ବାଲେଶ୍ୱର

ମା’ ମାରିଚ ମନ୍ଦିରରୁ ଚୋରି

ମା’ ମାରିଚ ମନ୍ଦିରରୁ ଚୋରି
ନୀଳଗିରି, ୨୭।୧୨(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ନୀଳଗିରି ଥାନା ଅଧୀନ ଅଯୋଧ୍ୟା ଗାଁର ପ୍ରସିଦ୍ଧ ତଥା ପ୍ରାଚୀନ ଦେବୀ ମା’ ମାରିଚ ମନ୍ଦିରରୁ ମଙ୍ଗଳବାର ବିଳମ୍ବିତ ରାତିରେ ଚୋରି ହୋଇଥିବା ବୁଧବାର ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ, କିଛି ଦୁର୍ବୃତ୍ତ ଗ୍ରିଲ ତାଡ଼ି ବରାହୀ ମୂର୍ତ୍ତିକୁ ଚୋରିକରି ନେଇଛନ୍ତି। ଅନ୍ୟ ମୂର୍ତ୍ତି କିମ୍ବା କୌଣସି ଗହଣା ଚୋରି ହୋଇଥିବା ଜଣାପଡ଼ିନାହିଁ। ତଦନ୍ତ ପରେ ସମ୍ପୂର୍ଣ୍ଣ ତଥ୍ୟ ଲୋକଲୋଚନକୁ ଆସିବ ବୋଲି ମନ୍ଦିର ପୂଜକ କହିଛନ୍ତି। ସ୍ଥାନୀୟ ଫାଣ୍ଡି ଅଧିକାରୀ ବିଶ୍ୱନାଥ ପଣ୍ଡା ଘଟଣାସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତକରି ସାଇଣ୍ଟିଫିକ୍‌ ଟିମ୍‌କୁ ନିୟୋଜିତ କରିବା ପାଇଁ ଥାନା ଅଧିକାରୀଙ୍କୁ କହିଛନ୍ତି।
All Right Reserved By

ବାଲେଶ୍ୱର

ନେତାଙ୍କ ଘରେ ଚାଲିଛି ଧାନକିଣା:ସମାଧାନ ନ ହେଲେ ରାଜରାସ୍ତାକୁ ଓହ୍ଲାଇବେ ଚାଷୀ

ନେତାଙ୍କ ଘରେ ଚାଲିଛି ଧାନକିଣା:ସମାଧାନ ନ ହେଲେ ରାଜରାସ୍ତାକୁ ଓହ୍ଲାଇବେ ଚାଷୀ

ଭଦ୍ରକ ଅଫିସ, ୧୬।୧ - ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅଧୀନ ଯଶିପୁର ଓ ନୂଆଗଁା ପଞ୍ଚାୟତର ଗରିବ ଚାଷୀମାନେ ବୁଧବାର ସମବାୟ ସମିତି ସହନିବନ୍ଧକ (ଏଆର୍‌ସିଏସ୍‌)ଙ୍କୁ ଭେଟି ଯଶିପୁର ସେବା ସମବାୟ ସମିତିରେ ଧାନକିଣାରେ ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ କରିଛନ୍ତି।

୪୦ ବସ୍ତା କୋଇଲା ସହ ବୋଲେରୋ ଜବତ: ୨ ଗିରଫ

୪୦ ବସ୍ତା କୋଇଲା ସହ ବୋଲେରୋ ଜବତ: ୨ ଗିରଫ

ତିହିଡ଼ି, ୧୬।୧ (ଡି.ଏନ.ଏ.) - ଭଦ୍ରକ ଜିଲା ତିହିଡ଼ି ଥାନା ଅଧୀନ ଦୋଳସାହି-ଗୁଆମାଳ ରାସ୍ତାରୁ ବୁଧବାର ପୋଲିସ ୪୦ ବସ୍ତା କୋଇଲା ଜବତ କରିଛି। 

କୁମ୍ଭୀର ଗଣନା ଶେଷ: ଗତବର୍ଷ ତୁଳନାରେ ୬ ଅଧିକ

କୁମ୍ଭୀର ଗଣନା ଶେଷ: ଗତବର୍ଷ ତୁଳନାରେ ୬ ଅଧିକ

ଚାନ୍ଦବାଲି, ୧୬।୧ (ଡି.ଏନ.ଏ.) - ଭଦ୍ରକ ଜିଲା ବନ୍ୟପ୍ରାଣୀ ବନଖଣ୍ଡ ଅଧୀନରେ ଥିବା ସାଳନ୍ଦୀ, ବୈତରଣୀ ଓ ମନ୍ତେଈ ନଦୀରେ କୁମ୍ଭୀର ଗଣନା ଶେଷ ହୋଇଛି। 

ସୂର୍ଯ୍ୟ ଦେବଙ୍କ ରଥାରୂଢ଼ ପ୍ରତିମୂର୍ତ୍ତି ଦେଖିବାକୁ  ଗହଳି

ସୂର୍ଯ୍ୟ ଦେବଙ୍କ ରଥାରୂଢ଼ ପ୍ରତିମୂର୍ତ୍ତି ଦେଖିବାକୁ ଗହଳି

ବାରିପଦା ଅଫିସ,୧୬।୧-ପ୍ରତିବର୍ଷ ଭଳି ଚଳିତ ବର୍ଷ ବାରିପଦା ସହରସ୍ଥିତ ବାଘଡା ରୋଡ ପୂଜା କମିଟି ଆନୁକୂଲ୍ୟରେ ବୁଧବାର ସୂର୍ଯ୍ୟପୂଜା ଅନୁଷ୍ଠିତ ହୋଇଯାଇଛି। 

ଅପାରଗ ସରକାରଙ୍କୁ ଚୁଡ଼ି ଭେଟି ଦେବ ମହିଳାମୋର୍ଚ୍ଚା

ଅପାରଗ ସରକାରଙ୍କୁ ଚୁଡ଼ି ଭେଟି ଦେବ ମହିଳାମୋର୍ଚ୍ଚା

ଭଦ୍ରକ ଅଫିସ, ୧୬।୧ - ରାଜ୍ୟର ବିଜେଡି ସରକାର ମହିଳାଙ୍କୁ ସୁରକ୍ଷା ଦେବାରେ ଅସମର୍ଥ। ବେବିନା ଘଟଣାକୁ ୮ ବର୍ଷ ପୁରି ଯାଇଥିବା ବେଳେ ସରକାର ଅଭିଯୁକ୍ତଙ୍କୁ ଘଣ୍ଟ ଘୋଡ଼ାଇ ରଖିଛନ୍ତି। ଗିରଫ ଅଭିଯୁକ୍ତଙ୍କୁ ମୁକୁଳାଇ ପୁଣି ଅଧିକରୁ ଅଧିକ ଜଘନ୍ୟ କାଣ୍ଡ କରିବାକୁ ପ୍ରୋତ୍ସାହିତ କରୁଛନ୍ତି। ବେବିନାଙ୍କୁ ନ୍ୟାୟ ଦେବାକୁ ଅସମର୍ଥ ହୋଇଥିବା, ନିଜକୁ ଦୁର୍ବଳ ଓ ଅପାରଗ ପ୍ରମାଣିତ କରିଥିବା ବିଜେଡି ସରକାର ଚୁଡି ପିନ୍ଧିବା ଉଚିତ ବୋଲି ଭାଜପା ମହିଳା ମୋର୍ଚ୍ଚାର ଜିଲା ସଭାନେତ୍ରୀ ମନସ୍ମିତା ଖୁଣ୍ଟିଆ ଦଳ ପକ୍ଷରୁ ହେଉଥିବା ଚୁଡ଼ି ସଂଗ୍ରହ ଅଭିଯାନ ସମୟରେ କହିଛନ୍ତି।

ଗଡ଼ିଲା ପାଣି ପଞ୍ଚାୟତ ପକ୍ଷ ସଚେତନତା ରଥ

ଗଡ଼ିଲା ପାଣି ପଞ୍ଚାୟତ ପକ୍ଷ ସଚେତନତା ରଥ

ଭଦ୍ରକ ଅଫିସ, ୧୬।୧ - ସମଗ୍ର ଭଦ୍ରକ ଜିଲା ପରିକ୍ରମା କରିବ ପାଣି ପଞ୍ଚାୟତ ପକ୍ଷ ସଚେତନତା ରଥ। କୃଷି ଓ କୃଷକଙ୍କ ବିକାଶ ଲାଗି ସଚେତନତା ଉଦ୍ଦେଶ୍ୟରେ ସାଳନ୍ଦୀ ଜଳସେଚନ ଡିଭିଜନ ପକ୍ଷରୁ ଏହି ରଥର ଶୁଭାରମ୍ଭ କରାଯାଇଛି। ଭଦ୍ରକ ବାଇପାସ୍‌ସ୍ଥିତ ସାଳନ୍ଦୀ ଜଳସେଚନ ବିଭାଗ ପକ୍ଷରୁ ବୁଧବାର ବାଇପାସ୍‌ ଜଗନ୍ନାଥ ମନ୍ଦିର ସମ୍ମିଳନୀ କକ୍ଷରେ ପାଣି ପଞ୍ଚାୟତ ପକ୍ଷର ଶୁଭାରମ୍ଭ ହୋଇଛି। ଅତିରିକ୍ତ ଜିଲାପାଳ ଶ୍ୟାମଭକ୍ତ ମିଶ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ପାଣି ପଞ୍ଚାୟତ ରଥକୁ ପତାକା ଦେଖାଇ ଉଦ୍‌ଘାଟନ କରିଥିଲେ।

ଓଟିଇଟି ପ୍ରଶ୍ନପତ୍ର ଭାଇରାଲକୁ ନେଇ  ଚର୍ଚ୍ଚା

ଓଟିଇଟି ପ୍ରଶ୍ନପତ୍ର ଭାଇରାଲକୁ ନେଇ ଚର୍ଚ୍ଚା

ବାରିପଦା ଅଫିସ,୧୬।୧: ବୁଧବାରଠାରୁ ଓଟିଇଟି ପରୀକ୍ଷା ଆରମ୍ଭ ହୋଇଯାଇଛି। ମୟୂରଭଞ୍ଜ ଜିଲାରେ  ଦ୍ବିତୀୟ ସିଟିଂର ପ୍ରଶ୍ନପତ୍ର  ଭାଇରାଲ  ହୋଇଥିବା ନେଇ ଚର୍ଚ୍ଚା ହେଉଛି। ପ୍ରଶ୍ନପତ୍ରର ପିଡିଏଫ୍‌ ଫାଇଲ ସୋସିଆଲ ମିଡିଆରେ ମୋବାଇଲରୁ ମୋବାଇଲକୁ ଘୁରିବୁଲୁଛି। 

ଭଦ୍ରକରେ ଓଟିଇଟି ପ୍ରଶ୍ନପତ୍ର ଲିକ୍‌ ହେବା ସନ୍ଦେହ, ମୋବାଇଲରୁ ମୋବାଇଲ ଘୁରି ବୁଲୁଛି ଉତ୍ତର ପତ୍ର

ଭଦ୍ରକରେ ଓଟିଇଟି ପ୍ରଶ୍ନପତ୍ର ଲିକ୍‌ ହେବା ସନ୍ଦେହ, ମୋବାଇଲରୁ ମୋବାଇଲ ଘୁରି ବୁଲୁଛି ଉତ୍ତର ପତ୍ର

ଭଦ୍ରକ ଅଫିସ,୧୬।୧: ବୁଧବାରଠାରୁ ଆରମ୍ଭ ହୋଇଛି ଓଟିଇଟି ପରୀକ୍ଷା। ଭଦ୍ରକ ଜିଲାର ମୋଟ ୮ଟି କେନ୍ଦ୍ରରେ ପ୍ରାୟ ୨,୨୦୦ଜଣ ଛାତ୍ରୀଛାତ୍ର ପରୀକ୍ଷା ଦେଉଛନ୍ତି।  ତେବେ ଜିଲାରେ ପରୀକ୍ଷାର ସମସ୍ତ ବିଷୟର ଉତ୍ତର ପତ୍ର ଭାଇରାଲ ହେଉଥିବା ଅଭିଯୋଗ ହୋଇଛି।

ମା’ କୁଆଁରୀ ଟ୍ରାନ୍ସପୋର୍ଟ କାର୍ଯ୍ୟାଳୟରେ ଝୁଲୁଛି ତାଲା

ଯୋଡ଼ା, ୧୬।୧(ଡି.ଏନ.ଏ.): କେନ୍ଦୁଝର ଜିଲା ଯୋଡ଼ା ବ୍ଲକ ଉଁଚ୍ଚବାଲିରେ ଥିବା ମା’ କୁଆଁରୀ ଟ୍ରାନ୍ସପୋର୍ଟ କମ୍ପାନୀ କାର୍ଯ୍ୟାଳୟରେ ଶନିବାରଠାରୁ ତାଲା ଝୁଲୁଛି। 

ପିଆରଏମ୍‌ ମେଡିକାଲ କଲେଜ: ନିର୍ମାଣ ହେଉନି ଅକ୍ସିଜେନ ପ୍ଲାଣ୍ଟ

ପିଆରଏମ୍‌ ମେଡିକାଲ କଲେଜ: ନିର୍ମାଣ ହେଉନି ଅକ୍ସିଜେନ ପ୍ଲାଣ୍ଟ

ବାରିପଦା ଅଫିସ,୧୬।୧- ବଣପାହାଡ ଘେରା ତଥା ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲାରେ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ପାଇଁ କେନ୍ଦ୍ରୀୟ ଯୋଜନାରେ ପିଆରଏମ୍‌ ମେଡିକାଲ କଲେଜ ପ୍ରତିଷ୍ଠା କରାଯାଇଛି। 

ନିଯୁକ୍ତି ନାଁରେ ୧୭ ଲକ୍ଷ ଠକେଇ

ନିଯୁକ୍ତି ନାଁରେ ୧୭ ଲକ୍ଷ ଠକେଇ

ବାରିପଦା ଅଫିସ,୧୬।୧- ଚାକିରି କରାଇ ଦେବାର ପ୍ରଲୋଭନ ଦେଖାଇ ପ୍ରାୟ ୧୭ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଜଣେ ଯୁବକ ଗିରଫ ହୋଇଛନ୍ତି।  ଉକ୍ତ ଯୁବକଙ୍କୁ ବାରିପଦା ଟାଉନ ଥାନା ପୋଲିସ ମଙ୍ଗଳବାର ବାଲେଶ୍ୱରରୁ ଗିରଫ କରିଥିବା ବାରିପଦା ଟାଉନ ଥାନା ଅଧିକାରୀ ଅଶୋକ କୁମାର ନାୟକ ସୂଚନା ଦେଇଛନ୍ତି।   

ଯୁବ ଉଦ୍ୟୋଗୀ ବେଣୁମାଧବଙ୍କ ସମ୍ବର୍ଦ୍ଧନା

ଯୁବ ଉଦ୍ୟୋଗୀ ବେଣୁମାଧବଙ୍କ ସମ୍ବର୍ଦ୍ଧନା

ବାଲେଶ୍ୱର ଅଫିସ,୧୬।୧-ବାଲେଶ୍ୱର ଜିଲାର ଯୁବ ଉଦ୍ୟୋଗୀ ତଥା ଶିକ୍ଷାବିତ୍‌ ବେଣୁମାଧବ ପଣ୍ଡାଙ୍କୁ ମିଳିଛି ଇଣ୍ଡୋନେସିଆ ଇଣ୍ଡିଆ ଆଇକନ୍‌ ଆୱାଡ଼ର୍ର୍।