ବାଣିଜ୍ୟ |

ଅନୁଗୋଳରେ ବିଓଏଫ୍‌ ସମ୍ପୂର୍ଣ୍ଣକଲା ଜେଏସ୍‌ପିଏଲ୍‌

ଅନୁଗୋଳରେ ବିଓଏଫ୍‌ ସମ୍ପୂର୍ଣ୍ଣକଲା ଜେଏସ୍‌ପିଏଲ୍‌

ଅନୁଗୋଳ, ୨୭।୧୨ ପ୍ରମୁଖ ଇସ୍ପାତ କମ୍ପାନୀ ଜିନ୍ଦଲ ଷ୍ଟିଲ୍‌ ଆଣ୍ଡ୍‌ ପାଓ୍ବାର ଲିମିଟେଡ୍‌(ଜେଏସ୍‌ପିଏଲ୍‌) ଏହାର ଅନୁଗୋଳସ୍ଥିତ ୟୁନିଟ୍‌ରେ ୨୫୦ ଟନ୍‌ ବେସିକ୍‌ ଅକ୍ସିଜେନ୍‌ ଫର୍ନେସ୍‌(ବିଓଏଫ୍‌) କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିଛି। ଏହା ଦ୍ୱାରା କମ୍ପାନୀ ୟୁନିଟ୍‌ର ୬ ନିୟୁତ ଟନ ବାର୍ଷିକ କ୍ଷମତା ବିଶିଷ୍ଟ ସମନ୍ବିତ ଇସ୍ପାତ ପ୍ରକଳ୍ପ ସମ୍ପୂର୍ଣ୍ଣ କରିବାକୁ ସକ୍ଷମ ହୋଇଛି। ନୂଆ ବ୍ୟବସ୍ଥା ଦ୍ୱାରା ଜେଏସ୍‌ପିଏଲ୍‌ ଏହାର ବାର୍ଷିକ ୪ନିୟୁତ ଟନ ମେଗା ବ୍ଲାଷ୍ଟ ଫର୍ନେସ୍‌କୁ ବ୍ୟବହାର କରିବାରେ ସକ୍ଷମ ହୋଇପାରିବ। ଏହା ଘରୋଇ ବଜାରରେ ସର୍ବବୃହତ ବୋଲି କମ୍ପାନୀ ପ୍ରକାଶ କରିଛି। ନୂଆ ବିଓଏଫ୍‌ ସୁବିଧା ଦ୍ୱାରା କମ୍ପାନୀ ଇସ୍ପାତ ଉତ୍ପାଦନ କ୍ଷେତ୍ରରେ ଦକ୍ଷତା ବୃଦ୍ଧି କରିବା ସହିତ ଖର୍ଚ୍ଚ ହ୍ରାସ କରିବାରେ ସକ୍ଷମ ହେବ। ମୂଲ୍ୟ ଓ ପରିଚାଳନା ଦୃଷ୍ଟିରୁ କମ୍ପାନୀ ବର୍ତ୍ତମାନ ଠାରୁ ଏହାର ପୂର୍ଣ୍ଣ କ୍ଷମତା ବ୍ୟବହାର କରିବାକୁ ସକ୍ଷମ ହେବ ବୋଲି ଏହି ଅବସରରେ ଜେଏସ୍‌ପିଏଲ୍‌ର ଅଧ୍ୟକ୍ଷ ନବୀନ ଜିନ୍ଦଲ କହିଛନ୍ତି। ଏହି ବିଓଏଫ୍‌ ବାର୍ଷିକ ୩ ନିୟୁତ ଟନ ଗୁଣାତ୍ମକ ଇସ୍ପାତ ଉତ୍ପାଦନ କରିପାରିବ। କମ୍ପାନୀ ବର୍ତ୍ତମାନ ଅତ୍ୟାଧୁନିକ ଡ୍ରାଏ ଗ୍ୟାସ୍‌ କ୍ଲିନିକ୍‌ ସିଷ୍ଟମ ବ୍ୟବହାର କରୁଛି। ଏହା ପରିବେଶ ଉପଯୋଗୀ ବୋଲି କମ୍ପାନୀ ପ୍ରକାଶ କରିଛି। ଏହି ପଦକ୍ଷେପ କମ୍ପାନୀର ଗ୍ରୀନ୍‌ ଟେକ୍ନୋଲୋଜି ପ୍ରତିବଦ୍ଧତା କାର୍ଯ୍ୟକ୍ରମ ଅନ୍ତର୍ଗତ ଗ୍ରହଣ କରାଯାଇଥିବା ଅନୁଗୋଳ ପ୍ଲାଣ୍ଟର ମୁଖ୍ୟ ତଥା କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡି.କେ. ସରାଓଗି କହିଛନ୍ତି।

All Right Reserved By

ବାଣିଜ୍ୟ |

ବେଡରୋଲ ଚାର୍ଜ ବଢାଇବ ରେଲଓ୍ବେ

ବେଡରୋଲ ଚାର୍ଜ ବଢାଇବ ରେଲଓ୍ବେ

ନୂଆଦିଲ୍ଲୀ, ୧୫-୭: ଗରିବ ରଥ ଏକ୍ସପ୍ରେସରେ ଭଡା ବଢିବ। ବେଡ୍‌ରୋଲ୍‌ କିଟ୍‌ ବାବଦରେ ରେଲଓ୍ବେ ଧାର୍ଯ୍ୟ ଚାର୍ଜରେ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି। ଏହା ଫଳରେ ଟିକେଟ ମୂଲ୍ୟ ବୃଦ୍ଧି ଘଟିବ। ବେଡ୍‌ରୋଲ୍‌ ଲାଗି ଧାର୍ଯ୍ୟ ହେଉଥିବା ଦେୟ ଗୋଟିଏ ଦଶନ୍ଧି ତଳେ ନିର୍ଦ୍ଧାରଣ ହୋଇଥିଲା। ପୁରୁଣା ଦେୟ ପରିବର୍ତ୍ତେ ନୂଆ ଦେୟ ଲାଗୁ କରିବାକୁ ରେଲଓ୍ବେ ନିଷ୍ପତ୍ତି ନେଇଥିବା ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

ସୁନା ଆମଦାନୀରେ ହ୍ରାସ

ସୁନା ଆମଦାନୀରେ ହ୍ରାସ

ନୂଆଦିଲ୍ଲୀ,୧୫।୭-ଚଳିତ ଆର୍ଥତ୍କ ବର୍ଷର ପ୍ରଥମ ତ୍ରୈମାସରେ ଘରୋଇ ବଜାରରେ ସୁନା ଆମଦାନୀ ହ୍ରାସ ପାଇଛି। ଧାତୁ ମୂଲ୍ୟରେ ଲଗାତାର ହ୍ରାସ ଯୋଗୁ ସୁନା ଆମଦାନୀ ୨୫% କମ୍‌ ହୋଇ ୮.୪୩ ଡଲାର ରହିଛି।

ସେବା କ୍ଷେତ୍ର  ଏଫ୍‌ଡିଆଇ ୨୩% ହ୍ରାସ

ସେବା କ୍ଷେତ୍ର ଏଫ୍‌ଡିଆଇ ୨୩% ହ୍ରାସ

ନୂଆଦିଲ୍ଲୀ,୧୫।୭- ୨୦୧୭-୧୮ ଆର୍ଥତ୍କ ବର୍ଷରେ ଘରୋଇ ବଜାରର ସେବା କ୍ଷେତ୍ର ଏଫ୍‌ଡିଆଇ ୨୩% ହ୍ରାସ ପାଇଛି। ୨୦୧୬-୧୭ ଆର୍ଥିକ ବର୍ଷ ତୁଳନାରେ ଏଥିରେ ୨୩% ହ୍ରାସ ହୋଇ ୬.୭ ବିଲିୟନ ଡଲାରରେ ପହଞ୍ଚିଛି ବୋଲି ଶିଳ୍ପ ନୀତି ଓ ପ୍ରୋତ୍ସାହନ ବିଭାଗ(ଡିଆଇପିପି) ପକ୍ଷରୁ ସୂଚନା ଦିଆଯାଇଛି।

 ଆପଲ୍‌ ଆଇପଡ୍‌ ପାଇଁ ଫଟୋଶପ୍‌ ଆପ୍‌ ଆଣିବ ଆଡୋବ୍‌

ଆପଲ୍‌ ଆଇପଡ୍‌ ପାଇଁ ଫଟୋଶପ୍‌ ଆପ୍‌ ଆଣିବ ଆଡୋବ୍‌

ସାନ୍‌ ଫ୍ରାନ୍‌ସିସ୍କୋ,୧୫।୭- ପ୍ରମୁଖ ଡିଜିଟାଲ୍‌ ଡିଜାଇନ୍‌ ପ୍ରୋଗ୍ରାମ୍‌ର ନିର୍ମାତା ଆଡୋବ୍‌ ସିଷ୍ଟମ୍‌ ଇନ୍‌କର୍ପୋରେଶନ୍‌ ଆପଲ୍‌ ଆଇପଡ୍‌ ପାଇଁ ଏକ ଫଟୋଶପ୍‌ ଆପ୍‌ ପ୍ରସ୍ତୁତ କରିବ। ବିକ୍ରିରେ ବୃଦ୍ଧି ଆଣିବା ପାଇଁ ଆଡୋବ୍‌ ପକ୍ଷରୁ ଏଭଳି ଏକ ପଦକ୍ଷେପ ନିଆଯାଇଛି। ଚଳିତ ବର୍ଷ ଅକ୍ଟୋବରରେ ହେବାକୁ ଥିବା କମ୍ପାନୀର ବାର୍ଷିକ ମାକ୍ସ କ୍ରିଏଟିଭ୍‌ କନ୍‌ଫରେନ୍ସରେ ସଫ୍ଟଓ୍ବେର ଡେଭେଲପର୍‌ ଆଡୋବ୍‌ ଏହି ଆପ୍‌କୁ ଲଞ୍ଚ କରିବ। ସେହିଭଳି ୨୦୧୯ ସୁଦ୍ଧା ଏହା ବଜାରକୁ ଆସିବ ବୋଲି କମ୍ପାନୀ ପକ୍ଷରୁ ସୂଚନା ମିଳିଛି। ଯେତେ ଶୀଘ୍ର ସମ୍ଭବ ଏହି ଆପ୍‌ ବଜାରକୁ ଆସିବ ବୋଲି ଆଡୋବ୍‌ର ଚିଫ୍‌ ପ୍ରଡକ୍ଟ ଅଫିସର୍‌ ସ୍କଟ୍‌ ବେଲସ୍କି ସୂଚନା ଦେଇଛନ୍ତି।

ବିଏମ୍‌ଡବ୍ଲ୍ୟୁ ଏକ୍ସ୩ର ପେଟ୍ରୋଲ୍‌ ଭାରିଆଣ୍ଟ

ବିଏମ୍‌ଡବ୍ଲ୍ୟୁ ଏକ୍ସ୩ର ପେଟ୍ରୋଲ୍‌ ଭାରିଆଣ୍ଟ

ନୂଆଦିଲ୍ଲୀ,୧୫।୭- ଜର୍ମାନ୍‌ ଭିତ୍ତିକ କାର୍‌ ନିର୍ମାତା ବିଏମ୍‌ଡବ୍ଲ୍ୟୁ ପକ୍ଷରୁ ବଜାରକୁ ଆସିଛି ଏକ୍ସ୩ର ପେଟ୍ରୋଲ୍‌ ଭାରିଆଣ୍ଟ। ଏହି ସ୍ପୋର୍ଟ୍‌ ୟୁଟିଲିଟି ଭେଇକଲ୍‌(ଏସ୍‌ୟୁଭି)ର ବଜାର ଦର ୫୬.୯ଲକ୍ଷ ଟଙ୍କା ରହିଛି। ରିଫାଇନ୍ଡ ପେଟ୍ରୋଲ୍‌ ଇଞ୍ଜିନ୍‌ ଅପ୍‌ସନ୍‌ ଦ୍ୱାରା ଗ୍ରାହକମାନେ ଉନ୍ନତ ଡ୍ରାଇଭିଂ ଅଭିଜ୍ଞତା ପାଇପାରିବେ। ଏଥିରେ ୨୫୨ ହର୍ସ୍‌ପାଓ୍ବାର କ୍ଷମତାସମ୍ପନ୍ନ ୨ଲିଟର ବିଶିଷ୍ଟ ୪ସିଲିଣ୍ଡର ପେଟ୍ରୋଲ୍‌ ଇଞ୍ଜିନ୍‌ ରହିଛି। ୬.୩ ସେକେଣ୍ଡରେ ଘଣ୍ଟାପ୍ରତି ଶୂନରୁ ଶହେ କିଲୋମିଟର ପର୍ଯ୍ୟନ୍ତ ଆକ୍ସିଲେରେଟିଂ କ୍ଷମତା ରହିଛି।

ବ୍ୟାଙ୍କିଙ୍ଗ, ଇନ୍‌ସ୍ୟୁରାନ୍ସ କର୍ମଚାରୀଙ୍କ ଗଣଧାରଣା

ବ୍ୟାଙ୍କିଙ୍ଗ, ଇନ୍‌ସ୍ୟୁରାନ୍ସ କର୍ମଚାରୀଙ୍କ ଗଣଧାରଣା

ନୂଆଦିଲ୍ଲୀ,୧୫।୭- ବ୍ୟାଙ୍କିଙ୍ଗ ଓ ଇନ୍‌ସ୍ୟୁରାନ୍ସ କ୍ଷେତ୍ରରେ ହେଉଥିବା ସୁଧାରକୁ ବିରୋଧ କରୁଛନ୍ତି ବ୍ୟାଙ୍କ ଏବଂ ଇନ୍‌ସ୍ୟୁରାନ୍ସ କର୍ମଚାରୀ। ଏହାର ଫଳ ସ୍ବରୂପ ଦେଶରେ ସମସ୍ତ ରାଜ୍ୟର ରାଜଧାନୀଗୁଡିକରେ କର୍ମଚାରୀଙ୍କ ଧାରଣା ଦେଖାଦେଇଛି।

ଆମ୍ରି ହସ୍ପିଟାଲ୍ସରେ ଏମ୍‌ଇଏମ୍‌ର ପ୍ରଥମ ସମାବର୍ତ୍ତନ ଉତ୍ସବ

ଆମ୍ରି ହସ୍ପିଟାଲ୍ସରେ ଏମ୍‌ଇଏମ୍‌ର ପ୍ରଥମ ସମାବର୍ତ୍ତନ ଉତ୍ସବ

ଭୁବନେଶ୍ୱର,୧୫-୭: ଆମ୍ରି ହସ୍ପିଟାଲ୍ସ ଭୁବନେଶ୍ୱର ପକ୍ଷରୁ ଏହାର ମାଷ୍ଟର ଅଫ୍‌ ଏମର୍ଜେନ୍ସି ମେଡିସିନ(ଏମ୍‌ଇଏମ୍‌)ର ପ୍ରମଥ ବ୍ୟାଚ ଛାତ୍ରୀଛାତ୍ରଙ୍କ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।

ଡାଲମିଆ ଭାରତ ଗ୍ରୁପ ପକ୍ଷରୁ ବ୍ରାଣ୍ଡ ପୋର୍ଟଫୋଲିଓ ସମ୍ପ୍ରସାରଣ

ଡାଲମିଆ ଭାରତ ଗ୍ରୁପ ପକ୍ଷରୁ ବ୍ରାଣ୍ଡ ପୋର୍ଟଫୋଲିଓ ସମ୍ପ୍ରସାରଣ

ଭୁବନେଶ୍ୱର, ୧୫-୭: ପ୍ରମୁଖ ସ୍ଲାଗ ସିମେଣ୍ଟ ନିର୍ମାତା ଡାଲମିଆ(ସିମେଣ୍ଟ) ଭାରତ ଲିମିଟେଡ ପକ୍ଷରୁ ବ୍ରାଣ୍ଡ ପୋର୍ଟଫୋଲିଓ ସମ୍ପ୍ରସାରଣ ନେଇ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି। ଉକ୍ତ ପଦକ୍ଷେପ ଅନ୍ତର୍ଗତ କମ୍ପାନୀ ନୂଆ ଫାଇନ ବ୍ଲେଣ୍ଡ କମ୍ପୋଜିଟ ସିମେଣ୍ଟ ଡାଲମିଆ ଏଫ୍‌ବିସିକୁ ଉନ୍ମୋଚନ କରିଛି। ନୂଆ ବ୍ରାଣ୍ଡକୁ ଡାଲମିଆ ଭାରତ ଗ୍ରୁପର ମାର୍କେଟିଂ ଓ ଯୋଗାଯୋଗ ବରିଷ୍ଠ କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକ ବି.କେ. ସିଂ ଏବଂ ପୂର୍ବାଞ୍ଚଳ ବିକ୍ରି ଓ ମାର୍କେଟିଂ କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକ ଇନ୍ଦ୍ରଜିତ ଚାଟାର୍ଜୀ ଉନ୍ମୋଚନ କରିଥିଲେ।

ରଥଯାତ୍ରାରେ ଜେଏସ୍‌ପିଏଲ୍‌ ଫାଉଣ୍ଡେଶନର ଭକ୍ତ ସେବା

ରଥଯାତ୍ରାରେ ଜେଏସ୍‌ପିଏଲ୍‌ ଫାଉଣ୍ଡେଶନର ଭକ୍ତ ସେବା

ଭୁବନେଶ୍ୱର, ୧୫-୭: ଜିନ୍ଦଲ ଷ୍ଟିଲ ଆଣ୍ଡ ପାଓ୍ବର ଲିମିଟେଡ(ଜେଏସ୍‌ପିଏଲ୍‌)ର ସାମାଜିକ ଅନୁଷ୍ଠାନ ଜେଏସ୍‌ପିଏଲ୍‌ ଫାଉଣ୍ଡେଶନ ପକ୍ଷରୁ ପୁରୀ ରଥଯାତ୍ରା ଅବସରରେ ଶ୍ରଦ୍ଧାଳୁଙ୍କ ଲାଗି ବିଭିନ୍ନ ସେବା ଯୋଗାଇ ଦିଆଯାଇଛି। ଫାଉଣ୍ଡେଶନ ପକ୍ଷରୁ ରନ୍ଧାଖାଦ୍ୟ, ଥଣ୍ଡା ପାନୀୟ ଜଳ, ଗ୍ଲୁକୋଜ ପ୍ୟାକେଟ ବଣ୍ଟନ ଭଳି ବିଭିନ୍ନ ସେବା ପ୍ରଦାନ କରାଯାଇଛି।

ଜିଏସ୍‌ଟି ଠକେଇ ରୋକିବ ଆନାଲିଟିକ୍ସ

ଜିଏସ୍‌ଟି ଠକେଇ ରୋକିବ ଆନାଲିଟିକ୍ସ

ବାଙ୍ଗାଲୋର, ୧୫-୭: ଜିଏସ୍‌ଟିରେ ହେଉଥିବା ଠକେଇ ରୋକିବାକୁ ପ୍ରମୁଖ ଆଇଟି କମ୍ପାନୀ ଇନଫୋସିସ ଡାଟା ଆନାଲିଟିକ୍ସ ପ୍ରସ୍ତୁତ କରିଛି। ଏହା ଦ୍ୱାରା ଟିକସ ଫାଙ୍କୁଥିବା ଲୋକମାନେ ସାମ୍ନାକୁ ଆସିବେ। ଟିକସ ଫାଙ୍କୁଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଏସ୍‌ଟିଏନ୍‌ ଗ୍ରୁପ ଅଫ ମିନିଷ୍ଟର(ଜିଓଏମ୍‌)

ପାଞ୍ଚ ବର୍ଷର ସର୍ବୋଚ୍ଚ ସ୍ତରରେ ବାଣିଜ୍ୟ ନିଅଣ୍ଟ

ପାଞ୍ଚ ବର୍ଷର ସର୍ବୋଚ୍ଚ ସ୍ତରରେ ବାଣିଜ୍ୟ ନିଅଣ୍ଟ

ନୂଆଦିଲ୍ଲୀ, ୧୫-୭: ଘରୋଇ ବଜାରର ବାଣିଜ୍ୟ ନିଅଣ୍ଟ ଜୁନ ମାସରେ ୫ ବର୍ଷର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ଟଙ୍କାର ମୂଲ୍ୟ ହ୍ରାସ ଓ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ଯୋଗୁ ଏପରି ସ୍ଥିତି ଉପୁଜିଥିବା ଜଣାଯାଇଛି। ବାଣିଜ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏ ନେଇ ଶୁକ୍ରବାର ସୂଚନା ରହିଛି।

ଭାରତ ହେବ ୧୦ ଟ୍ରିଲିୟନ ଡଲାର ଅର୍ଥନୀତି

ଭାରତ ହେବ ୧୦ ଟ୍ରିଲିୟନ ଡଲାର ଅର୍ଥନୀତି

ନୂଆଦିଲ୍ଲୀ, ୧୫-୭: ଘରୋଇ ବଜାରର ଅର୍ଥନୀତି ବର୍ତ୍ତମାନ ଉନ୍ନତ ଅଭିବୃଦ୍ଧି ସ୍ତରରେ ରହିଛି। ଏହା ୨୦୩୦ ବେଳକୁ ବିଶ୍ୱର ତୃତୀୟ ବୃହତ୍‌ ଅର୍ଥନୀତି ହେବାର ସମ୍ଭାବନା ରହିଛି। ଏହି ସମୟରେ ଦେଶର ଜିଡିପି ୧୦ ଟ୍ରିଲିୟନ ଡଲାର ଛୁଇଁବ। ଅର୍ଥନୈତିକ ବ୍ୟାପର ସଚିବ ସୁଭାଷ ଚନ୍ଦ୍ର ଗର୍ଗ ଶନିବାର ଏହି ସୂଚନା ଦେଇଛନ୍ତି।

Model This Week

ରୂପେଶ