ରାୟଗଡା

କାଠମାଣ୍ଡୁରେ ଓଡ଼ିଶୀ ମହକ ଦେଲା ‘ସୁରଭି’

କାଠମାଣ୍ଡୁରେ ଓଡ଼ିଶୀ ମହକ ଦେଲା ‘ସୁରଭି’

କୋରାପୁଟ,୨୬।୧୨(ସ୍ବ.ପ୍ର.)

ଡିସେମ୍ବର ୨୩ ଓ ୨୪ ତାରିଖ ନେପାଳର କାଠମାଣ୍ଡୁରେ ଅନୁଷ୍ଠିତ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଭାଗ ନେଇଥିଲା କୋରାପୁଟର ‘ସୁରଭି’ ଅନୁଷ୍ଠାନ। ଏହାର ୫ କଳାକାର ଅର୍ପିତା ସାମଲ, ସ୍ବାଗତିକା ପାଇକ, ଦିପ୍ତୀମୟୀ ସାହୁ, ଆଲିଶା ଆଚାର୍ଯ୍ୟ ଓ ସୁହାନୀ ମିଶ୍ର ଓଡିଶୀ ନୃତ୍ୟ ପରିବେଷଣ କରି କାଠମାଣ୍ଡୁର ବାସିନ୍ଦାଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲେ । ପ୍ରତିଯୋଗିତାରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଅର୍ପିତାଙ୍କୁ ନୃତ୍ୟ ଭୂଷଣ ସମ୍ମାନ, ସ୍ବାଗତିକାଙ୍କୁ କନିଷ୍ଠ ବିଭାଗରେ ପ୍ରଥମ, ଦିପ୍ତୀମୟୀଙ୍କୁ ଦ୍ୱିତୀୟ, ଆଲିଶା ଓ ସୁହାନୀ ତୃତୀୟ ସ୍ଥାନ ଅଧିକାର କରିଥିଲେ। ମୁଖ୍ୟ ଅତିଥି ଥିବା ନେପାଳର ସଂସ୍କୃତି ନିର୍ଦ୍ଦେଶକ ଆଶିଷ ମଲ୍ଲାଙ୍କଠାରୁ ଏହି ୫ ଜଣ କଳାକାର ପ୍ରଶସ୍ତିପତ୍ର ଓ ସମ୍ବର୍ଦ୍ଧନା ଲାଭ କରିଥିଲେ। ପ୍ରତିଯୋଗିତାରେ ଦେଶ ବିଦେଶର ୭୭ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। କୋରାପୁଟସ୍ଥିତ ସୁରଭି ଅନୁଷ୍ଠାନର ଏହି ୫ ଜଣ ନୃତ୍ୟଶିଳ୍ପୀ ଗୁରୁ ଜଟାଧାରୀ ଦଳେଇଙ୍କ ନେତୃତ୍ୱରେ ନେପାଳ ଗସ୍ତ କରିଥିଲେ ।

All Right Reserved By

Model This Week

ନିକିତା

ରାୟଗଡା

ଚନ୍ଦାହାଣ୍ଡିରେ ପ୍ରତିବାଦ ଜଣାଇଲା ବିଜେଡି

ଚନ୍ଦାହାଣ୍ଡିରେ ପ୍ରତିବାଦ ଜଣାଇଲା ବିଜେଡି

ଚନ୍ଦାହାଣ୍ଡି,୨୧।୪(ଡି.ଏନ୍‌.ଏ.): କେନ୍ଦ୍ର ସରକାରଙ୍କ ଅପରିଣାମଦର୍ଶୀ ନିଷ୍ପତ୍ତି ଯୋଗୁ ଦେଶର ଆଇନ ଶୃଙ୍ଖଳା ଏବଂ ଆର୍ଥତ୍କ ବିଶୃଙ୍ଖଳା ସୃଷ୍ଟି ହୋଇଛି। ଏବେ ଏଟିଏମ୍‌ରେ ଟଙ୍କା ନଥିବାରୁ ଲୋକେ ବିମୁଦ୍ରିକରଣର ଦୁଃଖ ଭୋଗୁଛନ୍ତି। ଏଥିପାଇଁ ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକ ବିଜେଡି ପକ୍ଷରୁ ବ୍ଲକ ସଭାପତି ଗୌରହରି ନାୟକଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ବରୋଦା ବ୍ୟାଙ୍କ ସମ୍ମୁଖରେ ଦୁଇଘଣ୍ଟିଆ ଶାନ୍ତିପୂର୍ଣ୍ଣ ପ୍ରତିବାଦ କରାଯାଇଛି।

‘ନୋ କ୍ୟାସ୍‌’କୁ ସୁନାବେଡ଼ାରେ ବିରୋଧ

ସୁନାବେଡ଼ା,୨୧।୪(ସ୍ବ.ପ୍ର.): ସୁନାବେଡ଼ା ସ୍ଥିତ ସମସ୍ତ ବ୍ୟାଙ୍କର ଏଟିଏମ୍‌ ସାମ୍ନାରେ ନୋ କ୍ୟାସ୍‌ ପ୍ରତିବାଦରେ ବିଜେଡି ଧାରଣା ଦେଇଛି। ମୋଦି ସରକାରଙ୍କ ବିରୋଧରେ ନାନାଦି ସ୍ଳୋଗାନ ଦିଆଯିବା ସହ ବିଭିନ୍ନ ପତାକା ଓ ବ୍ୟାନର ଧରି ବିଜେଡି କର୍ମୀ ସ୍ଥାନୀୟ ଲୋକଙ୍କ ନୋ କ୍ୟାସ୍‌ ବାବଦରେ ସଚେତନ କରିଥିଲେ।

ସୁବାଇ ହାଟପଦାରେ ୧୦୪ ଜଣଙ୍କୁ ଗ୍ୟାସ୍‌ ବଣ୍ଟନ

ସୁବାଇ ହାଟପଦାରେ ୧୦୪ ଜଣଙ୍କୁ ଗ୍ୟାସ୍‌ ବଣ୍ଟନ

ସେମିଳିଗୁଡ଼ା,୨୧।୪(ସ୍ବ.ପ୍ର.): କୋରାପୁଟ ଜିଲା ସେମିଳିଗୁଡ଼ା ବ୍ଲକ ସୁବାଇ ପଞ୍ଚାୟତର ସଦର ହାଟରେ କେନ୍ଦ୍ର ସରକାରଙ୍କ ଉଜ୍ଜ୍ୱଳା କାର୍ଯ୍ୟକ୍ରମରେ ୫୪୦ ଲୋକ ଯୋଗ ଦେଇଥିଲେ। ସେଥିରେ ୧୦୪ ଜଣ ଲୋକଙ୍କୁ ଉଜ୍ଜ୍ୱଳା ସିଲିଣ୍ଡର, ଚୁଲି ଦିଆଯାଇଛି।

ବ୍ୟାଙ୍କ ଆଗରେ ଧାରଣା ଦେଲା ଯୁବ ବିଜେଡି

ବ୍ୟାଙ୍କ ଆଗରେ ଧାରଣା ଦେଲା ଯୁବ ବିଜେଡି

ସେମିଳିଗୁଡ଼ା,୨୧।୪(ସ୍ବ.ପ୍ର.): ସେମିଳିଗୁଡ଼ା ସହରରେ ଥିବା ଏଟିଏମ୍‌ଗୁଡ଼ିକରେ ଦୀର୍ଘଦିନ ଧରି ପଇସା ରହୁ ନଥିବାରୁ ଲୋକଙ୍କ ଅସୁବିଧା ବଢ଼ିଯାଇଛି। ନିଜ ପଇସା ନିଜେ ଉଠାଇବା ପାଇଁ ଏବେ ସେମାନେ ଅସ୍ତବ୍ୟସ୍ତ ହୋଇପଡୁଛନ୍ତି। ଏବେ ବାହାଘର ସିଜିନ ଚାଲିଥିବା ବେଳେ ଏଟିଏମ୍‌ରୁ ଟଙ୍କା ଉଠାଇବା ସମ୍ଭବ ହେଉନାହିଁ। ଏଟିଏମ୍‌ର ଏଭଳି ପରିଚାଳନାକୁ ବିରୋଧ କରି ଯୁବ ବିଜେଡି ପକ୍ଷରୁ ବ୍ୟାଙ୍କ ସମ୍ମୁଖରେ ହରତାଳ କରାଯାଇଛି।

ଗଛ ପଡ଼ି ରାସ୍ତା ଅବରୋଧ

ଚନ୍ଦ୍ରପୁର,୨୧।୪(ଡି.ଏନ.ଏ): ରାୟଗଡ଼ା ଜିଲାର ଚନ୍ଦ୍ରପୁର ଅଞ୍ଚଳରେ ଶୁକ୍ରବାର ରାତିରେ କାଳବୈଶାଖୀ ଝଡ଼ବର୍ଷା ହୋଇ ବଡ ବଡ ଗଛ ଉପୁଡି ପଡ଼ିବା ସହ ଅନେକ ସ୍ଥାନରେ ବିଦ୍ୟୁତ ତାର ଛିଣ୍ଡିପଡ଼ିଛି। ଡାଙ୍ଗସୋରଡା ବସ୍‌ଷ୍ଟାଣ୍ଡ ନିକଟରେ ଏକ ବଡ ତେନ୍ତୁଳି ଗଛ ଉପୁଡ଼ି ପଡ଼ିଥିବାରୁ ଶନିବାର ଦୀର୍ଘ ୬ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ବିଦ୍ୟୁତ ସରବରାହ ବାଧାପ୍ରାପ୍ତ ହୋଇଥିଲା।

ଏନ୍‌ଏସି ଅଫିସ୍‌ କାନ୍ଥରେ ଲଟ୍‌କା ଜାରି କଲା ଭାଜପା

ଏନ୍‌ଏସି ଅଫିସ୍‌ କାନ୍ଥରେ ଲଟ୍‌କା ଜାରି କଲା ଭାଜପା

କାଶୀନଗର,୨୧।୪(ଡି.ଏନ.ଏ): ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବ ପ୍ରତିବାଦରେ ଗଜପତି ଜିଲା କାଶୀନଗର ବ୍ଲକ ଭାଜପା ପକ୍ଷରୁ ଶନିବାର ସ୍ଥାନୀୟ ଏନ୍‌ଏସି କାର୍ଯ୍ୟାଳୟ କାନ୍ଥରେ ଲଟକା ଜାରି କରାଯାଇଛି।

‘ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ’: ୯ ପ୍ରକଳ୍ପ ପାଇଁ ୩୭ ଲକ୍ଷ ଅନୁଦାନ

‘ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ’: ୯ ପ୍ରକଳ୍ପ ପାଇଁ ୩୭ ଲକ୍ଷ ଅନୁଦାନ

ଗୁଣପୁର,୨୧।୪(ଡି.ଏନ୍‌.ଏ.): ରାୟଗଡା ଜିଲା ରାମନାଗୁଡା ବ୍ଲକ କୁଜେନ୍ଦ୍ରି ଗ୍ରାମପଞ୍ଚାୟତରେ ଶନିବାର ‘ଆମ ଗାଁ ଆମ ବିକାଶ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ମେଗା ରକ୍ତଦାନ ଶିବିର ଓ ସଚେତନତା ସଭା

ମେଗା ରକ୍ତଦାନ ଶିବିର ଓ ସଚେତନତା ସଭା

କୋରାପୁଟ,୨୧ା୪(ସ୍ବ.ପ୍ର)-କୋରାପୁଟ ଜିଲା ରକ୍ତଦାତା ଓ ପ୍ରବର୍ତ୍ତକ ଫୋରମ ପକ୍ଷରୁ ଶନିବାର ସ୍ଥାନୀୟ ସଂସ୍କୃତି ଭବନଠାରେ ମେଗା ରକ୍ତଦାନ ଶିବିର ଓ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି।

ବ୍ୟାଙ୍କ ସମ୍ମୁଖରେ ବିଜେଡି ପକ୍ଷରୁ ପ୍ରତିବାଦ ସଭା

ବ୍ୟାଙ୍କ ସମ୍ମୁଖରେ ବିଜେଡି ପକ୍ଷରୁ ପ୍ରତିବାଦ ସଭା

ବିଷମ କଟକ, ୨୧ା୪(ଡି.ଏନ.ଏ)-ରାୟଗଡା ଜିଲା ବିଷମକଟକ ସଦରସ୍ଥ ଭାରତୀୟ ଷ୍ଟେଟ ବ୍ୟାଙ୍କ, ଇଣ୍ଡିଆନ ଓଭରସିଜ ବ୍ୟାଙ୍କ ଏବଂ ଆଇସିଆଇସିଆଇ ବ୍ୟାଙ୍କ ସମ୍ମୁଖରେ ଶନିବାର ବିଜେଡି ପକ୍ଷରୁ ରାଜ୍ୟ ଉପସଭାପତି ପୃଥ୍ବୀରାଜ ସାହୁଙ୍କ ନେତୃତ୍ୱରେ ଶାନ୍ତିପୂର୍ଣ୍ଣ ପ୍ରତିବାଦ କରାଯାଇଥିଲା।

ମାଓବାଦୀ-ଯବାନ ଗୁଳି ବିନିମୟ: ଜଣେ ଯବାନ ଶହୀଦ

ମାଓବାଦୀ-ଯବାନ ଗୁଳି ବିନିମୟ: ଜଣେ ଯବାନ ଶହୀଦ

ମାଲକାନଗିରି, ୨୧ା୪(ସ୍ବ.ପ୍ର.)-ମାଲକାନଗିରି ସୀମାନ୍ତ ଛତିଶଗଡ ରାଜ୍ୟର ସୁକ୍‌ମା ଜିଲାରେ ମାଓବାଦୀ ଓ ଯବାନଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ଜଣେ ସିଆରପିଏଫ ଯବାନ ଶହୀଦ ହୋଇଥିବା ଜଣାପଡିଛି।

କୋରାପୁଟରେ ବିଜେଡି ପକ୍ଷରୁ ଧାରଣା

କୋରାପୁଟ,୨୧ା୪(ସ୍ବ.ପ୍ର)- କେନ୍ଦ୍ର ସରକାରଙ୍କ ଦ୍ୱାରା ଅଘୋଷିତ ଆର୍ଥିକ ଜରୁରୀ ପରିସ୍ଥିତି ତଥା ଏଟିଏମ୍‌ଗୁଡ଼ିକରେ ଟଙ୍କା ଅଭାବ ପ୍ରତିବାଦରେ ଶନିବାର କୋରାପୁଟ ବିଜେଡି ପକ୍ଷରୁ ଧାରଣା ଅନୁଷ୍ଠିତ ହୋଇଯାଇଛି ା

ପୂର୍ବତନ ମୁଖ୍ୟମନ୍ତ୍ରୀ ସଦାଶିବ ତ୍ରିପାଠୀଙ୍କ ଜୟନ୍ତୀ

ପୂର୍ବତନ ମୁଖ୍ୟମନ୍ତ୍ରୀ ସଦାଶିବ ତ୍ରିପାଠୀଙ୍କ ଜୟନ୍ତୀ

କୋରାପୁଟ,୨୧ା୪(ସ୍ବ.ପ୍ର)- କୋରାପୁଟ ଜିଲା ପ୍ରଶାସନ ପକ୍ଷରୁ ଶନିବାର ପୂର୍ବତନ ମୁଖ୍ୟମନ୍ତ୍ରୀ ସଦାଶିବ ତ୍ରିପାଠିୀଙ୍କ ଜୟନ୍ତୀ ପାଳିତ ହୋଇଯାଇଛି ା