ଫୁରସତ |

କାର୍ବୋହାଇଡ୍ରେଟ୍‌ ଖାଦ୍ୟ ସ୍ବାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଏ

 କାର୍ବୋହାଇଡ୍ରେଟ୍‌ ଖାଦ୍ୟ ସ୍ବାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଏ

ଟରୋଣ୍ଟୋ: ଅଧିକ କାର୍ବୋହାଇଡ୍ରେଟ୍‌ଯୁକ୍ତ ଖାଦ୍ୟ ସ୍ବାସ୍ଥ୍ୟ ପାଇଁ ଅନୁପଯୁକ୍ତ ବୋଲି ଗବେଷକ କହିଛନ୍ତି। ସେହିପରି କମ୍‌ ଚର୍ବିଯୁକ୍ତ ଖାଦ୍ୟ ମଧ୍ୟ ଶରୀର ଉପରେ ଖରାପ ପ୍ରଭାବ ପକାଇଥାଏ। ପୃଥିବୀର ୫ଟି ମହାଦେଶର ୧୩୫ ହଜାର ଲୋକଙ୍କୁ ନେଇ ହୋଇଥିବା ସର୍ଭେରୁ ଏହା ଜଣାପଡିଛି। ଦୈନଦିନ ଖାଦ୍ୟରେ ଏଭଳି ଖାଦ୍ୟ ଗ୍ରହଣ କଲେ ଆୟୁଷ କମିଯାଇଥାଏ। ଅନ୍ୟପକ୍ଷରେ ଛେନା, ଲହୁଣୀ ଭଳି ଅଧିକ ଚର୍ବିଯୁକ୍ତ ଖାଦ୍ୟ ପ୍ରତିଦିନ ଗ୍ରହଣ କଲେ ସ୍ବାସ୍ଥ୍ୟ ଭଲ ରହିଥାଏ। ୬୦ପ୍ରତିଶତରୁ ଅଧିକ କାର୍ବୋହାଇଡ୍ରେଟ୍‌ଯୁକ୍ତ ଖାଦ୍ୟ ଦୈନଦିନ ଡାଏଟ୍‌ରେ ଅନ୍ତର୍ଭୁକ୍ତ କଲେ ଶରୀରରେ ରକ୍ତ ଶର୍କରା ପରିମାଣ ବଢ଼ିଥାଏ। ଫଳରେ ମାଂସପେଶୀର ନମନୀୟତା କମିଯାଇ ଏହା କଠିନ ହୋଇଯାଏ ବୋଲି କାନାଡା ମ୍ୟାକ୍‌ମାଷ୍ଟର ବିଶ୍ୱବିଦ୍ୟାଳୟର ପ୍ରଫେସର ମାଶାହିଦ୍‌ ଦେଘାନ୍‌ କହିଛନ୍ତି। ଦକ୍ଷିଣ ଏସିଆରେ ଅନେକ ଲୋକ ଚର୍ବି ଜାତୀୟ ଖାଦ୍ୟ ପରିବର୍ତ୍ତେ ଅଧିକ ପରିମାଣରେ କାର୍ବୋହାଇଡ୍ରେଟ୍‌ଯୁକ୍ତ ଖାଦ୍ୟ ଗ୍ରହଣ କରିଥାନ୍ତି। ସେମାନଙ୍କର ଜୀବନଧାରଣ ସମୟ ଅପେକ୍ଷାକୃତ କମ୍‌ ରହିଥାଏ ବୋଲି ଦେଘାନ୍‌ କହିଛନ୍ତି। ଖାଦ୍ୟରେ ଦୈନିକ ୩୭୫ ଗ୍ରାମ୍‌ରୁ ୫୦୦ଗ୍ରାମ୍‌ ମଧ୍ୟରେ ସବୁଜ ପନିପରିବା, ଫଳ ଓ ଡାଲି ପ୍ରଭୃତି ଗ୍ରହଣ କଲେ ସ୍ବାସ୍ଥ୍ୟ ଉପରେ ଭଲ ପ୍ରଭାବ ପଡିଥାଏ। ରକ୍ତରେ କ୍ଲୋରେଷ୍ଟରଲ୍‌ ମାତ୍ରା ବଢ଼ିଲେ ଏହା ରକ୍ତଚାପ ସହିତ ହୃଦ୍‌ଘାତ ସମସ୍ୟା ସୃଷ୍ଟି କରିଥାଏ। ସେହିପରି ସାଚୁରେଟେଡ୍‌ ଫ୍ୟାଟ୍‌ ଥିବା ଖାଦ୍ୟପଦାର୍ଥ ଶରୀରର କ୍ଷତି କରିଥାଏ ବୋଲି ପ୍ରଫେସର୍‌ ଭିକ୍ଟୋରିଆ ମିଲର୍‌ କହିଛନ୍ତି।

All Right Reserved By

ଫୁରସତ |

ଯେଉଁଠି ଅକ୍ଷୟ ତୃତୀୟକୁ କୁହାଯାଏ ଅଶୁଭ

ଯେଉଁଠି ଅକ୍ଷୟ ତୃତୀୟକୁ କୁହାଯାଏ ଅଶୁଭ

ସାଧାରଣତଃ ଅକ୍ଷୟ ତୃତୀୟାକୁ ଶୁଭ ବୋଲି ଗ୍ରହଣ କରାଯାଇଥାଏ। ସେଥିଲାଗି ଏହି ଦିନ ବିଭିନ୍ନ କାର୍ଯ୍ୟର ଶୁଭାରମ୍ଭ କରାଯାଇଥାଏ। କିନ୍ତୁ ମଧ୍ୟପ୍ରଦେଶ ଓ ଉତ୍ତରପ୍ରଦେଶ ସୀମାରେ ଥିବା ଲଳିତପୁରରେ ଅକ୍ଷୟ ତୃତୀୟାକୁ ଅଶୁଭ ବୋଲି କୁହାଯାଇଥାଏ। ଏହି ଗାଁରେ ୧୬୮ବର୍ଷ ତଳେ ଘଟିଥିଲା ଏକ ଦୁଃଖଦ ଘଟଣା।

ଜଳବାୟୁ ପରିବର୍ତ୍ତନ ଦ୍ୱାରା ପ୍ରଭାବିତ ହେବ ଇଣ୍ଟରନେଟ୍‌

ଜଳବାୟୁ ପରିବର୍ତ୍ତନ ଦ୍ୱାରା ପ୍ରଭାବିତ ହେବ ଇଣ୍ଟରନେଟ୍‌

ଓ୍ବାଶିଂଟନ: ଜଳବାୟୁ ପରିବର୍ତ୍ତନ ଦ୍ୱାରା ସମୁଦ୍ରର ଜଳପତ୍ତନ ବୃଦ୍ଧିପାଇବ। ଏହାଦ୍ୱାରା ବିଶ୍ୱ ସ୍ତରୀୟ ଇଣ୍ଟରନେଟ୍‌ ଭିତ୍ତିଭୂମି ଗୁରୁତର ଭାବେ ପ୍ରଭାବିତ ହେବ ବୋଲି ବୈଜ୍ଞାନିକମାନେ ସତର୍କବାଣୀ ଶୁଣାଇଛନ୍ତି। ସେମାନଙ୍କ କହିବାନୁଯାୟୀ, ହଜାର ହଜାର ମାଇଲ୍‌ ଦୀର୍ଘ ଫାଇବର ଅପ୍‌ଟିକ୍‌ କେବୁଲ ଉପକୂଳ ଅଞ୍ଚଳରେ ପୋତିହୋଇ ରହିଛି। ସମୁଦ୍ରର ଜଳପତ୍ତନ ବୃଦ୍ଧିପାଇବା ଫଳରେ ଏହି ଅଞ୍ଚଳ ବନ୍ୟାପ୍ଳାବିତ ହୋଇପାରେ।

ମନୋଭାବ ପ୍ରକାଶ କରିପାରିବ ରୋବୋ

ମନୋଭାବ ପ୍ରକାଶ କରିପାରିବ ରୋବୋ

ଓ୍ବାଶିଂଟନ୍‌: ବୈଜ୍ଞାନିକମାନେ ଏକ ରୋବୋ ବିକଶିତ କରିଛନ୍ତି। ଏହାର ଶରୀରକୁ ଛୁଇଁଲେ କି ଆଘାତ କଲେ ଏହା ପ୍ରତିକ୍ରିୟା ସ୍ବରୂପ ନିଜର ମନୋଭାବ ପ୍ରକାଶ କରିପାରିବ। ରୋବୋ ଶରୀରର ବାହ୍ୟ ଆବରଣ ଏକ ପ୍ରକାର ଟିସୁରେ ତିଆରି ହୋଇଛି। ଏହାକୁ ଛୁଇଁବା ମାତ୍ରେ ରୋବୋ ଭାବନାତ୍ମକ ଯନ୍ତ୍ରାଂଶରେ ଉଦ୍ଦୀପନା ସୃଷ୍ଟିହେବ। ଫଳରେ ଏହା ପ୍ରତିକ୍ରିୟା ସୃଷ୍ଟି କରିବ।

ସୁଖ, ଶାନ୍ତି, ସମୃଦ୍ଧି ପାଇଁ ସକାଳେ କରନ୍ତୁ ଏହି ଉପାୟ

ସୁଖ, ଶାନ୍ତି, ସମୃଦ୍ଧି ପାଇଁ ସକାଳେ କରନ୍ତୁ ଏହି ଉପାୟ

ଘରେ ସୁଖ ସମୃଦ୍ଧି ବଜାୟ ରଖିବା ପାଇଁ ଜ୍ୟୋତିଷ ଶାସ୍ତ୍ରରେ କେତେକ ନୀତି ନିୟମ ସମ୍ପର୍କରେ ଉଲ୍ଲେଖ ଅଛି। ପ୍ରତିଦିନ ଅଭ୍ୟାସ କରି ଏହାର ପାଳନ କଲେ ଜୀବନ ସୁଖ ଓ ଶାନ୍ତିରେ ଭରିଯାଏ ବୋଲି ବିଶ୍ୱାସ ରହିଛି ।

ଆତ୍ମହତ୍ୟା ପ୍ରବୃତ୍ତି  କମାଇବାରେ ସହାୟକ ହୁଏ ଆନାଥେସିଆ

ଆତ୍ମହତ୍ୟା ପ୍ରବୃତ୍ତି କମାଇବାରେ ସହାୟକ ହୁଏ ଆନାଥେସିଆ

ମାନସିକ ଚାପଗ୍ରସ୍ତ ହେଲେ କେତେକ ଲୋକଙ୍କଠାରେ ଆତ୍ମହତ୍ୟା ପ୍ରବୃତ୍ତି ଦେଖାଯାଇଥାଏ। ତେବେ ଆନାଥେସିଆ ବା ଚେତାଶୂନ୍ୟ କରାଇବା ଲାଗି ବ୍ୟବହୃତ ଔଷଧ ଏଭଳି ବ୍ୟକ୍ତିଙ୍କ ପ୍ରବୃତ୍ତି କମାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ।

ଯେଉଁଠି ଛୋଟ ବେଳୁ ଦିଆଯାଏ ଏପରି ଶିକ୍ଷା

ଯେଉଁଠି ଛୋଟ ବେଳୁ ଦିଆଯାଏ ଏପରି ଶିକ୍ଷା

ସାଧାରଣ ସମାଜରେ ୬ରୁ ୭ବର୍ଷରୁ ପିଲାମାନେ ଖେଳନା ଧରି ଖେଳନ୍ତି, ଅବା ନିଜ ଜୀବନରେ ଆଗକୁ ବଢିବା ଓ ଭବିଷ୍ୟତକୁ ସୁଦୃଢ କରିବା ପାଇଁ ବିଦ୍ୟାଳୟକୁ ଯିବା ଲାଗି ପ୍ରସ୍ତୁତି ଚଳାଇଥାନ୍ତି। ମାତ୍ର ଏଭଳି ଏକ ସମାଜ ରହିଛି, ଯେଉଁଠାରେ ଏହି ବୟସରେ ପିଲାମାନଙ୍କୁ ପାଠ ପଢାଇବା ପରିବର୍ତ୍ତେ ଦିଆଯାଇଥାଏ ଜୀବନ ଧାରଣର ଶିକ୍ଷା।

ଝିଅ ବିଦା ବେଳେ କାହିଁକି ଫୋପଡ଼ା ଯାଏ ଚାଉଳ

ଝିଅ ବିଦା ବେଳେ କାହିଁକି ଫୋପଡ଼ା ଯାଏ ଚାଉଳ

ବିବାହ ସମୟରେ ଭାରତରେ ଅନେକ ପରମ୍ପରା ପାଳିତ ହୋଇଥାଏ। ବିବାହରେ ଝିଅ ବିଦା ସମୟରେ ଚାଉଳରେ ହଳଦି ମିଶାଇ ଫୋପାଡ଼ିବା ପରମ୍ପରା ସମ୍ପନ୍ନ ହୋଇଥାଏ। ଏହା ଦ୍ୱାରା ନବଦମ୍ପତିଙ୍କ ଜୀବନରେ ଖୁସି ଆସିଥାଏ ବୋଲି ବିଶ୍ୱାସ ରହିଛି। ଏପରି କଲେ ନବଦମ୍ପତିଙ୍କର ସନ୍ତାନ ପ୍ରାପ୍ତି ହେବା ସହ ସୌଭାଗ୍ୟ ମିଳିଥାଏ।

କେଉଁ ନାଁର ଝିଅମାନେ ଧୋକା ଦିଅନ୍ତିନି

କେଉଁ ନାଁର ଝିଅମାନେ ଧୋକା ଦିଅନ୍ତିନି

ନାଁର ପ୍ରଥମ ଅକ୍ଷର କୁହେ ଝିଅମାନେ କେତେ ରୋମାଣ୍ଟିକ୍‌। ପୁଣି ଏହି ନାମରୁ ହିଁ ଜଣାପଡେ ଝିଅମାନେ କେତେ ବିଶ୍ୱାସି। ତେଣୁ ଦେଖି ଚାହିଁ ପ୍ରେମ କଲେ ଧୋକା ଖାଇବାକୁ ପଡି ନଥାଏ। ବିଶ୍ୱାସି ଝିଅଟିଏ ମିଳିଲେ ଜୀବନରେ ସୁଖଶାନ୍ତି ଭରି ଯାଇଥାଏ।

ପ୍ରତିଷ୍ଠା ହେବ ସନ୍ନି ଲିଓନଙ୍କ ମନ୍ଦିର

ପ୍ରତିଷ୍ଠା ହେବ ସନ୍ନି ଲିଓନଙ୍କ ମନ୍ଦିର

ଅନେକ ସମୟରେ ଦେଖାଯାଇଛି ଭାରତର କିଛି କଳାକାରଙ୍କୁ ତାଙ୍କ ପ୍ରଶଂସକମାନେ ଭଗବାନର ମାନ୍ୟତା ଦେଇଛନ୍ତି। ଏମିତିକି ଏମାନଙ୍କ ଉଦ୍ଦେଶ୍ୟରେ ମନ୍ଦିର ବି ପ୍ରତିଷ୍ଠା କରାଯାଇଛି।

ଫ୍ୟାଶନରେ ‘ଓଲଟା ଜିନ୍ସ’

ଫ୍ୟାଶନରେ ‘ଓଲଟା ଜିନ୍ସ’

ଭାରତୀୟ ମହିଳାମାନେ ପାଶ୍ଚାତ୍ୟ ବେଶଭୂଷା ତଥା ପୋଷାକ ପିନ୍ଧିବାକୁ ଭଲ ପାଆନ୍ତି। ଏସବୁ ମଧ୍ୟରେ ଜିନ୍ସ ସର୍ବୋଚ୍ଚ ସ୍ଥାନରେ ବୋଲି କହିପାରିବା। ଏହା ଭଳିକି ଭଳି ଡିଜାଇନ୍‌ରେ ଉପଲବ୍ଧ ହେଉଥିବାରୁ ଯୁବପୀଢ଼ୀଙ୍କ ମଧ୍ୟରେ ବହୁଳ ବ୍ୟବହାର ହୋଇଥାଏ। ବିଶେଷକରି ମହିଳାମାନଙ୍କ ପାଇଁ ଡିଜାଇନର୍‌ମାନେ ନୁଆ ନୂଆ ଫର୍ମୁଲା ଆପଣାଇଥାନ୍ତି। ନିକଟରେ ଏହି ଟ୍ରେଣ୍ଡରେ ସାମିଲ ହୋଇଛି ଓଲଟା ଜିନ୍ସ।

ସୈନ୍ୟଙ୍କ ସାଥୀ ହେବ ରୋବୋ

ସୈନ୍ୟଙ୍କ ସାଥୀ ହେବ ରୋବୋ

ଓ୍ବାଶିଂଟନ୍‌: ବୈଜ୍ଞାନିକମାନେ ନୂତନ ଜ୍ଞାନକୌଶଳ ପ୍ରୟୋଗକରି ଏକ ରୋବୋ ବିକଶିତ କରିଛନ୍ତି। ଏହା ବିଭିନ୍ନ ପରିସ୍ଥିତିରେ ସ୍ବୟଂକ୍ରିୟ ଭାବରେ କାର୍ଯ୍ୟ କରିବା ସହିତ ଯୁଦ୍ଧକ୍ଷେତ୍ରରେ ମଧ୍ୟ ଜଣେ ସୈନ୍ୟ ଭଳି ଭଙ୍ଗିମା ପ୍ରଦର୍ଶନ କରିପାରିବ। ଆମେରିକୀୟ ଆର୍ମି ରିସର୍ଚ୍ଚ ଲାବୋରେଟରି (ଏଆରଏଲ୍‌) ଏବଂ କାର୍ନିଏଜ୍‌ ମେଲନ୍‌ ୟୁନିଭର୍ସିଟିର ଗବେଷକଙ୍କ ଦ୍ୱାରା ଏଭଳି ପ୍ରଯୁକ୍ତିବିଦ୍ୟା ବିକାଶ କରାଯାଇଛି।

ଗୀତକୁ ନେଇ ଯୁଦ୍ଧ

ଗୀତକୁ ନେଇ ଯୁଦ୍ଧ

ମୁମ୍ବାଇ: ଭିନ୍ନ ଏକ ଅବତାରରେ ପୁଣିଥରେ ପ୍ରଶଂସକଙ୍କୁ ମତୁଆଲା କରିଛନ୍ତି ବଲିଉଡ୍‌ ଅଭିନେତ୍ରୀ ତଥା ଅପୂର୍ବ ସୌନ୍ଦର୍ଯ୍ୟର ରାଣୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ। ନିଜର ଅପ୍‌କମିଂ ଫିଲ୍ମ ‘ଫନି ଖାନ୍‌’ରେ ଐଶ୍ୱର୍ଯ୍ୟାଙ୍କୁ ଏକ ନୂଆ ରୂପରେ ଦେଖିବାକୁ ମିଳିବ। ଅନିଲ କପୁର, ରାଜକୁମାର ରାଓ ଏବଂ ଐଶ୍ୱର୍ଯ୍ୟାଙ୍କ ଅଭିନୀତ ‘ଫନି ଖାନ୍‌’ର ଟ୍ରେଲର୍‌ ଆସିସାରିଛି।

Model This Week

ରୂପେଶ