Dharitri News
ଖେଳ |

ଖେଳରତ୍ନ ପାଇଁ ଝାଝରିଆ ଓ ସର୍ଦ୍ଦାରଙ୍କ ନାମ ସୁପାରିଶ

ଖେଳରତ୍ନ ପାଇଁ ଝାଝରିଆ ଓ ସର୍ଦ୍ଦାରଙ୍କ ନାମ ସୁପାରିଶ ନୂଆଦିଲ୍ଲୀ, ୩।  ରାଜୀବ ଗାନ୍ଧୀ ଖେଳ ରତ୍ନ ପୁରସ୍କାର ପାଇଁ ପାରାଅଲମ୍ପିକ ସ୍ବର୍ଣ୍ଣ ପଦକ ବିଜେତା ଦେବେନ୍ଦ୍ର ଝାଝରିଆ ଓ ପୂର୍ବତନ ହକି ଅଧତ୍ନାୟକ ସର୍ଦ୍ଦାର ସିଂଙ୍କ ନାମ ସୁପାରିସ କରାଯାଇଛି। ଅବସରପ୍ରାପ୍ତ ବିଚାରପତି ସି.କେ ଠକ୍କରଙ୍କ ଅଧ୍ୟକ୍ଷତାରେ ବସିଥତ୍ବା ଚୟନ କମିଟି ଏହି ୨ଜଣଙ୍କ ସହିତ ୧୭ ଜଣଙ୍କ କ୍ରୀଡ଼ାବିତ୍‍ଙ୍କ ନାମ ଅର୍ଜୁନ ପୁରସ୍କାର ପାଇଁ ସୁପାରିସ କରିଛନ୍ତି। ଏହି ତାଲିକାକୁ କେନ୍ଦ୍ର କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟକୁ ଅନୁମୋଦନ ପାଇଁ ପଠାଯିବ।

ଖେଳ |

‘ସାରା ଦେଶକୁ ବାର୍ତ୍ତା ଦେଇଛି ଓଡ଼ିଶା’

‘ସାରା ଦେଶକୁ ବାର୍ତ୍ତା ଦେଇଛି ଓଡ଼ିଶା’

ଭାରତୀୟ ହକି ଇତିହାସରେ ସୃଷ୍ଟି ହୋଇଛି ନୂଆ ଅଧ୍ୟାୟ। ଆଗାମୀ ୫ ବର୍ଷ ପାଇଁ ଭାରତୀୟ ହକି ଦଳର ପ୍ରାୟୋଜକ ହୋଇଛନ୍ତି ଓଡ଼ିଶା ସରକାର। ଏ ସମ୍ପର୍କରେ ଗତ ୧୫ ତାରିଖରେ ନୂଆଦିଲ୍ଲୀରେ ଆୟୋଜିତ ଏକ ଭବ୍ୟ ସମାରୋହରେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିରେ ହକି ଜଗତ ବିସ୍ମିତ, ଚକିତ, ରୋମାଞ୍ଚତ୍ତ, ଉଲ୍ଲସିତ ଏବଂ ଉତ୍ସାହିତ। ଖେଳାଳିଙ୍କଠାରୁ ଆରମ୍ଭ କରି କୋଚ୍‌, କର୍ମକର୍ତ୍ତା ଏବଂ ହକିପ୍ରେମୀମାନେ ଓଡ଼ିଶା ସରକାରଙ୍କ ଏପରି ନିଷ୍ପତ୍ତିକୁ ପ୍ରଶଂସା ନ କରି ରହିପାରି ନାହାନ୍ତି। ନୂଆଦିଲ୍ଲୀର ହୋଟେଲ ଦି ଲଲିତରେ ଅନୁଷ୍ଠିତ ଏହି ସମାରୋହ ଅବସରରେ ମହିଳା ହକି କୋଚ୍‌ ହରେନ୍ଦ୍ର ସିଂଙ୍କ ସହ ସାକ୍ଷାତ୍‌କାରର କିୟଦଂଶ..

ଦକ୍ଷିଣ ଆଫ୍ରିକାକୁ ୨୮ ରନରେ ହରାଇଲା ଭାରତ

ଦକ୍ଷିଣ ଆଫ୍ରିକାକୁ ୨୮ ରନରେ ହରାଇଲା ଭାରତ

ଜୋହାନ୍ସବର୍ଗ, ୧୮।୨(ପି.ଟି.)- ଶିଖର ଧାଓ୍ବନଙ୍କ ବିସ୍ଫୋରକ ବ୍ୟାଟିଂ ପରେ ଭୁବନେଶ୍ୱର କୁମାରଙ୍କ ୫ ଉଇକେଟ ସଫଳତା ବଳରେ ଭାରତ ରବିବାର ଏଠାରେ ଅନୁଷ୍ଠିତ ପ୍ରଥମ ଟି୨୦ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ୨୮ ରନରେ ହରାଇ ଦେଇଛି। ଏଥିସହ ଭାରତ ୩ ମ୍ୟାଚ ବିଶିଷ୍ଟ ସିରିଜରେ ୧-୦ରେ ଅଗ୍ରଣୀଲାଭ କରିଛି।

ସ୍ପେନର ପୂରାତନ ଫୁଟ୍‌ବଲ କ୍ଲବରେ ଦିଲ୍ଲୀ ବାଳକ

ସ୍ପେନର ପୂରାତନ ଫୁଟ୍‌ବଲ କ୍ଲବରେ ଦିଲ୍ଲୀ ବାଳକ

ନୂଆଦିଲ୍ଲୀ,୧୮।୨(ପି.ଟି.)- ଦିଲ୍ଲୀ ବାସିନ୍ଦା ଲବ କାପୁରଙ୍କୁ ସ୍ପେନର ୩ୟ ସର୍ବ ପୁରାତନ ଫୁଟ୍‌ବଲ କ୍ଲବ ପାଲାମୋସ ସିଏଫ୍‌ ଅନୁବନ୍ଧିତ କରିଛି। ପାଲାମୋସ ସିଏଫ୍‌ ୪ର୍ଥ ଶ୍ରେଣୀ ସ୍ପାନିଶ କ୍ଲବ। ସେ ପ୍ରଥମ ଭାରତୀୟ ଖେଳାଳି ଭାବେ ସ୍ପାନିଶ ଲିଗ୍‌ ୪ର୍ଥ ଶ୍ରେଣୀର କୌଣସି କ୍ଲବ ପାଇଁ ଖେଳିବାକୁ ସୁଯୋଗ ପାଇଛନ୍ତି।

ତ୍ରିରାଷ୍ଟ୍ରୀୟ ଟି୨୦ ସିରିଜ୍‌: ବିଜୟ ସତ୍ତ୍ୱେ ଫାଇନାଲରୁ ଇଂଲଣ୍ଡ ବାଦ୍‌

ତ୍ରିରାଷ୍ଟ୍ରୀୟ ଟି୨୦ ସିରିଜ୍‌: ବିଜୟ ସତ୍ତ୍ୱେ ଫାଇନାଲରୁ ଇଂଲଣ୍ଡ ବାଦ୍‌

ହାମିଲ୍‌ଟନ,୧୮।୨(ଏଏଫ୍‌ପି)- କଲିନ୍‌ ମୁନ୍‌ରୋଙ୍କ ବିସ୍ଫୋରକ ଅର୍ଦ୍ଧଶତକୀୟ ଇନିଂସ ଯୋଗୁ ଚଳିତ ତ୍ରିରାଷ୍ଟ୍ରୀୟ ଟି୨୦ ସିରିଜ୍‌ର ଅନ୍ତିମ ଲିଗ୍‌ ମ୍ୟାଚ୍‌ରେ ଇଂଲଣ୍ଡ ବିଜୟୀ ହେବା ସତ୍ତ୍ୱେ ଫାଇନାଲରୁ ବାଦ୍‌ ପଡ଼ିଛି। ରବିବାର ଖେଳାଯାଇଥିବା ମୁକାବିଲାରେ ଇଂଲଣ୍ଡ ୨ ରନ୍‌ରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଛି। ବିଜୟ ପରେ ମଧ୍ୟ ଫାଇନାଲକୁ ଉନ୍ନୀତ ହେବା ପାଇଁ ଆବଶ୍ୟକ ଥିବା ରନ୍‌ରେଟ୍‌ ହାସଲ କରିପାରି ନ ଥିଲା। ଫଳରେ ନ୍ୟୁଜିଲାଣ୍ଡ ଦଳ ଫାଇନାଲରେ ପ୍ରବେଶ କରିଛି।

 ବିଜୟ ହଜାରେ ଟ୍ରଫି ନକ୍‌ଆଉଟ୍‌: ନାୟାରଙ୍କୁ କର୍ନାଟକର ନେତୃତ୍ୱ

ବିଜୟ ହଜାରେ ଟ୍ରଫି ନକ୍‌ଆଉଟ୍‌: ନାୟାରଙ୍କୁ କର୍ନାଟକର ନେତୃତ୍ୱ

ବାଙ୍ଗାଲୋର,୧୮।୧- କର୍ନାଟକ ଦଳର ନିୟମିତ ଅଧିନାୟକ ଆର. ବିନୟ କୁମାର ଆସନ୍ତା ୨୧ ତାରିଖରେ ହେବାକୁ ଥିବା ବିଜୟ ହଜାରେ ଟ୍ରଫିର ନକ୍‌ଆଉଟ୍‌ ପର୍ଯ୍ୟାୟ ମ୍ୟାଚ୍‌ରୁ ବାଦ୍‌ ପଡ଼ିଛନ୍ତି। ତାଙ୍କ ହାତରେ ଆଘାତ ଲାଗିଛି। ଏଥିଯୋଗୁ ତାଙ୍କୁ ବିଶ୍ରାମ ନେବାକୁ ପରାମର୍ଶ ଦିଆଯାଇଛି। ଏଣୁ ତାଙ୍କ ଅନୁପସ୍ଥିତିରେ ଉପରକ୍ରମର ବ୍ୟାଟ୍ସମ୍ୟାନ କରୁଣ ନାୟାର ନେତୃତ୍ୱ ଭାର ସମ୍ଭାଳିବେ।

ରୋଟ୍ଟେରଡାମ ଓପନ୍‌: ଫାଇନାଲରେ ଫେଡେରର

ରୋଟ୍ଟେରଡାମ ଓପନ୍‌: ଫାଇନାଲରେ ଫେଡେରର

ରୋଟ୍ଟେରଡାମ, ୧୮।୨- ଏଠାରେ ଚାଲିଥିବା ରୋଟ୍ଟେରଡାମ ଓପନ୍‌ର ପୁରୁଷ ସିଙ୍ଗଲ୍ସ ବର୍ଗରେ ସୁଇଜରଲାଣ୍ଡର କିମ୍ବଦନ୍ତୀ ଟେନିସ୍‌ ଖେଳାଳି ରୋଜର ଫେଡେରର ଫାଇନାଲରେ ପ୍ରବେଶ କରିଛନ୍ତି। ଶନିବାର ଖେଳାଯାଇଥିବା ସେମିଫାଇନାଲରେ ସେ ୬-୩, ୭-୬(୭/୩) ସେଟ୍‌ରେ ଇଟାଲିର ଆଣ୍ଡ୍ରେଆସ ସେପ୍ପିଙ୍କୁ ହରାଇ ଦେଇଛନ୍ତି।

ଚେନ୍ନାଇ ଓପନ୍‌ ଟେନିସ୍‌: ଭାମ୍ବ୍ରି ରନର୍ସଅପ୍‌

ଚେନ୍ନାଇ ଓପନ୍‌ ଟେନିସ୍‌: ଭାମ୍ବ୍ରି ରନର୍ସଅପ୍‌

ମାଡ୍ରାସ୍‌, ୧୭।୨(ପି.ଟି.)- ଏଠାରେ ଚାଲିଥିବା ଚେନ୍ନାଇ ଓପନ ଟେନିସ୍‌ ଟୁର୍ନାମେଣ୍ଟରେ ଭାରତର ୟୁକି ଭାମ୍ବ୍ରି ସିଙ୍ଗଲ୍ସ ଇଭେଣ୍ଟରେ ରନର୍ସଅପ୍‌ ବିବେଚିତ ହୋଇଛନ୍ତି। ଶନିବାର ଅନୁଷ୍ଠିତ ଫାଇନାଲ ମ୍ୟାଚରେ ସେ ସଂଘର୍ଷ କରି ଟପ୍‌ ସିଡ ଅଷ୍ଟ୍ରେଲିଆର ଜୋର୍ଡାନ ଥମ୍ପସନ୍‌ଙ୍କଠାରୁ ୫-୭, ୬-୩,୫-୭ ସେଟରେ ପରାସ୍ତ ହୋଇ ରନର୍ସଅପ୍‌ରେ ସନ୍ତୁଷ୍ଟ ହୋଇଛନ୍ତି।

 ରେସ୍‌ ଓ୍ବାକିଙ୍ଗ: ପ୍ରିୟଙ୍କାଙ୍କ ନୂଆ ଜାତୀୟ ରେକର୍ଡ

ରେସ୍‌ ଓ୍ବାକିଙ୍ଗ: ପ୍ରିୟଙ୍କାଙ୍କ ନୂଆ ଜାତୀୟ ରେକର୍ଡ

ନୂଆଦିଲ୍ଲୀ, ୧୭ା୨- ଶନିବାର ଅନୁଷ୍ଠିତ ୫ମ ଜାତୀୟ ରେସ୍‌ ଓ୍ବାକିଙ୍ଗ ଚାମ୍ପିୟନଶିପ୍‌ରେ ୧୦ କିମି ୨୦ବର୍ଷରୁ କମ୍‌ ମହିଳା ବିଭାଗରେ ଉତ୍ତର ପ୍ରଦେଶର ପ୍ରିୟଙ୍କା ପଟେଲ ୧୪ ବର୍ଷରୁ ପୁରୁଣା ରେକର୍ଡକୁ ଭଙ୍ଗ କରିଦେଇଛନ୍ତି।

ସିନିୟର ଜାତୀୟ ଭଲିବଲ:ସିରାଜ, ସଙ୍ଗୀତାଙ୍କୁ ଓଡ଼ିଶା ଦଳର ନେତୃତ୍ୱ

ସିନିୟର ଜାତୀୟ ଭଲିବଲ:ସିରାଜ, ସଙ୍ଗୀତାଙ୍କୁ ଓଡ଼ିଶା ଦଳର ନେତୃତ୍ୱ

କଟକ ଅଫିସ,୧୭ା୨- ଫେବୃୟାରୀ ୨୧ରୁ ୨୮ ତାରିଖ ପର୍ଯ୍ୟନ୍ତ କେରଳରେ ୬୬ତମ ସିନିୟର ଜାତୀୟ ଭଲିବଲ ଚାମ୍ପିୟନଶିପ୍‌ ଅନୁଷ୍ଠିତ ହେବ। ଏଥିନିମନ୍ତେ ଓଡ଼ିଶା ଭଲିବଲ ଆସୋସିଏଶନ ପକ୍ଷରୁ ଶନିବାର ୧୨ଜଣିଆ ଉଭୟ ପୁରୁଷ ଓ ମହିଳା ଦଳ ଘୋଷଣା କରାଯାଇଛି।

୩୪ ବର୍ଷରେ ଏବି ଡି ଭିଲର୍ସ

୩୪ ବର୍ଷରେ ଏବି ଡି ଭିଲର୍ସ

ନୂଆଦିଲ୍ଲୀ, ୧୭।୨- ଆବ୍ରାହମ ବେଞ୍ଜାମିନ୍‌ ଡି ଭିଲର୍ସ। ବିଶ୍ୱ କ୍ରିକେଟରେ ଏବି ଡି ଭିଲର୍ସ ଭାବେ ପରିଚିତ। ଦକ୍ଷିଣ ଆଫ୍ରିକାର ଏହି ବିସ୍ଫୋରକ ବ୍ୟାଟ୍ସମ୍ୟାନ ଶନିବାର ୩୪ ବର୍ଷରେ ପଦାର୍ପଣ କରିଛନ୍ତି।

ରାଜ୍ୟଗୋଷ୍ଠୀ କ୍ରୀଡ଼ା: ଭାରତ ପକ୍ଷରୁ ଖେଳିବେ ୨୨୫ ଆଥ୍‌ଲେଟ୍‌

ରାଜ୍ୟଗୋଷ୍ଠୀ କ୍ରୀଡ଼ା: ଭାରତ ପକ୍ଷରୁ ଖେଳିବେ ୨୨୫ ଆଥ୍‌ଲେଟ୍‌

ନୂଆଦିଲ୍ଲୀ,୧୭।୨- ଅଷ୍ଟ୍ରେଲିଆର ଗୋଲ୍ଡକୋଷ୍ଟଠାରେ ଆସନ୍ତା ଏପ୍ରିଲ ୪ରୁ ୧୫ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ା ଇଭେଣ୍ଟରେ ଭାରତ ପକ୍ଷରୁ ୨୨୫ ଆଥ୍‌ଲେଟ୍‌ ଅଂଶଗ୍ରହଣ କରିବେ। ରାଜ୍ୟଗୋଷ୍ଠୀ କ୍ରୀଡ଼ା ମହାସଂଘ (ସିଡବ୍ଲ୍ୟୁଏଫ୍‌) ପକ୍ଷରୁ ଏ ନେଇ ଶନିବାର ପ୍ରକାଶ ପାଇଛି।

ଝୁଲନ ବାଦ୍‌, ଦଳରେ ରୁମେଲି

ଝୁଲନ ବାଦ୍‌, ଦଳରେ ରୁମେଲି

ନୂଆଦିଲ୍ଲୀ, ୧୭।୨(ପି.ଟି.)- ଦକ୍ଷିଣ ଆଫ୍ରିକା ଓ ଭାରତୀୟ ଦଳ ମଧ୍ୟରେ ଚାଲିଥିବା ମହିଳା ଟି୨୦ ସିରିଜ୍‌ର ବଳକା ମ୍ୟାଚ୍‌ଗୁଡ଼ିକରୁ ଝୁଲନ ଗୋସ୍ବାମୀ ବାଦ୍‌ ପଡ଼ିଛନ୍ତି। ତାଙ୍କ ସ୍ଥାନରେ ଭେଟେରାନ ଅଲରାଉଣ୍ଡର ରୁମେଲି ଧରଙ୍କୁ ଦଳରେ ସ୍ଥାନ ମିଳିଛି।