭାଲ୍ଲାଙ୍କ ବିଦାୟ ମଧ୍ୟ ସରକାରଙ୍କ ଅଡ଼ୁଆକୁ ବଢ଼ାଇଦେଇଛି। ...

ଇତିହାସର ସେଇ ବିରଳ ଅଧ୍ୟାୟ

ଇତିହାସର ସେଇ ବିରଳ ଅଧ୍ୟାୟ

ଶରତ ଚନ୍ଦ୍ର ମିଶ୍ର

ଭାରତକୁ ସୁରୁଖୁରୁରେ କ୍ଷମତା ହସ୍ତାନ୍ତର ପରିଚାଳନା କରିବା ନିମନ୍ତେ ୧୯୪୭ ମସିହା ପ୍ରାରମ୍ଭରେ ବ୍ରିଟିଶ ସରକାର ଲର୍ଡ ମାଉଣ୍ଟବ୍ୟାଟେନଙ୍କୁ ନିଯୁକ୍ତ କଲେ। ଲଣ୍ଡନସ୍ଥିତ ଭାରତ ଅଫିସ ତାଙ୍କୁ ପରାମର୍ଶ ଦେଇଥିଲା ଯେ, ଚାରିଜଣ ମୁଖ୍ୟ ଭାରତୀୟଙ୍କୁ ସେ ସହମତ କରାଇପାରିଲେ, ଭାରତରେ ତାଙ୍କ ଲକ୍ଷ୍ୟରେ ସଫଳ ହେବେ। ଏହି ଚାରି ବିଶିଷ୍ଟ ଭାରତୀୟମାନେ ହେଲେ ମହାତ୍ମା...

ଦ୍ୱିତୀୟ ଚନ୍ଦ୍ରଯାନ ଅପେକ୍ଷାରେ

ଦ୍ୱିତୀୟ ଚନ୍ଦ୍ରଯାନ ଅପେକ୍ଷାରେ

କମଳାକାନ୍ତ ଜେନା

ଯେତେବେଳେ ଆକାଶର ରୁପାଜହ୍ନକୁ ଦେଖେଇ ମା’ କହେ- ‘ଆ ଜହ୍ନମାମୁ ସରଗଶଶୀ, ମୋ କାହ୍ନୁ ହାତରେ ପଡରେ ଖସି’ ସେତେବେଳେ ଶିଶୁଟି ଆକାଶକୁ ଅନେଇ ଜହ୍ନକୁ ଛୁଇଁବାର ସ୍ବପ୍ନ ଦେଖେ। ସେଇ ମୁହୂର୍ତ୍ତରୁ ଚନ୍ଦ୍ର ସହିତ ସମ୍ପର୍କ ସ୍ଥାପନ କରିବାର ପ୍ରୟାସ ଜାରିରହେ। କିଏ ଦେବତା ରୂପରେ ବନ୍ଦନା କରି ଚନ୍ଦ୍ରକୁ ନିଜର କରିବାକୁ ଉଦ୍ୟମ କରେ, କିଏ ପୁଣି ଏହି ଖଗୋଳୀୟ ପିଣ୍ଡକୁ ଉପଗ୍ରହର ମାନ୍ୟତା ଦେଇ ତା’ ନିକଟରେ ପହଞ୍ଚିବା ପାଇଁ ମହାକାଶଯାନ ନିର୍ମାଣ କରେ। ଚନ୍ଦ୍ରକୁ ଛୁଇଁବାରେ ପ୍ରଥମ ସଫଳ ମଣିଷ...

ଏଇ ଭାରତରେ

ଏଇ ଭାରତରେ

ଆମ ସମାଜରେ କିଛି କୁସଂସ୍କାର ତଥା ଅନ୍ଧବିଶ୍ୱାସ ଭରି ରହିଛି। ପ୍ରାଚୀନ ପରମ୍ପରାକୁ ମାନି ଚଳିଲେ ବିପଦରୁ ରକ୍ଷା ମିଳେ ବା ଗ୍ରହ ଶାନ୍ତି ହୋଇଥାଏ ବୋଲି ଲୋକଙ୍କର ବିଶ୍ୱାସ ରହିଛି। ଏମିତି ଏକ ପରମ୍ପରା ମଧ୍ୟରୁ ଗୋଟିଏ ହେଉଛି କୁକୁରକୁ ବିବାହ କରିବାର ପଦ୍ଧତି। ...