ରାୟଗଡା

ଆଦିବାସୀ ବିକାଶ ପରିଷଦର ପୂର୍ଣ୍ଣାଙ୍ଗ କମିଟି ଗଠିତ

ଆଦିବାସୀ ବିକାଶ ପରିଷଦର ପୂର୍ଣ୍ଣାଙ୍ଗ କମିଟି ଗଠିତ

କୋରାପୁଟ,୨୬।୧୨(ଡି.ଏନ୍‌.ଏ.)

ଅନେକ ବାଦ ବିବାଦ ପରେ ବିରୋଧୀ ବ୍ୟକ୍ତିଙ୍କୁ ମନାଇ ବିଜେଡି ନେତା ଜିଲା ଆଦିବାସୀ ବିକାଶ ପରିଷଦର ପୂର୍ଣ୍ଣାଙ୍ଗ କମିଟି ଗଠନ କରିଛନ୍ତି। ପରିଷଦର ଉପାଧ୍ୟକ୍ଷ ଭାବେ ନାରାୟଣପାଟଣାର ନୟନା ତାଡିଙ୍ଗୀ ମନୋନୀତ ହୋଇଛନ୍ତି। କମିଟିରେ ଦଶମନ୍ତପୁରରୁ ପଦ୍ମନାଭ ଜାନି, ପଟ୍ଟାଙ୍ଗୀରୁ ସାଧୁ ଗୁଣ୍ଠା, ବୋରିଗୁମ୍ମାରୁ ମାଳତି ମାଝି, ଲମତାପୁଟରୁ ଲଇଛନ ବଡ଼ନାୟକ, ବୈପାରୀଗୁଡାରୁ ନରେନ୍ଦ୍ର କାନ୍ଦିଲିଆ, କୁନ୍ଦା୍ରରୁ ଜଗବନ୍ଧୁ ଦୁରୁଆ, ଜୟପୁରରୁ ଗୁରୁବନ୍ଧୁ ପେଣ୍ଠିଆ, ନନ୍ଦପୁରରୁ କାର୍ତ୍ତିକ ଖେମୁଣ୍ଡୁ ଓ ବିଦ୍ୟାଧର ଚୌଧୁରୀ, ସେମିଲି୍‌ଗୁଡାରୁ ପୁରିଆ ମଙ୍ଗଳୁ, କୋରାପୁଟରୁ ମଦନ କିର୍ସାନି ଓ ଦାମୋଦର ଜାନି, ଲକ୍ଷ୍ମୀପୁରରୁ ଦୁଃଖୀଶ୍ୟାମ ମିଣିଆକା ଓ ସୁରେଶ ସାଉନ୍ତା, ବନ୍ଧୁଗାଁରୁ ଲାଡୁ ହୁଲୁକା, ଗିରିଜା ଚୌଧୁରୀ ଓ ସୁଜୟ ପ୍ରଧାନ ରହିଛନ୍ତି।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ପରିଷଦର ଅଧ୍ୟକ୍ଷ ଭାବେ କମୁଲୁ ଜାନି ନିଯୁକ୍ତ ହେବା ପରେ ତାଙ୍କୁ ଘୋର ବିରୋଧ କରାଯାଇଥିଲା ା ଏନେଇ ଖବରଦାତା ସମ୍ମିଳନୀ, ଶୋଭାଯାତ୍ରା ଜରିଆରେ ନେତାମାନେ ପ୍ରତିବାଦ ଜଣାଇବା ସହ ପୂର୍ବତନ ବିଧାୟକ ରବିନାରାୟଣ ନନ୍ଦଙ୍କ ଉପରେ ବର୍ଷିଥିଲେ। ଏପରିକି ତାଙ୍କର କୁଶପୁତ୍ତଳିକା ଦାହ କରାଯାଇଥିଲା। ଜିଲା ଆଦିବାସୀ ସମାଜ ସଭାପତି ଦାମୋଦର ଜାନି, ସମ୍ପାଦକ ପଦ୍ମନାଭ ଜାନିଙ୍କ ସହ ଶତାଧିକ ସଭ୍ୟ ପରିବର୍ତ୍ତନ ଦାବି କରିଥିଲେ। ଦାମୋଦର ଜାନି କହିଛନ୍ତି ଯେ ଜିଲା ବିଜେଡି ସଭାପତି ଝିନ୍ନ ହିକ୍‌କାଙ୍କ ଉପସ୍ଥିତିରେ ମୋତେ ଓ ପଦ୍ମନାଭଙ୍କୁ ଡକାଯାଇ କମିଟିରେ ରହିବାକୁ କୁହାଯାଇଥିଲା। ଆମେ ରୋକଠୋକ ମନା କରିଦେଇଥିଲୁ। କୋଟପାଡ଼ ବ୍ଲକ ପାଇଁ କାହାରିକୁ ରଖାଯାଇ ନଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି। ବିରୋଧ କରୁଥିବା ନେତାଙ୍କୁ ଯଦିଓ ପରିଷଦରେ ଥଇଥାନ କରିଦିଆଗଲା, କିନ୍ତୁ ଆନ୍ଦୋଳନ ବେଳେ ନାରାବାଜି କରିଥିବା କର୍ମୀମାନେ ଏବେ ବିଜେଡିକୁ ସମର୍ଥନ ଦେବେ ନା ଭାଜପାକୁ ହାତ ବଢ଼ାଇବେ, ତାହା ଦେଖିବା ବାକି ରହିଲା। ଏଭଳି ବିବାଦ ଭିତରେ ବିକାଶ ପରିଷଦ କିପରି କାର୍ଯ୍ୟ, ତାହା ସବୁଠାରୁ ବଡ଼ ପ୍ରଶ୍ନ।

All Right Reserved By

ରାୟଗଡା

ସମବାୟ ଆପଣଙ୍କ ଦ୍ୱାରରେ

ସମବାୟ ଆପଣଙ୍କ ଦ୍ୱାରରେ

କୋଡିଙ୍ଗା,୧୯।୭(ଡି.ଏନ.ଏ)- ନବରଙ୍ଗପୁର ଜିଲା କୋଷାଗୁମୁଡା ବ୍ଲକ କୋଡିଙ୍ଗାା ଲ୍ୟାମ୍ପସ ଦ୍ୱାରା ବି.ଏମ ସେମଳା ପଞ୍ଚାୟତରେ ସମବାୟ ଆପଣଙ୍କ ଦ୍ୱାରରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କୋଡିଙ୍ଗା ଳ୍ୟାମ୍ପସ ସଭାପତି ଗୋବର୍ଦ୍ଧନ ଭତ୍ରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମଞ୍ଚାସୀନ ଅତିଥିମାନେ ସରକାରଙ୍କ ଦ୍ୱାରା ପ୍ରଦତ ଚାଷୀମାନଙ୍କ ପାଇଁ ଉର୍ଦ୍ଦିଷ୍ଟ ସମସ୍ତ ଯୋଜନା ବିଷୟରେ ବୁଝାଇବା ସହ ଚାଷୀମାନେ କିଭଳି ଲାଭବାନ ହୋଇପାରିବେ ସେ ବିଷୟରେ ଆଲୋଚନା କରିଥିଲେ। କୃଷକ ବୀମା, ଫସଲ ବୀମା, କୃଷି ଋଣ ସମ୍ବନ୍ଧରେ ଆଲୋଚନାରେ ହୋଇଥିଲେ।

ପଞ୍ଚାୟତ ସମିତି ସଭ୍ୟ ସଂଘ ଗଠିତ

ପଞ୍ଚାୟତ ସମିତି ସଭ୍ୟ ସଂଘ ଗଠିତ

ତେନ୍ତୁଳିଖୁଣ୍ଟି,୧୯।୭(ଡି.ଏନ.ଏ)- ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକରେ ସମିତି ସଭ୍ୟମାନଙ୍କ ଏକ ସଂଘ ଗଠିତ ହୋଇଛି। ଏଥିରେ ସର୍ବସମ୍ମତିକ୍ରମେ ସଭାପତି ଭାବେ ବ୍ଲକ ଉପାଧ୍ୟକ୍ଷ ମନୋନୀତ ହୋଇଥିଲେ। ସମ୍ପାଦକ ଭାବେ ଦିିଗି ସମିତି ସଭ୍ୟ ଟୁନା ଭତ୍ରା, ଅଂଳା ଭଟ୍ଟା ସମିତି ସଭ୍ୟ ସୁଶାନ୍ତ କୁମାର ହିଆଲ ଉପସଭାପତି ଭାବେ ନିର୍ବାଚିତ ହୋଇଥିଲେ। ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାରେ ସମିତି ସଭ୍ୟଙ୍କୁ ଉଚିତ ଅଧିକାର ମିଳୁ ନ ଥିବା , ପଞ୍ଚାୟତ ତଥା ବ୍ଲକରେ ସମିତି ସଭ୍ୟଙ୍କୁ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରିବା, ଦରମା ହାର ବୃଦ୍ଧି ତଥା ହାତ ପାଣ୍ଠି ବ୍ୟବସ୍ଥା ଆଦି କରିବାକୁ ଦାବି କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା।

ଡଙ୍ଗରିଆଙ୍କ ଶାଲକୁ ବିଦେଶରେ ପ୍ରତିଷ୍ଠିତ କରାଇବା ନେଇ ବୈଠକ

ବିଷମକଟକ,୧୯।୭(ଡି.ଏନ୍‌.ଏ.)- ବିଷମକଟକ ବ୍ଲକ ନିୟମଗିରି ପାହାଡରେ ବସବାସ କରୁଥିବା ଡଙ୍ଗରିଆ ଆଦିବାସୀଙ୍କ ଦ୍ୱାରା ପ୍ରସ୍ତୁତ କପଡାଗୁନ୍ଦା ଶାଲ୍‌ର ଉପତ୍ାଦନ ସହ ଏହାର ବିକ୍ରିବଟା ପାଇଁ ପ୍ରଶାସନିକସ୍ତରରେ ଜୋରଦାର ଉଦ୍ୟମ ଆରମ୍ଭ ହୋଇଛି। ଏ ନେଇ ଚାଟିକୋଣାସ୍ଥିତ ଆଦିବାସୀ ହସ୍ତଶିଳ୍ପ ବିକାଶ କେନ୍ଦ୍ରରେ ପ୍ରଶାସନିକ ଅଧିକାରୀଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ଜିଲାପାଳ ଗୁହା ପୁନମ ତାପସ କୁମାର ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଗୁଣପୁର ପିଏ ଆଇଟିଡିଏ ଗୋରାଚାନ୍ଦ ଗମାଙ୍ଗ, ରାୟଗଡା ପି.ଏ ଆଟିଡିଏ ପ୍ରବୀର ନାୟକ, ଜିଲା ଶିଳ୍ପ କେନ୍ଦ୍ର ଆଞ୍ଚଳିକ ପରିଚାଳକ ବୀରେନ୍ଦ୍ର କର୍କରା, ଡିକେଡିଏ ସ୍ବତନ୍ତ୍ର ଅଧିକାରୀ ଶୋଭାଭୂଷଣ ଶବର, ଓଡିଶା ଜିବୀକା ମିଶନ ଅଧିକାରୀଙ୍କ ସମେତ ସ୍ବତନ୍ତ୍ର ବିକାଶ ପରିଷଦର ଅଧ୍ୟକ୍ଷ ଜଗନ୍ନାଥ ନୁଣ୍ଡୃକା, ସଦସ୍ୟ ଜିତୁ ଜାକେସିକା, ଡମ୍ବରୁ ଚୌଧୁରୀ, କୁର୍ଲୀ ସରପଞ୍ଚ ଡ୍ରିଞ୍ଜ ଜାକାସିକା ପ୍ରମୁଖ ଉପସ୍ଥିତ ଥିଲେ।

ଡିଜିପିଙ୍କ ଗୁରୁପ୍ରିୟା ସେତୁ ଯାଞ୍ଚ

ଡିଜିପିଙ୍କ ଗୁରୁପ୍ରିୟା ସେତୁ ଯାଞ୍ଚ

ମାଲକାନଗିରି,୧୯।୭(ସ୍ବ.ପ୍ର.): ଗୁରୁବାର ମାଲକାନଗିରି ଗସ୍ତରେ ଯାଇ ଡିଜିପି ଆର୍‌ ପି ଶର୍ମା ଗୁରୁପ୍ରିୟା ସେତୁ ଯାଞ୍ଚ କରିଛନ୍ତି। ତାଙ୍କ ସହ ୫ ଜଣିଆ ଉଚ୍ଚସ୍ତରୀୟ ସୁରକ୍ଷା ପ୍ରତିନିଧି ମଧ୍ୟ ସାମିଲ ଥିଲେ। ଯାଞ୍ଚ ସମୟରେ ଆର୍‌ ପି କୋଚେ, ଆର କେ ଶର୍ମା, ଘନଶ୍ୟାମ ଉପାଧ୍ୟାୟଙ୍କ ସମେତ ଅନେକ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ।

ଲାକୁବାଡ଼ି ଗ୍ରାମବାସୀଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ

ଲାକୁବାଡ଼ି ଗ୍ରାମବାସୀଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ

ରାୟଗଡ଼ା ଅଫିସ,୧୯।୭: ଦିନ୍‌ ଦୟାଲ ଉପାଧ୍ୟାୟ ଗ୍ରାମୀଣ ଜ୍ୟୋତି ଯୋଜନାରେ ଗ୍ରାମ୍ୟ ବିଦ୍ୟୁତୀକରଣକୁ ନେଇ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଗୁମା ପଞ୍ଚାୟତ ଲାକୁବାଡ଼ି ଗ୍ରାମବାସୀଙ୍କ ସହ କଥା ହୋଇଛନ୍ତି। ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ଏନ୍‌ଆଇସି କକ୍ଷରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଲୋକମାନଙ୍କ ସମସ୍ୟା ବିଷୟ ପଚାରି ବୁଝିଥଲେ।

ପୋଲିସ-ମାଓବାଦୀ ଗୁଳି ବିନିମୟ: ୭ ମାଓବାଦୀ ମୃତ

ପୋଲିସ-ମାଓବାଦୀ ଗୁଳି ବିନିମୟ: ୭ ମାଓବାଦୀ ମୃତ

ମାଲକାନଗିରି,୧୯।୭(ସ୍ବ.ପ୍ର.)(ଡି.ଏନ୍‌.ଏ.): ସୀମାନ୍ତ ଛତିଶଗଡ଼ର ଦାନ୍ତଓ୍ବୋଡ଼ା ଓ ବିଜାପୁର ମଝିରେ ଥିବା ତିମିନାର ପାହାଡ଼ରେ ଗୁରୁବାର ସକାଳ ସାଢ଼େ ୬ଟା ସମୟରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଛି। ଏଥିରେ ୭ ମାଓବାଦୀ ନିହତ ହୋଇଛନ୍ତି। ଏହାପରେ ସର୍ଚ୍ଚ ସମୟରେ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି।

ନିଖୋଜର ୬ ବର୍ଷ ପରେ ମା’, ବାପାଙ୍କ ସହ ପୁଅର ମିଳନ

ନିଖୋଜର ୬ ବର୍ଷ ପରେ ମା’, ବାପାଙ୍କ ସହ ପୁଅର ମିଳନ

ନବରଙ୍ଗପୁର,୧୯।୭(ବି.ପ୍ର.)- ତ୍ରିନାଥ ହରିଜନ। ବୟସ ଯେତେବେଳେ ୬ ବର୍ଷ ହୋଇଥିଲା ଘର ଛାଡି ଚାଲିଯାଇଥିଲେ। ମା’ ବାପା ବହୁ ସ୍ଥାନରେ ପୁଅକୁ ଖୋଜାଖୋଜି କରିଥିଲେ। କିନ୍ତୁ ପୁଅର କିଛି ସନ୍ଧାନ ପାଇ ନ ଥିଲେ। ନିଖୋଜ ହେବାର ୬ ବର୍ଷ ପରେ ପୁଅକୁ ପାଇ ମା’ ବାପା ଆନନ୍ଦରେ ବିଭୋର ହୋଇପଡିଛନ୍ତି।

ମାଛକୁଣ୍ଡ ପ୍ରକଳ୍ପର ଡି ଡ୍ୟାମରେ ଜଳସ୍ତର ବୃଦ୍ଧି: ବର୍ଷାଜଳ ନିଷ୍କାସନ ପାଇଁ ଡ୍ୟାମ୍‌ର ୨ ଗେଟ୍‌ ଖୋଲିଲା

ମାଛକୁଣ୍ଡ ପ୍ରକଳ୍ପର ଡି ଡ୍ୟାମରେ ଜଳସ୍ତର ବୃଦ୍ଧି: ବର୍ଷାଜଳ ନିଷ୍କାସନ ପାଇଁ ଡ୍ୟାମ୍‌ର ୨ ଗେଟ୍‌ ଖୋଲିଲା

କୋରାପୁଟ/ଅନକାଡେଲି,୧୯।୭(ସ୍ବ.ପ୍ର)- କୋରାପୁଟ ଜିଲାର ସୀମାନ୍ତ ଲମତାପୁଟ ବ୍ଲକ ଅନକାଡେଲି ପଞ୍ଚାୟତରେ ଥିବା ମାଛକୁଣ୍ଡ ଜଳବିଦ୍ୟୁତ ପ୍ରକଳ୍ପର ଡି ଡ୍ୟାମ୍‌ ଅଞ୍ଚଳରେ ଗତ କିଛିଦିନ ହେଲା ପ୍ରବଳ ବର୍ଷା ଯୋଗୁ ଡି ଡ୍ୟାମ୍‌ର ଜଳସ୍ତର ବୃଦ୍ଧି ପାଇଛି। ଫଳରେ ଡ୍ୟାମର ୬ ଓ ୭ ନମ୍ବର ଗେଟ ଖୋଲାଯାଇଛି।

୩ ଦିନ ଅନ୍ଧାରରେ ଅଜୟଗଡ଼ବାସୀ

ଗୁମ୍ମା, ୧୯।୭(ଡି.ଏନ୍‌.ଏ)- ଗଜପତି ଜିଲା ଗୁମ୍ମା ବ୍ଲକ ଅଜୟଗଡ଼ ପଞ୍ଚାୟତ ଅନ୍ତର୍ଗତ ବନ୍ତିଲିଡା, ଲୁହାରା, ରୁହେଇ ଆଦି ଗ୍ରାମର ଲୋକେ ଗତ ୩ଦିନ ହେଲା ଅନ୍ଧାରରେ ରହିଛନ୍ତି। ବିଦ୍ୟୁତ ତାର ଛିଡ଼ି ପଡ଼ିଥିବା ବେଳେ ବିଭାଗୀୟ କର୍ମଚାରୀ ମରାମତି ଲାଗି ଆସୁନଥିବାରୁ ଏଭଳି ସମସ୍ୟା ଉପୁଜିଛି ବୋଲି ଗ୍ରାମବାସୀ କହିଛନ୍ତି।

ନିଖୋଜର ୬ ବର୍ଷ ପରେ ମା’, ବାପାଙ୍କ ସହ ପୁଅର ମିଳନ

ନିଖୋଜର ୬ ବର୍ଷ ପରେ ମା’, ବାପାଙ୍କ ସହ ପୁଅର ମିଳନ

ନବରଙ୍ଗପୁର,୧୯।୭(ବି.ପ୍ର.)- ତ୍ରିନାଥ ହରିଜନ। ବୟସ ଯେତେବେଳେ ୬ ବର୍ଷ ହୋଇଥିଲା ଘର ଛାଡି ଚାଲିଯାଇଥିଲେ। ମା’ ବାପା ବହୁ ସ୍ଥାନରେ ପୁଅକୁ ଖୋଜାଖୋଜି କରିଥିଲେ। କିନ୍ତୁ ପୁଅର କିଛି ସନ୍ଧାନ ପାଇ ନ ଥିଲେ। ନିଖୋଜ ହେବାର ୬ ବର୍ଷ ପରେ ପୁଅକୁ ପାଇ ମା’ ବାପା ଆନନ୍ଦରେ ବିଭୋର ହୋଇପଡିଛନ୍ତି।

ଇଞ୍ଜେକସନ ପାଇଁ ଫାର୍ମାସିଷ୍ଟଙ୍କୁ ଦୁର୍ବ୍ୟବହାର

ପାରଳାଖେମୁଣ୍ଡି,୧୮।୭(ସ୍ବ.ପ୍ର.)-ଗଜପତି ଜିଲା ମୁଖ୍ୟ ଚିକିତ୍ସାଳୟରେ ଇଞ୍ଜେକସନ ନେବାକୁ କେନ୍ଦ୍ରକରି ଜଣେ ଯୁବକ ଭଙ୍ଗାରୁଜା କରିବା ସହ ଫାର୍ମାସିଷ୍ଟଙ୍କୁ ଖରାପ ବ୍ୟବହାର କରିଥିବା ପାରଳାଖେମୁଣ୍ଡି ଥାନାରେ ଅଭିଯୋଗ ହୋଇଛି। ଏ ନେଇ କେସ୍‌ ନଂ. ୧୩୪/୧୮ରୁଜୁ ହୋଇ ତଦନ୍ତ ଚାଲିଥିବା ଏଏସ୍‌ଆଇ ଜଗଦୀଶ ପଣ୍ଡା କହିଛନ୍ତି।

Model This Week

ରୂପେଶ