ବାଣିଜ୍ୟ |

ପ୍ରବେଶ ସ୍ତରୀୟ ବେତନ ନ୍ୟୁନ ରଖିବାକୁ ଏକତ୍ର ହୋଇଛନ୍ତି ଆଇଟି ସଂସ୍ଥା: ପାଇ

ପ୍ରବେଶ ସ୍ତରୀୟ ବେତନ ନ୍ୟୁନ ରଖିବାକୁ ଏକତ୍ର ହୋଇଛନ୍ତି ଆଇଟି ସଂସ୍ଥା: ପାଇ

ହାଇଦ୍ରାବାଦ,୨୭-୧୨,(ପି.ଟି)
ବଡ ବଡ କମ୍ପାନୀରେ ପ୍ରବେଶ କରୁଥିବା ଆଇଟି ଇଞ୍ଜିନିୟରଙ୍କ ପ୍ରାଥମିକ ସ୍ତରୀୟ ବେତନ ନ୍ୟୁନ ରଖିବାକୁ କମ୍ପାନୀଗୁଡିକ ମିଳିତ ହୋଇଥିବା ଆଇଟି ଭେଟେରାନ୍‌ ଟିଭି ମୋହନଦାସ ପାଇ ଅଭିଯୋଗ ଆଣିଛନ୍ତି। ଉକ୍ତ କ୍ଷେତ୍ରରେ ଫ୍ରେସର ମାନେ କିଭଳି ଭାବେ ଉନ୍ନତ ବେତନ ଲାଭ କରିବେ ସେ ସପକ୍ଷରେ ପାଇ ଯୁକ୍ତି ବାଢିଛନ୍ତି। ଇନଫୋସିସର ସହ ପ୍ରତିଷ୍ଠାତା ଏନ୍‌.ଆର ନାରାୟଣ ମୂର୍ତ୍ତି ମଧ୍ୟ ଏହି ପ୍ରସଙ୍ଗରେ ନିକଟରେ ପ୍ରତିକ୍ରିୟା ରଖିଥିଲେ। ଗତ ୭ ବର୍ଷ ହେବ ଫ୍ରେସର ଆଇଟି ଇଞ୍ଜିନିୟରଙ୍କ ବେତନ ସ୍ଥିର ରହିଥିବା ମୂର୍ତ୍ତି ପ୍ରକାଶ କରିଥିଲେ। ମାତ୍ର ବରିଷ୍ଠ ସ୍ତରୀୟ କର୍ମଚାରୀଙ୍କ ବେତନ ବହୁଗୁଣରେ ବୃଦ୍ଧି ହେଉଥିବା ସେ ପ୍ରକାଶ କରିଥିଲେ। ମାର୍କେଟରେ ଏହା ଟ୍ରେଣ୍ଡ ନୁହଁ ବୋଲି ପ୍ରକାଶ କରିବା ସହ ଆଇଟି କମ୍ପାନୀଗୁଡିକ ଜାଣିଜାଣି ଏପରି ଧାରା ସୃଷ୍ଟି କରିଥିବା ଇନଫୋସିସର ସିଇଓ ଭାବେ କାର୍ଯ୍ୟଭାର ତୁଲାଇ ଥିବା ପାଇ ଏହା କହିଛନ୍ତି।

All Right Reserved By

Model This Week

Model This Week

ବାଣିଜ୍ୟ |

 ଗ୍ରୀଷ୍ମ ଅବକାଶରେ ବିଶେଷ ଅଫର ହେଉଛନ୍ତି ବିମାନ କମ୍ପାନୀ, ଭଡା ୧୩୦୪ ଟଙ୍କାରୁ ଆରମ୍ଭ

ଗ୍ରୀଷ୍ମ ଅବକାଶରେ ବିଶେଷ ଅଫର ହେଉଛନ୍ତି ବିମାନ କମ୍ପାନୀ, ଭଡା ୧୩୦୪ ଟଙ୍କାରୁ ଆରମ୍ଭ

ନୂଆଦିଲ୍ଲୀ,୨୫-୪(ପି.ଟି) ଗ୍ରୀଷ୍ମ ଅବକାଶ ଅବସରରେ ଦେଶର ପ୍ରମୁଖ ବିମାନ କମ୍ପାନୀଗୁଡିକ ଗ୍ରାହକଙ୍କୁ ଲୋଭନୀୟ ଅଫର ପ୍ରଦାନ କରୁଛନ୍ତି। କମ୍ପାନୀଗୁଡିକର ଭଡା ଏହି ସମୟରେ ୧୩୦୪ ଟଙ୍କାରୁ ଆରମ୍ଭ ହେଉଛି। ଗୋ ଏୟାର ଏବଂ ଏୟାର ଏସିଆ ଭଳି କମ୍ପାନୀଗୁଡିକ ଏହି ଭଳି ଅଫର ଗ୍ରାହକଙ୍କୁ ପ୍ରଦାନ କରୁଛନ୍ତି।

ବଜାରରେ ଇଣ୍ଟେକ୍ସର ନୂଆ ଏୟାର କଣ୍ଡିଶନର

ବଜାରରେ ଇଣ୍ଟେକ୍ସର ନୂଆ ଏୟାର କଣ୍ଡିଶନର

ନୂଆଦିଲ୍ଲୀ,୨୫-୪(ପି.ଟି) ପ୍ରମୁଖ କଞ୍ଜ୍ୟୁମର ଇଲେକଟ୍ରୋନିକ୍ସ ବ୍ରାଣ୍ଡ ଇଣ୍ଟେକ୍ସ ପକ୍ଷରୁ ବଜାରକୁ ଆସିଛି ନୂଆ ଶୃଙ୍ଖଳାର ଏୟାର କଣ୍ଡିଶନର। ଏଥିରେ ପରିବେଶ ଉପଯୋଗୀ ରେଫ୍ରିଜରାଣ୍ଟ ରହିଛି। କମ୍ପାନୀର ନୂଆ ଏସିଗୁଡିକ ୨୪ଟି ନୂଆ ମଡେଲରେ ଉପଲବ୍ଧ।

 ଫେରିଲା ହାଓ୍ବାଇ: ଘରୋଇ ବଜାରକୁ ଛାଡିଲା ପି୨୦ ପ୍ରୋ, ପି୨୦ ଲାଇଟ୍‌ ସ୍ମାର୍ଟଫୋନ

ଫେରିଲା ହାଓ୍ବାଇ: ଘରୋଇ ବଜାରକୁ ଛାଡିଲା ପି୨୦ ପ୍ରୋ, ପି୨୦ ଲାଇଟ୍‌ ସ୍ମାର୍ଟଫୋନ

ନୂଆଦିଲ୍ଲୀ,୨୫-୪(ପି.ଟି) ଚାଇନାର ଭିତ୍ତିକ ସ୍ମାର୍ଟଫୋନ କମ୍ପାନୀ ହାଓ୍ବାଇ ବଜାରକୁ ପୁଣି ଥରେ ଘରୋଇ ବଜାରକୁ ପ୍ରତ୍ୟାବର୍ତ୍ତନ କରିଛି। କମ୍ପାନୀ ଘରୋଇ ବଜାରରେ ନୂଆ ପି ୨୦ ପ୍ରୋ ଏବଂ ପି୨୦ ଲାଇଟ୍‌ ସ୍ମାର୍ଟ ଫୋନ ପ୍ରବେଶ କରାଇଛି।

ଭିଜା ପ୍ରସଙ୍ଗରେ ଆମେରିକା ସରକାରଙ୍କ ସହ ଆଲୋଚନା ହେବ: ପ୍ରଭୁ

ଭିଜା ପ୍ରସଙ୍ଗରେ ଆମେରିକା ସରକାରଙ୍କ ସହ ଆଲୋଚନା ହେବ: ପ୍ରଭୁ

ନୂଆଦିଲ୍ଲୀ,୨୫-୪(ପି.ଟି) ଏଚ୍‌୧ବି ଭିଜା ଉପରେ ଆମେରିକା ସରକାର କଟକଣା ଜାରି କରିବାକୁ ଅନ୍ତିମ ନିଷ୍ପତ୍ତି ନେଇଛନ୍ତି। ଏହା ଦ୍ୱାରା ଭାରତୀୟ ମାନେ ବିଶେଷ ଭାବେ ପ୍ରଭାବିତ ହେବ ବୋଲି ଜଣା ଯାଇଛି। ଆମେରିକା ସରକାରଙ୍କ ଏହି ଭଳି ନିଷ୍ପତ୍ତିକୁ ନେଇ ସରକାର ଚିନ୍ତା ପ୍ରକଟ କରିଛନ୍ତି। ଉକ୍ତ ପ୍ରସଙ୍ଗରେ ସରକାର ଆମେରିକାର ଟ୍ରମ୍ପ ପ୍ରଶାସନ ସହ ଆଲୋଚନା କରିବେ ବୋଲି କେନ୍ଦ୍ର ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରୀ ଶୁରେଶ ପ୍ରଭୁ ମଙ୍ଗଳବାର ସୂଚନା ଦେଇଛନ୍ତି।

ବିଶ୍ୱ ସ୍ତରୀୟ ନେଟ୍‌ଓ୍ବର୍କ ସହ ଯୋଡି ହେବେ ଏମ୍‌ଏସ୍‌ଏମ୍‌ଇ

ବିଶ୍ୱ ସ୍ତରୀୟ ନେଟ୍‌ଓ୍ବର୍କ ସହ ଯୋଡି ହେବେ ଏମ୍‌ଏସ୍‌ଏମ୍‌ଇ

ନୂଆଦିଲ୍ଲୀ,୨୫-୪(ପି.ଟି) ଘରୋଇ ବଜାରରେ ଥିବା ଅଣୁ କ୍ଷୁଦ୍ର ମଧ୍ୟମ ଉଦ୍ୟୋଗ(ଏମ୍‌ଏସ୍‌ଏମ୍‌ଇ)ଗୁଡିକର ଉନ୍ନତିକରଣ ଲାଗି ସରକାର ବିଭିନ୍ନ ପ୍ରକାରର ଯୋଜନା ହାତକୁ ନେଉଛନ୍ତି। ଏମ୍‌ଏସ୍‌ଏମ୍‌ଇଗୁଡିକୁ ବିଶ୍ୱସ୍ତରର ନେଟଓ୍ବର୍କ ସହ ଯୋଡିବା ଲାଗି ବିଭିନ୍ନ ପ୍ରକାରର ପଦକ୍ଷେପ ଉପରେ ସରକାର ଧ୍ୟାନ କେନ୍ଦ୍ରିତ କରୁଛନ୍ତି। ଏମ୍‌ଏସ୍‌ଏମ୍‌ଇଗୁଡିକ ସହ ବିଦେଶ ସଂସ୍ଥାଗୁଡିକର ଏକ ନେଟଓ୍ବର୍କ ସ୍ଥାପନ ଲାଗି ସରକାର ଲକ୍ଷ୍ୟ ରଖିଛନ୍ତି।

ବାଇକ୍‌, ସ୍କୁଟରର ମୂଲ୍ୟ ବଢାଇବ ହିରୋ ମୋଟୋକର୍ପ

ବାଇକ୍‌, ସ୍କୁଟରର ମୂଲ୍ୟ ବଢାଇବ ହିରୋ ମୋଟୋକର୍ପ

ନୂଆଦିଲ୍ଲୀ,୨୫-୪(ପି.ଟି) ପ୍ରମୁଖ ଦୁଇ ଚକିଆ ଯାନ ନିର୍ମାଣକାରୀ କମ୍ପାନୀ ହିରୋ ମୋଟୋକର୍ପ ଏହାର ଦୁଇ ଚକିଆ ଯାନ ମୂଲ୍ୟ ବଢାଇବ ବୋଲି ଜଣା ଯାଇଛି।

ଚତୁର୍ଥ ତ୍ରୈମାସରେ ଏୟାରଟେଲର ଲାଭ କମିଲା

ଚତୁର୍ଥ ତ୍ରୈମାସରେ ଏୟାରଟେଲର ଲାଭ କମିଲା

ନୂଆଦିଲ୍ଲୀ,୨୫-୪(ପି.ଟି) ୨୦୧୭-୧୮ ଆର୍ଥତ୍କ ବର୍ଷର ଚତୁର୍ଥ ତ୍ରୈମାସରେ ପ୍ରମୁଖ ଟେଲିକମ୍‌ କମ୍ପାନୀ ଏୟାରଟେଲର ଲାଭରେ ହ୍ରାସ ଘଟିଛି। ଏହି ସମୟରେ କମ୍ପାନୀର ଲାଭରେ ପ୍ରାୟ ୭୮% ହ୍ରାସ ଘଟିଥିବା ଜଣାଯାଇଛି। ଉକ୍ତ ସମୟରେ କମ୍ପାନୀର ନେଟ୍‌ ଲାଭ ୮୨.୯୦ କୋଟି ଟଙ୍କା ରହିଛି।

ମାଲ୍ୟା, ନୀରବଙ୍କଠାରୁ କାର୍ଯ୍ୟକାରୀ ହେବ ପଳାତକ ଆର୍ଥତ୍କ ଅପରାଧୀ ଅଧ୍ୟାଦେଶ

ମାଲ୍ୟା, ନୀରବଙ୍କଠାରୁ କାର୍ଯ୍ୟକାରୀ ହେବ ପଳାତକ ଆର୍ଥତ୍କ ଅପରାଧୀ ଅଧ୍ୟାଦେଶ

ନୂଆଦିଲ୍ଲୀ,୨୫।୪(ପି.ଟି):ବଡଧରଣର ଆର୍ଥତ୍କ ଘୋଟାଲା କରି ଦେଶ ଛାଡି ପଳାୟନ କରୁଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦୃଢ ହେବ । ଏହି ଧାରାକୁ ଦୃଢ କରିବା ଲାଗି ସରକାର ନିକଟରେ ପଳାତକ ଆର୍ଥତ୍କ ଅପରାଧୀ ଅଧ୍ୟାଦେଶକୁ ମଞ୍ଜୁରୀ ଦେଇଛନ୍ତି। ବୁଡି ଯାଇଥିବା ବିମାନ କମ୍ପାନୀ ତଥା ମଦ ମାଲିକ ବିଜୟ ମାଲ୍ୟା ଏବଂ ପ୍ରଖ୍ୟାତ ହୀରା ବ୍ୟବସାୟୀ ନୀରବ ମୋଦି ଏହି ଭଳି ବ୍ୟକ୍ତିଙ୍କ ତାଲିକାରେ ରହିଛନ୍ତି। ବିଜୟ ମାଲ୍ୟା ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକରୁ ୯,୦୦୦ କୋଟି ଟଙ୍କାର ଋଣ ଖିଲାପ କରି ବର୍ତ୍ତମାନ ଲଣ୍ଡନରେ ରହୁଥିବା ବେଳେ ନୀରବ ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନବି)ରୁ ୧୩,୦୦୦ କୋଟି ଟଙ୍କାର ଘୋଟାଲା କରି ହଂକଂରେ ରହୁଥିବା ଖବର ଆସିଛି।

ପ୍ରେଷ୍ଟିଜ୍‌ର ନୂତନ ବ୍ରାଣ୍ଡ୍‌ ଆମ୍ବାସାଡର ହେଲେ ବିଦ୍ୟା ବାଲାନ

ପ୍ରେଷ୍ଟିଜ୍‌ର ନୂତନ ବ୍ରାଣ୍ଡ୍‌ ଆମ୍ବାସାଡର ହେଲେ ବିଦ୍ୟା ବାଲାନ

ବାଙ୍ଗାଲୋର, ୨୫-୪:ଦେଶର ପ୍ରମୁଖ କିଚେନ ଆପ୍ଲାଏନ୍ସ କମ୍ପାନୀ ଟିଟିକେ ପ୍ରେଷ୍ଟିଜ୍‌ ଲିମିଟେଡ୍‌ ବଲିଉଡ୍‌ ଅଭିନେତ୍ରୀ ବିଦ୍ୟା ବାଲାନଙ୍କୁ ଏହାର ନୂତନ ବ୍ରାଣ୍ଡ୍‌ ଆମ୍ବାସାଡର ଭାବେ ନିଯୁକ୍ତ କରିଛି। ଏହାକୁ ନେଇ ଚଳିତ ମାସ ଶେଷ ଆଡକୁ କମ୍ପାନୀ ପ୍ରମୁଖ ବୈଦୁତିକ ଓ ଛାପା ଗଣମାଧ୍ୟମରେ ବ୍ରାଣ୍ଡ୍‌ କ୍ୟାମ୍ପେନ ଆୟୋଜନ କରିବ ବୋଲି ପ୍ରକାଶ କରିଛି। ଏ ସମ୍ପର୍କରେ କମ୍ପାନୀର ଅଧ୍ୟକ୍ଷ ଟିଟି ଜଗନ୍ନାଥନ କହିଛନ୍ତି, ବିଦ୍ୟା ବାଲାନ ପ୍ରେଷ୍ଟିଜ୍‌ ବ୍ରାଣ୍ଡ୍‌କୁ ଆହୁରି ଆଗକୁ ନେଇ ପାରିବେ। ବିଦ୍ୟା ନିଜ କ୍ଷେତ୍ରରେ ସଫଳତା ଅର୍ଜନ କରିଥିବା ବେଳେ ପ୍ରେଷ୍ଟିଜ୍‌ ବ୍ରାଣ୍ଡ୍‌ ମଧ୍ୟ ଦେଶବାସୀଙ୍କ ପାଖରେ ଆଦୃତ ଲାଭ କରିଛି। ବର୍ତ୍ତମାନର ଏହି ଚୁକ୍ତି କମ୍ପାନୀକୁ ଆହୁରି ଆଗକୁ ବଢାଇବାରେ ସଫଳ ହେବ। ସେହିପରି କମ୍ପାନୀର ଏମ୍‌ଡି ଚନ୍ଦ୍ରୁ କାଲ୍ରୋ କହିଛନ୍ତି, ଏହି ସହବନ୍ଧିତା ବ୍ରାଣ୍ଡର ମୂଲ୍ୟବୋଧକୁ ବୃଦ୍ଧି କରିବ।

ରେନୋର ଜାତୀୟ ସଡ଼କ ସୁରକ୍ଷା ସପ୍ତାହ

ରେନୋର ଜାତୀୟ ସଡ଼କ ସୁରକ୍ଷା ସପ୍ତାହ

ଭୁବନେଶ୍ୱର,୨୫-୪:ପ୍ରମୁଖ ଚାରିଚକିଆ ଯାନ ନିର୍ମାତା ରେନୋ ଦେଶବ୍ୟାପୀ ଜାତୀୟ ସଡକ ସୁରକ୍ଷା ସପ୍ତାହ ପାଳନ କରିଛି। ଦେଶରେ ଥିବା କମ୍ପାନୀର ସମସ୍ତ ଡିଲର୍ସ ପଏଣ୍ଟ୍‌ରେ ଏପ୍ରିଲ ୨୩ରୁ ରେନୋ ଏହି ସପ୍ତାହ ପାଳନ ଆରମ୍ଭ କରିଥିବା ବେଳେ ବେଳେ ୩୦ରେ ଶେଷ ହେବ। ସୋସାଇଟି ଅଫ୍‌ ଇଣ୍ଡିଆନ୍‌ ଅଟୋମୋବାଇଲ୍‌ ମାନୁଫ୍ୟାକ୍‌ଚରର୍ସ-ସୋସାଇଟି ଅଫ୍‌ ଅଟୋମେଟିଭ୍‌ ଫିଟ୍‌ନେସ୍‌ ଆଣ୍ଡ୍‌ ଏନ୍‌ଭାୟର୍ନମେଣ୍ଟ(ଏସ୍‌ଆଇଏଏମ୍‌-ଏସ୍‌ଏଏଫ୍‌ଇ) ସହ ମିଳିତ ଭାବେ ରେନୋ ଏହା ଆୟୋଜନ କିରଛି। ସଡ଼କ ସୁରକ୍ଷା-ଜୀବନ ରକ୍ଷା ଥିମ୍‌ ଆଧାରରେ ଏହା ପାଳନ କରାଯାଉଥିବା ବେଳେ କାର୍‌ ସୁରକ୍ଷା ପାଇଁ ଚେକ୍‌ଅପ୍‌ କ୍ୟାମ୍ପ ଆୟୋଜନ କରାଯାଇଛି। ସେହିପରି ବିଭିନ୍ନ ସୁରକ୍ଷାଭିତ୍ତିକ ଆସେସରିଜ୍‌ ଉପରେ ୧୫% ପର୍ଯ୍ୟନ୍ତ ରିହାତି ଘୋଷଣା କରାଯାଇଛି ବୋଲି ରେନୋ ପ୍ରକାଶ କରିଛି। ଟ୍ରାଫିକ୍‌ ନିୟମ ପାଳନ, ସିଟ୍‌ ବେଲ୍ଟ ପରିଧାନ ଠାରୁ ଆରମ୍ଭ କରି ନିର୍ଦ୍ଧାରିତ ଗତିରେ ଗାଡ଼ିଚାଳନା ଉପରେ ଏହି ଅବସରରେ ଗ୍ରାହକ ଓ ଗାଡିଚାଳକଙ୍କୁ ସଚେତନ କରାଯିବ ବୋଲି କମ୍ପାନୀ ପକ୍ଷରୁ ପ୍ରକାଶ।

ଅନ୍‌ଲାଇନ୍‌ ଶପିଂ:ପ୍ରତି ୩ରେ ଜଣଙ୍କୁ ମିଳୁଛି ନକଲି ଉତ୍ପାଦ-ଜୋତା, ପର୍‌ଫ୍ୟୁମ୍‌, ବ୍ୟାଗ୍‌ ତଥା ଫ୍ୟାଶନ୍‌ ସେଗ୍‌ମେଣ୍ଟରେ ଅଧିକ -ସମସ୍ୟା ଚାଇନାଠାରୁ ବଡ ହୋଇପାରେ

ଅନ୍‌ଲାଇନ୍‌ ଶପିଂ:ପ୍ରତି ୩ରେ ଜଣଙ୍କୁ ମିଳୁଛି ନକଲି ଉତ୍ପାଦ-ଜୋତା, ପର୍‌ଫ୍ୟୁମ୍‌, ବ୍ୟାଗ୍‌ ତଥା ଫ୍ୟାଶନ୍‌ ସେଗ୍‌ମେଣ୍ଟରେ ଅଧିକ -ସମସ୍ୟା ଚାଇନାଠାରୁ ବଡ ହୋଇପାରେ

ନୂଆଦିଲ୍ଲୀ,୨୫-୪:ଅନ୍‌ଲାଇନ୍‌ ଶପିଂ ଏବେ ଏକ ଟ୍ରେଣ୍ଡରେ ପରିଣତ ହେଲାଣି। ପ୍ରାୟ ସବୁ କମ୍ପାନୀ ନିଜ ନିଜର ଉତ୍ପାଦକୁ ଅନ୍‌ଲାଇନ୍‌ରେ ବିକ୍ରି କରୁଛନ୍ତି। ଫଳରେ ଏହି ବଜାରର ପରିସର ବ୍ୟାପକ ହେଉଛି। ଏହା ସତ୍ତ୍ୱେ ଅନ୍‌ଲାଇନ୍‌ରେ ଜିନିଷ କିଣୁଥିବା ଲୋକଙ୍କ ମଧ୍ୟରେ ଏକ ପ୍ରକାର ଆଶଙ୍କା ରହୁଛି ଯେ, ସେମାନେ ଯେଉଁ ଜିନିଷ ଅର୍ଡର କରିଛନ୍ତି ଉକ୍ତ ଜିନିଷ ଆସିବ ନା ଏହା ବଦଳରେ ଅନ୍ୟ କୌଣସି ନକଲି ଉତ୍ପାଦ ତାଙ୍କ ନିକଟରେ ପହଞ୍ଚିଯିବ। ଏହି ଭୟ ରହିବା ସ୍ବାଭାବିକ। କାରଣ ଏଭଳି ଅନେକ ଘଟଣା ଏବେ ଘଟୁଛି। ଅଧିକାଂଶ ଇ-କମର୍ସ ସାଇଟ୍‌ରେ ଏବେ ବୃହତ୍‌ ସଂଖ୍ୟାରେ ନକଲି ଉତ୍ପାଦ ମିଳୁଛି।

ଟିକସ ସୁବିଧା ସମ୍ପର୍କରେ ଜାଣନ୍ତିନି ୪ ଜଣରେ ଜଣେ

ଟିକସ ସୁବିଧା ସମ୍ପର୍କରେ ଜାଣନ୍ତିନି ୪ ଜଣରେ ଜଣେ

ବମ୍ବେ,୨୫-୪(ପି.ଟି):ଘରୋଇ ବଜାରରେ ପ୍ରତି ୪ ଜଣରେ ଜଣେ ବେତନଭୋଗୀ କର୍ମଚାରୀ ଟିକସ ସୁବିଧା ସମ୍ପର୍କରେ ଜାଣି ନ ଥିବା ଜଣାଯାଇଛି। ଟିକସ ସୁବିଧା ପାଇବା ଲାଗି କର୍ମଚାରୀଙ୍କୁ ବିଭିନ୍ନ ପ୍ରକାରର ସୁଯୋଗ ପ୍ରଦାନ କରାଯାଉଛି। ମାତ୍ର ଏହାର ଲାଭ ନେବା ପାଇଁ କର୍ମଚାରୀମାନେ ସୁବିଧା ସମ୍ପର୍କରେ ଅବଗତ ନ ଥିବା ନେଲସେନ୍‌ ଇଣ୍ଡିଆ ସଂସ୍ଥା ପକ୍ଷରୁ ହୋଇଥିବା ଜେଟା କର୍ମଚାରୀ ସୁବିଧା ସଂକ୍ରାନ୍ତ ସର୍ଭେରୁ ଏହି ଭଳି ତଥ୍ୟ ଜଣା ପଡିଛି। ବେତନଭୋଗୀ କର୍ମଚାରୀଙ୍କୁ କମ୍ପାନୀଗୁଡିକ ପକ୍ଷରୁ ଟିକସ ସଞ୍ଚୟ ସୁବିଧା ପ୍ରଦାନ କରାଯାଇଥାଏ। କଷ୍ଟ ଟୁ କମ୍ପାନୀ (ସିଟିସି) ପଦକ୍ଷେପ ଅନ୍ତର୍ଗତ ଏହି ଭଳି ସୁବିଧା ମିଳିଥାଏ। ଏଥିରେ ପେଟ୍ରୋଲ, ଡିଜେଲ, ଟେଲିଫୋନ୍‌ ଲିଭ୍‌ ଟ୍ରାଭେଲ ଆଲାଉନ୍ସ, ଗିଫ୍ଟ ଭାଉଚର ଭଳି ଅନ୍ୟ କେତେକ କ୍ଷେତ୍ରରେ ସୁବିଧା ରହିଥାଏ। ଉକ୍ତ ସର୍ଭେରେ ୧୯୪ ପ୍ରମୁଖ କର୍ପୋରେଟର ୧୨୩୩ କର୍ମଚାରୀଙ୍କୁ ସାମିଲ କରାଯାଇଥିଲା।