ଅନଗୁଳ-ଢେଙ୍କାନାଳ

୨୯ରୁ ଏମ୍‌ଆର ଟିକାକରଣ

୨୯ରୁ ଏମ୍‌ଆର ଟିକାକରଣ
ଢେଙ୍କାନାଳ ଅଫିସ, ୨୬।୧୨-ଢେଙ୍କାନାଳ ଜିଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ମଙ୍ଗଳବାର ହୋଟେଲ ଦେବକନ୍ୟା ସମ୍ମିଳନୀ କକ୍ଷରେ ଇଣ୍ଡିଆନ ମେଡିକାଲ ଆସୋସିଏଶନ (ଆଇଏମ୍‌ଏ) ଏବଂ ଇଣ୍ଡିଆନ ପେଡିଆଟ୍ରିକ୍‌ ଆସୋସିଶନର ଡାକ୍ତରଙ୍କୁ ନେଇ ମିଜିଲ୍ସ-ରୁବେଲା (ଏମ୍‌ଆର) ଟିକାକରଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ବାସୁଦେବ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ୨୫ଘରୋଇ ସ୍ବସ୍ଥ୍ୟକେନ୍ଦ୍ରର ଚିକିତ୍ସକ ଉପସ୍ଥିତ ଥିଲେ। ଜାନୁୟାରୀ ୨୯ରୁ ଜିଲାରେ ଏହି ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇ ମାସେ ଯାଏ ଚାଲିବ। ମୋଟ ୩ଲକ୍ଷ ୨୫ହଜାର ପିଲାଙ୍କୁ ଟିକାକରଣ କରିବାକୁ ଲକ୍ଷ୍ୟ ରଖାଯାଇଛି। ପ୍ରଥମ ପର୍ଯ୍ୟାୟରେ ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟରେ ପ୍ରତିଷେଧକ ଦିଆଯିବ। ପରବର୍ତ୍ତୀ ସମୟରେ ଏଥିରେ ଅଙ୍ଗନଓ୍ବାଡି କେନ୍ଦ୍ରଗୁଡ଼ିକୁ ସାମିଲ କରାଯିବ। ଯେପରି କୌଣସି ପିଲା ଏଥିରୁ ବାଦ୍‌ ନ ପଡ଼ନ୍ତି ସେଥିପ୍ରତି ଗୁରୁତ୍ୱ ଦେବାକୁ ଆଲୋଚନା ହୋଇଥିଲା। ଏଡିଏମ୍‌ଓ କ୍ଷେତ୍ରବାସୀ ଦାଶ, କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଧିକାରୀ ମନୋରଞ୍ଜନ ରାଉତ, ଆଇଏମ୍‌ଏ ସଭାପତି ଡା. ସଦାନନ୍ଦ ରାଉତ, ଡା. ପ୍ରଦୀପ୍ତ ଜେନା, ଡା. ନଗଜାନନ୍ଦ ଦାସ, ଜାତୀୟ ମିଶନ ପରିଚାଳକ ରୂପକ କୁମାର ମହାପାତ୍ର, ମାତୃ, ଶିଶୁ ଓ ସ୍ବାସ୍ଥ୍ୟ ଉପପରିଚାଳକ ସନ୍ତୋଷ କୁମାର ଓଝା, ଜିଲା ତଥ୍ୟ ପରିଚାଳକ ଡି.ସି. ବଳିଆରସିଂ, ରାଜେଶ୍ୱର ମହାନ୍ତି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ବିଭିନ୍ନ ସ୍ବେଚ୍ଛାସେବୀ ସଂସ୍ଥାର କର୍ମକର୍ତ୍ତା, ଗ୍ରାମ କଲ୍ୟାଣ ସମିତି, ପଞ୍ଚାୟତ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ।
All Right Reserved By

ଅନଗୁଳ-ଢେଙ୍କାନାଳ

ବେଆଇନ ସମିଲ ଉପରେ ଚଢ଼ାଉ, ୩ ଗିରଫ

ବେଆଇନ ସମିଲ ଉପରେ ଚଢ଼ାଉ, ୩ ଗିରଫ


ପାଲଲହଡା,୧୮ା୯(ଡି.ଏନ.ଏ.)- ପାଲଲହଡା ବନାଞ୍ଚଳ ନାଗିରା ପଞ୍ଚାୟତ ଜଲହା ଗ୍ରାମ ନିକଟ ପୁରୁଣା ପାଉଡି ଜଙ୍ଗଲରେ ଚାଲିଥିବା ଏକ ବେଆଇନ ସମିଲ ଉପରେ ସୋମବାର ବନ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା। ଏହି ସମୟରେ ସେଠାରେ ଗଛିତ ବିପୁଳ ପରିମାଣର ମୂଲ୍ୟବାନ କାଠ ଜବତ ସହ ୩ ଜଣକୁ ଗିରଫ କରାଯାଇଥିଲା। 

ବିଜୁ ଯୁବ ବାହିନୀ କର୍ମଶାଳା

ବିଜୁ ଯୁବ ବାହିନୀ କର୍ମଶାଳା


ବଇଣ୍ଡା,୧୮।୯(ଡି.ଏନ.ଏ.)- କିଶୋରନଗର ବ୍ଲକ କଣ୍ଟେଇକୁଳିଆ ପଞ୍ଚାୟତ ସଭାଗୃହ ପରିସରରେ ମଙ୍ଗଳବାର ବିଜୁ ଯୁବ ବାହିନୀ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। 

ଆତ୍ମନିଯୁକ୍ତି ସୁଯୋଗ ଉପରେ ଆଲୋଚନା

ଆତ୍ମନିଯୁକ୍ତି ସୁଯୋଗ ଉପରେ ଆଲୋଚନା

ଛେଣ୍ଡିପଦା,୧୮।୯(ଡି.ଏନ.ଏ.)- ଛେଣ୍ଡିପଦା ବ୍ଲକ ପ୍ରଶାସନ ତଥା ଓଡ଼ିଶା ଜୀବିକା ମିଶନ ପକ୍ଷରୁ ମଙ୍ଗଳବାର ଦୀନ ଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଳ ବିକାଶ ଯୋଜନା ମାଧ୍ୟମରେ ଧନ୍ଦାମୂଳକ କୌଶଳ ବିକାଶ ପ୍ରଶିକ୍ଷଣ ପରାମର୍ଶ ଶିବିର ଅନୁଷ୍ଠିତ ହୋଇଯାଇଛି।  ଜୀବିକା ମିଶନ ବିପିଏମ୍‌ ମାନସୀ ରାଉତଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ଶିବିରରେ ମୁଖ୍ୟଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷା ସୁଷମା ରାଉଳ ଯୋଗ ଦେଇଥିଲେ।  

ମିଳୁନି ସାର:  ଚିନ୍ତାରେ ଚାଷୀ

ମିଳୁନି ସାର: ଚିନ୍ତାରେ ଚାଷୀ


ମାଧପୁର, ୧୮।୯-  ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ମାଧପୁର ଜୋନ୍‌ରେ ସାର ସଙ୍କଟ ସୃଷ୍ଟି ହୋଇଛି। ଫଳରେ ଚାଷୀମାନେ ଆବଶ୍ୟକତା ଅନୁଯାୟୀ ସାର ନ ପାଇ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏପରି ସ୍ଥିତିରୁ ଫାଇଦା ଉଠାଇ ଲାଭଖୋର ବ୍ୟବସାୟୀମାନେ ଚଢା ଦରରେ ସାର ବିକ୍ରି କରୁଥିବାରୁ ଚାଷୀମାନେ ଚିନ୍ତାରେ ପଡିଛନ୍ତି।

ଭାଜପା ପକ୍ଷରୁ ବ୍ଲକ ଘେରାଉ

ଭାଜପା ପକ୍ଷରୁ ବ୍ଲକ ଘେରାଉ

ବଇଣ୍ଡା,୧୮।୯(ଡି.ଏନ.ଏ.)- କିଶୋରନଗର ବ୍ଲକର ୨୩ଟି ପଞ୍ଚାୟତରେ  ଚାଷୀମାନଙ୍କ ସମସ୍ୟାକୁ ନେଇ ମଙ୍ଗଳବାର ଭାଜପା ପକ୍ଷରୁ ବ୍ଲକ ଘେରାଉ ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ସାଧୁପାଳ ମନ୍ଦିରଠାରୁ ଏକ ଶୋଭାଯାତ୍ରାରେ ଦଳୀୟ ନେତା ଓ କର୍ମୀମାନେ ବାହାରି ବ୍ଲକ ଅଫିସ ସମ୍ମୁଖରେ ପହଞ୍ଚିଥିଲେ। ସେଠାରେ  ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। 

ଭାଲୁ ଆକ୍ରମଣରେ ମହିଳା ଗୁରୁତର

ଭାଲୁ ଆକ୍ରମଣରେ ମହିଳା ଗୁରୁତର

ବଇଣ୍ଡା,୧୮।୯(ଡି.ଏନ.ଏ.)- କିଶୋରନଗର ବ୍ଲକ ଧରଡ଼ପାଳ ଗ୍ରାମର ନିଳାଦ୍ରୀ ନାୟକ(୩୮) ଜଣେ ମହିଳା ଭାଲୁ ଆକ୍ରମଣରେ ମଙ୍ଗଳବାର ଗୁରୁତର ହୋଇଛନ୍ତି।

ଗାଡ଼ି ଧକ୍କାରେ ଜଣେ ଗୁରୁତର

ଗାଡ଼ି ଧକ୍କାରେ ଜଣେ ଗୁରୁତର


ବଇଣ୍ଡା,୧୮।୯(ଡି.ଏନ.ଏ.)- କଟକ-ସମ୍ବଲପୁର ୫୫ନଂ. ଜାତୀୟ ରାଜପଥର କିଶୋରନଗର ଥାନା ବାମୁର ବିଦ୍ୟୁତ ସବ୍‌ ଷ୍ଟେଶନ ନିକଟରେ ସୋମବାର ରାତିରେ ଏକ ଅଜଣା ଗାଡ଼ି ଧକ୍କାରେ ବାମୁର ଗ୍ରାମର ବିଶ୍ୱାମିତ୍ର ଦେହୁରୀ(୩୦) ଗୁରୁତର ହୋଇଛନ୍ତି।

୩୭୦୦ ଟଙ୍କା ଜରିମାନା ଆଦାୟ

୩୭୦୦ ଟଙ୍କା ଜରିମାନା ଆଦାୟ


ବଇଣ୍ଡା,୧୮।୯(ଡି.ଏନ.ଏ.)- ହଣ୍ଡପା ଥାନା ରାଣିଭୂଇଁ ନିକଟରେ ମଙ୍ଗଳବାର ହଣ୍ଡପା ପୋଲିସ ପକ୍ଷରୁ ଗାଡ଼ିମୋଟର ଯାଞ୍ଚ କରାଯାଇଛି।

ବାଇକ ଦୁର୍ଘଟଣାଗ୍ରସ୍ତ: ଜଣେ ଗୁରୁତର

ବାଇକ ଦୁର୍ଘଟଣାଗ୍ରସ୍ତ: ଜଣେ ଗୁରୁତର


ଭୁବନ,୧୮।୯(ଡି.ଏନ.ଏ.)- ଭୁବନ ଥାନା ଶାମକ ଗଡ଼ାଣିରେ ଏକ ବାଇକ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଶାମକ ଗ୍ରାମର  ସର୍ବେଶ୍ୱର ଜେନା(୨୮) ଗୁରୁତର ହୋଇଛନ୍ତି। 

ବଜ୍ରପାତରେ ମହିଳା ମୃତ

ବଜ୍ରପାତରେ ମହିଳା ମୃତ


ଆଠମଲ୍ଲିକ,୧୮।୯(ଡି.ଏନ.ଏ.)- ଆଠମଲ୍ଲିକ ବ୍ଲକ କମଳପୁର ଗ୍ରାମରେ ମଙ୍ଗଳବାର  ବଜ୍ରପାତ ଘଟି ସୁଲୋଚନା ନାୟକ(୫୫) ପ୍ରାଣ ହରାଇଛନ୍ତି। 

ଜିଲାସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା :  ୫୦ ପ୍ରକଳ୍ପ ପ୍ରଦର୍ଶିତ

ଜିଲାସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା : ୫୦ ପ୍ରକଳ୍ପ ପ୍ରଦର୍ଶିତ

ପରଜଙ୍ଗ,୧୮।୯(ଡି.ଏନ.ଏ.)- ପରଜଙ୍ଗ ବ୍ଲକ ସରାଙ୍ଗ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ମଙ୍ଗଳବାର ଜିଲାସ୍ତରୀୟ ଜ୍ଞାନବିଜ୍ଞାନ ମେଳା ଅନୁଷ୍ଠିତ ହୋଇଛି।  ଏଥିରେ ମୋଟ୍‌  ୩୫ ଟି ସ୍କୁଲର ୧୮୬ ଜଣ ଛାତ୍ରୀଛାତ୍ର ଅଂଶଗ୍ରହଣ କରି ୫୦ଟି ପ୍ରକଳ୍ପ ପ୍ରଦର୍ଶିତ କରିଛନ୍ତି। ମୁଖ୍ୟଅତିଥି ଭାବେ ସରାଙ୍ଗ ଆଇଜିଆଇଟି କଲେଜର ପ୍ରଫେସର ପ୍ରଣତି ଦାସ ଯୋଗ ଦେଇଥିଲେ। 

ବାଘୁଣୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ ପରେ ଲଙ୍କାକାଣ୍ଡ ଘଟଣା : ୪ ମାମଲା ରୁଜୁ, ୨୪୦ରୁ ଊର୍ଦ୍ଧ୍ୱ ଅଭିଯୁକ୍ତ

ବାଘୁଣୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ ପରେ ଲଙ୍କାକାଣ୍ଡ ଘଟଣା : ୪ ମାମଲା ରୁଜୁ, ୨୪୦ରୁ ଊର୍ଦ୍ଧ୍ୱ ଅଭିଯୁକ୍ତ

ବନ୍ତଳା, ୧୮।୯ (ଡି.ଏନ.ଏ.)- ଅନୁଗୋଳ ଜିଲା ପୁରୁଣାକୋଟ ଥାନା ସାତକୋଶିଆ ଅଭୟାରଣ୍ୟର ଟକରପଡ଼ା ରେଞ୍ଜ ହାତୀବାରି ଗ୍ରାମରେ ଗତ ୧୨ ତାରିଖ ବୁଧବାର ବାଘୁଣୀ ସୁନ୍ଦରୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ଉତ୍ତ୍ୟକ୍ତ ଲୋକେ ଯେଉଁ ଲଙ୍କାକାଣ୍ଡ ଘଟାଇଥିଲେ ସେ ନେଇ ଥାନାରେ ୪ଟି ପୃଥକ ମାମଲା ରୁଜୁ କରାଯାଇଛି।