ବ୍ରହ୍ମପୁର

ଭିଆଇପି ହସାଇଲେ, ଏମ୍‌ଜେ-୫ ନଚାଇଲେ

ଭିଆଇପି ହସାଇଲେ, ଏମ୍‌ଜେ-୫ ନଚାଇଲେ
ବ୍ରହ୍ମପୁର ଅଫିସ,୨୬।୧୨- ଗୋପାଳପୁର ବେଳାଭୂମି ମହୋତ୍ସବର ମଙ୍ଗଳବାର ଥିଲା ତୃତୀୟ ସନ୍ଧ୍ୟା। ଏହି ସନ୍ଧ୍ୟାର ଆକର୍ଷଣ ଥିଲା ଜଣାଶୁଣା ମିମିକ୍ରି କଳାକାର ଭିଆଇପି ଏବଂ ଏମ୍‌ଜେ-୫। ଭିଆଇପି ଜଣକ ପରେ ଜଣେ ପ୍ରସିଦ୍ଧ ବ୍ୟକ୍ତିଙ୍କ କଣ୍ଠର ନକଲ କରି ସେଥିରେ ହାସ୍ୟ ଭରିଦେଇଥିଲେ। ସୁଖ୍‌ୱିନ୍ଦର ସିଂ କଣ୍ଠରେ କେତେକ ଗୀତ ଗାଇଥିଲେ । ଆଉ ସେଇ ଗୀତଗୁଡ଼ିକକୁ ନିଜସ୍ବ ଢ଼ଙ୍ଗରେ ହାସ୍ୟରେ ଭରିଦେଇଥିଲେ। ପରେ ପରେ ଅରଜିତ ସିଂ ଏବଂ ଅଙ୍କିତ ତିୱାରୀଙ୍କ ସମେତ ଅନ୍ୟ କେତେକ ଗାୟକଙ୍କ କଣ୍ଠ ନକଲ କରିଥିଲେ। ସେହିଭଳି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଅନ୍ୟାନ୍ୟ ରାଜନେତା ଏବଂ ହିନ୍ଦୀ ଚଳଚ୍ଚିତ୍ର ଜଗତର କଳାକାରଙ୍କ କଣ୍ଠର ନକଲ କରିଥିଲେ ଭିଆଇପି। ଉପସ୍ଥିତ ଦର୍ଶକଙ୍କ ପ୍ରବଳ କରତାଳିରେ ଉତ୍ସାହିତ ହୋଇ ଭିଆଇପି ଅନେକ ଜୋକ୍‌ ଶୁଣାଇଥିଲେ। କଣ୍ଠ ନକଲ କରିବାରେ ଭିଆଇପି ରେକର୍ଡ଼ କରିଥିଲେ। ଗୋଟିଏ ମିନିଟ୍‌ରେ ସେ ୫୨ ଅଭିନେତାଙ୍କ କଣ୍ଠର ନକଲ କରିପକାଇଥିଲେ। ସେହିଭଳି ସନ୍ଧ୍ୟାର ଅନ୍ୟ ଏକ ଆକର୍ଷଣ ଥିଲା ଏମ୍‌ଜେ-୫। ଇଣ୍ଡିଆସ୍‌ ଡ୍ୟାନ୍ସିଂ ସୁପରଷ୍ଟାର୍‌ ସହ ଅନ୍ୟାନ୍ୟ ରିଏଲିଟି ଶୋ’ ବିଜେତା ଏମ୍‌ଜେ-୫ ଦଳର ନୃତ୍ୟ ଦେଖିବା ପାଇଁ ଦର୍ଶକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖାଦେଇଥିଲା। ମାଇକେଲ୍‌ ଜ୍ୟାକସନ୍‌ଙ୍କ ‘ମୁନ୍‌ ୱାକ୍‌’ ସହ କଣ୍ଟେମ୍ପରାରି, ୱେଷ୍ଟେର୍ନ ଷ୍ଟାଇଲ୍‌ ଏବଂ ଆଧୁନିକ ନୃତ୍ୟ ପରିବେଷଣ କରିଥିଲେ। ଷ୍ଟାର୍‌ ନାଇଟ୍‌ର ଅନ୍ୟ ଏକ ଆକର୍ଷଣ ସାଜିଥିଲେ ଗାୟକ ତିଲକ୍‌ ଚକ୍ରବର୍ତ୍ତୀ। ୟେ ଦିଲ୍‌ ହେ ମୁସକିଲ୍‌, ଗୁଲାବି ଆଖେଁ, ହମ୍ମା ହମ୍ମା ହମ୍ମା ସହ ଆଉ କେତେକ ଗୀତ ଗାଇ ସନ୍ଧ୍ୟାକୁ ସଂଗୀତମୟ କରିଦେଇଥିଲେ। ସ୍ଥାନୀୟ ନୃତ ଦଳଗୁଡ଼ିକ ମଧ୍ୟ ଦର୍ଶକଙ୍କୁ ସେମାନଙ୍କ ନୃତ୍ୟରେ ବାନ୍ଧି ରଖିଥିଲେ। ବ୍ରହ୍ମପୁର ରାମହରି ଶିଶୁ ବିଦ୍ୟାମନ୍ଦିରର ଛାତ୍ରୀଛାତ୍ରଙ୍କ ଦ୍ୱାରା କଳାହାଣ୍ଡି ଲୋକନୃତ୍ୟ ଘୁମୁରା, ବିଞ୍ଛଣାପଲ୍ଲୀ ଶ୍ୟାମଘନ ସାହୁ ଏବଂ ଦଳଙ୍କ ଦ୍ୱାରା ଘଣ୍ଟ ମୃଦୁଙ୍ଗ, ବ୍ରହ୍ମପୁର ଲଳିତ କଳା ଏକାଡ଼େମୀ ତରଫରୁ ଆଧୁନିକ ନୃତ୍ୟ, ନାଲ୍‌କୋ ଦଳ ତରଫରୁ ଓଡ଼ିଶୀ ନୃତ୍ୟ, ଗୁରୁକୁଲ୍‌ ସ୍କୁଲ ତରଫରୁ ସ୍କେଟିଂ, ପ୍ରଗତି କଳାକେନ୍ଦ୍ର ତରଫରୁ ବାଘନାଚ, ନୃତ୍ୟ ତରଙ୍ଗ ତରଫରୁ ଚଢ଼େୟା ନୃତ୍ୟ, ଶଶି କଳା ଓ ସଂସ୍କୃତି ଏକାଡ଼େମୀ ତରଫରୁ ଲୋକନୃତ୍ୟ, ଗଂଜାମ କଳା ପରିଷଦ ତରଫରୁ ପଲ୍ଲୀ ନୃତ୍ୟ, ବ୍ରହ୍ମପୁର ଏକଲବ୍ୟ କଳାନିକେତନ ତରଫରୁ ଗରବା ନୃତ୍ୟ, ମା ଦଣ୍ଡକାଳୀ ନୃତ୍ୟ ଦଳ ତରଫରୁ ଦେଶାତ୍ମବୋଧକ ମା ତୁଝେ ସଲାମ୍‌ ଏବଂ ସଂସ୍କୃତ ଭବନମ୍‌ ତରଫରୁ କୁଚୁପୁଡ଼ି ନୃତ୍ୟ ପରିବେଷଣ କରାଯାଇଥିଲା। ତୃତୀୟ ସନ୍ଧ୍ୟାରେ ଅତିଥି ଭାବେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚନ୍ଦ୍ରଶେଖର ସାହୁ, ପୂର୍ବତନ ବିଧାୟକ ଏନ୍‌. ନାରାୟଣ ରେଡ୍ଡୀ, ଡ. ତ୍ରିନାଥ ବେହେରା, ପିସିସି ସଦସ୍ୟ ବିକ୍ରମ ପଣ୍ଡା, ଗଞ୍ଜାମ ଜିଲା କଂଗ୍ରେସ କମିଟି ସଭାପତି ଭଗବାନ ଗନ୍ତାୟତ, ସିପିଏମ୍‌ ରାଜ୍ୟ ସମ୍ପାଦକ ଅଳିକିଶୋର ପଟ୍ଟନାୟକ, ସିପିଆଇ ସମ୍ପାଦକ ପ୍ରକାଶ ପାତ୍ର, ବ୍ରହ୍ମପୁର ସମବାୟ ବ୍ୟାଙ୍କ ସଭାପତି ଅଲେଖ ଚୌଧୁରୀଙ୍କ ସମେତ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଯୋଗଦେଇଥିଲେ।
All Right Reserved By

ବ୍ରହ୍ମପୁର

ଔଷଧ ଭାବି ବିଷ ପିଇ ମହିଳା ମୃତ

ଔଷଧ ଭାବି ବିଷ ପିଇ ମହିଳା ମୃତ

ପାତ୍ରପୁର,୨୨ା୧୦(ଡି.ଏନ୍‌.ଏ.)-ପାତ୍ରପୁର ବ୍ଲକ ଆଙ୍କୁଲି ପଞ୍ଚାୟତ ଚରିଆବାଡ଼ ଗ୍ରାମର ଜଣେ ମହିଳା ପେଟ ବ୍ୟଥା ଔଷଧ ଭାବି ବିଷ ପିଇ ମୃତ୍ୟୁ ବରଣ କରିଛନ୍ତି। ସେ ହେଲେ ନରେନ୍ଦ୍ର ପ୍ରଧାନଙ୍କ ସ୍ତ୍ରୀ ରେଣୁ ପ୍ରଧାନ। 

ପାଣି ସୁଅରେ ଘର ସହ ୬ଜଣ ଭାସିଯିବା ଘଟଣା:ଆଉ ଜଣଙ୍କ ମୃତଦେହ ମିଳିଲା

ସୋରଡା,୨୩ା୧୦(ଡି.ଏନ୍‌.ଏ.)-ଗଞ୍ଜାମ ଜିଲା ସୋରଡାଠାରୁ ଦାରିଙ୍ଗବାଡି ଜାତୀୟ ରାଜପଥ ନଂ.୫୯ ପାର୍ଶ୍ୱରେ ଥିବା ଗାଜଲବାଡି ପଞ୍ଚାୟତ ଆମ୍ବକଣ ଗଁା ନିକଟ ଅଡାଙ୍ଗି ନାଳରେ ବନ୍ୟାପାଣି ଆସିବାରୁ ଗତ ୧୧ ତାରିଖରେ ଘର ସହ ୬ ଜଣ ଭାସି ଯାଇଥିଲେ। 

କୋଠରଶିଙ୍ଗି ଗଣ୍ଡଗୋଳ ଘଟଣା : ଉଭୟ ପକ୍ଷରୁ ଥାନାରେ ଏତଲା

ବ୍ରହ୍ମପୁର ଅଫିସ୍‌,୨୨ା୧୦: ଗୋଳନ୍ଥରା ଥାନା ଅନ୍ତର୍ଗତ କୋଠରଶିଙ୍ଗି ଗ୍ରାମରେ ୧୯ ତାରିଖ ରାତିରେ ହୋଇଥିବା ଗଣ୍ଡଗୋଳ ଓ ମାରପିଟ ଘଟଣାକୁ ନେଇ ଉଭୟ ପକ୍ଷରୁ ଥାନାରେ ଏତଲା ଦିଆଯାଇଛି ା 

ଚାଷଜମିକୁ କେନ୍ଦ୍ରକରି ସବର୍ଣ୍ଣ-ଅସବର୍ଣ୍ଣ ଗୋଷ୍ଠୀ ବିବାଦ: ଗୃହଦାହ ଅଭିଯୋଗ

ଚାଷଜମିକୁ କେନ୍ଦ୍ରକରି ସବର୍ଣ୍ଣ-ଅସବର୍ଣ୍ଣ ଗୋଷ୍ଠୀ ବିବାଦ: ଗୃହଦାହ ଅଭିଯୋଗ

ଦିଗପହଣ୍ଡି/ପାଟପୁର, ୨୩ା୧୦(ଡି.ଏନ.ଏ.)-ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ଦସେଇପୁର ଗ୍ରାମରେ ଚାଷଜମି ମାଲିକାନା ସତ୍ତ୍ବକୁ ନେଇ ସବର୍ଣ୍ଣ-ଅସବର୍ଣ୍ଣ ଗୋଷ୍ଠୀଙ୍କ ମଧ୍ୟରେ ବିବାଦ ପୁଣିଥରେ ମୁଣ୍ଡ ଟେକିଛି। ଉଭୟ ଗୋଷ୍ଠୀ ମଧ୍ୟରେ ଆକ୍ରମଣ ପ୍ରତିଆକ୍ରମଣ ବିସ୍ଫୋରକ ପରିସ୍ଥିତି ସୃଷ୍ଟି କରିଛି। 

୬ ଦିନ ପରେ ମହିଳାଙ୍କ ମୃତଦେହ ଉଦ୍ଧାର

୬ ଦିନ ପରେ ମହିଳାଙ୍କ ମୃତଦେହ ଉଦ୍ଧାର

ବୁଗୁଡ଼ା,୨୩ା୧୦(ଡି.ଏନ.ଏ.)-ବୁଗୁଡ଼ା ଥାନା ବେତାରସିଙ୍ଗି ପାହାଡ଼ ପଛପଟୁ ସୋମବାର ମଧ୍ୟାହ୍ନରେ ବୁଗୁଡ଼ା ପୋଲିସ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ସହ ଏକ ରକ୍ତଭିଜା ଛୁରୀ ଜବତ କରିଛି। ମୃତକ ହେଲେ ଲକ୍ଷ୍ମୀ ପ୍ରଧାନ (୨୮)। ଲକ୍ଷ୍ମୀଙ୍କ ମା’ ତାଙ୍କ ଝିଅକୁ ହତ୍ୟା କରାଯାଇଥିବା ପୋଲିସକୁ କହିଛନ୍ତି। 

ବିବାହ ପାଇଁ ଜିଦ୍‌ କରିବାରୁ କଲେଜ ଛାତ୍ରୀଙ୍କୁ ହତ୍ୟା

ବିବାହ ପାଇଁ ଜିଦ୍‌ କରିବାରୁ କଲେଜ ଛାତ୍ରୀଙ୍କୁ ହତ୍ୟା

ପାତ୍ରପୁର,୨୩ା୧୦(ଡି.ଏନ୍‌.ଏ.)-ଗଞ୍ଜାମ ଜିଲା ଜରଡା ଥାନା ଖାରିଆଗୁଡା ପଞ୍ଚାୟତ ଅଧୀନ ଏସ.ନୂଆଗଁାସ୍ଥିତ ଅଜା ଘରେ ରହି ପାଠ ପଢୁଥିବା ଜଣେ ଛାତ୍ରୀଙ୍କୁ ତାଙ୍କ ପ୍ରେମିକ ହତ୍ୟା କରିଛନ୍ତି। ଶନିବାର ହତ୍ୟାକାଣ୍ଡ ଘଟିଥିଲେ ମଧ୍ୟ ସୋମବାର ହତ୍ୟାକାରୀ ଜରଡା ଥାନାରେ ଆତ୍ମସମର୍ପଣ କରି ସବୁକଥା କହିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ କୂଅରୁ ମୃତଦେହ ଜବତ କରିବା ସହ ନଂ.୧୭୪/୧୮ରେ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଚଳାଇଛି।

ଛତ୍ରପୁର-ତାରାତାରିଣୀ ରାସ୍ତା ଅବରୋଧ କଲେ ଲୋକେ

ଛତ୍ରପୁର-ତାରାତାରିଣୀ ରାସ୍ତା ଅବରୋଧ କଲେ ଲୋକେ

ଛତ୍ରପୁର/ ଗଞ୍ଜାମ, ୨୩ା୧୦ (ଡି.ଏନ.ଏ)-ଗଞ୍ଜାମ ବ୍ଲକ କରପଡା ପଞ୍ଚାୟତ ବିରିପୁର ଗାଁରେ ଲୋକଙ୍କୁ ରବିବାର ବିଳମ୍ବିତ ରାତିରେ ଭୟଭୀତ କରିବା ସହ  ମାରଣାସ୍ତ୍ର ଧରି କେତେଜଣ ବଟି ମାଗିଥିବା ଅଭିଯୋଗ ହୋଇଛି ା 

ରାଜୀବ ଆବାସ ପାଇଁ ଜିଲାପାଳଙ୍କ ଦ୍ୱାରସ୍ଥ

ରାଜୀବ ଆବାସ ପାଇଁ ଜିଲାପାଳଙ୍କ ଦ୍ୱାରସ୍ଥ

ବ୍ରହ୍ମପୁର ଅଫିସ,୨୩ା୧୦-ବ୍ରହ୍ମପୁର ମହାନଗର ନିଗମ (ବିଏମସି)ର ୩୮ ନଂ. ୱାର୍ଡ ଖୋଳାସାହି ଅଞ୍ଚଳରେ ରାଜୀବ ଆବାସ ଯୋଜନା(ଆରଏୱାଇ)ରେ ଗୃହ ନିର୍ମାଣ ପାଇଁ ୨୦୧୬ରେ ଜବରଦଖଲ ଉଚ୍ଛେଦ କରାଯାଇଥିଲା ା ଉଚ୍ଛେଦ ହୋଇଥିବା ଲୋକଙ୍କୁ ରାଜୀବ ଆବାସ ପ୍ରଦାନ କରାଯିବ ବୋଲି ବିଏମସି ପକ୍ଷରୁ ସେ ସମୟରେ ପ୍ରତିଶ୍ରୁତି ଦିଆଯାଇଥିଲା। 

ତ୍ୱରିତ ପଦକ୍ଷେପରୁ ଟଳିଗଲା ମହାମାରୀ

ତ୍ୱରିତ ପଦକ୍ଷେପରୁ ଟଳିଗଲା ମହାମାରୀ

ବ୍ରହ୍ମପୁର ଅଫିସ,୨୩ା୧୦-ବାତ୍ୟା ତିତ୍‌ଲି ପରବର୍ତ୍ତୀ ବନ୍ୟାରେ ଗଞ୍ଜାମ ଜିଲା ପ୍ରଭାବିତ ହୋଇଥିଲା। ଅଧିକାଂଶ ବ୍ଲକର ବିଭିନ୍ନ ଗ୍ରାମ ଜଳମଗ୍ନ ହୋଇଥିଲା। ଏପରିକି ଘରେ ମଧ୍ୟ ପାଣି ପଶି ଯାଇଥିଲା। 

ନିଖୋଜର ୬ ଦିନ ପରେ ମହିଳାଙ୍କ ମୃତଦେହ ଉଦ୍ଧାର: ରକ୍ତଭିଜା ଛୁରୀ ଜବତ

ନିଖୋଜର ୬ ଦିନ ପରେ ମହିଳାଙ୍କ ମୃତଦେହ ଉଦ୍ଧାର: ରକ୍ତଭିଜା ଛୁରୀ ଜବତ

ବୁଗୁଡ଼ା,୨୨ା୧୦(ଡି.ଏନ.ଏ.)- ବୁଗୁଡ଼ା ଥାନା ବେତାରସିଙ୍ଗି ପାହାଡ଼ ପଛପଟୁ ସୋମବାର ମଧ୍ୟାହ୍ନରେ ବୁଗୁଡ଼ା ପୋଲିସ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ସହ ଏକ ରକ୍ତଭିଜା ଛୁରୀ ଜବତ କରିଛି। ମୃତକ ଜଣକ ହେଲେ ଲକ୍ଷ୍ମୀ ପ୍ରଧାନ (୨୮)। ଲକ୍ଷ୍ମୀଙ୍କ ମା’ ତାଙ୍କ ଝିଅକୁ ହତ୍ୟା କରାଯାଇଥିବା ପୋଲିସକୁ କହିଛନ୍ତି। ଏନେଇ ନଂ. ୨୪୫/୧୮ରେ ଏକ ହତ୍ୟା ମାମଲା ରୁଜୁ କରିବା ସହ ମୃତଦେହ ଜବତ କରି ପୋଲିସ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ଼ ମେଡିକାଲକୁ ପଠାଇଛି। ଏଥିସହ ହତ୍ୟାକାଣ୍ଡର ତଦନ୍ତ ଚାଲୁ ରଖିବା ସହ ହତ୍ୟାକାରୀ ତୁରନ୍ତ ଧରାଯିବ ବୋଲି ପୋଲିସ କହିଛି।

ଏନ୍‌କାଉଣ୍ଟରରେ ଆହତ କାଳୁ ବିଶ୍ୱାଳ ଗିରଫ

ଏନ୍‌କାଉଣ୍ଟରରେ ଆହତ କାଳୁ ବିଶ୍ୱାଳ ଗିରଫ

ଆସିକା,୨୨।୧୦(ଡି.ଏନ୍‌.ଏ)- ଆସିକା-ବାଲିପଦର ମୁଖ୍ୟ ରାସ୍ତାର ଚାରିମଇଲି ଛକ ନିକଟରେ ଅଗଷ୍ଟ ୯ରେ ପୋଲିସ ଏନ୍‌କାଉଣ୍ଟରରେ ଜଣେ ଦୁର୍ଦ୍ଦାନ୍ତ ଅପରାଧୀ କାଳୁ ବିଶ୍ୱାଳ ଗୁରୁତର ହୋଇ ବ୍ରହ୍ମପୁର ବଡ଼ ମେଡିକାଲରେ ଚିକିତ୍ସାଧିନ ଥିଲେ। କାଳୁ ସୁସ୍ଥ ହେବା ପରେ ତାଙ୍କୁ ଗିରଫ କରାଯାଇ ସୋମବାର ଅଫରାହ୍ନରେ କୋର୍ଟଚାଲାଣ କରାଯାଇଥିବା ଥାନା ଅଧିକାରୀ ସନ୍ତୋଷ କୁମାର ଜେନା ସୂଚନା ଦେଇଛନ୍ତି।

ଜୁଆ ଆଡ୍ଡାରେ ଚଢ଼ାଉ, ୩୧ ଗିରଫ

ଜୁଆ ଆଡ୍ଡାରେ ଚଢ଼ାଉ, ୩୧ ଗିରଫ

ଭଞ୍ଜନଗର,୨୨।୧୦(ଡି.ଏନ.ଏ.)-ଭଞ୍ଜନଗର ପୋଲିସ ସୋମବାର ୫ଟି ଜୁଆ ଆଡ୍ଡାରେ ଚଢାଉ କରି ୩୧ଜଣଙ୍କୁ ଗିରଫ କରିଛି। ଏଥିସହ ସେମାନଙ୍କ ଠାରୁ ୬୮ହଜାର ୮୯୦ ଟଙ୍କା, ୧୦ଟି ମୋବାଇଲ ଫୋନ୍‌ ସମେତ ଅନ୍ୟାନ୍ୟ ଜିନିଷ ଜବତ କରାଯାଇଛି।