ବ୍ରହ୍ମପୁର

ଯୌତୁକ ହତ୍ୟା ମାମଲା, ସ୍ବାମୀଙ୍କୁ ୭ ବର୍ଷ ଜେଲଦଣ୍ଡ

ଯୌତୁକ ହତ୍ୟା ମାମଲା, ସ୍ବାମୀଙ୍କୁ ୭ ବର୍ଷ ଜେଲଦଣ୍ଡ
ଆସିକା ୨୬।୧୨ (ଡି.ଏନ୍‌.ଏ.)- ମଙ୍ଗଳବାର ଆସିକାର ଅତିରିକ୍ତ ଜିଲା ଦୌରା ଜଜ୍‌ ଜ୍ଞାନ ରଞ୍ଜନ ମହାନ୍ତି ଏକ ଯୌତୁକ ହତ୍ୟା ମାମଲାର ବିଚାର କରି ଅଭିଯୁକ୍ତ ସ୍ବାମୀଙ୍କୁ ୭ ବର୍ଷ କାରାଦଣ୍ଡାଦେଶ ଦେଇଛନ୍ତି। ଦଣ୍ଡାଦେଶ ପାଇଥିବା ବ୍ୟକ୍ତିଜଣକ ହେଲେ ଆଶୁତୋଷ ତ୍ରିପାଠୀ। ଗଞ୍ଜାମ ଜିଲା ଗାଙ୍ଗପୁର ଥାନା ଅନ୍ତର୍ଗତ କ୍ଷତ୍ରିୟବରପୁର ଗ୍ରାମରେ ୨୦୧୪ ଡିସେମ୍ବର ୨୩ ତାରିଖରେ ଏହି ହତ୍ୟାକାଣ୍ଡ ଘଟିଥିଲା। ଅତିରିକ୍ତ ଜିଲା ଦୌରା ଜଜ୍‌ ମହାନ୍ତି ଉକ୍ତ ମାମଲାର ବିଚାର କରି ଅଭିଯୁକ୍ତଙ୍କ ବିରୋଧରେ ହୋଇଥିବା ପୃଥକ ପୃଥକ ୩ଟି ଦଫା ମଧ୍ୟରୁ ଗୋଟିକରେ ୭ ବର୍ଷ କାରାଦଣ୍ଡ, ଅନ୍ୟ ଏକ ଦଫାରେ ୨ ବର୍ଷ କାରାଦଣ୍ଡ ଓ ୨ ହଜାର ଟଙ୍କା ଜରିମାନା ଏବଂ ତୃତୀୟ ଦଫାରେ ୬ ମାସ କାରାଦଣ୍ଡ ସହ ୨ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି। ସବୁ ଦଣ୍ଡ ଏକକାଳୀନ ଭୋଗ କରାଯିବ। ଜରିମାନା ଅର୍ଥ ଅନାଦାୟ ହେଲେ ଅଧିକ ଏକମାସ କାରାଦଣ୍ଡର ଆଦେଶ ମଧ୍ୟ ଦିଆଯାଇଛି। ସୂଚନାଯୋଗ୍ୟ, କ୍ଷତ୍ରିୟବରପୁର ଗ୍ରାମର ଲକ୍ଷ୍ମଣ ତ୍ରିପାଠୀଙ୍କ ପୁଅ ଆଶୁତୋଷଙ୍କ ସହ ସୁରେନ୍ଦ୍ରନାଥ ମିଶ୍ରଙ୍କ ଝିଅ ମିନତିଙ୍କର ବିବାହ ହୋଇଥିଲା। ବିବାହ ସମୟରେ କନ୍ୟାଘର ପକ୍ଷରୁ ଯୌତୁକ ସହ ୫୫ ହଜାର ଟଙ୍କା ଦିଆଯାଇଥିଲା। ପରବର୍ତ୍ତୀ ସମୟରେ ବାପଘରୁ ଅଧିକ ଯୌତୁକ ବାବଦରେ ୪୦ ହଜାର ଟଙ୍କା ଆଣିବା ପାଇଁ ଆଶୁତୋଷ ସ୍ତ୍ରୀ ମିନତିଙ୍କୁ ବାଧ୍ୟ କରିଥିଲେ। ଏପରି କି ଏଥିପାଇଁ ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିଲେ। ଏଭଳି ପରିସ୍ଥିତିରେ ୨୦୧୪ ଡିସେମ୍ବର ୨୩ ତାରିଖରେ ପୋଡି ହୋଇ ମିନତିଙ୍କ ମୃତ୍ୟୁ ଘଟିଥିବା ତାଙ୍କ ବାପଘରକୁ ଖବର ଦିଆଯାଇଥିଲା। ମିନତିଙ୍କ ବାପା କ୍ଷତ୍ରିବରପୁରରେ ପହଞ୍ଚତ୍ ପରିସ୍ଥିତି ଦେଖିବା ପରେ ଘଟଣା ସମ୍ପର୍କରେ ଗାଙ୍ଗପୁର ଥାନାରେ ଅଭିଯୋଗ କରିଥିଲେ। ପୋଲିସ ତଦନ୍ତ କରି ଅଭିଯୁକ୍ତଙ୍କ ବିରୋଧରେ ୪୯୮(ଏ), ୩୦୪(ବି) ଓ ୪(ଡିପି) ଆକ୍ଟରେ ଅଭିଯୋଗ ଫର୍ଦ୍ଦ ପ୍ରସ୍ତୁତ କରି ବିଚାର ନିମନ୍ତେ ଅଦାଲତକୁ ପଠାଇଥିଲା।
All Right Reserved By

ବ୍ରହ୍ମପୁର

୮ ଜୁଆଡି ଗିରଫ

୮ ଜୁଆଡି ଗିରଫ

ବ୍ରହ୍ମପୁର ଅଫିସ, ୨୩।୧୦: ଗୋଶାଣି ନୂଆଗାଁ ଥାନା ଅନ୍ତର୍ଗତ ଶଙ୍କର ରାଇସ ମିଲ୍‌ ପଛ ପଟେ ଜୁଆ ଖେଳ ଚାଲୁଥିବାବେଳେ ଥାନା ଅଧିକାରୀ କୁଳମଣି ସେଠୀଙ୍କ ନେତୃତ୍ୱରେ ଅତର୍କିତ ଚଢ଼ାଉ କରି ୮ଜଣ ଜୁଆଡିଙ୍କୁ ଗିରଫ କରାଯାଇଛି।

ବ୍ରହ୍ମପୁର ସହରର ସମସ୍ତ ବ୍ୟାଙ୍କରେ ମକଡ୍ରିଲ

ବ୍ରହ୍ମପୁର ସହରର ସମସ୍ତ ବ୍ୟାଙ୍କରେ ମକଡ୍ରିଲ

ବ୍ରହ୍ମପୁର ଅଫିସ,୨୩।୧୦: ବ୍ରହ୍ମପୁର ଏସ୍‌ପି ପିନଙ୍କ ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ ମଙ୍ଗଳବାର ବ୍ରହ୍ମପୁର ପୋଲିସ ପକ୍ଷରୁ ସହରର ସମସ୍ତ ବ୍ୟାଙ୍କଗୁଡିକରେ ମକଡ୍ରିଲ ଅନୁଷ୍ଠିତ ହୋଇଯାଇଛି। 

ଔଷଧ ଭାବି ବିଷ ପିଇ ମହିଳା ମୃତ

ଔଷଧ ଭାବି ବିଷ ପିଇ ମହିଳା ମୃତ

ପାତ୍ରପୁର,୨୨ା୧୦(ଡି.ଏନ୍‌.ଏ.)-ପାତ୍ରପୁର ବ୍ଲକ ଆଙ୍କୁଲି ପଞ୍ଚାୟତ ଚରିଆବାଡ଼ ଗ୍ରାମର ଜଣେ ମହିଳା ପେଟ ବ୍ୟଥା ଔଷଧ ଭାବି ବିଷ ପିଇ ମୃତ୍ୟୁ ବରଣ କରିଛନ୍ତି। ସେ ହେଲେ ନରେନ୍ଦ୍ର ପ୍ରଧାନଙ୍କ ସ୍ତ୍ରୀ ରେଣୁ ପ୍ରଧାନ। 

ପାଣି ସୁଅରେ ଘର ସହ ୬ଜଣ ଭାସିଯିବା ଘଟଣା:ଆଉ ଜଣଙ୍କ ମୃତଦେହ ମିଳିଲା

ସୋରଡା,୨୩ା୧୦(ଡି.ଏନ୍‌.ଏ.)-ଗଞ୍ଜାମ ଜିଲା ସୋରଡାଠାରୁ ଦାରିଙ୍ଗବାଡି ଜାତୀୟ ରାଜପଥ ନଂ.୫୯ ପାର୍ଶ୍ୱରେ ଥିବା ଗାଜଲବାଡି ପଞ୍ଚାୟତ ଆମ୍ବକଣ ଗଁା ନିକଟ ଅଡାଙ୍ଗି ନାଳରେ ବନ୍ୟାପାଣି ଆସିବାରୁ ଗତ ୧୧ ତାରିଖରେ ଘର ସହ ୬ ଜଣ ଭାସି ଯାଇଥିଲେ। 

କୋଠରଶିଙ୍ଗି ଗଣ୍ଡଗୋଳ ଘଟଣା : ଉଭୟ ପକ୍ଷରୁ ଥାନାରେ ଏତଲା

ବ୍ରହ୍ମପୁର ଅଫିସ୍‌,୨୨ା୧୦: ଗୋଳନ୍ଥରା ଥାନା ଅନ୍ତର୍ଗତ କୋଠରଶିଙ୍ଗି ଗ୍ରାମରେ ୧୯ ତାରିଖ ରାତିରେ ହୋଇଥିବା ଗଣ୍ଡଗୋଳ ଓ ମାରପିଟ ଘଟଣାକୁ ନେଇ ଉଭୟ ପକ୍ଷରୁ ଥାନାରେ ଏତଲା ଦିଆଯାଇଛି ା 

ଚାଷଜମିକୁ କେନ୍ଦ୍ରକରି ସବର୍ଣ୍ଣ-ଅସବର୍ଣ୍ଣ ଗୋଷ୍ଠୀ ବିବାଦ: ଗୃହଦାହ ଅଭିଯୋଗ

ଚାଷଜମିକୁ କେନ୍ଦ୍ରକରି ସବର୍ଣ୍ଣ-ଅସବର୍ଣ୍ଣ ଗୋଷ୍ଠୀ ବିବାଦ: ଗୃହଦାହ ଅଭିଯୋଗ

ଦିଗପହଣ୍ଡି/ପାଟପୁର, ୨୩ା୧୦(ଡି.ଏନ.ଏ.)-ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ଦସେଇପୁର ଗ୍ରାମରେ ଚାଷଜମି ମାଲିକାନା ସତ୍ତ୍ବକୁ ନେଇ ସବର୍ଣ୍ଣ-ଅସବର୍ଣ୍ଣ ଗୋଷ୍ଠୀଙ୍କ ମଧ୍ୟରେ ବିବାଦ ପୁଣିଥରେ ମୁଣ୍ଡ ଟେକିଛି। ଉଭୟ ଗୋଷ୍ଠୀ ମଧ୍ୟରେ ଆକ୍ରମଣ ପ୍ରତିଆକ୍ରମଣ ବିସ୍ଫୋରକ ପରିସ୍ଥିତି ସୃଷ୍ଟି କରିଛି। 

୬ ଦିନ ପରେ ମହିଳାଙ୍କ ମୃତଦେହ ଉଦ୍ଧାର

୬ ଦିନ ପରେ ମହିଳାଙ୍କ ମୃତଦେହ ଉଦ୍ଧାର

ବୁଗୁଡ଼ା,୨୩ା୧୦(ଡି.ଏନ.ଏ.)-ବୁଗୁଡ଼ା ଥାନା ବେତାରସିଙ୍ଗି ପାହାଡ଼ ପଛପଟୁ ସୋମବାର ମଧ୍ୟାହ୍ନରେ ବୁଗୁଡ଼ା ପୋଲିସ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ସହ ଏକ ରକ୍ତଭିଜା ଛୁରୀ ଜବତ କରିଛି। ମୃତକ ହେଲେ ଲକ୍ଷ୍ମୀ ପ୍ରଧାନ (୨୮)। ଲକ୍ଷ୍ମୀଙ୍କ ମା’ ତାଙ୍କ ଝିଅକୁ ହତ୍ୟା କରାଯାଇଥିବା ପୋଲିସକୁ କହିଛନ୍ତି। 

ବିବାହ ପାଇଁ ଜିଦ୍‌ କରିବାରୁ କଲେଜ ଛାତ୍ରୀଙ୍କୁ ହତ୍ୟା

ବିବାହ ପାଇଁ ଜିଦ୍‌ କରିବାରୁ କଲେଜ ଛାତ୍ରୀଙ୍କୁ ହତ୍ୟା

ପାତ୍ରପୁର,୨୩ା୧୦(ଡି.ଏନ୍‌.ଏ.)-ଗଞ୍ଜାମ ଜିଲା ଜରଡା ଥାନା ଖାରିଆଗୁଡା ପଞ୍ଚାୟତ ଅଧୀନ ଏସ.ନୂଆଗଁାସ୍ଥିତ ଅଜା ଘରେ ରହି ପାଠ ପଢୁଥିବା ଜଣେ ଛାତ୍ରୀଙ୍କୁ ତାଙ୍କ ପ୍ରେମିକ ହତ୍ୟା କରିଛନ୍ତି। ଶନିବାର ହତ୍ୟାକାଣ୍ଡ ଘଟିଥିଲେ ମଧ୍ୟ ସୋମବାର ହତ୍ୟାକାରୀ ଜରଡା ଥାନାରେ ଆତ୍ମସମର୍ପଣ କରି ସବୁକଥା କହିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ କୂଅରୁ ମୃତଦେହ ଜବତ କରିବା ସହ ନଂ.୧୭୪/୧୮ରେ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଚଳାଇଛି।

ଛତ୍ରପୁର-ତାରାତାରିଣୀ ରାସ୍ତା ଅବରୋଧ କଲେ ଲୋକେ

ଛତ୍ରପୁର-ତାରାତାରିଣୀ ରାସ୍ତା ଅବରୋଧ କଲେ ଲୋକେ

ଛତ୍ରପୁର/ ଗଞ୍ଜାମ, ୨୩ା୧୦ (ଡି.ଏନ.ଏ)-ଗଞ୍ଜାମ ବ୍ଲକ କରପଡା ପଞ୍ଚାୟତ ବିରିପୁର ଗାଁରେ ଲୋକଙ୍କୁ ରବିବାର ବିଳମ୍ବିତ ରାତିରେ ଭୟଭୀତ କରିବା ସହ  ମାରଣାସ୍ତ୍ର ଧରି କେତେଜଣ ବଟି ମାଗିଥିବା ଅଭିଯୋଗ ହୋଇଛି ା 

ରାଜୀବ ଆବାସ ପାଇଁ ଜିଲାପାଳଙ୍କ ଦ୍ୱାରସ୍ଥ

ରାଜୀବ ଆବାସ ପାଇଁ ଜିଲାପାଳଙ୍କ ଦ୍ୱାରସ୍ଥ

ବ୍ରହ୍ମପୁର ଅଫିସ,୨୩ା୧୦-ବ୍ରହ୍ମପୁର ମହାନଗର ନିଗମ (ବିଏମସି)ର ୩୮ ନଂ. ୱାର୍ଡ ଖୋଳାସାହି ଅଞ୍ଚଳରେ ରାଜୀବ ଆବାସ ଯୋଜନା(ଆରଏୱାଇ)ରେ ଗୃହ ନିର୍ମାଣ ପାଇଁ ୨୦୧୬ରେ ଜବରଦଖଲ ଉଚ୍ଛେଦ କରାଯାଇଥିଲା ା ଉଚ୍ଛେଦ ହୋଇଥିବା ଲୋକଙ୍କୁ ରାଜୀବ ଆବାସ ପ୍ରଦାନ କରାଯିବ ବୋଲି ବିଏମସି ପକ୍ଷରୁ ସେ ସମୟରେ ପ୍ରତିଶ୍ରୁତି ଦିଆଯାଇଥିଲା। 

ତ୍ୱରିତ ପଦକ୍ଷେପରୁ ଟଳିଗଲା ମହାମାରୀ

ତ୍ୱରିତ ପଦକ୍ଷେପରୁ ଟଳିଗଲା ମହାମାରୀ

ବ୍ରହ୍ମପୁର ଅଫିସ,୨୩ା୧୦-ବାତ୍ୟା ତିତ୍‌ଲି ପରବର୍ତ୍ତୀ ବନ୍ୟାରେ ଗଞ୍ଜାମ ଜିଲା ପ୍ରଭାବିତ ହୋଇଥିଲା। ଅଧିକାଂଶ ବ୍ଲକର ବିଭିନ୍ନ ଗ୍ରାମ ଜଳମଗ୍ନ ହୋଇଥିଲା। ଏପରିକି ଘରେ ମଧ୍ୟ ପାଣି ପଶି ଯାଇଥିଲା। 

ନିଖୋଜର ୬ ଦିନ ପରେ ମହିଳାଙ୍କ ମୃତଦେହ ଉଦ୍ଧାର: ରକ୍ତଭିଜା ଛୁରୀ ଜବତ

ନିଖୋଜର ୬ ଦିନ ପରେ ମହିଳାଙ୍କ ମୃତଦେହ ଉଦ୍ଧାର: ରକ୍ତଭିଜା ଛୁରୀ ଜବତ

ବୁଗୁଡ଼ା,୨୨ା୧୦(ଡି.ଏନ.ଏ.)- ବୁଗୁଡ଼ା ଥାନା ବେତାରସିଙ୍ଗି ପାହାଡ଼ ପଛପଟୁ ସୋମବାର ମଧ୍ୟାହ୍ନରେ ବୁଗୁଡ଼ା ପୋଲିସ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ସହ ଏକ ରକ୍ତଭିଜା ଛୁରୀ ଜବତ କରିଛି। ମୃତକ ଜଣକ ହେଲେ ଲକ୍ଷ୍ମୀ ପ୍ରଧାନ (୨୮)। ଲକ୍ଷ୍ମୀଙ୍କ ମା’ ତାଙ୍କ ଝିଅକୁ ହତ୍ୟା କରାଯାଇଥିବା ପୋଲିସକୁ କହିଛନ୍ତି। ଏନେଇ ନଂ. ୨୪୫/୧୮ରେ ଏକ ହତ୍ୟା ମାମଲା ରୁଜୁ କରିବା ସହ ମୃତଦେହ ଜବତ କରି ପୋଲିସ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ଼ ମେଡିକାଲକୁ ପଠାଇଛି। ଏଥିସହ ହତ୍ୟାକାଣ୍ଡର ତଦନ୍ତ ଚାଲୁ ରଖିବା ସହ ହତ୍ୟାକାରୀ ତୁରନ୍ତ ଧରାଯିବ ବୋଲି ପୋଲିସ କହିଛି।