ବ୍ରହ୍ମପୁର

ଶୀତରେ ଥରୁଛି ଦାରିଙ୍ଗବାଡ଼ି

ଶୀତରେ ଥରୁଛି ଦାରିଙ୍ଗବାଡ଼ି
ଦାରିଙ୍ଗବାଡ଼ି, ୨୭।୧୨(ଡି.ଏନ୍‌.ଏ.): ସମଗ୍ର ଜିଲା ଏବେ ଶୀତରେ ଥରୁଛି। କନ୍ଧମାଳ ଜିଲା ଦାରିଙ୍ଗବାଡ଼ିରେ ବୁଧବାର ପ୍ରଥମ ତୁଷାରପାତ ହୋଇଛି। ଦାରିଙ୍ଗବାଡ଼ିରେ ସର୍ବନିମ୍ନ ତାପମାତ୍ରା ୩.୫ ଡିଗ୍ରୀ ରହିଥିବା ବେଳେ ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ରହିଛି ୪ ଡିଗ୍ରୀ ସେଲ୍‌ସିୟସ୍‌। ଶୀତଛୁଟି ରହିଥିବାରୁ ବୁଧବାର ହଜାର ହଜାର ପର୍ଯ୍ୟଟକ ବୁଲିବାକୁ ଆଶି ଶୀତର ମଜା ଉଠାଉଛନ୍ତି। ସୂଚନାଯୋଗ୍ୟ, ଗତ କିଛି ଦିନ ହେଲା ଏହି ଅଞ୍ଚଳରେ ପାଗ ମେଘୁଆ ଯୋଗୁ ଶୀତ କିଛିମାତ୍ରାରେ କମିଯାଇଥିଲା। ମଙ୍ଗଳବାର ଅପରାହ୍ନରୁ ଅଞ୍ଚଳରେ କୋହଲା ପବନସାଙ୍ଗକୁ ଶୀତ ଧୀରେ ଧୀରେ ବୃଦ୍ଧି ପାଇ ବିଳମ୍ବିତ ରାତିରେ ଶୀତର ପ୍ରକୋପ ବୃଦ୍ଧି ପାଇଛି। ତୁଷାରପାତ ଯୋଗୁ ଦାରିଙ୍ଗବାଡ଼ିର କଫି ବଗିଚା ସମେତ ସିମନବାଡ଼ି, ଶ୍ରାନିକେତା, ଗ୍ରିନବାଡ଼ି, ସିର୍କାବର୍ଗ, ଦନେକବାଡ଼ି, ପର୍ତ୍ତମାହା, ସିଆଙ୍ଗବାଲି, ଭ୍ରମରବାଡି, ଜିରିକୁଟି ଆଦି ଅଞ୍ଚଳରେ ତୁଷାରପାତ ହୋଇଛି।
All Right Reserved By

ବ୍ରହ୍ମପୁର

ଆସିକା ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର

ଆସିକା ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର

ଆସିକା, ୧୮ା୧୦(ଡି.ଏନ.ଏ.)-ଗଞ୍ଜାମ ଜିଲା ଆସିକାରେ ତିତ୍‌ଲି ପରବର୍ତ୍ତୀ ବନ୍ୟା କ୍ଷୟକ୍ଷତି ଅଞ୍ଚଳକୁ ଗୁରୁବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗସ୍ତ କରି ଲୋକଙ୍କ ସୁବିଧା ଅସୁବିଧା ସମ୍ପର୍କରେ ବୁଝିଥିଲେ। 

ଗଜଲକ୍ଷ୍ମୀ ପୂଜା ପାଇଁ ଶୁଭଖୁଣ୍ଟି ସ୍ଥାପନ

ଗଜଲକ୍ଷ୍ମୀ ପୂଜା ପାଇଁ ଶୁଭଖୁଣ୍ଟି ସ୍ଥାପନ

ଗଞ୍ଜାମ, ୧୮ା୧୦(ଡି.ଏନ.ଏ.)-ଗଞ୍ଜାମ ଜିଲା ବଡବଜାରରେ ଗଜଲକ୍ଷ୍ମୀ ପୂଜା ନିମନ୍ତେ ବୁଧବାର ରାତିରେ ଶୁଭଖୁଣ୍ଟି ସ୍ଥାପନ କରାଯାଇଛି ା ବ୍ୟବସାୟୀ ସଂଘ ପକ୍ଷରୁ ଏହା ଆୟୋଜନ କରାଯାଉଛି । ଏହି ପୂଜା ୯ ଦିନ ଧରି ଚାଲିବ ।

ପାଣିରେ ବୁଡି ଦିବ୍ୟାଙ୍ଗଙ୍କ ମୃତ୍ୟୁ

ପାଣିରେ ବୁଡି ଦିବ୍ୟାଙ୍ଗଙ୍କ ମୃତ୍ୟୁ

ଭଞ୍ଜନଗର, ୧୮ା୧୦(ଡି.ଏନ.ଏ.)-ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ନଡା ଗ୍ରାମର ଜଣେ ଦିବ୍ୟାଙ୍ଗଙ୍କର ଗୁରୁବାର ପାଣିରେ ବୁଡି ମୃତ୍ୟୁ ଘଟିଥିବା ଜଣାପଡିିଛି।

ତିତ୍‌ଲି ସହାୟତା ରାଶି ପାଇଁ ଲୋକଙ୍କ ଧାଡି

ତିତ୍‌ଲି ସହାୟତା ରାଶି ପାଇଁ ଲୋକଙ୍କ ଧାଡି

ଚନ୍ଦ୍ରଗିରି, ୧୮ା୧୦(ଡି.ଏନ.ଏ.)-ଗଜପତି ଜିଲା ମୋହନା ବ୍ଲକ ଅଞ୍ଚଳରେ ତିତ୍‌ଲି ବାତ୍ୟାରେ ବହୁ ଧନଜୀବନ କ୍ଷୟକ୍ଷତି ହୋଇଥିଲା। ଲୋକେ ଏବେବି ବିଭିନ୍ନ ସ୍ଥାନରେ ଆଶ୍ରୟ ନେଇଛନ୍ତି। 

ବୁଗୁଡାରେ ଦୁର୍ଗାପୂଜା

ବୁଗୁଡାରେ ଦୁର୍ଗାପୂଜା

ବୁଗୁଡା, ୧୮ା୧୦(ଡି.ଏନ.ଏ.)-ଗଞ୍ଜାମ ଜିଲା ବୁଗୁଡା ଅଞ୍ଚଳରେ  ଦୁର୍ଗାପୂଜା ଜାକଜମକରେ ପାଳନ କରାଯାଉଛି। ବୁଗୁଡା ସହର ନୂତନ ବସ୍‌ଷ୍ଟାଣ୍ଡ, ମଦନମୋହନ ଛକ, ବିଦ୍ୟୁତ୍‌ କାର୍ଯ୍ୟାୟରେ ଦୁର୍ଗାପୂଜା ଅନୁଷ୍ଠିତ ହେଉଛି । ଗୁରୁବାର ନବମୀ ପୂଜା ହେଉଥିବା ବେଳେ ଶୁକ୍ରବାର ଦଶମୀ ପୂଜା ଅନୁଷ୍ଠିତ ହେବ  । ଏହାକୁ ଦେଖିବାକୁ ଆଖପାଖ ଅଞ୍ଚଳରୁ ବହୁ ଶ୍ରଦ୍ଧାଳୁଙ୍କ ଭିଡ ଜମୁଛି ।

ବ୍ରାହ୍ମଣଛାଇରେ ସ୍ବାସ୍ଥ୍ୟ ପରୀକ୍ଷା ଶିବିର

ବ୍ରାହ୍ମଣଛାଇରେ ସ୍ବାସ୍ଥ୍ୟ ପରୀକ୍ଷା ଶିବିର

ଶେରଗଡ, ୧୮ା୧୦(ଡି.ଏନ.ଏ.)- ଗଞ୍ଜାମ ଜିଲା ଶେରଗଡ ବ୍ଲକ ଅନ୍ତର୍ଗତ ବ୍ରାହ୍ମଣଛାଇରେ ବୁଧବାର ସନ୍ଧ୍ୟାରୁ ଶେରଗଡ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଆନୁକୂଲ୍ୟରେ ଏକ ସ୍ବାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଥିଲା ା

ଗୁଡିସର ଗ୍ରାମରେ ରିଲିଫ୍‌ ବଣ୍ଟନ

ଗୁଡିସର ଗ୍ରାମରେ ରିଲିଫ୍‌ ବଣ୍ଟନ

ଶେରଗଡ, ୧୮ା୧୦(ଡି.ଏନ.ଏ.)-ଗଞ୍ଜାମ ଜିଲା ଶେରଗଡ ବ୍ଲକ ଅନ୍ତର୍ଗତ ଗୁଡିସର ଗ୍ରାମ ତିତ୍‌ଲି ବାତ୍ୟା ଓ ପରବର୍ତ୍ତୀ ସମୟରେ ହୋଇଥିବା ବନ୍ୟାରେ ବହୁ କ୍ଷତି ହୋଇଥିଲା ା

ଦୁର୍ଗାପୂଜା ପାଇଁ ରାଇକିଆ ଚଳଚଞ୍ଚଳ

ଦୁର୍ଗାପୂଜା ପାଇଁ ରାଇକିଆ ଚଳଚଞ୍ଚଳ

ରାଇକିଆ, ୧୮ା୧୦(ଡି.ଏନ.ଏ.)- କନ୍ଧମାଳ ଜିଲା ରାଇକିଆ ଦୁର୍ଗାପୂଜା ପାଇଁ ଚଳଚଞ୍ଚଳ ହୋଇଉଠିଛି ା ପୂଜା କମିଟି ତରଫରୁ ମୁଖ୍ୟ ବଜାର ଛକରେ ଜାକଜକମର ଆୟୋଜନ କରାଯାଇଛି ା 

ମାଡ଼ ମାରି ମା’, ବାପାଙ୍କୁ ଘରୁ ବାହାର କଲେ ପୁଅ

ମାଡ଼ ମାରି ମା’, ବାପାଙ୍କୁ ଘରୁ ବାହାର କଲେ ପୁଅ

ଦାରିଙ୍ଗବାଡ଼ି,୧୮।୧୦,(ଡି.ଏନ.ଏ.)-କନ୍ଧମାଳ ଜିଲା ଦାରିଙ୍ଗବାଡ଼ି  ବ୍ଲକ ସୋନପୁର ଅଞ୍ଚଳରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି ା ଜଣେ ପୁଅ ନିଶାସକ୍ତ ଅବସ୍ଥାରେ ତାଙ୍କ ମା’ ବାପାଙ୍କୁ ଭିଷଣ ମାଡ଼ ମାରିବା ସହ ଘରୁ ବାହାର କରି ଦେଇଛନ୍ତି ା

ଗରମପାଣି ଢାଳି ହୋଇ ମହିଳା ଗୁରୁତର

ଗରମପାଣି ଢାଳି ହୋଇ ମହିଳା ଗୁରୁତର

ଦିଗପହଣ୍ଡି, ୧୮ା୧୦(ଡି.ଏନ.ଏ.)- ଦିଗପହଣ୍ଡି ବ୍ଲକ ଆଙ୍କୋରୋଡା ପଞ୍ଚାୟତ ରାଜପୁର ଗ୍ରାମରେ ଗୁରୁବାର ଗରମପାଣି ଢାଳି ହୋଇ ଜଣେ ମହିଳା ଗୁରୁତର ହୋଇଛନ୍ତି। 

ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ଆସିକା ଗସ୍ତ

ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ଆସିକା ଗସ୍ତ

ଆସିକା, ୧୮ା୧୦(ଡି.ଏନ.ଏ.)-ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ଗୁରୁବାର ପୂର୍ବାହ୍ନରେ ଆସିକା ବନ୍ୟାଞ୍ଚଳ ପରିଦର୍ଶନରେ ଆସିଥିଲେ।

ଭଞ୍ଜ ସଙ୍ଗୀତ ଆସର

ଭଞ୍ଜ ସଙ୍ଗୀତ ଆସର

ଭଞ୍ଜନଗର,୧୮।୧୦(ଡି.ଏନ୍‌.ଏ.-ଭଞ୍ଜନଗର ଆନନ୍ଦ ସଙ୍ଗୀତାୟନ ପକ୍ଷରୁ ପୋଲସରା ନିକଟସ୍ଥ ଗୁଡ଼ିଆପଲ୍ଲୀଠାରେ ବୁଧବାର ସନ୍ଧ୍ୟାରେ ଭଞ୍ଜ ସଙ୍ଗୀତ ଆସର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମକୁ ଗୁରୁ ରଙ୍କନିଧି ବେହେରା ଉଦ୍ଘାଟନ କରିଥିଲେ ।