ଜୀବନଚର୍ଯ୍ୟା |

ଯୌନ ସମ୍ପର୍କ ପରେ କାହିଁକି ଶୋଇଯାଆନ୍ତି ପୁରୁଷ

ଯୌନ ସମ୍ପର୍କ ପରେ କାହିଁକି ଶୋଇଯାଆନ୍ତି ପୁରୁଷ

ଭାଙ୍କୋଭର:ବୈବାହିକ ଜୀବନରେ ଯୌନ ସମ୍ପର୍କ ଅନେକ ଗୁରୁତ୍ୱ ବହନ କରେ। ଏଥିରେ ବ୍ୟତିକ୍ରମ ଦେଖାଦେଲେ ଦମ୍ପତିଙ୍କ ମଧ୍ୟରେ ମନୋମାଳିନ୍ୟ, ଝଗଡ଼ା ଭଳି କେତେକ ସମସ୍ୟା ସୃଷ୍ଟି ହୁଏ। ଦମ୍ପତିଙ୍କୁ ସମ୍ପର୍କକୁ ପ୍ରଭାବିତ କରିଥାଏ। ଯେଭଳି ଯୌନ ସମ୍ପର୍କ ପରେ ପୁରୁଷ ଜଣକ ତୁରନ୍ତ ଶୋଇପଡ଼ୁଥିବାରୁ ମହିଳାଙ୍କୁ ତାହା ବିରକ୍ତ କରିଦେଇଥାଏ। କାରଣ ମହିଳା ଜଣକ ଚାହାନ୍ତି ସ୍ବାମୀଙ୍କ ସହ କିଛି ସମୟ ରୋମାନ୍ସଭରା କଥା ହେବାକୁ, ନିଜ ସୁଖଦୁଃଖ ଜଣାଇବାକୁ। ହେଲେ ଯୌନ ସମ୍ପର୍କ ପରେ ସାଧାରଣତଃ ପୁରୁଷଙ୍କ କ୍ଷେତ୍ରରେ ଦେଖାଦେଉଥିବା ନିଦ୍ରା ପ୍ରବୃତ୍ତି ବେଡ୍‌ରୁମ୍‌ରେ ଅସୁଖକର ପରିସ୍ଥିତି ସୃଷ୍ଟି କରିଥାଏ। କିନ୍ତୁ ଏଥିପାଇଁ ପୁରୁଷଙ୍କୁ ଦାୟୀ କରାଯାଇପାରିବ ନାହିଁ ବୋଲି ଗବେଷକମାନେ କହିଛନ୍ତି। ପୁରୁଷଙ୍କ ଏଭଳି ପ୍ରବୃତ୍ତି ପଛରେ ମହିଳାମାନେ ନାନା ଆଶଙ୍କା କରୁଥିବାବେଳେ ଗବେଷକମାନେ ବୈଜ୍ଞାନିକ କାରଣ ରହିଥିବା କହିଛନ୍ତି। ଭାଙ୍କୋଭରର ସେକ୍ସ ଥେରାପିଷ୍ଟ ଡେଭିଡ ମେକ୍‌ାଞ୍ଜିଙ୍କ କହିବାନୁଯାୟୀ, ଯୌନକ୍ରିୟାରେ ‘ତୃପ୍ତିପୂର୍ଣ୍ଣ ଚରମ ମୁହୂର୍ତ୍ତ’(ଅର୍ଗାଜମ୍‌) ଦ୍ୱାରା ପୁରୁଷ ଶରୀରର କେମେଷ୍ଟ୍ରି ବଦଳିଥାଏ। ଅର୍ଗାଜମ୍‌ ଦ୍ୱାରା ପ୍ରୋଲାକ୍ଟିନ ନାମକ ଏକ ବାୟୋକେମିକାଲ ହର୍ମୋନ ନିର୍ଗତ ହୋଇଥାଏ, ଯାହା ପୁରୁଷ ଶରୀରକୁ ଶିଥିଳ କରିବା ସହ ମାତ୍ରାଧିକ କ୍ଲାନ୍ତ କରିଦେଇଥାଏ। ଫଳରେ ପୁରୁଷ ଜଣକ ତୁରନ୍ତ ଶୋଇବାକୁ ଚାହିଁଥାଏ। କିନ୍ତୁ ପ୍ରତ୍ୟେକ ଯୌନ ସମ୍ପର୍କ ସମୟରେ ମହିଳାଙ୍କ ପ୍ରାୟତଃ ଅର୍ଗାଜମ୍‌ ହୋଇ ନ ଥାଏ। ହେଲେ ଏ ବିଷୟରେ ଅଜ୍ଞତା ଯୋଗୁ ଅନେକ ଦମ୍ପତିଙ୍କ ମଧ୍ୟରେ ଅସୁଖକର ପରିସ୍ଥିତି ଦେଖିବାକୁ ମିଳିଥାଏ। ଦୁଇଜଣ ବିଶେଷଜ୍ଞ ମାର୍କ ଲେନର ଓ ବିଲ୍ଲି ଗୋଲ୍ଡବର୍ଗ ଏ ସମ୍ପର୍କରେ ଗବେଷଣା କରି ‘ହ୍ବାଏ ଡୁ ମ୍ୟାନ୍‌ ଫଲ ଏସିଲ୍ପ ଆଫ୍ଟର ସେକ୍ସ ?’ ନାମକ ଏକ ପୁସ୍ତକ ଲେଖିଛନ୍ତି। ସେଥିରେ ପୁରୁଷର ଯୌନକ୍ରିୟା ପରବର୍ତ୍ତୀ ନିଦ୍ରା ପ୍ରବୃତ୍ତି ସମ୍ପର୍କରେ ପ୍ରାଞ୍ଜଳ ଭାବେ ବର୍ଣ୍ଣନା କରିଛନ୍ତି, ଯାହା ଦମ୍ପତିଙ୍କ ମଧ୍ୟରେ ସୃଷ୍ଟି ହେଉଥିବା ଭୁଲ ବୁଝାମଣାକୁ ଦୂର କରିପାରିବ।

All Right Reserved By

ଜୀବନଚର୍ଯ୍ୟା |

ମୃତ୍ୟୁପରେ ମୁହଁରେ ରଖାଯାଏ ଗଙ୍ଗାପାଣି ଓ ତୁଳସୀ, କାରଣ ଜାଣନ୍ତୁ...

ମୃତ୍ୟୁପରେ ମୁହଁରେ ରଖାଯାଏ ଗଙ୍ଗାପାଣି ଓ ତୁଳସୀ, କାରଣ ଜାଣନ୍ତୁ...

ମୃତ୍ୟୁକୁ ଜୀବନର ଏକ ମାତ୍ର ସତ୍ୟଭାବେ ଗ୍ରହଣ କରାଯାଇଥାଏ। ଏନେଇ ବିଭିନ୍ନ ଶାସ୍ତ୍ରରେ ଉଲ୍ଳେଖ ଅଛି। ଭାରତୀୟ ପରମ୍ପରାରେ ମୃତ୍ୟୁପରେ ମୁହଁରେ ଗଙ୍ଗାପାଣି ଓ ତୁଳସୀ ରଖାଯାଏ। ଏହାଦ୍ୱାରା ମୃତକଙ୍କ ଆତ୍ମାକୁ ଶାନ୍ତି ମିଳେ ଓ ପ୍ରେତଲୋକରେ ସେ ତୃଷାର୍ତ୍ତ ରୁହନ୍ତି ନାହିଁ ବୋଲି ବିଶ୍ୱାସ ରହିଛି।

ବିବାହରେ କାହିଁକି ହୁଏ ହଳଦୀ ଲଗାଇବା ପରମ୍ପରା

ବିବାହରେ କାହିଁକି ହୁଏ ହଳଦୀ ଲଗାଇବା ପରମ୍ପରା

ବିବାହ ପୂର୍ବରୁ ହଳଦୀ ଲଗାଇବା ପରମ୍ପରାର ବିଶେଷ ମହତ୍ତ୍ୱ ରହିଥାଏ। ଏହା ବିନା ବିବାହ ସମ୍ପୂର୍ଣ୍ଣ ହୋଇପାରି ନ ଥାଏ। ହଳଦୀ, ଚନ୍ଦନ, ବେସନ ଓ କିଛି ସୁଗନ୍ଧିତ ତେଲକୁ ମିଶାଇ ପ୍ରସ୍ତୁତ କରାଯାଉଥିବା ଏହି ମିଶ୍ରଣ ବିବାହ ପୂର୍ବରୁ ବରକନ୍ୟାଙ୍କ ଦେହରେ ଲଗାଯାଇଥାଏ।

ଏଭଳି ଭୟଠାରୁ ଦୂରେଇ ରହିବା ପାଇଁ...

ଏଭଳି ଭୟଠାରୁ ଦୂରେଇ ରହିବା ପାଇଁ...

କୌଣସି ସ୍ଥାନ, ବସ୍ତୁ, କାର୍ଯ୍ୟ ଓ ପରିସ୍ଥିତି ପ୍ରତି ଅହେତୁକ ଭୟକୁ ଫୋବିୟା କୁହାଯାଏ। କେତେକ ଲୋକ ଭିଡ଼ ଭିତରକୁ ଯିବାକୁ, ଉଚ୍ଚ ସ୍ଥାନକୁ ଯିବାକୁ, ଘରୁ ରାସ୍ତାକୁ ଯିବାକୁ ଭୟ କରନ୍ତି।

ଅବସାଦ ବି’ ଦୂରକରେ ମାଛ

ଅବସାଦ ବି’ ଦୂରକରେ ମାଛ

ସପ୍ତାହରେ ୩ ଦିନ ମାଛ ଖାଇଲେ ମିଳିଥାଏ ଅନେକ ଉପକାର। ମାଛରେ ପ୍ରଚୁର ପରିମାରରେ ଓମେଗା-୩ ଫ୍ୟାଟି ଏସିଡ୍‌ ରହିଥାଏ।

ବର୍ଷାଦିନେ ପିଅନ୍ତୁ ଚା’ ବଢିବ ରୋଗ ପ୍ରତିରୋଧକ ଶକ୍ତି

ବର୍ଷାଦିନେ ପିଅନ୍ତୁ ଚା’ ବଢିବ ରୋଗ ପ୍ରତିରୋଧକ ଶକ୍ତି

ବର୍ଷାଦିନ ଆରମ୍ଭ ହେଲେ ଥଣ୍ଡା, ସର୍ଦ୍ଦି, କାଶ ଓ ଜ୍ୱର ହୋଇଥାଏ। ହେଲେ ଏହି ସମୟରେ ଚା’ ପିଇଲେ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ ବୋଲି ଆୟୁର୍ବେଦ ବିଶେଷଜ୍ଞମାନେ ମତ ଦେଇଥାଆନ୍ତି। ହେଲେ ଏଥିପାଇଁ କିଛି ନିର୍ଦ୍ଦିଷ୍ଟ ଚା’ ପିଇବା ଉଚିତ୍‌।

ବର୍ଷାରେ କେଶ ଓଦା ହୋଇଥିଲେ...

ବର୍ଷାରେ କେଶ ଓଦା ହୋଇଥିଲେ...

ବର୍ଷାରେ ଓଦା ହେବାକୁ ତ ଭଲ ଲାଗେ। ହେଲେ ଏହାର କୁପ୍ରଭାବ ପଡ଼ିଥାଏ କେଶ ଉପରେ। କେଶ ଝଡ଼ିବାଠୁ ଆରମ୍ଭ କରି ଅନେକ ସମସ୍ୟା ଦେଖାଦିଏ। ତେଣୁ ଏହିଦିନେ କେଶକୁ ସୁସ୍ଥ ରଖିବା ଲାଗି ଆପଣାନ୍ତୁ ନିମ୍ନୋକ୍ତ କିଛି ଟିପ୍ସ...

ବିବାହ ପାଇଁ ଟ୍ରେଣ୍ଡି କଲର

ବିବାହ ପାଇଁ ଟ୍ରେଣ୍ଡି କଲର

ବିବାହ ସମୟରେ ଅଧିକାଂଶ ମହିଳା ଲାଲ୍‌ ରଙ୍ଗକୁ ପସନ୍ଦ କରିଥା’ନ୍ତି। ଆପଣ ଚାହିଁଲେ ଏହା ବଦଳରେ ଅନ୍ୟ କିଛି ରଙ୍ଗକୁ ବି ବ୍ରାଇଡାଲ୍‌ କଲର ଭାବେ ବାଛିପାରିବେ। ଜାଣନ୍ତୁ ସେ ସମ୍ପର୍କରେ...

ବର୍ଷାଦିନେ ଶିଶୁଙ୍କ ଯତ୍ନ

ବର୍ଷାଦିନେ ଶିଶୁଙ୍କ ଯତ୍ନ

ପ୍ରବଳ ଖରା ପରେ ବର୍ଷାଋତୁର ଆଗମନକୁ ସମସ୍ତେ ଅପେକ୍ଷା କରି ରହିଥା’ନ୍ତି । ଜଳଦାନ କରିବା ସହ ବିଭିନ୍ନ ସଂକ୍ରାମକ ରୋଗ ସଙ୍ଗରେ ନେଇ ଆସିଥାଏ ଏହି ଋତୁ । ଏହି ସଂକ୍ରାମକ ରୋଗଗୁଡ଼ିକରେ ସାଧାରଣତଃ ଶିଶୁମାନେ ଅଧିକ ପ୍ରଭାବିତ ହୁଅନ୍ତି।

କାନ୍ଦ ବି’ ଶରୀର ପାଇଁ ହିତକର

କାନ୍ଦ ବି’ ଶରୀର ପାଇଁ ହିତକର

ହସିବା ଦ୍ୱାରା ମନ ହାଲ୍‌କା ରହିବା ସହ ଶରୀର ସୁସ୍ଥ ରହିଥାଏ। କିନ୍ତୁ ବେଳେବେଳେ କାନ୍ଦିବା ଦ୍ୱାରା ମଧ୍ୟ ଶରୀରର ଅନେକ ସମସ୍ୟା ଦୂର ହୋଇଥାଏ।

ରକ୍ତହୀନତାରୁ ମୁକ୍ତି ଲାଗି ଖାଆନ୍ତୁ ଏହି ଶାଗ

ରକ୍ତହୀନତାରୁ ମୁକ୍ତି ଲାଗି ଖାଆନ୍ତୁ ଏହି ଶାଗ

ମୂଳାଶାଗ ଖାଇଲେ ଶରୀରର ଅନେକ ଉପକାର ହୋଇଥାଏ। ତେବେ ମୂଳା ପ୍ରାୟତଃ ଶୀତଦିନେ ହୋଇଥାଏ। ତେଣୁ ଏହି ସମୟରେ ଅଭ୍ୟାସ କରି ପ୍ରତିଦିନ ମୂଳାଶାଗ ଖାଇଲେ ରକ୍ତହୀନତାରୁ ମୁକ୍ତି ମିଳେ ବୋଲି କୁରୁକ୍ଷେତ୍ର ବିଶ୍ୱବିଦ୍ୟାଳୟର ଏକ ଗବେଷଣା ରିପୋର୍ଟରେ ଉଲ୍ଲେଖ କରାଯାଇଛି।

ଏସବୁର ସୁରକ୍ଷା ଲାଗି ପିନ୍ଧାଯାଏ ମଙ୍ଗଳସୂତ୍ର

ଏସବୁର ସୁରକ୍ଷା ଲାଗି ପିନ୍ଧାଯାଏ ମଙ୍ଗଳସୂତ୍ର

ବିବାହ ସମୟରେ ନବବଧୂଙ୍କ ଗଳାରେ ମଙ୍ଗଳସୂତ୍ର ପିନ୍ଧାଯିବା ପରମ୍ପରା ଭାରତରେ ରହିଛି। ବିବାହ ସମୟରେ ବର, କନ୍ୟାକୁ ମଙ୍ଗଳସୂତ୍ର ପିନ୍ଧାଇଥାଏ । ଏହା ନ ପିନ୍ଧିବା ଯାଏ ବିବାହ ପୂର୍ଣ୍ଣ ହୁଏ ନାହିଁ ।

ଯନ୍ତ୍ରଣାକୁ ଲାଘବ କରେ ଆଲିଙ୍ଗନ

ଯନ୍ତ୍ରଣାକୁ ଲାଘବ କରେ ଆଲିଙ୍ଗନ

ଆଲିଙ୍ଗନ କଲେ ଶରୀରର ଅନେକ ଉପକାର ହୋଇଥାଏ। ଏହାଦ୍ୱାରା ମାନସିକ ଚାପ ହ୍ରାସ ପାଇବା ସହିତ ହାର୍ଟ ଆଟାକ୍‌ ସମସ୍ୟାରୁ ମୁକ୍ତି ମିଳିଥାଏ ବୋଲି ନିକଟରେ ଟୋକିଓ ବିଶ୍ୱବିଦ୍ୟାଳୟରେ ହୋଇଥିବା ଏକ ଗବେଷଣା ରିପୋର୍ଟରେ ପ୍ରକାଶ ପାଇଛି।

Model This Week

ରୂପେଶ