ବାଲେଶ୍ୱର

ପ୍ରସୂତି ଗୃହ କାର୍ଯ୍ୟରେ ଲାଗୁନି

ପ୍ରସୂତି ଗୃହ କାର୍ଯ୍ୟରେ ଲାଗୁନି
ଘସିପୁରା,୨୬।୧୨(ସନ୍ତୋଷ ରାଉତ)-ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ଅଞ୍ଚଳମାନଙ୍କରେ ସ୍ବାସ୍ଥ୍ୟ ସେବା ଯୋଗାଇଦେବା ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନା ରହିଛି। ଏହି ଯୋଜାନ ମଧ୍ୟରେ ମା’ ଗୃହର ବ୍ୟବସ୍ଥା ଅନ୍ତର୍ଭୁକ୍ତି ରହିଛି। ଗର୍ଭବତୀ ମହିଳା, ସଙ୍କଟାପର୍ଣ୍ଣ ଓ ଆସନ୍ନ ପ୍ରସବା ମହିଳାମାନଙ୍କୁ ସ୍ବାସ୍ଥ୍ୟ ପରାମର୍ଶ ସହିତ ସ୍ବାସ୍ଥ୍ୟ ସେବା ଯୋଗାଇବା ଏବଂ ସୁରକ୍ଷିତ ପ୍ରସବ ପାଇଁ ବ୍ୟବସ୍ଥା ସ୍ବରୂପ ମା’ ଗୃହର ବ୍ୟବସ୍ଥା କରାଯାଇଛି। ଆନନ୍ଦପୁର ବ୍ଲକ ପଣଷଡ଼ିହା ପଞ୍ଚାୟତ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ। ଆନନ୍ଦପୁର ସଦରମହକୁମାଠାରୁ ୪୦ କି.ମି. ଦୂରରେ ଅବସ୍ଥିତ ଆଦିବାସୀ ଅଧ୍ୟୁଷିତ ପଞ୍ଚାୟତ। ସେଠାରେ ଲୋକମାନଙ୍କୁ ଠିକ୍‌ ଭାବେ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ନିମନ୍ତେ ୧୯୮୫ରେ ଏକ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ବ୍ୟବସ୍ଥା କରାଯାଇଥିଲା। ଉକ୍ତ ସ୍ବାସ୍ଥ୍ୟକେନ୍ଦ୍ରଟି ଗୟଳମୁଣ୍ଡା, ପଣଷଡିହା ଓ ମନୋହରପୁର ଆଦି ୩ ପଞ୍ଚାୟତର ଲୋକମାନଙ୍କୁ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ନିମନ୍ତେ ବେଶ ସହାୟକ ହେଉଛି। ସମ୍ପୃକ୍ତ ଅଞ୍ଚଳଟି ଆନନ୍ଦପୁରଠାରୁ ବହୁ ଦୂରରେ ଅବସ୍ଥିତ ଥିବାରୁ ଉକ୍ତ ୩ ପଞ୍ଚାୟତର ପ୍ରସୂତି ମହିଳାମାନଙ୍କ ସୁବିଧା ପାଇଁ ସେଠାରେ ପରବର୍ତ୍ତୀ ପ୍ରସୂତି ଗୃହ ଖୋଲାଯାଇଛି। ଏପରିକି ସେଠାରେ ସମସ୍ତ ପ୍ରକାରର ଆବଶ୍ୟକ ଭିତ୍ତିଭୂମି, ପ୍ରସୂତିମାନଙ୍କ ପାଇଁ ସମସ୍ତ ସୁବିଧା ସୁଯୋଗ ବି ଯୋଗାଇ ଦିଆଯାଇଛି। ଫଳରେ ସ୍ଥାନୀୟ ଲୋକେ ବେଶ କିଛି ବର୍ଷ ସୁବିଧା ହାସଲ କରିବାରେ ସକ୍ଷମ ହୋଇଥିଲେ। ଗତ ୪ ବର୍ଷରୁ ଊର୍ଦ୍ଧ୍ୱ ହେବ ୩ ପଞ୍ଚାୟତର ମହିଳାମାନେ ସେହି ପ୍ରସୂତି ଗୃହର ସୁବିଧାରୁ ହାସଲ କରିବାରୁ ବଞ୍ଚିତ ହେଉଛନ୍ତି। ପ୍ରସୂତି ଗୃହ ଥିବାରୁ ପଣଷଡ଼ିହା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ୨ ଜଣ ଷ୍ଟାଫ୍‌ ନର୍ସଙ୍କୁ ନିଯୁକ୍ତି ଦିଆଯାଇଥିବାବେଳେ ସେଠାରେ ଜଣେ ଡାକ୍ତର, ଜଣେ ଫାର୍ମାସିଷ୍ଟ, ହୋମିଓ ପାଥିକ୍‌ ଡାକ୍ତର, ସୁଇପର୍‌ଙ୍କୁ ମଧ୍ୟ ନିଯୁକ୍ତି ଦିଆଯାଇଛି। ଏଥିସହ ପ୍ରସୂତି କାର୍ଯ୍ୟ ପାଇଁ ଲେବର୍‌ ରୁମ୍‌ ନିମନ୍ତେ ସମସ୍ତ ଆବଶ୍ୟକତା ବି ପୁରଣ କରାଯାଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ଗର୍ଭବତି ମା’ମାନଙ୍କ ଦେଖାଶୁଣା ପାଇଁ ପଣଷଡ଼ିହାଠାରେ ଏକ ମା’ ଗୃହର ବ୍ୟବସ୍ଥା ମଧ୍ୟ ରହିଛି। ସମସ୍ତ ସୁବିଧା ସୁଯୋଗ ଥିବା ସତ୍ତ୍ୱେ ପଣଷଡ଼ିହା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ପ୍ରସୂତି ମହିଳାମାନଙ୍କୁ ଠିକ୍‌ ସୁବିଧା ସୁଯୋଗ ଯୋଗାଇ ଦିଆଯାଉ ନ ଥିବାରୁ ୩ ପଞ୍ଚାୟତବାସୀଙ୍କ ମଧ୍ୟରେ ଅସନ୍ତୋଷର କାରଣ ପାଲଟିଛି। ଜରୁରିକାଳୀନ ପରିସ୍ଥିତିରେ ସ୍ଥାନୀୟ ଆଦିବାସୀମାନେ ମହିଳାମାନଙ୍କୁ ଦୀର୍ଘ ୪୦ କି.ମି. ଦୂର ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ସୁବିଧା ଯୋଗାଇଦେବା ନିମନ୍ତେ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି। ଏହାର ପରିଣାମ ସ୍ବରୂପ କେତେକ କ୍ଷେତ୍ରରେ ନବଜାତକର ଜୀବନ ହାନି ହେଉଛି ତ କେତେକ କ୍ଷେତ୍ରରେ ପ୍ରସୂତିଙ୍କ ଜୀବନ ଚାଲି ଯାଉଛି। ବର୍ତ୍ତମାନ ଡାକ୍ତରଖାନାରେ ଡାକ୍ତର ପଦବୀ ଖାଲି ଥିବାବେଳେ ସେଠାରେ ନିଯୁକ୍ତି ପାଇଥିବା ଫାର୍ମାସିଷ୍ଟ ଡାକ୍ତରଖାନାର ସମସ୍ତ ଦାୟିତ୍ୱ ତୁଲାଉଛନ୍ତି। ଡାକ୍ତର ନ ଥିବାରୁ ଫାର୍ମାସିଷ୍ଟ ଜଣକ ଠିକ୍‌ ସ୍ବାସ୍ଥ୍ୟ ସେବା ଯୋଗାଦେବାକୁ ଅମଙ୍ଗ ହେଉଥିବା ଲୋକମାନେ ଅଭିଯୋଗ କରିଛନ୍ତି। ଏପରିକି ସରକାରୀ ଔଷଧ ବିନିମୟରେ ରୋଗୀମାନଙ୍କଠାରୁ ଅର୍ଥ ଆଦାୟ କରାଯାଉଥିବା ସରପଞ୍ଚ ବୀଣାପାଣି ନାଇକ, ମନୋହରପୁର ପଞ୍ଚାୟତ ସମିତିସଭ୍ୟ ଯଦୁମଣି ମୁଣ୍ଡରାଇ, ମନୋହରପୁର ପୂର୍ବତନ ସମିତିସଭ୍ୟ ଗୋବିନ୍ଦ ସିଂହ, ଗୟଳମୁଣ୍ଡା ସରପଞ୍ଚ ପ୍ରତିନିଧି ଶତ୍ରୁଘନ ବିରୁଆଙ୍କ ସମେତ ଶତାଧିକ ଗ୍ରାମବାସୀ ଖୋଲାଖୋଲି ଅଭିଯୋଗ କରିଛନ୍ତି।
All Right Reserved By

ବାଲେଶ୍ୱର

ଜାତୀୟ ଶିଶୁ କନ୍ୟା ଦିବସ

ଜାତୀୟ ଶିଶୁ କନ୍ୟା ଦିବସ

ଭଦ୍ରକ ଅଫିସ, ୨୪।୧: ଭଦ୍ରକ ଜିଲା ସଂସ୍କୃତି ଭବନ ପରିସରରେ ଜାତୀୟ ଶିଶୁ କନ୍ୟା ଦିବସ ପାଳିତ ହୋଇଛି l

ଟ୍ରାଫିକ୍‌ ସଚେତନ କରାଇଲେ ଯମ

ଟ୍ରାଫିକ୍‌ ସଚେତନ କରାଇଲେ ଯମ

କେନ୍ଦୁଝର, ୨୪।୧(ସ୍ବ.ପ୍ର.): ଟ୍ରାଫିକ୍‌ ସୁରକ୍ଷା, ଜୀବନ ରକ୍ଷା। ଏହି ଅବସରରେ ସହରର ବିଭିନ୍ନ ସ୍ଥାନରେ ଯମ ଦରବାର ଆୟୋଜନ କରାଯାଇଥିଲା। 

ଚାଲିଛି ପ୍ୟାରେଡ଼ ପ୍ରାକ୍ଟିସ

ଚାଲିଛି ପ୍ୟାରେଡ଼ ପ୍ରାକ୍ଟିସ

କେନ୍ଦୁଝର (ସ୍ବ.ପ୍ର.) କେନ୍ଦୁଝର ଷ୍ଟାଡିୟମରେ ଚାଲିଛି ପ୍ୟାରେଡ଼ ପ୍ରାକ୍ଟିସ। ତେବେ ପଡ଼ିଆରେ ପାଣି ସିଞ୍ଚନ ହେଉନଥିବାରୁ ଧୁଳି ପ୍ରଦୂଷଣ ଯୋଗୁଁ ଛାତ୍ରୀଛାତ୍ରମାନେ ପ୍ୟାରେଡ଼ରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। 

ପ୍ରକଳ୍ପ ଲାଗି ଜମି ମିଳୁନି

ପ୍ରକଳ୍ପ ଲାଗି ଜମି ମିଳୁନି

ଭଦ୍ରକ ଅଫିସ, ୨୪।୧ - ଭାରତୀୟ ତୈଳ ନିଗମ ପକ୍ଷରୁ ଭଦ୍ରକରେ ପ୍ରସ୍ତାବିତ ବୟନ ଓ ବସ୍ତ୍ର ଶିଳ୍ପ ପ୍ରକଳ୍ପ କାର୍ଯ୍ୟକାରୀ କ୍ଷେତ୍ରରେ ରାଜ୍ୟର ବିଜେଡି ସରକାର ବାଧକ ସାଜିଛନ୍ତି। କେନ୍ଦ୍ର ସରକାରଙ୍କ ଆର୍ଥତ୍କ ଅନୁଦାନରେ ହେବାକୁ ଥିବା ଏହି ପ୍ରକଳ୍ପ ଲାଗି ରାଜ୍ୟ ସରକାର ୭୫ ଏକର ଜମି ଯୋଗାଇବାକୁ କେନ୍ଦ୍ର ପକ୍ଷରୁ ବାରମ୍ବାର ଚିଠି କରାଯାଉଥିଲେ ମଧ୍ୟ ରାଜ୍ୟ ସରକାର ଜମି ନ ଯୋଗାଇ ଏକ ବୃହତ୍‌ ପ୍ରକଳ୍ପ ପ୍ରତିଷ୍ଠାରେ ଅନ୍ତରାୟ ସୃଷ୍ଟି କରୁଛନ୍ତି। 

ବ୍ଲକ ସଂଘରୁ ବହିଷ୍କୃତ ହେଲେ ୩ ଜିଆର୍‌ଏସ୍‌

ବ୍ଲକ ସଂଘରୁ ବହିଷ୍କୃତ ହେଲେ ୩ ଜିଆର୍‌ଏସ୍‌

ବାସୁଦେବପୁର, ୨୪।୧ (ଡି.ଏନ.ଏ.) - ଭଦ୍ରକ ଜିଲା ବାସୁଦେବପୁର ବ୍ଲକର ୩୬ ପଞ୍ଚାୟତରେ କାର୍ଯ୍ୟରତ ଜିଆର୍‌ଏସ୍‌ ସଂଘକୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ବୁଧବାର ବାଲିନଗରସ୍ଥିତ ଯାଦବ ପଡ଼ିଆ ରାଧାକୃଷ୍ଣ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। 

 ଜେଏମଏମ ଜନସମାବେଶରେ କେନ୍ଦ୍ରୀୟ ଅଧ୍ୟକ୍ଷ ଶିବୁ ସୋରେନ:   କାହା  ବିରୋଧରେ  କହିଲେନି

ଜେଏମଏମ ଜନସମାବେଶରେ କେନ୍ଦ୍ରୀୟ ଅଧ୍ୟକ୍ଷ ଶିବୁ ସୋରେନ: କାହା ବିରୋଧରେ କହିଲେନି

 ବାରିପଦା ଅଫିସ,୨୪।୧- ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଳକ ଭାତଛତରଠାରେ ଜେଏମଏମ (ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା)ର ନିର୍ବାଚନ ମଣ୍ଡଳୀସ୍ତରୀୟ ଜନସମାବେଶ କାର୍ଯ୍ୟକ୍ରମ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଏହି  ସମାବେଶରେ ଜେଏମଏମ କେନ୍ଦ୍ରୀୟ ଅଧ୍ୟକ୍ଷ ଶିବୁ ସୋରେନ ଯୋଗ ଦେଇଥିଲେ। 

ବାରିପଦା ଡିଆରକେ  ଟିମ୍‌ ବିଜୟୀ

ବାରିପଦା ଡିଆରକେ ଟିମ୍‌ ବିଜୟୀ

ଉଦଳା,୨୪।୧ (ଡି.ଏନ.ଏ.) -ଉଦଳା ଫ୍ରେଣ୍ଡସ୍‌ କ୍ଲବ ପକ୍ଷରୁ ତାପସମାନୁ ତୃତୀୟ ମେମୋରିଆଲ ପତଞ୍ଜଳି କପ୍‌ କ୍ରିକେଟ ଟୁର୍ନାମେଣ୍ଟ ଉଦ୍‌ଘାଟିତ ହୋଇଯାଇଛି।  ସ୍ଥାନୀୟ ନାଗପାଳ ରାବଣ ପୋଡି ପଡିଆରେ ଅନୁଷ୍ଠିତ ଏହି  ଟୁର୍ନାମେଣ୍ଟ ୨୩ ତାରିଖରୁ ଆରମ୍ଭ ହୋଇ ୩୦ ତାରିଖ ପର୍ଯ୍ୟନ୍ତ   ଚାଲିବ। 

ଜେଏମଏମ ଜନସମାବେଶର ଏପାଖ ସେପାଖ

ଜେଏମଏମ ଜନସମାବେଶର ଏପାଖ ସେପାଖ

ସମୟ ଅଭାବରୁ କମ୍‌ ଭାଷଣ

ସଭାରେ ଉପସ୍ଥିତ ଜେଏମଏମ ନେତୃବୃନ୍ଦଙ୍କୁ ସଂକ୍ଷିପ୍ତରେ  ଭାଷଣ ଦେବାକୁ କୁହାଯାଇଥିଲା। ସଭାର ମୁଖ୍ୟ ଆୟୋଜନକାରୀ ତଥା ମୋରଡା ନିର୍ବାଚନ ମଣ୍ଡଳୀର  ଆଶାୟୀ ପ୍ରାର୍ଥୀ କଳିଙ୍ଗ କେଶରୀ ଜେନା ମାତ୍ର ୩ ମିନିଟରେ ନିଜ ଭାଷଣ ସାରିଥିଲେ। ହେଲେ   ରାଜ୍ୟ ସଭାପତି ମହେଶ ହେମ୍ବ୍ରମ ୧୫ ମିନିଟ ଭାଷଣ ଦେଇଥିଲେ। ଯାହାକୁ ଜେନାଙ୍କ ସମର୍ଥକ ବିରୋଧ କରୁଥିବା ଦେଖିବାକୁ ମିଳିଥିଲା। 

କୃଷକ କଲ୍ୟାଣ କାର୍ଡ ଥାଇ ବି ମିଳିଲାନି ସେବା:  ଘର ବାରଣ୍ଡାରେ ପଡି ପ୍ରାଣ ହରାଇଲେ ବୃଦ୍ଧ

କୃଷକ କଲ୍ୟାଣ କାର୍ଡ ଥାଇ ବି ମିଳିଲାନି ସେବା: ଘର ବାରଣ୍ଡାରେ ପଡି ପ୍ରାଣ ହରାଇଲେ ବୃଦ୍ଧ

ଖଇରା,୨୪।୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ଶ୍ୟାମସୁନ୍ଦରପୁର ଗ୍ରାମ ପଞ୍ଚାୟତ ପାଣିସାଉଁଳି ଗ୍ରାମର ଜାନୁଆ ହେମ୍ରମ୍‌(୬୨) ବୁଧବାର ଆଖି ବୁଜିଛନ୍ତି । ଆଦିବାସୀ ସମ୍ପ୍ରଦାୟର ଜାନୁଆ ଅର୍ଥାଭାବରୁ ଉପଯୁକ୍ତ ଚିକିତ୍ସା ପାଇଲେ ନାହିଁ। 

ଶିଳ୍ପକୁ ସମୃଦ୍ଧ କରିବାର ପ୍ରୟାସ

ଶିଳ୍ପକୁ ସମୃଦ୍ଧ କରିବାର ପ୍ରୟାସ

ବାଲେଶ୍ୱର ଅଫିସ,୨୪।୧- ବାଲେଶ୍ୱର  ଆଇଟିଆଇ ପଡିଆରେ ବୁଧବାର ସନ୍ଧ୍ୟା ୬ଟାରୁ ଜାତୀୟ ସ୍ତରୀୟ ପଲ୍ଲିଶ୍ରୀ ମେଳା ଓ ଏକ୍ସପୋ ଓଡିଶା-୨୦୧୯ ଅନୁଷ୍ଠିତ ହୋଇଛି। ରାଜ୍ୟ ଶିଳ୍ପ ଓ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ ମୁଖ୍ୟଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରି ଶିଳ୍ପକୁ ସମୃଦ୍ଧି କରିବାର ଏହି ମେଳାର ପ୍ରୟାସ ବୋଲି ପ୍ରକାଶ କରିଥିଲେ। 

କାନଭାସରେ ‘କନ୍ୟା ସନ୍ତାନ ବଞ୍ଚାଅ’

କାନଭାସରେ ‘କନ୍ୟା ସନ୍ତାନ ବଞ୍ଚାଅ’

ବାରିପଦା ଅଫିସ,୨୩।୧- ବାରିପଦା ସ୍ଥିତ ଚିତ୍ରକଳା ଅନୁଷ୍ଠାନ ସ୍କୁଲ ଅଫ ଆର୍ଟ ଆଣ୍ଡ କ୍ରାଫ୍ଟ ପକ୍ଷରୁ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତୀ ଅବସରରେ ଏକ ମିଳିତ ଚିତ୍ରକଳା କର୍ମଶାଳା ଓ ପ୍ରଦର୍ଶନୀ ଆୟୋଜିତ ହୋଇଯାଇଛି।

ପିଲାକଳିକୁ ନେଇ ବୃଦ୍ଧାଙ୍କୁ ହତ୍ୟା ଘଟଣା:୩ ମାସ ପରେ ଅଭିଯୁକ୍ତ ଗିରଫ

ପିଲାକଳିକୁ ନେଇ ବୃଦ୍ଧାଙ୍କୁ ହତ୍ୟା ଘଟଣା:୩ ମାସ ପରେ ଅଭିଯୁକ୍ତ ଗିରଫ

ତିହିଡ଼ି, ୨୩।୧ (ଡି.ଏନ.ଏ.) - ଭଦ୍ରକ ଜିଲା ତିହିଡ଼ି ଥାନା ଅନ୍ତର୍ଗତ ଗୋବିନ୍ଦପୁର ପଞ୍ଚାୟତ ତଳହଂସପାଟ ଗ୍ରାମରେ ପିଲାକଳିକୁ କେନ୍ଦ୍ରକରି ଲକ୍ଷ୍ମୀ ନାୟକ(୭୫)ଙ୍କୁ  ହତ୍ୟା କରାଯାଇଥିଲା। ଏହି ଘଟଣାର ୩ ମାସ ପରେ ପୋଲିସ ବୁଧବାର ଅଭିଯୁକ୍ତ ଝରଝର ନାୟକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।