ରାୟଗଡା

୧୭ ଅଭିଯୋଗ ଶୁଣିଲେ ଜିଲାପାଳ

୧୭ ଅଭିଯୋଗ ଶୁଣିଲେ ଜିଲାପାଳ

କୁନ୍ଦୁରା,୨୬।୧୨(ଡି.ଏନ୍‌.ଏ.)

କୋରାପୁଟ ଜିଲା କୁନ୍ଦୁରା ବ୍ଲକ କାର୍ଯ୍ୟାଳୟ ବୈଠକ ଗୃହରେ ମଙ୍ଗଳବାର ଅନୁଷ୍ଠିତ ସ୍ବତନ୍ତ୍ର ପ୍ରକୋଷ୍ଠ କାର୍ଯ୍ୟକ୍ରମରେ ୧୭ଟି ଅଭିଯୋଗର ଶୁଣାଣି ହୋଇଛି। ଜିଲାପାଳ ଅନୁପମ ଶାହା ୯ଟି ବ୍ୟକ୍ତିଗତ ଓ ୮ଟି ଗୋଷ୍ଠୀଗତ ଅଭିଯୋଗର ଶୁଣାଣି କରିଥିଲେ। ଶୁଣାଣି ବେଳେ ସମସ୍ୟା ଜଣାଇବାକୁ ଆସିଥିବା ଜଣେ ଚାଷୀନେତାଙ୍କୁ ଜିଲାପାଳ ଗିରଫ ଧମକ ଦେବା ନେଇ ପ୍ରକୋଷ୍ଠ ବାହାରେ ଚାପା ଉତ୍ତେଜନା ସୃଷ୍ଟି ହୋଇଥିଲା।
ପ୍ରଥମେ ଅଭିଯୋଗ ହୋଇଥିଲା ଯେ, ସରକାରୀ ଯୋଜନାରେ ଅତି ଗରିବ ଲୋକଙ୍କୁ ଗୃହଟିଏ ମିଳୁ ନଥିବା ବେଳେ ଏସ୍‌ଇସିସି ମାଧ୍ୟମରେ ଚୟନ ହୋଇଥିବା ଅନେକାଂଶରେ ଧନିକ ଶ୍ରେଣୀର ହିତାଧିକାରୀଙ୍କୁ ତାହା ଉପଲବ୍ଧ ହେଉଛି। ସେହିଭଳି ରାତିରେ ମୁଣ୍ଡ ଗୁଞ୍ଜିବାକୁ ଆଶ୍ରୟ ପାଉ ନଥିବା ନେଇ ଅନେକ ଲୋକ ଜିଲାପାଳଙ୍କୁ ଭେଟି ଜଣାଇଥିଲେ। ପିଇଓମାନଙ୍କୁ ପରିବାର ମଙ୍ଗଳ ଯୋଜନାରେ ଅନ୍ତର୍ଭୁକ୍ତି ପାଇଁ ଆବେଦନ ହୋଇଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହେଉ ନଥିବା ମଧ୍ୟ ଅଭିଯୋଗ ହୋଇଥିଲା। ଶେଷରେ ଜଣେ କିଡ୍‌ନି ଆକ୍ରାନ୍ତ ରୋଗୀଙ୍କୁ ଜିଲାପାଳ ରେଡକ୍ରସ୍‌ ପାଣ୍ଠିରୁ ୧୦ ହଜାର ଟଙ୍କା ପ୍ରଦାନ କରିଥିଲେ। ସେହିଭଳି ଡଙ୍ଗରପାଉଁଶି ସ୍ଥିତ ପ୍ରଧାନୀପୁଟରେ ୨୦୧୪ରେ ଗଣଶିକ୍ଷା ମନ୍ତ୍ରୀଙ୍କ ଦ୍ୱାରା ୩୩ କେଜି ସବଷ୍ଟେସନର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିବା ବେଳେ ଏଯାବତ୍‌ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇନାହିଁ। ଏହାକୁ ନେଇ ଜିଲାପାଳ ସାଉଥ୍‌କୋ କନିଷ୍ଠ ଯନ୍ତ୍ରୀ ସୁଶୀଲ ନାୟକଙ୍କୁ ପଚାରି ତାଙ୍କ ଉତ୍ତରରେ ଅସନ୍ତୋଷ ପ୍ରକାଶ କରିବା ସହ ରାଗି ଯାଇଥିଲେ। ଫୋନ୍‌ ଯୋଗେ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ ସହ ଆଲୋଚନା କରି ଶୀଘ୍ର କାର୍ଯ୍ୟ ହେବ ବୋଲି ଜିଲାପାଳ କହିଛନ୍ତି।

All Right Reserved By

ରାୟଗଡା

ମା’ ମାଣିକେଶ୍ୱରୀ ମନ୍ଦିରରୁ ଚୋରି

ମା’ ମାଣିକେଶ୍ୱରୀ ମନ୍ଦିରରୁ ଚୋରି

ଗୁଡାରୀ, ୧୬।୭(ଡି.ଏନ୍‌.ଏ)- ଗୁଡାରୀର ଅଧିଷ୍ଠାତ୍ରୀ ମା’ ମାଣିକେଶ୍ୱରୀଙ୍କ ମନ୍ଦିରରୁ ରବିବାର ବିଳମ୍ବିତ ରାତିରେ ଚୋରି ହୋଇଥିବା ସୂଚନା ମିଳିଛି। ମା’ ମାଣିକେଶ୍ୱରୀଙ୍କ ସମସ୍ତ ରୌପ୍ୟ ଅଳଙ୍କାର, ରୌପ୍ୟ ମୁକୁଟ, ପୂଜା ସାମଗ୍ରୀ ଓ ମା’ଙ୍କ ଖଣ୍ଡା କେହି ଦୁର୍ବୃତ୍ତ ଚୋରି କରିଛନ୍ତି।

ବ୍ଲକସ୍ତରୀୟ ଅଭିଯୋଗ ଶୁଣାଣି

ବ୍ଲକସ୍ତରୀୟ ଅଭିଯୋଗ ଶୁଣାଣି

ଡାବୁଗାଁ,୧୬।୭ (ଡି.ଏନ.ଏ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସମ୍ମିଳନୀ କକ୍ଷଠାରେ ବ୍ଲକସ୍ତରୀୟ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ସୋମବାର ଅନୁଷ୍ଠିତ ହୋଇଯାଇଛି । ନବରଙ୍ଗପୁର ଜିଲପାଳ ଡା. ଅଜିତ କୁମାର ମିଶ୍ର ଯୋଗଦେଇ ଅଭିଯୋଗ ଶୁଣାଣି କରିଥିଲେ। ମୋଟ ୩୦ ଟି ଅଭିଯୋଗର ଶୁଣାଣି କରିଥିଲେ।

 ଶବରପଲ୍ଲୀରେ ପୂଜା ପାଇଲେ ପାଷାଣ ଜଗନ୍ନାଥ

ଶବରପଲ୍ଲୀରେ ପୂଜା ପାଇଲେ ପାଷାଣ ଜଗନ୍ନାଥ

ପାରଳାଖେମୁଣ୍ଡି, ୧୬।୭ (ସ୍ବ.ପ୍ର.) ଗଜପତି ଜିଲା ରାୟଗଡ ବ୍ଲକ ଅଧୀନ ପୌରାଣିକ ମହେନ୍ଦ୍ରଗିରି ପାଦଦେଶରେ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ପାଳନ ହେବା ପୂର୍ବ ଦିନ ଏଠାରେ ପାଷାଣ ଜଗନ୍ନାଥଙ୍କ ଯାତ୍ରା ଶେଷ ହୋଇଥାଏ ା ଏହା ଏକ ବିରଳ ଓ ନିଆରା ପରମ୍ପରା। ମହେନ୍ଦ୍ରଗିରିର ଶବରମାନେ ପାଷାଣ ଜଗନ୍ନାଥଙ୍କ ଯାତ୍ରା କରି ଆସୁଛନ୍ତି। ଗତ ଜୁନ୍‌ ୨୮ ଦେବସ୍ନାନ ପୂର୍ଣ୍ଣିମାରୁ ଆରମ୍ଭ ହୋଇ ଏହିଯାତ୍ରା ମହାପ୍ରଭୁଙ୍କ ନବଯୌବନ ଦର୍ଶନ ଦିନ ଶେଷ ହୋଇଛି।

 ଡ୍ରେନ୍‌ ଆବର୍ଜନାରେ ଅଧା ବୁଡ଼ିଗଲା ମନ୍ଦିର ନଳକୂପ

ଡ୍ରେନ୍‌ ଆବର୍ଜନାରେ ଅଧା ବୁଡ଼ିଗଲା ମନ୍ଦିର ନଳକୂପ

ଜୟପୁର, ୧୬ା୭ (ଡି.ଏନ୍‌.ଏ.): ଜୟପୁରର ଅଧିଷ୍ଠାତ୍ରୀ ଦେବୀ ଭଗବତୀ ମନ୍ଦିରଙ୍କ ପାଚେରି ଦେଇ ଯାଇଥିବା ଡ୍ରେନ୍‌ ପ୍ରବଳ ବର୍ଷା ଯୋଗଁୁ ପାଣି ନିଷ୍କାସିତ ହୋଇନପାରି ରାସ୍ତା ଉପରକୁ ଚାଲି ଆସିଛି। ଫଳରେ ମନ୍ଦିର ବ୍ୟବହାର କରୁଥିବା ନଳକୂପ ପାଣି ଓ ଆବର୍ଜନାରେ ଅଧା ବୁଡ଼ି ରହିଥିଲା। ଶନିବାର ଗୁଣ୍ଡିଚା ଯାତ୍ରା ଯୋଗଁୁ ଏହାକୁ ସଫେଇ କରିବା ପାଇଁ ସାଧାରଣରେ ଦାବି ହୋଇଥିଲା । ଅନ୍ୟପକ୍ଷରେ ଘର ନିର୍ମାଣ କାମରେ ଲୋକେ ମନ୍ଦିର ପାଚେରି ନିକଟରେ ଇଟା, ବାଲି ଓ ଗୋଡ଼ି ରଖିବା ଯୋଗୁ ଡ୍ରେନ୍‌ ଅବରୋଧ ହେଉଛି। ପୌର ନିର୍ବାହୀ ଅଧିକାରୀ ସଞ୍ଜୟ ଆଚାର୍ଯ୍ୟଙ୍କୁ ଫୋନ ଯୋଗେ ସାହିବାସିନ୍ଦା ଅଭିଯୋଗ କରିଥିଲେ ।

୬ ଦିନ ଅନ୍ଧାରରେ ୩ ହଷ୍ଟେଲ

୬ ଦିନ ଅନ୍ଧାରରେ ୩ ହଷ୍ଟେଲ

ସେମିଳିଗୁଡା, ୧୬ା୭(ସ୍ବ.ପ୍ର.) ବର୍ଷା ବିତ୍ପାତ ସାଙ୍ଗକୁ ବିଦ୍ୟୁତ୍‌ ଯୋଗାଣ ବନ୍ଦ ଯୋଗୁ ହଷ୍ଟେଲ ଅନ୍ତେବାସୀଙ୍କ ରହିବା ମୁସ୍କିଲ୍‌ ହୋଇଯାଇଛି। ଅସୁରକ୍ଷିତ ମନେକରୁଛନ୍ତି ଛାତ୍ରୀ। ଏପରି ଅବସ୍ଥାରେ ରହୁଛନ୍ତି କୋରାପୁଟ ଜିଲା ସୁନାବେଡା ଏଇଏଫ ନିକଟସ୍ଥ ୩ କେବିକେ ହଷ୍ଟେଲରେ ୩୬୦ ଜଣ ଛାତ୍ରୀ । ବର୍ଷା, ପବନରେ ବିଦ୍ୟୁତ୍‌ ଖୁଣ୍ଟ ଭାଙ୍ଗିପଡିବାରୁ ୬ ଦିନ ହେଲା ବିଦ୍ୟୁତ୍‌ ସରବରାହ ବନ୍ଦ ରହିଛି। ସ୍ଥାନୀୟ ବିଦ୍ୟୁତ୍‌ ସରବରାହ ସଂସ୍ଥା ଏବଂ ପ୍ରଶାସନକୁ ହଷ୍ଟେଲ କର୍ତ୍ତୃପକ୍ଷ ସମସ୍ୟା ସମ୍ପର୍କରେ ଅବଗତ କରାଇଥିଲେ ମଧ୍ୟ ଏହାର ସମାଧାନ ଏଯାଏଁ ହୋଇନାହିଁ।

ମେଶିନ୍‌ ଖୋଳୁଛି କୂଅ, ଜବ୍‌କାର୍ଡଧାରୀ ଯାଉଛନ୍ତି ଦାଦନ

ମେଶିନ୍‌ ଖୋଳୁଛି କୂଅ, ଜବ୍‌କାର୍ଡଧାରୀ ଯାଉଛନ୍ତି ଦାଦନ

ସେମିଳିଗୁଡା,୧୬।୭(ସ୍ବ.ପ୍ର) ଗଁା ଶ୍ରମିକଙ୍କୁ ୧୦୦ ଦିନର କାମ ମିଳିବ । ସ୍ଥାନୀୟ ଲୋକଙ୍କୁ କାମଧନ୍ଦା ଯୋଗାଇଦେବା ପାଇଁ ସରକାରୀ ବ୍ୟବସ୍ଥା ରହିଛି। କିନ୍ତୁ ଠିକାଦାର ଏବଂ ସରକାରୀ କର୍ମଚାରୀ ମେଶିନ ସହାୟତାରେ କାମ କରୁଛନ୍ତି। ଅନ୍ୟପଟେ ସ୍ଥାନୀୟ ଜବ୍‌କାର୍ଡଧାରୀ ଶ୍ରମିକ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି। ଏମିତି ଅଭିଯୋଗ ହୋଇଛି ସେମିଳିଗୁଡା ବ୍ଲକ ଗୁଣ୍ଠାପୁଟ ପଞ୍ଚାୟତ ଗାଡିଗୁଡାରେ ା ସରକାରୀ ଅର୍ଥକୁ ହଡ଼ପ କରିବା ପାଇଁ ଜିଆର୍‌ଏସ ଜବକାର୍ଡଧାରୀଙ୍କୁ କାମ ନ ଯୋଗାଇ ମେଶିନ ସାହାଯ୍ୟରେ କାମକରି ଭଲ ଦି’ ପଇସା କମାଉଛନ୍ତି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି।

ମନମୁଖି କାର୍ଯ୍ୟ କରୁଛି ନିର୍ମାଣକାରୀ ସଂସ୍ଥା

ମାଥିଲି, ୧୬।୭ (ଡି.ଏନ.ଏ.) ମାଥିଲି ସ୍ବାସ୍ଥ୍ୟକେନ୍ଦ୍ର ରାସ୍ତା ଲଗାଣ ବର୍ଷାରେ ଶୋଚନୀୟ ହୋଇପଡିଛି। ଦୀର୍ଘ ଦିନ ଧରି ରାସ୍ତା ନିର୍ମାଣ କାର୍ଯ୍ୟ ସ୍ବାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ଶେଷ ହୋଇଥିଲେ ମଧ୍ୟ ସ୍ବାସ୍ଥ୍ୟକେନ୍ଦ୍ରକୁ ପ୍ରବେଶ କରୁଥିବା ୨ଟି ଛକ ରାସ୍ତା କମ୍ପାନୀ ମରାମତି କରିନି । ବାରମ୍ବାର ଅଭିଯୋଗ ପରେ ମଧ୍ୟ କମ୍ପାନୀ ଶୁଣୁ ନ ଥିଲା । ଗ୍ରାମବାସୀ ଏବଂ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀଙ୍କ ହସ୍ତକ୍ଷେପ ପରେ ରାସ୍ତା ଛକରେ କ୍ରଶର ପକାଇ ମରାମତି କରିଛି । କାଦୁଅ ଭର୍ତ୍ତି ରାସ୍ତାରେ ଯାତାୟାତ କରି ନ ପାରି ରୋଗୀ ହନ୍ତସନ୍ତ ହେଉଛନ୍ତି ।

ଆଦିବାସୀ-ବନବାସୀଙ୍କ ପାଇଁ ଅଲଗା ନିୟମ

ମାଲକାନଗିରି,୧୬।୭ (ଡି.ଏନ.ଏ.) ୨୦୦୫ରେ କେନ୍ଦ୍ର ସରକାର ଜଙ୍ଗଲ ଅଧିକାର ଆଇନ୍‌ ପ୍ରଣୟନ କରି ଦେଶରେ ବର୍ଷ ବର୍ଷ ଧରି ଜଙ୍ଗଲ ମଧ୍ୟରେ ବସତି ଏବଂ ଚାଷ କରୁଥିବା ଜମିକୁ ଚିହ୍ନଟ କରି ଆଦିବାସୀ ଏବଂ ବନବାସୀଙ୍କୁ ସେମାନଙ୍କ ଅଧିକାର ପ୍ରମାଣପତ୍ର ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ସେମାନଙ୍କ ଉନ୍ନତି ପାଇଁ ଘର, ଆର୍ଥତ୍କ ଉନ୍ନତି ପାଇଁ ଜମି ଏବଂ ସେମାନଙ୍କୁ ବିଭିନ୍ନ ଜନହିତକର ଯୋଜନାରେ ସାମିଲ କରିବା ଲାଗି ପଦକ୍ଷେପ ନେବାକୁ କହିଥିଲେ। ଏହି ନିୟମ ଅନୁଯାୟୀ ୨୦୦୫ ପୂର୍ବରୁ ଯେଉଁ ଆଦିବାସୀମାନେ ଜଙ୍ଗଲ ଜମି ଅଧିକାର କରିଥିବେ ସେମାନଙ୍କୁ ଜଙ୍ଗଲ ଅଧିକାର କମିଟି ମାଧ୍ୟମରେ ଚିହ୍ନଟ କରାଯାଇ ପରିବାର ପିଛା ୧୦ ଏକର ଜଙ୍ଗଲ ଜମିପଟ୍ଟା ପ୍ରଦାନ କରାଯିବ ା ଆଦିବାସୀଙ୍କୁ ବାଦ୍‌ଦେଲେ ବନବାସୀ ଯେଉଁମାନେ ଅନୁସୂଚିତ ଜାତି, ସାଧାରଣ ବର୍ଗ ହୋଇଥିବେ ଜଙ୍ଗଲ ଜମି ଅଧିକାର ଓ ବସବାସ କରୁଥିବାର ୩ ପିଢି ଅର୍ଥାତ ୭୨ ବର୍ଷ ପ୍ରମାଣ ଦେଇପାରିବେ ା ସେମାନଙ୍କୁ ଜଙ୍ଗଲଜମି ପଟ୍ଟା ପ୍ରଦାନ କରାଯିବ।

ରାସ୍ତା ମଝିରେ ଯୁବକଙ୍କୁ ହତ୍ୟା

ରାସ୍ତା ମଝିରେ ଯୁବକଙ୍କୁ ହତ୍ୟା

କାଶୀନଗର,୧୬।୭(ଡି.ଏନ୍‌.ଏ.): ଗଜପତି ଜିଲା କାଶୀନଗର ବ୍ଲକ ପାରଳାଖେମୁଣ୍ଡି ମୁଖ୍ୟ ରାସ୍ତାର ଖାଇଡ଼ା-ସୀତାପୁର ମଧ୍ୟରେ ସୋମବାର ଏକ ହତ୍ୟାକାଣ୍ଡ ଘଟିଛି। ଭୂପତି ଲକ୍ଷ୍ମୀପୁର ଗ୍ରାମର ଚିପୁରୁ ସଞ୍ଜୀବ ପାରଳାଖେମୁଣ୍ଡି ଯାଉଥିବାବେଳେ ଦୁର୍ବୃତ୍ତମାନେ ତାଙ୍କୁ ରାସ୍ତାରେ ଅଟକାଇ କାତିରେ ଆକ୍ରମଣ କରି ହତ୍ୟା କରିଛନ୍ତି।

ଖଟିଆରେ ୧୦କିମି ବୁହାହେଲେ ଗର୍ଭବତୀ

ଖଟିଆରେ ୧୦କିମି ବୁହାହେଲେ ଗର୍ଭବତୀ

ପାପଡ଼ାହାଣ୍ଡି,୧୬।୭(ଡି.ଏନ୍‌.ଏ.): ଗତ ଚାରି ଦିନ ଧରି ନବରଙ୍ଗପୁର ଜିଲାର ବିଭିନ୍ନ ଅଞ୍ଚଳରେ ବର୍ଷା ଲାଗି ରହିଛି। ଲୋକେ ଘରୁ ବାହାରିପାରୁ ନାହାନ୍ତି। ସୋମବାର ସକାଳୁ ୧୦୨ ଆମ୍ବୁଲାନ୍ସ ଆସି ନ ପାରିବାରୁ ଦୀର୍ଘ ୧୦ କି.ମି. ରାସ୍ତା ଖଟିଆରେ ବୁହା ହୋଇ ଡାକ୍ତରଖାନା ଆସିଛନ୍ତି ଗର୍ଭବତୀ।

କାଦୁଅ ପଚପଚ ଡାଇଭର୍ସନ ରାସ୍ତା

କାଦୁଅ ପଚପଚ ଡାଇଭର୍ସନ ରାସ୍ତା

ନନ୍ଦପୁର,୧୬।୭(ଡି.ଏନ୍‌.ଏ.) ଲଗାଣ ବର୍ଷା ସାଙ୍ଗକୁ ରାସ୍ତାରେ ଖାଲଖମା । ସାମାନ୍ୟ ବର୍ଷା ପାଣିରେ କାଦୁଅ ପଚପଚ ହେଉଛି ରାସ୍ତା। ଯାନବାହନ ଯା’ଆସ କରିବା ତ ଦୂରର କଥା, ପାଦଚଲା ଲୋକଙ୍କୁ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି।

ପୁଣି ରାସ୍ତା ଦବିଲା

ଜୟପୁର,୧୬।୭( ଡି.ଏନ୍‌.ଏ.): ଜୟପୁର ସହରର ବାଏପାସ ରାସ୍ତା ଭାବେ ଜୟନଗରରୁ ମାଲକାନଗିରି ଜାତୀୟ ରାଜପଥକୁ ସଂଯୋଗ କରୁଛି। ଏହି ରାସ୍ତାର ଦୁଇପାଖରେ ଗାର୍ଡ଼ଓ୍ବାଲ ଗତବର୍ଷ ଜୁଲାଇରେ ପ୍ରବଳ ବର୍ଷା ଯୋଗଁୁ ଭାଙ୍ଗିଯାଇଥିଲା।

Model This Week

ରୂପେଶ