ଫୁରସତ |

ହସ୍ପିଟାଲ କର୍ମଚାରୀଙ୍କ ସ୍ବଚ୍ଛତା ଯାଞ୍ଚ ପାଇଁ ନୂଆ ଯନ୍ତ୍ର

ହସ୍ପିଟାଲ କର୍ମଚାରୀଙ୍କ ସ୍ବଚ୍ଛତା ଯାଞ୍ଚ ପାଇଁ ନୂଆ ଯନ୍ତ୍ର

ଜେନେଭା,୨୮।୮:ହସପିଟାଲ୍‌ରେ କର୍ମଚାରୀଙ୍କ ସ୍ବଚ୍ଛତା ଯାଞ୍ଚ୍‌ କରିବା ପାଇଁ ବୈଜ୍ଞାନିକମାନେ ନୂତନ ଏଆଇ(ଆର୍ଟିଫିସିଆଲ୍‌ ଇଣ୍ଟେଲଜେନ୍ସ) ସିଷ୍ଟମ୍‌ ପ୍ରସ୍ତୁତ କରିଛନ୍ତି। ଏହାଦ୍ୱାରା କର୍ମଚାରୀଙ୍କୁ ସ୍ବଚ୍ଛତା ଓ ପରିମଳ ସେବା ସମ୍ପର୍କରେ ଅବଗତ କରାଯାଇ ପାରିବ। ଫଳରେ ହସପିଟାଲରେ ହେଉଥିବା ସଂକ୍ରମଣର ମାତ୍ରା ହ୍ରାସ ପାଇପାରିବ। କର୍ମଚାରୀମାନେ ଉପଯୁକ୍ତ ସ୍ବଚ୍ଛତା ବ୍ୟବସ୍ଥାକୁ ଗୁରୁତ୍ୱ ଦେଇପାରିବେ ବୋଲି ସୁଇଡେନ୍‌ ଫେଡେରାଲ ଇନଷ୍ଟିଚ୍ୟୁଟ୍‌ର ପ୍ରଫେସର ଆଲେକ୍ସଜାଣ୍ଡାର ଆଲାହି କହିଛନ୍ତି। ଏଆଇ ସିଷ୍ଟମରେ ଥିବା କ୍ୟାମେରା କର୍ମଚାରୀଙ୍କ ସ୍ବଚ୍ଛତା ଯାଞ୍ଚ୍‌ କରି ସେମାନଙ୍କୁ ଓ୍ବାର୍ଡରେ ପ୍ରବେଶ କରିବାର ଅନୁମତି ଦେବ। ଗବେଷକଙ୍କ ପକ୍ଷରୁ ଏକ ସର୍ଭେ କରାଯାଇଥିଲା। ଏଥିରେ ୧୭୦ଜଣ କର୍ମଚାରୀଙ୍କର ଯାଞ୍ଚ୍‌ ହୋଇଥିଲା। ଜଣାପଡିଥିଲା ଯେ, ମାତ୍ର ୩୦ ଜଣ କର୍ମଚାରୀ ଓ୍ବାର୍ଡରେ ପ୍ରବେଶ କରିବା ପୂର୍ବରୁ ଆଲକୋହଲଯୁକ୍ତ ଡିସପେନସରର୍ସ ଜେଲ୍‌ ବ୍ୟବହାର କରିଥିଲେ। ଗବେଷକ ଏହି ସିଷ୍ଟମ୍‌କୁ ବିକଶିତ କରି ଏଥିରେ ୮୦ ପ୍ରତିଶତ ଆଲଗଦରିମ୍‌ଯୁକ୍ତ ଜ୍ଞାନକୌଶଳର ଉପଯୋଗ କରିଛନ୍ତି। ଏଥିରେ ଥିବା କ୍ୟାମେରା ଓ୍ବାର୍ଡରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ବିଭିନ୍ନ ଫଟୋଚିତ୍ର ଉତ୍ତୋଳନ କରି ତାଙ୍କର ସ୍ବଚ୍ଛତାକୁ ତଦାରଖ କରିପାରିବ। ଅଧିକ ପରୀକ୍ଷା ନିରୀକ୍ଷା ପରେ ଏହାର ଉପଯୋଗ ବିଭିନ୍ନ ହସପିଟାଲରେ କରାଯିବା ବୋଲି ଗବେଷକ କହିଛନ୍ତି।

All Right Reserved By

ଫୁରସତ |

ଆତ୍ମହତ୍ୟା ପ୍ରବୃତ୍ତି  କମାଇବାରେ ସହାୟକ ହୁଏ ଆନାଥେସିଆ

ଆତ୍ମହତ୍ୟା ପ୍ରବୃତ୍ତି କମାଇବାରେ ସହାୟକ ହୁଏ ଆନାଥେସିଆ

ମାନସିକ ଚାପଗ୍ରସ୍ତ ହେଲେ କେତେକ ଲୋକଙ୍କଠାରେ ଆତ୍ମହତ୍ୟା ପ୍ରବୃତ୍ତି ଦେଖାଯାଇଥାଏ। ତେବେ ଆନାଥେସିଆ ବା ଚେତାଶୂନ୍ୟ କରାଇବା ଲାଗି ବ୍ୟବହୃତ ଔଷଧ ଏଭଳି ବ୍ୟକ୍ତିଙ୍କ ପ୍ରବୃତ୍ତି କମାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ।

ଯେଉଁଠି ଛୋଟ ବେଳୁ ଦିଆଯାଏ ଏପରି ଶିକ୍ଷା

ଯେଉଁଠି ଛୋଟ ବେଳୁ ଦିଆଯାଏ ଏପରି ଶିକ୍ଷା

ସାଧାରଣ ସମାଜରେ ୬ରୁ ୭ବର୍ଷରୁ ପିଲାମାନେ ଖେଳନା ଧରି ଖେଳନ୍ତି, ଅବା ନିଜ ଜୀବନରେ ଆଗକୁ ବଢିବା ଓ ଭବିଷ୍ୟତକୁ ସୁଦୃଢ କରିବା ପାଇଁ ବିଦ୍ୟାଳୟକୁ ଯିବା ଲାଗି ପ୍ରସ୍ତୁତି ଚଳାଇଥାନ୍ତି। ମାତ୍ର ଏଭଳି ଏକ ସମାଜ ରହିଛି, ଯେଉଁଠାରେ ଏହି ବୟସରେ ପିଲାମାନଙ୍କୁ ପାଠ ପଢାଇବା ପରିବର୍ତ୍ତେ ଦିଆଯାଇଥାଏ ଜୀବନ ଧାରଣର ଶିକ୍ଷା।

ଝିଅ ବିଦା ବେଳେ କାହିଁକି ଫୋପଡ଼ା ଯାଏ ଚାଉଳ

ଝିଅ ବିଦା ବେଳେ କାହିଁକି ଫୋପଡ଼ା ଯାଏ ଚାଉଳ

ବିବାହ ସମୟରେ ଭାରତରେ ଅନେକ ପରମ୍ପରା ପାଳିତ ହୋଇଥାଏ। ବିବାହରେ ଝିଅ ବିଦା ସମୟରେ ଚାଉଳରେ ହଳଦି ମିଶାଇ ଫୋପାଡ଼ିବା ପରମ୍ପରା ସମ୍ପନ୍ନ ହୋଇଥାଏ। ଏହା ଦ୍ୱାରା ନବଦମ୍ପତିଙ୍କ ଜୀବନରେ ଖୁସି ଆସିଥାଏ ବୋଲି ବିଶ୍ୱାସ ରହିଛି। ଏପରି କଲେ ନବଦମ୍ପତିଙ୍କର ସନ୍ତାନ ପ୍ରାପ୍ତି ହେବା ସହ ସୌଭାଗ୍ୟ ମିଳିଥାଏ।

କେଉଁ ନାଁର ଝିଅମାନେ ଧୋକା ଦିଅନ୍ତିନି

କେଉଁ ନାଁର ଝିଅମାନେ ଧୋକା ଦିଅନ୍ତିନି

ନାଁର ପ୍ରଥମ ଅକ୍ଷର କୁହେ ଝିଅମାନେ କେତେ ରୋମାଣ୍ଟିକ୍‌। ପୁଣି ଏହି ନାମରୁ ହିଁ ଜଣାପଡେ ଝିଅମାନେ କେତେ ବିଶ୍ୱାସି। ତେଣୁ ଦେଖି ଚାହିଁ ପ୍ରେମ କଲେ ଧୋକା ଖାଇବାକୁ ପଡି ନଥାଏ। ବିଶ୍ୱାସି ଝିଅଟିଏ ମିଳିଲେ ଜୀବନରେ ସୁଖଶାନ୍ତି ଭରି ଯାଇଥାଏ।

ପ୍ରତିଷ୍ଠା ହେବ ସନ୍ନି ଲିଓନଙ୍କ ମନ୍ଦିର

ପ୍ରତିଷ୍ଠା ହେବ ସନ୍ନି ଲିଓନଙ୍କ ମନ୍ଦିର

ଅନେକ ସମୟରେ ଦେଖାଯାଇଛି ଭାରତର କିଛି କଳାକାରଙ୍କୁ ତାଙ୍କ ପ୍ରଶଂସକମାନେ ଭଗବାନର ମାନ୍ୟତା ଦେଇଛନ୍ତି। ଏମିତିକି ଏମାନଙ୍କ ଉଦ୍ଦେଶ୍ୟରେ ମନ୍ଦିର ବି ପ୍ରତିଷ୍ଠା କରାଯାଇଛି।

ଫ୍ୟାଶନରେ ‘ଓଲଟା ଜିନ୍ସ’

ଫ୍ୟାଶନରେ ‘ଓଲଟା ଜିନ୍ସ’

ଭାରତୀୟ ମହିଳାମାନେ ପାଶ୍ଚାତ୍ୟ ବେଶଭୂଷା ତଥା ପୋଷାକ ପିନ୍ଧିବାକୁ ଭଲ ପାଆନ୍ତି। ଏସବୁ ମଧ୍ୟରେ ଜିନ୍ସ ସର୍ବୋଚ୍ଚ ସ୍ଥାନରେ ବୋଲି କହିପାରିବା। ଏହା ଭଳିକି ଭଳି ଡିଜାଇନ୍‌ରେ ଉପଲବ୍ଧ ହେଉଥିବାରୁ ଯୁବପୀଢ଼ୀଙ୍କ ମଧ୍ୟରେ ବହୁଳ ବ୍ୟବହାର ହୋଇଥାଏ। ବିଶେଷକରି ମହିଳାମାନଙ୍କ ପାଇଁ ଡିଜାଇନର୍‌ମାନେ ନୁଆ ନୂଆ ଫର୍ମୁଲା ଆପଣାଇଥାନ୍ତି। ନିକଟରେ ଏହି ଟ୍ରେଣ୍ଡରେ ସାମିଲ ହୋଇଛି ଓଲଟା ଜିନ୍ସ।

ସୈନ୍ୟଙ୍କ ସାଥୀ ହେବ ରୋବୋ

ସୈନ୍ୟଙ୍କ ସାଥୀ ହେବ ରୋବୋ

ଓ୍ବାଶିଂଟନ୍‌: ବୈଜ୍ଞାନିକମାନେ ନୂତନ ଜ୍ଞାନକୌଶଳ ପ୍ରୟୋଗକରି ଏକ ରୋବୋ ବିକଶିତ କରିଛନ୍ତି। ଏହା ବିଭିନ୍ନ ପରିସ୍ଥିତିରେ ସ୍ବୟଂକ୍ରିୟ ଭାବରେ କାର୍ଯ୍ୟ କରିବା ସହିତ ଯୁଦ୍ଧକ୍ଷେତ୍ରରେ ମଧ୍ୟ ଜଣେ ସୈନ୍ୟ ଭଳି ଭଙ୍ଗିମା ପ୍ରଦର୍ଶନ କରିପାରିବ। ଆମେରିକୀୟ ଆର୍ମି ରିସର୍ଚ୍ଚ ଲାବୋରେଟରି (ଏଆରଏଲ୍‌) ଏବଂ କାର୍ନିଏଜ୍‌ ମେଲନ୍‌ ୟୁନିଭର୍ସିଟିର ଗବେଷକଙ୍କ ଦ୍ୱାରା ଏଭଳି ପ୍ରଯୁକ୍ତିବିଦ୍ୟା ବିକାଶ କରାଯାଇଛି।

ଗୀତକୁ ନେଇ ଯୁଦ୍ଧ

ଗୀତକୁ ନେଇ ଯୁଦ୍ଧ

ମୁମ୍ବାଇ: ଭିନ୍ନ ଏକ ଅବତାରରେ ପୁଣିଥରେ ପ୍ରଶଂସକଙ୍କୁ ମତୁଆଲା କରିଛନ୍ତି ବଲିଉଡ୍‌ ଅଭିନେତ୍ରୀ ତଥା ଅପୂର୍ବ ସୌନ୍ଦର୍ଯ୍ୟର ରାଣୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ। ନିଜର ଅପ୍‌କମିଂ ଫିଲ୍ମ ‘ଫନି ଖାନ୍‌’ରେ ଐଶ୍ୱର୍ଯ୍ୟାଙ୍କୁ ଏକ ନୂଆ ରୂପରେ ଦେଖିବାକୁ ମିଳିବ। ଅନିଲ କପୁର, ରାଜକୁମାର ରାଓ ଏବଂ ଐଶ୍ୱର୍ଯ୍ୟାଙ୍କ ଅଭିନୀତ ‘ଫନି ଖାନ୍‌’ର ଟ୍ରେଲର୍‌ ଆସିସାରିଛି।

ଶହୀଦ ବାପାଙ୍କ କଫିନ୍‌ ଉପରେ ବସିଲେ ପାଞ୍ଚମାସର ଝିଅ

ଶହୀଦ ବାପାଙ୍କ କଫିନ୍‌ ଉପରେ ବସିଲେ ପାଞ୍ଚମାସର ଝିଅ

ଜୟପୁର: କଶ୍ମୀରରେ ଆତଙ୍କବାଦୀଙ୍କ ଆକ୍ରମଣରେ ଶହୀଦ ହୋଇଥିବା ସେନା ଯବାନ ମୁକୁତ୍‌ ବିହାରୀ ମୀନାଙ୍କ ଗ୍ରାମରେ ଏକ ହୃଦୟବିଦାରକ ଘଟଣା ଘଟିଛି। ଶହୀଦ ମୁକୁତ୍‌ଙ୍କ ମରଶରୀର ଜନ୍ମମାଟି ଲଦାନିଆରେ ପହଞ୍ଚିବା ପରେ ଶେଷକୃତ୍ୟ ପାଇଁ ପ୍ରସ୍ତୁତି ଚାଲିଥାଏ।

ପ୍ରତିବର୍ଷ ଦିବ୍ୟାଙ୍ଗ ସାଜୁଛନ୍ତି ୨୦୦ ଯବାନ

ପ୍ରତିବର୍ଷ ଦିବ୍ୟାଙ୍ଗ ସାଜୁଛନ୍ତି ୨୦୦ ଯବାନ

ନୂଆଦିଲ୍ଲୀ: ସୁରକ୍ଷା ବଳରେ କାର୍ଯ୍ୟରତ ଯବାନମାନେ ବିଭିନ୍ନ ପ୍ରତିକୂଳ ପରିସ୍ଥିତିର ସାମ୍ନା କରନ୍ତି। କେତେବେଳେ ସୀମାରେ ଶତ୍ରୁପକ୍ଷ ସହ ଲଢ଼ନ୍ତି ତ ଆଉ କେତେବେଳେ ଆତଙ୍କବାଦୀ ଓ ମାଓବାଦୀଙ୍କ ସହ ମୁକାବିଲା କରନ୍ତି। ହିମସ୍ଖଳନ ଓ ଭୂସ୍ଖଳନ ଆଦି ଦୁର୍ଘଟଣାର ସାମ୍ନା ମଧ୍ୟ କରନ୍ତି।

ସୌଭାଗ୍ୟ ଲାଗି ମଙ୍ଗଳବାର କରନ୍ତୁ ଏହି ବ୍ରତ

ସୌଭାଗ୍ୟ ଲାଗି ମଙ୍ଗଳବାର କରନ୍ତୁ ଏହି ବ୍ରତ

ସୌଭାଗ୍ୟ ବୃଦ୍ଧି ଲାଗି ମଙ୍ଗଳବାର କିଛି ନିର୍ଦ୍ଦିଷ୍ଟ କାର୍ଯ୍ୟ କରିବାକୁ ଜ୍ୟୋତିଷ ଶାସ୍ତ୍ରରେ ଉଲ୍ଳେଖ ରହିଛି।

ସମୁଦ୍ରରେ ଶୋଇ ପଢିପାରିବେ ଖବର କାଗଜ

ସମୁଦ୍ରରେ ଶୋଇ ପଢିପାରିବେ ଖବର କାଗଜ

ଇସ୍ରାଏଲର ‘ଡେଡ୍‌ ସି’ ବା ମୃତ ସାଗର ପର୍ଯ୍ୟଟକଙ୍କ ପାଇଁ ପାଲଟିଛି ଆକର୍ଷଣର କେନ୍ଦ୍ରବିନ୍ଦୁ। ଖୁବ୍‌କମ୍‌ ସ୍ଥାନରେ ବ୍ୟାପ୍ତ ହୋଇଥିବା ଏହି ସମୁଦ୍ରର ବୈଚିତ୍ର ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ।

Model This Week

ରୂପେଶ