
ମାଥିଲି,୨୭।୧୨(ଡି.ଏନ.ଏ.)-ମାଥିଲି ବ୍ଲକ ଅନ୍ତର୍ଗତ ନାୟକଗୁଡା ମୁଖ୍ୟରାସ୍ତାରେ ବୁଧବାର ବନବିଭାଗ ଏକ ହେଟା ବାଘର ମୃତଦେହ ଉଦ୍ଧାର କରିଛି । ରାସ୍ତା ପାଶର୍ବରେ ହେଟା ବାଘର ମୃତଦେହ ପଡିଥିବାରୁ କୌଣସି ଯାନବାହାନର ଧକ୍କାରେ ମୃତ୍ୟୁ ହୋଇଥାଏପାରେ ବୋଲି ଅନୁମାନ କରାଯାଉଛି । ତେବେ ପଡିଥିବା ହେଟା ବାଘର ଲାଞ୍ଜ କେହି ଦୁବୃର୍ତ୍ତ କାଟି ନେଇଯାଇଥିବା ସନ୍ଦେହ କରାଯାଇଛି । ଖବରପାଇ ଘଟଣାସ୍ଥଳରେ ମାଥିଲି ବନାଞ୍ଚଳ ଅଧିକାରୀ ପର୍ଶୁରାମ ଭୂମିଆ ପହଞ୍ଚତ୍ ଏହି ଘଟଣାର ତଦନ୍ତ କରିଥିଲେ । ଦୁବୃର୍ତ୍ତମାନେ ବହୁ ସମୟରେ ପଶୁପକ୍ଷୀଙ୍କୁ ଶିକାର କରି ସେମାନଙ୍କ ଅଙ୍ଗ କାଟି ନେଉଛନ୍ତି । ମାଥିଲି ବନାଞ୍ଚଳ ଅଧିନରେ ଏପରି ପଶୁପକ୍ଷୀଙ୍କ ପ୍ରତି ବିପଦ ଏବେ ନିତିଦିନିଆ ଘଟଣାରେ ପରିଣତ ହୋଇଛି । ପ୍ରକାଶଯେ, ବ୍ଲକର ନାୟକଗୁଡା ସଦର ମୁଖ୍ୟରାସ୍ତା ପାଶର୍ବରେ ବୁଧବାର ସକାଳେ ଗ୍ରାମବାସୀମାନେ ହେଟା ବାଘର ମୃତଦେହ ପଡିଥିବା ଦେଖିବାକୁ ପାଇଥିଲେ । ପରେ ଏ ନେଇ ବନ ବିଭାଗର କର୍ମଚାରୀଙ୍କୁ ଖବର ଦେଇଥିଲେ। ଏହା ଏକ ଦୁର୍ଘଟଣା ନା ହତ୍ୟା କରାଯାଇଛି ତାହା ସ୍ପଷ୍ଟ ହୋଇନାହିଁ,ତଦନ୍ତ ଚାଲିଛି । ବ୍ୟବଚ୍ଛେଦ ପରେ ଘଟଣାର ସତ୍ୟାସତ୍ୟ ଜଣାପଡିବ ବୋଲି ମାଥିଲି ବନାଞ୍ଚଳ ଅଧିକାରୀ ଭୂମିଆ କହିଛନ୍ତି ।