ଜାତୀୟ |

ଥରୁଛି ଉତ୍ତର ଭାରତ: ଶୂନ୍ୟ ଡିଗ୍ରୀ ତଳେ ଅନେକ ଅଞ୍ଚଳ

ଥରୁଛି ଉତ୍ତର ଭାରତ: ଶୂନ୍ୟ ଡିଗ୍ରୀ ତଳେ ଅନେକ ଅଞ୍ଚଳ

ଲକ୍ଷ୍ନୌ,୨୭।୧୨: ଉତ୍ତରଭାରତରେ ପ୍ରବଳ ଶୀତ ଲହରି ଜାରି ରହିଛି। କଶ୍ମୀରରେ ସାଧାରଣ ଜୀବନଯାତ୍ରା ବିପର୍ଯ୍ୟସ୍ତ ହୋଇପଡିଥିବାବେଳେ ହିମାଚଳପ୍ରଦେଶ କେଲଙ୍ଗରେ ତାପମାତ୍ରା ମାଇନସ୍‌ ୮ ଡିଗ୍ରୀ ସେଲସିୟସ୍‌ ରହିଛି। ଜମ୍ମୁ-କଶ୍ମୀରରେ କାରଗିଲ୍‌ରେ ତାପମାତ୍ରା ମାଇନସ୍‌ ୧୫.୪ ଡିଗ୍ରୀ, ଲେହରେ ମାଇନସ୍‌ ୧୨.୭ ଡିଗ୍ରୀ, ଗୁଲମାର୍ଗରେ ସର୍ବନିମ୍ନ ତାପମାତ୍ରା ମାଇନସ୍‌ ୪.୪ ଡିଗ୍ରୀ ସେଲସିୟସ୍‌ ରହିଥିବା ପାଣିପାଗ ବିଭାଗ ସୂଚିତ କରିଛି। ପଞ୍ଜାବ ଉଦମପୁରରେ ତାପମାତ୍ରା ହ୍ରାସ ପାଇବାରେ ଲାଗିଛି। ସମ୍ପ୍ରତି ଏହା ୩.୭ ଡିଗ୍ରୀ ସେଲସିୟସ୍‌ ରହିଛି। ହରିୟାନା ହିସାର ତାପମାତ୍ରା ୭.୧ ଡିଗ୍ରୀ ସେଲସିୟସ୍‌ ରହିଛି। ଉତ୍ତରପ୍ରଦେଶ ମୁଜାଫରନଗର ତାପମାତ୍ରା ୩.୪ ଡିଗ୍ରୀ ଥିବାବେଳେ ଏଠାରେ ଘନ କୁହୁଡ଼ି ଯୋଗୁ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହେଉଛି। ଗତ ଦୁଇଦିନ ଧରି ଏଠାରେ କୋହଲା ପାଗ ଲାଗିରହିଛି। ସେହିପରି ଆହ୍ଲାବାଦ୍‌, କାନପୁର, ଲକ୍ଷ୍ନୌ, ମିରଟ, ବାରାଣାସୀ, ମୋରଦାବାଦ୍‌, ବରେଲୀ, ଗୋରଖପୁର ଆଦି ଅଞ୍ଚଳରେ ତାପମାତ୍ରା ହ୍ରାସ ପାଇବାରେ ଲାଗିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଆଗାମୀ ଦୁଇ ସପ୍ତାହ ପର୍ଯ୍ୟନ୍ତ ଏସବୁ ସ୍ଥାନରେ ତାପମାତ୍ରା କମ୍‌ ରହିବାର ସମ୍ଭାବନା ରହିଛି।

All Right Reserved By

Model This Week

ନିକିତା

ଜାତୀୟ |

ନିଟ୍‌ ପରୀକ୍ଷା ପାଇଁ ଡ୍ରେସ୍‌କୋଡ୍‌ ଲାଗୁ

ନିଟ୍‌ ପରୀକ୍ଷା ପାଇଁ ଡ୍ରେସ୍‌କୋଡ୍‌ ଲାଗୁ

ଭୁବନେଶ୍ୱର,୧୯।୪(ବ୍ୟୁରୋ): ଆସନ୍ତା ୬ ତାରିଖରେ ହେବାକୁଥିବା ନ୍ୟାଶନାଲ ଏଲିଜିବିଲିଟି କମ ଏଣ୍ଟ୍ରାନ୍‌ସ ଟେଷ୍ଟ(ନିଟ୍‌) ୨୦୧୮ ପରୀକ୍ଷା ପାଇଁ ସିବିଏସ୍‌ଇ ଡ୍ରେସ୍‌କୋଡ୍‌ ଲାଗୁ କରିଛି। ପରୀକ୍ଷା ପାଇଁ ବୋର୍ଡ ନୂଆ ନିର୍ଦ୍ଦେଶନାମା ଜାରି କରିଛି।

ଜଷ୍ଟିସ ଲୋୟା ମୃତ୍ୟୁ ମାମଲା: ରାୟକୁ ନେଇ ଅସନ୍ତୋଷ ପ୍ରକାଶ କଲା କଂଗ୍ରେସ

ଜଷ୍ଟିସ ଲୋୟା ମୃତ୍ୟୁ ମାମଲା: ରାୟକୁ ନେଇ ଅସନ୍ତୋଷ ପ୍ରକାଶ କଲା କଂଗ୍ରେସ

ନୂଆଦିଲ୍ଲୀ,୧୯।୪: ବିଚାରପତି ବି ଏଚ୍‌ ଲୋୟାଙ୍କ ମୃତ୍ୟୁ ମାମଲାର ଶୁଣାଣି ଗୁରୁବାର ସୁପ୍ରିମକୋର୍ଟରେ ହୋଇଛି। ଏହି ମାମଲାରେ ବିଶେଷ ଯାଞ୍ଚ ଦଳ(ଏସ୍‌ଆଇଟି)ର ଆବେଦନକୁ ଖାରଜ କରାଯିବାକୁ ନେଇ ଅସନ୍ତୋଷ ପ୍ରକାଶ କରିଛି କଂଗ୍ରେସ।

ସ୍ବାଧୀନତାର ୭୧ ବର୍ଷ ପରେ ପହଞ୍ଚିଲା ବିଜୁଳି ଆଲୁଅ

ସ୍ବାଧୀନତାର ୭୧ ବର୍ଷ ପରେ ପହଞ୍ଚିଲା ବିଜୁଳି ଆଲୁଅ

ବମ୍ବେ, ୧୯।୪ : ମହାରାଷ୍ଟ୍ର ଅମରାବତୀ ନିକଟରେ ଥିବା ବୁଲୁମ୍‌ଗବହନ ଗାଁରେ ସ୍ବାଧୀନତାର ୭୧ ବର୍ଷ ପରେ ବିଜୁଳି ଆଲୁଅ ପହଞ୍ଚିଛି। ଗାଁର ଜନସଂଖ୍ୟା ୫ ଶହ ଥିବାବେଳେ ଏହା ନିକଟତମ ସହରଠାରୁ ୧୧୨ କିଲୋମିଟର ଦୂର। କେନ୍ଦ୍ର ସରକାରଙ୍କ ସୌଭାଗ୍ୟ ଯୋଜନା ଅନ୍ତର୍ଗତ ଏହା ସମ୍ପନ୍ନ ହୋଇଛି।

ଡାଉନ୍‌ ହେଲା ସୁପ୍ରିମକୋର୍ଟ ଓ୍ବେବ୍‌ସାଇଟ୍‌

ଡାଉନ୍‌ ହେଲା ସୁପ୍ରିମକୋର୍ଟ ଓ୍ବେବ୍‌ସାଇଟ୍‌

ନୂଆଦିଲ୍ଲୀ,୧୯।୪: ବିଚାରପତି ବି.ଏଚ୍‌ ଲୋୟାଙ୍କ ମୃତ୍ୟୁ ମାମଲାର ରାୟ ଗୁରୁବାର ସୁପ୍ରିମକୋର୍ଟରେ ପ୍ରକାଶ ପାଇବା ପରେ ମାତ୍ର କିଛି ସମୟ ମଧ୍ୟରେ କୋର୍ଟର ଓ୍ବେବ୍‌ସାଇଟ୍‌ (supremecourt.nic.in) ଡାଉନ୍‌ ହୋଇଯାଇଥିବା ସୂଚନା ମିଳିଛି।

ପବନରେ ଜହର: ପ୍ରଦୂଷିତ ବାୟୁ ଦ୍ୱାରା ବ୍ୟତିବ୍ୟସ୍ତ ୯୫ ପ୍ରତିଶତ ଜନସଂଖ୍ୟା

ପବନରେ ଜହର: ପ୍ରଦୂଷିତ ବାୟୁ ଦ୍ୱାରା ବ୍ୟତିବ୍ୟସ୍ତ ୯୫ ପ୍ରତିଶତ ଜନସଂଖ୍ୟା

ନୂଆଦିଲ୍ଲୀ/ଓ୍ବାଶିଂଟନ, ୧୯।୪ : ବିଶ୍ୱର ୯୫ ପ୍ରତିଶତ ଜନସଂଖ୍ୟା ପ୍ରଦୂଷିତ ବାୟୁ ଦ୍ୱାରା ବ୍ୟତିବ୍ୟସ୍ତ। ଏନେଇ ଆମେରିକା ହେଲଥ୍‌ ଇଫେକ୍ଟସ୍‌ ପ୍ରତିଷ୍ଠାନ ପକ୍ଷରୁ ସମ୍ପନ୍ନ ହୋଇଥିବା ଏକ ସର୍ଭେ ରିପୋର୍ଟରେ ସୂଚିତ କରାଯାଇଛି। ୨୦୧୬ରେ ପ୍ରଦୂଷିତ ବାୟୁ ଯୋଗୁ ପ୍ରାୟ ୬୦ ଲକ୍ଷ ଲୋକଙ୍କର ମୃତ୍ୟୁ ହୋଇଥିବା ଏହି ରିପୋର୍ଟରେ ଦର୍ଶାଯାଇଛି।

କଠଓ୍ବା ବଳାତ୍କାର ମାମଲାରେ ପ୍ରତିକ୍ରିୟା ରଖିଲେ ବିଗ୍‌ ବି

କଠଓ୍ବା ବଳାତ୍କାର ମାମଲାରେ ପ୍ରତିକ୍ରିୟା ରଖିଲେ ବିଗ୍‌ ବି

ବମ୍ବେ,୧୯।୪: କଠଓ୍ବା ବଳାତ୍କାର ମାମଲା ସାରା ଦେଶକୁ ଦୋହଲାଇ ଦେଇଥିବା ବେଳେ ଏହା ଉପରେ ମତ ରଖିବାକୁ ନିଜକୁ ଲଜ୍ୟାବୋଧ କରିଥିବା କହିଛନ୍ତି ମହାନାୟକ ଅଭିତାଭ ବଚ୍ଚନ।

ସାଙ୍ଗମାନଙ୍କୁ ଖୁସି କରିବାକୁ ଝିଅକୁ ଉପହାର ଭାବେ ଭେଟି ଦେଲେ ବାପା

ସାଙ୍ଗମାନଙ୍କୁ ଖୁସି କରିବାକୁ ଝିଅକୁ ଉପହାର ଭାବେ ଭେଟି ଦେଲେ ବାପା

ଲକ୍ଷ୍ନୌ,୧୯।୪: ଉତ୍ତର ପ୍ରଦେଶ ରାଜଧାନୀ ଲକ୍ଷ୍ନୌରୁ ୭୦ କିଲୋମିଟର ଦୂର ସୀତାପୁର ଜିଲାରେ ଘଟିଛି ଏକ ଅଭାବନୀୟ ଘଟଣା। ସାଥୀମାନଙ୍କୁ ଖୁସି କରିବାକୁ ଉପହାର ଭାବେ ପିତା ନିଜ ଝିଅକୁ ଅର୍ପଣ କରିଛନ୍ତି।

ଉତ୍ତରପ୍ରଦେଶରେ ଜମି ଆବଣ୍ଟନ ଦୁର୍ନୀତି: ୧୫୦ ହେକ୍ଟରରେ ବେଆଇନ ପ୍ଲଟିଂ

ଉତ୍ତରପ୍ରଦେଶରେ ଜମି ଆବଣ୍ଟନ ଦୁର୍ନୀତି: ୧୫୦ ହେକ୍ଟରରେ ବେଆଇନ ପ୍ଲଟିଂ

ଲକ୍ଷ୍ନୌ, ୧୯।୪ : ଉତ୍ତରପ୍ରଦେଶରେ ଗ୍ରେଟର ନୋଏଡ଼ାରେ ଏବଂ ଯମୁନା ପ୍ରାଧିକରଣ କ୍ଷେତ୍ରରେ ହୋଇଥିବା ଏକ ବଡ଼ ଜମି ଆବଣ୍ଟନ ଦୁର୍ନୀତିର ପର୍ଦ୍ଦଫାଶ୍‌ ହୋଇଛି। ସରକାରୀ ନିୟମକୁ ଉଲ୍ଲଂଘନ କରି ଜଣଙ୍କ ନାମରେ ଏକାଧିକ ପ୍ଲଟ୍‌ ଆବଣ୍ଟନ କରାଯାଇଥିବା ସଦ୍ୟ ପ୍ରକାଶିତ ରିପୋର୍ଟରୁ ଜଣାପଡିଛି।

ଆତଙ୍କବାଦୀ ଆକ୍ରମଣ: ୨୭ ବର୍ଷରେ ୫,୧୨୩ ଯବାନ ଶହୀଦ, ୧୩,୯୭୬ ଲୋକଙ୍କ ମୃତ୍ୟୁ

ଆତଙ୍କବାଦୀ ଆକ୍ରମଣ: ୨୭ ବର୍ଷରେ ୫,୧୨୩ ଯବାନ ଶହୀଦ, ୧୩,୯୭୬ ଲୋକଙ୍କ ମୃତ୍ୟୁ

ଶ୍ରୀନଗର, ୧୯।୪ : ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ଆକ୍ରମଣରେ ଗତ ୨୭ ବର୍ଷ ମଧ୍ୟରେ ୧୩,୯୭୬ ଲୋକଙ୍କ ମୃତ୍ୟୁ ଘଟିଛି। ଏନେଇ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରକାଶିତ ରିପୋର୍ଟରେ ଦର୍ଶାଯାଇଛି। ୧୯୯୦ ଡିସେମ୍ବର ୩୧ ତାରିଖଠାରୁ ୨୦୧୭ ମଧ୍ୟରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ସାଧାରଣ ଲୋକ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ରିପୋର୍ଟରେ ପ୍ରକାଶ ପାଇଛି।

ଯମୁନା ଜଳବିବାଦ: ଦିଲ୍ଲୀ, ହରିୟାଣା ମୁଖ୍ୟ ସଚିବଙ୍କୁ ସୁପ୍ରିମ୍‌କୋର୍ଟଙ୍କ ସମନ ଜାରି

ଯମୁନା ଜଳବିବାଦ: ଦିଲ୍ଲୀ, ହରିୟାଣା ମୁଖ୍ୟ ସଚିବଙ୍କୁ ସୁପ୍ରିମ୍‌କୋର୍ଟଙ୍କ ସମନ ଜାରି

ନୂଆଦିଲ୍ଲୀ, ୧୯।୪ : ଯମୁନା ଜଳ ବିବାଦ ନେଇ ସୁପ୍ରିମ୍‌କୋର୍ଟ ଦିଲ୍ଲୀ ଓ ହରିୟାଣା ମୁଖ୍ୟ ସଚିବଙ୍କୁ ଗୁରୁବାର ସମନ ଜାରି କରିଛନ୍ତି। ସେମାନଙ୍କୁ ଆସନ୍ତା ସୋମବାର ଅଦାଲତରେ ହାଜର ହେବା ପାଇଁ ସୂଚିତ କରାଯାଇଛି। ଦିଲ୍ଲୀ ଜଳ ବୋର୍ଡ ପକ୍ଷରୁ ଅଭିଯୋଗ କରାଯାଇଥିଲା ଯେ, ଯମୁନାରୁ ଆବଶ୍ୟକ ପରିମାଣର ଜଳ ନୂଆଦିଲ୍ଲୀ ପାଇଁ ଆସିପାରୁନାହିଁ।

ମ୍ୟାଡାମେ ତୁଷାଡସ୍‌ରେ କରନ୍‌

ମ୍ୟାଡାମେ ତୁଷାଡସ୍‌ରେ କରନ୍‌

ନୂଆଦିଲ୍ଲୀ,୧୯।୪: ବଲିଉଡ୍‌ର ପ୍ରଥମ ଭାରତୀୟ ଫିଲ୍ମମେକର ଭାବେ ମ୍ୟାଡାମେ ତୁଷାଡସ୍‌ ମ୍ୟୁଜିୟମରେ କରନ୍‌ ଜୋହରଙ୍କୁ ସ୍ଥାନ ମିଳିଛି। କରନ୍‌ ତାଙ୍କ ଟୁଇଟର ପେଜରେ ଏହାକୁ ନେଇ ଖୁସି ପ୍ରକାଶ କରିବା ସହ ମ୍ୟାଡାମେ ତୁଷାଡସ୍‌ ଭଳି ମର୍ଯ୍ୟାଦାସମ୍ପନ୍ନ ମ୍ୟୁଜିୟମରେ ସ୍ଥାନ ପାଇଥିବାରୁ ଏଥିରେ ସମ୍ପୃକ୍ତ ଥିବା ଲଣ୍ଡନର ସମ୍ପୂର୍ଣ୍ଣ ଟିମକୁ ଧନ୍ୟବାଦ ଜଣାଇଛନ୍ତି।

ଟ୍ୟାକ୍ସି, ଅଟୋ ପାଇଁ ଆବଶ୍ୟକ ନାହିଁ କର୍ମସିଆଲ୍‌ ଡ୍ରାଇଭିଂ ଲାଇସେନ୍ସ

ଟ୍ୟାକ୍ସି, ଅଟୋ ପାଇଁ ଆବଶ୍ୟକ ନାହିଁ କର୍ମସିଆଲ୍‌ ଡ୍ରାଇଭିଂ ଲାଇସେନ୍ସ

ନୂଆଦିଲ୍ଲୀ,୧୯।୪: ଅଟୋ, ଟ୍ୟାକ୍ସି ଓ ଇ-ରିକ୍ସା ଚାଳକଙ୍କ ପାଇଁ କେନ୍ଦ୍ରୀୟ ପରିବହନ ମନ୍ତ୍ରଣାଳୟ ପକ୍ଷରୁ ଆସିଛି ଖୁସି ଖବର। ଏସବୁ ଯାନ ଚଳାଇବା ପାଇଁ ଆଉ କର୍ମସିଆଲ ଡ୍ରାଇଭିଂ ଲାଇସେନ୍ସ ଆବଶ୍ୟକ ନାହିଁ ବୋଲି କହିଛି ମନ୍ତ୍ରଣାଳୟ। ଜଣେ ନିଜର ଲାଇଟ୍‌ ମୋଟର ଭେଇକିଲ୍‌ ଡ୍ରାଇଭିଂ ଲାଇସେନ୍ସ ଥିଲେ ଏସବୁ ଯାନ ଚଳାଇ ପାରିବେ।