ରାୟଗଡା

ଚଇତି ଆରମ୍ଭ: ରାୟଗଡ଼ା ରାସ୍ତାରେ ଲୋକନୃତ୍ୟର ଚାତୁରୀ

ଚଇତି ଆରମ୍ଭ: ରାୟଗଡ଼ା ରାସ୍ତାରେ ଲୋକନୃତ୍ୟର ଚାତୁରୀ

ରାୟଗଡା ଅଫିସ୍‌, ୨୬।୧୨-
ରାୟଗଡ଼ା ସହର ସ୍ଥିତ ମା’ ମଝିଘରିଆଣୀ ମନ୍ଦିରର ମଙ୍ଗଳ ଧ୍ୱନିରୁ ଲୋକ ମହୋତ୍ସବ ‘ଚଇତି’ର ଶୁଭାରମ୍ଭ ହୋଇଛି। କଳସ ଶୋଭାଯାତ୍ରାରୁ ଚଇତି ମଞ୍ଚ ପର୍ଯ୍ୟନ୍ତ ସବୁଠି ଲୋକନୃତ୍ୟ ଓ ବାଦ୍ୟର ଚାତୁରୀ ଦେଖାଇଛନ୍ତି ସ୍ଥାନୀୟ ତଥା ଜିଲା ବାହାରର କଳାକାର। ଆଦିବାସୀ ଓ ସ୍ଥାନୀୟ ସଂସ୍କୃତିକୁ ବିଶ୍ୱ ଦରବାରରେ ପହଞ୍ଚାଇବାର ପ୍ରତିଶ୍ରୁତିବଦ୍ଧତା ହେଉଛି ‘ଚଇତି’।

All Right Reserved By

Model This Week

Model This Week

ରାୟଗଡା

ନାଗାବଳୀ ନଦୀରେ ବୁଡି ଜଣେ ପର୍ଯ୍ୟଟକ ମୃତ

ନାଗାବଳୀ ନଦୀରେ ବୁଡି ଜଣେ ପର୍ଯ୍ୟଟକ ମୃତ

ରାୟଗଡା ଅଫିସ୍‌, ୨୪।୪- ରାୟଗଡା ସହରରେ ଥିବା ପର୍ଯ୍ୟଟନସ୍ଥଳି ଝୁଲାବ୍ରିଜ୍‌ ତଳେ ପ୍ରବାହିତ ହେଉଥିବା ନାଗାବଳୀ ନଦୀରେ ବୁଡ଼ି ଜଣେ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଛି ।

ଚଳନ୍ତା ଟ୍ରେନରୁ ୨ ନାବାଳକଙ୍କୁ ଠେଲିଦେଲେ ମଦ୍ୟପ

ଚଳନ୍ତା ଟ୍ରେନରୁ ୨ ନାବାଳକଙ୍କୁ ଠେଲିଦେଲେ ମଦ୍ୟପ

ରାୟଗଡ଼ା ଅଫିସ, ୨୪।୪- ରାୟଗଡା-କୋରାପୁଟ ଇଣ୍ଟରସିଟି ଚଳନ୍ତା ଟ୍ରେନରୁ ଜଣେ ମଦ୍ୟପ ୨ଜଣ ବାଳକଙ୍କୁ ଠେଲିଦେବାରୁ ସେମାନେ ଗୁରୁତର ଆହତ ହୋଇଛନ୍ତି। ଆହତମାନେ ହେଲେ ରାୟଗଡ଼ା ଜିଲା କାଶୀପୁର ବ୍ଲକ ରେଙ୍ଗା ପଞ୍ଚାୟତ ଡାବାଡିଗୁଡା ଗ୍ରାମର ସନ୍ତୋଷ ନାୟକ ଓ ଲଛମନ ନାୟକ।

ସ୍ବତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣକାରୀ ସଂସ୍ଥାକୁ ଶିଶୁକନ୍ୟା ହସ୍ତାନ୍ତର

ପାରଳାଖେମୁଣ୍ଡି, ୨୪। ୪(ସ୍ବ.ପ୍ର.)- ଗଜପତି ଜିଲା ଶିଶୁ କଲ୍ୟାଣ ସମିତି ପକ୍ଷରୁ ଜଣେ ଶିଶୁକନ୍ୟାକୁ ପାରଳାଖେମୁଣ୍ଡିସ୍ଥିତ ସ୍ବତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣକାରୀ ସଂସ୍ଥା(ସା)କୁ ହସ୍ତାନ୍ତର କରାଯାଇଛି। ଏହି ଶିିଶୁଟି ମାତ୍ର ୧ମାସର ବୋଲି ଜଣାପଡ଼ିଛି। ସୂଚନା ଅନୁଯାୟୀ, ଗୁମ୍ମା ବ୍ଲକ ପାର୍ସମ୍ବା ପଞ୍ଚାାୟତ ଅନ୍ତର୍ଗତ ତରଙ୍ଗଡା ଗ୍ରାମର ଜଣେ ମହିଳା ଏକମାସ ତଳେ ଶିଶୁକନ୍ୟା ଜନ୍ମ ଦେଇଥିଲେ। ମାତ୍ର ସେ ଏହି ଶିଶୁର ଭରଣପୋଷଣ କରିବାକୁ ଅସମର୍ଥ ଥିବାରୁ ପ୍ରଭା ଚାଇଲ୍ଡ ଲାଇନ୍‌ ଓ ସ୍ଥାନୀୟ ଆଶାକର୍ମୀଙ୍କ ସହାୟତାରେ ତାକୁ ଶିଶୁ କଲ୍ୟାଣ ସମିତିକୁ ହସ୍ତାନ୍ତର କରିଥିଲେ।

ସଡ଼କ ସୁରକ୍ଷା ସଂକ୍ରାନ୍ତ ସଚେତନତା

ସଡ଼କ ସୁରକ୍ଷା ସଂକ୍ରାନ୍ତ ସଚେତନତା

କାଶୀନଗର, ୨୪।୪(ଡି.ଏନ.ଏ)- ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ପାଳନ ଅବସରରେ ମଙ୍ଗଳବାର ଗଜପତି ଜିଲା କାଶୀନଗର ସହରରେ ସଚେତନତା ରଥ ବୁଲିଥିବା ବେଳେ ଛାତ୍ରୀଛାତ୍ରମାନେ ଶୋଭାଯାତ୍ରାରେ ସହର ପରିକ୍ରମା କରି ପ୍ଲାକାର୍ଡ ଓ ସ୍ଲୋଗାନ ମାଧ୍ୟମରେ ସଚେତନତା ସୃଷ୍ଟି କରିଥିଲେ। କାଶୀନଗର ଥାନାଠାରୁ ଏହି ରଥ ଓ ଶୋଭାଯାତ୍ରା ବାହାରିଥିଲା। ଦ୍ରୁତଗତିରେ ଓ ନିଶା ସେବନ କରି ଗାଡ଼ି ନଚଳାଇବା, ହେଲମେଟ ପିନ୍ଧିବା, ଟ୍ରାଫିକ ନିୟମ ମାନିବା ଲାଗି ଜନସାଧାରଣଙ୍କୁ ସଚେତନ କରାଯାଇଥିଲା।

ବନପ୍ରଭା ସାହିତ୍ୟ ସଂସଦର ବାର୍ଷିକ ଉତ୍ସବ

ବନପ୍ରଭା ସାହିତ୍ୟ ସଂସଦର ବାର୍ଷିକ ଉତ୍ସବ

ସୁନାବେଡ଼ା,୨୪।୪(ଡି.ଏନ୍‌.ଏ.): ସୁନାବେଡ଼ା-୨ ସ୍ଥିତ ବନପ୍ରଭା ସାହିତ୍ୟ ସଂସଦର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଛି। ସ୍ଥାନୀୟ ଜଗନ୍ନାଥ ମନ୍ଦିରର ଅନ୍ନପୂର୍ଣ୍ଣା ମଣ୍ଡପରେ ହୋଇଥିବା ଏହି ସଭାରେ ପୁସ୍ତକ ଉନ୍ମୋଚନ, ସମ୍ବର୍ଦ୍ଧନା ପର୍ବ ଓ କବିତା ପାଠ ଭଳି ବିଭିନ୍ନ କାର୍ଯ୍ୟକ୍ରମ ହୋଇଥିଲା। ଏହି ଅବସରରେ ବନପ୍ରଭାର ମୁଖପତ୍ର ରିମ୍‌ଝିମ୍‌ ବର୍ଷା, ଡ. ସରଳା ବେହେରାଙ୍କ ଗଳ୍ପ ତରଙ୍ଗ, ନାଟ୍ୟଶ୍ରୀ ସୁଦାବ ବିଶୋୟୀଙ୍କ ଅନୁବାଦ ପୁସ୍ତକ ରାଗ ଭୈରବ ଉନ୍ମୋଚନ କରାଯାଇଥିଲା। ସେହିପରି ସମ୍ବର୍ଦ୍ଧନା ପର୍ବରେ ଡ. ପ୍ରଦୀପ କୁମାର ମିଶ୍ର, ବିଜୟ କୁମାର ପ୍ରଧାନ, କୁଳମଣି ଦାସଙ୍କୁ ସମ୍ମାନିତ କରାଯାଇଥିଲା।

କୋରାପୁଟ ଉପଖଣ୍ଡ: କୋଟିଏ ଟଙ୍କା ବିନିମୟରେ କିଣାଯିବ ୧୯ ଡଙ୍ଗା

କୋରାପୁଟ ଉପଖଣ୍ଡ: କୋଟିଏ ଟଙ୍କା ବିନିମୟରେ କିଣାଯିବ ୧୯ ଡଙ୍ଗା

କୋରାପୁଟ,୨୪।୪(ସ୍ବ.ପ୍ର.): କୋରାପୁଟ ଜିଲା ପ୍ରଶାସନକୁ ବର୍ତ୍ତମାନ ଘାରିଛି ଡଙ୍ଗକିଣା ଚିନ୍ତା। କେନ୍ଦ୍ର ପାଣିପାଗ ବିଭାଗ ପକ୍ଷରୁ ଚଳିତ ବର୍ଷ ସ୍ବାଭାବିକ ମୌସୁମୀ ବର୍ଷା ହେବ ବୋଲି ଆଗୁଆ ସୂଚନା ଦିଆଯିବା ପରେ ତଥା ଆଉ ଦୁଇ ମାସ ପରେ ବର୍ଷା ଋତୁ ଆସିବାକୁ ଥିବାବେଳେ ଏବେଠୁ କୋରାପୁଟ ଜିଲା ପ୍ରଶାସନକୁ ଘାରିଛି ଡଙ୍ଗା ଚିନ୍ତା। ଏହାର ମୁକାବିଲା ପାଇଁ ଜିଲା ଜରୁରୀ ବିଭାଗ ପକ୍ଷରୁ ବିଭିନ୍ନ ଡଙ୍ଗା ଘାଟରେ ଉଭୟ ଯନ୍ତ୍ରଚାଳିତ ଓ ଦେଶୀ ଡଙ୍ଗା ସୁବିଧା କରିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ପ୍ରଥମ ପର୍ଯ୍ୟାୟରେ କୋରାପୁଟ ସବଡିଭିଜନରେ ୧୯ଟି ଡଙ୍ଗା କିଣାଯିବା ପାଇଁ ପ୍ରଶାସନ ନିଷ୍ପତ୍ତି ନେଇଛି।

ଜୀବିକା ପାଇଁ ୨ ଅସହାୟଙ୍କୁ ସହାୟତା ରାଶି ଦେଲା ପ୍ରଶାସନ

ଜୀବିକା ପାଇଁ ୨ ଅସହାୟଙ୍କୁ ସହାୟତା ରାଶି ଦେଲା ପ୍ରଶାସନ

କୋରାପୁଟ,୨୪।୪(ସ୍ବ.ପ୍ର.): କୋରାପୁଟ ଜିଲା ପ୍ରଶାସନ ପକ୍ଷରୁ ମଙ୍ଗଳବାର ଦୁଇ ଜଣ ଗରିବ ଓ ଅସହାୟ ବ୍ୟକ୍ତିଙ୍କୁ ସହାୟତା ରାଶି ପ୍ରଦାନ କରାଯାଇଛି । ଜିଳାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ନିର୍ଦ୍ଦେଶକ୍ରମେ ଜିଲା ଜରୁରୀ ବିଭାଗ ପକ୍ଷରୁ ଏହି ସହାୟତା ରାଶି ଚେକ ମାଧ୍ୟମରେ ପ୍ରଦାନ କରାଯାଇଛି । ବୋରିଗୁମ୍ମା ବ୍ଲକର ନାରିଗାଁ ଗ୍ରାମର ଶତ ପ୍ରତିଶତ ଦୃଷ୍ଟିହୀନ ବ୍ୟକ୍ତି ସତ୍ୟକାମ ବେହେରା ଜୀବିକା ନିର୍ବାହ ପାଇଁ ଏକ ବାଦ୍ୟଯନ୍ତ୍ର କିଣିବାକୁ ଜିଲା ରେଡକ୍ରସ ପାଣ୍ଠିରୁ ୧୮ ହଜାର ୫୦୦ ଟଙ୍କା ମଞ୍ଜୁର କରିଥିଲେ ଜିଲାପାଳ। ମଙ୍ଗଳବାର ଜିଲା ଜରୁରୀ ଅଧିକାରୀ ଦେବବ୍ରତ କରାତି ଏହି ଅର୍ଥରାଶି ଚେକ ଆକାରରେ ପ୍ରଦାନ କରିଛନ୍ତି।

ସ୍ବତନ୍ତ୍ର ଗ୍ରାମସଭା; ନାରୀ ନିର୍ଯାତନା ବନ୍ଦ କରିବା ପାଇଁ ଶୋଭାଯାତ୍ରା

ସ୍ବତନ୍ତ୍ର ଗ୍ରାମସଭା; ନାରୀ ନିର୍ଯାତନା ବନ୍ଦ କରିବା ପାଇଁ ଶୋଭାଯାତ୍ରା

ମାଥିଲି,୨୪।୪(ଡି.ଏନ୍‌.ଏ.): ମଙ୍ଗଳବାର ରାଷ୍ଟ୍ରୀୟ ପଞ୍ଚାୟତରାଜ ଦିବସରେ ସ୍ବତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ହୋଇଛି। ମାଥିଲି ସରପଞ୍ଚ ଗୌରୀ ବଟେଙ୍କ ସଭାପତିତ୍ୱରେ ଆୟୋଜିତ ଗ୍ରାମସଭାରେ ମାଥିଲି ପିଇଓ ଅଶୋକ ମହାରଣା, ସମିତିସଭ୍ୟା ପୁଷ୍ପା ବୁରୁଡିଙ୍କ ସମେତ ବିଭିନ୍ନ ଓ୍ବାର୍ଡର ମେମ୍ବର ଉପସ୍ଥିତ ଥିଲେ। ପ୍ରଥମେ ସକାଳେ ବ୍ଲକ କଲୋନୀ ସ୍ଥିତ ପ୍ରାଥମିକ ଉଚ୍ଚ ବିଦ୍ୟାଳୟର ଛାତ୍ରୀଛାତ୍ରଙ୍କୁ ନେଇ ଶୋଭାଯାତ୍ରା ହୋଇଥିଲା। ସରପଞ୍ଚ ଗୌରୀ ବଟେ ମଙ୍ଗ ସମ୍ଭାଳିଥିଲେ। ନାରୀ ନିର୍ଯାତନା ବନ୍ଦ କରିବା, ସ୍ବଚ୍ଛ ଭାରତ ଅଭିଯାନରେ ପ୍ରତ୍ୟେକ ଗାଁ ଓ ପରିବାରଙ୍କୁ ସଚେତନ କରାଇବା ସ୍ଲୋଗାନ ଦେଇ ପିଇଓ ମହାରଣା ଓ ସରପଞ୍ଚ ବଟେଙ୍କ ତତ୍ତ୍ବାବଧାନରେ ଛାତ୍ରୀଛାତ୍ର ବିଭିନ୍ନ ପ୍ଲାକାର୍ଡ ଧରି ମାଥିଲି ପଞ୍ଚାୟତ କାର୍ଯ୍ୟାଳୟରୁ ବାହାରିଥିଲେ। ମାଥିଲି ସଦର ମୁଖ୍ୟରାସ୍ତା, ବ୍ଲକ କଲୋନୀ ପରିକ୍ରମା କରି ପୂର୍ବାହ୍ନରେ ପଞ୍ଚାୟତ କାର୍ଯ୍ୟାଳୟ ସଭାଗୃହରେ ପହଞ୍ଚତ୍ବା ପରେ ସେଠାରେ ସ୍ବତନ୍ତ୍ର ଗ୍ରାମସଭା ହୋଇଥିଲା।

ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କ ପାଖେ ସ୍କୁଲ ଚାବି, ନବମ ଶ୍ରେଣୀ ଛାତ୍ରୀ ରାନ୍ଧି ଖୁଆଉଛନ୍ତି ମଧ୍ୟାହ୍ନଭୋଜନ

ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କ ପାଖେ ସ୍କୁଲ ଚାବି, ନବମ ଶ୍ରେଣୀ ଛାତ୍ରୀ ରାନ୍ଧି ଖୁଆଉଛନ୍ତି ମଧ୍ୟାହ୍ନଭୋଜନ

ନବରଙ୍ଗପୁର,୨୪।୪(ବି.ପ୍ର.): ସରକାର ଶିକ୍ଷା ବ୍ୟବସ୍ଥା ପାଇଁ ଅନେକ ଯୋଜନା କରୁଛନ୍ତି । ପିଲା ପଢିବେ ଭବିଷ୍ୟତ ଗଢିବେ । କିନ୍ତୁ ସରକାରଙ୍କ ଏହି ଶୈକ୍ଷିକ ବ୍ୟବସ୍ଥା ଭିତରେ ବହୁ ପ୍ରକାର ଅବ୍ୟବସ୍ଥା ଦେଖିବାକୁ ମିଳୁଛି। ଛାତ୍ରୀଛାତ୍ରଙ୍କ ଅନୁପାତରେ କେଉଁ ବିଦ୍ୟାଳୟରେ ଶିକ୍ଷକ ନାହାନ୍ତି ତ ଅନ୍ୟ କେଉଁ ବିଦ୍ୟାଳୟରେ ଜଣେ ଶିକ୍ଷକ ବିଦ୍ୟାଳୟ ଚଳାଉଛନ୍ତି। ନବରଙ୍ଗପୁର ବ୍ଲକ ମାଝୀଗୁଡା ନୂତନ ପ୍ରାଥମିକ ବିଦ୍ୟାଳୟରେ ୧୪ ଜଣ ଛାତ୍ରୀଛାତ୍ରଙ୍କ ପାଇଁ ୩ ଜଣ ନିୟମିତ ଶିକ୍ଷକ ନିଯୁକ୍ତି କରାଯାଇଛି। ୨୦୦୨ରେ ଏହି ବିଦ୍ୟାଳୟ ଖୋଲାଯାଇଥିଲା। ୩ ଜଣ ଶିକ୍ଷକଙ୍କ ମଧ୍ୟରୁ ଜଣେ ଶିକ୍ଷକ ଅମିୟ ଶିଶିର ବାଘ ସିଆରସିସି ହେବା ପରେ ରବିନ୍ଦ୍ର ବେହେରା ପ୍ରଧାନ ଶିକ୍ଷକ ଓ ପଦ୍ମଲୋଚନ ରଥ ସହାୟକ ଶିକ୍ଷକ ଭାବେ କାମ କରୁଛନ୍ତି। ପଦ୍ମଲୋଚନ ତାଲିମ ପାଇଁ ବିଦ୍ୟାଳୟକୁ ଆସୁନାହାନ୍ତ। ପ୍ରଧାନ ଶିକ୍ଷକ ୬ଟା ଜାଗାରେ ୮ଟାରେ ବିଦ୍ୟାଳୟକୁ ଆସୁଛନ୍ତି। ମଧ୍ୟାହ୍ନ ଭୋଜନ ଦେବା ପରେ ଚାଲି ଯାଉଛନ୍ତି। ପିଲାଙ୍କୁ ଏଯାଏ ପୁସ୍ତକଟିଏ ମଧ୍ୟ ଦିଆଯାଇ ନାହିଁ। ଜଣେ ୫ମ ଶ୍ରେଣୀର ଜଣେ ଛାତ୍ରୀଙ୍କ ପାଖରେ ବିଦ୍ୟାଳୟ ଚାବି ରହୁଛି। ସେ ବିଦ୍ୟାଳୟ ଖୋଲି ପିଲାଙ୍କୁ ଡାକି ବସାଉଛନ୍ତି। ମଧ୍ୟାହ୍ନ ଭୋଜନ ରୋଷେଇ ପାଇଁ ଜଣେ ନବମ ଶ୍ରେଣୀ ଛାତ୍ରୀ ରହିଛନ୍ତି। ପାଠପଢ଼ା ବୟସରେ ବିଦ୍ୟାଳୟରେ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ରୋଷେଇ କରି ଦେଉଛନ୍ତି।

ବିସ୍ଫୋରଣରେ ୩ ଶ୍ରମିକଙ୍କ ମୃତ୍ୟୁ ଘଟଣା: କ୍ଷତିପୂରଣ ଦାବିରେ ୩ ଘଣ୍ଟା ରାସ୍ତାରୋକୋ

ବିସ୍ଫୋରଣରେ ୩ ଶ୍ରମିକଙ୍କ ମୃତ୍ୟୁ ଘଟଣା: କ୍ଷତିପୂରଣ ଦାବିରେ ୩ ଘଣ୍ଟା ରାସ୍ତାରୋକୋ

ନବରଙ୍ଗପୁର,୨୪।୪(ବି.ପ୍ର.): ନବରଙ୍ଗପୁର ଜିଲା ଛତିଶଗଡ ସୀମାନ୍ତ ମାଓବାଦୀ ପ୍ରବଣ ଅଂଚଳ ରାଇଘର ବ୍ଲକ ଭୋନସ ଡଙ୍ଗରିପାରା ଜଙ୍ଗଲ ରାସ୍ତାରେ ସୋମବାର ବିସ୍ଫୋରଣ ଘଟି ୩ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା । ମଙ୍ଗଳବାର ଲାଲମାଟି ଓ ନାରଙ୍ଗପାଲି ଗାଁର ଜନସାଧାରଣ କ୍ଷତିପୂରଣ ଦାବି କରି ରାଇଘର ମୁଖ୍ୟରାସ୍ତାରେ ଟ୍ରାକ୍ଟର ସହ ମୃତଦେହ ରଖି ସକାଳୁ ୭ଟାରୁ ୧୧ଟା ପର୍ଯ୍ୟନ୍ତ ରାସ୍ତା ଅବରୋଧ କରିଥିଲେ । ଉମରକୋଟ ଏସଡିପିଓ, ତହସିଲଦାର ରୁନୁ ଲାକ୍ରା, ଅତିରିକ୍ତ ତହସିଲଦାର ସେଠାରେ ପହଞ୍ଚତ୍ ଲୋକଙ୍କୁ ବୁଝାସୁଝା କରିଥିଲେ । ପ୍ରତି ମୃତକଙ୍କ ପରିବାରକୁ ରେଡକ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କା ଓ ହରିଶ୍ଚନ୍ଦ୍ର ଯୋଜନାରେ ୨ ହଜାର ଟଙ୍କା ଦିଆଯାଇଥିଲା।

 ପଲିଥିନ ମୁକ୍ତ ସହର ଗଢ଼ିବା ପାଇଁ ଆହ୍ବାନ ଦେଲେ ଜିଲାପାଳ

ପଲିଥିନ ମୁକ୍ତ ସହର ଗଢ଼ିବା ପାଇଁ ଆହ୍ବାନ ଦେଲେ ଜିଲାପାଳ

ନବରଙ୍ଗପୁର,୨୪।୪(ବି.ପ୍ର.): ନବରଙ୍ଗପୁର ସହରକୁ ପଲିଥିନ ମୁକ୍ତ କରାଯିବ । ଏନେଇ ସ୍ଥାନୀୟ ରାମମନ୍ଦିର ଛକରୁ ବସଷ୍ଟାଣ୍ଡ ପଯର୍ର୍‌ୟନ୍ତ ଏକ ବିରାଟ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି। ପରେ ଏକ ପଲିଥିନ ମୁକ୍ତ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା । ପୌର ସଂସ୍ଥା ନିର୍ବାହୀ ଅଧିକାରୀ ତଥା ତହସିଲଦାର ଅକ୍ଷୟ କୁମାର ଖେମୁଣ୍ଡୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଜିଲାପାଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସହରକୁ ସୁନ୍ଦର ଓ ପ୍ରଦୂଷଣମୁକ୍ତ କରିବାକୁ ଆହ୍ବାନ ଦେଇଥିଲେ।

ହତ୍ୟା ଘଟଣାର ରାୟ ପ୍ରକାଶ : ଅଭିଯୁକ୍ତଙ୍କୁ ଆଜୀବନ କରାଦଣ୍ଡ

ହତ୍ୟା ଘଟଣାର ରାୟ ପ୍ରକାଶ : ଅଭିଯୁକ୍ତଙ୍କୁ ଆଜୀବନ କରାଦଣ୍ଡ

ନବରଙ୍ଗପୁର, ୨୪ା୪(ବି.ପ୍ର.)- ନବରଙ୍ଗପୁର ଜିଲା ଜଜ୍‌ ରାଜେନ୍ଦ୍ର ମହାପାତ୍ର ମଙ୍ଗଳବାର ଏକ ହତ୍ୟା ଘଟଣାର ବିଚାର କରି ଅଭିଯୁକ୍ତ ପ୍ରଭୂଧର ବାଣୁଆଙ୍କୁ ଆଜୀବନ ଜେଲ୍‌ଦଣ୍ଡ ସହ ୫ ହଜାରଟଙ୍କା ଜରିମନା ରାୟ ପ୍ରକାଶ କରିଚନ୍ତି। ଜରିମନା ଅନାଦେୟ ଅଧିକ ୬ ମାସ ଜେଲ ଦଣ୍ଡ ଭୋଗିବେ ବୋଲି ରାୟ ଦେଇଛନ୍ତି।