ରାଜ୍ୟ |

ଗଢ଼ାଯିବ ଓଡ଼ିଆ ଭାଷା କମିଶନ

ଗଢ଼ାଯିବ ଓଡ଼ିଆ ଭାଷା କମିଶନ

ପୁରୀ ଅଫିସ, ୨୬।୧୨: ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ଏବଂ ସଂସ୍କୃତି ବିଭାଗ ଆଉ ଗୋଟିଏ ବିଭାଗ ହୋଇ ରହିବ ନାହିଁ। ଏହା ପୃଥକ୍‌ ହୋଇ ଦୁଇଟି ବିଭାଗରେ ପରିଣତ ହେବ। ପର୍ଯ୍ୟଟନ ବିଭାଗରୁ ସଂସ୍କୃତି ବିଭାଗକୁ ପୃଥକ୍‌ କରି ନାମ ବଦଳାଯିବ। ଏହାର ନୂତନ ନାମ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ହେବ। ଏହାସହିତ ଓଡ଼ିଆ ଭାଷାର ପ୍ରସାର ଓ ସଂରକ୍ଷଣ ପାଇଁ ଓଡ଼ିଆ ଭାଷା କମିଶନ ଗଠନ କରାଯିବ। ମଙ୍ଗଳବାର ପ୍ରଥମ କରି ସଚିବାଳୟ ବାହାରେ ଶ୍ରୀକ୍ଷେତ୍ରରେ ବସିଥିବା କ୍ୟାବିନେଟ ବୈଠକରେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତିର ବିକାଶ ଲାଗି ରାଜ୍ୟ ସରକାର ଏଭଳି ୨୦ଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି।
ପ୍ରଥମ ଥର ପାଇଁ ରାଜ୍ୟ କ୍ୟାବିନେଟର ବୈଠକ ବସିଥିଲା ପୁରୀ ସର୍କିଟ ହାଉସ ତୃତୀୟ ମହଲା ସମ୍ମିଳନୀ କକ୍ଷରେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବେନଟ ବୈଠକରେ ଓଡ଼ିଆ ଭାଷା ସାହିତ୍ୟର ସମୃଦ୍ଧି ଓ ସଂରକ୍ଷଣ ପାଇଁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ପୂର୍ବାହ୍ନ ୧୧ଟା ୨୫ରେ କ୍ୟାବିନେଟ ଆରମ୍ଭ ହୋଇ ୧୧ଟା ୪୫ରେ ସରିଥିଲା। ଓଡିଶାର ସଂସ୍କୃତି, ଐତିହ୍ୟ, ଭାଷା ଏବଂ ସାହିତ୍ୟର ସଂରକ୍ଷଣ ତଥା ପରିବର୍ଦ୍ଧନକୁ ନିଶ୍ଚିତ କରିବା ପାଇଁ ଗଠନ ହେବ ହେରିଟେଜ କ୍ୟାବିନେଟ୍‌ (ଐତିହ୍ୟ କ୍ୟାବିନେଟ)। ପ୍ରତି ଜିଲାରେ ପ୍ରତିଷ୍ଠା କରାଯିବ ସର୍ବସାଧାରଣ ପାଠାଗାର। ପାଠାଗାରରେ ପାଠକଙ୍କ ପାଇଁ ରହିବ ଓଡ଼ିଆ ସାହିତ୍ୟ ପୁସ୍ତକ, କାଳଜୟୀ ଓଡ଼ିଆ ପୁସ୍ତକ ଏବଂ ଓଡ଼ିଆରେ ଭାଷାନ୍ତରିତ ହୋଇଥିବା ଅନ୍ୟ ଭାଷାରେ ପୁରସ୍କୃତ ସାହିତ୍ୟକୃତି। ଏହି ପାଠାଗାରଗୁଡିକୁ ପର୍ଯ୍ୟାୟକ୍ରମେ ସ୍ମାର୍ଟ ପାଠାଗାରରେ ପରିବର୍ତ୍ତନ କରାଯିବା ପାଇଁ ସ୍ଥିର ହୋଇଛି। ପ୍ରତି ୫ବର୍ଷରେ ଥରେ ରାଜ୍ୟ ସରକାରଙ୍କ ପକ୍ଷରୁ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଆୟୋଜନ କରାଯିବ। ପ୍ରବାସୀ ଓଡ଼ିଆଙ୍କ ପାଇଁ ଓଡ଼ିଆ ଭର୍ଚୁଆଲ ଏକାଡେମୀ ମାଧ୍ୟମରେ ଇଂଲିଶ, ଫରାସୀ, ଜର୍ମାନୀ, ଜାପାନୀ ଏବଂ ସ୍ପେନୀୟ ଭାଷାର ସହଜ ଶିକ୍ଷା ପ୍ରଣାଳୀ ସହିତ ଓଡ଼ିଆ ପ୍ରାରମ୍ଭିକା ପ୍ରସ୍ତୁତ କରାଯିବ। ସର୍ବସାଧାରଣଙ୍କ ଠାରୁ ପ୍ରାପ୍ତ ଓଡ଼ିଆ ଚିଠି, ଅଭିଯୋଗ ପତ୍ର ଏବଂ ପତ୍ରାଳାପର ଉତ୍ତର ଓଡ଼ିଆ ଭାଷାରେ ଦିଆଯିବ। ସରକାରଙ୍କ ପକ୍ଷରୁ ରାଜ୍ୟ ମଧ୍ୟରେ ପାଳନ ହେଉଥିବା ସମସ୍ତ ଉତ୍ସବ ଓଡ଼ିଆ ଭାଷାରେ ପରିଚାଳନା କରାଯିବାକୁ ସ୍ଥିର ହୋଇଛି। କ୍ୟାବିନେଟ ବୈଠକରେ ମନ୍ତ୍ରୀ ମହେଶ୍ୱର ମହାନ୍ତି, ଶଶିଭୂଷଣ ବେହେରା, ବିକ୍ରମ କେଶରୀ ଆରୁଖ, ପ୍ରଫୁଲ୍ଲ ସାମଲ, ପ୍ରଦୀପ ମହାରଥୀ, ଅଶୋକ ଚନ୍ଦ୍ର ପଣ୍ଡା, ପ୍ରତାପ ଜେନା, ରମେଶ ଚନ୍ଦ୍ର ମାଝି, ସୂର୍ଯ୍ୟନାରାୟଣ ପାତ୍ର, ଉଷାଦେବୀ, ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ, ସଚିବ ଗଗନ ଧଳ, ପ୍ରଦୀପ ଜେନା ଏବଂ ମନୋରଞ୍ଜନ ପାଣିଗ୍ରାହୀ ଉପସ୍ଥିତ ଥିଲେ। କ୍ୟାବିନେଟ ବୈଠକ ପରେ ମନ୍ତ୍ରୀ ପ୍ରତାପ ଜେନା, ଅଶୋକ ଚନ୍ଦ୍ର ପଣ୍ଡା, ମୁଖ୍ୟ ଶାସନ ସଚିବ, ଜଳସେଚନ ସଚିବ ଏବଂ ସଂସ୍କୃତି ସଚିବ ବୈଠକର ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଥିଲେ।

All Right Reserved By

ରାଜ୍ୟ |

ଜଙ୍ଗଲରେ ନାବାଳିକାଙ୍କୁ ଗଣବଳାତ୍କାର ମାମଲା: ୭ଦିନରେ କାର୍ଯ୍ୟାନୁଷ୍ଠାନ ନ ହେଲେ ଆନ୍ଦୋଳନ

ଜଙ୍ଗଲରେ ନାବାଳିକାଙ୍କୁ ଗଣବଳାତ୍କାର ମାମଲା: ୭ଦିନରେ କାର୍ଯ୍ୟାନୁଷ୍ଠାନ ନ ହେଲେ ଆନ୍ଦୋଳନ

ସିମୁଳିଆ,୧୮।୭(ଡି.ଏନ.ଏ.)-ବାଲେଶ୍ୱର ଜିଲା ସିମୁଳିଆ ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଅପହରଣ ଓ ବଳାତ୍କାର କରାଯିବା ଅଭିଯୋଗକୁ ଚପାଇ ଦେବା ଲାଗି ଉଦ୍ୟମ ହେଉଥିବା କଂଗ୍ରେସ ଅଭିଯୋଗ କରିଛି।

‘ସ୍କିଲ ଅନ୍‌ ହୁଇଲ୍ସ’ର ଶୁଭାରମ୍ଭ

‘ସ୍କିଲ ଅନ୍‌ ହୁଇଲ୍ସ’ର ଶୁଭାରମ୍ଭ

ଭୁବନେଶ୍ୱର, ୧୮।୭(ବ୍ୟୁରୋ)- ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନ ଓଡ଼ିଶା ମାଧ୍ୟମିକ ଶିକ୍ଷା ମିଶନ ଏବଂ ଲେଣ୍ଡ୍‌-ଏ-ହ୍ୟାଣ୍ଡ୍‌ ଇଣ୍ଡିଆର ମିଳିତ ଉଦ୍ୟମରେ ଭ୍ରାମ୍ୟମାଣ ବହୁମୁଖୀ ଦକ୍ଷତା ବିକାଶ ପ୍ରୟୋଗଶାଳା ‘ସ୍କିଲ୍‌ ଅନ୍‌ ହୁଇଲ୍ସ’ର ବୁଧବାର ଶୁଭାରମ୍ଭ ହୋଇଛି। ଏହା ଜରିଆରେ ଛାତ୍ରୀଛାତ୍ରଙ୍କୁ ବିଭିନ୍ନ ଯନ୍ତ୍ରପାତିର ସଫଳ ପ୍ରୟୋଗ ସମ୍ପର୍କରେ ଶିକ୍ଷା ମିଳିବ।

ଲାଞ୍ଚ ନେଇ ଏସ୍‌ସିବି କନିଷ୍ଠ କିରାଣୀ ଗିରଫ

ଲାଞ୍ଚ ନେଇ ଏସ୍‌ସିବି କନିଷ୍ଠ କିରାଣୀ ଗିରଫ

କଟକ ଅଫିସ, ୧୮।୭- ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ବୁଧବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଏସ୍‌ସିବି ମେଡିକାଲର କନିଷ୍ଠ କିରାଣୀ ଦିଲୀପ କୁମାର ରାଉତ। ମଙ୍ଗଳାବାଗ କାଠଗୋଲା ସାହିର ରୋହିତ କୁମାର ନାୟକ ନାମକ ଜଣେ ବ୍ୟକ୍ତିଙ୍କଠାରୁ ଦିଲୀପ ପୂର୍ବ ଦାବି ମୁତାବକ ଏହି ଲାଞ୍ଚ ଗ୍ରହଣ କରୁଥିଲେ। ରୋହିତଙ୍କ ଜେଜେମା ସାଗର ଦେଈ ଏସ୍‌ସିବି ମେଡିକାଲର ଜଣେ ଅବସରପ୍ରାପ୍ତ କର୍ମଚାରୀ।

ପ୍ରେମିକା ସହ ସ୍ବାମୀ ଫେରାର

ପ୍ରେମିକା ସହ ସ୍ବାମୀ ଫେରାର

ବାରିପଦା ଅଫିସ,୧୮।୭- ପ୍ରାୟ ୧୫ ଦିନ ପୂର୍ବେ ପ୍ରେମିକା ସହ ଫେରାର ହୋଇଯାଇଥିବା ସ୍ବାମୀଙ୍କୁ ଠାବ କରିବାରେ ବିଫଳ ହୋଇଛନ୍ତି ଖୁଣ୍ଟା ଥାନା ଅଞ୍ଚଳର ଜଣେ ମହିଳା। ସ୍ବାମୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରି ଖୁଣ୍ଟା ଥାନା ପୋଲିସ ଦ୍ୱାରସ୍ଥ ହୋଇ ମଧ୍ୟ ନିରାଶ ହୋଇଛନ୍ତି।

ଆଇସୋଲେଶନ ୱାର୍ଡକୁ ସ୍ଥାନାନ୍ତର ହେଲେ ବାଲେଶ୍ୱର ରୋଗୀ: ୫ଜଣଙ୍କ ଲିଭରରେ ରହିଛି ସମସ୍ୟା

ଆଇସୋଲେଶନ ୱାର୍ଡକୁ ସ୍ଥାନାନ୍ତର ହେଲେ ବାଲେଶ୍ୱର ରୋଗୀ: ୫ଜଣଙ୍କ ଲିଭରରେ ରହିଛି ସମସ୍ୟା

କଟକ ଅଫିସ, ୧୮।୭- ଅଜଣା ରୋଗରେ ଆକ୍ରାନ୍ତ ହୋଇ ଏସ୍‌ସିବି ମେଡିକାଲରେ ଚିକିତ୍ସିତ ହେଉଥିବା ବାଲେଶ୍ୱର ଜିଲାର ୮ଜଣ ରୋଗୀଙ୍କୁ ବୁଧବାର ଆଇସୋଲେଶନ ୱାର୍ଡକୁ ସ୍ଥାନାନ୍ତର କରାଯାଇଛି। ପ୍ରାଥମିକ ରକ୍ତ ପରୀକ୍ଷାରେ ଡେଙ୍ଗୁ ନେଗେଟିଭ୍‌ ବାହାରିଥିବାବେଳେ ସ୍ବାଇନ୍‌ ଫ୍ଲୁ ପାଇଁ ନମୁନା ସଂଗ୍ରହ କରାଯାଇ ଭୁବନେଶ୍ୱରସ୍ଥିତ ରିଜିଓନାଲ ମେଡିକାଲ ରିସର୍ଚ୍ଚ ସେଣ୍ଟର (ଆର୍‌ଏମ୍‌ଆର୍‌ସି)କୁ ପଠାଯାଇଛି।

ବଢ଼ୁଛି ଋଷିକୁଲ୍ୟା ଜଳସ୍ତର, ହାତବାନ୍ଧି ବସିଛନ୍ତି ମତ୍ସ୍ୟଜୀବୀ

ବଢ଼ୁଛି ଋଷିକୁଲ୍ୟା ଜଳସ୍ତର, ହାତବାନ୍ଧି ବସିଛନ୍ତି ମତ୍ସ୍ୟଜୀବୀ

ଗଞ୍ଜାମ,୧୮।୭(ଡି.ଏନ.ଏ.)- ଦୁଇଦିନ ଧରି ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ଗଞ୍ଜାମ ସହରକୁ ଲାଗିଥିବା ଋଷିକୁଲ୍ୟା ନଦୀର ଜଳସ୍ତର ବୃଦ୍ଧି ପାଉଛି। ଅନ୍ୟପଟେ ଆସନ୍ତା ୨୦ରେ ଆଉ ଏକ ଲଘୁଚାପ ଆସୁଥିବା ପାଣିପାଗ ବିଭାଗ ପକ୍ଷରୁ ଆଗୁଆ ସୂଚନା ପରେ ଋଷିକୁଲ୍ୟା ନଦୀତଟବର୍ତ୍ତୀ ଅଞ୍ଚଳ ପୁରୁଣାବନ୍ଧ, ପୋଡ଼ମପେଟା, ନିଉପୋଡ଼ମପେଟା ଏବଂ ଋଷିକୁଲ୍ୟା ବ୍ରିଜ ନିକଟବର୍ତ୍ତୀ ଦାମୋଦରପୁର ଗ୍ରାମବାସୀ ଆତଙ୍କିତ ହୋଇ ପଡିଛନ୍ତି।

ବିଭିନ୍ନ ସମସ୍ୟାର ଭିଜିଲାନ୍ସ ତଦନ୍ତ ଦାବିରେ ବିକ୍ଷୋଭ

ବିଭିନ୍ନ ସମସ୍ୟାର ଭିଜିଲାନ୍ସ ତଦନ୍ତ ଦାବିରେ ବିକ୍ଷୋଭ

ବାଲିଆପାଳ,୧୮।୭(ଡି.ଏନ.ଏ.)- ବାଲିଆପାଳ ବ୍ଲକ କୁଣ୍ଡୁଳୀ ପଞ୍ଚାୟତ ମହାଦୁର୍ନୀତିର ଭିଜିଲାନ୍ସ ତଦନ୍ତ ଦାବିରେ ବୁଧବାର ପଞ୍ଚାୟତବାସୀ ବିଶାଳ ଗଣଧାରଣାରେ ବସିଛନ୍ତି। ପଞ୍ଚାୟତବାସୀ ଜିଲାପାଳ, ଭିଜିଲାନ୍ସ ଏସ୍‌.ପି. ପ୍ରମୁଖଙ୍କୁ ଏ ନେଇ ଜଣାଇଥିଲେ ବି କୌଣସି ପ୍ରତିକାର ହୋଇ ନାହିଁ।

ବୀରବର ବେହେରା ହତ୍ୟା ଘଟଣା: ମୁଖ୍ୟ ଅଭିଯୁକ୍ତ ଗିରଫ, ୨ ସହଯୋଗୀ ଫେରାର

ବୀରବର ବେହେରା ହତ୍ୟା ଘଟଣା: ମୁଖ୍ୟ ଅଭିଯୁକ୍ତ ଗିରଫ, ୨ ସହଯୋଗୀ ଫେରାର

ବିରିଡି,୧୮।୭(ଡି.ଏନ.ଏ.): ବିରିଡି ଥାନା ଅଧୀନ କୁଳ କଇଜଙ୍ଗା ଗ୍ରାମର ବୀରବର ବେହେରା ହତ୍ୟାକାଣ୍ଡ ଘଟଣାରେ ହାଇକୋର୍ଟଙ୍କ ଦ୍ୱାରା ଦଣ୍ଡିତ ମୁଖ୍ୟ ଅଭିଯୁକ୍ତ ଶୁକଦେବ ବେହରାଙ୍କୁ ଜଗତ୍‌ସିଂହପୁର ଜିଲା ପୋଲିସ ମଙ୍ଗଳବାର ରାତିରେ ଗିରଫ କରିଛି। ତାଙ୍କର ୨ ସହଯୋଗୀ ସେହି ଗ୍ରାମର ବୁଲା ଓରଫ ନରେନ୍ଦ୍ର ଦାସ, ଏବଂ ହିପି ଓରଫ ଉମେଶ ବେହେରା ଫେରାର ହୋଇ ଯାଇଛନ୍ତି।

ସେକ୍ସ ର଼୍ୟାକେଟ, ଯୁବତୀ ଚାଲାଣ ଅଭିଯୋଗରେ ୨ ଅଟକ

ସେକ୍ସ ର଼୍ୟାକେଟ, ଯୁବତୀ ଚାଲାଣ ଅଭିଯୋଗରେ ୨ ଅଟକ

ପାଟଣାଗଡ,୧୮।୭(ଡି.ଏନ.ଏ.)-ପାଟଣାଗଡ ଉପଖଣ୍ଡ ଲରମ୍ଭା ଥାନା ଅନ୍ତର୍ଗତ ଲୁହାସିଂହା ଗ୍ରାମରୁ ଯୁବତୀ ଚାଲାଣ ଅଭିଯୋଗରେ ଲରମ୍ଭା ପୋଲିସ ୨ ଜଣଙ୍କୁ ଅଟକ ରଖିଛି। ଜଣେ ଯୁବତୀଙ୍କୁ ନିଜ ସମ୍ପର୍କୀୟ କହି କିଛି ଦିନ ହେଲା ଏମାନେ ଘରେ ରଖି ଦେହ ବେପାର ଚଳାଉଥିଲେ ବୋଲି ଲୋକେ ଅଭିଯୋଗ କରିଛନ୍ତି।

ଜଙ୍ଗଲରେ ନାବାଳିକାଙ୍କୁ ଗଣବଳାତ୍କାର ମାମଲା: ୭ଦିନରେ କାର୍ଯ୍ୟାନୁଷ୍ଠାନ ନ ହେଲେ ଆନ୍ଦୋଳନ

ସିମୁଳିଆ,୧୮।୭(ଡି.ଏନ.ଏ.)-ବାଲେଶ୍ୱର ଜିଲା ସିମୁଳିଆ ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଅପହରଣ ଓ ବଳାତ୍କାର କରାଯିବା ଅଭିଯୋଗକୁ ଚପାଇ ଦେବା ଲାଗି ଉଦ୍ୟମ ହେଉଥିବା କଂଗ୍ରେସ ଅଭିଯୋଗ କରିଛି। ଜଣେ ଜନପ୍ରତିନିଧି, ଜଣେ ଶିକ୍ଷକ ଓ ୨ ପୋଲିସ କର୍ମଚାରୀ ଏହି ଘଟଣାରେ ସହଯୋଗ କରିଥିବା ଦର୍ଶାଯିବା ପରେ ଏହା ଅଧିକ ସମ୍ବେଦନଶୀଳ ହୋଇପଡିଛି।

ପ୍ରେମିକାଙ୍କୁ ଭେଟିବାକୁ ଆସି ପୋଲିସ ଜାଲରେ ଆନ୍ତଃରାଜ୍ୟ ଡକାୟତ

ପ୍ରେମିକାଙ୍କୁ ଭେଟିବାକୁ ଆସି ପୋଲିସ ଜାଲରେ ଆନ୍ତଃରାଜ୍ୟ ଡକାୟତ

ମୁନିଗୁଡ଼ା,୧୮।୭(ଡି.ଏନ୍‌.ଏ.): ରାୟଗଡ଼ା ଜିଲା ମୁନିଗୁଡ଼ା ପୋଲିସ ଏକ ଆନ୍ତଃରାଜ୍ୟ ରାଜପଥ ଡକାୟତଙ୍କୁ ଧରିବାରେ ସଫଳ ହୋଇଛି। ସେ ହେଲେ ମୁନିଗୁଡ଼ା ଥାନା ଅନ୍ତର୍ଗତ ଭୂର୍ଷୀଖୁମା ଗ୍ରାମର ଉଗ୍ରସେନ ବାଗ୍‌। ଉଗ୍ରସେନକୁ ଦୀର୍ଘଦିନ ଧରି ପୋଲିସ ଖୋଜାଖୋଜି କରୁଥିବା ବେଳେ ସେ କେରଳରେ ଲୁଚି ରହିଥିଲେ। ଚଳିତ ବର୍ଷ ରଥଯାତ୍ରାରେ ନିଜ ପ୍ରେମିକାଙ୍କୁ ଉଗ୍ରସେନ ଭେଟିବାକୁ ଆସିଥିଲେ।

ବିଧାନ ପରିଷଦ ପ୍ରସଙ୍ଗ: ଅନୁଧ୍ୟାନ କରି ଫେରିଲା କମିଟି

ଭୁବନେଶ୍ୱର, ୧୮।୭(ବ୍ୟୁରୋ): ବିଧାନ ପରିଷଦ ଗଠନ ନେଇ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରିଛନ୍ତି। ବିହାର ଏବଂ ତେଲେଙ୍ଗାନା ଗସ୍ତ କରିଥିବା କମିଟି ଇତି ମଧ୍ୟରେ ଓଡ଼ିଶା ଫେରିଛି।

Model This Week

ରୂପେଶ