ବାଲେଶ୍ୱର

ସର୍ବଭାରତୀୟ ଆଜାଦ ଚ୍ୟାଲେଞ୍ଜ କପ୍‌ କ୍ରିକେଟ ଟୁର୍ନାମେଣ୍ଟ: ଫାଇନାଲରେ କଟକର ରାଇଜିଂ ଷ୍ଟୁଡେଣ୍ଟ

ସର୍ବଭାରତୀୟ ଆଜାଦ ଚ୍ୟାଲେଞ୍ଜ କପ୍‌ କ୍ରିକେଟ ଟୁର୍ନାମେଣ୍ଟ:  ଫାଇନାଲରେ କଟକର ରାଇଜିଂ ଷ୍ଟୁଡେଣ୍ଟ

କରଞ୍ଜିଆ, ୨୬।୧୨ (ଡି.ଏନ୍‌.ଏ.) -ମୟୂରଭଞ୍ଜ ଜିଲାର କରଞ୍ଜିଆ ବ୍ଲକ୍‌ ଚଢ଼େଇଭୋଳ ଖେଳ ପଡ଼ିଆଠାରେ ନ୍ୟୁ ଆଜାଦ ସ୍ପୋର୍ଟସ୍‌ ଆଣ୍ଡ କଲଚରାଲ କ୍ଲବ୍‌ ଆନୁକୂଲ୍ୟରେ ଚାଲିଥିବା ୧୦ମ ସର୍ବଭାରତୀୟ ଆଜାଦ ଚ୍ୟାଲେଞ୍ଜ କପ କ୍ରିକେଟ ଟୁର୍ନାମେଣ୍ଟର ଗ୍ରୁପ ‘ଏ’ ପ୍ରଥମ ସେମିଫାଇନାଲ ମ୍ୟାଚ ଖେଳି କଟକର ରାଇଜିଂ ଷ୍ଟୁଡେଣ୍ଟ ଦଳ ଫାଇନାଲରେ ପ୍ରବେଶ କରିଛି। ଏହି ଦଳ ପ୍ରଥମେ ଟସ୍‌ ଜିତି ବ୍ୟାଟିଂ କରିଥିଲା। ନିର୍ଦ୍ଧାରିତ ୩୦ ଓଭର ଖେଳରେ ଦଳ ସମସ୍ତ ଉଇକେଟ ହରାଇ ୨୯.୨ ଓଭରରେ ୨୪୧ ରନ୍‌ ସଂଗ୍ରହ କରିଥିଲା। ଦଳ ପକ୍ଷରୁ ପି.ରୌସନ ରାଓ ୪୧ ବଲ ଖେଳି ୫୪ ରନ୍‌ ସଂଗ୍ରହ କରିଥିଲେ। ସେଥିମଧ୍ୟରୁ ୪ଟି ଛକା ଏବଂ ୨ଟି ଚୌକା ସାମିଲ ଥିଲା। ରାଇଜିଂ ଦଳର ରଣଜି ତାରକା ଶୁଭ୍ରାଂଶୁ ସେନାପତି ୩୭ ବଲ ଖେଳି ଧୂଆଁଧାର ବ୍ୟାଟିଂ କରି ୭୦ ରନ୍‌ କରିଥିଲେ। ୭୦ ରନ୍‌ ମଧ୍ୟରେ ୩ଟି ଛକା, ୧୦ଟି ଚୌକା ସାମିଲ ଥିଲା। କଟକ ଦଳର ଅଧିନାୟକ ଝାମେଲା ମହାପାତ୍ର ୨୬ ବଲ ଖେଳି ୩୯ ରନ୍‌ କରିଥିଲେ। ୩୯ ରନ୍‌ ଭିତରୁ ୩ଟି ଛକା ଓ ୨ଟି ଚୌକା ଥିଲା। ଟାଟା ଦଳ ଲିଓ ତରଫରୁ ସୁରଜ ସିଂ ୬ ଓଭର ବୋଲିଂ କରି ୪ଟି ଉଇକେଟ ନେଇଥିଲେ। ହ୍ୟାପି ସିଂ ୫ ଓଭର ୨ ବଲରେ ୨୩ ରନ୍‌ ଦେଇ ୩ ଉଇକେଟ ଅକ୍ତିଆର କରିଥିଲେ। ଇନିଂସ ଆରମ୍ଭ କରି ଟାଟା ଦଳ ୨୦.୩ ଓଭର ଖେଳି ୧୨୨ ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା। ଦଳ ପକ୍ଷରୁ ରାଜୀବ ରଞ୍ଜନ ୩୦ ବଲ ଖେଳି ୩୮ ରନ୍‌ ସଂଗ୍ରହ କରିଥିଲେ। ସେଥିମଧ୍ୟରେ ୪ ଚୌକା ଓ ୪ ଛକା ରହିିଥିଲେ। ନିତଲେସ ଭାରତୀ ୧୫ ବଲ ଖେଳି ୧ ଛକା ଓ ୨ଟି ଚୌକା ମାରି ୧୯ ରନ୍‌ କରିଥିଲେ। ରାଇଜିଂ ଷ୍ଟୁଡେଣ୍ଟର ସିଦ୍ଧାର୍ଥ ସିହ୍ନା ୪ ଓଭର ବୋଲିଂ କରି ୨୫ ରନ୍‌ ଦେଇ ୫ ଉଇକେଟ ଅକ୍ତିଆର କରିଥିବା ବେଳେ ବିପ୍ଳବ ସାମନ୍ତରାଏ ୪ ଓଭର ବୋଲିଂ କରି ୯ ରନ୍‌ ଦେଇ ୨ ଉଇକେଟ ନେଇଥିଲେ। ଏହି ଖେଳରେ ରାଇଜିଂ ଷ୍ଟୁଡେଣ୍ଟ ଦଳର ସିଦ୍ଧାର୍ଥ ସିହ୍ନା ମ୍ୟାନ ନ ଅଫ୍‌ ଦି ମ୍ୟାଚ ଭାବେ ବିବେଚିତ ହୋଇ ରିୟାଜୁଦ୍ଦିନ ଓ ଏମ୍‌.ଡ଼ି. କାୟୁମ୍‌ଙ୍କ ଠାରୁ ପୁରସ୍କୃତ ହୋଇଥିଲେ। ଏହି ଖେଳ ଦେଖିବା ପାଇଁ ୫ ହଜାରରୁ ଊର୍ଦ୍ଧ୍ୱ ଦର୍ଶକ ଉପସ୍ଥିତ ଥିଲେ। ବୁଧବାର ଗ୍ରୁପ ‘ବି’ ର ପ୍ରଥମ ଖେଳ ରାଞ୍ଚତ୍ ରେଳବାଇ ଦଳ ଓ ଭୁବନେଶ୍ୱରର ମୁକ୍ତେଶ୍ୱର ଦଳ ମଧ୍ୟରେ ଅନୁଷ୍ଠିତ ହେବ ବୋଲି ସଂଗଠନ ସମ୍ପାଦକ ସବିର ଅଲ୍ଲି ଏକ ପ୍ରେସ୍‌ ବିବୃତ୍ତିରେ ଜଣାଇଛନ୍ତି। ଏହି ଟୁର୍ନାମେଣ୍ଟ ଗତ ୨୪ ତାରିଖଠାରୁ ଆରମ୍ଭ ହୋଇଛି। ଆସନ୍ତା ୭ ତାରିଖରେ ଫାଇନାଲ ଖେଳ ହେବ।

All Right Reserved By

Model This Week

ନିକିତା

ବାଲେଶ୍ୱର

ଡମ୍ପରକୁ ଧକ୍କାଦେଇ ବୁଲେଟ୍‌ ଆରୋହୀ ମୃତ

ଜଳେଶ୍ୱର,୨୨।୪(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ଜଳେଶ୍ୱର ଥାନା ଅଧୀନ ୬୦ ନମ୍ବର ଜାତୀୟ ରାଜପଥର ଲକ୍ଷ୍ମଣନାଥ ଟୋଲ୍‌ ପ୍ଲାଜାଠାରୁ ୧ କି.ମି. ଦୂରରେ ରବିବାର ରାତି ୯ଟା ୪୫ ମିନିଟ୍‌ ସମୟରେ ଏକ ଡମ୍ପର ଓ ବୁଲେଟ୍‌ ମଧ୍ୟରେ ଧକ୍କା ହୋଇଛି। ଫଳରେ ବୁଲେଟ୍‌ ଆରୋହୀଙ୍କ ଶୋଚନୀୟ ମୃତ୍ୟୁ ଘଟିଛି।

୨ ଅପମୃତ୍ୟୁ

ଜଳେଶ୍ୱର, ୨୨।୪ (ଡି.ଏନ.ଏ)-ଜଳେଶ୍ୱର ଥାନା ଆରୁହା ପଞ୍ଚାୟତ ୧୦ ନଂ. ୱାର୍ଡ଼ର ବାସିନ୍ଦା ରଥ ସିଂ(୪୫)ଙ୍କ ମୃତଦେହ ଆରୁହା ଗ୍ରାମର ବନମାଳୀ ଦାସଙ୍କ ପୋଖରୀରୁ ଉଦ୍ଧାର କରାଯାଇଛି। ପୋଲିସ ଏକ ଅପମୃତ୍ୟୁ ମାମଲା (ନଂ.୮/୧୮) ରୁଜୁ କରି ମୃତଦେହକୁ ବ୍ୟବଚ୍ଛେଦ କରାଇଛି। ରଥ ସିଂ ବିଲରେ ଚାଷକାମ ସାରି ଉକ୍ତ ପୋଖରୀକୁ ଗାଧୋଇବା ପାଇଁ ଯାଇ ନିଖୋଜ ଥିଲେ।

ଦୁର୍ଘଟଣାରେ ଶଳା, ଭିଣୋଇ  ମୃତ

ଦୁର୍ଘଟଣାରେ ଶଳା, ଭିଣୋଇ ମୃତ

ବାହାନଗା,୨୨।୪(ଡି.ଏନ.ଏ.)-ରବିବାର ରାତି ୯ଟାରେ ବାହାନଗାସ୍ଥିତ ୧୬ ନମ୍ବର ଜାତୀୟ ରାଜପଥର ପୁରୁଣା ବଜାର ନିକଟରେ ଏକ ଡମ୍ପର ଧକ୍କାରେ ୨ ମଟରସାଇକେଲ ଆରେହୀଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣା ଘଟାଇଥିବା ଡମ୍ପରକୁ ଖନ୍ତାପଡା ଥାନା ପୋଲିସ ଶେରଗଡ ଟୋଲଗେଟ ନିକଟରୁ ଜବତ କରିଛି। ମୃତ ଯୁବକ ହେଲେ ସର୍ବୋଜ ଅଲ୍ଲୀ ଖଁ।, ଦାୟର ଅଲ୍ଲୀ ଖଁ। । ଘର ଚାନ୍ଦିପୁର ଥାନା ବଳାରାମଗଡ଼ିର ମିର୍ଜାପୁର ଅଞ୍ଚଳରେ। ଏମାନେ ସମ୍ପର୍କରେ ଶଳା ଓ ଭିଣୋଇ।

ବସ୍‌ରୁ ୮ ନାବାଳିକା ନାବାଳକ ଉଦ୍ଧାର

ଠାକୁରମୁଣ୍ଡା,୨୨।୪୯(ଡି.ଏନ.ଏ.ଏ)-ଠାକୁରମୁଣ୍ଡାରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ଏକ ବସ୍‌ରୁ ଶନିବାର ରାତିରେ ୮ ନାବାଳିକାନାବାଳିକାଙ୍କ ସମେତ ୧୨ଜଣଙ୍କୁ ଉଦ୍ଧାର କରାଯାଇଛି। ସେମାନଙ୍କ ମଧ୍ୟରେ ୪ ଜଣ ବୟସ୍କ ବ୍ୟକ୍ତି ଥିବା ଜଣାଯାଇଛି।

ମହିଳାଙ୍କୁ ହତ୍ୟା ଅଭିଯୋଗ

କୁଳିଅଣା, ୨୨।୪ (ଡି.ଏନ.ଏ.)-ମୋବାଇଲରେ ଜଣେ ଅପରିଚିତ ବ୍ୟକ୍ତିଙ୍କ ସହ କଥା ହେଉଥିବା ଅଭିଯୋଗରେ କୁଳିଅଣା ଥାନା ଅନ୍ତର୍ଗତ କାଠରମା ଗାଁର ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏନେଇ ମହିଳାଙ୍କ ମା’ଙ୍କ ଅଭିଯୋଗକୁ ଭିତ୍ତି କରି ପୋଲିସ କୁଳିଅଣା ଥାନା ପୋଲିସ ମାମଲା (ନଂ. ୩୩/୧୮) ରୁଜୁ କରିଛି।

ନବୋଦୟ ବିଦ୍ୟାଳୟ: ପ୍ରଶ୍ନପତ୍ରରେ ତ୍ରୁଟି ଅଭିଯୋଗ

ବେତନଟୀ,୨୨।୪(ଡ଼ି.ଏନ.ଏ)-ମୟୂରଭଞ୍ଜ ଜିଲାର ବେତନଟୀ ବ୍ଲକ ଅଧୀନ ଶାଳବଣିସ୍ଥିତ ଜବାହାର ନବୋଦୟ ବିଦ୍ୟାଳୟର ଷଷ୍ଠ ଶ୍ରେଣୀରେ ନାମ ଲେଖା ନିମନ୍ତେ ଗତ ଶନିବାର ପ୍ରବେଶ ପରୀକ୍ଷା ଅନୁଷ୍ଠିତ ହୋଇଛି। ହେଲେ ଏଥିରେ ପ୍ରଶ୍ନପତ୍ରରେ ବହୁ ତ୍ରୁଟି ଥିବା ଛାତ୍ରୀଛାତ୍ର ତଥା ଅଭିଭାବକମାନେ ଅଭିଯୋଗ କରିଛନ୍ତି।

କୂଅକୁ ଡେଇଁ ମହିଳାଙ୍କ ଆତ୍ମହତ୍ୟା

କପ୍ତିପଦା,୨୨।୪,(ଡି.ଏନ.ଏ)- କପ୍ତିପଦା ବ୍ଲକ୍‌ ଶରତ ଥାନା ଅଧୀନ ଲାବଣ୍ୟଦେଇପୁର ଗ୍ରାମର ଜଣେ ମହିଳା ରବିବାର ସକାଳେ ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେବା ସହିତ କୂଅକୁ ଡେଇଁ ପ୍ରାଣ ହରାଇଛନ୍ତି। ମୃତ ମହିଳା ଜଣକ ହେଲେ ମଙ୍ଗଲ ସିଂଙ୍କ ସ୍ତ୍ରୀ ରାଣୀ ମେଲଗାନ୍ଦୀ(୪୨)।

ଯୌତୁକ ପାଇଁ ସ୍ତ୍ରୀକୁ ପିଟି ପିଟି ହତ୍ୟା

ଯୌତୁକ ପାଇଁ ସ୍ତ୍ରୀକୁ ପିଟି ପିଟି ହତ୍ୟା

କପ୍ତିପଦା,୨୨।୪,(ଡି.ଏନ.ଏ)-ଅଧିକ ଯୌତୁକ ଦାବି କରି ଶନିବାର ବିଳମ୍ବିତ ରାତିରେ କପ୍ତିପଦା ଥାନା ମହୁଲଡିହା ଗ୍ରାମର ଜଣେ ବ୍ୟକ୍ତି ନିଜ ସ୍ତ୍ରୀଙ୍କୁ ଲୁହା ରଡ ସାହାଯ୍ୟରେ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି।

ଭାଜପା ଯୁବମୋର୍ଚ୍ଚାର ବିକ୍ଷୋଭ

ଭାଜପା ଯୁବମୋର୍ଚ୍ଚାର ବିକ୍ଷୋଭ

ବାଲେଶ୍ୱର ଅଫିସ୍‌ , ୨୨।୪-ବାଲେଶ୍ୱର ଭାଜପା ଯୁବମୋର୍ଚ୍ଚା ପକ୍ଷରୁ ସାଧାରଣ ସମ୍ପାଦକ ଲୋକନାଥ ଭୂୟଁାଙ୍କ ନେତୃତ୍ୱରେ ରବିବାର ସ୍ଥାନୀୟ ଫାଣ୍ଡିଛକ ଠାରେ ରାଜ୍ୟ ସରକାରଙ୍କର ଅପାଗରଗତା ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରିଥିଲେ ।

ରାଷ୍ଟ୍ରୀୟ ଲୋକ ଅଦାଲତରେ ୧୧ କେସ୍‌ର ଫଇସଲା

ବଡବିଲ, ୨୨।୪(ସ୍ବ.ପ୍ର.)-କେନ୍ଦୁଝର ଜିଲା ବଡବିଲସ୍ଥିତ ସିଭିଲଜଜ୍‌ ଜେଏମ୍‌ଏଫ୍‌ସି କୋର୍ଟ ପରିସରରେ ରବିବାର ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛିି।

ଅଗ୍ନିକାଣ୍ଡରେ ଦମ୍ପତି ଗୁରୁତର

ହାଟଡିହୀ,୨୨।୪(ଡି.ଏନ୍‌.ଏ.)- କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବନ୍ତଳା ଗ୍ରାମରେ ଶନିବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ଏକ ବଖରା ଘର ପୋଡି ଯାଇଥିବାବେଳେ ଦମ୍ପତି ଗୁରୁତର ଆହତ ହୋଇ ଭଦ୍ରକ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। କାଳବୈଶାଖି ପ୍ରଭାବରେ ଗ୍ରାମରେ ବିଦ୍ୟୁତ୍‌ ସରବରାହ ବନ୍ଦ ରହିଥିଲା।

୭ ମାସ ହେଲା ଦରମା ପାଇନାହାନ୍ତି ଅଧ୍ୟାପକ

ହାଟଡିହୀ,୨୨।୪(ଡି.ଏନ୍‌.ଏ.)-କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବଉଳା ଯୁକ୍ତ ଦୁଇ ମହାବିଦ୍ୟାଳୟର ଅଧ୍ୟାପିକା ଅଧ୍ୟାପକମାନେ ୭ମାସ ହେବ ଦରମା ପାଇନାହାନ୍ତି।