ବାଲେଶ୍ୱର

ଚୋରା ଚାର୍ଜକ୍ରୋମ୍‌ ବୋଝେଇ ଟ୍ରକ୍‌ ଜବତ

ଚୋରା ଚାର୍ଜକ୍ରୋମ୍‌ ବୋଝେଇ ଟ୍ରକ୍‌ ଜବତ

ବାଲେଶ୍ୱର ଅଫିସ/ରେମୁଣା, ୨୬।୧୨(ଡି.ଏନ.ଏ.)-ବାଲେଶ୍ୱର ଶିଳ୍ପାଞ୍ଚଳ ଥାନା ସମ୍ମୁଖରୁ ଚୋରା ଚାର୍ଜକ୍ରୋମ୍‌ ପଥର ବୋଝେଇ ଟ୍ରକ ଜବତ ହୋଇଛି। ଏହି ପଥରର ଆନୁମାନିକ ମୂଲ୍ୟ ୫ଲକ୍ଷ ଟଙ୍କା ହେବ। ଡ୍ରାଇଭର ଉତ୍ତରପ୍ରଦେଶ ବାରଣାସୀର ସରେୟା ଅଞ୍ଚଳର ସମଜିତ୍‌ ଯାଦବ (୩୦) ଏବଂ ହେଲପର ଝାଡ଼ଖଣ୍ଡ ରାଜ୍ୟ ରାଞ୍ଚତ୍ର ଖୁଣ୍ଟି ଅଞ୍ଚଳର ହାହୁଲ ସୋନି (୨୨)ଙ୍କୁ ଗିରଫ କରାଯାଇଛି। ଥାନାରେ ମାମଲା (ନଂ. ୧୪୭/୧୭) ରୁଜୁ କରାଯାଇ ଗିରଫ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଛି। ଚୋରା ଚାର୍ଜକ୍ରୋମ୍‌ ପଥର ମୂଲ୍ୟ ଲକ୍ଷାଧିକ ଟଙ୍କା ହୋଇଥିବା ବେଳେ ଏହାର ଚେର ଲମ୍ବିଛି ଓଡ଼ିଶାର ଯାଜପୁରରୁ ଉତ୍ତରପ୍ରଦେଶର ବନାରସ ପର୍ଯ୍ୟନ୍ତ। ଯାଜପୁର ଭିସା ଷ୍ଟିଲ୍‌ କମ୍ପାନୀରୁ ବାହାରୁଥିବା ଚାର୍ଜକ୍ରୋମ୍‌ ଦେଶର ବିଭିନ୍ନ ଷ୍ଟିଲପ୍ଲାଣ୍ଟକୁ ଯୋଗାଣ କରାଯାଏ। ଭିସା ଷ୍ଟିଲ୍‌ର ଲେବୁଲ୍‌ ମାର୍କ ଲଗାଯାଇ ଏହି ଚାର୍ଜକ୍ରୋମ୍‌କୁ ପ୍ୟାକିଂ କରାଯାଇଥାଏ। ଏହାପରେ ମଧ୍ୟ ଟ୍ରକ୍‌ ଡ୍ରାଇଭର ଏବଂ ହେଲପରମାନେ ରାସ୍ତାରେ ଯାଉଥିବା ବେଳେ ବିଭିନ୍ନ ସବ୍‌ଏଜେଣ୍ଟମାନଙ୍କ ଦ୍ୱାରା ଅଳ୍ପ ଅଳ୍ପ ବିକ୍ରି କରିଥାନ୍ତି। ଏହାକୁ ଏକତ୍ର କରାଯାଇ ବେଆଇନ ଭାବେ ମାଫିଆମାନେ କମ୍‌ ମୂଲ୍ୟରେ ଷ୍ଟିଲପ୍ଲାଣ୍ଟଗୁଡ଼ିକୁ ଯୋଗାଣ କରିଥାନ୍ତି। ୧୨ଚକିଆ ଟ୍ରକ୍‌ (ନଂ. ଡବ୍ଲ୍ୟୁବି୧୧ଡି-୪୨୫୧)ରେ ୧୯ଟନ୍‌ର ଚୋରା ଚାର୍ଜକ୍ରୋମ୍‌ ବୋଝେଇ କରିଯାଉଥିବା ବେଳେ ବାମପଦା ଛକରେ ପୋଲିସ ଜବତ କରିଥିଲା। ଜବତ ଚାର୍ଜକ୍ରୋମ୍‌ ଭିସା ଷ୍ଟିଲ୍‌ର କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରାଯିବା ସହ ଏହି ବେପାରର ଚୋରା କାରବାର ଯାଜପୁରଠାରୁ ଆରମ୍ଭ କରି ବନାରସ ପର୍ଯ୍ୟନ୍ତ ଲମ୍ବିଥିବାର ଶିଳ୍ପାଞ୍ଚଳ ଥାନା ଅଧିକାରୀ ପରେଶ ରାଉତ କହିଛନ୍ତି।

All Right Reserved By

ବାଲେଶ୍ୱର

କୁଣ୍ଡୁଳାଇ ହାଇସ୍କୁଲରେ ଆଇନ ସଚେତନତା

କୁଣ୍ଡୁଳାଇ ହାଇସ୍କୁଲରେ ଆଇନ ସଚେତନତା

ଆନନ୍ଦପୁର, ୨୦।୭(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ବେଲବାହାଳିଠାରେ ଥିବା କୁଣ୍ଡୁଳାଇ ହାଇସ୍କୁଲ ପରିସରରେ ଆଇନ ସଚେତନତା ଶିବିର ହୋଇଯାଇଛି।

ୱାର୍ଡରେ ବୁଲିଲା ଡେଙ୍ଗୁ ସଚେତନତା ରଥ

ୱାର୍ଡରେ ବୁଲିଲା ଡେଙ୍ଗୁ ସଚେତନତା ରଥ

ଚମ୍ପୁଆ,୨୦।୭(ଡି.ଏନ.ଏ.): ଚମ୍ପୁଆ ଅଧିସୂଚିତ କ୍ଷେତ୍ର ପରିଷଦରେ ଡେଙ୍ଗୁ ସଚେତନତା କାର୍ଯ୍ୟକ୍ରମ ଶୁକ୍ରବାର ଉପଜିଲାପାଳ ପାରୁଲ ପଟାୱରୀଙ୍କ ଦ୍ୱାରା ଶୁଭାରମ୍ଭ ହୋଇଯାଇଛି।

କୁସୁମିତା ସ୍କୁଲରେ ଜିଲାପାଳ

ରାଇସୁଆଁ, ୨୦।୭(ଡି.ଏନ.ଏ.): କେନ୍ଦୁଝର ଜିଲା ସଦର ବ୍ଲକ କୁସୁମିତା ଗ୍ରାମରେ ହାତୀ ଉପଦ୍ରବରେ ଲୋକେ ଭୟଭୀତ ହୋଇପଡ଼ିଛି। କୁସୁମିତାରେ ଥିବା ଆବାସିକ ବିପ୍ଳବୀ ଧରଣୀଧର ଶିକ୍ଷାକେନ୍ଦ୍ର ଛାତ୍ରୀ ନିବାସର ପାଚେରିକୁ ହାତୀ ଭାଙ୍ଗି ଦେଇଥିଲା।

ଗଣଶିକ୍ଷା ମନ୍ତ୍ରୀଙ୍କ ଅଚାନକ ଚଢ଼ାଉ

କେନ୍ଦୁଝର, ୨୦।୭(ସ୍ବ.ପ୍ର.): ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର ଶୁକ୍ରବାର ଅଚାନକ ତେଲକୋଇ ଗସ୍ତ କରିଥିଲେ। ଓରିଆ ଗ୍ରାମ ନିକଟରେ ଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପରିଦର୍ଶନ କରି ବ୍ୟାପକ ଅନିୟମତତା ଦେଖି ରିପୋର୍ଟ ତଲବ କରିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି।

ଜଣେ ଶିକ୍ଷକଙ୍କ ଦରମା ବନ୍ଦ

ଜଣେ ଶିକ୍ଷକଙ୍କ ଦରମା ବନ୍ଦ

ଚମ୍ପୁଆ, ୨୦। ୭(ଡି.ଏନ.ଏ.): ନୂତନ ଭାବେ ଚମ୍ପୁଆ ବ୍ଲକ ଶିକ୍ଷା ଅଧିକାରୀ ରୂପେ ଗୋବର୍ଦ୍ଧନ ନାଏକଙ୍କ ଯୋଗ ଦେବା ପରେ ବିଦ୍ୟାଳୟର ଆନୁସାଙ୍ଗିକ ବ୍ୟବସ୍ଥା ଓ ଶିକ୍ଷା ଦାନର ମାନ ବୃଦ୍ଧି ଉପରେ ଗୁରୁତ୍ୱାରୋପ କରିଛନ୍ତି।

୪ ଫେରାର ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

ଭଦ୍ରକ ଅଫିସ,୨୦।୭- ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ନାୟକାଣିଡିହି ଥାନା ଅଧିକାରୀ ରତିକାନ୍ତ ଗିରିଙ୍କର ନିର୍ଦ୍ଦେଶରେ ଫେରାର ଅଭିଯୁକ୍ତଙ୍କୁ ଧରିବା ପାଇଁ ଜୋରଦାର ଚଢ଼ାଉ ଆରମ୍ଭ ହୋଇଛି।

ରାସ୍ତା ପାର୍ଶ୍ୱରେ ବୃକ୍ଷରୋପଣ

ରାସ୍ତା ପାର୍ଶ୍ୱରେ ବୃକ୍ଷରୋପଣ

ତିହିଡ଼ି,୨୦।୭(ଡି.ଏନ.ଏ.)- ଭଦ୍ରକ ଜିଲା ତିହିଡ଼ି ଯୁବମଞ୍ଚ ପକ୍ଷରୁ ଗୁରୁବାର ଅପରାହ୍ନରେ ସୟା-ତଳବନ୍ଧ ରାସ୍ତା ପାର୍ଶ୍ୱରେ ବୃକ୍ଷରୋପଣ କରାଯାଇଛି ।ଏହାଛଡ଼ା ଲଗାଯାଇଥିବା ଗଛର ସୁରକ୍ଷା ପାଇଁ ମଧ୍ୟ ବ୍ୟବସ୍ତା କରାଯାଇଥିଲା ।

ଯୌତୁକ ପାଇଁ ମହିଳାଙ୍କୁ ହତ୍ୟା, ଅଭିଯୋଗ

ତିହିଡ଼ି,୨୦।୭(ଡି.ଏନ.ଏ.)- ଭଦ୍ରକ ଜିଲା ତିହିଡ଼ି ଥାନା ସିନ୍ଦୋଳ ପଞ୍ଚାୟତ ଅଧୀନ ନୂଆପାଟଣା ଗ୍ରାମର କବିତା ଜେନା (୩୭) ନାମ୍ନୀ ଜଣେ ମହିଳାଙ୍କୁ ଗୁରୁବାର ଯୌତୁକ ପାଇଁ ହତ୍ୟା କରାଯାଇଥିବା ତିହିଡ଼ି ଥାନାରେ ଅଭିଯୋଗ ହୋଇଛି।

ସମବାୟ ଆପଣଙ୍କ ଦ୍ୱାରରେ କାର୍ଯ୍ୟକ୍ରମ

ଚାନ୍ଦବାଲି,୨୦।୭(ଡି.ଏନ.ଏ.)-ଘଟପୁର ସେବା ସମବାୟ ସମିତି ପକ୍ଷରୁ ସମବାୟ ଆପଣଙ୍କ ଦ୍ୱାର ଦେଶରେ କାର୍ଯ୍ୟକ୍ରମ ବୁଧବାର ଅନୁଷ୍ଠିତ ହୋଇଯାଇଛି। ସମିତିର ସଭାପତି ଅଜୟ ସୂତାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଭଦ୍ରକ ଜିଲାପରିଷଦ ଅଧ୍ୟକ୍ଷ ଦ୍ୱିଜବର ରାଉତ, ବିଜେଡି ରାଜ୍ୟ ପରିଷଦ ସଭ୍ୟ ଅଶୋକ ବଳ, ଏଆରସିଏସଙ୍କ ପ୍ରତିନିଧି ବସନ୍ତ କୁମାର ରଣା, ଚାନ୍ଦବାଲି ଶାଖା ପରିଚାଳକ ରୁଦ୍ର ପ୍ରସାଦ ମିଶ୍ର, ମତୋ ପ୍ରାଣୀ ଚିକିତ୍ସକ ଝାନସୀରାଣୀ ପାତ୍ର, ସରପଞ୍ଚ ସରୋଜ ବଳଙ୍କ ସମେତ ବିଭିନ୍ନ ସମବାୟ ସମିତିର ସମ୍ପାଦକମାନେ ଯୋଗ ଦେଇଥିଲେ।

ଚାଷୀଙ୍କ ଉପକାରରେ ଲାଗି ଆସୁଛି ସମବାୟ ସମିତି

ତିହିଡ଼ି,୨୦।୭(ଡି.ଏନ.ଏ.)- ଭଦ୍ରକ ଜିଲା ତିହିଡି ବ୍ଲକ ଅଧୀନ ଶ୍ୟାମସୁନ୍ଦରପୁର ସେବା ସମବାୟ ସମିତି ପକ୍ଷରୁ ଶୁକ୍ରବାର ଅପରାହ୍ନରେ ସମବାୟ ଆପଣଙ୍କ ଦ୍ୱାରରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

  ବର୍ଷା ହେଲେ  ରାସ୍ତା ବେହାଲ

ବର୍ଷା ହେଲେ ରାସ୍ତା ବେହାଲ

ଭଞ୍ଜକିଆ,୨୦।୭(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ରରୁଅଁ। ବ୍ଲକ ଅଧୀନ ଭଞ୍ଜକିଆ ସି.ପି. କଲେଜ ମୁଖ୍ୟ ରାସ୍ତା ଓ ଉମରପୋଷି ରାସ୍ତା ସାମାନ୍ୟ ବର୍ଷାରେ ବେହାଲ ହୋଇ ଯାଉଛି।

 ପିଲାଙ୍କ ଭିତରେ ଦେଶପ୍ରେମର ଭାବ ଜାଗ୍ରତ  ଆବଶ୍ୟକ

ପିଲାଙ୍କ ଭିତରେ ଦେଶପ୍ରେମର ଭାବ ଜାଗ୍ରତ ଆବଶ୍ୟକ

ଗୋପବନ୍ଧୁନଗର,୨୦।୭(ଡି.ଏନ.ଏ.)-ସାମ୍ପ୍ରତିକ ସମାଜରେ ନୈତିକ ଚେତନାର ଅଭାବ ପାଇଁ ବିଭିନ୍ନ ସମସ୍ୟା ଦେଖା ଦେଉଛି। ଭାରତୀୟ ସଂସ୍କୃତି ପରମ୍ପରାକୁ ଉଦ୍‌ଜିବୀତ କରାଇବା ପାଇଁ ପିଲାମାନଙ୍କ ଭିତରେ ଆଧ୍ୟାତ୍ମିକ ଚେତନା ସହିତ ଦେଶପ୍ରେମର ଭାବ ଜାଗ୍ରତ ହେବା ଉଚିତ୍‌ ।

Model This Week

ରୂପେଶ