ଉପକୂଳ ଓଡିଶା

ଧାନକିଣାକୁ ନେଇ ଅନିଶ୍ଚିତତା

ଧାନକିଣାକୁ ନେଇ ଅନିଶ୍ଚିତତା
ରସୁଲପୁର,୨୬।୧୨(ଡି.ଏନ୍‌.ଏ.)- ରସୁଲପୁର ବ୍ଲକ ଅଧୀନ ୧୧ଟି ପ୍ରାଥମିକ କୃଷି ସମବାୟ ସମିତିରେ ଧାନକିଣାକୁ ନେଇ ଅନିଶ୍ଚିତତା ଜାରି ରହିଛି । ଧାନକିଣା ନେଇ ଜିଲାପାଳଙ୍କ ଅଧ୍ୟକ୍ଷାରେ ନଭେମ୍ବର ୧୫ରେ ଏକ ବୈଠକ ଆୟୋଜିତ ହୋଇଥିଲା। ଉକ୍ତ ବୈଠକରେ ଅନଲାଇନ୍‌ ପ୍ରକ୍ରିୟା ଧାନ କିଣିବା ନେଇ ନିର୍ଦ୍ଦେଶନାମା ଜାରି ରହିଥିଲେ। ଏହାପରେ ଡିସେମ୍ବର ୧ରୁ ସମଗ୍ର ଜିଲାରେ ଧାନକିଣା ହେବା ନେଇ ଜିଲାସ୍ତରରେ ନିଷ୍ପତ୍ତି ହୋଇ ଥିଲା । ଏ ଦିଗରେ ଯାଜପୁର ଜିଲାପାଳ ରଞ୍ଜନ କୁମାର ଦାସ ଯୋଗାଣ କୃଷି ଓ ସମବାୟ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ନିର୍ଦ୍ଦେଶାନାମା ଜାରି ହେବାର ୪୦ ଦିନ ବିତିଲାଣି ସତ ଏଯାବତ୍‌ ବ୍ଲକରେ ଏହା କାର୍ଯ୍ୟକାରୀ ହୋଇପାରୁନାହିଁ । ଧାନ କିଣିବାରେ ଅନଲାଇନ ବ୍ୟବସ୍ଥା ବାଧକ ସାଜିଛି। ଏ ଦିଗରେ ଅନ୍‌ଲାଇନ୍‌(ପି-ପାସ୍‌)ପ୍ରକ୍ରିୟା କାର୍ଯ୍ୟକ୍ଷମ କରାଯାଇ ପାରୁନାହିଁ । ଫଳରେ ଧାନ କିଣା ଆରମ୍ଭ ହୋଇ ପାରୁନାହିଁ । ବ୍ଲକର ରସୁଲପୁର, ସିଂହାପୁର, ବଡକଇଁଚି, ଓଡିଶୋ, ନଠୁଆବର, ବ୍ରହ୍ମବରଦା, ମୁଗୁପାଳ, ନରସିଂହପୁର, ପ୍ରଥମାଖଣ୍ଡି, ପହଁଗା, ରାଉତରାପୁର ଭଳି ୧୧ଟି ପ୍ରାଥମିକ ସେବା ସମବାୟ ସମିତି ରହିଛି । ଧାନ କିଣାରୁ ବଡକଇଁଚି, ନଠୁଆବର, ବ୍ରହ୍ମବରଦା ସମବାୟ ସମିତିକୁ ବାଦ ଦିଆଯାଇଛି । ପ୍ରଥମ ପର୍ଯ୍ୟାୟରେ ୮ଟି ସମବାୟ ସମିତିରୁ ୭,୫୦୦କୁଇଣ୍ଟାଲ ଧାନକିଣା ହେବ ବୋଲି ଲକ୍ଷ୍ୟ ରଖାଯାଇଛି । ପ୍ରଥମ ଦଫାରେ ଓଡିଶୋ ସେମବାୟ ସମିତିରୁ ୫ଶହ କୁଇଣ୍ଟାଲକୁ ଛାଡି ଦେଲେ ବାକି ୭ଟି ସମିତିରୁ ପ୍ରଥମ ପର୍ଯ୍ୟାୟରେ ହଜାରେ କୁଇଣ୍ଟାଲ ଲେଖାଏଁ ଧାନ କିଣିବାକୁ ଲକ୍ଷ୍ୟ ରଖାଯାଇଛି । ହେଲେ ସେ ଦିଗରେ ଏ ଯାବତ୍‌ କୌଣସି ଅଗ୍ରଗତି ଘଟି ନାହିଁ । ଚଳିତ ବର୍ଷ ସମଗ୍ର ଜିଲାରେ ୫୫୮୮୨ ମେଟ୍ରିକ ଟନ ଧାନ ସଂଗ୍ରହ ଧାର୍ଯ୍ୟ ହୋଇଛି । ସେହି ମୁତାବକ ଏହି ବ୍ଲକରୁ ୧୯,୯୬୦ ମେଟ୍ରିକ ଟନ୍‌ ଧାନ ସଂଗ୍ରହ କରାଯିବାକୁ ଲକ୍ଷ୍ୟ ରଖାଯାଇଛି ।ଏଥି ପାଇଁ ବ୍ଲକରୁ ମୋଟ ୧୪୧୯ଜଣ ପଞ୍ଜୀକୃତ କରିଛନ୍ତି । ସେମାନଙ୍କ ମଧ୍ୟରୁ ୯୫୫ଜଣ ଚାଷୀ ଧାନ ବିକ୍ରି କରିବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଏହାଛଡା କେଉଁ ଆଧାରରେ ତିନୋଟି ସମବାୟ ସମିତିକୁ ଧାନ କିଣାରୁ ବାଦ ଦିଆଯାଇଛି । ଏହି ତିନି ସମିତିରେ ବଳକା ଧାନ ସଂଗ୍ରହ ହୋଇଛି । ବଡକଇଁଚିରେ ୭୮, ନଠୁଆବରରେ ୯୮ ଓ ବ୍ରହ୍ମବରଦାରେ ୨୦ଜଣ ଚାଷୀ ଧାନ ବିକ୍ରି କରିବାକୁ ନାମ ପଞ୍ଜୀକରଣ କରିଛନ୍ତି । ହେଲେ ସମ୍ପୃକ୍ତ ସମିତିକୁ ଧାନ କିଣାରୁ କେଉଁ କାରଣରୁ ବାଦ୍‌ କରାଯାଇଛି ତାହା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏଥିସହ ପହଁଗା ସେବାସମିତି ଅଧୀନରେ ଥିବା ପହଁଗା ଓ ଲକ୍ଷ୍ମୀନଗର ପଞ୍ଚାୟତରେ ସର୍ବାଧିକ ଧାନ ଚାଷ ହେଉଛି । ଏହି ୨ ପଞ୍ଚାୟତରୁ ହଜାରେ କୁଇଣ୍ଟାଲ ଲେଖାଏଁ ଧାନ ସଂଗ୍ରହ ହେବାକୁ ଲକ୍ଷ୍ୟ ରଖାଯାଇଛି । ତବେ ଏହି ପଂଚାୟତର ବଳକା ଧାନ କୁଆଡେ ଗଲା ତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ମଣ୍ଡି ଖୋଲିବାରେ ସମୟ ବିଳମ୍ବ ହେଉଥିବାବେଳେ ଧାନ କିଣାକୁ ନେଇ ରହିଥିବା ଧାର୍ଯ୍ୟ ଲକ୍ଷ୍ୟ ପୂରଣ ହେବା ନେଇ ଆଶଙ୍କା ପ୍ରକଟିତ ହୋଇଛି । ଏ ନେଇ ରସୁଲପୁର ସମବାୟ ସଂପ୍ରସାରଣ ଅଧିକାରୀ କୃଷ୍ଣ ଚନ୍ଦ୍ର ନାୟକଙ୍କୁ ପଚାରିବାରେ ସେ ଅନଲାଇନରେ ଧାନ କିଣା ପ୍ରକ୍ରିୟାରେ ସମ୍ଭବ ହେଉ ନ ଥିବାରୁ ଧାନ କିଣା ଆରମ୍ଭ ହୋଇ ପାରିନାହିଁ ବୋଲି କହିଛନ୍ତି। ଭାରପ୍ରାପ୍ତ ଜିଲା ଯୋଗାଣ ଅଧିକାରୀ ପ୍ରହ୍ଲାଦ ସେଠୀଙ୍କୁ ପଚାରିବାରେ ଅନଲାଇନ୍‌ ବ୍ୟବସ୍ଥାକୁ ସଜାଡିବାକୁ ପ୍ରୟାସ ଜାରି ରହିଛି । ତୁରନ୍ତ ମଣ୍ଡିରେ ଧାନ କିଣିବା ଆରମ୍ଭ ହେବ ବୋଲି କହିଛନ୍ତି।
All Right Reserved By

ଉପକୂଳ ଓଡିଶା

ଦାମୋଦର ବେଶରେ ଦର୍ଶନ ଦେଲେ ଶ୍ରୀନୀଳମାଧବ ଜୀୟୁ

ଦାମୋଦର ବେଶରେ ଦର୍ଶନ ଦେଲେ ଶ୍ରୀନୀଳମାଧବ ଜୀୟୁ

ଖଣ୍ଡପଡ଼ା,୨୦।୧୦(ସ୍ବ.ପ୍ର)- ନୀଳମାଧବ ଜୀୟୁ ଦାମୋଦର ବେଶରେ ଶ୍ରଦ୍ଧାଳୁ ଭକ୍ତଙ୍କୁ ଶନିବାର ଦର୍ଶନ ଦେଇଛନ୍ତି। ଏହି ଅବସରରେ ଶ୍ରୀଜୀଉଙ୍କ ସ୍ବତନ୍ତ୍ର ନୀତି ଅନୁଷ୍ଠିତ ହୋଇଛି। ପ୍ରଥମେ ଦ୍ୱାର ଫିଟା ପରେ ମଙ୍ଗଳ ଆଳତୀ, ମଇଲମ ଓ ଅବକାଶ ନୀତି ଅନୁଷ୍ଠିତ ହୋଇଥିଲା। ପରେ ଠାକୁରଙ୍କ ଦାମୋଦର ବେଶ ସମ୍ପନ୍ନ ହୋଇଥିଲା। 

ମା’ ଦୁର୍ଗାଙ୍କ ଭସାଣି ଆରମ୍ଭ

ମା’ ଦୁର୍ଗାଙ୍କ ଭସାଣି ଆରମ୍ଭ

ରାଜନଗର,୨୦।୧୦(ଡିଏନଏ)- କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକରେ ଗଣପର୍ବ ଶାରଦୀୟ ଦୁର୍ଗାପୂଜା ଆନନ୍ଦ ଉଲ୍ଲାସର ସହ ଶେଷ ହୋଇଛି। ଶନିବାର ପୋଲିସ ପ୍ରଶାସନ ସହାୟତାରେ ଭସାଣି ଆରମ୍ଭ ହୋଇଛି।

ନାବାଳିକାଙ୍କୁ ବଳାତ୍କାର ଉଦ୍ୟମ, ପୋଲିସ ପକ୍ଷରୁ ମାମଲା ରୁଜୁ

ନାବାଳିକାଙ୍କୁ ବଳାତ୍କାର ଉଦ୍ୟମ, ପୋଲିସ ପକ୍ଷରୁ ମାମଲା ରୁଜୁ

ଯାଜପୁର ରୋଡ,୨୦।୧୦(ନି.ପ୍ର.)- ଯାଜପୁର ଜିଲା ବ୍ୟାସନଗର ପୌରପରିଷଦର ଏକ ଦୁର୍ଗାମଣ୍ଡପ ନିକଟରେ ଜନୈକା ନାବାଳିକାଙ୍କୁ ଜଣେ ଗୁପ୍‌ଚୁପ୍‌ ବିକାଳୀ ବଳାତ୍କାର ଉଦ୍ୟମ କରି ଗିରଫ ହୋଇଥିବା ଜଣାପଡ଼ିଛି। 

ସ୍ତ୍ରୀଙ୍କ ଆତ୍ମହତ୍ୟା ଘଟଣା: ସ୍ବାମୀ ଗିରଫ

ସ୍ତ୍ରୀଙ୍କ ଆତ୍ମହତ୍ୟା ଘଟଣା: ସ୍ବାମୀ ଗିରଫ

ଯାଜପୁର ରୋଡ, ୨୦।୧୦(ଡି.ଏନ୍‌.ଏ.): ଯାଜପୁର ଜିଲା ଯାଜପୁର ରୋଡ଼ ଥାନା ଅନ୍ତର୍ଗତ ରାଛିପୁର ଗ୍ରାମରେ ସ୍ତ୍ରୀଙ୍କ ହତ୍ୟା ଅଭିଯୋଗରେ ସ୍ବାମୀ ସମୀର ରାଉତଙ୍କୁ ପୋଲିସ ଶନିବାର ଗିରଫ କରିଛି। 

ପାରାଦୀପ ରାଜନୀତିରେ ଭିନ୍ନ ସମୀକରଣ

ପାରାଦୀପ,୧୯।୧୦(ସ୍ବ.ପ୍ର.)- ପାରାଦୀପ ନିର୍ବାଚନମଣ୍ଡଳୀର ୩ ରାଜନୈତିକ ଦଳ ମଧ୍ୟରେ ଭିନ୍ନ ସମୀକରଣ ହେବାରେ ଲାଗିଛି। ଗତ ସେପ୍ଟେମ୍ବର ୧୨ରେ ବିଜେଡି ନେତା ଦାମୋଦର ରାଉତ ବହିଷ୍କାର ହେବା ପରେ ଏପରି ହୋଇଛି। ତେବେ ୨୦୧୯ ନିର୍ବାଚନ ପାଇଁ କିଏ ବିଜେଡି ପ୍ରାର୍ଥୀ ହେବ, ସେ ନେଇ ଚର୍ଚ୍ଚା ହେଉଥିଲା।

ରାବଣ ପୋଡ଼ିକୁ ନେଇ ବିବାଦ, ପ୍ରଶାସନ ଭାଙ୍ଗିଲା ଦାମଙ୍କ ମଞ୍ଚ

ରାବଣ ପୋଡ଼ିକୁ ନେଇ ବିବାଦ, ପ୍ରଶାସନ ଭାଙ୍ଗିଲା ଦାମଙ୍କ ମଞ୍ଚ

ଏରସମା,୧୯।୧୦(ସ୍ବ.ପ୍ର.)- ଏରସମାରେ ରାବଣ ପୋଡ଼ିକୁ ନେଇ ସୃଷ୍ଟି ହୋଇଥିବା ବିବାଦ ଏକ ଭିନ୍ନ ମୋଡ଼ ନେଇଛି। ଏ ନେଇ ପ୍ରଶାସନ ଶୁକ୍ରବାର ପାରାଦୀପ ବିଧାୟକ ଦାମୋଦର ରାଉତଙ୍କ ସ୍ବାଭିମାନ ସମାବେଶର ମଞ୍ଚକୁ ଭାଙ୍ଗିଦେଇଛି। ଏହା ଏକ ବିଶାଳ ଗୋଷ୍ଠୀ ସଂଘର୍ଷର ରୂପ ନେବାକୁ ଯାଉଛି। ଗୁରୁବାର ବିଳମ୍ବିତ ରାତିରେ ଏରସମା ଥାନା ପରିସରରେ ବସିଥିବା ଶାନ୍ତି କମିଟି ଦ୍ୱାରା ଏହି ବିବାଦର ସମାଧାନ ହୋଇପାରିଲା ନାହଁି।

ଯୁବକଙ୍କ ଆତ୍ମହତ୍ୟା

ଯୁବକଙ୍କ ଆତ୍ମହତ୍ୟା

ଓଡ଼ଗଁ। ,୧୯। ୧୦(ସ୍ବ.ପ୍ର.)- ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଭୁକ୍ତ ଜାରିଙ୍ଗି ମୌଜାରେ ଗୁରୁବାର ସନ୍ଧ୍ୟାରେ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ ବେକରେ ଲୁଗା ଦେଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ମୃତକ ହେଲେ ଦୁତିକୃଷ୍ଣ ସାହୁ(୨୭)।

ଦଶମୀ ଅବସରରେ ଅପରାଜିତା ପୂଜା

ଦଶମୀ ଅବସରରେ ଅପରାଜିତା ପୂଜା

ମାର୍ଶାଘାଇ,୧୯।୧୦(ଡି.ଏନ୍‌.ଏ)- କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ବ୍ଲକ ଅନ୍ତର୍ଗତ ବଜାର ଦୁର୍ଗା ମଣ୍ଡପରେ ଶୁକ୍ରବାର ଦଶମୀ ଅବସରରେ ଅପରାଜିତା ପୂଜା ଓ ପୂର୍ଣ୍ଣାହୁତୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଟ୍ରକ୍‌-ବାଇକ ଧକ୍କା, ଜଣେ ମୃତ

ଟ୍ରକ୍‌-ବାଇକ ଧକ୍କା, ଜଣେ ମୃତ

ଯାଜପୁରରୋଡ,୧୯। ୧୦(ନି.ପ୍ର.)- ୨୦ନଂ. ଜାତୀୟ ରାଜପଥର ଏକ ବାଇକ୍‌ ଶୋ’ରୁମ୍‌ ନିକଟରେ ଗୁରୁବାର ବିଳମ୍ବିତ ରାତିରେ ଏକ ମୋଟର ସାଇକେଲ ଭାରସାମ୍ୟ ହରାଇ ଟ୍ରକ୍‌ ପଛକୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ହଁି ବାଇକ୍‌ ଅରୋହୀଙ୍କର ମୃତ୍ୟୁ ହୋଇଥିଲା।

ଖଣ୍ଡାପୂଜା ଉତ୍ସବ

ଖଣ୍ଡାପୂଜା ଉତ୍ସବ

ମାର୍ଶାଘାଇ,୧୯।୧୦(ଡି.ଏନ୍‌.ଏ)- କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ବ୍ଲକ କୁସୁନପୁର ଆଖଣ୍ଡଳମଣୀ ମନ୍ଦିର ପରିସରରେ ଶୁକ୍ରବାର ବିଜୟା ଦଶମୀ ଅବସରରେ ଖଣ୍ଡାୟତ ସମାଜ ପକ୍ଷରୁ ଖଣ୍ଡାପୂଜା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। 

ଖସିଲା ଅତଡ଼ା, ୩୦ରୁ ଊର୍ଦ୍ଧ୍ୱ ପରିବାର ଆତଙ୍କିତ

ଖସିଲା ଅତଡ଼ା, ୩୦ରୁ ଊର୍ଦ୍ଧ୍ୱ ପରିବାର ଆତଙ୍କିତ

ଆଳି,୧୯।୧୦(ଡି.ଏନ୍‌.ଏ)- କେନ୍ଦ୍ରାପଡ଼ା ଜିଲା ଆଳି ଧୋୟାଞ୍ଚଳରେ ପ୍ରବାହିତ ଖରସ୍ରୋତା ନଦୀରୁ ଶୁକ୍ରବାର ଅତଡ଼ା ଖସିବା ଯୋଗୁ ନଦୀକୂଳରେ ଥିବା ମଧୁସୂଦନ ଗ୍ରାମର ୩୦ରୁ ଊର୍ଦ୍ଧ୍ୱ ପରିବାର ଆତଙ୍କିତ ହୋଇପଡ଼ିଛନ୍ତି। ଗ୍ରାମର ଅଭିଳାଷ ଦାସ, କୁନି ସାହୁ, ଜୟୀରାମ ରାଉତ, ଶ୍ରୀନିବାସ ରାଉତଙ୍କ ସମେତ ଅନେକ ପରିବାର ଭୟଭୀତ ହୋଇପଡ଼ିଛନ୍ତି।

ଶାନ୍ତିମୈତ୍ରୀ ସ୍ବେଚ୍ଛାସେବୀ ସଙ୍ଗଠନ ପକ୍ଷରୁ ପୋଖରୀ ସଫା

ଶାନ୍ତିମୈତ୍ରୀ ସ୍ବେଚ୍ଛାସେବୀ ସଙ୍ଗଠନ ପକ୍ଷରୁ ପୋଖରୀ ସଫା

ପାଟକୁରା,୧୯।୧୦(ଡି.ଏନ୍‌.ଏ)- ଗରଦପୁର ବ୍ଲକ ବଧୀନ ବେଡ଼ାରୀ ପଞ୍ଚାୟତ ଦଳୁଆଣି ବାୟାଣି ପୋଖରୀରୁ ଶାନ୍ତିମୈତ୍ରୀ ସ୍ବେଚ୍ଛାସେବୀ ସଙ୍ଗଠନ ସହାୟତାରେ ଶୁକ୍ରବାର ଦଳ ସଫା କରାଯାଇଛି।