ଜାତୀୟ |

ଗୁଜରାଟ କ୍ୟାବିନେଟ୍‌ରେ ସ୍କୁଲ ଶିକ୍ଷା ଶେଷ କରି ନ ଥିବା ୯ ମନ୍ତ୍ରୀ

ଗୁଜରାଟ କ୍ୟାବିନେଟ୍‌ରେ ସ୍କୁଲ ଶିକ୍ଷା ଶେଷ କରି ନ ଥିବା ୯ ମନ୍ତ୍ରୀ

ଗାନ୍ଧିନଗର,୨୭।୧୨: ଗୁଜରାଟ କ୍ୟାବିନେଟ୍‌ରେ ସ୍କୁଲ ଶିକ୍ଷା ଶେଷ କରି ନ ଥିବା ୯ କ୍ୟାବିନେଟ୍‌ ମନ୍ତ୍ରୀ ରହିଛନ୍ତି। ସେମାନଙ୍କର ଶିକ୍ଷାଗତ ଯୋଗ୍ୟତା ୫ମରୁ ଦ୍ୱାଦଶ ମଧ୍ୟରେ ରହିଥିବା ଦର୍ଶାଯାଇଛି। ସେହିପରି ୯ ଜଣ ମନ୍ତ୍ରୀ ସ୍ନାତ୍ତକ ଶିକ୍ଷା ସମାପ୍ତ କରିଥିବାବେଳେ ଜଣେ ଇଲେକ୍ଟିକାଲ୍‌ ଇଞ୍ଜିନିୟରିଂରେ ଡିପ୍ଲୋମା କରିଥିବା ଦର୍ଶାଇଛନ୍ତି। ୨୦ଜଣ ମନ୍ତ୍ରୀଙ୍କର ହାରାହାରି ସମ୍ପତ୍ତି ପରିମାଣ ୧୩.୩୪ କୋଟି ଟଙ୍କା ଥିବା ଦର୍ଶାଯାଇଛି। ସେମାନଙ୍କ ମଧ୍ୟରେ ୧୮ ଜଣ କୋଟିପତି ଅଛନ୍ତି। ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀଙ୍କ କ୍ୟାବିନେଟ୍‌ରେ ଜଣେ ମହିଳା ମନ୍ତ୍ରୀ ଅଛନ୍ତି। ସେହିପରି ସୌରଭ ଓ୍ବଶବନ୍ତ ଭାଇ ଦଲାଲ ପଟେଲ କ୍ୟାବିନେଟ୍‌ର ଧନୀ ମନ୍ତ୍ରୀ। ତାଙ୍କର ସମ୍ପତ୍ତି ପରିମାଣ ୧୨୩.୭୮ କୋଟି ଟଙ୍କା ରହିଛି। ସେହିପରି ଦ୍ୱିତୀୟ ସ୍ଥାନରେ ଥିବା ପରଷୋତ୍ତମଭାଇ ଓଧବଜୀ ଭାଇ ସୋଲାଙ୍କିଙ୍କ ସମ୍ପତ୍ତି ପରିମାଣ ୪୫.୯ କୋଟି ଟଙ୍କା ରହିଛି। ତାଲିକାର ତୃତୀୟସ୍ଥାନରେ ଥିବା ରାଦାଦିୟା ଜୟେଶଭାଇ ଭିଟଲଭାଇଙ୍କ ସମ୍ପତ୍ତି ପରିମାଣ ୨୮.୫ କୋଟି ଟଙ୍କା ରହିଛି। କ୍ୟାବିନେଟ୍‌ ମନ୍ତ୍ରୀଙ୍କ ମଧ୍ୟରେ ଖାବଡ଼ ବାଚୁଭାଇ ମଙ୍ଗନଭାଇଙ୍କ ସମ୍ପତ୍ତି ପରିମାଣ ସବୁଠାରୁ କମ୍‌ ରହିଛି। ଏହା ୩୫.୪୫ ଲକ୍ଷ ଟଙ୍କା ବୋଲି ଦର୍ଶାଯାଇଛି।

All Right Reserved By

Model This Week

Model This Week

ଜାତୀୟ |

୬୦ ମାଓବାଦୀଙ୍କ ଆତ୍ମ ସମର୍ପଣ

୬୦ ମାଓବାଦୀଙ୍କ ଆତ୍ମ ସମର୍ପଣ

ନାରାୟଣପୁର,୨୬।୪: ଛତିଶଗଡ଼ ନାରାୟଣପୁରରେ ଅବୁଜମାରର ୬୦ଜଣ ମାଓବାଦୀ ୭ଟି ରାଇଫଲ ସହ ଗୁରୁବାର ବସ୍ତର ଆଇଜି ବିବେକାନନ୍ଦ ସିହ୍ନାଙ୍କ ନିକଟରେ ଆତ୍ମ ସମର୍ପଣ କରିଛନ୍ତି।

ମିଛ କହୁଛି ଗୁଗୁଲ୍‌

ମିଛ କହୁଛି ଗୁଗୁଲ୍‌

ନୂଆଦିଲ୍ଲୀ,୨୬।୪: ବର୍ତ୍ତମାନ ସମୟରେ କୌଣସି ପ୍ରଶ୍ନର ଉତ୍ତର ଚାହୁଁଥିଲେ ସମସ୍ତେ ପ୍ରାୟ ଗୁଗୁଲ୍‌ ସର୍ଚ୍ଚ କରିଥାଆନ୍ତି। ବେଳେବେଳେ ଏଥିରେ କିଛି ଭୁଲ ଉତ୍ତର ଆସିଥିବା ମଧ୍ୟ ଅନେକଙ୍କ ନଜରକୁ ଆସିଛି।

ବିଚାରଧୀନ କଏଦି ମୂଲଲାଗି ପୋଷୁଛନ୍ତି ପରିବାର

ବିଚାରଧୀନ କଏଦି ମୂଲଲାଗି ପୋଷୁଛନ୍ତି ପରିବାର

ଅଟଓ୍ବା, ୨୬।୪ : ଉତ୍ତରପ୍ରଦେଶ ଅଟଓ୍ବାର ଜିଲା କାରାଗାରରେ ବନ୍ଦୀ ଜୀବନ କାଟୁଥିବା ୨ଶହରୁ ଅଧିକ ବିଚାରଧୀନ କଏଦିଙ୍କ ସମ୍ପର୍କରେ ତଥ୍ୟ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସେମାନେ କାରାଗାର ମଧ୍ୟରେ ମୂଲ ଲାଗି ପାଉଥିବା ପାରିଶ୍ରମିକକୁ ତାଙ୍କ ପରିବାର ନିକଟକୁ ପଠାଇଥାନ୍ତି। ଏହି ଅର୍ଥରେ ସେମାନଙ୍କ ପରିବାର ପ୍ରତିପାଳିତ ହେଉଛନ୍ତି।

ତ୍ରାଲ ଗୁଳି ବିନିମୟ: ଜୈସ-ଏ-ମହମ୍ମଦ କମାଣ୍ଡର ମୃତ

ତ୍ରାଲ ଗୁଳି ବିନିମୟ: ଜୈସ-ଏ-ମହମ୍ମଦ କମାଣ୍ଡର ମୃତ

ଜମ୍ମୁ-କଶ୍ମୀର,୨୬।୪: ଜମ୍ମୁ-କଶ୍ମୀର ତ୍ରାଲ ଜଙ୍ଗଲରେ ମଙ୍ଗଳବାର ହୋଇଥିବା ଗୁଳିବିନିମୟରେ ନିହତ ହୋଇଥିବା ୪ ଆତଙ୍କବାଦୀଙ୍କ ମଧ୍ୟରୁ ଜଣେ ଜୈସ-ଏ-ମହମ୍ମଦ କମାଣ୍ଡର ବୋଲି ଗୁରୁବାର ଜମ୍ମୁ-କଶ୍ମୀର ପୋଲିସ ସୂଚନା ଦେଇଛି

ମଧ୍ୟପ୍ରଦେଶ କଂଗ୍ରେସର ଅଧ୍ୟକ୍ଷ ହେଲେ କମଲନାଥ

ମଧ୍ୟପ୍ରଦେଶ କଂଗ୍ରେସର ଅଧ୍ୟକ୍ଷ ହେଲେ କମଲନାଥ

ନୂଆଦିଲ୍ଲୀ,୨୬।୪: ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି କଂଗ୍ରେସ ନିଜକୁ ପ୍ରସ୍ତୁତ କରିବାରେ ଲାଗିଛି। ପାର୍ଟି ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମଧ୍ୟପ୍ରଦେଶ କଂଗ୍ରେସର ଅଧ୍ୟକ୍ଷ ଭାବେ କମଲନାଥଙ୍କୁ ନିଯୁକ୍ତ କରିଛନ୍ତି।

ଭାଇରାଲ ହେଉଛି ତେଜପ୍ରତାପ-ଐଶ୍ୱର୍ଯ୍ୟାଙ୍କ ବାହାଘର କାର୍ଡ

ଭାଇରାଲ ହେଉଛି ତେଜପ୍ରତାପ-ଐଶ୍ୱର୍ଯ୍ୟାଙ୍କ ବାହାଘର କାର୍ଡ

ପାଟନା,୨୬।୪: ଆର୍‌ଜେଡି ମୁଖ୍ୟ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ଓ ରାବିଡି ଦେବୀଙ୍କ ବଡ ପୁଅ ତେଜପ୍ରତାପ ଯାଦବଙ୍କ ବାହାଘର କାର୍ଡ ଛପା ସରିଛି। ଏହି କାର୍ଡ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ମାନବ ବିହୀନ ରେଳ ଫାଟକ ଯୋଗୁ ଘଟୁଛି ୪୦ ପ୍ରତିଶତ ରେଳ ଦୁର୍ଘଟଣା

ମାନବ ବିହୀନ ରେଳ ଫାଟକ ଯୋଗୁ ଘଟୁଛି ୪୦ ପ୍ରତିଶତ ରେଳ ଦୁର୍ଘଟଣା

ନୂଆଦିଲ୍ଲୀ, ୨୬।୪ : ଦେଶରେ ଥିବା ମାନବ ବିହୀନ ରେଳ ପାଟକ ଯୋଗୁ ୪୦ ପ୍ରତିଶତରୁ ଅଧିକ ଦୁର୍ଘଟଣା ଘଟୁଛି। ସମ୍ପ୍ରତି ଦେଶରେ ୧୦ ହଜାର ମାନବ ବିହୀନ ରେଳ ଫାଟକ ରହିଛି। ୨୦୧୮ ବଜେଟରେ ୪ ହଜାର ମାନବ ବିହୀନ ରେଳଫାଟକ ବନ୍ଦ କରାଯିବା ନେଇ ଘୋଷଣା କରାଯାଇଥିଲା। ମାତ୍ର ପ୍ରଶାସନିକ କ୍ଷେତ୍ରରେ ସମନ୍ବୟ ଅଭାବ ଯୋଗୁ ଏହା କାର୍ଯ୍ୟକାରୀ ହୋଇପାରୁ ନାହିଁ।

ପୁରୁଷ ନିର୍ଯ୍ୟାତନା: ଥାନାରେ ପହଞ୍ଚିଲେ ସ୍ବାମୀ

ପୁରୁଷ ନିର୍ଯ୍ୟାତନା: ଥାନାରେ ପହଞ୍ଚିଲେ ସ୍ବାମୀ

ନୂଆଦିଲ୍ଲୀ, ୨୬।୪ : ଭାରତୀୟ ସମାଜରେ ନାରୀ ନିର୍ଯ୍ୟାତନା ନେଇ ଅନେକ ଆଇନ ବ୍ୟବସ୍ଥା ରହିଛି। ତେବେ ଅନେକ ସମୟରେ ନିର୍ଯ୍ୟାତନାର ଶିକାର ହେଉଥିବା ପୁରୁଷଙ୍କୁ ନ୍ୟାୟ ମିଳିବା ନେଇ ଆଶଙ୍କ ଦେଖାଦେଉଛି। ସାଧାରଣତଃ ପୁରୁଷ ନାରୀକୁ ନିର୍ଯ୍ୟାତିତ କରୁଥିବା କୁହାଯାଇଥାଏ। ଅନେକ କ୍ଷେତ୍ରରେ ନାରୀମାନଙ୍କ ଦ୍ୱାରା ପୁରୁଷ ମଧ୍ୟ ନିର୍ଯ୍ୟାତନାର ଶିକାର ହୋଇଥାନ୍ତି। ଏଭଳି ଏକ ଘଟଣା ଦିଲ୍ଲୀର ଗ୍ରେଟର ନୋଏଡ଼ା ଦନକୌର ଥାନା ଅଞ୍ଚଳରେ ଘଟିଛି।

ଫେସବୁକ୍‌ ସମ୍ପର୍କରୁ ଅପରାଧ: ବଳାତ୍କାର ଅଭିଯୋଗରେ ଯୁବକ ଗିରଫ

ଫେସବୁକ୍‌ ସମ୍ପର୍କରୁ ଅପରାଧ: ବଳାତ୍କାର ଅଭିଯୋଗରେ ଯୁବକ ଗିରଫ

ନୂଆଦିଲ୍ଲୀ, ୨୬।୪ : ଏବେ ଯୁବବର୍ଗଙ୍କ ମଧ୍ୟରେ ଚାଲିଛି ଫେସବୁକ୍‌ ମାନିଆ। ଫେସବୁକ୍‌ ମାଧ୍ୟମରେ ଅନେକ ଯୁବକ ଯୁବତୀ କେହି କାହାକୁ ନ ଦେଖି ନ ଜାଣି ମଧ୍ୟ ପ୍ରେମ କରି ବସୁଛନ୍ତି। ଏଭଳି ଏକ ଫେସବୁକ୍‌ ସମ୍ପର୍କରୁ ଯୁବକ-ଯୁବତୀଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ହେବା ପରେ ଉଭୟଙ୍କ ମଧ୍ୟରେ ଦେଖା ସାକ୍ଷାତ ଏବଂ ପରେ ହୋଇଛି ଅପରାଧ। ଯୁବକ ଜଣକ ଯୁବତୀଙ୍କୁ ବଳାତ୍କାର ଅଭିଯୋଗରେ ଏବେ ଗିରଫ ହୋଇଛନ୍ତି।

ମୋଦିଙ୍କୁ ‘ବେଟା ପଢ଼ାଓ, ବେଟି ବଚାଓ’ ବାର୍ତ୍ତା ଦେଲେ ବ୍ରିଟେନ୍‌ରେ ଥିବା ଭାରତୀୟ ମହିଳା ସଂଗଠନ

ମୋଦିଙ୍କୁ ‘ବେଟା ପଢ଼ାଓ, ବେଟି ବଚାଓ’ ବାର୍ତ୍ତା ଦେଲେ ବ୍ରିଟେନ୍‌ରେ ଥିବା ଭାରତୀୟ ମହିଳା ସଂଗଠନ

ନୂଆଦିଲ୍ଲୀ/ଲଣ୍ଡନ, ୨୬।୪ : ଭାରତରେ ବୃଦ୍ଧି ପାଉଥିବା ମହିଳା ଅତ୍ୟାଚାରକୁ ବନ୍ଦ କରିବା ପାଇଁ ପୁରୁଷଙ୍କ ମଧ୍ୟରେ ସଚେତନତାର ଆବଶ୍ୟକତା ରହିଛି। ପୁରୁଷଙ୍କ ମଧ୍ୟରେ ସ୍ବାକ୍ଷରତା ହାର ବୃଦ୍ଧି ପାଇଲେ ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାର କମିବାର ଆଶା ରହିଛି ବୋଲି ବ୍ରିଟେନ୍‌ରେ ଥିବା ଭାରତୀୟ ମହିଳା ସଂଗଠନ ଆଇଏଲ୍‌ୟୁକେ ମତ ଦେଇଛି। ଏନେଇ ସଂଗଠନ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟକୁ ‘ବେଟା ପଢ଼ାଓ, ବେଟି ବଚାଓ’ ବାର୍ତ୍ତା ପଠାଯାଇଛି।

ସହିଷ୍ଣୁତା ରିପୋର୍ଟ: ରୁଷିଆ-ଆମେରିକା-ଫ୍ରାନ୍ସକୁ ପଛରେ ପକାଇଲା ଭାରତ

ସହିଷ୍ଣୁତା ରିପୋର୍ଟ: ରୁଷିଆ-ଆମେରିକା-ଫ୍ରାନ୍ସକୁ ପଛରେ ପକାଇଲା ଭାରତ

ନୂଆଦିଲ୍ଲୀ/ଓ୍ବାଶିଂଟନ, ୨୬।୪ : ଭାରତରେ ସହିଷ୍ଣୁତା ନେଇ ଅନେକ ଦିନଧରି ନାନା ଚର୍ଚ୍ଚା ଜାରି ରହିଛି। ଅନେକ ବୁଦ୍ଧିଜୀବି ସାମ୍ପ୍ରତିକ ସମାଜରେ ଅସହିଷ୍ଣୁତା ବୃଦ୍ଧି ପାଉଥିବା ନେଇ ମତ ମଧ୍ୟ ଦେଇଛନ୍ତି। ମାତ୍ର ଇସ୍ପୋସ୍‌ ମୋରୀ ନାମକ ଏକ ସଂସ୍ଥାଦ୍ୱାରା ସମ୍ପନ୍ନ ହୋଇଥିବା ସର୍ଭେ ରିପୋର୍ଟରେ ପ୍ରକାଶ ପାଇଛି ଯେ, ଭାରତ ପୃଥିବୀର ସହିଷ୍ଣୁ ଦେଶ ମଧ୍ୟରେ ଚତୁର୍ଥ ସ୍ଥାନରେ ରହିଛି।

ଅବସରପ୍ରାପ୍ତ ପ୍ରଫେସରଙ୍କ ହୋମ୍‌ମେଡ୍‌ ଲିଫ୍ଟ

ଅବସରପ୍ରାପ୍ତ ପ୍ରଫେସରଙ୍କ ହୋମ୍‌ମେଡ୍‌ ଲିଫ୍ଟ

କୋଏମ୍ବାଟୁର,୨୬।୪: କୋଏମ୍ବାଟୁରର ଜଣେ ଅବସରପ୍ରାପ୍ତ ପ୍ରଫେସର କମ୍ପ୍ରେସର ବ୍ୟବହାର କରି ଏକ ହୋମ୍‌ମେଡ୍‌ ଲିଫ୍ଟ ନିର୍ମାଣ କରିଛନ୍ତି। ଯାହା ୨ ମହଲା ପର୍ଯ୍ୟନ୍ତ ୨ଶହ କିଲୋଗ୍ରାମ ଓଜନ ଉଠାଇ ଯାଇପାରିବ।