ଉପକୂଳ ଓଡିଶା

୪ଥର ଅଭିଯୋଗ ପରେ ଧାରଣାରେ ବସିଲେ ରାଜେନ୍ଦ୍ର

୪ଥର ଅଭିଯୋଗ ପରେ ଧାରଣାରେ ବସିଲେ ରାଜେନ୍ଦ୍ର

କେନ୍ଦ୍ରାପଡା ଅଫିସ,୨୬।୧୨
କେନ୍ଦ୍ରାପଡା ବ୍ଲକ ବାରୋ ପଞ୍ଚାୟତ ତରାଣ୍ଡୋ ଗ୍ରାମର ରାଜେନ୍ଦ୍ର ନାୟକ ବନ ବିଭାଗରୁ ପ୍ରାପ୍ୟ ଅର୍ଥ ଦାବି କରି ଇତିମଧ୍ୟରେ ୪ ଥର ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି । ପ୍ରତି ଅଭିଯୋଗ ଶୁଣାଣି ସମୟରେ ଜିଲାପାଳ ଏ ନେଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ହେବ ବୋଲି ପ୍ରତିଶ୍ରୁତି ଦେଉଛନ୍ତି । ତେବେ ଏହା କାର୍ଯ୍ୟକାରୀ ନ ହେବାରୁ ମଙ୍ଗଳବାର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ରାଜେନ୍ଦ୍ର ଧାରଣାରେ ବସିଥିଲେ । ସେ କୁହନ୍ତି ଯେ, ବନ ବିଭାଗ ଅଧୀନରେ ୨୦ ବର୍ଷ ହେବ ଦୈନିକ ମଜୁରିରେ କାର୍ଯ୍ୟ କରି ଆସୁଛନ୍ତି । ତେବେ ଜଣେ ଫରେଷ୍ଟର ତାଙ୍କର ୧୯ ମାସର ମଜୁରି ଟଙ୍କାରୁ ୫୦ ହଜାର ଟଙ୍କା ହଡପ କରିଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି ।ଏଥିସହିତ ଗଛ ବଞ୍ଚାଇବା ପାଇଁ ଖର୍ଚ୍ଚ ହୋଇଥିବା ବାଉଁଶ ବାବଦ ୧୦ ହଜାର ଟଙ୍କା ପାଇବାକୁ ଅଛି । ଜିଲାପାଳ ରେଘୁ ଜୀ. ତୁରନ୍ତ ଏ ଦିଗରେ କାର୍ଯ୍ୟାନୁଷ୍ଠାନ ନେବାକୁ ସେ ନିବେଦନ କରିଛନ୍ତି ।

All Right Reserved By

ଉପକୂଳ ଓଡିଶା

୪୫,୧୮୫ ଭୋଟରଙ୍କ ଦୁଇରୁ ଅଧିକ ସ୍ଥାନରେ ନାମ ଦରଜ

କେନ୍ଦ୍ରାପଡା ଅଫିସ,୧୯।୭-କେନ୍ଦ୍ରାପଡା ଜିଲାର ଅଦ୍ୟାବଧି ଭୋଟର ସଂଖ୍ୟା ୧୧,୬୯,୩୯୮ ।ତେବେ ଏଥିମଧ୍ୟରୁ ୪୫,୧୮୫ ଜଣ ଦୁଇରୁ ଅଧିକ ସ୍ଥାନରେ ନାମ ଦରଜ କରିଥିବା ଜିଲା ନିର୍ବାଚନ ବିଭାଗ ତଥ୍ୟରୁ ସୂଚନା ମିଳିଛି।

ବୃକ୍ଷରୋପଣ କାର୍ଯ୍ୟକ୍ରମ

ଯାଜପୁରରୋଡ,୧୯।୭(ନି.ପ୍ର.)-ନବଉତ୍କଳ ମହିଳା ସମିତି ପକ୍ଷରୁ ଗୁରୁବାର କୋରେଇ ମେଡିକାଲ, କୋରେଇର କାହ୍ନୁଚରଣ ମହାବିଦ୍ୟାଳୟ ପରିସର ଓ ଧନେଶ୍ୱର ପଞ୍ଚାୟତ ଅଫିସ ସମ୍ମୁଖରେ ବୃକ୍ଷରୋପଣ କରାଯାଇଛି ।

କୁମ୍ଭାର ସାହି ବସ୍ତିରେ କୃତ୍ରିମ ବନ୍ୟା

କୁମ୍ଭାର ସାହି ବସ୍ତିରେ କୃତ୍ରିମ ବନ୍ୟା

ମାର୍ଶାଘାଇ,୧୯।୭(ଡିଏନଏ)-ଗୁରୁବାର ଅପରାହ୍ନ ଗୋଟାଏ ସମୟରେ ମାର୍ଶାଘାଇ ଅଞ୍ଚଳରେ ଅସରାଏ ବର୍ଷା ହୋଇଯାଇଛି ।

ପଦ୍ମଶ୍ରୀ ବାଣୀକଣ୍ଠ ନିମାଇଁ ଶ୍ରୀଚନ୍ଦନଙ୍କ ଶ୍ରଦ୍ଧାଞ୍ଜଳି ସଭା

କେନ୍ଦ୍ରାପଡା ଅଫିସ, ୧୯ା୭: କେନ୍ଦ୍ରାପଡା ଜିଲା ବିକାଶ ସାମ୍ମୁଖ୍ୟ କାର୍ଯ୍ୟାଳୟରେ ପଦ୍ମଶ୍ରୀ ବାଣୀକଣ୍ଠ ନିମାଇଁ ଚରଣ ଶ୍ରୀଚନ୍ଦନଙ୍କ ୩୫ତମ ଶ୍ରାଦ୍ଧବାର୍ଷିକ ଅବସରରେ ଶ୍ରଦ୍ଧାଞ୍ଜଳି ସଭା ଗୁରୁବାର ଅନୁଷ୍ଠିତ ହୋଇଯାଇଛି।

କେନ୍ଦ୍ରାପଡା କ୍ରେଡିଟ କୋ-ଅପରେଟିଭ ସୋସାଇଟିରେ କୋର ବ୍ୟାଙ୍କିଙ୍ଗ

କେନ୍ଦ୍ରାପଡା ଅଫିସ, ୧୯ା୭- କେନ୍ଦ୍ରାପଡା କ୍ରେଡିଟ କୋ-ଅପରେଟିଭ ସୋସାଇଟି ଲିମିଟେଡ ସଦସ୍ୟଙ୍କ ପାଇଁ କୋର ବ୍ୟାଙ୍କିଙ୍ଗ ସିଷ୍ଟମ ଗୁରୁବାରଠାରୁ ଆରମ୍ଭ ହୋଇଛି। ଏହା କେନ୍ଦ୍ରାପଡାସ୍ଥ ମୁଖ୍ୟ କାର୍ଯ୍ୟାଳୟ ସମେତ ଯାଜପୁର, କଟକ, ଜଗତ୍‌ସିଂହପୁର ଓ କେନ୍ଦ୍ରାପଡା ଜିଲାର ୧୭ଟି ଶାଖାରେ କାର୍ଯ୍ୟକାରୀ ହେବ।

ଗ୍ୟାଙ୍ଗଷ୍ଟର ଟିଟୋ ଗିରଫ ମାମଲା: କ୍ରାଇମବ୍ରାଞ୍ଚର ଚଢ଼ାଉ ଜାରି

କେନ୍ଦ୍ରାପଡା ଅଫିସ, ୧୯ା୭: ଗ୍ୟାଙ୍ଗଷ୍ଟର ଟିଟୋ ଓରଫ ସୟଦ ଉସମାନ୍‌ ଅଲ୍ଲୀଙ୍କୁ ଗତ ଜୁନ ୩୦ ତାରିଖରେ ଗିରଫ ପରେ କ୍ରାଇମବ୍ରାଞ୍ଚ ପକ୍ଷରୁ ଜିଲା ଓ ବାହର ଜିଲାରେ ଚଢ଼ାଉ ଜାରି ରହିଛି। ଏହି କ୍ରମରେ ବୁଧବାର ସନ୍ଧ୍ୟାରେ ଜିଲା ପୋଲିସ ଓ କ୍ରାଇମବ୍ରାଞ୍ଚର ମିଳିତ ଉଦ୍ୟମରେ ଆଳି ଓ ସହରର ଦିହୁରିଆ ରାସ୍ତାରେ ୪ ଚକିଆ ଯାନ ତନଖି କରାଯାଇଥିଲା।

ବାଇପାଶ ରାସ୍ତାରେ ତାଳିପକା କାମ

ମାର୍ଶାଘାଇ,୧୯।୭(ଡି.ଏନ.ଏ.)-ମାର୍ଶାଘାଇ ବ୍ଲକ ଅଞ୍ଚଳ ଦେଇ ଯାଇଥିବା ୫ ନଂ (କ) ଜାତୀୟ ରାଜପଥର ମାର୍ଶାଘାଇ କେନାଲ ବ୍ରିଜର ଉଭୟ ପାର୍ଶ୍ୱ ବାଇପାସ ରାସ୍ତାରେ ବହୁ ଛୋଟ ବଡ ଖାଲଖମା ସୃଷ୍ଟି ହୋଇଛି ।

ମଦ ବ୍ୟବସାୟୀଙ୍କ ନାମରେ ଅଭିଯୋଗ

କେନ୍ଦ୍ରାପଡା ଅଫିସ, ୧୯ା୭: ଜନୈକ ମୃତ ମହିଳାଙ୍କ ନାମରେ ବିଦେଶୀ ମଦ ଦୋକାନର ଲାଇସେନ୍ସ ଅବକାରୀ ବିଭାଗରୁ ରିନୁଆଲ କରାଯିବା ନେଇ ଜିଲା ଅବକାରୀ ବିଭାଗ ପକ୍ଷରୁ ଟାଉନ ଥାନାରେ ଗୁରୁବାର ଅଭିଯୋଗ ହୋଇଛି।

ଯୌତୁକ ନିର୍ଯ୍ୟାତନା ଅଭିଯୋଗ

କେନ୍ଦ୍ରାପଡା ଅଫିସ, ୧୯ା୭: କେନ୍ଦ୍ରାପଡ଼ା ଜିଲା ସଦର ଥାନା ଅନ୍ତର୍ଗତ କୁଶିଆପାଳ ଗ୍ରାମର ଆଲୋକ ନାୟକ ଓ ତାଙ୍କ ପରିବାର ବିରୋଧରେ ବୁଧବାର ଯୌତୁକ ନିର୍ଯ୍ୟାତନା ଅଭିଯୋଗ ହୋଇଛି। ୨୦୧୫ ମେ’ ୨୭ ତାରିଖରେ ଆଲୋକଙ୍କୁ କଟକ ଜିଲା ଟାଙ୍ଗି ଥାନା ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମର ସୁମିତ୍ରା ନାଥ ବିବାହ କରିଥିଲେ।

ବ୍ଲକସ୍ତରୀୟ ବନ ମହୋତ୍ସବ

ପଟ୍ଟାମୁଣ୍ଡାଇ,୧୯।୭(ସ୍ବ.ପ୍ର.)-ପଟ୍ଟାମୁଣ୍ଡାଇ ବ୍ଲକ ଇକୋ କ୍ଲବ ଆନୁକୂଲ୍ୟରେ ଖଡିଅଣ୍ଟାସ୍ଥିତ ଜି ପି ହାଇସ୍କୁଲଠାରେ ବ୍ଲକସ୍ତରୀୟ ବନ ମହୋତ୍ସବ ବୁଧବାର ଅନୁଷ୍ଠିତ ହୋଇଯାଇଛି ।

ସମବାୟ ଆପଣଙ୍କ ଦ୍ୱାରରେ

ଡେରାବିଶ, ୧୯।୭ (ସ୍ବ.ପ୍ର.)-ଡେରାବିଶ ବ୍ଲକ ଅଧୀନ ରତାଦିଆ-ଖଣ୍ଡସାହି ସେବା ସମବାୟ ସମିତି ତରଫରୁ ବୁଧବାର ସମବାୟ ଆପଣଙ୍କ ଦ୍ୱାରରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛ।

ଭାଜପା କର୍ଯ୍ୟକର୍ତ୍ତା ସମ୍ମିଳନୀ

ରାଜକନିକା, ୧୯।୭ (ଡି.ଏନ୍‌.ଏ)-ରାଜକନିକା ବ୍ଲକ ଅଶୋକବଜାରସ୍ଥିତ ନୟନାମଣ୍ଡପରେ ଭାଜପାର କାର୍ଯ୍ୟକର୍ତ୍ତା ସମ୍ମିଳନୀ ବୁଧବାର ଅନୁଷ୍ଠିତ ହୋଇଯାଇଛି।

Model This Week

ରୂପେଶ