ବାଲେଶ୍ୱର

ସହକାରୀ ଆକାଉଣ୍ଟସ ଅଧିକାରୀଙ୍କୁ ଏକବର୍ଷ ଜେଲ

ସହକାରୀ ଆକାଉଣ୍ଟସ ଅଧିକାରୀଙ୍କୁ ଏକବର୍ଷ ଜେଲ

ବାରିପଦା ଅଫିସ,୨୬।୧୨- ବାରିପଦା ସ୍ଥିତ ମୟୂରଭଞ୍ଜ ଆଇନ ମହାବିଦ୍ୟାଳୟର କାର୍ଯ୍ୟରତ ସହକାରୀ ଆକାଉଣ୍ଟସ ଅଧିକାରୀ ୨୦୧୧ମସିହାରେ ମାର୍କଶିଟ ପ୍ରଦାନ କରିବା ପାଇଁ ଲାଞ୍ଚ ନେବା ମାମଲାର ବିଚାର କରି ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍‌ ତାରାପ୍ରସାଦ ରଥ ଅଭିଯୁକ୍ତ ସହକାରୀ ଆକାଉଣ୍ଟସ ଅଧିକାରୀ ଅତୁଲ କୁମାର ମହାନ୍ତିଙ୍କୁ ୧ବର୍ଷ ଜେଲ ଦଣ୍ଡ ସହ ୫ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି। ଜରିମାନା ଅନାଦେୟ ଅଧିକ ୨ମାସ ଜେଲ ଦଣ୍ଡ ଭୋଗିବାକୁ ପଡ଼ିବ । ମକଦ୍ଦମା ବିବରଣୀ ଅନୁଯାୟୀ ୨୦୧୧ରେ କୁମୁଦ କୁମାର କାଳନ୍ଦୀ ମୟୂରଭଞ୍ଜ ଆଇନ ମହାବିଦ୍ୟାଳୟରେ ଏଲଏଲଏମ ପଢ଼ୁଥିଲେ। ସେ ପରୀକ୍ଷା ଦେଇ ୧ମ, ୨ୟ ଏବଂ ୩ୟ ସେମିଷ୍ଟ୍‌ରର ମାର୍କଶିିଟ ମାଗିଥିଲେ। ଆସିଷ୍ଟାଣ୍ଟ ଆଉକାଉଣ୍ଟସ ଅଧିକାରୀ ଅତୁଲ କୁମାର ମହାନ୍ତି ୨ହଜାର ଟଙ୍କା ପ୍ରଦାନ ନ କଲେ ମାର୍କଶିିଟ ଦିଆଯିବ ନାହିଁ ବୋଲି କହିଥିଲେ। ଏହାକୁ କୁମୁଦ ଭିଜିଲାନ୍ସ ବିଭାଗରେ ଅଭିଯୋଗ କରିଥିଲେ। ଏନେଇ ଭିଜିଲାନ୍ସ ବିଭାଗ ପକ୍ଷରୁ ଏକ ମାମଲା (ନଂ. ୫୨/୧୧) ରୁଜୁ କରାଯାଇଥିଲା। ସେହିବର୍ଷ ନଭେମ୍ବର୨୨ତାରିଖରେ କୁମୁଦ ଅତୁଲଙ୍କୁ ଆଇନ ମହାବିଦ୍ୟାଳୟ ପରିସରରେ ୨ହଜାର ଟଙ୍କା ପ୍ରଦାନ କରୁଥିବା ବେଳେ ପୂର୍ବ ଯୋଜନା ଅନୁଯାୟୀ ଛକି ରହିଥିବା ଭିଜିଲାନ୍ସ ଅଧିକାରୀ ଚଢାଉ କରି ଧରପଗଡ କରିଥିଲେ। ଏହି ଘଟଣାରେ ଅଭିଯୁକ୍ତ ଅତୁଲଙ୍କୁ ଗିରଫ କରାଯାଇଥିଲା। ସରକାରୀ ଓକିଲ କୃଷ୍ଣଚନ୍ଦ୍ର ଶତପଥୀ ଏହି ମାମଲା ପରିଚାଳନା କରୁଥିଲେ।

All Right Reserved By

ବାଲେଶ୍ୱର

୪କେଜି ସମ୍ବର ମାଂସ ଜବତ

କପ୍ତିପଦା, ୧୭।୬(ଡି.ଏନ.ଏ.)-ମୟୂରଭଞ୍ଜ ଜିଲା କପ୍ତିପଦା ରେଞ୍ଜ ଅଧୀନ ପୋଡ଼ାଡିହା ସେକ୍ସନ ସରାଳିବିଲା ଗ୍ରାମରୁ ରବିବାର ରାତିରେ ୪କେଜି ସମ୍ବର ମାଂସ ଜବତ ହୋଇଛି।

ପଳାଶବଧା ଛଉନୃତ୍ୟ ଉତ୍ସବ ଉଦ୍‌ଘାଟିତ

ମୋରଡ଼ା, ୧୭।୬-ମୋରଡା ବ୍ଲକ ମୋରଡା ପଞ୍ଚାୟତର ପଳାଶବଧା ଗ୍ରାମରେ ଶନିବାର ବାର୍ଷିକ ଛଉ ନୃତ୍ୟ ଉତ୍ସବ ଉଦ୍‌ଯାପିତ ହୋଇଯାଇଛି। ମୁଖ୍ୟଅତିଥି ଭାବେ ବିଜେଡି କାର୍ଯ୍ୟକାରୀ ସଭାପତି ଦେବାଶିଷ ମହାନ୍ତି ଯୋଗ ଦେଇ ଗ୍ରାମାଞ୍ଚଳରେ ଛଉନୃତ୍ୟର ବିକାଶ ସମ୍ପର୍କରେ ଆଲୋକପାତ କରିଥିଲେ।

କ୍ରିକେଟ ଟୁର୍ନାମେଣ୍ଟ: ମଙ୍ଗଳପୁର ଚାମ୍ପିୟନ

ବଡ଼ସାହି,୧୭।୬(ସ୍ବ.ପ୍ର)- ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ ଅଧୀନ ତେନ୍ତୁଳିମୁଣ୍ଡା ଓମ ସାଇ କ୍ରିକେଟ ଆସୋସିଏସନ ଆନୁକୂଲ୍ୟରେ ଦୁଇ ଦିନିଆ କ୍ରିକେଟ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୮ଟି ଦଳ ଅଂଶ ଗ୍ରହଣ କରିଥିଲେ । ଉନ୍ନତ ଖେଳ ପ୍ରଦର୍ଶନ କରି ମଙ୍ଗଳପୁର ଦଳ ଓ ମାଣତ୍ରୀ ଦଳ ଫାଇନାଲକୁ ପ୍ରବେଶ କରିଥିଲା ।

ଅପହୃତା ନାବାଳିକା ବରଗଡରୁ ଉଦ୍ଧାର, ଅଭିଯୁକ୍ତ ଗିରଫ

ରୂପ୍‌ସା/ବସ୍ତା,୧୭।୬(ଡି.ଏନ.ଏ.)-ବାଲେଶ୍ୱର ଜିଲା ସିଂଲା ଥାନା ଅଞ୍ଚଳର ଜଣେ ଅପହୃତା ନାବାଳିକାଙ୍କୁ ପୋଲିସ ରବିବାର ବରଗଡ଼ରୁ ଉଦ୍ଧାର କରିଛି। ଅଭିଯୁକ୍ତ ସିଂଲା ଥାନା ବଢ଼ାଣ ଗ୍ରାମର ଯୁବକ ଅରୁଣ ପାତ୍ରଙ୍କୁ ଗିରଫ କରାଯାଇଛି।

ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ: ଝାଡ଼ାବାନ୍ତିରେ ୩୦ରୁ ଊର୍ଦ୍ଧ୍ୱ ଆକ୍ରାନ୍ତ

ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ: ଝାଡ଼ାବାନ୍ତିରେ ୩୦ରୁ ଊର୍ଦ୍ଧ୍ୱ ଆକ୍ରାନ୍ତ

ବସ୍ତା,୧୭।୬(ସ୍ବ.ପ୍ର.)-ଗତ ୩ ଦିନ ଧରି ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଯୋଗୁ ଘରୁ ବାହାରିବା ଅସମ୍ଭବ ହୋଇପଡ଼ିଥିବା ବେଳେ ବାରମ୍ବାର ବିଦ୍ୟୁତକାଟ ଯୋଗୁ ଲୋକେ ହନ୍ତସନ୍ତ ହେଉଛନ୍ତି।

ସହଯୋଗୀଙ୍କ ସହ କଂଗ୍ରେସ ଛାଡ଼ିଲେ ଜୟନାରାୟଣ

ବାଲେଶ୍ୱର ଅଫିସ,୧୭।୬-ବାଲେଶ୍ୱର ଜିଲାର ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ଜଳେଶ୍ୱର ବିଧାୟକ ଜୟନାରାୟଣ ମହାନ୍ତି ଦଳରୁ ଇସ୍ତଫା ଦେଇଛନ୍ତି। ଏହି ଘଟଣା କଂଗ୍ରେସ ଦଳକୁ ଶକ୍ତ ଧକ୍କା ଦେଇଛି। ଦଳ ଭିତରେ ଲାଗି ରହିଥିବା ଆଭ୍ୟନ୍ତରୀଣ ଗୋଷ୍ଠକନ୍ଦଳ ଯୋଗୁ ସେ ନିଜର ସମସ୍ତ ସହଯୋଗୀ ଓ କର୍ମୀଙ୍କ ସହ ଦଳ ଛାଡିଥିବା ନେଇ ରବିବାର ପୂର୍ବାହ୍ନରେ ସ୍ଥାନୀୟ ଏକ ହୋଟେଲ ସମ୍ମିଳନୀ କକ୍ଷରେ ଆୟୋଜିତ ଖବରଦାତା ସମ୍ମିଳନୀରେ କହିଛନ୍ତି।

ଯୋଗ ଦିବସ ଉପଲକ୍ଷେ ସଚେତନତା ପଦଯାତ୍ରା

ଯୋଗ ଦିବସ ଉପଲକ୍ଷେ ସଚେତନତା ପଦଯାତ୍ରା

ଭଦ୍ରକ ଅଫିସ,୧୭।୬-ଆସନ୍ତା ୨୧ରେ ଆନ୍ତର୍ଜାତିକ ଯୋଗ ଦିବସ ଉପଲକ୍ଷେ ସଚେତନତା ସୃଷ୍ଟି ପାଇଁ ଭଦ୍ରକ ସୋସିଆଲ ସର୍ଭିସେସ(ବିଏସ୍‌ଏସ୍‌) ପକ୍ଷରୁ ରବିବାର ଏକ ପଦଯାତ୍ରା ସହର ପରିକ୍ରମା କରିଥିଲା।

୩ ମୋବାଇଲ ଚୋର ଗିରଫ

୩ ମୋବାଇଲ ଚୋର ଗିରଫ

ଚାନ୍ଦବାଲି,୧୭।୬(ଡି.ଏନ.ଏ.)-ଭଦ୍ରକ ଜିଲା ଚାନ୍ଦବାଲି ସହର ମଧ୍ୟବର୍ତ୍ତୀ ଏକ ମୋବାଇଲ ଦୋକାନରୁ ଶନିବାର ବିଳମ୍ବିତ ରାତିରେ ମୋବାଇଲ ଚୋରି ହୋଇଥିଲା। ଏ ସମ୍ପର୍କରେ ଜଣାପଡ଼ିବା ପରେ ରାତ୍ରିକାଳୀନ ପାଟ୍ରୋଲିଂ ଟିମ୍‌ ଓ ସ୍ଥାନୀୟ ଯୁବକଙ୍କ ସହାୟତାରେ ଚୋରମାନଙ୍କୁ ଧରାଯିବା ସହ ସେମାନଙ୍କ ନିକଟରୁ ମୋବାଇଲ ଉଦ୍ଧାର କରାଯାଇଛି।

ରାତି ଅଧରେ ଘରେ ପଶି ଅସଦାଚରଣ

ରାତି ଅଧରେ ଘରେ ପଶି ଅସଦାଚରଣ

ହାଟଡିହୀ,୧୭।୬(ଡି.ଏନ.ଏ.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ମନୋହରପୁର ଗ୍ରାମରେ ଜଣେ ଅସହାୟ ମହିଳାଙ୍କୁ ଶନିବାର ବିଳମ୍ବିତ ରାତିରେ କେତେକ ଅସାମାଜିକ ଯୁବକ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ଯୁବକମାନେ କୌଣସି ମନ୍ଦ ଉଦ୍ଦେଶ୍ୟ ରଖି ମହିଳାଙ୍କ ଘରର କବାଟ ବାଡେଇଥିଲେ।

ସରିଲା ରଜ, ଆର ବର୍ଷକୁ ଅପେକ୍ଷା

ସରିଲା ରଜ, ଆର ବର୍ଷକୁ ଅପେକ୍ଷା

ଆନନ୍ଦପୁର,୧୭।୬(ସ୍ବ.ପ୍ର.): ସରିଲା ରଜ ମଉଜ। ଏବେ ବିଦାୟ ଦେବାର ପାଳି। ଓଡ଼ିଆଙ୍କ ଗଣପର୍ବ ରଜ ପର୍ବ। ତିନି ଦିନ ଧରି କେନ୍ଦୁଝର ଜିଲା ଆନନ୍ଦପୁରର ବିଭିନ୍ନ ସ୍ଥାନରେ ରଜ ଉପଲକ୍ଷେ ଉତ୍ସବର ମାହୋଲ ସୃଷ୍ଟି ହୋଇଥିଲା। ରବିବାର ରଜକୁ ମହିଳାମାନେ ବେଶ ଆଡମ୍ବର ସହକାରେ ବିଦାୟ ଦେଇଥିବା ଦେଖିବାକୁ ମିଳିଥିଲା।

କାଳବୈଶାଖୀ ତାଣ୍ଡବ, ଭାଙ୍ଗିଲା ବଡ଼ ଗଛ

କାଳବୈଶାଖୀ ତାଣ୍ଡବ, ଭାଙ୍ଗିଲା ବଡ଼ ଗଛ

ଆନନ୍ଦପୁର, ୧୭।୬(ସ୍ବ.ପ୍ର.): ତିନି ଦିନ ଧରି ଅସହ୍ୟ ତାତି ଅନୁଭୂତ ହେଉଥିଲା। ରବିବାର ଅପରାହ୍ନ ୪ଟାରେ ଆନନ୍ଦପୁରରେ କାଳବୈଶାଖୀ ତାଣ୍ଡବ ଦେଖିବାକୁ ମିଳିଛି। ଖୁବ ଜୋରରେ ପବନ ସାଙ୍ଗକୁ ପ୍ରବଳ ବର୍ଷା ହେବା ଫଳରେ ରାସ୍ତା କଡରେ ଥିବା ବହୁ ବଡ ଗଛ ସବୁ ଭାଙ୍ଗି ମାଟିରେ ଲୋଟି ପଡିଛି। ଦୀର୍ଘ ୧ ଘଣ୍ଟା କାଳ ବୈଶାଖୀର ପ୍ରଭାବ ଦେଖାଯାଇଥିଲା।

ନନ୍ଦିପଦା ଥାନା ଅଧିକାରୀଙ୍କୁ ସମ୍ବର୍ଦ୍ଧନା

ନନ୍ଦିପଦା ଥାନା ଅଧିକାରୀଙ୍କୁ ସମ୍ବର୍ଦ୍ଧନା

ହାଟଡିହୀ,୧୭।୬(ଡି.ଏନ.ଏ.): କେନ୍ଦୁଝର ଜିଲା ନନ୍ଦିପଦା ଥାନା ଅଧିକାରୀ ବିଜୟ କୁମାର ମଲ୍ଲିକଙ୍କୁ ମରୈଗାଁ ସତ୍ୟସାଇ ଯୁବକ ସଂଘ ତରଫରୁ ରଜ ଉତ୍ସବ ଅବସରରେ ସମ୍ବର୍ଦ୍ଧନା ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ତାଙ୍କୁ ମାନପତ୍ର ଓ ଉପଢୌକନ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଛି। ଶରତ ସେଠୀ ଓ ଦୁଃସାଶନ ବେହେରା ପ୍ରମୁଖଙ୍କ ଉବସ୍ଥିତିରେ ତାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା।

Model This Week

ପ୍ରଭାତ