Dharitri News
ରାଜ୍ୟ |

୨ରୁ ଅଚଳ କରାଯିବ ବିଦ୍ୟାଳୟ, ଛାତ୍ରାବାସ

ଭୁବନେଶ୍ୱର, ୨୭।୧୨(ବ୍ୟୁରୋ): ୧୨ ଦଫା ଦାବି ନେଇ ଆସନ୍ତା ୨ ତାରିଖରୁ ରାଜ୍ୟର ସମସ୍ତ ସେବାଶ୍ରମ, ଆବାସିକ ସେବାଶ୍ରମ, ଆଶ୍ରମ ବିଦ୍ୟାଳୟ ଏବଂ ଛାତ୍ରାବାସଗୁଡିକର କାର୍ଯ୍ୟ ଅନର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ରଖାଯିବ। ଏଥିସହ ରାଜ୍ୟର ସମସ୍ତ ପ୍ରାଥମିକସ୍ତରର ଶିକ୍ଷୟିତ୍ରୀଶିକ୍ଷକମାନେ ଲୋୟର ପିଏମ୍‌ଜିଠାରେ ଧାରଣାରେ ବସିବେ ବୋଲି ନିଖିଳ ଓଡ଼ିଶା ଅନୁସୂଚିତ ଜାତି ଓ ଜନଜାତି ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ବୁଧବାର ୟୁଟିଆ ଭବନରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଘୋଷଣା କରାଯାଇଛି। ଅନୁସୂଚିତ ଜାତି ଓ ଜନଜାତି ଅଧୀନରେ ପରିଚାଳିତ ୧୬୦୦ ସ୍କୁଲର ପ୍ରାୟ ୧୦ ହଜାରରୁ ଊର୍ଦ୍ଧ୍ୱ ପ୍ରାଥମିକ ଶିକ୍ଷକଶିକ୍ଷୟିତ୍ରୀଙ୍କୁ ଗ୍ରେଡ୍‌ ପେ ଦେବାରେ ଅସଙ୍ଗତି ଦୂର କରିବା ଏବଂ କ୍ୟାଡ଼ର ରୁଲ୍‌ ପ୍ରଣୟନ କରାଯିବା ସମେତ ୧୧ ଦଫା ଦାବି ନେଇ ଗତ ନଭେମ୍ବର ୨୯ ତାରିଖରେ ମୁଖ୍ୟମନ୍ତ୍ରୀ ଏବଂ ବିଭାଗୀୟ ମନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। ଦାବିଗୁଡିକ ଯୁକ୍ତିଯୁକ୍ତ ବୋଲି ମନ୍ତ୍ରୀ ଉପଲବ୍ଧି କରିବା ସହ ଡିସେମ୍ବର ୨୫ ସୁଦ୍ଧା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ।

ରାଜ୍ୟ |

ଅର୍ଥ ତୋସରପାତ: ବିଡିଓ, ଯନ୍ତ୍ରୀଙ୍କ ସମେତ ୩ ଗିରଫ

କଟକ ଅଫିସ, ୨୦।୧- ଗ୍ରାମ ସଡ଼କ ନିର୍ମାଣ କ୍ଷେତ୍ରରେ ଦୁର୍ନୀତି। ୧କୋଟି ୩୨ଲକ୍ଷ ଟଙ୍କାର ପ୍ରକଳ୍ପକୁ ଟେଣ୍ଡର ନ କରି ବିଭାଗ ପକ୍ଷରୁ କରାଯାଇ ୪୨ଲକ୍ଷ ଟଙ୍କା ତୋସରପାତ କରାଯାଇଛି। ଏହି ଅଭିଯୋଗରେ ଭିଜିଲାନ୍ସ ସେଲ୍‌ ପକ୍ଷରୁ ସୁନ୍ଦରଗଡ ଜିଲାର ଲାଠିକଟା ବିଡିଓ ପୂର୍ଣ୍ଣଚନ୍ଦ୍ର ଭୋଇ, ସହକାରୀ ନିର୍ବାହୀ ଯନ୍ତ୍ରୀ ରାଜକିଶୋର ସାହୁ ଓ ବ୍ଲକର ପୂର୍ବତନ ସହକାରୀ ଯନ୍ତ୍ରୀ ବୁଦ୍ଧେଶ୍ୱର ସାହୁଙ୍କୁ ଶନିବାର ଗିରଫ କରାଯାଇଛି।

୨୪ ପୋଲିସ ଅଧିକାରୀ ସମ୍ବର୍ଦ୍ଧିତ

୨୪ ପୋଲିସ ଅଧିକାରୀ ସମ୍ବର୍ଦ୍ଧିତ

କଟକ ଅଫିସ, ୨୦।୧- ଅଦାଲତ ଅଭିଯୁକ୍ତଙ୍କୁ ଦଣ୍ଡବିଧାନ କଲେ ମାମଲାର ତଦନ୍ତ ଅଧିକାରୀ ପୁରସ୍କୃତ ହେବେ। ଓଡିଶା ପୋଲିସ ପକ୍ଷରୁ ଏଭଳି ଅଭିନବ ଯୋଜନା ଶନିବାର କାର୍ଯ୍ୟକାରୀ ହୋଇଛି। ପ୍ରଥମ ଥର ପାଇଁ ରାଜ୍ୟର ୨୪ ଜଣ ପୋଲିସ ଅଧିକାରୀଙ୍କୁ କ୍ରାଇମବ୍ରାଞ୍ଚ ମୁଖ୍ୟ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷରେ ଡିଜିପି ଡ. ରାଜେନ୍ଦ୍ର ପ୍ରସାଦ ଶର୍ମା ପ୍ରଶଂସାପତ୍ର ସହ ପ୍ରୋତ୍ସାହନ ରାଶି ଦେଇ ସମ୍ବର୍ଦ୍ଧିତ କରିଛନ୍ତି।

ପୂର୍ବତନ ଉପଜିଲାପାଳଙ୍କୁ ୩ବର୍ଷ ଜେଲ୍‌ ଦଣ୍ଡ

କଟକ ଅଫିସ, ୨୦।୧-ମାଲକାନଗିରି ଜିଲାର ପୂର୍ବତନ ଉପଜିଲାପାଳ ବଳଭଦ୍ର ପଣ୍ଡାଙ୍କୁ ୩ବର୍ଷ ସଶ୍ରମ ଜେଲ୍‌ ଓ ୧ଲକ୍ଷ ଟଙ୍କା ଜରିମାନା ଦଣ୍ଡାଦେଶ ଦିଆଯାଇଛି। ଜରିମାନା ଅନାଦାୟ ହେଲେ ଅଭିଯୁକ୍ତ ପଣ୍ଡାଙ୍କୁ ଅଧିକ ୪ମାସ ସଶ୍ରମ ଜେଲ୍‌ ଭୋଗିବାକୁ ପଡିବ ବୋଲି ବିଚାରପତି ନିଜ ରାୟରେ ସ୍ପଷ୍ଟ କରିଛନ୍ତି।

କୃଷି ସଭାରେ ଯୁବକଙ୍କୁ ହତ୍ୟା

ନିରାକାରପୁର,୨୦।୧(ଡି.ଏନ୍‌.ଏ.)- କୃଷି ସଭା ଚାଲିଥିବାବେଳେ ଘଟିଥିଲା ଏକ ଲୋମହର୍ଷଣକାରୀ ଘଟଣା। ସେଠାରେ ଜଣେ ଯୁବକଙ୍କୁ ଛୁରି ଭୁସି ହତ୍ୟା କରାଯିବା ଯୋଗୁ ଆତଙ୍କ ଖେଳିଯାଇଥିଲା। ଖୋର୍ଦ୍ଧା ଜିଲା ନିରାକାରପୁର ଥାନା ରାମେଶ୍ୱର ପଞ୍ଚାୟତ ଅଧୀନ ତାଳପଡ଼ା ଗ୍ରାମର ଗୋଠ ପଡ଼ିଆଠାରେ ଶନିବାର ଘଟିଥିଲା ଏହି ଘଟଣା।

ମହିଳାଙ୍କୁ ହତ୍ୟା: ପାହାଡ଼ ଖୋଲରୁ ମିଳିଲା ଗଳିତ ମୃତଦେହ

ଦଶପଲ୍ଲା,୨୦।୧(ଡି.ଏନ.ଏ.)-ଗତ କିଛିଦିନ ହେଲା ନିଖୋଜ ହୋଇଯାଇଥିଲେ ଜଣେ ୨୫ ବର୍ଷୀୟା ମହିଳା ହାର ଖିଲାର ଓ ତାଙ୍କ ଝିଅ ଯମୁନା(୫)। ଶନିବାର ହାରଙ୍କ ଗଳିତ ମୃତଦେହକୁ ନୟାଗଡ଼ ଜିଲା ଦଶପଲ୍ଲା ଥାନା ଅଧୀନ କୁସୁମଘାଟି ପାହାଡର ଏକ ଖୋଲରୁ ପୋଲିସ ଜବତ କରିଛି। ନିଖୋଜ ଥିବା ହାରଙ୍କ ମୃତଦେହ ପାହାଡ ଉପରୁ ମିଳିବା ଏବଂ ପାରିପାର୍ଶ୍ୱିକ ସ୍ଥିତିରୁ ତାଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ ହେଉଛି।

ଶିକ୍ଷୟିତ୍ରୀ ଅଞ୍ଜଳି ହତ୍ୟାକାଣ୍ଡର ପର୍ଦ୍ଦାଫାଶ: ପଡ଼ିଶା ଘର ଜ୍ୱାଇଁ ହତ୍ୟାକାରୀ

ଶିକ୍ଷୟିତ୍ରୀ ଅଞ୍ଜଳି ହତ୍ୟାକାଣ୍ଡର ପର୍ଦ୍ଦାଫାଶ: ପଡ଼ିଶା ଘର ଜ୍ୱାଇଁ ହତ୍ୟାକାରୀ

ଖୋର୍ଦ୍ଧା ଅଫିସ,୨୦।୧: ଖୋର୍ଦ୍ଧା ଜିଲା ଟାଙ୍ଗୀ ବ୍ଲକ ନିରାକାରପୁର ଥାନା ହରିପୁର ଉଗ୍ରତାରା ନୋଡାଲ ଉପ୍ରା ବିଦ୍ୟାଳୟର ଶିକ୍ଷୟିତ୍ରୀ ଅଞ୍ଜଳି ଦେହୁରି ହତ୍ୟାକାଣ୍ଡର ପର୍ଦ୍ଦାଫାଶ ହୋଇଛି। ହତ୍ୟାକାରୀ ହେଉଛନ୍ତି ଅଞ୍ଜଳିଙ୍କ ପଡ଼ିଶା ଘରର ଜ୍ୱାଇଁ କୁନୁ ଜେନା(୨୨)।

 ୧୬୫ କୋଟିର ବ୍ୟାଙ୍କ ଆକାଉଣ୍ଟ ଅଚଳ

୧୬୫ କୋଟିର ବ୍ୟାଙ୍କ ଆକାଉଣ୍ଟ ଅଚଳ

ରାଇସୁଆଁ,୨୦।୧(ଡି.ଏନ.ଏ.)-କେନ୍ଦୁଝର ଜିଲା ଚମ୍ପୁଆ ଇଣ୍ଡସ୍‌ ଇଣ୍ଡ ବ୍ୟାଙ୍କ ଶାଖାର ମ୍ୟାନେଜର ମାନସ ରାଉତ ଏକ କାରରେ ୫୦ ଲକ୍ଷ ଟଙ୍କା ନେଇ ଯାଉଥିବା ବେଳେ ପୋଲିସ ତାହାକୁ ଜବତ କରିବା ପରଠାରୁ ଏନେଇ ତନାଘନା ଜାରି ରଖିଛି। ବ୍ୟାଙ୍କ ମ୍ୟାନେଜରଙ୍କ ସମେତ କାରରେ ଯାଉଥିବା ବ୍ୟାଙ୍କ ଏକଜ୍‌କ୍ୟୁଟିଭ ଓ ଜଣେ ଗନ୍‌ମ୍ୟାନଙ୍କୁ ଗିରଫ କରି ଗତ୧୩ ତାରିଖରେ କୋର୍ଟ ଚାଲାଣ କରାଯାଇଛି।

ଭାଜପାରେ ସାମିଲ ହେଲେ ମିହିର, ଅନୁ, ରମାରଞ୍ଜନ

ଭାଜପାରେ ସାମିଲ ହେଲେ ମିହିର, ଅନୁ, ରମାରଞ୍ଜନ

ଭୁବନେଶ୍ୱର, ୨୦।୧(ବ୍ୟୁରୋ): ସାଧାରଣ ନିର୍ବାଚନକୁ ଦେଢ଼ ବର୍ଷରୁ କମ୍‌ ସମୟ ଥିବାରୁ ବିଭିନ୍ନ ରାଜନୈତିକ ଦଳରେ କର୍ମୀ ମିଶିବା, ଛାଡିବା ପର୍ବ ଆରମ୍ଭ ହୋଇଛି। ଅଭିନେତା ମିହିର ଦାସ, ଅଭିନେତ୍ରୀ ଅନୁ ଚୌଧୁରୀ ଏବଂ ସତ୍ୟବାଦୀ ପୂର୍ବତନ ବିଧାୟକ ରମାରଞ୍ଜନ ବଳିଆରସିଂ ବିଧିବଦ୍ଧ ଭାବେ ଶନିବାର ଭାଜପାରେ ଯୋଗଦାନ କରିଛନ୍ତି।

ଏମ୍‌ଆର୍‌ ଟିକାକରଣ ଅଭିଯାନ ପ୍ରସ୍ତୁତି ବୈଠକ

ଏମ୍‌ଆର୍‌ ଟିକାକରଣ ଅଭିଯାନ ପ୍ରସ୍ତୁତି ବୈଠକ

ଭୁବନେଶ୍ୱର, ୨୦।୧(ବ୍ୟୁରୋ): ରାଜ୍ୟର ସମସ୍ତ ଜିଲାରେ ମିଳିମିଳା ଓ ଜର୍ମାନ୍‌ ମିଳିମିଳା ଟିକାକରଣ ଅଭିଯାନ ଆସନ୍ତା ୨୯ ତାରିଖରୁ ଆରମ୍ଭ ହେବ। ଏହି ଟିକା ୯ ମାସରୁ ୧୫ ବର୍ଷ ବୟସର ପିଲାମାନଙ୍କୁ ଦିଆଯିବ। ପ୍ରଥମ ଥର ପାଇଁ ଏହି ଗୁରୁତ୍ୱପୂର୍ଣ୍ଣ ଟିକାକରଣ କରାଯାଉଥିବାରୁ ଶନିବାର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କମିଶନର ତଥା ଶାସନ ସଚିବ ଡ. ପ୍ରମୋଦ କୁମାର ମେହେର୍ଦ୍ଦାଙ୍କ ଅଧ୍ୟକ୍ଷତାରେ ଏହାର ପ୍ରସ୍ତୁତିକୁ ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି।

୨୪ ପୋଲିସ ଅଧିକାରୀ ସମ୍ବର୍ଦ୍ଧିତ

କଟକ ଅଫିସ, ୨୦।୧: ୨୪ ପୋଲିସ ଅଧିକାରୀଙ୍କୁ ଶନିବାର କ୍ରାଇମବ୍ରାଞ୍ଚର ମୁଖ୍ୟ କାର୍ଯ୍ୟାଳୟରେ ସମ୍ବର୍ଦ୍ଧିତ କରାଯାଇଛି। ପୋଲିସ ଡିଜି ଆର୍‌. ପି ଶର୍ମା ଉପସ୍ଥିତ ରହି ଏହି ସମ୍ବର୍ଦ୍ଧନା କରିଛନ୍ତି। ଗୁରୁତ୍ୱପୂର୍ଣ୍ଣ ମାମଲାଗୁଡିକର ଉନ୍ନତମାନର ତଦନ୍ତ ପାଇଁ ଏହି ସମ୍ବର୍ଦ୍ଧନା ଦିଆଯାଇଛି।

ଖୁବ୍‌ଶୀଘ୍ର ରିପୋର୍ଟ ଦେବେ ପ୍ରମିଳା

ଖୁବ୍‌ଶୀଘ୍ର ରିପୋର୍ଟ ଦେବେ ପ୍ରମିଳା

ଭୁବନେଶ୍ୱର, ୨୦।୧(ବ୍ୟୁରୋ): କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡା ଏବଂ କର୍ମୀମାନଙ୍କ ମଧ୍ୟରେ ଦେଖାଦେଇଥିବା ବିବାଦର ଶିଘ୍ର ହେବ ସମାଧାନ। ଏ ନେଇ ସୂଚନା ଦେଇଛନ୍ତି କେନ୍ଦ୍ରାପଡ଼ା ପର୍ଯ୍ୟବେକ୍ଷକ ପ୍ରମିଳା ମଲ୍ଲିକ।

ଜଣଙ୍କ ମୃତଦେହ ଉଦ୍ଧାର, ଜଣେ ନିଖୋଜ

ଜଣଙ୍କ ମୃତଦେହ ଉଦ୍ଧାର, ଜଣେ ନିଖୋଜ

ପୁରୀ ଅଫିସ, ୨୦।୧: ପୁରୀ ସମୁଦ୍ରରେ ଗାଧୋଉଥିବା ବେଳେ ନିଖୋଜ ଥିବା ୨ କ୍ରିକେଟ ଖେଳାଳିଙ୍କ ମଧ୍ୟରୁ ଜଣଙ୍କ ମୃତଦେହ ଶନିବାର ଉଦ୍ଧାର କରାଯାଇଛି।