ଜାତୀୟ |

ଫାଇବର ଗ୍ରୀଡ୍‌-ଡ୍ରୋନ୍‌ ପ୍ରକଳ୍ପ ଲୋକାର୍ପିତ

ଫାଇବର ଗ୍ରୀଡ୍‌-ଡ୍ରୋନ୍‌ ପ୍ରକଳ୍ପ ଲୋକାର୍ପିତ

ଅମରାବତୀ,୨୭।୧୨: ଆନ୍ଧ୍ରପ୍ରଦେଶ ଅମରାବତୀଠାରେ ବୁଧବାର ରାଷ୍ଟ୍ରପତି ରାମନାଥ କୋବିନ୍ଦ ଫାଇବର ଗ୍ରୀଡ୍‌ ଓ ଡ୍ରୋନ୍‌ ପ୍ରକଳ୍ପ ଲୋକାର୍ପିତ କରିଛନ୍ତି। ଏହି ଅବସରରେ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ଇ.ଏସ୍‌.ଏଲ୍‌ ନରସିଂହନ୍‌, ମୁଖ୍ୟମନ୍ତ୍ରୀ ଏନ୍‌.ଚନ୍ଦ୍ରବାବୁ ନାଇଡୁ ଓ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ଫାଇବର ଗ୍ରୀଡ୍‌ ଉଚ୍ଚ କ୍ଷମତା ତଥା ଗୁଣବତ୍ତାଯୁକ୍ତ ନେଟ୍‌ଓ୍ବାର୍କ ଭିତ୍ତିଭୂମି ସ୍ଥାପନ କରିବାକୁ ସକ୍ଷମ ହେବ। ଏହାଦ୍ୱାରା ୨୦୧୮ ସୁଦ୍ଧା ରାଜ୍ୟରେ ସାଧାରଣ ଲୋକଙ୍କୁ ୧୫ ଏମ୍‌ବିପିଏସ୍‌ରେ ବ୍ରୋଡ୍‌ ବ୍ୟାଣ୍ଡ୍‌ ଡାଟା ଯୋଗାଇ ଦିଆଯିବା ସହିତ ବିଭିନ୍ନ ସଂସ୍ଥାକୁ ୧୦୦ଏମ୍‌ବିପିଏସ୍‌ରୁ ୧ ଜିବିପିଏସ୍‌ ପର୍ଯ୍ୟନ୍ତ ଡାଟା ଯୋଗାଇ ଦିଆଯିବ। ଆନ୍ଧ୍ରପ୍ରଦେଶରେ ଡିଜିଟାଲ କ୍ଷେତ୍ରକୁ ସଶକ୍ତ କରିବା ପାଇଁ ଭାରତ ସରକାର ତଥା ବିଭିନ୍ନ ଘରୋଇ କ୍ଷେତ୍ରଙ୍କ ମିଳିତ ସହଯୋଗରେ ଏହି ଯୋଜନା କାର୍ଯ୍ୟକାରୀ ହେବ। ସେହିପରି ଡ୍ରୋନ୍‌ ପ୍ରକଳ୍ପ ଦ୍ୱାରା ରାଜ୍ୟରେ ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ବିକଶିତ କରାଯାଇପାରିବ। ଏହା ସହାୟତାରେ ଟ୍ରାଫିକ୍‌ ନିୟନ୍ତ୍ରଣ ହେବା ସହିତ ଅପରାଧୀକ କାର୍ଯ୍ୟକଳାପକୁ ରୋକାଯାଇ ପାରିବ। ଡ୍ରୋନ୍‌ ପ୍ରକଳ୍ପ ମାଧ୍ୟମରେ ପର୍ଯ୍ୟଟନ, କୃଷି, ଖଣି, ଜଙ୍ଗଲ ଏବଂ ଜଳସେଚନ ଆଦି କ୍ଷେତ୍ରକୁ ବିକଶିତ କରାଯାଇ ପାରିବ।

All Right Reserved By

ଜାତୀୟ |

୩୦ ହଜାର ପାକିସ୍ତାନୀ ଭାରତରେ କିଣି ପାରନ୍ତି ସମ୍ପତ୍ତି

୩୦ ହଜାର ପାକିସ୍ତାନୀ ଭାରତରେ କିଣି ପାରନ୍ତି ସମ୍ପତ୍ତି

ନୂଆଦିଲ୍ଲୀ,୧୭।୭: କେନ୍ଦ୍ର ସରକାର ୨୦୧୮ରେ ୬ହଜାର ୯୨ ଜଣ ପାକିସ୍ତାନୀଙ୍କୁ ଲଙ୍ଗ ଟର୍ମ ଭିଜା(ଏଲ୍‌ଟିଭି) ପ୍ରଦାନ କରିଛନ୍ତି। ୨୦୧୧ରୁ ଏପର୍ଯ୍ୟନ୍ତ ପ୍ରାୟ ୩୦ ହଜାର ପାକିସ୍ତାନୀଙ୍କୁ ଏହି ଭିଜା ପ୍ରଦାନ କରାଗଲା

ସ୍ତ୍ରୀଙ୍କ ମୃତଦେହ ନିକଟରେ ୭ ଦିନ ବସିବା ପରେ ଟଳିପଡିଲେ ସ୍ବାମୀ

ସ୍ତ୍ରୀଙ୍କ ମୃତଦେହ ନିକଟରେ ୭ ଦିନ ବସିବା ପରେ ଟଳିପଡିଲେ ସ୍ବାମୀ

ବେଙ୍ଗାଲୁରୁ,୧୭।୭: କର୍ନାଟକର କରଓ୍ବାଡରେ ଘଟିଛି ଏକ ଅଭାବନୀୟ ଘଟଣା। ୧୦ ଦିନ ତଳେ ଗିରିଜା ନାମ୍ନୀ ଜଣେ ମହିଳାଙ୍କର ହୃଦଘାତ ଯୋଗୁ ମୃତ୍ୟୁ ହୋଇଥିଲା।

ମଧ୍ୟାହ୍ନ ଭୋଜନ ମାଗିବାରୁ ମିଳିଲା ମାଡ଼: ୭ ଛାତ୍ର ଆହତ

ମଧ୍ୟାହ୍ନ ଭୋଜନ ମାଗିବାରୁ ମିଳିଲା ମାଡ଼: ୭ ଛାତ୍ର ଆହତ

ଜୟପୁର,୧୭।୭: ରାଜସ୍ଥାନ ଦୌସା ଜିଲା ବାନ୍ଦିକୁରରେ ଘଟିଛି ଏକ ଅଘଟଣ। ସ୍ଥାନୀୟ ଭାଂବତା-ଭାଂବତି ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଛାତ୍ରମାନେ ପ୍ରଧାନଶିକ୍ଷକଙ୍କୁ ମଧ୍ୟାହ୍ନ ଭୋଜନ ମାଗିବାରୁ ତାଙ୍କୁ ମାଡ଼ ଦିଆଯିବା ସହିତ ଆଣ୍ଠେଇ ବସିବାକୁ କୁହାଯାଇଛି।

ଦାମୀ ସେଲିବ୍ରିଟି ତାଲିକାରୁ ବାଦ୍‌ ପଡିଲେ ଶାହାରୁଖ୍‌

ଦାମୀ ସେଲିବ୍ରିଟି ତାଲିକାରୁ ବାଦ୍‌ ପଡିଲେ ଶାହାରୁଖ୍‌

ମୁମ୍ବାଇ/ନ୍ୟୁୟର୍କ,୧୭।୭: ଫୋର୍ବସ୍‌ ପ୍ରକାଶ କରିଛି ବିଶ୍ୱର ଶହେ ଦାମୀ ସିଲିବ୍ରିଟିଙ୍କ ତାଲିକା। ଏଥିରେ ଅକ୍ଷୟ କୁମାର ଓ ସଲମାନ ଖାଁ ସ୍ଥାନ ପାଇଛନ୍ତି। ଅକ୍ଷୟ ୭୬ତମ ସ୍ଥାନରେ ଥିବା ବେଳେ ସଲମାନ ରହିଛନ୍ତି ୮୨ ତମ ସ୍ଥାନରେ। ହେଲେ କିଙ୍ଗ ଖାଁ ଶାହାରୁଖଙ୍କ ନାଁ ଏହି ତାଲିକାରୁ ବାଦ୍‌ ପଡିଛି, ଯାହା ତାଙ୍କ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଛି।

୧୨ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର କରୁଥିଲେ ୨୨ ବ୍ୟକ୍ତି

୧୨ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର କରୁଥିଲେ ୨୨ ବ୍ୟକ୍ତି

ଚେନ୍ନାଇ,୧୭।୭: ଚେନ୍ନାଇ ଆୟାନବରମ ଅଞ୍ଚଳରେ ଜଣେ ୧୨ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର କରିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ପୀଡିତାଙ୍କୁ ୨୨ ଜଣ ବ୍ୟକ୍ତି ଦୀର୍ଘ ୭ ମାସ ହେବ ବଳାତ୍କାର କରି ଆସୁଥିବା ଜଣାପଡିଛି।

ସେନା ବାହିନୀର ହେବ ପୁନର୍ଗଠନ: ହଟିବ ବ୍ରିଗେଡିଅର ପଦ

ସେନା ବାହିନୀର ହେବ ପୁନର୍ଗଠନ: ହଟିବ ବ୍ରିଗେଡିଅର ପଦ

ନୂଆଦିଲ୍ଲୀ,୧୭।୭: ଖୁବ୍‌ ଶୀଘ୍ର ସେନା ବାହିନୀର ପୁନର୍ଗଠନ କରାଯିବ। ଏନେଇ ପ୍ରସ୍ତୁତ ହୋଇଛି ଯୋଜନା। ସେନାର କାର୍ଯ୍ୟକାରୀତା ବୃଦ୍ଧି ଲାଗି ଏପରି କରାଯାଉଥିବା କୁହାଯାଉଛି।

ଭାଜପା ସଂକୀର୍ଣ୍ଣମନା: ଥରୁର୍‌

ଭାଜପା ସଂକୀର୍ଣ୍ଣମନା: ଥରୁର୍‌

ତିରୁଅନନ୍ତପୁରମ୍‌,୧୭।୭: ବରିଷ୍ଠ କଂଗ୍ରେସ ନେତା ଶଶୀ ଥରୁର ମଙ୍ଗଳବାର ଭାଜପାକୁ ସଂକୀର୍ଣ୍ଣମନା କହି ସମାଲୋଚନା କରିଛନ୍ତି। ଏହା ବ୍ୟତୀତ ଧର୍ମ ଆଧାରରେ ଭାଜପା ଲୋକଙ୍କୁ ବିଭାଜିତ କରୁଥିବା ମଧ୍ୟ ସେ କହିଛନ୍ତି।

ପ୍ରତିବର୍ଷ ୧୦ ଲକ୍ଷ ଯୁବବର୍ଗଙ୍କୁ ଦିଆଯିବ ସୈନ୍ୟ ପ୍ରଶିକ୍ଷଣ

ପ୍ରତିବର୍ଷ ୧୦ ଲକ୍ଷ ଯୁବବର୍ଗଙ୍କୁ ଦିଆଯିବ ସୈନ୍ୟ ପ୍ରଶିକ୍ଷଣ

ନୂଆଦିଲ୍ଲୀ,୧୭।୭: ପ୍ରତିବର୍ଷ ଦେଶର ୧୦ ଲକ୍ଷ ଯୁବବର୍ଗଙ୍କୁ ସୈନ୍ୟ ପ୍ରଶିକ୍ଷଣ ମିଳିବ। ଏନେଇ ଏକ ଯୋଜନା ଉପରେ କେନ୍ଦ୍ର ସରକାର ବିଚାର କରୁଛନ୍ତି। ୧୦ମ ଏବଂ ଦ୍ୱାଦଶ ଶ୍ରେଣୀ ଶିକ୍ଷାର୍ଥୀଙ୍କୁ ଏ ସମ୍ପର୍କିତ ଆବଶ୍ୟକ ପ୍ରଶିକ୍ଷଣ ଯୋଗାଇ ଦିଆଯିବ।

ମୋଦିଙ୍କ ନାମରେ ଭୋଟ୍‌ ମାଗୁଛନ୍ତି ପାକିସ୍ତାନ ନେତା

ମୋଦିଙ୍କ ନାମରେ ଭୋଟ୍‌ ମାଗୁଛନ୍ତି ପାକିସ୍ତାନ ନେତା

ନୂଆଦିଲ୍ଲୀ/ଇସ୍‌ଲାମାମବାଦ,୧୭।୭: ଆସନ୍ତା ୨୫ରେ ପାକିସ୍ତାନରେ ହେବାକୁଥିବା ସାଧାରଣ ନିର୍ବାଚନକୁ ନେଇ ରାଜନୈତିକ ମାହୋଲ୍‌ ସର୍‌ଗରମ୍‌ ହୋଇ ଉଠିଛି। ହେଲେ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ପ୍ରଚାର ସମୟରେ ବିଜୁଳି, ପାଣି, ସଡ଼କ, ଦାରିଦ୍ର୍ୟତା, ଆତଙ୍କବାଦ ଆଦିକୁ ଯେତିକି ଯୋର୍‌ ଦିଆ ନ ଯାଉଛି ତା’ଠାରୁ ଅଧିକ ଚର୍ଚ୍ଚା ହେଉଛି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ।

ଗୋ ସୁରକ୍ଷା ନାମରେ ହିଂସା: ନିୟମ ଲାଗୁ କରିବାକୁ ପରାମର୍ଶ ଦେଲେ ସୁପ୍ରିମ୍‌କୋର୍ଟ

ଗୋ ସୁରକ୍ଷା ନାମରେ ହିଂସା: ନିୟମ ଲାଗୁ କରିବାକୁ ପରାମର୍ଶ ଦେଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ,୧୭।୭: ଗୋ ସୁରକ୍ଷା ନାମରେ ଦେଶରେ ହେଉଥିବା ହିଂସାକୁ ସହ୍ୟ କରାଯିବ ନାହିଁ। ଏନେଇ ସରକାର ନୂଆ ନିୟମ ଲାଗୁ କରନ୍ତୁ। ଏସମ୍ପର୍କିତ ଏକ ମାମଲାର ବିଚାର କରି ମଙ୍ଗଳବାର ସୁପ୍ରିମ୍‌କୋର୍ଟ କେନ୍ଦ୍ର ସରକାରଙ୍କୁ ଏପରି ପରାମର୍ଶ ଦେଇଛନ୍ତି।

କଏଦୀମାନେ କାମ କରୁଥିବା ରେଷ୍ଟୁରାଣ୍ଟକୁ ପସନ୍ଦ କରୁଛନ୍ତି ପର୍ଯ୍ୟଟକ

କଏଦୀମାନେ କାମ କରୁଥିବା ରେଷ୍ଟୁରାଣ୍ଟକୁ ପସନ୍ଦ କରୁଛନ୍ତି ପର୍ଯ୍ୟଟକ

ଶିମ୍‌ଲା,୧୭।୭: ହିମାଚଳ ପ୍ରଦେଶରେ ଖୋଲା ଆକାଶ ତଳେ ହୋଇଥିବା ଏକ ଜେଲ କାଫେକୁ ପସନ୍ଦ କରୁଛନ୍ତି ଅଧିକାଂଶ ପର୍ଯ୍ୟଟକ। ପ୍ରାୟ ୧୩୫ ଜଣ କଏଦୀ ଶିମ୍‌ଲା, ନହାନ, ଧର୍ମଶାଳା ଭଳି ୬ଟି ମୋବାଇଲ ଭ୍ୟାନରେ ଏମିତି କାମ କରୁଛନ୍ତି।

ମାଓବାଦୀ ବିରୋଧୀ ଅଭିଯାନ: ଗରିଲା ଯୁଦ୍ଧ ତାଲିମ୍‌ ନେବେ ୫ଶହ ଯବାନ

ମାଓବାଦୀ ବିରୋଧୀ ଅଭିଯାନ: ଗରିଲା ଯୁଦ୍ଧ ତାଲିମ୍‌ ନେବେ ୫ଶହ ଯବାନ

ରାୟପୁର,୧୭।୭: ଛତିଶଗଡ଼ରେ ମାଓବାଦୀ ବିରୋଧୀ ଅଭିଯାନରେ ସାମିଲ୍‌ ଥିବା ଯବାନଙ୍କୁ ଗରିଲା ଯୁଦ୍ଧ ତାଲିମ୍‌ ଦିଆଯିବ। ଏନେଇ ୫ଶହ ଯବାନଙ୍କୁ ଜୁଲାଇ ଶେଷ ସୁଦ୍ଧା ତାଲିମ୍‌ ଲାଗି ଆସାମ ପଠାଯିବ।

Model This Week

ରୂପେଶ