Dharitri News
ଅନ୍ତର୍ଜାତୀୟ |

ବମ୍ବେ-କାବୁଲ୍‌ ମଧ୍ୟରେ କାର୍ଗୋ ବିମାନ ସେବା ଆରମ୍ଭ

ବମ୍ବେ-କାବୁଲ୍‌ ମଧ୍ୟରେ କାର୍ଗୋ ବିମାନ ସେବା ଆରମ୍ଭ କାବୁଲ,୨୭।୧୨: ବମ୍ବେ-କାବୁଲ୍‌ କାର୍ଗୋ ବିମାନ ସେବା ବୁଧବାର ଆରମ୍ଭ ହୋଇଛି। ଏହାଦ୍ୱାରା ଦୁଇଦେଶ ମଧ୍ୟରେ ଦ୍ୱିପାକ୍ଷିକ ସହଯୋଗ ସୁଦୃଢ଼ ହୋଇପାରିବ ବୋଲି ଆଫଗାନୀସ୍ତାନ ଉପରାଷ୍ଟ୍ରପତି ମହମ୍ମଦ ସରଓ୍ବାର ଦାନିଶ୍‌ ସୂଚିତ କରିଛନ୍ତି। ଏହି କାର୍ଗୋ ବିମାନ ସେବା ମାଧ୍ୟମରେ ରପ୍ତାନୀ ବୃଦ୍ଧି ହେବାର ଯଥେଷ୍ଟ ସମ୍ଭାବନା ରହିଥିବା ସେ ସୂଚିତ କରିଛନ୍ତି। ପୂର୍ବରୁ ଗତ ଜୁନ୍‌ରେ କାବୁଲ୍‌ ଓ ନୂଆଦିଲ୍ଲୀ ମଧ୍ୟରେ କାର୍ଗୋ ବିମାନ ସେବା ଆରମ୍ଭ କରାଯାଇଥିଲା। ବର୍ତ୍ତମାନ ସୁଦ୍ଧା ଆଫଗାନୀସ୍ତାନ ଭାରତକୁ ୧,୬୦୦ ଟନ୍‌ ଫଳ ରପ୍ତାନୀ କରିଛି। ଏହାର ମୂଲ୍ୟ ପ୍ରାୟ ୨୦ ନିୟୁତ ଡଲାର ହେବ।

ଅନ୍ତର୍ଜାତୀୟ |

ଗିରଫ ଭୟରେ ହାଫିଜ୍‌ କୋର୍ଟ ଦ୍ୱାରସ୍ଥ

ଗିରଫ ଭୟରେ ହାଫିଜ୍‌ କୋର୍ଟ ଦ୍ୱାରସ୍ଥ

ଲାହୋର/ନୂଆଦିଲ୍ଲୀ, ୨୪।୧: ଗିରଫ ହେବା ଭୟରେ ୨୬/୧୧ ବମ୍ବେ ଆକ୍ରମଣର ମାଷ୍ଟରମାଇଣ୍ଡ ହାଫିଜ ସୟିଦ ପାକିସ୍ତାନର ଲାହୋର ଉଚ୍ଚ ନ୍ୟାୟାଳୟରେ ଏକ ପିଟିଶନ ଦାଏର କରିଛନ୍ତି। ଭାରତ ଏବଂ ଆମେରିକା ଚାପରେ ପାକିସ୍ତାନ ସରକାର ତାଙ୍କୁ ଗିରଫ କରିପାରନ୍ତି।

ସିରିୟାରେ ୪୦ ମାସ ମଧ୍ୟରେ ୧୦ହଜାର ମୃତ

ସିରିୟାରେ ୪୦ ମାସ ମଧ୍ୟରେ ୧୦ହଜାର ମୃତ

ଡାମାସ୍‌କସ୍‌,୨୪।୧: ଆତଙ୍କବାଦୀ ସଂଗଠନ(ଆଇଏସ୍‌)ର ପ୍ରାଦୁର୍ଭାବକୁ ସିରିୟାରୁ ଶେଷ କରିବା ପାଇଁ ଆମେରିକା ପଦକ୍ଷେପ ଦ୍ୱାରା ୧୦ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ଏମାନଙ୍କ ମଧ୍ୟରେ ୨,୮୧୫ ଜଣ ବେସାମରିକ ବ୍ୟକ୍ତି, ୬୫୫ଶିଶୁ ଓ ୭,୩୯୬ ଆତଙ୍କବାଦୀ ସାମିଲ ଅଛନ୍ତି।

ଲିବ୍ୟାରେ ଦୁଇ କାର୍‌ବୋମା ବିସ୍ଫୋରଣ: ୨୭ ମୃତ

ଲିବ୍ୟାରେ ଦୁଇ କାର୍‌ବୋମା ବିସ୍ଫୋରଣ: ୨୭ ମୃତ

ବେଙ୍ଘାଜି, ୨୪।୧: ଲିବ୍ୟାର ବେଙ୍ଘାଜିଠାରେ ଦୁଇଟି କାର୍‌ବୋମା ବିସ୍ଫୋରଣରେ ୨୭ ଜଣଙ୍କ ମୃତ୍ୟୁ ଘଟିଛି। ଏହାସହ ୩୦ଜଣ ଗୁରୁତର ଆହତ ହୋଇଛନ୍ତି।

ଆତଙ୍କବାଦ ଓ ଜଳବାୟୁ ପରିବର୍ତ୍ତନ ବିଶ୍ୱ ପାଇଁ ସୃଷ୍ଟି କରିଛି ଆହ୍ବାନ

ଆତଙ୍କବାଦ ଓ ଜଳବାୟୁ ପରିବର୍ତ୍ତନ ବିଶ୍ୱ ପାଇଁ ସୃଷ୍ଟି କରିଛି ଆହ୍ବାନ

ଡାଭୋସ୍‌, ୨୩।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୁଇଜରଲାଣ୍ଡର ଡାଭୋସ୍‌ରେ ଅନ୍ତର୍ଜାତୀୟ ବ୍ୟବସାୟିକ ପରିଷଦ ଉଦ୍‌ଘାଟନୀ ଉତ୍ସବରେ ମଙ୍ଗଳବାର ନିଜ ବକ୍ତବ୍ୟ ରଖିଛନ୍ତି।

ଆମେରିକାରେ ଭୂକମ୍ପ: ସୁନାମୀ ଚେତାବନୀ

ଆମେରିକାରେ ଭୂକମ୍ପ: ସୁନାମୀ ଚେତାବନୀ

ଓ୍ବାଶିଂଟନ,୨୩।୧: ଆମେରିକାର ଆଲାସ୍କା ଉପକୂଳରେ ମଙ୍ଗଳବାର ଏକ ଭୂକମ୍ପ ଅନୁଭୂତ ହୋଇଛି। ଭୂବିଜ୍ଞାନିଙ୍କ ସର୍ଭେ ଅନୁଯାୟୀ ରିକ୍ଟର ସ୍କେଲରେ ଏହାର ତୀବ୍ରତା ୮.୨ ରହିଛି। ଏହାକୁ ଦେଖି ତୁରନ୍ତ ସୁନାମୀ ଚେତାବନୀ ଦିଆଯାଇଛି। ଆଲାସ୍କାର କିଛି ଅଂଶ ଓ କାନାଡାରେ ଏନେଇ ସତର୍କ ସୂଚନା ଦିଆଯାଇଛି।

ବୟସ ୭ ବର୍ଷ, କାମ ହୋମ୍‌ ଡେଲିଭରି

ବୟସ ୭ ବର୍ଷ, କାମ ହୋମ୍‌ ଡେଲିଭରି

ପେଇଚିଙ୍ଗ,୨୩।୧: ସୋସିଆଲ ମିଡିଆରେ ଏବେ ଜଣେ ୭ ବର୍ଷ ପିଲାର ଭିଡିଓ ଭାଇରାଲ୍‌ ହେବାରେ ଲାଗିଛି। ଛୋଟ ପିଲାଟି ଘର ଘର ବୁଲି ଜିନିଷ ବିତରଣ କରୁଛି। ଯେଉଁ ବୟସରେ ସ୍କୁଲ ବ୍ୟାଗ୍‌ କାନ୍ଧରେ ପକାଇବା କଥା ସେ ବୟସରେ ଶିଶୁଟି ବିଭିନ୍ନ ଜିନିଷର ବୋଝ ବୋହି ହୋମ୍‌ ଡେଲିଭରି ଦେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି।

ସୀମାରେ ପାକ୍‌ ସେନା ମୁଖ୍ୟ

ସୀମାରେ ପାକ୍‌ ସେନା ମୁଖ୍ୟ

ଇସଲାମାବାଦ,୨୩।୧: ଭାରତ ପାକିସ୍ତାନ ମଧ୍ୟରେ ଚାଲିଥିବା ଗୁଳିଗୋଳା ବିନିମୟରେ ଅଶାନ୍ତି ଲାଗି ରହିଛି। ଇତି ମଧ୍ୟରେ ପାକ୍‌ ସେନା ମୁଖ୍ୟ ଜେନେରାଲ୍‌ କମର ଜାବେଦ୍‌ ବାଜଓ୍ବା ସୀମାରେ ମୁତୟନ ଥିବା ପାକ୍‌ ସେନାଙ୍କୁ ଭେଟିଛନ୍ତି।

ଫିଲିପାଇନ୍ସର ସର୍ବାଧିକ ସକ୍ରିୟ ଜ୍ୱାଳାମୁଖୀ

ଫିଲିପାଇନ୍ସର ସର୍ବାଧିକ ସକ୍ରିୟ ଜ୍ୱାଳାମୁଖୀ

ମାନିଲା,୨୩।୧: ଫିଲିପାଇନ୍ସର ସବୁଠାରୁ ସକ୍ରିୟ ଜ୍ୱାଳାମୁଖୀ ମାଉଣ୍ଟ ମେୟନ୍‌ ପାହାଡ଼ରେ ସୋମବାର ବିଳମ୍ବିତ ରାତିରେ ଦେଖିବାକୁ ମିଳିଛି। ଏହାର ପ୍ରଭାବରେ ଆକାଶକୁ ବହୁ ପରିମାଣର ଧୂଆଁ ଓ ପାଉଁଶ ଉଠୁଥିବା ଦେଖିବାକୁ ମିଳିଥିଲା। ସମୁଦ୍ର ପତ୍ତନଠାରୁ ଏହା ୨୪୬୨ ମିଟର ଉଚ୍ଚରେ ଅବସ୍ଥିତ।

ଚାଇନା ତିଆରି କରିବ ନିଜସ୍ବ ମ୍ୟାନଗ୍ରୁଭ୍‌ ମ୍ୟୁଜିୟମ୍‌

ଚାଇନା ତିଆରି କରିବ ନିଜସ୍ବ ମ୍ୟାନଗ୍ରୁଭ୍‌ ମ୍ୟୁଜିୟମ୍‌

ବେଜିଂ,୨୩।୧: ଚାଇନା ସେନ୍‌ଜେନ୍‌ରେ ଏକ ନିଜସ୍ବ ପାଣିକୂଳ କାଦୁଅ ପଙ୍କରେ ମାଟି ଉପରକୁ ଚେର କାଢି ବଢୁଥିବା ଗ୍ରୀଷ୍ମମଣ୍ଡଳୀୟ ଗଛର ସଂଗ୍ରହାଳୟ (ମ୍ୟାନଗ୍ରୁଭ୍‌ ମ୍ୟୁଜିୟମ)ତିଆରି କରିବ।

 ଆମେରିକା ଉପରେ ଆଣବିକ ଆକ୍ରମଣ କରିବ ଉତ୍ତରକୋରିଆ: ସିଆଇଏ

ଆମେରିକା ଉପରେ ଆଣବିକ ଆକ୍ରମଣ କରିବ ଉତ୍ତରକୋରିଆ: ସିଆଇଏ

ଓ୍ବାଶିଂଟନ, ୨୩।୧: ଆମେରିକା ଉପରେ ଆଗାମୀ କିଛି ମାସ ମଧ୍ୟରେ ଉତ୍ତରକୋରିଆ ଆଣବିକ ଆକ୍ରମଣ କରିବାର ଆଶଙ୍କା ରହିଛି। ଏ ସମ୍ପର୍କରେ ଆମେରିକା ସେଣ୍ଟ୍ରାଲ ଇଣ୍ଟେଲଜେନ୍ସ ଏଜେନ୍ସି(ସିଆଇଏ) ପକ୍ଷରୁ ସୂଚିତ କରାଯାଇଛି।

 ପାକିସ୍ତାନ ଉପରେ ବଢ଼ିଲା ଆମେରିକା ଚାପ

ପାକିସ୍ତାନ ଉପରେ ବଢ଼ିଲା ଆମେରିକା ଚାପ

ଓ୍ବାଶିଂଟନ, ୨୩।୧: ଆଫଗାନୀସ୍ଥାନ କାବୁଲର ହୋଟେଲରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଘଟଣାରେ ପାକିସ୍ତାନ ଉପରେ ଆମେରିକାର ଚାପ ବଢ଼ିବାରେ ଲାଗିଛି।

କଲମ୍ବିଆ ଭୂସ୍ଖଳନ: ୧୩ ମୃତ

କଲମ୍ବିଆ ଭୂସ୍ଖଳନ: ୧୩ ମୃତ

ବୋଗୋଟା,୨୨।୧: କଲମ୍ବିଆରେ ହୋଇଥିବା ଭୂସ୍ଖଳନରେ ଏକ ବସ୍‌ ଖାଲ ମଧ୍ୟକୁ ଖସି ପଡିବା ଫଳରେ ଜଣେ ଶିଶୁ ସମେତ ୧୩ ଜଣଙ୍କ ମୃତ୍ୟୁ ଘଟିଛି। ଘଟଣାଟି ତୁକେରେସ୍‌ ସହର ନିକଟ ବାଲେ ଅଞ୍ଚଳରେ ଘଟିଛି।