ରାଜ୍ୟ |

୨୯ରୁ ନିଖିଳ ଓଡ଼ିଶା ଆଇନଜୀବୀ ସଂଘର ରାଜ୍ୟ ସମ୍ମିଳନୀ

୨୯ରୁ ନିଖିଳ ଓଡ଼ିଶା ଆଇନଜୀବୀ ସଂଘର ରାଜ୍ୟ ସମ୍ମିଳନୀ

ଭୁବନେଶ୍ୱର, ୨୭।୧୨(ବ୍ୟୁରୋ): ନିଖିଳ ଓଡ଼ିଶା ଆଇନଜୀବୀ ସଂଘର ୪୬ତମ ବାର୍ଷିକ ଅଧିବେଶନ ଡିସେମ୍ବର ୨୯ ଓ ୩୦ ତାରିଖରେ ସ୍ଥାନୀୟ ବିଜେବି କଲେଜ ପଡ଼ିଆରେ ଅନୁଷ୍ଠିତ ହେବ। ଏହି ୨ ଦିନିଆ ସମାବେଶରେ ରାଜ୍ୟର ସମସ୍ତ ଆଇନଜୀବୀଙ୍କୁ ଯୋଗଦେବାକୁ ବୁଧବାର ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ କୁହାଯାଇଛି। ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଦୀପକ ମିଶ୍ର, ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ବିନୀତ୍‌ ସରନ୍‌, ସୁପ୍ରିମ୍‌କୋର୍ଟ ବାର୍‌ ସଭାପତି ବିକାଶ ସିଂ, ରାଜ୍ୟ ଆଇନମନ୍ତ୍ରୀ ପ୍ରତାପ ଜେନା ପ୍ରମୁଖ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏଥିରେ ଆଇନଜୀବୀଙ୍କ ଅଧିକାର, ସ୍ବାର୍ଥ ଓ ପ୍ରଚଳିତ ଆଇନଶିକ୍ଷାର ଆହ୍ବାନ ସମ୍ପର୍କରେ ଆଲୋଚନା କରାଯିବ ବୋଲି ସଂଘର ସଭାପତି ଜ୍ଞାନରଞ୍ଜନ ମହାନ୍ତି ସୂଚନା ଦେଇଛନ୍ତି।

All Right Reserved By

Model This Week

Model This Week

ରାଜ୍ୟ |

ସାଲେପୁର ପୀଡିତାଙ୍କ ଆଶୁ ଆରୋଗ୍ୟ ଲାଗି ସମୂହ ଦୀପଦାନ

ସାଲେପୁର ପୀଡିତାଙ୍କ ଆଶୁ ଆରୋଗ୍ୟ ଲାଗି ସମୂହ ଦୀପଦାନ

ବାଲେଶ୍ୱର ଅଫିସ,୨୭।୪: ରାଜ୍ୟରେ ନାବାଳିକା ମାନଙ୍କ ପ୍ରତି ବଳାତ୍କାର ଘଟଣା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ରାଜ୍ୟ ସରକାର ସେଭଳି କୌଣସ ଦୃଷ୍ଟାନ୍ତମୂଳକ ପଦକ୍ଷେପ ଗ୍ରହଣ ନ କରି ଚୁପ୍‌ ରହିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଭାଜପା ମହିଳା ମୋର୍ଚ୍ଚା ପକ୍ଷରୁ କୁହାଯାଇଛି ।

ବେକରେ ଓଢ଼ଣୀ ଲଗାଇ କଲେଜ ଛାତ୍ରୀଙ୍କ ଆତ୍ମହତ୍ୟା

ବେକରେ ଓଢ଼ଣୀ ଲଗାଇ କଲେଜ ଛାତ୍ରୀଙ୍କ ଆତ୍ମହତ୍ୟା

ବରଗଡ଼ ଅଫିସ, ୨୭।୪-ବରଗଡ଼ ସହର ଉପକଣ୍ଠ ପିପିଲିପାଲି (ବନ୍ଧପଡ଼ା) ଗ୍ରାମର ପ୍ରଗତୀ ବେହେରା (୨୦) ନାମ୍ନୀ ଜଣେ କଲେଜ ଛାତ୍ରୀ ବେକରେ ଓଢ଼ଣୀ ଲଗାଇ ଶୋଇବା ଘରେ ଆତ୍ମହତ୍ୟା କରିଛନ୍ତି। ଶୁକ୍ରବାର ସକାଳେ ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ବରଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ପ୍ରଗତୀ ବରଗଡ଼ ମହିଳା କଲେଜରେ ଯୁକ୍ତ ତିନି ଶେଷ ବର୍ଷ ବିଜ୍ଞାନ ଛାତ୍ରୀ ଥିଲେ।

ସ୍ମାର୍ଟ ସିଟି ପକ୍ଷରୁ ନାଗରିକ ସହଭାଗିତା କାର୍ଯ୍ୟକ୍ରମ

ସ୍ମାର୍ଟ ସିଟି ପକ୍ଷରୁ ନାଗରିକ ସହଭାଗିତା କାର୍ଯ୍ୟକ୍ରମ

ରାଉରକେଲା ଅଫିସ,୨୭।୪- ସିଭିଲ ଟାଉନଶିପସ୍ଥିତ ସଂଜୀବନୀ ଓ ମଧୁସୂଦନ ପାର୍କର ଉନ୍ନତୀକରଣ ନେଇ ସ୍ମାର୍ଟ ସିଟି ପକ୍ଷରୁ ନାଗରିକ ସହଭାଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏନେଇ ସ୍ଥାନୀୟ ଲୋକଙ୍କ ମତାମତ ଓ ସହଯୋଗ ଲୋଡ଼ିଥିଲା ସ୍ମାର୍ଟ ସିଟି ଲିମିଟେଡ୍‌। ଡ୍ରଇଁ ମାଧ୍ୟମରେ ବିଭାଗୀୟ ଯନ୍ତ୍ରୀ ଉପସ୍ଥିତ ବରିଷ୍ଠ ନାଗରିକଙ୍କୁ ପ୍ରସ୍ତାବିତ ବିକାଶର ଚିତ୍ର ଉପସ୍ଥାପନ କରି ମତାମତ ଲୋଡ଼ିଥିଲେ। ଏହି ଉଦ୍ୟାନ ପରିସରରେ ପ୍ଲେ ଏରିଆ, ଓପନ ଜିମ୍‌, ବ୍ୟାଡ୍‌ମିଣ୍ଟନ କୋଟ୍‌, ଥେମାଟିକ୍‌ ଲନ୍‌ ଇଦ୍ୟାଦି ସୁବିଧା କରାଯିବ। ସେ ନେଇ ଆଲୋଚନା କରାଯାଇଥିଲା। ଏଥିରେ ଉପକାର୍ଯ୍ୟନିର୍ବାହୀ ମୀନକେତନ ସାହୁ, ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ କ୍ଷୀରୋଦ ପାଣିଗ୍ରାହୀ ଓ ଅକ୍ଷୟ ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ।

ଅପର୍ତ୍ତିଙ୍କ ୧୪ଶ ସ୍ମୃତିଚାରଣ ଦିବସ

ଅପର୍ତ୍ତିଙ୍କ ୧୪ଶ ସ୍ମୃତିଚାରଣ ଦିବସ

ରାଉରକେଲା ଅଫିସ,୨୭।୪- ସାମାଜିକ କର୍ମୀ ଅପର୍ତ୍ତି ବେହେରାଙ୍କ ୧୪ଶ ସ୍ମୃତିଚାରଣ ଦିବସ ସେକ୍ଟର-୫ସ୍ଥିତ ରାଧାକୃଷ୍ଣ ମନ୍ଦିର ପରିସରରେ ପାଳିତ ହୋଇଯାଇଛି। ଅପର୍ତ୍ତି ବେହେରା ସ୍ମୃତିସଂସଦ ସଭାପତି ହରିହର ବେହେରାଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ସାମାଜିକ କର୍ମୀ ଶ୍ରଦ୍ଧା ଷଡ଼ଙ୍ଗୀ ଓ ଶଶଧର ନନ୍ଦ ଅତିଥିଭାବେ ଯୋଗଦେଇଥିଲେ। ପ୍ରାରମ୍ଭରେ ଅନୁଷ୍ଠାନର ସାଧାରଣ ସମ୍ପାଦକ ରବୀନ୍ଦ୍ର କୁମାର ପାଣ୍ଡବ ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ଏହି ଅବସରରେ ଅତିଥିମାନେ କହିଲେ, ସ୍ବର୍ଗତ ବେହେରା କେବଳ ଜଣେ ଭଲ ବ୍ୟକ୍ତିତ୍ୱ ନ ଥିଲେ, ସେ ଥିଲେ ଏକ ଅନୁଷ୍ଠାନ।

ଛୁଟି ଘୋଷଣା ପରେ ସ୍କୁଲ ଆସୁନାହାନ୍ତି ଶିକ୍ଷୟିତ୍ରୀ, ଶିକ୍ଷକ

ରାଉରକେଲା ଅଫିସ,୨୭।୪- ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଚଳିତବର୍ଷ ଆଗୁଆ ଅର୍ଥାତ ଏପ୍ରିଲ ୨୫ ତାରିଖରୁ ସ୍କୁଲ ଛୁଟି ଘୋଷଣା କରିଛନ୍ତି। ତେବେ ଛାତ୍ରୀଛାତ୍ରଙ୍କୁ ଛାଡ଼ି ଶିକ୍ଷୟିତ୍ରୀ, ଶିକ୍ଷକମାନଙ୍କୁ ସ୍କୁଲ ଆସିବାକୁ ନିର୍ଦ୍ଦେଶ ଦିଆଯାଇଛି। କାରଣ କେହି ଅଭିଭାବକ କିମ୍ବା ଛାତ୍ରୀଛାତ୍ର ନାମଲେଖା ବା ଅନ୍ୟ କୌଣସି କାମରେ ସ୍କୁଲ ଆସିଲେ ଯେମତି ନିରାଶ ନ ହୁଅନ୍ତି। ତେବେ ଦେଖାଯାଇଛି ଯେ କିଛି ସ୍କୁଲ ଖୋଲା ଯାଉଥିବାବେଳେ ଏଠାରେ ଶିକ୍ଷକ ଉପସ୍ଥିତ ରହୁଛନ୍ତି। କିନ୍ତୁ ଆଉ କେତେକ ସ୍କୁଲ ମୁଖ୍ୟ ଫାଟକରେ ତାଲା ଝୁଲୁଛି। ଗୁରୁବାର ଲାଠିକଟା ବ୍ଲକ ଅନ୍ତର୍ଗତ କେତକ ସ୍କୁଲ ଫାଟକରେ ତାଲା ଝୁଲୁଥିବା ଦେଖାଯାଇଛି। ସ୍ଥାନୀୟ ଗ୍ରାମବାସୀଙ୍କୁ ପଚରାଯିବାରୁ ସେମାନେ କହିଥିଲେ, ଆଜି କେହି ଶିକ୍ଷକ ଆସିନାହାନ୍ତି କି ବିଦ୍ୟାଳୟ ଖୋଲାଯାଇନି। ଏବେ ନାମଲେଖା ସାଙ୍ଗକୁ, ଟିସି ଓ ବ୍ୟାଙ୍କ ଆକାଉଣ୍ଟ ଆଦି ଖୋଲାଯାଉଛି। ଏପରିସ୍ଥଳେ ବିଦ୍ୟାଳୟ ଖୋଲା ରହିବା ନିହାତି ଆବଶ୍ୟକ। ତେବେ କିଛି ଶିକ୍ଷକଙ୍କ କହିବା କଥା ହେଲା ଏବେ ବିଭାଗୀୟ ତାଲିମ ସାଙ୍ଗକୁ ଅନ୍ୟ କାମ ବି ରହିଛି। ଏହା ବ୍ୟତୀତ ବିଦ୍ୟାଳୟ ଖୋଲିବା ନେଇ ସେମିତି କିଛି ନିର୍ଦ୍ଦିଷ୍ଟ ନିର୍ଦ୍ଦେଶ ମିଳି ନାହିଁ। ଏଣୁ କିଛି କ୍ଷେତ୍ରରେ ବିଦ୍ୟାଳୟ ଖୋଲିବା ନେଇ ହୁଏତ ତାଳମେଳ ରହୁନି।

ଦୁଇଟି ବ୍ଲକରେ ଦନ୍ତାହାତୀ ଆତଙ୍କ

ଦୁଇଟି ବ୍ଲକରେ ଦନ୍ତାହାତୀ ଆତଙ୍କ

ନୂଆପଡା ଅଫିସ,୨୭।୪-ଆଜକୁ ଦୁଇ ବର୍ଷ ହେଲା ଖରାଦିନ ଆସିଲେ କୁଆଡୁ ହାତୀ ପଲ ମାଡିଆସିଥାନ୍ତି । ଠିକ ଏହି ବର୍ଷ ମଧ୍ୟ ଦନ୍ତା ହାତୀମାନେ ଜିଲାକୁ ପଶିଆସିଥିବା ବେଳେ ସାଧାରଣ ଲୋକଙ୍କ ଆଖିରୁ ନିଦ ହଜାଇ ଦେଉଛନ୍ତି । ଗତ ସୋମବାର ପ୍ରଥମେ କୋମନା ବ୍ଲକ ଅଞ୍ଚଳରେ ପ୍ରଥମେ ୩ଟି ହାତୀ ଦେଖାଯାଇଥିବାବେଳେ ଗୁରୁବାର ବୋଡେନ ବ୍ଲକ ଅଞ୍ଚଳରେ ୩ ଛୁଆ ସମେତ ୭ଟି ହାତୀ ବୁଲୁଥିବା ଦେଖି ଲୋକେ ଆତଙ୍କିତ ହୋଇପଡିଛନ୍ତି । ଏଥିରେ ୪ଟି ବଡ ଦନ୍ତାହାତୀଙ୍କ ସହ ୩ଟି ଛୁଆ ହାତୀ ରହିଥିବା ଦେଖଣାହାରୀମାନେ କହିଛନ୍ତି । ଏମାନେ ସାଧାରଣତଃ ଖାଦ୍ୟ ସାଙ୍ଗରେ ପାଣି ଖୋଜୁଥିବା ପରିଲକ୍ଷିତ ହେଉଛି ।

ପାଣି ପାଇଁ ଲୋକେ ଡହଳବିକଳ

ପାଣି ପାଇଁ ଲୋକେ ଡହଳବିକଳ

ଭବାନୀପାଟଣା,୨୭।୪(ଡି.ଏନ.ଏ.)- କଳାହାଣ୍ଡି ଜିଲାର ଭବାନୀପାଟଣା ସହରରେ ଦିନକୁ ଦିନ ଗ୍ରୀଷ୍ମ ତାତି ବୃଦ୍ଧି ପାଇବାରେ ଲାଗିଥିବା ବେଳେ ପାନୀୟ ଜଳ ପାଇଁ ଲୋକେ ଡହଳବିକଳ ହେଉଛନ୍ତି । ସହରରେ ୧ କୋଟି ୧୫ ଲକ୍ଷ ଲିଟର ପାନୀୟ ଜଳର ଆବଶ୍ୟକତା ଥିବାବେଳେ ଜଳ ଓ ପରିମଳ ବିଭାଗ ପକ୍ଷରୁ ମାତ୍ର ୭୫ ଲକ୍ଷ ଲିଟର ଜଳ ଯୋଗାଣ ହୋଇପାରୁଛି । ବାକି ୪୦ ଲକ୍ଷ ଲିଟର ଜଳ ପାଇଁ ସହରବାସୀ ଡହଳବିକଳ ହେଉଛନ୍ତି । କଳାହାଣ୍ଡି ଜିଲାରେ ୧୯୨୬ରେ ଭବାନୀପାଟଣା ସହରରେ ଷ୍ଟାଣ୍ଡପୋଷ୍ଟ ମାଧ୍ୟମରେ ପାଇପ୍‌ ପାଣି ଜଳ ଯୋଗାଣ କରାଯାଇଥିଲା । ସୂଚନା ଯୋଗ୍ୟ ଯେ, ୨୦୧୧ ଜନଗଣନା ପ୍ରାଥମିକ ରିପୋର୍ଟ ଅନୁଯାୟୀ ସହରର ଜନସଂଖ୍ୟା ୬୯ ହଜାର ୪୫ ଥିବାବେଳେ ଇତି ମଧ୍ୟରେ ଜନସଂଖ୍ୟାର ବୃଦ୍ଧି ହୋଇ ଏହା ଲକ୍ଷାଧିକ ହୋଇଛି । ଅପରପକ୍ଷେ ସହରକୁ ପ୍ରତିଦିନ ୧୦୦ରୁ ଊର୍ଦ୍ଧ୍ୱ ଯାତ୍ରୀବାହୀ ବସ, ୨ଟି ଟ୍ରେନ୍‌ ଚଳାଚଳ କରୁଥିବାରୁ ପ୍ରାୟ ୨୦ ହଜାର ଭ୍ରାମ୍ୟମାଣ ଲୋକଙ୍କ ସମାଗମ ହେଉଛି। ପୁଣି କାମଧନ୍ଦା ଅନ୍ବେଷଣରେ ଦୈନିକ ୫ ହଜାରରୁ ଊର୍ଦ୍ଧ୍ୱ ଶ୍ରମିକ ସହରକୁ ଆସୁଛନ୍ତି।

ଇବ୍‌ ଥର୍ମାଲ ପ୍ରକଳ୍ପ ସ୍କ୍ରାପ୍‌ ୟାର୍ଡରେ ଅଗ୍ନିକାଣ୍ଡ

ଇବ୍‌ ଥର୍ମାଲ ପ୍ରକଳ୍ପ ସ୍କ୍ରାପ୍‌ ୟାର୍ଡରେ ଅଗ୍ନିକାଣ୍ଡ

ଲଖନପୁର,୨୭।୪(ଡି.ଏନ୍‌.ଏ.)- ଓଡ଼ିଶା ବିଦ୍ୟୁତ ଉତ୍ପାଦନ ନିଗମ (ଓପିଜିସି)ର ବନହରପାଲିସ୍ଥିତ ନିର୍ମାଣାଧୀନ ଇବ୍‌ ଥର୍ମାଲ ପ୍ରକଳ୍ପରେ ଗୁରୁବାର ଅପରାହ୍ନ ପ୍ରାୟ ସାଢ଼େ ୫ଟାରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ନିର୍ମାଣାଧୀନ ୩ୟ ଓ ୪ର୍ଥ ୟୁନିଟ୍‌ ଭେଲ୍‌ସାଇଡିଂ ଅଞ୍ଚଳରେ ଥିବା ସ୍କ୍ରାପ୍‌ ୟାର୍ଡ (କାଠଗଦା)ରେ ନିଆଁ ଲାଗିଯାଇଥିଲା। ୫ ଦମକଳ ଗାଡ଼ି ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ହୋଇଥିଲା। ଇବ୍‌ ଥର୍ମାଲର ୩, ଲଖନପୁରରୁ ଗୋଟିଏ ଓ ବେଲପାହାଡ଼ ଟାଟା କ୍ରୋସାକୀର ଗୋଟିଏ ଦମକଳ ଗାଡ଼ି ପହଞ୍ଚି ଦୀର୍ଘ ୪ ଘଣ୍ଟା ପରିଶ୍ରମ ପରେ ନିଆଁକୁ ଆୟତ୍ତ କରିଥିଲେ। ତେବେ ଅଗ୍ନିକାଣ୍ଡର କାରଣ ଜଣାପଡ଼ିନାହିଁ। ଏନେଇ ଓପିଜିସିର ଜନସମ୍ପର୍କ ଅଧିକାରୀ ଦିଲୀପ କୁମାର ପଣ୍ଡା କହିଛନ୍ତି, ସ୍କ୍ରାପ୍‌ ୟାର୍ଡରେ ନିଆଁ ଲାଗି ପ୍ୟାକିଂ କାଠସବୁ ପୋଡ଼ିଯାଇଛି। ଏଥିରେ କୌଣସି କ୍ଷୟକ୍ଷତି ହୋଇନାହିଁ। ତଦନ୍ତ ପରେ ଅଗ୍ନିକାଣ୍ଡର କାରଣ ଜଣାପଡ଼ିବ ବୋଲି ପଣ୍ଡା କହିଛନ୍ତି। ଫଟୋ-୧୧-ନିର୍ମାଣାଧୀନ ପ୍ରକଳ୍ପର ସ୍କ୍ରାପ୍‌ ୟାର୍ଡରେ ନିଆଁ ଲାଗିଛି।

ନବରଙ୍ଗପୁର ପାର୍କଗୁଡ଼ିକର ହେବ ସୌନ୍ଦର୍ଯ୍ୟ କରଣ

ନବରଙ୍ଗପୁର ପାର୍କଗୁଡ଼ିକର ହେବ ସୌନ୍ଦର୍ଯ୍ୟ କରଣ

ନବରଙ୍ଗପୁର,୨୭।୪(ବି.ପ୍ର.)- ନବରଙ୍ଗପୁର ପୌରାଞ୍ଚଳ ଅଧିନରେ ଥିବା ସମସ୍ତ ପାର୍କର ଉନ୍ନତି ଓ ସୌନ୍ଦର୍ଯ୍ୟକରଣ କରାଯିବ । ସଦାଶିବ ପାର୍କ, ମଧୁସୁଦନ ପାର୍କ ଓ ବସଷ୍ଟାଣ୍ଡ ନିକଟରେ ଥିବା ଶିଶୁ ଉଦ୍ୟାନର ସୌନ୍ଦର୍ଯ୍ୟକରଣ ପାଇଁ ପୌର ପ୍ରଶାସନ ଓ ଜିଲା ପ୍ରଶାସନ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି ।

ଟ୍ରାଫିକ୍‌ ସମସ୍ୟା ଜଟିଳ କଲାଣି ଅଚଳ ସିଗନାଲ୍‌

ଟ୍ରାଫିକ୍‌ ସମସ୍ୟା ଜଟିଳ କଲାଣି ଅଚଳ ସିଗନାଲ୍‌

ଜୟପୁର,୨୭।୪(ନି.ପ୍ର.): ଦକ୍ଷିଣ ଓଡ଼ିଶାର ପ୍ରମୁଖ ସହର ଜୟପୁରରେ ଦିନକୁ ଦିନ ଟ୍ରାଫିକ ସମସ୍ୟା ଜଟିଳ ହେବାରେ ଲାଗିଛି । ଏହି ସମସ୍ୟା ସୁଧାରିବା ପାଇଁ ଟ୍ରାଫିକ ସିଗନାଲ ତିଆରି ହୋଇଥିଲେ ମଧ୍ୟ ତାହା କାମରେ ଆସୁନାହିଁ । ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ଲଗାଯାଇଥିବା ଏହି ସିଗନାଲ ନଷ୍ଟ ହେବାକୁ ବସିଲାଣି । ଜୟପୁର ସହରରେ ଦେଢ଼ଲକ୍ଷ ଲୋକ ରହୁଥିବା ବେଳେ ଆଖପାଖ ଗ୍ରାମର ଲୋକେ ମଧ୍ୟ ଏହା ଉପରେ ନିର୍ଭର କରନ୍ତି । ବିପର୍ଯ୍ୟସ୍ତ ଟ୍ରାଫିକ ବ୍ୟବସ୍ଥାକୁ ସୁଧାରିବା ପାଇଁ ସହରର ଜନଗହଳି ସ୍ଥାନ ତାରିଣୀ ଛକ ଓ ଇନ୍ଦିରା ଛକରେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ଟ୍ରାଫିକ ସିଗନାଲ ସ୍ଥାପନ କରାଗଲା । କିନ୍ତୁ ବିଡ଼ମ୍ବନା, ୪ବର୍ଷରୁ ଅଧିକ ସମୟ ହେବ ଏହା କାମରେ ଆସୁନାହିଁ । ଏହି ସିଗନାଲ କେଉଁଠି ଭାଙ୍ଗିଗଲାଣି ତ ଅନ୍ୟ କେଉଁଠି ଲୁଚିଗଲାଣି। ପ୍ରତ୍ୟେକ ଟ୍ରାଫିକ ସିଗନାଲରେ ଥିବା ଏଲଇଡି ଲାଇଟ ଆଉ ଜଳୁନାହିଁ

ଜମି ଅଧିଗ୍ରହଣ ରିପୋର୍ଟରେ ବ୍ୟାପକ ତ୍ରୁଟି: ବିଳମ୍ବିତ ହେଉଛି ଜୟପୁର-ନବରଙ୍ଗପୁର ରେଳପଥ

ଜମି ଅଧିଗ୍ରହଣ ରିପୋର୍ଟରେ ବ୍ୟାପକ ତ୍ରୁଟି: ବିଳମ୍ବିତ ହେଉଛି ଜୟପୁର-ନବରଙ୍ଗପୁର ରେଳପଥ

ଜୟପୁର,୨୭।୪(ଡି.ଏନ୍‌.ଏ.): ଜୟପୁର-ନବରଙ୍ଗପୁର ରେଳପଥ ନିର୍ମାଣ ପାଇଁ ଆବଶ୍ୟକ ଜମି ଅଧିଗ୍ରହଣ ପାଇଁ ଯେଉଁ ରିପୋର୍ଟ ସ୍ବତନ୍ତ୍ର ଜମି ଅଧିଗ୍ରହଣ କାର୍ଯ୍ୟାଳୟକୁ ପଠାଯାଇଛି, ସେଥିରେ ତ୍ରୁଟି ଥିବା ଅଭିଯୋଗ ହୋଇଛି। ଗତ ଜାନୁୟାରୀ ପ୍ରଥମ ପର୍ଯ୍ୟାୟରେ ଜୟପୁର ଓ ବୋରିଗୁମ୍ମା ତହସିଲର ୧୧ଟି ଗ୍ରାମର ୪୨୮.୯୮ ଏକର ଜମି ଅଧିଗ୍ରହଣ ପାଇଁ ଏକ ରିପୋର୍ଟ ପ୍ରସ୍ତୁତ କରିଥିଲା ରେଳ ବିଭାଗ ଜଗଦଲପୁର ଉପ ମୁଖ୍ୟଯନ୍ତ୍ରୀଙ୍କ କାର୍ଯ୍ୟାଳୟ। ରିପୋର୍ଟ ପାଇବା ପରେ ଜମି ଅଧିଗ୍ରହଣ ବିଭାଗ ପକ୍ଷରୁ ଜୟପୁର ଓ ବୋରିଗୁମ୍ମା ତହସିଲ କାର୍ଯ୍ୟାଳୟର ରାଜସ୍ବ ନିରୀକ୍ଷକଙ୍କ ଦ୍ୱାରା ଯାଞ୍ଚ ବେଳେ ରିପୋର୍ଟ ଅନୁଯାୟୀ ଜମିର ପରିମାଣ ଓ ନାମରେ ବହୁତ ଭୁଲ ତଥ୍ୟ ଥିବା ଜଣାପଡ଼ିଛି।

ଶୋଚନୀୟ ହୋଇପଡିଛି ଗୁଣପୁର-କୁଲୁସିଂ ରାସ୍ତା

ଶୋଚନୀୟ ହୋଇପଡିଛି ଗୁଣପୁର-କୁଲୁସିଂ ରାସ୍ତା

ଗୁଣପୁର,୨୭।୪(ଡି.ଏନ.ଏ): ରାୟଗଡା ଜିଲା ଗୁଣପୁରଠାରୁ ଚିନାସାରି କୁଲୁସିଂ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ରାସ୍ତା ଦୟନୀୟ ହୋଇପଡିଛି । ଏଥିପ୍ରତି କାହାର ଦୃଷ୍ଟି ନ ପଡିବା ଉଦ୍‌ବେଗର ବିଷୟ ହୋଇଛି ।