ରାଜ୍ୟ |

ଜଗା ମୁଣ୍ଡରେ ସ୍କିନ୍‌ ଗ୍ରାଫ୍ଟିଙ୍ଗ

ଜଗା ମୁଣ୍ଡରେ ସ୍କିନ୍‌ ଗ୍ରାଫ୍ଟିଙ୍ଗ
ଭୁବନେଶ୍ୱର/ନୂଆଦିଲ୍ଲୀ, ୨୬।୧୨(ବ୍ୟୁରୋ/ସ୍ବ.ପ୍ର.) : ଅପରେଶନର ଅଢେଇ ମାସ ପରେ ଦିଲ୍ଲୀ ଏମ୍ସ ହସ୍ପିଟାଲରେ ମଙ୍ଗଳବାର ଜଗା ମୁଣ୍ଡରେ ସ୍କିନ୍‌ ଗ୍ରାଫ୍ଟିଙ୍ଗ (ଚର୍ମ ପ୍ରତିରୋପଣ) ଅସ୍ତ୍ରୋପଚାର ହୋଇଛି। ହସ୍ପିଟାଲର ପ୍ଲାଷ୍ଟିକ୍‌ ସର୍ଜରି ଓ ଆନାସ୍‌ଥେସିଆ ଡାକ୍ତରମାନଙ୍କ ୬ଜଣିଆ ଟିମ୍‌ ଦ୍ୱାରା ତିନିଘଣ୍ଟା ପର୍ଯ୍ୟନ୍ତ ଏହି ଅସ୍ତ୍ରୋପଚାର କରାଯାଇଥିଲା। ଦ୍ୱିତୀୟ ପର୍ଯ୍ୟାୟ ଅସ୍ତ୍ରୋପଚାର ବେଳେ ଜଗା ମୁଣ୍ଡ ଖପୁରିର କିଛି ଅଂଶରେ ଡାକ୍ତରମାନେ ଚର୍ମ ପକାଇ ନ ଥିଲେ। ଆଜି ସକାଳ ସାଢେ ୮ଟାବେଳେ ଜଗାକୁ ପ୍ଲାଷ୍ଟିକ୍‌ ସର୍ଜରି ଅସ୍ତ୍ରୋପଚାର କକ୍ଷକୁ ନିଆଯାଇଥିଲା। ପ୍ଲାଷ୍ଟିକ୍‌ ସର୍ଜରି ଓ ଆନାସ୍‌ଥେସିଆ ଡାକ୍ତରୀ ଟିମ୍‌ ମୁଣ୍ଡରେ ସ୍କିନ୍‌ ଗ୍ରାଫ୍ଟିଙ୍ଗ ଲାଗି ପୂର୍ବାହ୍ନ ସାଢେ ୯ଟାରେ ଅସ୍ତ୍ରୋପଚାର ଆରମ୍ଭ କରିଥିଲେ। ଡାକ୍ତରମାନେ ଜଗାର ଜଙ୍ଘରୁ ଚର୍ମ ନେଇ ବାକି ଥିବା ଖପୁରି ଅଂଶରେ ଲଗାଇଥିଲେ। ସାଢେ ୧୧ଟାବେଳେ ଅସ୍ତ୍ରୋପଚାର ଶେଷ ହୋଇଥିବା ବେଳେ ଜଗା ସୁସ୍ଥ ଥିବା ଏମ୍ସ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ପୂର୍ବ ଅପେକ୍ଷା ବଳିଆ ସ୍ବାସ୍ଥ୍ୟରେ ମଧ୍ୟ ସୁଧାର ଆସିଛି ବୋଲି ହସ୍ପିଟାଲ କର୍ତ୍ତୃପକ୍ଷ କହିଛନ୍ତି। ଗତ ଅକ୍ଟୋବର ୨୬ରେ ଜଗା ବଳିଆଙ୍କ ଦ୍ୱିତୀୟ ପର୍ଯ୍ୟାୟ ଅସ୍ତ୍ରୋପଚାର କରାଯାଇ ଯୋଡ଼ାମୁଣ୍ଡକୁ ଅଲଗା କରାଯାଇଥିଲା। ପରେ ହସ୍ପିଟାଲର ଡାକ୍ତରମାନଙ୍କୁ ନେଇ ଗଠିତ ଏକ ସ୍ବତନ୍ତ୍ର ଟିମ୍‌ ୨ ଶିଶୁଙ୍କୁ ଚିକିତ୍ସା କରୁଛନ୍ତି।
All Right Reserved By

ରାଜ୍ୟ |

ଫେକ୍‌ ଆଇଡିରେ ଅଶ୍ଳୀଳ ଭିଡିଓ ସେୟାର କରି ଯୁବକ ଗିରଫ

ଫେକ୍‌ ଆଇଡିରେ ଅଶ୍ଳୀଳ ଭିଡିଓ ସେୟାର କରି ଯୁବକ ଗିରଫ

କଟକ ଅଫିସ,୧୮।୧୦- ହାଟ୍ସଆପରେ ଫେକ ଆଇଡି ବନାଇ ଅଶ୍ଲୀଳ ଭିଡିଓ ସେୟାର କରିଥିବାରୁ ଗୁରୁବାର ଓଡ଼ିଶା କ୍ରାଇମବାଞ୍ଚ ଜଣେ ଯୁବକଙ୍କୁ ଗିରଫ କରିଛି। ସେ ହେଲେ ଜଟଣୀ ଅଞ୍ଚଳର ପଓ୍ବନ ଅଗ୍ରଓ୍ବାଲ । 

କଟକ ମେଢ଼ ଦର୍ଶନ କଲେ ରାଜ୍ୟପାଳ

କଟକ ମେଢ଼ ଦର୍ଶନ କଲେ ରାଜ୍ୟପାଳ

କଟକ ଅଫିସ,୧୮।୧୦- ଦୁର୍ଗାପୂଜାର ଗୁରୁବାର ମହାନବମୀ ଅବସରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ କଟକ ସହରର ବିଭିନ୍ନ ଦୁର୍ଗାପୂଜା ମଣ୍ଡପ ବୁଲି ମା’ ଦୁର୍ଗାଙ୍କୁ ଦର୍ଶନ କରିଛନ୍ତି । 

ଇଣ୍ଡିଆ ଗେଟ୍‌ ବୁଲିଲା ଜଗା

ଇଣ୍ଡିଆ ଗେଟ୍‌ ବୁଲିଲା ଜଗା

ଭୁବନେଶ୍ୱର, ୧୮।୧୦(ବ୍ୟୁରୋ): ଦିଲ୍ଲୀ ଏମ୍ସରୁ ବାହାରି ଇଣ୍ଡିଆ ଗେଟ୍‌ ବିଲୁଛି ଜଗା। ମା’ଙ୍କ ହାତଧରି ଜଗା ଚାଲୁଥିବା ଦେଖିବାକୁ ମିଳିଛି। ବଳିଆର ସ୍ବାସ୍ଥ୍ୟବସ୍ଥାରେ ଉନ୍ନତି ପରିଲଖିତ ହୋଇଛି। 

ବନ୍ୟା କ୍ଷତିଗ୍ରସ୍ତ ପରିବାରଙ୍କୁ ଭେଟିଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ

ବନ୍ୟା କ୍ଷତିଗ୍ରସ୍ତ ପରିବାରଙ୍କୁ ଭେଟିଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ

ଭୁବନେଶ୍ୱର,୧୮।୧୦- ସମ୍ଭାବ୍ୟ ତିିତ୍‌ଲି ପରବର୍ତ୍ତୀ ବନ୍ୟା ଯୋଗୁ କ୍ଷତିଗ୍ରସ୍ତ ଅଞ୍ଚଳଗୁଡିକ ମଧ୍ୟରୁ ଗୁରୁବାର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ଆସିକା ଅଞ୍ଚଳକୁ ଯାଇ ପୀଡିତ ପରିବାରଙ୍କୁ ଭେଟିଛନ୍ତି ।

ବାପାଙ୍କ କାନ୍ଧରେ ଝିଅଙ୍କ ମୃତଦେହ: ପୋଲିସ ନ ଆସିବାରୁ ୮ କିମି ବୋହି ମେଡ଼ିିକାଲ ନେଲେ

ବାପାଙ୍କ କାନ୍ଧରେ ଝିଅଙ୍କ ମୃତଦେହ: ପୋଲିସ ନ ଆସିବାରୁ ୮ କିମି ବୋହି ମେଡ଼ିିକାଲ ନେଲେ

ଗଜପତି, ୧୮।୧୦ (ଡ଼ି.ଏନ.ଏ)- ଗଜପତି ଜିଲା ରାୟଗଡ଼ ବ୍ଲକ୍‌ ଆତଙ୍କପୁରରେ ଏକ ଅଭାବନୀୟ ଘଟଣା ଘଟଛି। ପୋଲିସ୍‌ ବ୍ୟବଚ୍ଛେଦ ପାଇଁ ମୃତଦେହ ନ ହେବାରୁ ବାପା ମୁକୁନ୍ଦ ଦୋରା ନାବାଳିକା ଝିଅର ଗଳିତ ମୃତଦେହ କାନ୍ଧରେ ୮ କି.ମି ବୋହିଛନ୍ତି।

ନିର୍ବାଚନ ପୂର୍ବରୁ ବେଗୁନିଆ ବିଜେଡିରେ ଗୋଷ୍ଠୀ କନ୍ଦଳ

ନିର୍ବାଚନ ପୂର୍ବରୁ ବେଗୁନିଆ ବିଜେଡିରେ ଗୋଷ୍ଠୀ କନ୍ଦଳ

ଖୋର୍ଦ୍ଧା ଅଫିସ,୧୮।୧୦: ନିର୍ବାଚନ ପୂର୍ବରୁ ବେଗୁନିଆ ନିର୍ବାଚନମଣ୍ଡଳୀରେ ବିଜେଡିର ଗୋଷ୍ଠୀ କନ୍ଦଳ ତେଜିବାରେ ଲାଗିଲା । ଏହି ଗୋଷ୍ଠୀ କନ୍ଦଳ ବେଗୁନିଆ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଓ ପୂର୍ବତନ ବିଧାୟକ ତଥା ରାଜ୍ୟ ସଭା ସଦସ୍ୟ ପ୍ରଶାନ୍ତ ନନ୍ଦଙ୍କ ଗୋଷ୍ଠୀଙ୍କ ମଧ୍ୟରେ ତ୍ୱରାନ୍ବିତ ହୋଇଛି । 

ପିକଅପ ଭ୍ୟାନରୁ ୧୦ ଗୋରୁ ଉଦ୍ଧାର,ଗୋଶାଳା ପଠାଇଲା ପୋଲିସ

ପିକଅପ ଭ୍ୟାନରୁ ୧୦ ଗୋରୁ ଉଦ୍ଧାର,ଗୋଶାଳା ପଠାଇଲା ପୋଲିସ

କଣ୍ଟାପଡା,୧୮।୧୦(ଡି.ଏନ୍‌.ଏ.)- ଦୟନୀୟ ଅବସ୍ଥାରେ ଏକ ପିକଅପ ଭ୍ୟାନରେ ନିଆଯାଉଥିବା ୧୦ଟି ଗୋରୁଙ୍କୁ ଓଲଟପୁର ପୋଲିସ ଉଦ୍ଧାର କରି ଗୋଶାଳାକୁ ପଠାଇଥିବା ଜଣାପଡିଛି। ଗୋଚାଲାଣରେ ବ୍ୟବହୃତ ଓଆର ୦୨ ଏଏନ୍‌ ୨୬୯୭ ପିକଅପ ଭ୍ୟାନକୁ ପୋଲିସ ଜବତ କରିଥିବାବେଳେ ଏହାର ଡ୍ରାଇଭର ଓ ଅନ୍ୟ ଅଭିଯୁକ୍ତମାନେ ଫେରାର ଅଛନ୍ତି। 

ଭଗବତୀ ପୀଠର ଶୌଚାଳୟ: ୫ବର୍ଷ ହେଲା ଝୁଲୁଛି ତାଲା

ଭଗବତୀ ପୀଠର ଶୌଚାଳୟ: ୫ବର୍ଷ ହେଲା ଝୁଲୁଛି ତାଲା

ଖୋର୍ଦ୍ଧା ଅଫିସ,୧୮।୧୦: ବାଣପୁରର ଶକ୍ତିପୀଠ ଭାବେ ପ୍ରସିଦ୍ଧ ମା’ ଭଗବତୀଙ୍କ ପୀଠରେ ପର୍ଯ୍ୟଟକଙ୍କ ସୁବିଧା ଉଦ୍ଦେଶ୍ୟରେ ନିର୍ମାଣ ହୋଇଥିବା ଶୌଚାଳୟରେ ୫ବର୍ଷ ହେଲା ତାଲା ଝୁୁଲୁଛି । 

ଦଶହରାରେ ୫୦ଫୁଟର ରାବଣ ପୋଡ଼ି

ଦଶହରାରେ ୫୦ଫୁଟର ରାବଣ ପୋଡ଼ି

ଖୋର୍ଦ୍ଧା ଅଫିସ,୧୮ା୧୦: ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଦଶହରାରେ ୫୦ଫୁଟର  ରାବଣ ପୋଡ଼ି ଉତ୍ସବ ଖୋର୍ଦ୍ଧା ବିଜେବି ହାଇସ୍କୁଲରେ ଅନୁଷ୍ଠିତ ହେବ। ଏହାର ପ୍ରସ୍ତୁତି କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଖୁବ ଆକର୍ଷଣୀୟ ଦର୍ଶନ ରହିଥିବା ଜଣାପଡିଛି। ଏହି ଉତ୍ସବକୁ ଖୋର୍ଦ୍ଧାର ବଡିଜୋନ ଅନୁଷ୍ଠାନ ପକ୍ଷରୁ ୨୦୦୬ରେ ଆରମ୍ଭ ହୋଇଥିଲା। ରାବଣ ପୋଡି ପାଇଁ ପ୍ରାୟ ୪ ଲକ୍ଷ ଟଙ୍କାର ବ୍ୟୟ ଅଟକଳ ରହିଛି ।

କୋଣାର୍କରେ  ଯୁବତୀଙ୍କୁ ଗଣବଳାତ୍କାର ଘଟଣା:  ପୀଡ଼ିତାଙ୍କୁ ଭେଟିଲେ ଭାଜପା, କଂଗ୍ରେସ ମହିଳା ଦଳ

କୋଣାର୍କରେ ଯୁବତୀଙ୍କୁ ଗଣବଳାତ୍କାର ଘଟଣା: ପୀଡ଼ିତାଙ୍କୁ ଭେଟିଲେ ଭାଜପା, କଂଗ୍ରେସ ମହିଳା ଦଳ

ପୁରୀ ଅଫିସ,୧୮ା୧୦: କୋଣାର୍କରେ ଘଟିଥିବା ଗତ ବୁଧବାର ଲଜ୍ଜା ଘଟଣାରେ ବନ୍ଦ କୋଠରିରୁ ଉଦ୍ଧାର ହୋଇଥିବା ଯୁବତୀଙ୍କୁ ଗୁରୁବାର ପୁରୀ ଜିଲା ମୁଖ୍ୟ ଚିକିତ୍ସାଳୟରେ ରାଜ୍ୟ ମହିଳା କଂଗ୍ରେସ ଓ ଭାଜପା ମହିଳା ମୋର୍ଚ୍ଚାର ଏକ ପ୍ରତିନିଧି ଦଳ ପୀଡ଼ିତାଙ୍କ ସହ ମିଶି ଆଲୋଚନା କରିଥିଲେ। ଭାଜପା ମହିଳା ମୋର୍ଚ୍ଚା ସଭାପତି ପ୍ରଭାତୀ ପରିଡ଼ାଙ୍କ ନେତୃତ୍ୱରେ ଆସିଥିବା ୫ଜଣିଆ ପ୍ରତିନିଧି ଦଳ ପୀଡ଼ିତାଙ୍କୁ ମିଶି ଘଟଣା ସମ୍ପର୍କରେ ବୁଝିଥିଲେ।

ମନ୍ଦିର ପରିସରରୁ ୭ ଜୁଆଡ଼ି ଗିରଫ

ମନ୍ଦିର ପରିସରରୁ ୭ ଜୁଆଡ଼ି ଗିରଫ

ମାଥିଲି, ୧୮।୧୦ (ଡି.ଏନ.ଏ.)- ମାଲକାନଗିରି ଜିଲା ମାଥିଲି ଥାନା ଅନ୍ତର୍ଗତ ମାଉଁଲି ମା’ ମନ୍ଦିର ପରିସରରେ ବୁଧବାର ବିଳମ୍ବିତ ରାତିରେ ପୋଲିସ ଚଢାଉ କରି ୭ ଜୁଆଡିଙ୍କୁ ଗିରଫ କରିଛି । 

ତିତ୍‌ଲି କ୍ଷୟକ୍ଷତି ୨,୭୬୫ କୋଟି, ୬୦ଲକ୍ଷରୁ ଅଧିକ ଲୋକ ପ୍ରଭାବିତ

ତିତ୍‌ଲି କ୍ଷୟକ୍ଷତି ୨,୭୬୫ କୋଟି, ୬୦ଲକ୍ଷରୁ ଅଧିକ ଲୋକ ପ୍ରଭାବିତ

ଭୁବନେଶ୍ୱର,୧୮।୧୦(ବ୍ୟୁରୋ)- ସାମୁଦ୍ରିକ ଝଡ଼ ‘ତିତ୍‌ଲି’ ଓ ତା’ର ପରବର୍ତ୍ତୀ ବର୍ଷା ଫଳରେ ରାଜ୍ୟର ଗଞ୍ଜାମ, ଗଜପତି, ରାୟଗଡ଼ା ଆଦି ଜିଲା ବିଶେଷଭାବେ ପ୍ରଭାବିତ ହୋଇଛି। ସରକାରୀସ୍ତରରେ କ୍ଷୟକ୍ଷତି ଆକଳନ କରାଯାଉଥିବା ବେଳେ ଏହାର ପରିମାଣ ବୃଦ୍ଧି ପାଉଛି। ଗୁରୁବାର ସୁଦ୍ଧା ଦିଆଯାଇଥିବା ରିପୋର୍ଟ ଅନୁଯାୟୀ କ୍ଷୟକ୍ଷତି ପରିମାଣ ୨,୭୬୫ କୋଟିରେ ପହଞ୍ଚିଥିବା ଏସ୍‌ଆର୍‌ସି ସୂଚନା ଦେଇଛନ୍ତି।